ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ…

() ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ ,

ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ।

ଅହିଂସା ରଥକୁ ସ୍ବାଗତ, ସମ୍ମାନିତ ହେଲେ ସ୍ବାଧୀନତା ସଂଗ୍ରାମୀ।

ଅଶ୍ବତ୍ଥ ବୃକ୍ଷ ଶାନ୍ତି, ସ୍ବାଧୀନତା ଓ ଅହିଂସାର ପ୍ରତୀକ – ମୁଖ୍ୟମନ୍ତ୍ରୀ ।

() ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରିଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।

ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି, ଶ୍ରୀ ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ସାମଲଙ୍କୁ ଏକ ଶାଲ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଉତ୍କଳ ପ୍ରସଙ୍ଗ, odisha review ର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶା ରେ ଗାନ୍ଧୀ ପୁସ୍ତକ ର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ଓ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ବିଶିଷ୍ଟ ଗାୟିକା ନାଜ଼ୀଆ ଆଲାମ ରାମଧୁନ ଗାନ କରିଥିଲେ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ…

() ଦୁର୍ଗା ପୂଜା ପାଇଁ ଚଳ ଚଂଚଳ ହୋଇଛି ଶକ୍ତପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ। ସକାଳୁ ମହା ସ୍ନାନ ପରେ ମା ଦ୍ବିଭୁଜାଙ୍କ ପାଦ ସ୍ପର୍ଶ ଆରମ୍ଭ ହୋଇଛି। ଯାଜପୁର ଓ ପଡୋଶୀ ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଛିଡା ହୋଇ ମା’ଙ୍କ ପାଦ  ଦର୍ଶନ କରିଛନ୍ତି। ନବ ରାତ୍ରୀର ଅଷ୍ଟମ ଦିନରେ ମା ବିରଜା ତାଙ୍କ ସମସ୍ତ ଭକ୍ତଙ୍କୁ ଦେବୀ ଦୁର୍ଗା ରୂପରେ ଦର୍ଶନ ଦେଉଛନ୍ତି  । ସକାଳୁ ପ୍ରଥମେ ବ୍ରାହ୍ମଣ ମାନେ ବୈତରଣୀ ନଦୀରୁ ଜଳ ଆଣି ମା’ଙ୍କ ସ୍ନାନ କରାଯାଇଥିଲ‍। ଏହା ପରେ ରୀତିନୀତି ଅନୁସାରେ ମା’ଙ୍କ ଷୋଡଶ ଉପଚାର ପୂଜା କରାଯାଉଛି। ଏଥି ପାଇଁ ଚଳଚଂଚଳ ହୋଇଛି ବିରଜା ପୀଠ। ଅପରାହ୍ନରେ ମା’ଙ୍କ ବିଜୟା ରଥ ମନ୍ଦିର ଚତୁଃପାଶ୍ବ ପରିକ୍ରମା କରିବ।

ରାଜନୀତିର ଗ୍ରାଣ୍ଡ ମାଷ୍ଟର ନବୀନ….

()ରାଜନୀତିର ଗ୍ରାଣ୍ଡ ମାଷ୍ଟର ନବୀନ । ଦେଶର ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ରହିବାରେ ନବୀନର ରହିଛି ସ୍ବତନ୍ତ୍ର ପରିଚୟ । ୨୫ ବର୍ଷ ଧରି ନିରନ୍ତର ଭାବେ ରାଜ୍ୟ ଶାସନ କ୍ଷମତାର ମଙ୍ଗ ଧରି ରାଜ୍ୟର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାଜିଛନ୍ତି l ଲୋକାଭିମୁଖୀ ଯୋଜନା ଓ ସ୍ବଚ୍ଛ , ନିର୍ମଳ ଶାସନ ପାଇଁ ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କର ଲୋକପ୍ରିୟତା ଳପ୍ରତି ନିର୍ବାଚନ ବଡ଼ିବଡି ଚାଲିଛି । ଯେଉଁଥି ପାଇଁ ବିଜେଡ଼ି ଆଜି ମହାଦ୍ରୁମରେ ପରିଣତ ହୋଇଛି । ନବୀନଙ୍କ ଲୋକପ୍ରିୟତା ଯୋଗଁୁ ବିଜେଡ଼ି ଆଖପାଖକୁ ଆସିପାରୁନାହାନ୍ତି ବିରୋଧୀ । ଏସବୁ ପାଇଁ ପୁଣି ଜାତୀୟ ଗଣମାଧ୍ୟମ ଶିରୋନାମାରେ ନବୀନ ସାଜିଛନ୍ତି ରାଜନୀତିର ଚାଣକ୍ୟ ।

ରାଜନୀତିର ର ଅକ୍ଷର ଜାଣିନଥିବା ନବୀନ ଅର୍ଥାତ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ପାଦ ଥାପିଥିଲେ । ଆଉ ତା ପରଠାରୁ ନବୀନ ରାଜ୍ୟ ଓ ଜାତୀୟ ରାଜନୀତିରେ ସାଜିଗଲେ ଅପରାଜୟ ଓ ଅପ୍ରତିଦ୍ବନ୍ଦୀ ରାଜନେତା । ଲଗାତର ୫ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଦେଶର ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାର ରେର୍କଡ଼ ଖାତାରେ ଆପେଆେପ ଯୋଡ଼ିହୋଇଗଲା ନବୀନଙ୍କ ନାଁ । ରାଜ୍ୟ ରାଜନୀତିର ଚାଣକ୍ୟ ସାଜିଥିବା ନବୀନଙ୍କ ରାଜନୈତିକ ଗୋଟି ଚାଳନା ଆଗରେ ଚିଟପଟାଙ୍ଗ ମାରିଛନ୍ତି ବିରୋଧୀ । ଫଳରେ ୨୦୦୦ ମସିହାରୁ ଏଯାଏ ବିଜେଡ଼ି ପାଖ ମାଡ଼ିପାରୁନାହାନ୍ତି ବିରୋଧି ଲୋକାଭିମୁଖୀ ଯୋଜନା ଓ ସ୍ବଚ୍ଛ ଶାସନ ନବୀନଙ୍କ ଶାସନକୁ ଦେଇଛି ସ୍ବତନ୍ତ୍ ପରିଚୟ । ଯେଉଁଥି ପାଇଁ ଜାତୀୟ ଗଣମାଧ୍ୟମରେ ନବୀନ ସାଜିଛନ୍ତି ରାଜନୀତିର ଗ୍ରାଣ୍ଡ ମାଷ୍ଟର

l ଜନସେବାକୁ ରାଜନୀତିର ବ୍ରତ ଓ ରାଜନୀତି ଏକ ମାଧ୍ୟମ ବୋଲି କହି ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଶକ୍ତିକରଣ ପାଇଁ ପୁରା ଦେଶର ରୋଲ ମଡ଼େଲ ସାଜିଛି ଓଡ଼ିଶା । ଆଉ ଏହି ମିଶନ ୨୦୦୧ ମସିହାରୁ ମିଶନ ଶକ୍ତି ଅଭିଯାନାରୁ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଫଳ ସ୍ବରୂପ ମିଶନ ଶକ୍ତି ଜରିଆରେ ୬ଲକ୍ଷ ମହିଳା ସ୍ବୟଂ ସହାୟକ ଗ୍ରୁଫ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ସେହିପରି କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବିନା ସୁଧରେ ୫୦ ହଜାର ଟଙ୍କ କୃଷିଋଣ ଯୋଗାଇ ଦିଆଯାଉଛି । ଜାଗା ମିଶନ ଜରିଆରେ ଭୂମିହୀନ ଲୋକ ଜମି ଦେବା , ଦାରିଦ୍ରଦୂରିକରଣରେ ଓଡ଼ିଶା ଦେଶରେ ସର୍ବାଗରେ ରହିଛି । ସେହିପରି ୫ଟି ଓ ମୋ ସରକାର ପ୍ରଶାସନ ଚଳଚଞ୍ଚଳ କରିବା ସହ ୪ହଜାର ସ୍କୁଲକୁ ୫ଟି ରୂପାନ୍ତରଣ ସାମିଲ କରି ଗୁଣାମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଇଛନ୍ତି । ଏହାସହ ଦେଶର ସ୍ପୋର୍ଟ ହବ ପାଲଟିଛି ଓଡ଼ିଶା । କ୍ରୀଡ଼ା ବଜେଟକୁ କ୍ରମାଗତ ଭାବେ ବଢାଇ କ୍ରୀଡ଼ାରେ ବ୍ୟାପକ ପରିବତ୍ତନ ଆଣିଛନ୍ତି ନବୀନ । ହକିକୁ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ କରାଇଛନ୍ତି ନବୀନ । ୨୦୨୩ ବିଶ୍ବ କପ ହକି ଆୟୋଜନ କରିବ ଓଡ଼ିଶା । ସେହିପରି ଫୁଟବଲ ଓ ଅନ୍ୟାନ୍ୟ ଖେଳକୁ ମଧ୍ୟ ପ୍ରଧାନ୍ୟ ଦେଇଛି ନବୀନ । ଏହାଛଡ଼ା ଶିଳ୍ପାୟନ ଲାଗି ଓଡିଶା ଶିଳ୍ପପତିଙ୍କ ପାଇଁ ପ୍ରଥମ ପସନ୍ଦ ସାଜିଛି । ଆଉ ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ଓ ସ୍ବଚ୍ଛ ଶାସନ ପାଇଁ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ମହାମାରୀ ମୁକାବିଲାରେ ନବୀନ ସାରାବିଶ୍ବ ପାଇଁ ରୋଡ଼ ମଡ଼େଲ ସାଜିଛି । ଯେଉଁଥି ପାଇଁ ନବୀନଙ୍କୁ ଜାତିସଂଘ ସମେତ ବିଭିନ୍ନ ଜାତୀୟ ଓ ଅନ୍ତଜାତୀୟ ସଂସ୍ଥା ପୁରସ୍କୃତ କରିଛନ୍ତି । ୨୫ ବର୍ଷ ସେବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି । ଆଉ ଏସବୁ ପ୍ରମାଣିତ କରିଛି ଦେଶର ରାଜନୀତିରେ ନବୀନ ସାଜିଛନ୍ତି ଗ୍ରାଣ୍ଡ ମାଷ୍ଟର । ୨୦୦୦ମସିହାରୁ ୨୦୨୨ଯାଏ ନବୀନ ପଟ୍ଟନାୟକ ପ୍ରତି ନିର୍ବାଚନରେ ବିଜୟ ହେବା ସହ ବିଜେଡିର ଭୋଟ ହାର ବି ବଢ଼ି ବଢ଼ି ଚାଲିଛି l

ଖାଦ୍ୟ ସୁରକ୍ଷା ରାଜ୍ୟ ହିତାଧିକାରୀଙ୍କୁ ତିନି ମାସ ଅତିରିକ୍ତ ଚାଉଳ…

() ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ହିତାଧିକାରୀ ମାନେ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ।

ଗାନ୍ଧୀ ଜୟନ୍ତୀଠାରୁ ପଦଯାତ୍ରା ଆରମ୍ଭ କରିବ ବିଜେଡ଼ି…

() ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପିତ।

ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର : ମୁଖ୍ୟମନ୍ତ୍ରୀ।

 ନିର୍ବାଚନ ବେଳେ ରାଜନୀତି ହୁଏ, ନିର୍ବାଚନ ସରିଲେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର।

{} ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ।

ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ।

ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।

ସଂଗଠନ ସମ୍ପାଦକ ଶ୍ରୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି ଏବଂ ୫ଥର ଯାକ ଦଳକୁ ବିଜୟୀ କରାଇଛନ୍ତି। ଲୋକେ ତାଙ୍କୁ ନି8ସର୍ତ ଭାବେ ଭଲ ପାଆନ୍ତି। ଏବେ ଷଷ୍ଠ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆମକୁ ସେ ଦାୟିତ୍ଵ ନେବାକୁ ହେବ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ହେବ।

ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓଡ଼ିଶାକୁ ଆମ ହକ୍ ଦେଉନାହିଁ ବୋଲି ବିଭିନ୍ନ ଉଦାହରଣ ସହ କହିଥିଲେ। ଓଡିଶା ପ୍ରତି କେନ୍ଦ୍ରର ଅବିଚାରର ସୀମା ନାହିଁ ବୋଲି ଦର୍ଶାଇ ସେ କହିଲେ ଯେ ୬୦ ଦଶକରେ ଆରମ୍ଭ ହୋଇଥିବା ଏହି ଅବିଚାର ଏବେ ବି ଜାରି ରହିଛି। ରେଳବାଇଠୁ ନେଇ ବିପର୍ଯ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର୍ଯ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବିଚାର ଜାରି ରଖିଛି। ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ।ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଲେ, ବିପର୍ଯୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ଵକୁ ଦିଗଦର୍ଶନ ଦେଉଛି। ପ୍ରାକୃତ୍ରିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ “ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ” ଆହ୍ୱାନ ଦେବା ପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଫିସରମାନେ ଓଡ଼ିଶା ଆସୁଛନ୍ତି। ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଆମକୁ ସହଯୋଗ କରୁନି ବୋଲି ସେ ଅଭିଯୋଗ କରିଥିଲେ ଏବଂ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ। ମହାବାତ୍ୟା ପରର ଦୟନୀୟ ଆର୍ଥିକ ସ୍ଥିତିରୁ ଉଠି ଓଡ଼ିଶାର ଅର୍ଥନୀତି ଆଜି ଉପରମୁହାଁ ହୋଇଛି। ୨୦୦୦ ମସିହାରେ ରାଜ୍ୟର ବଜେଟ ସାଢେ ୧୧ ହଜାର କୋଟିରୁ ବଢି ୨ ଲକ୍ଷ କୋଟିରେ ପହଞ୍ଚିଛି। ସରକାର ଯେତେ ସବୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେସବୁର କାର୍ଯ୍ୟକାରୀତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ।

ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି। ୧୭ ହଜାର ଗାଁକୁ ନିତି ଦିନିଆ ରାସ୍ତା ନିର୍ମାଣ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ ବଜେଟ୍ ୨୯୮ କୋଟିରୁ ବଢି ୧୭ହଜାର ୪୨୪ କୋଟିରେ ପହଞ୍ଚିଛି। ତେଣୁ ଏହି ସବୁ ତଥ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିବେଦନ କରିଥିଲେ।ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିଜ ଭାଷାଣରେ ଓଡ଼ିଶା କେମିତି ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି, ତାହାର କାହାଣୀ ବର୍ଣ୍ଣନା କରିଥିଲେ। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ଘୃଣା ଓ ଅସୂୟାର ରାଜନୀତି ଚଳିବ ନାହିଁ ବୋଲି ଦର୍ଶାଇ ଧର୍ମନିରପେକ୍ଷତାରେ ବିଶ୍ଵାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ଵାସ, ଭରସା ଓ ଆଶୀର୍ବାଦ ଅଛି ବୋଲି କହିଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ଵ ଯୋଗୁଁ ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ପ୍ରତିବଦ୍ଧତାର ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି, ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ ।

ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ।ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଂଜନ ପଟ୍ଟନାୟକ, ସୁଶାନ୍ତ ସିଂ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

ଜନ୍ମପୀଠକୁ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କର-ମୁଖ୍ୟ ଶାସନ ସଚିବ…

() ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି।

ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ।

ଜନ୍ମପୀଠକୁ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କର-ମୁଖ୍ୟ ଶାସନ ସଚିବ।

ନିର୍ମାଣ କାର୍ଯ୍ୟ ଡ଼ିସେମ୍ବର ଶେଷସୁଦ୍ଧା ସାରିବାକୁ ଲକ୍ଷ୍ୟଧାର୍ଯ୍ୟ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଏୗତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର୍ଯ୍ୟାୟନରେ ବେଶ ଅଗ୍ରଗତି ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧିନତା ଆଲୋଚନାରେ ସକ୍ରିୟ ଭୁମିକା ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର୍ଯ୍ୟ ସଠିକ୍ ଭାବେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ପର୍ଯ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋଡିଂ, ଆଦି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜନ୍ମପୀଠ ସହ, କରାଯାଉଥିବା ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସୁଆଣ୍ଡୋ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀରେ ନଦୀ-ସମ୍ମୁଖ ବିକାଶ ସହ ଭାସମାନ ଜେଟ୍ଟି ଏବଂ ନୌବିହାର ସୁବିଧା କରାଇବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ଅଧିକ ସଂଙ୍ଖ୍ୟକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ଏବଂ ସ୍ଥାନୀୟ କିଛି ଲୋକଙ୍କ ପାଇଁ ଆଉ ଏକ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି କରିବ । ପ୍ରକଳ୍ପର ସଦ୍ୟତନ ସ୍ଥିତି ଉପସ୍ଥାପନ କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୁଦନ ପାଢ଼ୀ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଏବଂ ସଂଗ୍ରହାଳୟ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଘର ପାଖରେ ଥିବା ପୁଷ୍କରଣୀର ବିକାଶ ମଧ୍ୟ କରାଯାଇଛି । ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର, ଫୁଡ୍ କୋର୍ଟ ଏବଂ ସୂଚନା କେନ୍ଦ୍ରର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟର ସୁନ୍ଦର ପ୍ରତିମୂର୍ତ୍ତି ଏବଂ ଏହାର ପ୍ଲାଟ୍ଫର୍ମ କାର୍ଯ୍ୟ ଆଗେଇ ଚାଲିଛି । ବର୍ତ୍ତମାନ ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଏବଂ ଗ୍ରାମରେ ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କାର୍ଯ୍ୟ ଚାଲୁରହିଛି ।

ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଥିଲେ ଯେ ସମୁଦାୟ ପ୍ରକଳ୍ପରେ ପ୍ରାୟ ୨୫.୨୫ କୋଟି ଟଙ୍କା ବିନିଯୋଗ କରାହେଉଛି । ଏଥି ପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଯୋଗାଉଛନ୍ତି । ଇତି ମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ସ୍ମାରକୀ ଟ୍ରଷ୍ଟ ଗଠନ କରାଯାଇଛି ।

ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ପ୍ରକଳ୍ପ ଅନ୍ତର୍ଗତ ସମସ୍ତ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପୀଠର ପରିଚ୍ଛନତା, ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଥିଲା । ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଦେବେ ବୋଲି ବୈଠକରେ ସ୍ଥିର ହୋଇଥିଲା ।  ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଂଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଅବଗତ କରାଇଥିଲେ ।

 

ବିଜୁ ଜନତା ଦଳ ଏକ ସାମୂହିକ ଆଦୋଳନରେ ପରିଣତ ହୋଇଛି: ପ୍ରଣବ ପ୍ରକାଶ…

{} ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ।

ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ମୁଖ୍ୟମନ୍ତ୍ରୀ।

 ବିଜୁ ଜନତା ଦଳ ଏକ ସାମୂହିକ ଆଦୋଳନରେ ପରିଣତ ହୋଇଛି: ପ୍ରଣବ ପ୍ରକାଶ।

() ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି। କେବଳ ସେତିକି ନୁହେଁ, ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଜିଠାରୁ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।ଏହି ସମାବେଶରେ ଅଧ୍ୟକ୍ଷତା କରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ଦେହାନ୍ତ ପରେ କିଏ ଓଡ଼ିଶାର ନେତୃତ୍ଵ ନେବ, ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା। ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉତ୍କଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ। ବିଜୁବାବୁଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ। ସେବେଠୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଆଜି ନବୀନ ଓଡ଼ିଶାର ବିଶ୍ଵକର୍ମା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ଉପସାର ପ୍ରତୀକ ସାଜିଛନ୍ତି। ଆଉ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି। ଓଡ଼ିଶାରେ ସ୍ଵାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି। ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ। ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତରଦାୟିତ୍ଵ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ।

ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ବିଜୁବାବୁଙ୍କ ଅବର୍ତ୍ତମାନରେ ଗଭୀର ଆର୍ଥିକ ସଂକଟ ଓ ଅନେକ ଅଭାବ ଅସୁବିଧା ଭିତରେ ନବୀନ ବାବୁ ପ୍ରତିବଦ୍ଧତାର ସହ ଦଳର ନେତୃତ୍ଵ ଏପରି ଭାବରେ ନେଇଥିଲେ ଯେ ସଂଶୟ ଭିତରୁ ପ୍ରତ୍ୟୟ ଜନ୍ମ ନେଲା । ସବୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଋଣଗ୍ରସ୍ତ ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସଂପୂର୍ଣ୍ଣ ମୋଡ଼ ବଦଳାଇ ଦେଇଥିଲେ। ଏବେ ତାଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଧାରା କ୍ଷିପ୍ର ହୋଇଛି। ପଦଯାତ୍ରାରେ ଆମକୁ ସଫଳତାର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ।

ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ, ବିଜେଡି ଏକ ରାଜନୈତିକ ଦଳରୁ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦଶନ୍ଧି ଆରମ୍ଭରେ ଏକ ଖାଦ୍ୟ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ବୟନରେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟର ମାନ୍ୟତା ପାଇଛି। ଚଳିତ ବର୍ଷ ଜାତିସଂଘର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା କିଛି ରାଷ୍ଟ୍ର ପାଇଁ ମଡ଼େଲ ବୋଲି ଘୋଷଣା କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଏହି ସବୁ ସଫଳତାର ବାର୍ତ୍ତା ଆମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ।

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ, ସରକାରଙ୍କ ୫ଟି ରୂପାନ୍ତରୀକରଣ ଦଳ ଭିତରକୁ ମଧ୍ୟ ସଞ୍ଚରିତ ହେଉଛି। ଯୁବ, ଛାତ୍ର, ମହିଳା ଶାଖା ଆହୁରି ସଶକ୍ତ ହୋଇଛି। ଏବେ ଏହି ରୂପାନ୍ତରୀକରଣ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଆମର ଦାୟିତ୍ଵ । ନମ୍ରତା, ସେବା ମନୋବୃତ୍ତି, ଜନତାଙ୍କୁ ସମ୍ମାନ, ସ୍ୱଚ୍ଛତା, ସାଧୁତାକୁ ପ୍ରାଥମିକତା ଦେବାକୁ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ।ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ ବିଜେପି ଓଡ଼ିଶାରେ ନବୀନ ବାବୁଙ୍କୁ କ୍ଷମତାରୁ ଦୂରେଇ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ନବୀନ ବାବୁ ଓଡ଼ିଶାରୁ ଦାରିଦ୍ର୍ୟକୁ ଦୂରେଇ ଦେବା ପାଇଁ ବାଙ୍ଗାଲୋରରେ ବସି ରଣନୀତି ତିଆରି କରୁଛନ୍ତି। ନବୀନ ବାବୁଙ୍କ ସ୍ଥିର ଓ ଦୃଢ ନେତୃତ୍ଵ ଯୋଗୁଁ ଆଜି ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଆମ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସ୍ଵୀକୃତି ଓ ସମ୍ମାନ ଦେଇଛନ୍ତି। ନିଜ ବାପାଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ଭାଗ ମହିଳାଙ୍କୁ ସୁଯୋଗ ଦେଇଛନ୍ତି ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍ କରିଛନ୍ତି।

ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଉପରେ ଆଲୋକପାତ କରି ସାଂସଦ ସସ୍ମିତ ପାତ୍ର କହିଲେ, ନବୀନ ବାବୁ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରୁଛନ୍ତି। ଦିଲ୍ଲୀରେ ଆମର କେହି ମାଲିକ ନାହାନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ହିଁ ଆମର ମାଲିକ। ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓଡ଼ିଶାରେ କ୍ରୀଡାର ଅଭ୍ୟୁଦୟ ଓ ବିଶ୍ଵରେ ପାଇଥିବା ଅନନ୍ୟ ପରିଚୟ ଉପରେ ଆଲୋକପାତ କରିଥିଲେ। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନିବା ସହିତ ଏହାକୁ କାମରେ ଲଗାଇବାର ଅଙ୍ଗୀକାରବଦ୍ଧତାକୁ କାମରେ ଲଗାଇଛନ୍ତି। ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ତାଙ୍କ ଅଭିଭାଷଣରେ ଆଗାମୀ ୩୦ ବର୍ଷ ପାଇଁ ଦଳକୁ କାନ୍ଧରେ ଟେକି ଆଗକୁ ନେବା ଲାଗି ଯୁବକମାନଙ୍କୁ ଆହ୍ଵାନ ଦେଇଥିଲେ।ଏହା ବ୍ୟତୀତ ଦଳର ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।

ସମାବେଶର ଦ୍ଵିତୀୟ ଅଧିବେଶନରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଡ. ଉଜ୍ଜ୍ଵଳ ପଟନୀ ନବୀନ ବାବୁଙ୍କୁ ଦେଶର ତିନି ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଥିଲେ। ସେ ଆହୁରି କହିଥିଲେ ଯେ ଦେଶର ଅଧେ ନେତା ନବୀନ ବାବୁଙ୍କଠାରୁ ବିନମ୍ରତା ଓ ସରଳତା ଶିଖିବା ଉଚିତ। ଏହି ଅବସରରେ ସେ ଉପସ୍ଥିତ ମହିଳା, ଯୁବ ଓ ଛାତ୍ର ନେତାଙ୍କୁ ନେତୃତ୍ଵ ବିକାଶର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଉଥିଲେ।

ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମାବେଶକୁ ଉଦଘାଟନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟଣାଣୀ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ଵିନୀ ପାତ୍ର, ରଘୁନନ୍ଦନ ଦାସ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ରମ, ଓଡ଼ିଶା ମୋ ପରିବାର ଅରୂପ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, କଟକ ମେୟର ସୁବାସ ସିଂ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ଦଳର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ଙ୍କ ରାୟଗଡ ଗସ୍ତ…

() ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ରାୟଗଡ ଗସ୍ତ।

ବିକାଶ ମୂଳକ କାର‌୍ୟ୍ୟକ୍ରମ ସଂପର୍କରେ ସମୀକ୍ଷା।

ସହରାଚଂଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ରାୟଗଡ।

{}  ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ ଗସ୍ତ କରି ସ୍ଥାୟୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଥିବା ବିକାଶ ମୂଳକ କାର‌୍ୟ୍ୟକ୍ରମ ଗୁଡିକ ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର‌୍ୟ୍ୟ କ୍ରମ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଆଦିବାସୀ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲ୍‍ ମୋହନ ରାଉତରାୟ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସୁବିଧା ଅସୁବିଧା ଉପରେ ଉପସ୍ଥାପନା କରି ଖାଲି ପଡିଥିବା ପଦବୀ ଗୁଡିକର ପୂରଣ ପାଇଁ ଅନୁରୋଧ କରିଥିଲେ । ରାୟଗଡ ସ୍ୱାସ୍ଥ୍ୟ ବିଭାଗ ପୁରସ୍କାର ପାଇଥିବା କଥା ବୈଠକର ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ନାୟକ କଲେରା ନିରାକରଣରେ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର କା‌ର‌୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଜିଲ୍ଲାରେ ଜନଜାତିଙ୍କ ବିକାଶ ନିମନ୍ତେ ଦିଆଯାଉଥିବା କାର‌୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରକଳ୍ପ ପ୍ରଶାସକ, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିଆଯାଇଥିବା କାର‌୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଜିଲ୍ଲା ମଂଗଳ ଅଧିକାରୀ ଜିଲ୍ଲାରେ ଜନଜାତି ଓ ଜାତି ଛାତ୍ର ଛାତ୍ରୀ ନିମନ୍ତେ ବିଦ୍ୟାଳୟ ଗୁଡିକର ଅସୁବିଧା ସୁବିଧା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଖାଲି ପୁନ୍ନ ନିର୍ମାଣ ନକରି ନୂତନ ଘରଦ୍ୱାର ପାଇଁ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ଶ୍ରୀ ନାଯକ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ତରଫରୁ କାର୍ଯ୍ଯକାରୀ କରାଯାଉଥିବା ନରେଗା ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ସାମାଜିକ ସୁରକ୍ଷା ଉପରେ ଵିଶେଷ କରି ବିଧବା ଓ ବାର୍ଦ୍ଧକ୍ୟ ଭତା ବାର୍ଦ୍ଧକ୍ୟ ଭତା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର କେତେକ ବ୍ଲକରେ ଭକ୍ଷର୍ଭତ୍ତା ଠିକ ଭାବରେ ପହଞ୍ଚୁ ନଥିବାର ଅଭିଯୋଗ ହେଉଥିବା କଥା ପଚାରି ବୁଝିଥିଲେ । ଏ ଭଳି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୌରପରିଷଦର ମୁକ୍ତା ଯୋଜନା, ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର କାର୍ଯ୍ଯକ୍ରମ ଓ ଅସୁବିଧା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଯୋଗାଣ ବିଭାଗ ଉପରେ ଆଲୋଚନା କରି ମନ୍ତ୍ରୀ କହିଲେ ଯେ ଯେଉଁ ଯେଉଁ ସ୍ଥାନରେ ଚାଉଳ ନେବାପାଇଁ ଲୋକଙ୍କୁ ବହୁତ ଦୁରହେଉଛି ସେହି ସ୍ଥାନମାନଙ୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ଵା ଗ୍ରାମ ପଂଚାୟତ ମାଧ୍ୟମରେ ସବସେଣ୍ଟର ଖୋଲିବା ନିମନ୍ତେ ମନ୍ତ୍ରୀ କହିଥିଲେ । ସେହିପରି ଚାଉଳ ମିଶ୍ରଣ ନିମନ୍ତେ ବ୍ଲେଣ୍ଡିଙ୍ଗ ମେସିନ ବସାଇବାକୁ ମିଳର ମାନଙ୍କୁ କହିବା ପାଇଁ କହିଥିଲେ ସେହିପରି ସମବାୟ ବିଭାଗର ଜନସାଧାରଣନଙ୍କ ସଚେତନତା ନିମନ୍ତେ ଆବଶ୍ଯକ ପଦକ୍ଷେପ ନେବାକୁ କହିଥିଲେ ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ।

ଆଇଏମ୍‌ଏସ୍ ଆଣ୍ଡ ସମ୍‌ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ…

() ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି । ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବାର୍ଷିକ ଉତ୍ସବ ‘ଇମ୍ପଲସ୍‌-୨୦୨୨’ ରେ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା ।

ପ୍ରଥମ ଦିବସରେ ଆନୁଷ୍ଠାନିକ ଭାବେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଂଚସ୍ଥ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଦକ୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ “ଦୁର୍ଦ୍ଦଶା’ ସମସ୍ତଙ୍କୁ ମନମୁଗ୍ଦ କରିଥିବାବେଳେ ଏହାପରେ କୃତି କଳାକାରମାନଙ୍କୁ ମାନପତ୍ର ଏବଂ ପୁରସ୍କୃତ ମଧ୍ୟ କରାଯାଇଥିଲା ।

ଶେଷ ଦିବସରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ମନୋରଂଜନ କାର୍ଯ୍ୟ ପରିବେଷଣ କରିବା ସହିତ ମ୍ୟୁଜିକ୍ ବ୍ୟାଣ୍ଡ ତଥା “ସାଜ” ଦ୍ୱାରା ଡିଜେ ନାଇଟ୍ ପରିବେଷଣ କରାଯାଇଥିଲା ।

୨୪ ନୁହେଁ, ୨୦୨୩ରେ ହେବ ନିର୍ବାଚନ : ବିଜେଡିର ବଡ଼ ପ୍ରସ୍ତୁତି, ପଛରେ ବିରୋଧି….

() ୨୦୨୪ ନୁହେଁ, ୨୦୨୩ ନଭେମ୍ବର କି ଡ଼ିସେମ୍ବରକୁ ହୋଇପାରେ ସାଧାରଣ ନିର୍ବାଚନ  । ଦେଶ ଓ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ମଧ୍ୟ ନିର୍ବାଚନୀ ମାହୋଲ ବି ସୃଷ୍ଟି ହେଲାଣୀ  । ଓଡ଼ିଶାରେ ମଧ୍ୟ ୨୪ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି  । ପଂଚାୟତ ,ପୌର, ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ଦେଖିଲେ ୨୦୨୪  ନିର୍ବାଚନରେ ସେମିତି କିଛି ଘଟିବନି ତାହା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି  । ଅର୍ଥାତ ବିଜେଡ଼ି ୨୦୨୪ରେ ପୁଣିଥରେ ରାଜ୍ୟରେ ୧ ନମ୍ବର ଦଳ ଭାବେ ଉଭା ହେବା ତାହାର ଆକଳନ ଏବେଠାରୁ ରାଜନୈତିକ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆକଳନ କରୁଛନ୍ତି  । ଆଉ ଏସବୁ ଆକଳନ ବି ହେବା ସ୍ୱାଭାବିକ  । କାରଣ ବିଜେଡ଼ିକୁ ଟକ୍କର କି  ସମକକ୍ଷ ହେବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଏବେ ବି ସକ୍ଷମ ନୁହେଁ ଏହା ପଂଚାୟତ ଓ ପୌର ଫଳାଫଳ ଜରିଆରେ ଓଡ଼ିଶାବାସୀ ସ୍ପଷ୍ଟ ସଙ୍କେତ ଦେଇଛନ୍ତି  । ତେବେ ଆଗୁଆ ନିର୍ବାଚନ ହେଲେ କିଏ ପାଇବ ଫାଇଦା , କାହାକୁ ବେଶୀ ସୁହାଇବ  । ତାହାକୁ ନେଇ ଅଙ୍କକଷା ଚାଲିଥିବା ବେଳେ ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ଏବେ ନଜର ପକାନ୍ତୁ ପ୍ରକୃତରେ କିଏ କେତେ ପ୍ରସ୍ତୁତ  ।

ବିଜେଡି : ୨୨ ବର୍ଷ ଧରି ନିରନ୍ତର ଶାସନ କ୍ଷମତା ରହିବା ସହ ନବୀନଙ୍କ ଲୋକପ୍ରିୟତା ବଢିବଢି ଚାଲିଛି ।  ନବୀନଙ୍କ ୨୫ ବର୍ଷ ଜନସେବାକୁ ପାଥେୟ କରି ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି  । ନବୀନଙ୍କ ନିର୍ଦେଶରେ ବିଜେଡ଼ି ସାଂଗଠନିକ ସମ୍ପାଦକ ବରିଷ୍ଠ , କନିଷ୍ଠ, ୩ ଛାମୁଆ ସଂଗଠନ ଯୁବ,ମହିଳା, ଛାତ୍ର  ସଂଗଠନକୁ ନେଇ ରାଜ୍ୟରେ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି  । ୨୫ ବର୍ଷ ପୂର୍ତ୍ତି ଅବସରରେ ଜନସେବା ପାଇଁ ବର୍ଷିକିଆ ରାଜନୈତିକ କାର୍ଯ୍ୟକ୍ରମ ଦଳ ହାତକୁ ନେଇଛି  । ପ୍ରଥମେ ସଂଗଠନରେ ବଡ଼ଧରଣର ପରିବର୍ତ୍ତନ କରିବା ସହ ନେତାଙ୍କୁ ଜିଲ୍ଲାଦାୟିତ୍ବ ନ୍ୟସ୍ତ କରାଯାଇଛି  । ପ୍ରତ୍ୟେକ ଦିନ ଟିମ ଓ୍ବାର୍କ ଜରିଆରେ ସଂଗଠନ  ଚଳଚଞ୍ଚଳ କରିବା ସହ ଗାଁ ଠାରୁ ରାଜଧାନୀ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦଳ ଲୋକଙ୍କ ସହ ଯୋଡ଼ିହୋଇ ରହୁଛି l ରାଜନୀତି ସହ ୨୪ ଘଣ୍ଟା କିପରି ଲୋକଙ୍କ ସହ ରହି ସେମାନଙ୍କ ସୁଖ ଓ ଦୁଃଖରେ ସାମିଲ ହୋଇହେବ ସେନେଇ ଦଳୀୟ କର୍ମୀ ଓ ନେତାଙ୍କୁ ପ୍ରତ୍ୟେକ ଦିନ ଗୁରୁମନ୍ତ୍ର ଦେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ ।  ନିର୍ବାଚନ ଯେତେବେଳେ ହେଉ ଦଳ ସଂପୂଣ୍ଣ; ପ୍ରସ୍ତୁତ ଥିବା କେବଳ କଥାରେ ନୁହେଁ, ବଂର କାମରେ କରି ଦେଖାଉଛି ବିଜେଡି  । ଆଗକୁ ଦଳ ପଦଯାତ୍ରାର ଲମ୍ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି  ।  ଲକ୍ଷ୍ୟ   ୨୦୨୪ କି ୨୦୨୩ରେ ନିର୍ବାଚନ ହେଲେ ଦଳ ଦେଢକୋଟି ଭୋଟ ହାତେଇବା ସହ ଏକପାଖିଆ ବିଜୟ ହୋଇ ରାଜ୍ୟବାସୀଙ୍କ ସେବା ନିରନ୍ତର ଜାରି ରହିବ ।  କାରଣ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଓଡ଼ିଶା ଦଖଲ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଂଚଳିକ ଦଳ ଭାବେ ବିଜୁ ଜନତା ଦଳ ଓଡ଼ିଶା ଗଠନ ଚିନ୍ତାରେ ଲାଗିପଡ଼ିଛି  । ବିଜେଡ଼ିର ଏପରି ବଡ଼ ପ୍ରସ୍ତୁତି ଦୁଇ ବିରୋଧି ଦଳକୁ ବହୁତ ପଛରେ ପକାଇଛି  ।

ବିଜେପି : ୨୦୦୯ ମସିହାରେ  ବିଜେଡ଼ି ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ ରାଜ୍ୟରେ ବିଜେପି ସଂଗଠନ ଆଉ ଆଗେଇ ପାରୁନାହିଁ। ଯାହା ପ୍ରତ୍ୟେକ ନିର୍ବାଚନ ଫଳାଫଳରୁ  ସ୍ପଷ୍ଟ ସଙ୍କେତ ଦେଉଛି । ୨୦୧୭ ପଂଚାୟତ ନିର୍ବାଚନରେ ୮ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିବା ରାଜ୍ୟ ବିଜେପି ୨୦୨୨ରେ ଖାତା ଖୋଲିପାରିଲାନି । ଅର୍ଥାତ ଦିନକୁ ଦିନ ବିଜେପି ପ୍ରତି ରାଜ୍ୟବାସୀଙ୍କ  ଭରଷା ତୁଟୁଛି । ପଂଚାୟତ , ପୌରରେ ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖାନ କରିବା ପରେ ବ୍ରଜରାଜନଗର  ଉପ ନିର୍ବାଚନ ବିଜେପିକୁ ବଡ଼ ଝଟକା ମିଳିଥିଲା। ବିଧାନସଭାର ନିର୍ବାଚନ  ଫଳାଫଳକୁ ନେଇ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇଥିବା ବେଳେ ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିଆସିଛି । ଏହାରି ଭିତରେ ଆଗୁଆ ନିର୍ବାଚନ ପାଇଁ ମଧ୍ୟ ରାଜ୍ୟ ବିଜେପି  ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥର ମଧ୍ୟ ରାଜ୍ୟ ବିଜେପି କେନ୍ଦ୍ରୀୟ ନେତାଙ୍କ ଭରଷାରେ ଓଡ଼ିଶାରେ ସଂଗଠନ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି । କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ସହ ରାଷ୍ଟ୍ରୀୟ ସଭାପତିଙ୍କ କାର୍ଯ୍ୟକ୍ରମ ଜରିଆରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି  ।  କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣି ଦଳ ତୃଣମୂଳସ୍ତରରେ ନିରାଶ ହୋଇଯାଇଥିବା କର୍ମୀଙ୍କ ମନବଳ ବୃଦ୍ଧି କରିବାକୁ ପ୍ରୟାସ କରିଛି  । ରାଜ୍ୟର ମୋ ବୁଥ ସବୁଠୁ ମଜବୁତ ଓ ମିଶନ ୧୨୦ ସଂପୂର୍ଣ୍ଣ ଫେଲ ମାରିବା ପରେ ପୁଣିଥରେ ବିଜେପି ସମାନ ଷ୍ଟ୍ରାଟେଜି ଆପଣାଉଛି  । ହେଲେ ଦଳୀୟ ମଙ୍ଗୁଆଳମାନେ କିନ୍ତୁ କେନ୍ଦ୍ରର ଟ୍ୟାକ୍ସକୁ ପୂରଣ କରିପାରୁନାହାନ୍ତି  । ତେଣୁ ବିଜେଡ଼ି ସହ ସମକକ୍ଷ ନୁହେଁ, ବଂର ଅଧିକ ସାଂସଦ କିପରି ଓଡ଼ିଶାରୁ ନିର୍ବାଚିତ ହେବେ ତାହା ଉପରେ ଦଳ ଫୋକସ କରିଛି  । ଏହାଛଡ଼ା ଓଡିଶାରେ ମେଣ୍ଟ ହେବାର ଆଶା ମଉଳିଥିବାରୁ ଦଳ ଏବେ ନିଜ ବଳରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚାହୁଁଛି  ।

କଂଗ୍ରେସ   : ଭାରତ ଯୋଡ଼ ଯାତ୍ରା ଅଭିଯାନ ଦେଶରେ କଂଗ୍ରେସକୁ     ସଫଳତା ଦେଉଥିିିିବା  ବେଳେ ଓଡ଼ିଶାରେ କିନ୍ତୁ ଭିନ୍ନ ଦିଗରେ ଯାଉଛି କଂଗ୍ରେସ  । ସାଧାରଣ ନିର୍ବାଚନ ପାଇଁ ଦଳ ୯ରୁ ୯୦ ମିଶନ ନେଇ କାମ କରୁଛି  । ୨୨ ବର୍ଷ କ୍ଷମତା ବାହାରେ ରହିଥିଲେ ମଧ୍ୟ ଦଳ ଭିତରେ ଥିବା ଗୋଷ୍ଠୀବିବାଦ ଥମିବାର ନାଁ ନେଉନାହିଁ  । ନୂଆ ପିସିସି ସଭାପତି  କଂଗ୍ରେସକୁ ଏକଜୁଟ କରିବା ପାଇଁ ଚାହୁଁଥିବା ବେଳେ ଦଳର ନିର୍ବାଚିତ ୯ ଜଣ  ବିଧାୟକଙ୍କୁ ଏକ କରିପାରୁନାହାନ୍ତି  । ଯାହା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ  ପ୍ରସଙ୍ଗରୁ  ସ୍ପଷ୍ଟ ଜଣାପଡ଼ିଛି  । ତାହାରି ଭିତରେ ରାହୁଲ ବିନା କଂଗ୍ରେସ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ କରିଛି  । ୨୨ଶହ କିଲୋମିଟର ଚାଲିଚାଲି ଲୋକଙ୍କ ମନ ଜିଣିବାକୁ ଦଳ ପ୍ରୟାସ କରିଛି  । କେବଳ ସେତିକି ନୁହେଁ, ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡ଼ିଥିଲେ ମଧ୍ୟ ବିଜେଡ଼ି ଓ ବିଜେପି ଠାରୁ ଢେର ପଛରେ ରହିଛି  । ଦାୟିତ୍ବ ନେବାର ୪ ମାସ ପରେ ମଧ୍ୟ ପିସିସି ସଭାପତି ତାଙ୍କର ନୂଆ ଟିମ ଗଠନ କରିପାରିନାହାନ୍ତି । ଏହାସହ ଛାତ୍ର କଂଗ୍ରେସକୁ ଛାଡ଼ିଦେଲ ଯୁବ ଓ ମହିଳା ସଂଗଠନ ଯେପରି ନିଷ୍କ୍ରିୟ ହୋଇପଡିଛି ।  ଦେଢବର୍ଷରୁ କମ ସମୟ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ ମଙ୍ଗୁଆଳମାନଙ୍କ ମନ କିନ୍ତୁ ଏଯାଏ ଏକ ହୋଇପାରୁନାହିଁ  । ତାହାରି ଭିତରେ ଦଳ ଉଭୟ ବିଜେଡ଼ି ଓ ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି  ।

Follow us

20,832FansLike
0FollowersFollow
14,700SubscribersSubscribe

Latest news