‘ଯଯାତି-୨୦୨୩’:୮ରୁ ଦୁଲୁକିବ ଯାଜପୁର, ଜଲୱା ଦେଖାଇବେ ବଲିଉଡର ଓ ଓଲିଉଡ କଳାକାର.

() ସଂଧ୍ୟା ହେଲେ ନାଚ ଗୀତରେ ଦୁଲୁକିବ ଯାଜପୁର ସହର ବୈତରଣୀ ନଦୀ ପୀଠ l ବଲିଉଡର ଓ ଓଲିଉଡ କଳାକାର ୬ ଦିନ ଧରି ଦର୍ଶକଙ୍କୁ ନିଜର ଜଲୱା ଦେଖାଇବେl ଏଥିପାଇଁ ପୁରା ପ୍ରସ୍ତୁତ ଯାଜପୁର ସହର l ସୋସିଆଲ ମିଡ଼ିଆରେ ମଧ୍ୟ ଚାଲିଛି ଜୋରଦାର ପ୍ରଚାର l ପୁରା ଓଡିଶାକୁ ଏହି ମହୋତ୍ସବରେ ସାମିଲ୍ କରି ଯାଜପୁର ଐତିହ୍, ସଂସ୍କୃତି ପ୍ରଚାର ପ୍ରସାର କରାଯିବା l ଲୋକକଳା ସହ ଆଧୁନିକ କାଳର ଝଲକ ଦେଖିବେ ଦର୍ଶକ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି l କାରଣ ଆସନ୍ତା ଫେବୃଆରୀ ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ସବୁ ଦିଗରୁ ‌ଉତ୍ସବକୁ ମ‌ନୋରମ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ବାସୀଙ୍କ ସହଯୋଗ ଲୋଢ଼lଯାଇଛି ।ଯାଜପୁର ସହରର ବାଳାଶ୍ରମ ପଡିଆରେ ୬ ଦିନ ଧରି ଜିଲ୍ଲା ମହୋତ୍ସବ‘ଯଯାତି-୨୦୨୩’ ଅନୁଷ୍ଠିତ ହେବ। ମହଉତ୍ସବରେ ପ୍ରତ୍ୟେକ ଦିନ ସଂଧ୍ୟାରେ ବଲିଉଡ ଓ ଓଲିଉଡ କଳାକାରଙ୍କ ଜଲୱ‌ା ଦେଖିବେ ଉପସ୍ଥିତ ଜନତା।

 

କାର୍ଯ୍ୟକ୍ରମ ଅନୁସାରେ ୮ ତାରିଖରେ ସୁନିଧି ଚୌହାନ୍,୯ ତାରିଖରେ ସୋନା ମହାପାତ୍ର,ଅମ୍ରିତ ତ୍ରିଭେଦି,୧୦ ତାରିଖରେ ଜାକିର ଖାଁ,ଆୟୁଷ୍ମାନ ଖୁରାନା,୧୧ ତାରିଖରେ ଜାଭେଦ ଅଲ୍ଲୀ,୧୨ ତାରିଖରେ ଶ୍ରୀୟ ଘୋଷାଲ ଓ ୧୩ ତାରିଖରେ ହର୍ଷଦିପ୍ କୌର୍ ଏବଂ ସାଗରିକା ସିଂ ସାମିଲ ହେବେ। ସେହିପରି ଓଡିଶାର ବହୁ ସିନେ କଳାକାର ଏବଂ କଣ୍ଠଶିଳ୍ପୀ ଏହି ଉତ୍ସବର ସଂଧ୍ୟାକୁ ରଂଗୀନ କରିବେ। ଏଥିପାଇଁ ବିରାଟ ମଞ୍ଚ ପ୍ରସ୍ତୁତ କରାଯାଉଥିବା ବେଳେ ମହୋତ୍ସବ ପଡିଆକୁ ପ୍ରସ୍ତୁତ କରାଯାଉଛି। ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ କଳା ଅନୁଷ୍ଠାନକୁ ସାମିଲ କରାଯିବା ସହ କବିତା ପାଠୋତ୍ସବର ବିବିଧ କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲା ସଂସ୍କୃତି ପରିଷଦ। ତେବେ ଏଥି ନିମନ୍ତେ ପ୍ରସ୍ତୁତ ଜାରି ରହିଥିବା ବେଳେ ଯାଜପୁରବାସୀ ଏକ ବିରାଟ ଉତ୍ସବକୁ ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହାକି ଏହି ମହୋତ୍ସବର ଓରମାସ ଏବଂ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ମୁଖ୍ୟ ଆକର୍ଷଣ ସାଜିବ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଓ ଯୁବ ନେତା ଭବ ପ୍ରସାଦ ଦାସ ପ୍ରଶାସନ ସହ ଆଲୋଚନା କରି ଯଯାତୀ 2023କୁ ସଫଳ କରିବାକୁ ପ୍ରୟାସ କରିଛନ୍ତି l ନିଜେ ଭବ ପ୍ରସାଦ ପ୍ରତ୍ୟେକ ଦିନ ପ୍ରସ୍ତୁତି ସମୀକ୍ଷା କରିବା ସହ ମହୋତ୍ସବକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି l

କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ…

() ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ବିଶ୍ବବିଦ୍ୟାଳୟ ଘୋଷଣାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ।

କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ, ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ।

ଭିତ୍ତିଭୂମି ହିଁ ବିକାଶର ଆଧାର – ମୁଖ୍ୟମନ୍ତ୍ରୀ ସମାଜ ସହ ଯୋଡି ହୋଇ ରହିବାକୁ ଯୁବସମାଜକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି ।ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି ସେ କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଧିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥଇବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲ ଯେ ମା ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି । ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ମା ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ସେ କହିଥିଲେ ।

ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବିଦ୍ୟାଳୟ ଘୋଷଣାକୁ ସ୍ବାଗତ କରିଥିଲେ ଏବଂ ଏହାଦ୍ବାରା କୋରାପୁଟ ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ବଲି ମତବ୍ୟକ୍ତ କରିଥିଲେ।

ଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା…

() ୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ।

ବିଶ୍ବବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷା,

ଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବ।

ସବୁ class room ,smart class ହେବ।

ଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରି ଥିଲେ ।

ପ୍ରଥମେ ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ State of the Art Auditorium କାମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ଅତ୍ୟାଧୁନିକ ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନ୍‌ଫରେନ୍‌ସର ଆୟୋଜନ କରାଯାଇ ପାରିବ।
OUAT ର ସବୁ classroom କୁ ସ୍ମାର୍ଟ classroom କରାଯିବ।

କୃଷି ବିଶ୍ବବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସୂଚନାଯୋଗ୍ୟ ଯେ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉଭୟ ହେଉଛନ୍ତି କୃଷି ବିଜ୍ଞାନର ଛାତ୍ର ।
ଏହାପରେ ସେ ୨୦୦ ଆସନ ବିଶିଷ୍ଟ Farmers’ Hostel ର ନବୀକରଣ କାମ ବୁଲି ଦେଖିଥିଲେ। କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି ।

କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ । ଛାତ୍ରୀ ନିବାସ ରେ badminton Court ଓ Gym ସୁବିଧା ର ବିକାଶ ପାଇଁ ସେ ମାନଙ୍କ ଅନୁରୋଧ କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି 5T ସଚିବ ଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।

ପଦୋନ୍ନତି ଦେଲେ ସରକାର ….

() ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ଆଜି ୨ୟ ଦିନରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ୩୪୦ଟି ଆବେଦନକୁ ଅଦାଲତ ପଦୋନ୍ନତି ନିମନ୍ତେ ବିବେଚନା କରିଛନ୍ତି। ଆଜିକୁ ମିଶାଇ ୮୧୮ଟି ଆବେଦନର ଶୁଣାଣି କରାଯାଇଥିବା ବେଳେ ସେଥି ମଧ୍ୟରୁ ୬୪୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି।

ଆଜି ଦ୍ୱିତୀୟ ଦିନରେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ୍ ଓ ଖଣି, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଉଦ୍ୟୋଗ, ଅବକାରୀ, ସୂଚନା ଓ ଲୋକ ସଂପର୍କ, ଜଳ ସଂପଦ, ପୂର୍ତ୍ତ, ଶକ୍ତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଲୋକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା।

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି…

() ବଜେଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା l ବଜେଟ ବ୍ୟୟ ଅଟକଳରେ ବିଭିନ୍ନ ବିଭାଗକୁ ଗୁରୁତ୍ଵ ଦିଆଯାଇ ନାହିଁ l ସମ ବିକାଶ ବଜେଟ ରେ କରାଯାଇନାହିଁ l ଓଡ଼ିଶାକୁ ଲଗାତାର କେନ୍ଦ୍ର ଆର୍ଥିକ ଅବହେଳା କରିଛି l ରେଳ ପ୍ରକଳ୍ପ କେନ୍ଦ୍ର ଓଡିଶାକୁ ଅଣଦେଖା କରିଛି l ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ ଯୋଜନା କରା ଯାଇଛି l ଯାହା ଆୟୁଷ୍ମାନ ଯୋଜନାରେ ନାହିଁ l

21 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ…

() ଆସନ୍ତା 21 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । 24 ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 21 ରୁ 2 ମାର୍ଚ୍ଚ ଯାଏ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ରୁ ଏପ୍ରିଲ 6 ଯାଏଁ ଚାଲିବ । ମାର୍ଚ୍ଚ 31ରେ ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ ହେବ। ମୋଟ 27 ଦିନ ରହିଛି।

ବିଶ୍ବବିଦ୍ୟାଳୟ ରେ ପରିଣତ ହେଲା;ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ…

() ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ରେ ପରିଣତ ହେଲା ।

{} ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି Post Graduate programme, 17ଟି Under Graduate programme, ସହିତ BBA, BCA, ଓ B.ED ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି।ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।ଦକ୍ଷିଣ ଓଡିଶା ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ milestone ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି…

() ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରତିକ୍ରିୟା ରଖି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଶଶୀ ଭୂଷଣ ବେହେରା କେନ୍ଦ୍ରକୁ କରିଛନ୍ତି ସମାଲୋଚନା । କହିଛନ୍ତି ବଜେଟ କେବଳ କାନକୁ ଭଲ ଶୁଭୁଚି କିନ୍ତୁ ବାସ୍ତବରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଚଳିତ ବଜେଟର ବ୍ୟୟ ଅଟକଳ ରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ କମିଛି । ଦେଶର ସାମଗ୍ରିକ ଓ ସମବିକାଶ କରିବା ପାଇଁ ବଜେଟ ରେ କିଛି ଯୋଜନା କରାଯାଇ ନାହିଁ । ଓଡିଶା କୁ ମିଳିଲା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତା ଠୁ ଅଧିକ ହେଉଛି ଓଡିଶା ସବୁବେଳେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସିଛି । ରେଳବାଇ କ୍ଷେତ୍ରରେ କିଛି ବର୍ଷ ହେବ ଅର୍ଥରଶୀ ବଢି ଥିଲେ ବି ଓଡିଶାରୁ କେନ୍ଦ୍ର ସରକାର ଯେତିକି ଆୟ କରୁଛନ୍ତି ସେହି ଅନୁଯାୟୀ ଟଙ୍କା ମିଳୁ ନାହିଁ । ସେହିପରି ଆୟୁଷ୍ମାନ ଯୋଜନା କୁ ନେଇ ଯେତିକି ପ୍ରଚାର କରାଯାଉଛି ସେହି ଅନୁଯାୟୀ ତାଙ୍କ ବ୍ୟୟ ବରାଦ ହୋଇ ନାହିଁ । ଆଉ ଯେତିକି ଟଙ୍କା ବ୍ୟୟ ବରାଦ ହୋଇଛି ଓଡିଶା ସେତିକି ଟଙ୍କା ବର୍ଷ କୁ bsky ରେ ଖର୍ଚ୍ଚ କରୁଥିବା କହିଛନ୍ତି ଶଶୀ ବେହେରା । ଏହା ସହ ନରେଗାରେ ବି ଟଙ୍କା କମିଛି । ଏଥିରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଭଙ୍ଗୀ ପ୍ରମାଣିତ ହେଉଛି ବୋଲି କହିଛନ୍ତି ଶଶୀ ବେହେରା।

ନବ ଦାସ ଙ୍କ ହତ୍ୟାକାଣ୍ଡ ଘଟଣା କୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା।

ନବ ଦାସ ଙ୍କ ପରିବାର ଆଖିରୁ ଲୁହ ଶୁଖି ନାହିଁ । ତାଙ୍କ ମୃତ୍ୟୁ କୁ ନେଇ ଅନୁସନ୍ଧାନ ଚାଲିଛି । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଦ୍ୱାରା ଅନୁସନ୍ଧାନ କରୁଛନ୍ତି । ଜୁଡିସ୍ୟାରି ତଦନ୍ତ ପାଇଁ ବ୍ୟବସ୍ଥା ବି ହୋଇଛି । ଏଇ ସମୟ ରେ ଘଟଣା କୁ ନେଇ ଏପରି ରାଜନୀତି କରଣ କରିବା ଉଚିତ ନୁହେଁ ।

ବିପଦର ବନ୍ଧୁ ପ୍ରଣବ …..

()ପ୍ରଣବ ପ୍ରକାଶ ଦାସ (ବବି ) । ଓଡ଼ିଶା ରାଜନୀତିର ଯେଉଁ କେତେଜଣ ଚର୍ଚ୍ଚିତ ରାଜନେତା ଅଛନ୍ତି ସେମାନଙ୍କ ଭିତରୁ ପ୍ରଣବ ଜଣେ ଚର୍ଚ୍ଚିତ ରାଜନେତା । ନିଜର ସାଂଗଠନିକ ଦକ୍ଷତା , ପରିଶ୍ରମ ଓ ଲୋକଙ୍କ ନେତାଭାବେ ସେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ସଭିଁଙ୍କ ସୁଖରେ ନଥିଲେ ମଧ୍ୟ ଦୁଃଖର ସେ ହେଉଛନ୍ତି ବଡ଼ ସାଥି । କାରଣ ସେ ବିପଦର ବନ୍ଧୁ । ସେ ରାଜନେତା ହୁଅନ୍ତୁ ଅବା ସାଧାରଣ ଲୋକ , ଯିଏ ବିପଦରେ ପଡ଼ିଛି, ପ୍ରଣବ ସଙ୍ଗେସଙ୍ଗେ ସେଠାରେ ଉଭା ହୁଅନ୍ତି । ୨୦୦୯ ବିଧାୟକ ହେବା ବା ରାଜନୀତିକୁ ପ୍ରବେଶ ପୂର୍ବରୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ । ଓଡ଼ିଶାର ସାଲିସ ବିହୀନ ସମ୍ରାଟ ଭାବେ ପରିଚିତ ସ୍ବର୍ଗତ ଅଶୋକ ଦାସଙ୍କ ବଡ଼ ପୁଅ ହେଉଛନ୍ତି ପ୍ରଣବ । ବାପା ଯିବା ପରେ ପରିବାରରେ କଣ ଘଟେ ତାହା ଭଲଭାବରେ ଅନ୍ତରର ସହ ବୁଝିଛନ୍ତି ପ୍ରଣବ । ସେହି ଅନୁସାରେ ନିକଟରେ ଘଟିଥିବା କେତେକ ଘଟଣା ଚକ୍ରକୁ ସମୀକ୍ଷା କଲେ ତାହା ସ୍ପଷ୍ଟ ବାରି ହୋଇପଡ଼େ ପ୍ରଣବ କିପରି ବିପଦର ବନ୍ଧୁ ।

କରୋନା ମହାମାରୀ ସମୟରେ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥିଙ୍କ ଅକାଳରେ ଦେହାନ୍ତ ହୋଇଗଲା । ପ୍ରଦୀପ ମହାରଥିଙ୍କ ପରିବାରଙ୍କ ଏହି ଦୁଃଖ ସମୟରେ ପ୍ରଣବ ପହଞ୍ଚି ଶୋକସନ୍ତପ୍ତ କରି ପରିବାର ଲୋକଙ୍କ ମନବଳ ବୃଦ୍ଧି କରିଥିଲେ । ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ପରିବାର ଲୋକ ଯେମିତି କୌଣସି କ୍ଷେତ୍ରରେ ନିଜକୁ ଅସହାୟ ମନେ ନକରିବେ ସେନେଇ ପ୍ରଣବ ପରିବାର ଲୋକଙ୍କ ସାନ୍ତନା ଦେଇଥିଲେ । ସେତେବେଳେ ସମୟରେ ପ୍ରଣବ ପ୍ରଦୀପ ମହାରଥୀଙ୍କ ଝିଅ ମୁଣ୍ଡରେ ହାତ ଥାପୁଡ଼େଇଥିବାରୁ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଅନେକ ଏହି ଫୋଟୋକୁ ନେଇ ରାଜନୀତିର ରଙ୍ଗ ଦେଇଥିଲେ । କିଏ କିଏ କହିଥିଲେ ଯେ ପ୍ରଦୀପଙ୍କ ପରେ ତାଙ୍କ ଝିଅ ତାଙ୍କର ଉତ୍ତରାଧୀକାରୀ ହେବେ । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟବାସୀ ସବୁ ବୁଝି ଯାଇଥିଲେ ଯେ ରାଜନୀତି ନୁହେଁ, ପରିବାର ର ସମସ୍ୟା ପରି ବିପଦ ସମୟରେ ପ୍ରଣବ ତାଙ୍କ ଦାୟିତ୍ବ ନେଇଥିଲେ ।

ଏବେ ପଶ୍ଚିମ ଓଡ଼ିଶା ରାଜନୀତିର ବଡ଼ ଚେହେରା ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅସ୍ବଭାବିକ ମୃତ୍ୟୁପରେ ପ୍ରଣବ କିପରି ବିପଦର ବନ୍ଧୁ ହୋଇ ଛିଡ଼ାହୋଇଛନ୍ତି ତାହା ପୁଣିଥରେ ସାମ୍ନାକୁ ଆସିଛି । ଆପୋଲ ହସ୍ପିଟାଲ ଠାରୁ ଆରମ୍ଭ କରି ନବ ଦାସ ପଞ୍ଚଭୂତରେ ଲୀନ ହେବା ଯାଏ ସବୁବେଳେ ନବଙ୍କ ପରିବାର ସହ ଛିଡ଼ାହୋଇଛନ୍ତି ପ୍ରଣବ । ଆଉ ନିଜର ସହଯୋଗୀ ଓ ଦଳର ବରିଷ୍ଠ ନେତାଙ୍କ ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟ ସେ ତୁଲାଇଛନ୍ତି । ଇତି ମଧ୍ୟରେ ନବ ଦାସଙ୍କ ମୃତ୍ୟୁକୁ ୩ ଦିନ ବିତିଯାଇଛି । ଝାରସୁଗୁଡ଼ାରୁ ରାଜଧାନୀ ଯାଏ ଖେଳିଯାଇଛି ଶୋକର ଛାୟା । ନବ ଦାସଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ । ନବଙ୍କ ପୁଅ ଓ ଝିଅଙ୍କ ଏହି ବିପଦ ସମୟରେ ମନବଳକୁ ଶକ୍ତିଶାଳୀ କରି ସାହସ ଦେଇଛନ୍ତି ପ୍ରଣବ । ବ୍ୟକ୍ତିଗତ ପରିବାର ଏହି ବଡ଼ ଦୁଃଖ ସମୟରେ ସାଥି ହୋଇ ଛିଡ଼ା ହୋଇଛନ୍ତି ସେ । ନବ ଦାସଙ୍କ ପୁଅ ଓ ଝିଅଙ୍କ ସହ ପ୍ରଣବ ଏହି ଫୋଟୋ ଅନେକ ବାର୍ତ୍ତା ଦେଉଛି ।

ସମ୍ବଲପୁର ର ଜିଏମ କଲେଜରେ ଛାତ୍ର ଜୀବନ ଆରମ୍ଭ କରିଥିଲେ ସ୍ବର୍ଗତ ଅଶୋକ ଦାସ । ଆଉ ସେହି ଜିଏମ କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନେତା ନବ ଦାସ । ଅବଶ୍ୟ ନବ ଦାସ ସମ୍ବଲପୁର ନୁହଁ , ଝାରସୁଗୁଡ଼ାରା ତାଙ୍କର ରାଜନୈତିକ କର୍ମକ୍ଷେତ୍ର କରିଥିଲେ । ହେଲ ସମ୍ବଲପୁର ରାଜନୀତିରେ ତାଙ୍କର ଦବଦବା କିଛି କମ ନୁହେଁ । ଛାଡ଼ନ୍ତୁ ସେ କଥା । କେବଳ ଶାସକ ଦଳ ନେତା ନୁହେଁ, ବିରୋଧି ଦଳର ସମସ୍ତଙ୍କ କ୍ଷେତ୍ରରେ ସମାନ ମନଭାବ ରହିଛି ପ୍ରଣବଙ୍କର । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା କଂଗ୍ରେସ ଯୁବନେତା ବାପି ଜେନାଙ୍କ ଅକଳା ବିୟୋଗରେ ସ୍କୃତି ସଭାରେ ପ୍ରଣବଙ୍କ ଉପସ୍ଥିତି ବି ଅନେକ ବାର୍ତ୍ତା ଦେଇଥିଲା ଆଜିର ଯୁବପୀଢୀଙ୍କୁ । ସମ୍ପର୍କ ଆଗରେ ରାଜନୀତି ଓ କ୍ଷମତା ତୁଚ୍ଛ ତାହା ବାରମ୍ବାର ପ୍ରଣବ ତାଙ୍କର କାର୍ଯ୍ୟରୁ ସ୍ପଷ୍ଟ ପ୍ରମାଣିତ କରିଛନ୍ତି । କାରଣ ରାଜନୀତି କ୍ଷମତା ଦଖଲ କି ପ୍ରଭାବଶାଳୀ ହେବା ପାଇଁ ନୁହେଁ, ରାଜନୀତି ଜନସେବା ପାଇଁ ଉଦ୍ଧିଷ୍ଟ ତାହା ସେ ଭଲଭାବେ ବୁଝିଛନ୍ତି । ଯେଉଁଥି ପାଇଁ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ବସ୍ତ ହୋଇପାରିଛନ୍ତି ।

ଭାରତ ଯୋଡ଼ – ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସମାପନ ହେଲା…

() ଅକ୍ଟୋବର ମାସ ୩୧ ତାରିଖ ୨୦୨୨ ମସିହାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପରିବର୍ତନ ଯାତ୍ରା ସାରା ଓଡ଼ିଶାର ପାଖାପାଖି ୨୦୦୦ କି.ମି.ରୁ ଅଧିକ ଅତିକ୍ରାନ୍ତ କରି ଆଜି ଭୁବନେଶ୍ୱର ଶିଶୁ ଭବନ ଛକ ଠାରେ ସଂନ୍ଧ୍ୟା ୫.୩୦ ଘଟିକା ସମୟରେ ପହଂଚିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବର୍ଗଙ୍କୁ ସ୍ୱାଗତ କରିବା ସହିତ ଭାରତ ଯୋଡ଼- ଓଡ଼ିଶା ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା କରିଥିଲେ । ସହ ସହ କଂଗ୍ରେସ କର୍ମୀ ଏବଂ ନେତୃବର୍ଗ ଭୁବନେଶ୍ୱର ଶିଶୁ ଭବନ ଛକ ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଭାରତ ଯୋଡ଼ – ଓଡ଼ିଶା ଯାତ୍ରୀଙ୍କ ସହିତ ଚାଲି ଚାଲି ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଘଂଟ, ପାରମ୍ପାରିକ ନୃତ୍ୟ ଏବଂ ବାଜା ବଜାଇ ଭାରତ ଯୋଡ଼ ଯାତ୍ରୀଙ୍କୁ ସାରା ରାସ୍ତାରେ ଉତ୍ସାହିତ କରି ତାଙ୍କ ସହିତ ଚାଲିଥିଲେ । ନଫରତ ଛୋଡ଼, ଭାରତ ଯୋଡ଼, ଭେଦଭାବ ଛୋଡ଼, ଯାତ୍‌ପାତ୍‌କି ବନ୍ଦନ ତୋଡ଼- ଭାରତ ଯୋଡ଼ ନାରା ଦେଇ ପଦଯାତ୍ରୀଗଣ ଏବଂ ସମସ୍ତ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୃଥିବୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତୃବର୍ଗ ଖୋର୍ଦ୍ଧାଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଭାରତ ଯୋଡ଼ ଯାତ୍ରୀଙ୍କୁ ଉଚ୍ଚସିତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତିଙ୍କ ନେତୃତ୍ୱରେ ଏକ ସମାପନ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ରାଜନ ଏକ୍କା, ବିଧାୟକ ଅଧିରାଜ ପାଣିଗ୍ରାହି, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ସୁଶିଲା ତିରିଆ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା ଏବଂ ବରିଷ୍ଠ ନେତୃବର୍ଗ ଭାରତଯୋଡ଼ ଯାତ୍ରା ଆଜି ସଫଳ ହୋଇଛି । ଏ ଯାତ୍ରା ଓଡ଼ିଶାର ବେକାରୀ ସମସ୍ୟା, ଆଇନ ୍‌ଶୃଙ୍ଖଳା ପରିସ୍ଥିତି, ଚାଷୀର ସମସ୍ୟା, ଦରଦାମ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ, ହରିଜନ ପଛୁଆ ବର୍ଗ ଏବଂ ଛୋଟ ବ୍ୟବସାୟୀ, ମଧ୍ୟମ ବ୍ୟବସାୟୀମାନଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ଓଡ଼ିଶାର ଜନବିରୋଧି ସରକାର ପରିବର୍ତନ କରିବା ପାଇଁ ଏ ପଦଯାତ୍ରା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏହି ସମାପନ ଉତ୍ସବରେ କହିଥିଲେ ଯେ, ଓଡ଼ିଶା ଏବଂ ଭାରତ ବର୍ଷରେ ଜନବିରୋଧି ସରକାର ଆଜି ଶାସନଗାଦିରେ । ଦୀର୍ଘ ୨୨ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ବିଜୁ ଜନତା ଦଳ ଶାସନ ଥାଇ ମଧ୍ୟ ଓଡ଼ିଶାର ଯୁବକ ଆଜି ଦିଗହରା । ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଓଡ଼ିଶାର ଶିକ୍ଷିତ ଯୁବକ- ଯୁବତୀ ନିଯୁକ୍ତି ମିଳିବା କଥା କିନ୍ତୁ ଆଜି ୨୨ ବର୍ଷରେ ୨ ଲକ୍ଷ ଯୁବକ- ଯୁବତୀଙ୍କୁ ମଧ୍ୟ ଦିଆଗଲା ନାହିଁ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦେବେ ବୋଲି ୨୦୦୮ ମସିହାରେ କହିଥିଲେ । କିନ୍ତୁ ୨୦୨୩ ମସିହା ଜାନୁୟାରୀସୁଧା ୧୭ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇନାହିଁ । ଶିକ୍ଷା ବ୍ୟବସ୍ଥା ଆଦିବାସୀ ବହୁଳ ୮ ଜିଲ୍ଲାର ଅତ୍ୟନ୍ତ ନୈରାଶ୍ୟଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ବହୁ ସ୍କୁଲମାନଙ୍କୁ ବନ୍ଦ କରାଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରର ସ୍ଥିତି ସାରା ରାଜ୍ୟରେ ଅତ୍ୟନ୍ତ ଉତ୍କଟ ଅତ୍ୟନ୍ତ ନିରାଶଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ନୈରାଶ୍ୟଜନକ । ଡାକ୍ତରଖାନାମାନଙ୍କରେ ବହୁ ବିଭାଗ ଜଣେ ହେଲେ ବି ଡାକ୍ତର ନାହାନ୍ତି । ନର୍ସ, ଟେକ୍ନିସିଆନ ଓ ପାର୍ମାସିସ୍‌ଟି ଘୋର ଅଭାବ । ରାଜ୍ୟରେ କୃଷକର ଆୟ ୨୨ ବର୍ଷ ପରେ ଦେଶରେ ସର୍ବନିମ୍ନ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସମସ୍ତ ଉତ୍ପାଦିକ ଦ୍ରବ୍ୟକୁ ଉଚିତ୍ ମୂଲ୍ୟ ଦେଇ କ୍ରୟ କରାଯିବ ବୋଲି କିନ୍ତୁ ଆଜି ପର୍ଯ୍ୟନ୍ତ କୃଷକ ତା’ର କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇଲାନାହିଁ । ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବୋଲି ନଦୀବନ୍ଧ ଯୋଜନା ବା କୌଣସି କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯାଇନାହିଁ । ରାଜ୍ୟରେ ଆଦୌ ଶୀତଳ ଭଣ୍ଡା ନାହିଁ । ମିଲରମାନଙ୍କ ଦୟାରେ କୃଷକର ଭାଗ୍ୟ ଝୁଲି ପଡ଼ିଛି । ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଆଜି ଚରମ ସୀମାରେ । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ମୋର ଆଶା ଏବଂ ବିଶ୍ୱାସ ଏ ଭାରତ ଯୋଡ଼ ପରିବର୍ତନ ଯାତ୍ରା ନିଶ୍ଚିତ ରୁପେ ଆସନ୍ତା ଦିନରେ ଓଡ଼ିଶାରେ ପରିବର୍ତନର ନୂତନ ସୂର୍ଯ୍ୟଦ୍ୱୟ ହେବ । ଶ୍ରୀ ପଟ୍ଟନାୟକ ବିଶେଷ ଭାବରେ ଭାରତ ଯୋଡ଼ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ସଂଯୋଜକ ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ନବଜ୍ୟୋତି ପଟ୍ଟନାୟକ, ସଂଜୀବ ଗିରି, ଜାନକୀବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ସଜୟ ତ୍ରିପାଠି ଏବଂ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସୁରେଶ ମହାପାତ୍ର, କିଶୋର ଜେନା, ଆଦିବାସୀ ସେଲର ମୁଖ୍ୟ ଭୁଜବଳ ମାଝୀ, ଏସ୍‌.ସି.ସେଲର ମୁଖ୍ୟ ବାଙ୍କନିଧି ବେହେରା, ଲୋକନାଥ ମହାରଥୀ, ରଜନି ମହାନ୍ତି, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ଦିପକ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, କୈଳାସ ସାହୁ, ସୁଶାନ୍ତ ତ୍ରିପାଠୀ, ମନୋଜ ଜେନା, ସୁବ୍ରତ ମହାପାତ୍ର, ମନୋଜ ସାହୁ, ମହମ୍ମଦ ସାହାଦୁଲ୍ଲ. ସଂକୁନା କଂଅର, ଇତ୍ୟାଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗଣଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news