ବୀମା ରାଶି ବୃଦ୍ଧି ଦାବିରେ ଆନ୍ଦୋଳନ ଡାକରା…

- Advertisement -

{} ବୀମା ରାଶି ବୃଦ୍ଧି ଦାବିରେ ଆନ୍ଦୋଳନ ଡାକରା

(ସୀମା ଉଲଂଘନ ନକରୁ ଗଣମାଧ୍ୟମ : ଓ.ୟୁ.ଜେ)

() ଭୂବନେଶ୍ୱରସ୍ଥିତ ଓ.ୟୁ.ଜେ ଭବନ ଠାରେ ଆଜି ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ଓ.ୟୁ.ଜେ ରାଜ୍ୟ ସଭାପତି ତଥା ପ୍ରେସ କାଉନସିଲ୍ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଛାଡି ଗଣମାଧ୍ୟମ ଯେଉଁଭଳି ଗୁରୁତ୍ୱହୀନ ପ୍ରସଙ୍ଗ ପଛରେ ଧାଇଁଛି, ଏଥିନେଇ ବୈଠକରେ ଉଦବେଗ୍ ପ୍ରକାଶ କରାଯାଇଛି । କାହାର ବ୍ୟକ୍ତିଗତ ସ୍ୱାଧୀନତାରେ ହସ୍ତକ୍ଷେପ ନକରି ସାମ୍ପାଦିକ ଓ ଗଣମାଧ୍ୟମ ଲକ୍ଷ୍ମଣରେଖା ପରିଧିରେ ରହି କାର୍ଯ୍ୟ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଏହି ଆଲୋଚନାରେ ମୁଖ୍ୟତଃ ସାମ୍ବାଦିକମାନ଼ଙ୍କ ବୀମା ରାଶି ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ସହ ମାସିକ ୨୦ହଜାର ଟଙ୍କା ପେନସନ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଏଥି ସହିତ ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ବୈଠକରେ ଦାବି କରାଯାଇଛି । ଏହି ଦାବି ନେଇ ଓ.ୟୁ.ଜେ ଗତ ମାସରେ ଗୁଣୁପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରାଜ୍ୟ ସରକାର ତୁରନ୍ତ ଏହି ଦାବି ପ୍ରତି ଯଦି ଧ୍ୟାନ ନଦିଅନ୍ତି, ଆସନ୍ତା ଦିନରେ ଓ.ୟୁ.ଜେ ସାରା ଓଡିଶାର ସମଗ୍ର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭୂବନେଶ୍ୱର ଠାରେ ଏକ ବିଶାଳ ଆନ୍ଦୋଳନ କରିବାକୁ ନିଷ୍ପତି ହୋଇଛି । ଏହି ବୈଠକରେ ଓ.ୟୁ.ଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପ-ସଭାପତି କିଶାନ ରାଉତ, ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ଶେଖର ପରିଡା, ସଙ୍ଗଠନ ସମ୍ପାଦକ ଦୀପକ ଶତପଥୀ, ବିଜୟ ସାହୁ, ପୂର୍ବତ୍ତନ ସଭାପତି ପ୍ରକାଶ ପାଣିଗ୍ରାହୀ , ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ଆଚାର୍ଯ୍ୟ ବିଶ୍ୱରଂଜନ, ବରିଷ୍ଠ ସଦସ୍ୟ ଆଦିତ୍ୟ ମେକାପ, କ୍ଷେତ୍ରବାସୀ ମହାଙ୍କୁଡ, ପ୍ରମୋଦ ସାମନ୍ତରାୟ ଓ ସୁଧାଂଶୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles