() ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ। ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଜଣାଇଲେ ଶୁଭେଚ୍ଛା । କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି ।
ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ ବିଧାୟକ…
() ବାଚସ୍ପତିଙ୍କ ନେତୃତ୍ବ ରେ ଏକ କମିଟି ଓଡ଼ିଶାର ଗର୍ବ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ। ଏହି କମିଟିରେ 26ବିଧାୟକଙ୍କ ସମେତ ମନ୍ତ୍ରୀ , କଂଗ୍ରେସ, ବିଜେପି ଓ ବିଜେଡି ର ସଦସ୍ୟ ଅଛନ୍ତି । ସମସ୍ତ ସଦସ୍ୟ ମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଆସିଥିବା ସଦସ୍ୟ ମାନେ ଆସନ୍ତାକାଲି ଅପରାହ୍ନ 12ଟା ରେ ବିମାନ ଯୋଗେ ଦିଲ୍ଲୀ ଯିବେ। ରାଜକିଶୋର ଦାସ, ବିଜେଡି ବିଧାୟକ
ବିରୋଧୀଙ୍କ ହୋ ହଲା…
() ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋ ହଲା । ଏକାଠି ପ୍ରତିବାଦ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ଚିଟଫଣ୍ଡ ପ୍ରସଙ୍ଗରେ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାଵ” ଚିଟଫଣ୍ଡ ରେ କୋଟି କୋଟି ଟଙ୍କା ଖାଇଲା କିଏ, କାହିଁକି ଆଖି କାନ ନାକ ବନ୍ଦ କରି ଚୁପ ବସିଛନ୍ତି ସରକାର ପ୍ରସଙ୍ଗ ଗ୍ରହଣ ନ ହେବାରୁ ଦଳ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ଆଲୋଚନା ନେଇ ପ୍ରତିବାଦ କରିଥିଲା କଂଗ୍ରେସ।
ଗୃହରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ..
() ସରକାରଙ୍କ 7 ଟି କମ୍ପାନୀ କ୍ଷତିରେ ଚାଲୁଛି, 19-20 ରେ 300 କୋଟି ଟଙ୍କାର କ୍ଷତି କରିଛନ୍ତି ଏହି 7 କମ୍ପାନୀ ।
ଗୃହରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ । ରିପୋର୍ଟ ଅନୁଯାୟୀ 2019-20 ରେ 24 ଟି ସରକାରୀ କମ୍ପାନୀ ଓ ନିଗମ ଲାଭ ହେଉଛି 1686.08 କୋଟି ଟଙ୍କା । ପୂର୍ବ ବର୍ଷ 18-19 ରେ 22 ଟି ସରକାରୀ କମ୍ପାନୀ ଓ ନିଗମ ରେ 1174.30 କୋଟି ଟଙ୍କା ଥିଲା । 18-19 ତୁଳନାରେ 19-20 ରେ 12.51 ପ୍ରତିଶତ ଅଧିକ ହୋଇଛି । ସେହିପରି 2019-20 ରେ 7 ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି 304.52 କୋଟି ଟଙ୍କା । 13 ଟି ସରକାରଙ୍କ ନିୟନ୍ତ୍ରିତ କମ୍ପାନୀ ମାନଙ୍କ।ମଧ୍ୟରୁ 8 ଟି କମ୍ପାନୀ 4.65 କୋଟି ଟଙ୍କା ଲାଭ କରିଥିଲେ । ଏବଂ 3 ଟି କମ୍ପାନୀ 24.41 କୋଟି ଟଙ୍କାର କ୍ଷତି ସହିଥିଲେ । 31 ମାର୍ଚ୍ଚ 2020 ସୁଦ୍ଧା 33 ଟି ସରକାରୀ କମ୍ପାନୀ ଏବଂ ନିଗମ ମାନଙ୍କ ମଧ୍ୟରୁ 11 ଟି କମ୍ପାନୀ 5787.34 କୋଟି ଟଙ୍କାର କ୍ଷତି ସହିଥିଲେ । 63 ଟି ସରକାରୀ କମ୍ପାନୀ ଓ 3 ଟି ନିଗମ ଏବଂ 16 ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ସିଏଜି ସମୀକ୍ଷା କରିଥିଲେ । ଓଏମସି ବକ୍ସାଇଟ ଉତ୍ପାଦନ ର ଖର୍ଚ୍ଚ ଆକଳନ କମ କରିଥିବା ରୁ 61.07 କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର ।
ଓଡିଶା ନିର୍ମାଣ ନିଗମର ଚଞ୍ଚକତା କୁ ଧରିଛନ୍ତି ସିଏଜି । ସିମେଣ୍ଟ ର କାଳ୍ପନିକ ଯୋଗାଣ ବାବଦରେ 2.45 କୋଟି ଟଙ୍କା ପରିଶୋଧ କରି ଠିକା ଦାର ଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।
ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ…
() ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ। 3 ଦିନ ପୂର୍ବରୁ ଅଧିବେଶନ ଶେଷ। ଜୁଲାଇ 2ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। 21ଟି କାର୍ଯ୍ୟ ଦିବସ ବସିଥିଲା। 11ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା। 8ଟି bill ଏ ଅଧିବେଶନରେ ଉପସ୍ଥାପନ ହୋଇଥିଲା। 7ଟି bill ପାରିତ ହୋଇଥିଲା। 21ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।
ଶିକ୍ଷା ରୂପାନ୍ତରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ; ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କଲେ ନବୀନ…
() ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ।
ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।
ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ।
ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
{} ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦ୍ବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ । ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ।
ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ । ସ୍ବଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ ।ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ। ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣମାନଙ୍କର।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ।’ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏବଂ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ବକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ୩ ଜଣ ଶିକ୍ଷକ –ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢୀ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାରା ଦୁନିଆକୁ ଏହି ବାର୍ତ୍ତା ଦେଉଛି ଯେ ଓଡିଶାରେ ଶିକ୍ଷକ ମାନଙ୍କୁ କିଭଳି ଭାବରେ ସ୍ବାଗତ କରାଯାଏ ଓ ସମ୍ମାନ ଦିଆଯାଏ। ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋକପାତ କରି ସେମାନେ କହିଲେ ଯେ ଆମେ ସମସ୍ତେ ଖୁବ କମ୍ ସମୟରେ ଏକ ସ୍ବଚ୍ଛ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତି ପାଇଛୁ ଏବଂ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ସାମଗ୍ରୀକ ବିକାଶ ପାଇଁ କାମ କରିବୁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ସ୍ବାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ । ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହୋଇପାରିଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୀମା ରାଶି ବୃଦ୍ଧି ଦାବିରେ ଆନ୍ଦୋଳନ ଡାକରା…
{} ବୀମା ରାଶି ବୃଦ୍ଧି ଦାବିରେ ଆନ୍ଦୋଳନ ଡାକରା
(ସୀମା ଉଲଂଘନ ନକରୁ ଗଣମାଧ୍ୟମ : ଓ.ୟୁ.ଜେ)
() ଭୂବନେଶ୍ୱରସ୍ଥିତ ଓ.ୟୁ.ଜେ ଭବନ ଠାରେ ଆଜି ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ଓ.ୟୁ.ଜେ ରାଜ୍ୟ ସଭାପତି ତଥା ପ୍ରେସ କାଉନସିଲ୍ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଛାଡି ଗଣମାଧ୍ୟମ ଯେଉଁଭଳି ଗୁରୁତ୍ୱହୀନ ପ୍ରସଙ୍ଗ ପଛରେ ଧାଇଁଛି, ଏଥିନେଇ ବୈଠକରେ ଉଦବେଗ୍ ପ୍ରକାଶ କରାଯାଇଛି । କାହାର ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ ନକରି ସାମ୍ପାଦିକ ଓ ଗଣମାଧ୍ୟମ ଲକ୍ଷ୍ମଣରେଖା ପରିଧିରେ ରହି କାର୍ଯ୍ୟ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଏହି ଆଲୋଚନାରେ ମୁଖ୍ୟତଃ ସାମ୍ବାଦିକମାନ଼ଙ୍କ ବୀମା ରାଶି ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ସହ ମାସିକ ୨୦ହଜାର ଟଙ୍କା ପେନସନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଏଥି ସହିତ ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ବୈଠକରେ ଦାବି କରାଯାଇଛି । ଏହି ଦାବି ନେଇ ଓ.ୟୁ.ଜେ ଗତ ମାସରେ ଗୁଣୁପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରାଜ୍ୟ ସରକାର ତୁରନ୍ତ ଏହି ଦାବି ପ୍ରତି ଯଦି ଧ୍ୟାନ ନଦିଅନ୍ତି, ଆସନ୍ତା ଦିନରେ ଓ.ୟୁ.ଜେ ସାରା ଓଡିଶାର ସମଗ୍ର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭୂବନେଶ୍ୱର ଠାରେ ଏକ ବିଶାଳ ଆନ୍ଦୋଳନ କରିବାକୁ ନିଷ୍ପତି ହୋଇଛି । ଏହି ବୈଠକରେ ଓ.ୟୁ.ଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପ-ସଭାପତି କିଶାନ ରାଉତ, ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ଶେଖର ପରିଡା, ସଙ୍ଗଠନ ସମ୍ପାଦକ ଦୀପକ ଶତପଥୀ, ବିଜୟ ସାହୁ, ପୂର୍ବତ୍ତନ ସଭାପତି ପ୍ରକାଶ ପାଣିଗ୍ରାହୀ , ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ଆଚାର୍ଯ୍ୟ ବିଶ୍ୱରଂଜନ, ବରିଷ୍ଠ ସଦସ୍ୟ ଆଦିତ୍ୟ ମେକାପ, କ୍ଷେତ୍ରବାସୀ ମହାଙ୍କୁଡ, ପ୍ରମୋଦ ସାମନ୍ତରାୟ ଓ ସୁଧାଂଶୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି..
{} ଦିବ୍ୟାଙ୍ଗ ଯୁବତୀଙ୍କ ଅନୁରୋଧ ରକ୍ଷା କଲେ ସୋଆ ଉପ-ସଭାପତି।
ସମାଜସେବା ନିମନ୍ତେ ବଢ଼ାଇଲେ ସହଯୋଗର ହାତ।
() ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶ୍ରୀମତି ଶାଶ୍ୱତୀ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ ସମାଜସେବା ନିମନ୍ତେ ଏକ କାର୍ ଭେଟି ଦେଇଛନ୍ତି ଶ୍ରୀମତି ଦାସ ।
ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁମାରିୟଲ୍ ମିଡିଆ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟ ଏବଂ ଓଡ଼ିଆ ଟିଭି ଚ୍ୟାନେଲ୍ ନ୍ୟୁଜ୍ ୭ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା”(ୱାଓ)ର ଦ୍ୱିତୀୟ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯିବା ଅବସରରେ ସମାଜସେବା କରିବା ନିମନ୍ତେ ଏକ ଚାରି ଚକିଆ ଯାନ ପ୍ରଦାନ କରିବା ନେଇ ମଂଚରେ ଶ୍ରୀମତି ଦାସଙ୍କୁ ଉର୍ବଶୀ ଅନୁରୋଧ କରିଥିଲେ । ଦିବ୍ୟାଙ୍ଗ ଉର୍ବଶୀଙ୍କର କାର୍ଯ୍ୟପନ୍ଥା ଓ ଜୀବନଶୈଳୀ ସମ୍ପର୍କରେ ଅବଗତ ହୋଇ ମଂଚରେ ଭାବ ବିହ୍ୱଳ ହୋଇପଡ଼ିଥିଲେ ଶ୍ରୀମତି ଦାସ । ସେହି ଠାରେ ହିଁ ସେ ଉର୍ବଶୀଙ୍କୁ ଏକ କାର୍ ଭେଟି ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରକ୍ଷା କରି ଶନିବାର ଦିନ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଉର୍ବଶୀଙ୍କୁ କାର୍ ଉପହାର ଦେଇଛନ୍ତି ଶ୍ରୀମତି ଦାସ ।
ଏହି ଅବସରରେ ଆୟୋଜିତ ବୈଠକରେ ଉର୍ବଶୀ ମଧ୍ୟ ବେଶ ଭାବ ବିହ୍ୱଳ ହେବା ସହ ଶ୍ରୀମତି ଦାସଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଜନ୍ମରୁ ହାତ ଅଚଳ ଥିବା ବେଳେ ଦୁଇ ଗୋଡରେ ନିଜର ସମସ୍ତ କାର୍ଯ୍ୟ କରିବା ସହ ଗରୀବ, ଅସହାୟ, ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ସେବା ଓ ସାହାଯ୍ୟ କରିଥାନ୍ତି । କରୋନା ମହାମାରୀ ସମୟରେ ନିଜ ଅଂଚଳର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପଂଚାୟତ ବୁଲି ଲୋକମାନଙ୍କୁ ଉର୍ବଶୀ ସାହାଯ୍ୟ କରିଥିଲେ । ତେଣୁ ଗାଡିଟିଏ ମିଳିଲେ ସେ ଅଧିକ କାର୍ଯ୍ୟ କରିପାରିବେ ବୋଲି ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ ରକ୍ଷା କଲେ ଶ୍ରୀମତି ଦାସ ।
ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ, ଉର୍ବଶୀଙ୍କ ଭଳି ବ୍ୟକ୍ତିତ୍ୱ ଖୁବ୍ ନିଆରା । ନିଜେ ଅକ୍ଷମ ହେବା ସତ୍ୱେ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତି ଏବଂ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ତାଙ୍କୁ ଆଗକୁ ନେବ । ତେଣୁ ଏଭଳି ବ୍ୟକ୍ତିତ୍ୱଙ୍କୁ ସହଯୋଗ କରିବା ଆମର ଦାୟିତ୍ୱ ।
ଏହି ଅବସରରେ ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଏବଂ ନ୍ୟୁଜ ୭ର ଗ୍ରୁପ୍ ଏଡିଟର ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ସେଲ୍ସ ଏବଂ ମାର୍କେଟିଙ୍ଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ହୋତା, ନ୍ୟୁଜ୍୭ ର କାର୍ଯ୍ୟକାରୀ ସଂପାଦକ ଶ୍ରୀ ଦେବନାରାୟଣ ସେଠୀ, ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।











