୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା…

() ୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃନ୍ମୂଲ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ଜାତୀୟ ଗଣମାଧ୍ୟମ ସର୍ଭର ରିପୋର୍ଟ କୁ ନେଇ ପ୍ରଶ୍ନରେ ଉତ୍ତର ରଖିଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ।

ବିଜେପି ସ୍ବପ୍ନ ଦେଖୁଛି ସ୍ବପ୍ନ ପୁରଣ ହେବନି।ପଞ୍ଚାୟତ ଓ ପୌର ନିର୍ବାଚନ ସଫା ହୋଇଗଲେ। ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ ।ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପର୍ଥୀ କରାଗଲା ପବିଜେଡି ସମର୍ଥନ ଦେଲା। ଏହି ଏହାକୁ ନେଇ ବିଜେପି ବିପେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି। ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି। କିନ୍ତୁ କଂଗ୍ରେସ ଭୋଟ ବିଜେପି କୁ ଯାଇଛି । କଂଗ୍ରେସ ସେମାନେ ଲଢ଼ିବା ଅବସ୍ଥାରେ ନାହାନ୍ତି। ତାଙ୍କ ଭୋଟ ଫେରାଇ ଆଣାନ୍ତୁ।

କେନ୍ଦ୍ରମନ୍ତ୍ରୀ ମାନେ ଘନ୍ ଘନ୍ ଓଡ଼ିଶା ଗସ୍ତ କରୁଚନ୍ତି,ଏହାର ପ୍ରଭାବ ପଡ଼ିବକି ପ୍ରଶ୍ନରେ ଉତ୍ତର ରେ କହିଚନ୍ତି ” କେନ୍ଦ୍ର ମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ। ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ସମାସ୍ୟ ସୃଷ୍ଟି କରୁଛନ୍ତି।।

ନୂଆ ରୂପ ପାଇବ ଧଉଳି ସ୍ତୁପ…

()  ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟସରକାର। ଖୁବ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଗୃହରେ ସୂଚନା ଦେଲେ ପର୍ଯ୍ୟଟ ନ ମନ୍ତ୍ରୀ ଅଶ୍ୱନି ପାତ୍ର ଧଉଳି ।ପର୍ଯ୍ୟଟନ ସ୍ଥଳି ର ବିକାଶ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ।ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ।ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସୂଚନା।ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀ ର ବିକାଶ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ରାଜ୍ୟ ର ଅନେକ ସ୍ଥାନ ରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ…

()ରାଜ୍ୟ ର ଅନେକ ସ୍ଥାନ ରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ଏହାକୁ ସ୍ୱୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର । ଆଜି ପ୍ରଶ୍ନ କାଳ ରେ ପ୍ରଶ୍ନ କର୍ତ୍ତା ଅରବିନ୍ଦ ଢ଼ାଲି ଙ୍କ ଏ ସମ୍ପର୍କିତ ପ୍ରଶ୍ନ ର ଉତ୍ତର ରଖି ଅବକାରୀ ମନ୍ତ୍ରୀ କହିଛନ୍ତି , ୨୦୨୧ -୨୨ ଆର୍ଥିକ ବର୍ଷ ରେ ୨୯ ଟି ସେରିୟସ ଇ-ରେଗୁଲାରିଟୀ report ଦାୟର ହୋଇଛି । ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି । ସେହିପରି ୨୦୨୨-୨୩ ଜୁନ ସୁଦ୍ଧା MRP ଠାରୁ ଅଧିକ ଦାମ୍ ର ଦେଶୀ ବିଦେଶୀ ମଦ ବିକ୍ରୀ ଅଭିଯୋଗ ରେ ୩୧ ଟି ଏସ ଆଇ ଆର କେସ ଦାୟର ହୋଇଛି। ସେଥି ମଧ୍ୟରୁ ୮ ଟି ମାମଲା ରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ

ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ…

() ବିଧାନସଭାରେ ଉଠିଲା ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି,କଂଗ୍ରେସ ଓ ବିଜେଡି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି ଶେଷ ଥର ପାଇଁ 13.9.2017 ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କଲେ ମୋହନ । ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ 99 ହଜାର 800 ଟଙ୍କା ରହିଛି ତେଣୁ ତାକୁ ବଢାଯାଉ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ଦରମା ବଢ଼ାଇ କୁ ଦାବି କରିଛନ୍ତି । ଅନେକ ସୋସିଆଲ କାର୍ଯ୍ୟକ୍ରମ କୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହା ସହ ପୂର୍ବତନ ବିଧାୟକ ମାନେ ପେନସନ ମାତ୍ର 30 ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ତାରା । ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଛନ୍ତି ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଛନ୍ତି । ସେହିପରି ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ।

ଆଜି ଶୁନ୍ୟକାଳରେ ଉଠିପାରେ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ…

() ଆଜି ଗୃହରେ ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨ ଲକ୍ଷ କୋଟିର ବଜେଟକୁ ଗୃହରେ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଶୁକ୍ରବାର ଗିଲୋଟିନ ଜରିଆରେ ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ପାରିତ କରାଯାଇଛି । ଆଜି ପ୍ରଶ୍ନକାଳରେ ପର୍ଯ୍ୟଟନ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,ମହିଳା ଓ ଶିଶୁ ବିକାଶ,ଅବକାରୀ,ଆଇନ,ମିଶନ ଶକ୍ତି,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ।

ମଙ୍କିପକ୍ସ କୁ ନେଇ ସଜାଗ ହୋଇଛି ଓଡିଶା…

() ଦେଶର କିଛି ରାଜ୍ୟରେ ମଙ୍କିପକ୍ସ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡିଶା l ମଙ୍କିପକ୍ସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ପକ୍ଷରୁ ସ୍ଵତନ୍ତ୍ର ମାର୍ଗ ଦର୍ସିକା ଜାରୀ କରାଯାଇଛି l ଆଗକୁ ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଅଧିକ ପଦକ୍ଷେପ ନିଆଯିବ ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଅଧ୍ୟକ୍ଷତାରେ

ଅପରାହ୍ନ ୪.୩୦ ବସିବ ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡ଼ିଏମଇଟି ଉପସ୍ଥିତ ରହିବେ। ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି l

ଗୃହରେ ଉତ୍ତର ରଖି କହିଲେ :ନିରଞ୍ଜନ…

() ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜରୀ ଗୃହରେ ଉତ୍ତର ରଖି କହିଛନ୍ତି। 2 ଲକ୍ଷ ପଦବୀ ଖାଲି ପଡିନାହିଁ ମାତ୍ର 73451 ମୂଳ ପଦବୀ ଖାଲିପିଡ଼ିଛି। ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରାଣ କରାଯିବ। ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ ସବୁ ବିଭାଗକୁ ନିର୍ଦେଶ ଦିଆଯାଉଛି। ଇତି ମଧ୍ୟରେ 48,870 ଇନିସିଆଲ ନିଯୁକ୍ତି ଦିଆଯାଇଛି। 32,945 ନୂଆ ପଦବୀ ସୃଷ୍ଟି କରାଯାଇଚି। ଚଳିତ ବର୍ଷ ଓପିଏସ ସି ଜରିଆରେ 6839 ଓ ଓଏସ ଏସ ସି ଜରିଆରେ 2678 ଏବଂ ଓଏସ ସିସି ଜରିଆରେ 7902 ମୂଳ ପଦବୀ ପୂରଣ ପାଇଁ ଲକ୍ଷ ରଖାଯାଇଛି। ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ। ନିଯୁକ୍ତି ପକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।

ଗିଲୋଟିନ ଜରିଆ ରେ ପାରିତ ହେଲା ୨୦ ଟି ବିଭାଗ…

() ଗିଲୋଟିନ ଜରିଆ ରେ ପାରିତ ହେଲା ୨୦ ଟି ବିଭାଗ ର ଖର୍ଚ୍ଚ ଦାବି । ବିରୋଧୀ ଙ୍କ ଅନୁପସ୍ଥିତି ରେ ବାଚନିକ ଭୋଟ ମଧ୍ୟମ ରେ ସବୁ ବିଭାଗର ଖର୍ଚ୍ଚ ଦାବି କୁ ବିଧାନ ସଭା ରେ ଗୃହୀତ କରାଇଛନ୍ତି ବାଚସ୍ପତି । ପୂର୍ବ ରୁ ୨୪ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବିଚାର ପରେ ପାରିତ ହୋଇଥିଲା

ବିଧାନସଭା ରେ ଗୃହୀତ ହେଲା ଶିଳ୍ପ ବିଭାଗ ର ଦାବି…

() ବିଧାନସଭା ରେ ଗୃହୀତ ହେଲା ଶିଳ୍ପ ବିଭାଗ ର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୬୭୧ କୋଟି ୪୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଗୃହ ରେ ଆଗତ କରାଇଥିଲେ। ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନ ସଭାରେ ଗୃହିତ କରାଇଛନ୍ତି ବାଚସ୍ପତି । ଆଲୋଚନା ବେଳେ ମନ୍ତ୍ରୀ ଙ୍କ ଉତ୍ତର ରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କକ୍ଷତ୍ୟାଗ କରିଥିଲେ ବିରୋଧୀ।

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

() ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି ଇ -ରିକ୍ସା ଗଡିଲା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର airport ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି।

ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ CRUT ପକ୍ଷରୁ guide ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି।

ସୂଚନା ଯୋଗ୍ୟ ଯେ CRUT ପକ୍ଷରୁ ବର୍ତ୍ତମାନ ୨୫୫ ଟି Diesel ବସ ଚଳାଚଳ କରୁଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news