() ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଛନ୍ତି l ଚିଠିରେ ଉଲ୍ଲେଖ କରାଯାଇଛି ଯେ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ୧ମାସ ଧରି ଜିଲ୍ଲା, ନିର୍ବାଚନମଣ୍ଡଳୀ, ନଗର ପଞ୍ଚାୟତ, ଓ୍ବାର୍ଡ ସ୍ତରରେ ପାଳନ ହେବ। ଦଳର କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା,ଜିଲ୍ଲା ସଭାପତି, ପ୍ରମୁଖ ଦଳୀୟ ସଙ୍ଗଠନ, ଯୁବ,ଛାତ୍ର ଓ ଆଦି ସମସ୍ତ କର୍ମକର୍ତ୍ତା ସାମିଲ ହେବେ। ଘରେ ଘରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ ସହ ରକ୍ତଦାନ, ବୃକ୍ଷରୋପଣ ଆଦି ଜନକଲ୍ୟାଣ କାର୍ଯ୍ୟ ଦ୍ବାରା ଜନସେବା ଆଭିମୁଖ୍ୟକୁ ବୃଦ୍ଧି କରାଯିବ। ପଦଯାତ୍ରା କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଏବଂ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ପର୍ବପର୍ବାଣୀ ଦିନରେ ବନ୍ଦ ରହିବ କାର୍ଯ୍ୟକ୍ରମ।ନଭେମ୍ବର ୨ରେ ଜିଲ୍ଲା ସ୍ତରରେ ପ୍ରତ୍ୟେକ କର୍ମୀ ଜନକଲ୍ୟାଣ ମନୋଭାବ ରଖି କାର୍ଯ୍ୟ କରିବାକୁ ସମୂହ ଶପଥ ଗ୍ରହଣ କରି ପଦଯାତ୍ରାର ସମାପ୍ତି କରିବାକୁ କର୍ମକର୍ତ୍ତାଙ୍କୁ ବାର୍ତ୍ତା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ। ଏନେଇ ବିଜେଡି ପ୍ରସ୍ତୁତି ବୈଠକ ମଧ୍ୟ ସରିଛି l
ଅଗଷ୍ଟ ମାସ ଶେଷସୁଦ୍ଧା ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ବୃଦ୍ଧି…
() ଅଗଷ୍ଟ ମାସ ଶେଷସୁଦ୍ଧା ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ବୃଦ୍ଧି।
ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରାୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।
ଜିଲ୍ଲା ପରିଦର୍ଶନ ସମୟରେ ସବୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଲକ୍ଷ୍ୟ କରିବାକୁ ପରାମର୍ଶ।
{} ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି । ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭା ଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ରାଜ୍ୟର ରାଜସ୍ୱ ସଂଗ୍ରହ ଏବଂ ବଜେଟ୍ ଅର୍ଥ ବିନିଯୋଗ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବିଭାଗୱାରୀ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପ୍ରକଳ୍ପ ଓ ଯୋଜନା କ୍ଷେତ୍ରୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପର ଗୁଣାତ୍ମକମାନ ବଜାୟରଖିବା ସହ ବିନିଯୋଗ ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ ସୁବିଧା ପାଇପାରିବେ ସେ ଦିଗ ଉପରେ ଲକ୍ଷ୍ୟଦେବା ପାଇଁ ବିଭାଗମାନଙ୍କୁ କୁହାଯାଇଥିଲା ।
ଜିଲ୍ଲା ପରିଦର୍ଶନ ସମୟରେ ସଚିବ ଏବଂ ସ୍ୱତନ୍ତ୍ର ସଚିବମାନେ ସବୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କାର୍ଯ୍ୟକାରୀତା ସମୀକ୍ଷା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ନୂଆଭାବେ ନିର୍ମିତ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ, ଉଠା ଜଳସେଚନ ପଏଣ୍ଟ୍, ବିଦ୍ୟୁତ ସବ୍ଷ୍ଟେସନ୍ ଓ ଯୋଗାଣ, ବିଦ୍ୟାଳୟ ରୂପାନ୍ତରଣରେ ସ୍ଥାପିତ ସୁବିଧା ସୁଯୋଗର ବ୍ୟବହାର ଆଦି ପ୍ରକଳ୍ପର କାର୍ଯ୍ୟକାରୀତା ସମୀକ୍ଷାକରି ସେଗୁଡିକୁ ପୂର୍ଣ୍ଣ କର୍ମକ୍ଷମ କରିବା ଦିଗରେ ଥିବା କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଋତୁ ଶେଷ ହେଉଥିବାରୁ ସମସ୍ତ ପ୍ରକଳ୍ପର ଟେଣ୍ଡର ଏବଂ ଠିକାଦାର ଚୁକ୍ତି ସାରି ଶିଘ୍ର କ୍ଷେତ୍ରାୟନ ଆରମ୍ଭ କରିବାକୁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ । ଆସନ୍ତା ଆର୍ଥିକ ବର୍ଷରେ ବଜେଟ୍ରେ ସମ୍ବାବ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା ।
ସମୀକ୍ଷାରୁ ଜଣାପଡିଥିଲା ଯେ ଗତ ବର୍ଷ ଅଗଷ୍ଟ ମାସ ଶେଷସୁଦ୍ଧା ରାଜ୍ୟ ଟିକସ୍-ରାଜସ୍ୱ ୧୪,୭୩୧ କୋଟି ଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦.୩୦ ଶତକଡା ଅଧିକ । ସେହିପରି ଅଣ-ଟିକସ୍ ରାଜସ୍ୱ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବା ବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚିଛି । ଏ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୧.୩୯ ପ୍ରତିଶତ ବୃଦ୍ଧି ଘଟିଛି । ଏହିପରି ସମୁଦାୟ ଟିକସ୍ ଓ ଅଣ-ଟିକସ୍ ରାଜସ୍ୱରେ ସାମଗ୍ରିକ ଭାବେ ହାରାହାରି ୧୫.୫୫ ପ୍ରତିଶତ ବୃଦ୍ଧି ହୋଇଛି ।
ବଜେଟ୍ ବିନିଯୋଗ ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ଅଗଷ୍ଟମାସ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଚଳିତ ବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି ଟଙ୍କାରେ ପହଞ୍ଚିଛି । ଭିତ୍ତିଭୂମି ବିକାଶ, କୃଷି, ପାନୀୟଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତିକରଣ ଆଦି ପ୍ରକଳ୍ପରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ବିନିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ କିଶୋର ସୁନ୍ଦରାୟ, ଜଳ ସଂପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଦଶହରାରେ ଭିଜିବ ଓଡ଼ିଶା….
() ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମ୍ୟାମାଁର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତର ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ବାଂଲା ଦେଶ ଉପକୂଳର ନିକଟବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତର ଓଡ଼ିଶା ଉପକୂଳ ଆଡକୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି ଜଣାପଡ଼ିଛି ।
ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜିଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମଡେଲଗୁଡିକ ଏହି ସିଷ୍ଟମ ଅଧିକ ତୀବ୍ରତର ହେବା ବିଷୟରେ କୌଣସି ସୂଚନା ପ୍ରଦାନ କରୁନାହାନ୍ତି ।
ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ…
() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ଶ୍ରୀ ପ୍ରତୀକ ଦାଶ ମହାମୟୀ ରାଷ୍ଟ୍ରପତି ଶ୍ରୀମତି ଦ୍ରୋୌପଦୀ ମୁର୍ମୁଙ୍କ ଠାରୁ ଶନିବାର ଜାତୀୟ ଏନ୍ଏସ୍ଏସ୍ ସମ୍ମାନ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଦାଶ ଏହି ସମ୍ମାନ ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟ ସ୍ତରୀୟ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପୁରସ୍କାରପ୍ରାପ୍ତ ଶ୍ରୀ ଦାଶଙ୍କୁ କରୋନା ମହାମାରୀ ସମୟରେ କୋଭିଡ ଭ୍ୟାକ୍ସିନ୍ର ସଚେତନତା ନେଇ ଉଚ୍ଚକୋଟୀର କାର୍ଯ୍ୟ କରିବା ନିମନ୍ତେ ଏହି ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।
ଏହି ଅବସରରେ ଶ୍ରୀ ଦାଶଙ୍କୁ ଏକ ମେଡାଲ୍ ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଏବଂ ଏହା ଭବିଷ୍ୟତରେ ଅଧିକ ସମାଜସେବା କରିବା ପାଇଁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ଦାଶ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶିଥ୍ ପ୍ରାମାଣିକ, ଯୁବ ବ୍ୟାପାର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିଲେ । ସୋଆର ପ୍ରୋ-ଚ୍ୟାନ୍ସେଲ୍ର ପ୍ରଫେସର ଅମିତ ବାନାର୍ଜୀ ଏବଂ ପ୍ରତୀକଙ୍କ ପିତା ଶ୍ରୀ ଚିତରଞ୍ଜନ ଦାଶ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଏନଏସ୍ଏସ୍ ପୁରସ୍କାର ପ୍ରତ୍ୟେକ ବର୍ଷ ଦେଶର କିଛି ମନୋନୀତ ସ୍ୱେଚ୍ଛାସେବୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଦାନ କରାଯାଇଥାଏ ।
ଶେଷରେ ପ୍ରଫୁଲ୍ଲଙ୍କ ଗୁହାରି ଶୁଣିଲା ଜିଲ୍ଲା ପ୍ରଶାସନ…
() ଶେଷରେ ଗୁହାରି ଶୁଣିଲା ଜିଲ୍ଲା ପ୍ରଶାସନ। ପ୍ରଫୁଲ୍ଲକୁ ଦେଲେ ଜମି ପଟ୍ଟା। ଖବର ଅନୁଯାୟୀ ଦୁଇ ଦିନ ତଳେ କୋରାଇ ବ୍ଲକ୍ ଅଧିନ ହଳଦୀଗଡିଆ ଗାଁ ର ଦୃଷ୍ଟି ବାଧିତ ବ୍ଯକ୍ତି ପ୍ରଫୁଲ୍ଲ ଦାସ ନିଆରା ଢଙ୍ଗରେ ଗୀତ ଗାଇ ଜାଗାଟିଏ ଓ ଇନ୍ଦିରା ଆବାସଟିଏ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁହାରି କରିଥିଲା। ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି ବ୍ୟାସନଗର ତହସିଲ୍ ଅଫିସ୍ କାର୍ଯ୍ୟାଳୟରେ ପ୍ରଫୁଲ୍ଲକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏଠାରେ ଉଲ୍ଲେଖ ଥାଉକି ବହୁଦିନ ଧରି ଜାଗା ଖଣ୍ଡେ ପାଇଁ ବିଭିନ୍ନ ଅଫିସ୍ ଦୌଡି ଦୌଡି ନଆନ୍ତ ହେବାପରେ ଅଭିନବ ଉପାୟରେ ନିଜର ପ୍ରତିବାଦ କରିଥିଲା। ଅନେକ ଥର ପ୍ରଶାସନ କୁ ନିଜର ଦୁଃଖ ମଧ୍ଯ ଜଣାଇ ଥିଲା। ଶେଷରେ ଜିଲ୍ଲା ପ୍ରଶାସନ ତାଙ୍କ ଦୁଃଖ ବୁଝି ତାଙ୍କୁ ରହିବା ପାଇଁ ଜମି ପଟ୍ଟା ପ୍ରଦାନ କରିଛି। ଜମି ର ପଟ୍ଟା ପାଇ ସେ ଖୁସି ହେବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି।
ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରଖ ଜିଲ୍ଲାଗସ୍ତ…
() ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରଖ ଜିଲ୍ଲାଗସ୍ତ।
ଧାମରା ବନ୍ଦର ଏବଂ ଆରଡ଼ୀପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା।
ଜାମୁଝାଡ଼ି-ଧାମରା ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ମନ୍ତେଇ ନଦୀ ସେତୁ ଡ଼ିସେମ୍ବର ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ।
ଆରଡ଼ିପୀଠ ସଂଯୋଗ ପାଇଁ ସାଳନ୍ଦୀନଦୀ ସେତୁ ନିର୍ମାଣ ଖୁବ୍ ଶିଘ୍ର ଆରମ୍ଭ ହେବ।
ଆରଡ଼ିଧାମର ଉନ୍ନୟନ ପାଇଁ ସମସ୍ତଙ୍କ ସହଯୋଗ କାମନାକଲେ ୫-ଟି ସଚିବ।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରଖ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ ।
ପ୍ରଥମେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଧାମରାରେ ପହଞ୍ଚି ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ଦୁଇସାରିଆ ରାସ୍ତାର ନିର୍ମାଣ କାର୍ଯ୍ୟ, ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ମନ୍ତେଇ ନଦୀ ସେତୁ କାର୍ଯ୍ୟ, ଭଦ୍ରଖ ଧାମରା ରେଳଲାଇନ୍ର ଦୋହରୀକରଣ, ଧାମରାଠାରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବାଲିମେଳାଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ, ଧାମରା ବନ୍ଦରରେ ଏଲ୍.ଏନ୍.ଜି. ଗ୍ୟାସ ଟର୍ମିନାଲ ଏବଂ ପାଇପ ଯୋଗେ ରାଜ୍ୟର ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ ଜାମୁଝାଡିରୁ ଧାମରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅବଶିଷ୍ଟ କାମ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ପୁର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ମନ୍ତେଇ ନଦୀସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୨୦୦ ଏକର ଜମି ଏବଂ ଧାମରା ଏୟାର ଷ୍ଟ୍ରିପ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବନ୍ଦରରେ ବାର୍ଷିକ ୫ ନିୟୁତ କ୍ଷମତା ବିଶିଷ୍ଟ ଏଲ୍.ଏନ୍.ଜି. ଗ୍ୟାସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ସନ୍ତୋଷଜନକ ହୋଇଛି । ଏଥିରେ ପ୍ରାୟ ୬୫୦୦ କୋଟି ଟଙ୍କା ବିନିଯୋଗ ହେବ, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହି ଟର୍ମିନାଲ ଓଡ଼ିଶା ସମେତ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଗ୍ୟାସ୍ ପରିବହନରେ ସହାୟକ ହେବ ।
ପରେ ପରେ ଏହି ଟିମ୍ ଆରଡ଼ିଧାମ ଯାଇ ଆଖଣ୍ଡଳମଣି ମନ୍ଦିର ଏବଂ ଚର୍ତୁପାର୍ଶ୍ୱ ବିକାଶ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ମନ୍ଦିରର ନୂଆ ସିଂହଦ୍ୱାର ନିର୍ମାଣ, ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ଶ୍ରାବଣୀ ମଣ୍ଡପ ନିର୍ମାଣ, ଗଣେଶ ମଣ୍ଡପର ନବୀକରଣ, ଟ୍ରଷ୍ଟ୍ କାର୍ଯ୍ୟାଳୟ, ମନ୍ଦିର ଭିତରୁ ବାହାରକୁ ଜଳ ନିଷ୍କାସନ ବ୍ୟବସ୍ଥା, ମନ୍ଦିର ବେଢ଼ା ଭିତରେ ଖଣ୍ଡାଲାଇଟ୍ ପଥର ଦ୍ୱାରା ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ମନ୍ଦିରର ନୂଆ ପାଚେରୀ ନିର୍ମାଣ, ମନ୍ଦିରର ଚାରିଦିଗସ୍ଥ ଗୁମୁଟର ନବୀକରଣ ଓ ବୃକ୍ଷରୋପଣ ଆଦି କାର୍ଯ୍ୟ ଆରମ୍ଭ କରାଯାଇଛି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୬ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହିସବୁ କାମ ନଭେମ୍ବର ୩୦ ତାରିଖ ସୁଦ୍ଧା ସାରିବା ପାଇଁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେ ଶ ଦେଇଥିଲେ ।
ପ୍ରକଳ୍ପର ୨ ୟ ପର୍ଯ୍ୟାୟ ପାଇଁ ଶ୍ରୀ ମହାପାତ୍ର ଏବଂ ଶ୍ରୀ ପାଣ୍ଡିଆନ୍ ମନ୍ଦିରର ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଆରଡ଼ି ମନ୍ଦିରକୁ ସଡ଼କ ସଂଯୋଗ ପାଇଁ ସାଳନ୍ଦୀ ନଦୀ ତିନିତର ଘାଟ ନିକଟରେ ସେତୁ ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈତରଣୀ ନଦୀଉପରେ ପୋଲ ନିର୍ମାଣ ଏବଂ ସେବାୟତମାନଙ୍କର ଅଭାବ ଅସୁବିଧା ଆଦି ବିଷୟ ସେବାୟତମାନେ ଏହି ଟିମ୍ଙ୍କୁ ଜଣାଇଥିଲେ । ଏ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ପ୍ରସିଦ୍ଧ ଆରଡ଼ିପୀଠର ସର୍ବାଙ୍ଗିନ ବିକାଶ ପାର୍ଇ ୫-ଟି ଶାସନ ସଚିବ ଶ୍ରୀ ପାଣ୍ଡିଆନ୍ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଗସ୍ତ ସମୟରେ ଭଦ୍ରଖର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ,ଏସ୍.ପି.ଚରଣ ସିଂ ମୀନାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
ଅନ୍ତର୍ଜାତୀୟ ଭଲିବଲ୍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ…
{} ଭାରତରେ ଭଲିବଲ୍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍ ସଂଘ (ଏଫ୍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍ ଅଧିକ ପ୍ରସାର ଲାଭ କରିବ ସେ ନେଇ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍ ସଂଘ ଓ କନ୍ଫେଡେରେସନ୍ର ସଭାପତି ଯୋଗଦେଇଛନ୍ତି । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କଂଗ୍ରେସରେ ଭଲିବଲ୍ର ବିକାଶ ନେଇ ବ୍ୟାପକ ଆଲୋଚନା ହେବ ।
ଏହି ଅବସରରେ ଏଫ୍ଆଇଭିବି ସହଯୋଗରେ କିଟ୍ ଓ କିସ୍ରେ ଏକ ଜାତୀୟ ଭଲିବଲ୍ ଆକାଡେମୀ ଓ କିସ୍କୁ ଏଫ୍ଆଇଭିବି ଭଲିବଲ୍ ଫର ସ୍କୁଲ୍ର ଭାରତୀୟ ନୋଡାଲ୍ ସେଣ୍ଟର କରିବା ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ଏଫଆଇଭିବିର ପରବର୍ତ୍ତୀ ବିଶ୍ୱ କଂଗ୍ରେସ ଭୁବନେଶ୍ୱରରେ ଆୟୋଜନ ପାଇଁ ଶ୍ରୀ ସାମନ୍ତ ଏଫଆଇଭିବିକୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଭଲିବଲ୍ କୋଚ ଓ ଟେକ୍ନିକାଲ୍ ଅଫିସରଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବା ପାଇଁ ଭୁବନେଶ୍ୱରରେ ଏଫ୍ଆଇଭିବିର ଏକ ଆଞ୍ଚଳିକ ବିକାଶ କେନ୍ଦ୍ର ସ୍ଥାପନା ନିମନ୍ତେ ଶ୍ରୀ ସାମନ୍ତ ଦାବି ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଶ୍ରୀ ସାମନ୍ତ ଅନ୍ତର୍ଜାତୀୟ ଭଲିବଲ୍ ସଂଘର ସଭାପତି ଆରି ଗ୍ରାକା, ଏଫ୍ଆଇଭିବିର ଜେନେରାଲ୍ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍ ସଂଘ ଓ ଫେଡେରେସନ୍ର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ୩୮ତମ ଏଫ୍ଆଇଭିବିର ଆଲୋଚନାଚକ୍ରରେ ବିଶ୍ୱରେ ଭଲିବଲର ବିକାଶ ନେଇ ବ୍ୟାପକ ଆଲୋଚନା କରାଯିବ । ଏଥିରୁ ଭାରତକୁ ଅନେକ ସୁଫଳ ମିଳିବ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି ।
ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ…
() ଭୁବନେଶ୍ୱର ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ ।ଶରୀରରେ ଅମ୍ଳଜାନ ସ୍ତର କମି ଯିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିସିତ ହେଉଛନ୍ତି।ଦମନ ଫିଲ୍ମର ଡ଼ାଇରେକ୍ଟର ଵିଶାଲ ମୋର୍ଯ୍ୟ ସୋସିଆଲ ମିଡିଆ ରେ ବାବୁଶାନ ଙ୍କ ଫୋଟୋ ପୋଷ୍ଟ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।
ତାଙ୍କଏଲ୍ର ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍ ଯାତ୍ରାରେ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଲାଗି ତାଙ୍କୁ ଘରୋଇ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ୬ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ତାଙ୍କ ନିକଟରେ ପରିବାର ଲୋକ ଥିବା ବେଳେ ସେ ସୁସ୍ଥ ଅଛନ୍ତି।
ଆସନ୍ତା ୨୬ରୁ ମେ-ଫେୟାରରେ ‘ଦାଣ୍ଡିଆ ରାସ-୨୦୨୨’ ଆରମ୍ଭ…
() ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ଭୁବନେଶ୍ୱରବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ ହେବ ‘ଦାଣ୍ଡିଆ ରାସ-୨୦୨୨’ ।
ମେ-ଫେୟାର ଓ ଏଂଟରଟେନ୍ ଇଭେନ୍ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତବର୍ଷ ପୁଣି ଥରେ ଦାଣ୍ଡିଆ ନୃତ୍ୟରେ ଝୁମିବେ ରାଜଧାନୀବାସୀ ।
ଆସନ୍ତା ୨୬ ତାରିଖରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ‘ଦାଣ୍ଡିଆ ରାସ’ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ରଖାଯାଇଛି । କାର୍ଯ୍ୟକ୍ରମର ଶେଷ ଦିନରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏହି ଶିଶୁମାନଙ୍କର ମା’ ମାନଙ୍କ ପାଇଁ ରଙ୍ଗୋଲୀ କାଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍ ବିନ୍ତି ସିଂ, ଇଣ୍ଡିଆ ଆଇଡଲ୍ ଫେମ୍ ରିୟା ଭଟାଚାର୍ଯ୍ୟ, ପ୍ଲେ ବ୍ୟାକ୍ ସିଙ୍ଗର ତୋର୍ସା ସରକାର ଏବଂ କେକା ଘୋଷାଲ୍ଙ୍କ ଭଳି କଳାକାର ସଂଗୀତ ପରିବେଷଣ କରିବେ । ଓଡ଼ିଶାର ଅନେକ ପ୍ରତିଷ୍ଠିତ କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ଦେଇଛନ୍ତି ଆୟୋଜକ ।
ଏହି ଅବସରରେ ଡିଜେ, ଡ୍ୟାନ୍ସ ଗ୍ରୁପ୍ ଓ ଲାଇଭ ଅଫ୍ ବ୍ୟାଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି ।ଏହି ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ବେଷ୍ଟ କପଲ୍ଙ୍କ ସମେତ ଅନ୍ୟ କେତେକ ଆୱାର୍ଡ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଚାଟ ଓ ନବରାତ୍ରୀ ଖାଦ୍ୟର ବ୍ୟବସ୍ଥା କରାଯାଇଛି ।ଦାଣ୍ଡିଆ ରାସ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ସନ୍ଧ୍ୟା ୭.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଏହି ଖାଦ୍ୟର ମଜା ଉଠାଇପାରିବେ ।
ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…
() କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।
ମିଶନ ଶକ୍ତି କାମ କରି ଆମେ ଗର୍ବିତ, ଏହା ଆମର ମର୍ଯ୍ୟାଦା ବୃଦ୍ଧି କରିପାରିଛି – ମିଶନ ଶକ୍ତି ମା ମାନେ।
{}ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।
ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।














