ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

{} ପୁରୀରେ ହବିଷ୍ୟାଳି ମା ମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ

ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ହବିଷ୍ୟାଳି ଯୋଜନା ର ମା’ଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ‘କୋଟିଏ ପରମାୟୁ ଦିଅନ୍ତୁ’ – ହବିଷ୍ୟାଳି ମା ମାନେ।

() ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମ ର ଉର୍ମିଳା ପଟନାୟକ, ମୟୁରଭଞ୍ଜ ର ସାବିତ୍ରୀ ବିନ୍ଧାଣି ଓ ପୁରୀ ର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ବାତ୍ୟା-ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ…

()  ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି । ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି” । ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।

ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟକରିପାରିବ । ଏସବୁ ଆଧୂନିକ ଭିତ୍ତିଭୂମି ସ୍ଥିତିର ପର୍ଯ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି ।

ବତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବ୍ଷ୍ଟେସନ୍, ଏବଂ ଯଥେଷ୍ଟ ସଂଙ୍ଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପ ଗୁଡିକୁ କର୍ମକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଂଙ୍ଗେ ସଂଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କର୍ମକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କର ସବୁ ଉପକରଣକୁ ସଠିକ୍ଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା । ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ ।  ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ । ନାଭାଲ୍, ଆର୍ମି, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ ଆଦିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ ।

 

କଟକ ପ୍ରଶାସନ ଓ ସଂସ୍କୃତି ବିଭାଗର ନଜର ପଢ଼ୁ ମୃଣାଳ ଚାଟାର୍ଜୀଙ୍କ ଲେଖା ଉପରେ……

() ଯଦି ଜୀବିତ ଥାନ୍ତେ, ଆସନ୍ତା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କୁ ୮୮ ପୁରିଥାନ୍ତା । ୧୯୩୪ ମସିହାରେ କେନ୍ଦ୍ର୍ରାପଡ଼ାରେ ତାଙ୍କ ଜନ୍ମ । ବହୁମୁଖୀ ପ୍ରତିଭା ଥିଲେ ସେ । ଗୀତ ଗାଇଛନ୍ତି, ଲେଖିଛନ୍ତି, ସୁର ଦେଇଛନ୍ତି । ଭକ୍ତିଗୀତଠୁଁ ପ୍ରେମଗୀତ, ଶାସ୍ତ୍ରୀୟଠୁଁ ଆଧୁନିକ – ସବୁ ପ୍ରକାରର ଗୀତ ଗାଇଛନ୍ତି । ଯ।ଯାବରର ଟାଇଟେଲ୍‍ ଗୀତରେ ବାଦ୍ୟର ପରୀକ୍ଷାନୀରୀିକ୍ଷା ଧର୍ମୀ ବ୍ୟବହାରରୁ ପେଟେଣ୍ଟ୍‍ ମେଡିସିନ୍‍ ଭଳି ହାସ୍ୟଧର୍ମୀ ଗୀତିନାଟ୍ୟର ସ୍ୱର ସଂଯୋଜନା- ସବୁଥିରେ ସେ ଥିଲେ ସାବଲୀଳ । ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି । ସେଠି ସୁଯୋଗ ତାଙ୍କ ବାଟ ଚାହିଁ ଥିଲା । ହେଲେ କଟକ ସହର ତାଙ୍କ ବାଟ ଓଗାଳି ବସିଲା । ଏ ସହରକୁ ପ୍ରାଣ ଭରି ଭଲ ପାଉଥିଲେ ସେ । ଏଠୁ ଆଉ କେଉଁଠି ଯିବା କଥା ସେ ଭାବି ବି ପାରିନାହାନ୍ତି କେବେ । ସଙ୍ଗୀତ ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଥିଲେ ବେଶ ଚଳଚଞ୍ଚଳ । ଆନେକ ଚମତ୍‍କାର ଗଳ୍ପ ଲେଖିଛନ୍ତି । ଭ୍ରମଣ-କାହାଣୀ ଲେଖିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତକୁ ଲୋକପ୍ରିୟ କରିବାରେ ତାଙ୍କର ଗୋଟେ ବଡ଼ ଅବଦାନ ଥିଲା ।

ଦୁଃଖ ହେଲା, ଯେଉଁ କଟକ ସହରକୁ ସେ ଏତେ ଭଲ ପାଉଥିଲେ- ସେ ସହର ତାଙ୍କୁ ବୋଧେ ସେତେ ନିବିଡ଼ ଭାବେ ଭଲ ପାଇ ନି । ମନେ ବି ରଖିନି । ମହାନଦୀ ବ୍ୟାରେଜ୍‍ କଡ଼ ପାଚେରିରେ ହାତ ଅଙ୍କା ତାଙ୍କ ଛବି ଉପରେ ଦେଖନ୍ତୁ ଜମି ବିକ୍ରି ପୋଷ୍ଟର୍‍ ଲାଗିଛି (ପନ୍ଦର ଦିନ ତଳେ ମୁଁ ଏ ଛବିଟିକୁ ଉଠେଇଛି)ା ଅକ୍ଷୟ ମହାନ୍ତିଙ୍କୁ ପ୍ରାଣ ଭରି ଭଲ ପାଉଥିବା ଏବଂ ତାଙ୍କ ପାଇଁ ବହୁ ଗୀତ ଲେଖିଥିବା ଦେବଦାସ ଛୋଟରାୟ ରେଭେନ୍‍ସା ବିଶ୍ୱବିଦ୍ୟାଳୟର କୂଳପତି ଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ନାଁରେ ଏକ ସଙ୍ଗୀତ-କେନ୍ଦ୍ର ସ୍ଥାପନର ଯୋଜନା କରିଥିଲେ । ସେଠି ଅକ୍ଷୟ ମହାନ୍ତିଙ୍କ ଗୀତକୁ ଡିଜାଟାଇଜ୍‍ କରି ସଂରକ୍ଷଣ କରି ରଖିବା ସହିତ, ଦେଶ ବିଦେଶର ଆଧୁନିକ ଗୀତ ସମ୍ପର୍କରେ ଚର୍ଚ୍ଚାର ଯୋଜନା କରାଯାଇଥିଲା । ସେ ଯୋଜନା ବହୁଦିନୁ କେଉଁ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଅନେକେ ତା କଥା ଭୁଲି ଗଲେଣି ।

ଅକ୍ଷୟ ମହାନ୍ତି ଗାଇଥିଲେ: ସ୍ମୃତି ତୁମେ ପାଉଁଶ ତଳର ନିଆଁ । ଆମ ସ୍ମୃତିରେ ସେ ନିଆଁ କେଉଁ କାଳୁ ବୋଧେ ଲିଭିଗଲାଣି ।

( ସୋସିଆଲ ମିଡିଆରେ ସାରଙ୍କ ଲେଖାଙ୍କ … ଯାହା ଆମେ ବହୁତ୍ ଲୋକଂକ ପାଖରେ ପହଞ୍ଚାଇବାକୁ ଏକ ପ୍ରୟାସ କରିଛୁ l)

ଧାମନଗର ରେସ : ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କଲା ବିଜେପି

() ଧାମନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଆଜି ପ୍ରାଥି ଘୋଷଣା କରିଛି l ପ୍ରାଥି ଚୟନ ବେଳେ ବାଲେଶ୍ଵର ରଣନୀତିକୁ ବିଜେପି ଆପଣାଇଛି l ନଭେମ୍ବର ୩ ତାରିଖରେ ଧାମନଗର ଉପ ନିର୍ବାଚନ ପାଇଁ ଭୋଟ ହେବ l

ଆଜି ହେଉଛି କୁଆଁରୀ ଝିଅ ମାନଙ୍କ ଗଣପର୍ବ :କୁମାର ପୂର୍ଣ୍ଣିମା…

() ଆଜି ହେଉଛି ଆଶ୍ବିନ ମାସର ଶେଷ ଦିନ ପୂର୍ଣ୍ଣମୀ ତିଥି। କାଲିଠାରୁ ଆରମ୍ଭ ହେବ ପବିତ୍ର ମାସ କାର୍ତ୍ତିକ । ଆଜିର ଦିନକୁ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ଭାବରେ ପାଳନ କରିଥାଆନ୍ତି ।ଏହାକୁ ଓଡିଶାର କୁଆଁରୀ ଝିଅ ମାନଙ୍କ ଏକ ଗଣପର୍ବ କହିଲେ ଅତ୍ଯୁକ୍ତି ହେବ ନାହିଁ। କାରଣ ସାରା ଓଡିଶାରେ ଏହି ଦିନଟିକୁ କୁଆଁରୀ ଝିଅ ମାନେ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । କିନ୍ତୁ ଏହାର ରହିଛି କିଛି ବୈଚିତ୍ରତା । କିଛି ସ୍ଥାନରେ ଏହାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଅଂଶରେ ଆଜିର ଦିନକୁ ଜହ୍ନି ଓଷା ରୂପେ ପାଳନ କରାଯାଏ। ଉତ୍ତର ଓ ପୂର୍ବ ଓଡିଶାର କୁଆଁରୀ ଝିଅମାନେ ପୂର୍ଣ୍ଣମୀର ପାଞ୍ଚ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ପୂର୍ବକ ସତ୍ତ୍ବିକ ରହି ପାଳନ କରୁଥିବା ସ୍ଥଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଝିଅମାନେ ଦୀର୍ଘ ଏକ ମାସ ପୂର୍ବରୁ ସାତ୍ତ୍ଵିକ ରହି ଆଜି ଦିନରେ ଏହାର ପୂର୍ଣ୍ଣାହୂତି ଦିଅନ୍ତି । ବିଶ୍ୱାସ ରହିଛି କାଳେ ଏହି ଓଷା କଲେ କୁଆଁରୀ ଝିଅମାନେ ମନଲାଖୀ ବର ପାଇଥାନ୍ତି । କିନ୍ତୁ ଲୋକକଥା ଅନୁଯାୟୀ ଏହି ଓଷା, ଝିଅମାନେ ନିଜ ଭାଇମାନଙ୍କ ଶୁଭ ମନାଷୀ କରିଥାନ୍ତି । ତେବେ ସିଏ ଯାହା ହେଉନା କାହିଁ, ଏହା ଓଡିଆ ଘରର ଏକ ପ୍ରାଚୀନ ପରମ୍ପରା । ଆଜି ଦିନରେ କୁଆଁରୀ ଝିଅ ମାନେ ଉପବାସ ରହି ସନ୍ଧ୍ୟାରେ ଏକାଠି ହୋଇ ବିଭିନ୍ନ ପ୍ରକାର ଫୁଲରେ ଚଉଁରା ମୂଳ ସଜାନ୍ତି ତା ସହ ଖଇଚା ଉଖୁଡା ନଡିଆ କଦଳୀ ତଥା ବିଭିନ୍ନ ପ୍ରକାର ଭୋଗ ସହ ପୂଜା କରି ଦୀପ ଧୂପରେ ଚାନ୍ଦ ବନ୍ଦାନ୍ତି । ଶେଷରେ ଜହ୍ନ କୁ ନୈବେଦ୍ଯ ଅର୍ପଣ କରି ନିଜ ଓଷା ପୂର୍ଣ୍ଣ କରନ୍ତି । କିନ୍ତୁ କରୋନା କାରଣରୁ ଧୀରେ ଧୀରେ ଏହା ଫିକା ପଡିବାକୁ ବସିଲାଣି । ବିଗତ ବର୍ଷ ମାନଙ୍କ ଭଳି ଆଉ ସେ ଜାକ ଜମକ ଦେଖିବାକୁ ମିଳୁ ନାହିଁ। କେବଳ ପରମ୍ପରା ବଞ୍ଚାଇବାକୁ ଏହା ପାଳନ କରାଯାଉଛି ।

ଧାମନଗର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ…

() ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ରହିଛନ୍ତି । ଉକ୍ତ କମିଟି ଖୁବ୍‌ଶୀଘ୍ର ଧାମନଗର ଗସ୍ତ କରି ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ସହ ସାକ୍ଷାତ ଆଲୋଚନା କରି ବିଜୟୀ ସମ୍ଭାବନା ଥିବା ପ୍ରାର୍ଥିଙ୍କ ନାମ ଆସନ୍ତା ୮ ତାରିଖ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ଶହେ ତିନି ବର୍ଷରେ ପାଦ ଦେଇଛି ‘ସମାଜ’…

() ଦୁର୍ଗାପୂଜା ପାଇଁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ।‘ସମାଜ’ ଆଜି ଶହେ ତିନି ବର୍ଷରେ ପହଞ୍ଚିଲା । ଏଥିପାଇଁ ‘ସମାଜ’ ପରିବାରକୁ ମୋର ସ୍ବତନ୍ତ୍ର ଅଭିନନ୍ଦନ । ଉତ୍କଳମଣି ଗୋପବନ୍ଧୁଙ୍କ ଅନୁଷ୍ଠାନ ‘ସମାଜ’ ଓଡିଶାର ଘରେ ଘରେ ପରିଚିତ । ଓଡିଶାର ଶହେ ବର୍ଷର ଇତିହାସ ସହ ‘ସମାଜ’ ଯୋଡି ହୋଇରହିଛି । ସେବା ଓ ସଚେତନତା କ୍ଷେତ୍ରରେ ଆଦର୍ଶ ହୋଇ ରହିଛି । ଓଡିଶାର socio-political lifeରେ ଗୁରୁତ୍ବ ବଜାୟ ରଖିଛି ।

ଆଉ ଅଳ୍ପ ଦିନ ପରେ ଅକ୍ଟୋବର ୯ ରେ ଆମେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରିବା । ଆପଣମାନେ ଜାଣନ୍ତି, ୫-ଟି initiativeରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନର ବିକାଶ ପାଇଁ କାମ ଚାଲିଛି ଏବଂ ଏଥିରେ ସମସ୍ତଙ୍କ ସହଯୋଗ ମଧ୍ୟ ରହିଛି। ଓଡିଶାବାସୀଙ୍କ ସହ ‘ସମାଜ’ ପରିବାର ପାଇଁ ଏହା ବିଶେଷ ଆନନ୍ଦର କଥା ।ବର୍ତ୍ତମାନ digital ଯୁଗ । ତଥାପି print mediaର ବହୁତ ଆଦର ମଧ୍ୟ ରହିଛି, ଆଗକୁ ମଧ୍ୟ ରହିବ । ମୋର ବିଶ୍ବାସ, ‘ସମାଜ’ ଗୋଟିଏ responsible media ଭାବରେ ଓଡିଆ ଜାତିର ବିକାଶ ଦିଗରେ ତାର ଦାୟିତ୍ବ ପାଳନ କରିଚାଲିବ। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ବନ୍ଦେ ଉତ୍କଳ ଜନନୀ

ମା’ ବିରଜା ପାଇଁ ଶ୍ରୀମନ୍ଦିର ରୁ ମିଳିଲା ବାରପାଟିଆ…

() ଯାଜପୁର ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହନବମୀ ପୂଜା ସହ ରଥଯାତ୍ରା ।ଆଜି ହେଉଛି ପୂଜାର ଶେଷ ଦିନ ଏବଂ ଶେଷ ରଥଯାତ୍ରା । ପରମ୍ପରା କ୍ରମେ ମା ଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜା ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଥାଏ। ପ୍ରତି ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ବିରଜା ମନ୍ଦିର କୁ ପ୍ରାପ୍ତ ହୋଇଥାଏ ବୋଲି କଥିତ ଅଛି।ଚଳିତ ବର୍ଷ ଆଜି ଅର୍ଥାତ ମହା ନବମୀ ସୋମବାର ଦିନ ଏହି ବାରପାଟିଆ ନାମକ ବସ୍ତ୍ର ଓ ମହାପ୍ରସାଦକୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର ଙ୍କ ଉପସ୍ଥିତିରେ ବିରଜା ମନ୍ଦିର ର ମୁଖ୍ୟ ସେବାୟତ ଦେବୀ ପ୍ରସାଦ ପାଣି ,ଅନ୍ୟାନ୍ୟ ସେବାୟତ,ମନ୍ଦିର ପ୍ରଶାସନ ର କର୍ମକମର୍ତ୍ତାଙ୍କୁ ପୁରୀ ରୁ ଯାଇଥିବା ଶ୍ରୀ ସିଦ୍ଧାର୍ଥ ରାୟ ହସ୍ତାନ୍ତର କରିଛନ୍ତି। ମା ବିରଜାଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଅନେକ ରୀତିନୀତି ରେ ସାମଞସ୍ୟ ମଧ୍ୟ ପରିଲକ୍ଷିତ ହୁଏ। ପ୍ରବାଦ ଅଛି ଯେ ଛତିଆ ନିକଟସ୍ଥ ଗଲଗଲି କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ସାକ୍ଷାତ ହୁଏ। ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ର ରୁ ଓ ମା ବିରଜା ବିରଜାକ୍ଷେତ୍ରରୁ ଆସି ଗଲଗଲି କ୍ଷେତ୍ରରେ ପରସ୍ପର କଥା ହୋଇ ଶେଷରେ ଜଣେ ଅପରକୁ ଗଲ ବୋଲି ପଚାରନ୍ତି ଓ ଉତ୍ତର ରେ ଗଲି ବୋଲି ସୂଚନା ପାଆନ୍ତି।ବୋଧହୁଏ ଏହି ଗଲ ଓ ଗଲି ର ବାର୍ତ୍ତାଳାପ କୁ ନେଇ ଗଲଗଲି ସ୍ଥଳର ନାମ କରଣ ହୋଇଛି ବୋଲି ପ୍ରବାଦ ରହିଛି। ଶ୍ରୀ ଜଗନ୍ନାଥଙ୍କ ବସ୍ତ୍ର ପ୍ରାପ୍ତି ପରେ ବିରଜା ମନ୍ଦିର ର ସେବାୟତ, ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।

ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ…

() ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।

ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା।

ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ।

{} ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ର ହଜାରିବାଗ ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୃତକଙ୍କ ନିକଟ ସମ୍ପର୍କୀୟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି।ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ର ଲୋକ ମାନେ ଅଛନ୍ତି

ଯାଜପୁର ବିଜେଡିର ଜନ ସଂପର୍କ ପଦଯାତ୍ରା : ଗଡିଲା ଅହିଂସା ରଥ, ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା….

() ଜନସେବା ମୂଳମନ୍ତ୍ର, ରାଜନୀତି ଏକ ମାଧ୍ୟମ l ମୁଖ୍ୟମନ୍ତ୍ରୀ ଏହି ପଦ କଥା ୨୨ବର୍ଷ ଧରି ବିଜେଡି ରାଜନୀତି ରେ ପ୍ରତିଫଳିତ ହେଉଛି l ବରପୁତ୍ର, ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ପଦଯାତ୍ରା ଦିଆଯିବ ଶ୍ରଦ୍ଧାଞ୍ଜଳି. ଦେଶର ସ୍ୱାଧୀନତା ସଂଗ୍ରାମ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l ଯାହାକୁ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ବାସ୍ତବ ରୂପ ଦେଖିବାକୁ ମିଳିଛି l ଯାଜପୁରରେ ଯୁବ ବିଜେଡି ନେତା ଭବ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ଆଜି ଠାରୁ ଆରମ୍ଭ ହୋଇଥିବା ବିଜେଡିର ଜନ ସଂପର୍କ ପଦଯାତ୍ରା l ୨୨କିମିର ପଦଯାତ୍ରାରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି ପୁରା ଯାଜପୁର ଜିଲ୍ଲାରେ l ଘରେ ଘରେ ରାଜ୍ୟ ସରକାରଙ୍କ ଜଣକଲ୍ୟାଣକାରୀ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟବ୍ୟାପୀ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି l ଯାଜପୁର ନିର୍ବାଚନୀ ମଣ୍ଡଳୀଅନ୍ତର୍ଗତ ସାହସ ପୁରଠାରୁ ଦେବୀ ଗଡା ଯାଏ ଜନ ସମ୍ଫକ ପଦଯାତ୍ରା ଅନୁଷ୍ଠି ତ ହୋଇଛି l ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫୋଟୋ ପ୍ଲାକ କାର୍ଡ ଧରି ହଜାର ହଜାର ସଂଖ୍ୟକ ବିଜେଡି କର୍ମୀ ଓ ନେତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ l ସାହସ ପୁର ରୁ ଜାତିର ପିତା ମହାତ୍ମା ଗାନ୍ଧୀ ପଦଯାତ୍ରା କରିଥିବାରୁ ଏହି ଠାରୁ ଯାଜପୁର ବିଜେଡି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା l ଯୁବ ବିଜେଡି ନେତା ପୂର୍ବତନ ପୌରଧକ୍ଷ ଭବ ପ୍ରସାଦ ଦାସ ଙ୍କ ନେତୃତ୍ବରେ ଦଳୀୟ କର୍ମୀ ଓ ନେତାମାନେ ପଦଯାତ୍ରା ବାହାରି ଘରେ ଘରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚାଇବାକୁ ସଙ୍କଳ୍ପ ନେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ବପ୍ନର ବିକଶିତ ଓଡ଼ିଶା ଗଠନ ନେଇ ପଦଯାତ୍ରାରୁ ଆହୁରି ତ୍ୱରିତ ବେଗରେ କାମ କରିବାକୁ ଯାଜପୁର ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ଦେଶ ଅନୁସାରେ କର୍ମୀ ମାନେ ଏକ ମାସ ଧରି ପଦଯାତ୍ରା ଲୋକଙ୍କୁ ବୁଝାଇବେ l 

ଗାଁରୁ ଗାଁ ପଦଯାତ୍ରା କରାଯିବ ବୋଲି ଯୁବ ନେତା ଭବ ପ୍ରସାଦ କହିଛନ୍ତି l ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ l ସେବାର 25 ବର୍ଷ ପୂରଣ କରିଥିବା ସେବାର ସାଧକ ନବୀନ ପଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି ନେତାମାନେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news