ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ…

( )ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ।

କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ ଓ ଆଧ୍ୟାତ୍ମିକଧର୍ମୀ ପୁସ୍ତକ ‘ଭାଗବତ କଥାମୃତ’।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି ।

ଭାଗବତ କଥାମୃତ ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଏହି ଦୁଇଟିଯାକ ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ।

ଲେଖକ ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଦୀର୍ଗ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।

କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ…

() କେନ୍ଦ୍ରକୁ ଟୀକା ପାଇଁ ଚିଠି ଲେଖିଛି ରାଜ୍ୟ ୨କୋଟି ଡୋଜ ଟୀକା ଦେବା ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି l

ଜନ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…

() କୋଭିଡ ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା l ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା ! ପ୍ରାୟ 15ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ l ମହାରାଷ୍ଟ୍ର,କେରଳ, ତାମିଲନାଡୁ, ଦିଲ୍ଲୀ ରେ ଚତୁର୍ଥ ଲହର ଅତିକ୍ରମ କଲାଣି, ପ୍ରାୟ ତ ଆମେ ସେହି ଷ୍ଟେଜ ଅର୍ଥାତ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଅଛେ l ଯେଉଁସ୍ଥିତି 20ହଜାର ଉପରକୁ ଟେଷ୍ଟ ହେଉଥିବା ବେଳେ ମାତ୍ର 700ରୁ 800 କେସ ଆସୁଛି l ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ଅଛି, ଡାକ୍ତରଖାନା ଭର୍ତ୍ତି ହେବା କମ ଅଛି l ରୋଗୀ ସଂଖ୍ୟା ବି ଡାକ୍ତରଖାନାରେ କମ ଅଛି l ଭ୍ୟାକସିନେସନ ଫଳରେ ଲୋକଙ୍କ ଦେହରେ ଲକ୍ଷଣ କମ କରୁଛି ତେଣୁ ଏହା ଏକ ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି l

କାଶୀପୁର ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

କାଶୀପୁରରେ ଝାଡା ବାନ୍ତି ସଂଖ୍ୟା କମିଆସିଲାଣି l ଡେଲି ରିପୋର୍ଟ ଯାହା ଜିଲ୍ଲା ମାନଙ୍କରୁ ଆସୁଥିଲା ଏବେ ତାହା କମିଆସିଲାଣି l ଯେହେତୁ ବର୍ଷା କମିଛି ତେଣୁ ବିଭିନ୍ନ ଜିଲ୍ଲା ନୂଆ କେସ ଡିଟେକ୍ସନ ଜିରୋ କୁ ଆସିଗଲାଣି, କିନ୍ତୁ କାଶୀପୁରରେ ଗୋଟେ ଦୁଇଟି କେସ ଆସୁଛି l

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ବୁଷ୍ଟର ଡୋଜ ନେବାକୁ ଆଗ୍ରହ ନାହାନ୍ତି ଲୋକ…

() ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ,ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ସୁଦ୍ଧା ରାଜ୍ୟର 87 ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ଅର୍ଥାତ ରାଜ୍ୟର 2 କୋଟି 84 ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ 42 ଲକ୍ଷ 70 ହଜାର 487 ଲୋକେ ନେଇଛନ୍ତି ବୁଷ୍ଟର ଡୋଜ । ଯାହାକି ମାତ୍ର 13 ପ୍ରତିଶତ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର 25 ଲକ୍ଷ ଲୋକ ନେଇ ନାହାନ୍ତି ଦ୍ୱିତୀୟ ଡୋଜ ଟୀକା । କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ 90 ପ୍ରତିଶତ ରୁ କମ ଟୀକା କରଣ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟୀକା କରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତ ଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଅନୁରୋଧ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ କୋଭିସିଲଡ଼ ଟୀକା କମ ରହିଥିବାରୁ କେନ୍ଦ୍ର କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବରୁଦ୍ଧରେ ଅଗଷ୍ଟ ୫ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ…

{} ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି, ବେକାରୀ ସମସ୍ୟା ମନଇଛା ଜିଏସଟି ଅଗ୍ନିପଥ ଯୋଜନା ଲାଗୁ ପ୍ରତିବାଦରେ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ ।

() ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କୁ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି । ସେହିଭଳି ଭାବରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି । କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି । ତରବରିଆ ଭାବରେ କେନ୍ଦ୍ର ସରକାର ଜିଏସଟି ଲାଗୁ କଲେ ଏବଂ ସ୍ୱପ୍ନ ଦେଖାଇଲେ ଜିଏସଟି ଦ୍ୱାରା ଜିନିଷପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ, ଖାଉଟିମାନେ ଲାଭ ପାଇବେ । କିନ୍ତୁ ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୂଲିଲେ ନାହିଁ । ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି । ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ । ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ । ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ । ମୋଦି ସରକାର ପ୍ରତିବର୍ଷ ୨ କୋଟି ଚାକିରି ଦେବାରେ ପ୍ରତିଶ୍ରୁତି ଦେଇଥିଲା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ଆଜି ପାଂଖାପାଖି ୧୩ କୋଟିରୁ ଅଧିକ ଲୋକ ନିଜର ଚାକିରି ଓ ରୋଜଗାର ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ୨୨ କୋଟି ଶିକ୍ଷିତ ଯୁବକଯୁବତୀ ଏହି ୮ବର୍ଷ ଭିିତରେ ସରକାରୀ ଚାକିରି ପାଇଁ ଆବେଦନ କରିଥିଲା ବେଳେ ମାତ୍ର ୭ଲକ୍ଷ ୨୨ ହଜାରଙ୍କୁ ନିଯୁକ୍ତି ମିଳିଛି । ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି । କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା । ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ । ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ । ସେନାବାହିନୀରେ ସୌନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ ।ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ । ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ ।

ସଂଶୋଧନ ବିଲ-୨୦୨୧ ର ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ଯାଜପୁର ସାଂସଦ…..

() ଆଜି ସଂସଦରେ ବନ୍ୟଜନ୍ତୁ(ସଂରକ୍ଷଣ) ସଂଶୋଧନ ବିଲ-୨୦୨୧ ର ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ l ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ଉପରେ ଏହା ବେଶ ସହାୟକ ହେବ ବୋଲି ସାଂସଦ ଶର୍ମିଠା ସେଠୀ କହିଛନ୍ତି l ଏହାସହ ଏହି ଆଇନର ବିଭିନ୍ନ ଦିଗ ଉପରେ ସେ ନିଜର ମତ ରଖିଥିଲେ I

ବିଧାନ ସଭାରେ ଲୋକାୟୁକ୍ତ ବିଲ୍..

() ବିଧାନସଭାରେ ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2022। ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭଳି ଲୋକାୟୁକ୍ତ ବି ଅଦାଲତ ଅବମାନନା ନୋଟିସ ଜାରି କରିପାରିବେ। ଅନ୍ୟପଟେ ଯେଉଁ ଅଫିସର ମାନେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ compliance report ପ୍ରସ୍ତୁତ କରୁନାହାନ୍ତି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ। ସଂଶୋଧନ billରେ ଏସବୁ ବ୍ୟବସ୍ଥା ରହିଛି। ସରକାର ପକ୍ଷରୁ ଅଣା ଯାଇଥିବା ବିଲରେ ମୁଖଶାସନ ମାନେ ମୁଖମନ୍ତ୍ରୀ ବୋଲି ଉଲେଖ ଥିଲା . ଯାହାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ. ତାସ୍ୱତେ ବି ବିଲ ପାସ ହୋଇଥିଲା

ଦେଓ ମାଳି କୁ ନେଇ ପୁଣି ମୁଁହ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅସ୍ଵନି ପାତ୍ର…

() ଦେଓ ମାଳି କୁ ନେଇ ପୁଣି ମୁଁହ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅସ୍ଵନି ପାତ୍ର । କହିଲେ ମୁଁ କିଛି ଭୁଲ କହିନି ଯାହା ରେକଡ୍ ରେ ଥିଲା ତାହା ମୁ ଗୃହରେ ଉପସ୍ଥାପନ କରିଥିଲି ।ସମଗ୍ର ସମ୍ପତି ଓଡ଼ିଶାର । ପର୍ବତ ମାଳ ପରେ ଥିବା ଗା ଗୁଡ଼ିକ ଓଡ଼ିଶାରେ ଅଛି।ବାଚସ୍ପତି ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ଦେଓ ମାଳି ଓଡ଼ିଶାର କୌଣସି ସୀମା ବିବାଦ ନାହିଁ।ରେକଡ୍ କହୁଛି ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ଖାତାରେ ତଥ୍ୟ ନାହିଁ। କିଭଳୀ ଦେଓ ମାଳି ରେକଡ୍ କୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ।ଖୁବ୍ ଶୀଘ୍ର ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ସମାଧାନ କରାଯିବ।

ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ…

() ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ବାଚସ୍ପତି ଗଠନ କଲେ କମିଟି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି। ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ।

ଦେଓ ମାଳି କାହାର ?…

() ଦେଓମାଳି ଓଡ଼ିଶାର ରେଭିନିୟୁ ଓ ଜଙ୍ଗଲ ବିଭାଗ ଖାତାରେ ନଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ଗୃହରେ ଦେଇଥିବା ମନ୍ତବ୍ୟ କୁନେଇ କଂଗ୍ରେସ ର କ୍ଷୋଭ।କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,ଗୋଟେ ପଟେ ଆନ୍ଦ୍ର କୋଟିଆ କୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଦେଓ ମାଳି ରେ ଆନ୍ଧ୍ର ଆଧିକରି ମାନେ ବୁଲୁଛନ୍ତି। ଦେଓ ମାଳି ହେଉଛି ସମୁଦ୍ର ପତନ ଠୁ 5000 କିଲୋ ମିଟର ଉର୍ଦ୍ଧରେ ରହିଛି।ପର୍ଯ୍ୟଟନ ମନ୍ତ୍ରୀ କେଭଳି ଜାଣିପାରିଲେନି। ବାଚସ୍ପତି ଙ୍କୁ ରୋଲିଂ ପାଇଁ ଦାବି କଲେ ବିଧାୟକ।

ସେପଟେ ମନ୍ତ୍ରୀ ଙ୍କ ଉତ୍ତର କୁ ନେଇ ବାଚସ୍ପତି ମଧ୍ୟ ଆଚମ୍ବିତ ହୋଇଥିବା ଗୃହରେ ପ୍ରକାଶ କରିଛନ୍ତି।ତେଣୁ ଜଙ୍ଗଲ ,ରଯୋସ୍ଵ ଓ ପର୍ଯ୍ୟଟନ ମଳିତ ସମୁନୟ ବୈଠକ କରି ପଦକ୍ଷେପ ନେବାକୁ ନେଇ ମନ୍ତ୍ରୀ ଅଶ୍ୱନୀ ପାତ୍ର ଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।ସେହି ପ୍ରସଙ୍ଗକୁ ଗୃହରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଏହା ଗୃହରେ ରେକଡ୍ ରହି ରାଜ୍ୟ ବାସୀ ଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି ଦେଓ ମାଳି କାହାର ?

ତେଣୁ ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବାଚସ୍ପତି ଙ୍କ ନିକଟରେ ଦାବି କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news