ସୋଆ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିଥିଲେ । ପତାକା ଉତୋଳନ କରିବା ପରେ ନିଜ ଅଭିଭାଷଣରେ ପ୍ରଫେସର ମହାପାତ୍ର କହିଥିଲେ ଯଦିଓ ଭାରତ ୭୫ ବର୍ଷ ପୂର୍ବରୁ ସ୍ୱାଧୀନତା ହାସଲ କରିଛି ତଥାପି ଲୋକମାନେ ଏବେ ବି ନିଜର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ।

ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ୩୫ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ “ଡ୍ରଗ୍ ରେଜିଷ୍ଟାଂଟ ଟ୍ୟୁମରକୁଲୋସିସ୍‌”ରେ ଆକ୍ରାନ୍ତ ଅର୍ଥାତ୍ ସେମାନଙ୍କ କ୍ଷେତ୍ରରେ ଔଷଧ କାମ କରୁନାହିଁ ବୋଲି ସେ କହିଛନ୍ତି ।ଦେଶରେ ବର୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଲୋକମାନେ ସେମାନଙ୍କର ଅଧିକାର ନେଇ ସଚେତନ ଥିବା ବେଳେ ଦାୟିତ୍ୱ ବିଷୟରେ ସଚେତନ ନୁହଁନ୍ତି । ତଥ୍ୟକୁ ଆଧାର କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସାମାଜିକ ସଚେତନତା କ୍ଷେତ୍ରରେ ଭାରତ ସବୁଠାରୁ ତଳେ ଅଛି । ତେଣୁ ଶିକ୍ଷିତ ଲୋକଙ୍କୁ ଶିକ୍ଷିତ କରାଇବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସୋଆର ୨୫ ବର୍ଷ ପୂରଣ ହେବା ସହ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିôବାରୁ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋଆ ପାକ୍ଷିକ ବକ୍ତୃତା ମାଳା (ସୋଫାଲ୍‌)କୁ ନେଇ ପ୍ରସ୍ତୁତ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଦାନ କରିଥିବା ବହୁମୂଲ୍ୟ ବକ୍ତବ୍ୟକୁ ନେଇ ପୁସ୍ତକ ‘ସୋଫାଲ ମାଲା’ ପ୍ରସ୍ତୁତ କରାଯାଇଛି ।

ଏହି ବକ୍ତୃତା ମାଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଥିଲେ ।

ବିଶ୍ୱ ବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆର ଚାନ୍‌ସେଲର ପ୍ରଫେସର ଡି.ପି. ରାୟ, ପ୍ରୋ-ଚାନ୍‌ସେଲ୍‌ର ପ୍ରଫେସର ବାନାର୍ଜୀ, କୁଳପତି ପ୍ରଫେସର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରପେସର ବିଭୁତି ଭୂଷଣ ପ୍ରଧାନ, ସୋଆ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଇଦିନ ପରେ ପୁଣି ବର୍ଷିବ…

{} ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି…

() ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତୀ ଉତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହଁାଁଇବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି । ଏହାର ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏଂହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକରେ ଲଘୁଚାପର ପ୍ରଭାବ ରହିବ । ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୋନ୍‌ପୁର, ବୌଦ୍ଦ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

ପଶ୍ଚିମ ଏବଂ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏବଂ ମହାନଦୀର ଅପର ଏବଂ ଲୋୟର କ୍ୟାଚ୍‌ମେଂଟ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଅଗଷ୍ଟ ୧୯ ତାରିଖ ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଛତିଶଗଡ଼ରେ ଅଗଷ୍ଟ ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ଷାର ପରିମାଣ ଅଗଷ୍ଟ ୨୧ ତାରିଖରୁ କମିବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ ହସ୍ପିଟାଲ୍ ପରିସରରେ ପ୍ରଦର୍ଶିତ ହେଲା ଅହିଂସା ରଥ….

() ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ଅବସରରେ ମହାତ୍ମାଗାନ୍ଧୀଙ୍କ ବାର୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିôବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଓ ଭିଡିଓ ରଥ ‘ଅହିଂସା ରଥ‘ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ରଥଟି ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ମଧ୍ୟ ପହଂଚିଥିଲା । ଛାତ୍ରଛାତ୍ରୀ, ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍‌ର କର୍ମକର୍ତାଙ୍କ ସମେତ ଏଠାକୁ ଆସିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଭିଡିଓକୁ ଦେଖିଥିଲେ ।

ରାଜ୍ୟରେ ଗମ୍ଭୀର ରହିଛି ବନ୍ୟା ସ୍ଥିତି…

()ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି,ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : SRC

ବନ୍ୟାର ଏପରି ସ୍ଥିତି ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ।

{} ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (medium and high flood)ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା। 10 ଜିଲ୍ଲାକୁ ସତର୍କ କରାଯାଇଛି । ବର୍ତ୍ତମାନ ୧୧ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ମୁଣ୍ଡଳୀ ରେ ଯାଉଛି ଯାହା ୧୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । ପରବର୍ତ୍ତୀ ସମୟରେ ହୀରାକୁଦ ଡ୍ୟାମ ରୁ ଅଧିକ ଗେଟ ଖୋଲିବା ପରେ ବି ମୁଣ୍ଡଳୀ ଠାରେ ୯ ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପାସ କରାଇବା ପାଇଁ ଆମେ ଚେଷ୍ଟା କରିବୁ । 3 ଟା ରେ ବୈଠକ ବସିବା ପରେ ହୀରାକୁଦ ର କେତେ ଗେଟ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ପାଣି ସହିତ ନ ଖେଳିବା ବନ୍ୟା ଅଞ୍ଚଳର ଲୋକଙ୍କୁ SRC ଙ୍କ ଅନୁରୋଧ।

ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ବନ୍ୟା ଜଳ…

() ପଥରଲା,ଖଇରମାଳ, ବରମୂଳରେ ଜଳ ପ୍ରବାହ କମିଛି । ମୁଣ୍ଡଳୀରେ ଜଳ ସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାହିତ ହୋଇଛି । 11 ଲକ୍ଷ 60 ହଜାର କ୍ୟୁସେକ ପାଣି ପାସ କରୁଛି ଏହା 10 ରୁ 20 ହଜାର କ୍ୟୁସେକ ବଢ଼ିପାରେ । ଏବଂ ତା ତା ପରେ ମୁଣ୍ଡଳୀରେ ବି ଜଳ ପ୍ରବାହ କମିବ । ଅପରାହ୍ନରେ ହୀରାକୁଦ ର ଗେଟ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ତେଲ ବେସିନ ରେ ମଧ୍ୟ ଜଳ ପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ବିଜୟ ମିଶ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତି ସମୀକ୍ଷା….

() ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ସବୁ ଜୀବନ ମୂଲ୍ୟବାନ ହେଉଛି ଆମର ନୀତି।

ଯେପରି ଗୋଟିଏ ବି ଜୀବନ ହାନୀ ନ ହୁଏ ଓ ଯୋଗାଯୋଗରେ କୌଣସି ଗୁରୁତର ବିଭ୍ରାଟ ନ ହୁଏ, ତାହୁ ସୁନିଶ୍ଚିତ କର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରୂହନ୍ତୁ।

{} ବିପଦସଂକୁଳ ସ୍ଥାନ ଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତର ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।

ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ NDRF, ODRAF ଓ Fire Service Unit ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।ସେପିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଶକ୍ତି ବିଭାଗ ମଧ୍ୟ ବିଦ୍ୟାତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । କୌଣସି ଅବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି NDRF ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ CMC Commissioner ଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି । କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ବିପଦର ବନ୍ଧୁ ରମେଶ….

() ଦୁର୍ଦ୍ଦିନର ସଖା। ଯେଉଁଠି ବିପଦ ଆସିଲେ ସଙ୍ଗେ ସଙ୍ଗେ ସେଠାରେ ପହଂଚି ଯାଆନ୍ତି। ସେ ରାତି ହେଉ ଅବା ଦିନ। ତାର କୋୖଣସି ଫରକ ପଡେ ନାହିଁ। ଆଉ ନିଜ ନିର୍ବାଚନୀ ମଣ୍ଡଳୀରେ ବିଧାୟକ ଭାବେ ନୁହେଁ ଜଣେ ଦରଦି ବନ୍ଧୁ ଭାବରେ ଅଂଚଳର କାମ କରନ୍ତି। ଏମିତି ଜଣେ କର୍ମଠ ହେଉଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଫଳରେ ମହାନଦୀ ପାର୍ଶ୍ୱବର୍ତୀ ଅଞ୍ଚଳରେ ଭୟଙ୍କର ବନ୍ୟା ଦେଖାଦେଇଛି। ଆଠମଲ୍ଲିକର କିଛି ପଂଚାୟତ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଆଶଙ୍କା ଦେଖା ଦେବା କ୍ଷଣେ ହିଁ ସେ ସମ୍ପୂକ୍ତ ଅଞ୍ଚଳରେ ପହଂଚି ଲୋକଙ୍କ ସମସ୍ୟା ରେ ଠିଆ ହୋଇଛନ୍ତି ବିଧାୟକ। କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ, କେମିତି ରିଲିଫ ମିଳିବ? ବିଶେଷ ଭାବରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ କେମିତି ସେ ତାକୁ ଡାକ୍ତରଖାନା ନିଆଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ବନ୍ୟା ମୁକାବିଲା ପାଇଁ ପ୍ରଶାସନକୁ ମଧ୍ୟ ତତ୍ପର କରି, ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ବିପର୍ଯ୍ୟୟ ପରିଚାଳନା ଦେଶରେ ଏକ ନମ୍ବର। ଯେଉଁଥିରେ ଜନ ପ୍ରତିନିଧିମାନଙ୍କର ଅନେକ ଭୂମିକା ରହିଥାଏ। ଏହି କ୍ରମରେ ରମେଶ ମଧ୍ୟ ମୁଖ୍ୟମନ୍ତ୍ରୀ ହନୁମାନ ସାଜି ଆଠମଲ୍ଲିକବାସୀଙ୍କ ସେବାରେ ଲାଗିପଡିଛନ୍ତି । ଜଣେ ନେତା ଭାବରେ ନୁହେଁ ବରଂ ଜଣେ ଦରଦୀ ଆଠମଲ୍ଲିକିଆ ଭାବରେ। ରମେଶଙ୍କ କାର୍ଯ୍ୟଶୈଳିକୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଦଳ ମତ ନିର୍ବିଶେଷରେ ସବୁଠି ପ୍ରସଂଶା କରିଛନ୍ତି।

ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ….

() ସ୍ବାଧିନତା ଦିବସ ନିଆରା ଢଙ୍ଗରେ ପାଳିତ

ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ।

ଜଳରେ ଭାସିବାର କୈାଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ଦେବ ମୁକ୍ତି।

{} ଭୁବନେଶ୍ୱର ରେ ନିଆରା ଢଙ୍ଗରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ଜଳ ଯୋଗ ଗୁରୁ ଅଶୋକ କୁମାର ବରାଳ ଭୁବନେଶ୍ୱର ସ୍ଥିତ ଐତିହାସିକ ପୁଷ୍କରିଣୀ ଜଳରେ ଭାସି ଜାତୀୟ ପତାକା ଉଡ଼ାଇ ଛନ୍ତି। ଜଳରେ ଭାସମାନ ଅବସ୍ଥାରେ ତ୍ରିରଙ୍ଗା ପତାକା କୁ ସଲାମି ଦେଇ ଦେଶର ସ୍ବାଧୀନତା ପାଇଁ ଆତ୍ମବଳି ଦେଇ ଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ଛନ୍ତି। ୭୫ ବର୍ଷ ତଳେ ଆମ୍ଭେମାନେ କେବଳ ଇଂରାଜେ ମାନଙ୍କ ଠାରୁ ସ୍ବାଧିନ ହୋଇ ଥିଲୁ ହେଲେ ସେହି ଆଜାଦି ଆମକୁ ଭୁଖା , ଅଶିକ୍ଷିତ, ଅସ୍ପୃଶ୍ୟତା, ଅସ୍ଥିରତା ଏବଂ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଠାରୁ ମୁକ୍ତି ଦେଇଛି। ସ୍ବାଧିନ ଭାରତରେ ଆମେ କେବଳ ସୁରକ୍ଷିତ ନାହୂଁ ଆମେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବୈଷୟିକ କ୍ଷେତ୍ର ରେ ବିଶେଷ ପ୍ରଗତି କରିଛୁ। ଯାହାଫଳରେ ଭାରତ ବିଶ୍ଵ ରେ ନିଜର ପତିଆରା ଜାହିର କରିପାରିଛି ବୋଲି ଶ୍ରୀ ବରାଳ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଜଳରେ ଭାସିବା କୈ।ଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ମୁକ୍ତ ଦେବ । ଯେଉଁଥିପାଇଁ ସେ ଜଳରେ ଭାସମାନ ଅବସ୍ଥାରେ ପତକା ଉଡ଼ାଇ କରିଛନ୍ତି।

ଜଳରେ ଭାସିବାର ଗୁଣ ପ୍ରତ୍ୟେକ ପ୍ରାଣୀ ଙ୍କ ଶରୀରର ରହିଛି। ମନୁଷ୍ୟ ଶରୀର ରେ ମଧ୍ୟ ପାଣିରେ ଭାସିବାର ଗୁଣ ରହିଛି ଏହି ସନ୍ଦେଶ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ଜଳ ଯୋଗ ଗୁରୁ ଅଶୋକ ବରାଳ ଏହି ଅବସରରେ ପ୍ରୟାସ କରିଛନ୍ତି। ଏହି ଉତ୍ସବ ରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ର ଛାତ୍ରଛାତ୍ରୀ ମାନଙ୍କ ସହିତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,, ଫୋରମ୍ ଫର ସ୍ମାର୍ଟ ର ପ୍ରତିଷ୍ଠାତା ସଦସ୍ୟା ତଥା ସଂଙ୍କଳ୍ପ ଟିଭି ର ପ୍ରତିଷ୍ଠାତା ଅଶୋକ ଦାସ, ଯୁବ ଏବଂ କ୍ରିଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଓ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।।

ଆଖିଲ ଭାରତୀୟ ମହିଳା ସମ୍ବିଳନ ଦେବଗଡ଼ ଶାଖା ପକ୍ଷରୁ ସ୍ବାଧୀନତା ଦିବସ ପାଳନ…

()  ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ତଥା ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆଖିଳ ଭାରତୀୟ ସମ୍ବିଳନ ,ଦେବଗଡ଼ ଶାଖା ପକ୍ଷରୁ ଉତ୍ସାହ ଉଦିପନା ସହ ପାଳିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡି ଧର୍ମଶାଳା ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବ ରେ ସଦସ୍ୟା ମାନେ ଯୋଗ ଦେଇ ଜାତୀୟ ପତାକା କୁ ସଲାମୀ ଦେବା ସହ ସମୂହ ଜାତୀୟ ସଙ୍ଗୀତ ବୋଲି ଥିଲେ । ପରେ ଉପସ୍ଥିତ ଜନତା କୁ ମିଷ୍ଠାନ ବଣ୍ଟନ କରିଥିଲେ । ଦେବଗଡ଼ ଶାଖା ର ସଭାପତି କବିତା ଗୋଏଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପ ସଭାପତି କିରଣ ଅଗ୍ରୱାଲ, ସମ୍ପାଦକ ଅନିତା ଅଗ୍ରୱାଲ , ସରିତା ସମାନୀ, ଶିଖା ଅଗ୍ରୱାଲ, ନୈନା ଅଗ୍ରୱାଲ, ସୋନି ମିତଲ , ବବଲି ମିତଲ ,ଅମ୍ବିକା ସମାନୀ ପ୍ରମୁଖ ଯୋଗ ଦେଇ ଅତୀତର ସେହି ବୀର ମାନଙ୍କ ବଳିଦାନ କୁ ମନେ ପକାଇବା ସହ ଏକ ସୁସ୍ଥ ଏବଂ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

ହୋଇପାରେ ବନ୍ୟା…

()ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା । ପ୍ରବଳ ବନ୍ୟା କୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ 5 ଲକ୍ଷ କ୍ୟୁସେକ ପାଣି ଆସୁଥିବା ରୁ ହୀରାକୁଦ ର 8 ଟି ଗେଟ ବନ୍ଦ କରାଗଲା । ତେଣୁ ମୁଣ୍ଡଳୀ ଦେଇ ଆମେ 11 ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ 621 ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବା ରୁ ଆହୁରି ଏହି ପାଣି ବଢ଼ିବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା…

ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସୂଚନା
ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ 7 ଟି ବ୍ଲକ ରେ 200 ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । 132 ଟି ବ୍ଲକ ରେ 50 ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦ କୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ 9 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି 5 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ । ହୀରାକୁଦର 8 ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ । ଯାହା ଦ୍ୱାରା ହୀରାକୁଦ ରୁ ବନ୍ୟା ଜଳ ଛାଡିବା କମିଛି । 1 ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ । ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ 11 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ । ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ 12 ଲକ୍ଷ କ୍ୟୁସେକ ପାଣି ହୋଇଯିବ । ମୁଣ୍ଡଳୀରେ ଏବେ 9 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ଆସନ୍ତା କାଲି 11 ଲକ୍ଷ କ୍ୟୁସେକ ରେ ପହଁଚିବ । ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ
ଓଡ୍ରାଫର ଆଉ ଏନଡ଼ିଆରଫ 12 ଟି ଓ ଅଗ୍ନି ଶମ ବିଭାଗର 20 ଟି ଟିମ ଅତିରିକ୍ତ ପଠାଯାଇଛି ।

କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା,କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା 18 ତାରିଖରେ ଆଉ ଏକ ଲଘୁଚାପ ଆସିବ। IMD DG ଙ୍କ ସହ ଆଲୋଚନା ହୋଇଛି। ତାହାର ଏତେ ପ୍ରଭାବ ରହିବ ନାହିଁ

ପ୍ରଦୀପ କୁମାର ଯୋଜନା, ସ୍ୱତନ୍ତ୍ର ରିଲିଫ କମିଶନର

Follow us

20,832FansLike
0FollowersFollow
14,700SubscribersSubscribe

Latest news