ପ୍ରାଥମିକ ନିଯୁକ୍ତି ପ୍ରକ୍ରିୟା ଜାରି…

()ଏଗାର ହଜାର ଆଠସହ ଶିକ୍ଷକନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଥମିକ ନିଯୁକ୍ତି ପ୍ରକ୍ରିୟା ଜାରିରହିଛି। କଳିଙ୍ଗ ଷ୍ଟାଡିୟମ୍ ଠାରେ ଅଗଷ୍ଟ 1 ତାରିଖ ଦିନ ଓରିଏଣ୍ଟେସନ କାର୍ଯକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। 6891 ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସେଥିମଧ୍ୟରୁ ଆର୍ଟ୍ସ୍, ସାଇନ୍ସ ,ପିଟି ଓ ଅନ୍ୟାନ୍ୟ ଶିକ୍ଷକ ଅଛନ୍ତି।

ଠିକା ନିଯୁକ୍ତି ନେଇ ଗୃହ ସରଗରମ….

() ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର ଶିର୍ଷକ ମୁଲତବୀ ପ୍ରସ୍ତାଵ ଗୃହରେ ବିଜେପି ପକ୍ଷରୁ ଆଗତ କରଯାଇଥିଲା। ଆଲୋକଚନାରେ ଅଂଶ ଗ୍ରହଣ କରି ଆଉଟ ସୋରସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟସରକାର ଙ୍କ 43 ଟି ବିଭାଗରେ 2 ଲକ୍ଷ 26 ହାଜର 5ଶହ 59 ସରକାରୀ ପଦବୀ ଖାଲି ପଡ଼ିଛି। ଗୃହ ବିଭଗରେ 26798, ରାଜସ୍ୱ ରେ 12761, ବିଦ୍ୟାଳୟ ଓ ଗଣଶିକ୍ଷା ରେ ସର୍ବାଧିକ 61,836, ସ୍ୱାସ୍ଥ୍ୟ ବିଭାରେ 36,045, ଜଳ ସମ୍ପଦ ବିଭଗରେ 8,753, କୃଷି ବିଭଗରେ 9,686, ଉଚ୍ଚ ଶିକ୍ଷା ବିଭଗ 11,522, ଜଙ୍ଗଲ ଓ ପରିବେଶ ବିଭଗରେ 5814, ଅର୍ଥ ବିଭଗରେ 3440 ପଦବୀ ଖାଲି ପଡିଛି। ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନ ଦେଇ ଜିଏସ ଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି। ଯାହା ଯୁବକ ଯୁବତୀ ଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି କେବଳ ଗୃହ , ଶିକ୍ଷା, ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ 1 ଲକ୍ଷରୁ ଅଧିକ ପଦଵୀ ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରାଜ୍ୟର 70 ଟି ବ୍ଲଡ଼ ବ୍ୟାଙ୍କରେ 180 ଜଣ ଠିକା କର୍ମଚାରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଟୁଛନ୍ତି। ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛୁ ବୋଲି ଅଭିଯୋଗ କରିଛନ୍ତି ତାରାପ୍ରସାଦ ବାହିନୀପତି।

ଶୁନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ପ୍ରସଙ୍ଗ କୁ ନେଇ ଗୃହରେ ଉଦବେଗ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା କମିଶନଙ୍କ ରିପୋର୍ଟ ରେ କଣ ତାକୁ ଗୃହରେ ଉପସ୍ଥାପନ କରଯାଉନି । ତେଣୁ ଜସିଷ୍ଟ ରଘୁବିର ଦାସ କମିଶନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହା ସହିତ ସେ ଆହୁରି କହିଛନ୍ତି ଗତ 21 ବର୍ଷ ଧରି ରାଜ୍ୟ ସରକାର 24 ଟି କମିଶନ ବସାଇ ଛନ୍ତି । ଏ ବାବଦ କୁ ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ 8 ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇ ପାରିନି । କମିଶନଙ୍କ କାର୍ଯ୍ୟକାଳ ଶେଷ ହେଇ ଯାଉଛି ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ…

() ବ୍ୟାଘ୍ର ଦିବସ ଅବସରରେ ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ରାଜ୍ୟରେ 2006 ମସିହାରେ 111 ବାଘ ଥିଲେ । ଆଉ 2008 ରେ ଏହି ସଂଖ୍ୟା 28 ରେ ପହଞ୍ଚିଛି । ସେହିପରି ନନ୍ଦନ କାନନ ରେ ପଶୁପକ୍ଷୀ ଙ୍କ ସଂଖ୍ୟା କମିବା ଲାଗିଛି । ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇଲେ ସୁରେଶ କୁମାର ରାଉତରାୟ ।

ମୋହନ-ନିରଞ୍ଜନ ମୁହାଁମୁହିଁ….

() ଶୁନ୍ୟକାଳରେ ମୋହନ-ନିରଞ୍ଜନ ମୁହାଁମୁହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଡକ୍ୟୁମେଣ୍ଟ ଦେଖି କହିବା କୁ ନେଇ ଆପତ୍ତି ଉଠାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । କହିଲେ ବାଚସ୍ପତିଙ୍କ ବିନା ଅନୁମତି ରେ ଗୃହରେ କୌଣସି ଡକ୍ୟୁମେଣ୍ଟ ପଢି ପାରିବେ ନାହିଁ । ମାତ୍ର ମୁଁ ଦେଖୁଛି ବିରୋଧୀ ଦଳ ମୁଖ୍ୟ ସଚେତକ ଅନେକ ସମୟରେ ଡକ୍ୟୁମେଣ୍ଟ ଦେଖି କହୁଛନ୍ତି । ସେପଟେ ମୋହନଙ୍କ ଜବାବ ଆପଣ କାଗଜ ନ ଦେଖିକି କେବେ କିଛି କହୁଛନ୍ତି କି । ଆପଣ ସବୁବେଳେ କାଗଜ ଦେଖି କି କହୁଛନ୍ତି । ମୋତେ ଆପଣ କୁହନ୍ତୁ ନାହିଁ । ପଏଣ୍ଟ ନ ଦେଖିଲେ କିପରି କହିବୁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…

() ବିଧାନସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ମାନଙ୍କ ଜୋରଦାର ହଙ୍ଗାମା । ଗୃହର ମଧ୍ୟ ଭାଗରେ ପ୍ଲାଗ କାର୍ଡ ଧରି ପ୍ରତିବାଦ ।

ଆଜି ମୌସୁମୀ ଅଧିବେଶନର ୧୮ ତମ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ୧୮ ତମ ଦିନ । ଆଜି ବି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଜଳ ସମ୍ପଦ,କ୍ରୀଡା ଓ ଯୁବକଲ୍ୟାଣ,ଯୋଜନା ଓ ସଂଯୋଜନ,ବାଣିଜ୍ୟ,ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି,ପରିବହନ ବିକାଶ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ଠିକା ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଗୃହରେ ଆଲୋଚନା ହେବ । ସେହିପରି ବିଭିନ୍ନ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ।

ବିଧାନସଭା ର ଶୁନ୍ୟକାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ…

() ବିଧାନସଭା ର ଶୁନ୍ୟକାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । 650 କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସୁର । ଶୁନ୍ୟକାଳରେ ସୁରେଶ ରାଉତରାୟ କହିଛନ୍ତି ହସ୍ପିଟାଲ ନିର୍ମାଣ ଭାରତ ସରକାର 400 କୋଟି ଏବଂ ଟାଟା ଟ୍ରଷ୍ଟ 250 କୋଟି ଦେବ । ଏହା ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅବଦାନ ଓ ଉଦ୍ୟମ ରହିଛି । ତାଙ୍କୁ ଏଥିପାଇଁ ସ୍ୱାଗତ ଜଣାଉଛି । ଏପରି ନିଷ୍ପତ୍ତି ଜଟଣୀକୁ ଆହୁରି ବିକଶିତ କରିବ ।

କେବଳ ଏତିକି ନୁହେଁ ପାଇକ ପାଇଁ ଧର୍ମେନ୍ଦ୍ର ପ୍ରଧାନ 200 କୋଟି ଟଙ୍କା ଦେଇଥିଲେ ଏବେ ରାଜ୍ୟ ସରକାର ଜମି ଦେଇଛନ୍ତି ତେଣୁ ଉଭୟଙ୍କୁ ଧନ୍ୟବାଦ ।

ଫୁଟବଲ ମ୍ୟାଚ୍ ଦେଖିବେ ବିଧାୟକ…

() ଫୁଟବଲ ମ୍ୟାଚ୍ ଦେଖିବେ ସମସ୍ତ ବିଧାୟକ। ଭିତ୍ତିଭୂମି ବି ବୁଲି ଦେଖିବେ। କଳିଙ୍ଗ ଷ୍ଟାଡିୟମ୍ରେ ରେ ଭାରତ ଓ ବାଂଲାଦେଶ ମ୍ୟାଚ୍ ଦେଖିବାକୁ ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କଲା କ୍ରୀଡା ବିଭାଗ। ସ୍ଵତନ୍ତ୍ର ବସ ଯୋଗେ ବିଧାନସଭାରୁ କଳିଙ୍ଗ ଷ୍ଟାଡିୟମ ଯିବେ।କ୍ରୀଡା ବିଭାଗ ନିମନ୍ତ୍ରଣ ନେଇ ଗୃହରେ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ l

ଖାଦ୍ୟ ସୁରକ୍ଷା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଗୃହରେ ଘମାଘୋଟ ଆଲୋଚନା…

() ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ନେଇ ଗୃହରେ ଘମାଘୋଟ ଆଲୋଚନା । ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ସେଥି ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ହିତାଧିକାରୀ ଅଛନ୍ତି । ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ ଲକ୍ଷ ୮ ହଜାର ୮୦୮ ହିତାଧିକାରୀ ଅଛନ୍ତି । ଚଳିତ ବର୍ଷ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ୧ ଲକ୍ଷ ୪୯ ହଜାର ୩୫୩ ଜଣଙ୍କୁ ସାମିଲ କରାଯାଇଛି । ଯୋଜନା ଆରମ୍ଭ ଦିନଠୁ ୧୨ ଲକ୍ଷ ୮୧ ହଜାର ୧୪୫ ହିତାଧିକାରୀଙ୍କ ଦେହାନ୍ତ ହୋଇଛି ଓ ସେମାନଙ୍କ ଜାଗାରେ ନୂଆ ହିତାଧିକରୀ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ୧ ଲକ୍ଷ ୪୦ ହଜାର ୫୪୭ ଜଣ ହିତାଧିକାରୀ ଆବେଦନ କରିଛନ୍ତି ।

ଅତନୁ ସବ୍ୟସାଚୀ ନାୟକ, ଯୋଗାଣ ମନ୍ତ୍ରୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news