ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି….

() ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଉତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହାର ୨୪ ଘଂଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଦା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ।

ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଏବଂ ଅନୁଗୁଳରେ ପ୍ରଭାବ ପକାଇବ । ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଉଁ ଅବପାତ ଲଘୁଚାପରେ ପରିଣତ ହୋଇଥିଲା ତାହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ…

{} ଭୁବନେଶ୍ୱର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ।

ସ୍ଥିତି ଅନୁଧ୍ୟାନ କଲେ 5T ସଚିବ।

() ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି ।

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ଆଜି ବଡି ଭୋର ରୁ ଶିଶୁ ଭବନ ଚ୍ଛକ , ରବି ଟକିଜ ଛକ କଳ୍ପନା ଚ୍ଛକ, ବେହେରା ସାହି ଛକ । ରସୁଲଗଡ ଚ୍ଛକ, ଓ଼ ଆଇଗିଣିଆ ଚ୍ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପରିଦର୍ଶନ ସମୟ ରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ. ପୂର୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ କଂଗ୍ରେସ ରେ କମ୍ପନ: ଦଳ ଛାଡ଼ିଲେଣି ନେତାଏ..

() କିଛି ନେତାଙ୍କ ଦଳ ଛାଡ଼ିବା ନେଇ ପିସିସି ସଭାପତି ଶରତ ପଟନାୟକଙ୍କ ପ୍ରତିକ୍ରିୟା । ମୋ ପାଖରେ କାହା ଇସ୍ତଫା ପତ୍ର ପହଞ୍ଚିନି। କିନ୍ତୁ ଯଦି କିଏ ଛାଡ଼ୁଛି ମୁଁ ତାଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି। ଆମେ ମିଶି ଏକାଠି କାମ କରିବା ହେଲେ ଯଦି କାହାର ବ୍ୟକ୍ତିଗତ କାରଣ ଥିବ ସେଇଟା ଅଲଗା କଥା।

କଂଗ୍ରେସ ସହ ପ୍ରଭାରୀ ଏ ରୁଦ୍ର ରାଜୁଙ୍କ ପ୍ରତିକ୍ରିୟା। ହାଇକମାଣ୍ଡ ନିର୍ଦ୍ଦେଶ କ୍ରମେ ମୁଁ ବ୍ୟକ୍ତିଗତ ଭାବେ ବିଧାୟକ ମହମ୍ମଦ ମୋକିମଙ୍କୁ ଗତକାଲି ଭେଟି ଆଲୋଚନା କରିଛି। ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ସେ କଂଗ୍ରେସରେ ଅଛନ୍ତି ଆଉ ରହିବେ। ଦଳ ନୀତି ଆଦଶରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନର ପିସିସି ସଭାପତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ଦଳରେ ରହିବା ସମ୍ଭବପର ହେଉନାହିଁ ବୋଲି କହିଲେ ଦଳ ଛାଡୁଥିବା ନେତା। ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା।

ବର୍ତ୍ତମାନର ପିସିସି ସଭାପତି ଏଆଇସିସି ଯାହା କହୁଛି ସେହି ଅନୁଯାୟୀ କାମ କରୁଛନ୍ତି। ତା ବାଦ କିଛି କରୁନାହାନ୍ତି। ତେଣୁ ଦଳର ଅଗ୍ରଗତି ସମ୍ଭବ ନୁହେଁ। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସକ୍ରିୟ ସଂଗଠନ ସହିତ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ଅଭିଯୋଗ କଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଂଗ ଉଠାଇଲେ ଦଳ ଛାଡୁଥିବା ନେତା। ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ। ସାରା ରାଜ୍ୟର କଂଗ୍ରେସ କର୍ମୀ ଏ ପ୍ରସଙ୍ଗରେ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ନେତା ବିବେକାନନ୍ଦ ପାଣିଗ୍ରାହୀ।

ଦିଲ୍ଲୀ କରାଇପାରିବନି ଓଡ଼ିଶା ଭୋଟ: ଅମିତ ଶାହ…

() ୨୦୧୯ରେ ମିଶନ ୧୨୦ଫେଲ l ମୋ ବୁଥ ସବୁଠାରୁ ମଜବୁତ୍ ନାରା ବି ଦିଗହରା l ଯେତେ ଗୁରୁମନ୍ତ୍ର ଦେଲେ ବି ରାଜ୍ୟ ବିଜେପି ତାହାକୁ କାର୍ଯ୍ୟରେ ଲଗାଇ ପାରୁନାହିଁ l ତେଣୁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ଚାଣକ୍ୟ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ବିଜେପି ନେତାଂକୁ ଗୁରୁ ଜ୍ଞାନ ଦେବା ସହ କେତେକ ପରାମର୍ଶ ଦେଇଛନ୍ତି l ଓଡ଼ିଶାରେ ବିଜେପି ସଙ୍ଗଠନକୁ ସମୀକ୍ଷା କରି ଶାହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l ସିଧା ସିଧା ରାଜ୍ୟ ବିଜେପି ମଙ୍ଗୁଆଳଙ୍କୁ ଅମିତ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ଦିଲ୍ଲୀ ଭୋଟ କରିବନି l ଓଡ଼ିଶାରେ ଭୋଟ ପାଇବାକୁ ହେଲେ ପ୍ରତ୍ୟେକ ନେତା ଓ କର୍ମୀ ଲୋକଂକ ପାଖକୁ ଯିବାକୁ ପଡିବ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ଅଧିକ ମଜବୁତ୍ କାଟିବାକୁ ପଡ଼ିବ l ଏଥିପାଇଁ କଠିନ ପରିଶ୍ରମ ଦରକାର l କାରଣ ମୋଦୀଜୀ ସବୁବେଳେ କୁହନ୍ତି, “ଅନେକ କଷ୍ଟ ପରେ ମତେ କେବେ ଥକା ଲାଗେ ନାହିଁ, ମାତ୍ର ଆନନ୍ଦ ମିଳିଥାଏ। ମୋ କଷ୍ଟ ଯେତେବେଳେ ଗରିବ ଲୋକର ମୁହଁରେ ଖୁସି ଆଣିଦିଏ, ସେତେବେଳେ ମନ ଆନନ୍ଦରେ ଭରିଯାଏ l ଆଉ ତାହାହିଁ ଆଜି ବିଜେପି କୁ ଦେଶରେ ଏପରି ବଡ ସଫଳତା ଦେଇଛି l ରାଜ୍ୟ ବିଜେପି ନେତା ଶାହ ଙ୍କ ଠାରୁ ଏପରି ମନ୍ତ୍ର ଶୁଣି ଚୁପ୍ ହୋଇ ବସିପଡିଲେ l କାରଣ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାବାସୀ ବିଜେପି ପ୍ରତ୍ୟାଖାନ କରିଛନ୍ତି l ସଦ୍ୟତମ ବ୍ରଜ ରାଜନଗର ଉପ ନିର୍ବାଚନରେ ଦଳ ଦ୍ୱିତୀୟ ରୁ ତୃତୀୟ ସ୍ଥାନକୁ ଚାଲି ଆସିଛି l ଯାହା ବିଜେପି କର୍ମୀ ଓ ନେତାଙ୍କ ମନବଳ ଭଙ୍ଗିଦେଇଛି l ଏହାରି ଭିତରେ ଦଳର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଅନ୍ଦର ମହଲରେ ଉତ୍ସାହ ଆଣିବ କଣ ବରଂ ଅଧିକ ନିରାଶ ଆଣିଛି ବୋଲି ରାଜ ନୈତିକ ସମୀକ୍ଷକ କହିଛନ୍ତି l ହେଲେ ବାହାରକୁ କିନ୍ତୁ ବିଜେପି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଛି ବୋଲି ବାର୍ତ୍ତା ପ୍ରଚାରିତ କରାଯାଉଛିl

ଟିକାକରଣ ବଢ଼ାଇବା ଉପରେ ଗୁରତ୍ବ ଦେଉଛି ସ୍ୱାସ୍ଥ୍ୟ ବିଭାଗ….

() ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି। ସବୁ ଜିଲାକୁ ନିର୍ଦ୍ଦେଶ ଦିଆ ଯାଇଛି ଟିକା କରଣ କେନ୍ଦ୍ର ବଢାଇବା ପାଇଁ।ଏହାସହ ପ୍ରତି ବ୍ଲକରେ 4 ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ଏଯାଏଁ ରାଜ୍ୟରେ 46 ଲକ୍ଷ 66 ହଜାର ପରିକସନ ଡୋଜ ନେଇ ସାରିଛନ୍ତି। ଯାହାକି ମୋଟ ଲୋକଙ୍କର 14 ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟିକା କାରଣ କରାଯିବ। ଏବେ 9 ଲକ୍ଷ କୋଭିସିଲଡ଼ ଟିକା ଆସିଛି।ଏହାସହ 10 ତାରିଖ ଦିନ ଆଉ 6 ଲକ୍ଷ କୋଭିସିଲଡ଼ ଟିକା ଆସିବ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ। ଅବଧି ପୁରିଥିବା 24 ଲକ୍ଷ 90 ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି 3 ହଜାର ଟିକା କାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ବିଜୟ ପାଣିଗ୍ରାହୀ, ପରବାର କଲ୍ୟାଣ ନିର୍ଦ୍ଦେଶକ

ଓଡ଼ିଶାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ….

() ଓଡ଼ିଶାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କଟକ ଗସ୍ତରେ ଯିବେ ଅମିତ ଶାହ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ପରିଦର୍ଶନ କରିବା ସହିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ।

ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ୩୮ ପ୍ରତିଶତ ବୃଦ୍ଧି…

{} ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ୩୮ ପ୍ରତିଶତ ବୃଦ୍ଧି।

9୦୦୦ ଟଙ୍କା ରୁ 12280ଟଙ୍କା ହେଲା

() ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

ପୂର୍ବରୁ ଗୃହରକ୍ଷୀ ମାନଙ୍କୁ Duty Call up allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ call up allowance ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ। ଏତଦ୍‌ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍‌ ମିଳିବ।

୧୬ତମ ଉପରାଷ୍ଟ୍ରପତି…

() ଜଗଦିପ ଧନକଡ ହେଲେ ଦେଶର ୧୬ତମ ଉପରାଷ୍ଟ୍ରପତି।

ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲିବା ପ୍ରସଙ୍ଗ….

() ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପ୍ରସଙ୍ଗ ।

ଆମେ ଯେଉଁ କଥା ଦାବି କରୁଥିଲୁ ଯଦି କେନ୍ଦ୍ର ମନ୍ତ୍ରୀ ସେହି ଦାବି କରିଛନ୍ତି ତେବେ ତାହା ଭଲ କଥା । ଓଡ଼ିଶାର ଲୋକେ ଏଥିରେ ଉପକୃତ ହେବେ । ଆମେ ଯେଉଁ କଥା କହି ଆସୁଥିଲୁ ବର୍ତ୍ତମାନ ତାହା କର୍ଯ୍ୟସିଦ୍ଧି ହେଲା । ରାଜ୍ୟ ସରକାର ଫନି ପର ଠୁ ଏ କଥା କହି ଆସୁଥିଲେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ ସେ ପ୍ରସଙ୍ଗ କୁ ଧରିଛନ୍ତି ନିଶ୍ଚିତ ଭାବେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ୱରା ରାଜ୍ୟ ସରକାରଙ୍କୁ ହିଁ ଲାଭ ମିଳିବ । ଏବଂ ରାଜ୍ୟର ଲୋକେ ଉପକୃତ ହେବେ । ଯେଉଁମାନେ ବଞ୍ଚିତ ହେଇଛନ୍ତି ଘର ପାଇବାରୁ ସେମାନେ ଉପକୃତ ହେବେ ।

ପ୍ରତାପ ଦେବ, ଶିଳ୍ପ ମନ୍ତ୍ରୀ

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନୂଆ ପରିଚୟ….

() ଟାଟା ପାୱାର ଅଧୀନରେ bill ଆଦାୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଡ୍ରେସକୋଡ଼ ଓ ଲୋଗୋ ପ୍ରଦାନ କରାଯାଇଛି। ରାଜ୍ୟରେ 505 ପଞ୍ଚାୟତ ରେ 505 ସ୍ୱୟଂ ସହାୟକ ଗୋଷ୍ଠୀ bill ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ମହିଳା ସଦସ୍ୟମାନଙ୍କୁ ଟାଟା ପାୱାର ପକ୍ଷରୁ ଡ୍ରେସ କୋଡ଼ ବାବଦରେ 5 ହଜାର ମାଣିଆ ବନ୍ଧ ଶାଢ଼ୀ ଓ ଢେଙ୍କାନାଳର ଡୋକ୍ରାରେ ତିଆରି ହୋଇଥିବା ଲୋଗୋ ପ୍ରଦାନ କରାଯାଇଛି। ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହି ଲୋଗୋ ଓ ଡ୍ରେସକୋଡ଼ ଉନ୍ମୋଚନ କରିବା ସହ ମହିଳା ମାନଙ୍କୁ ପ୍ରଦାନ କରିଥିଲେ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news