କେଉଁଠି ଋଷିଆ-ୟୁକ୍ରେନ୍ ଯୁଦ୍ଧ, କେଉଁଠି ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା, ପୁଣି କେଉଁଠି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ। ଦେଶ ଦେଶ ଭିତରେ ସୀମାକୁ ନେଇ ବିବାଦ, ଅହଂକାରକୁ ନେଇ ଲଢ଼େଇ, ଆଉ ନିଜ ନିଜ ଅସ୍ତିତ୍ୱକୁ ପ୍ରମାଣ କରିବା ପାଇଁ ରକ୍ତପାତ।
ଏତେ ସବୁ ଭିତରେ ମନରେ ଗୋଟିଏ ପ୍ରଶ୍ନ ଉଠେ—ଯଦି ଏହି ଯୁଦ୍ଧର ରାସ୍ତା ଦେଇ କେବେ ପ୍ରେମ ଯାଏ, ତେବେ କ’ଣ ହେବ? ପ୍ରେମ କ’ଣ ଯୁଦ୍ଧକୁ ଅଟକାଇ ଦେବ, ନା ଯୁଦ୍ଧ ଚାଲିଥିବ ତା’ ବାଟରେ ଆଉ ପ୍ରେମ ଚାଲିଥିବ ତା’ ବାଟରେ?
ଏମିତି ଏକ ଆଲୋଚନା ଚାଲିଥିଲା ଦିନେ ଅଫିସ୍ ଚାମ୍ବର ଭିତରେ। ମନୋଜ ଓ ରାଉତ ବାବୁଙ୍କ ମଧ୍ୟରେ କଥାବାର୍ତ୍ତାର ବିଷୟ ଥିଲା ପ୍ରେମ। ଯୁଦ୍ଧର ଖବର ଭିତରେ ପ୍ରେମର ଅସ୍ତିତ୍ୱକୁ ଖୋଜୁଥିଲେ ଦୁହେଁ। ଠିକ ସେତିକି ବେଳେ କିଏ ଗୋଟେ ଆସି କହିଲା ସାର ଦେଖନ୍ତୁ ନିଜ ଆଖିରେ, ମୋ କଥାକୁ ପା ବିଶ୍ୱାସ କରୁନଥିଲେ.. ଏତିକି ଭିତରେ ରାଉତ ସାର କହିଲେ ଦେଖିଲ ମନୋଜ ଏଠି ବି ପ୍ରେମ ତା ବାଟରେ. ମନୋଜ କହିଲା ସାର ଖରାପ କଣ ? ପ୍ରେମରେ ତ ସମସ୍ତଙ୍କୁ ବାନ୍ଧିନେବା ଏକ କଳା. ସେ ଯେଉଁଠି ବି ହେଉ, ପ୍ରେମ ତ ଅଛି..ଯେଉଁଠି ପାଇଁ କେତେ କଥା ଓ କେତେ ଆଲୋଚନା.
ଆରେ କଣ ସତରେ ରାଉତ ସାର ଯାହା ଶୁଣୁଥିଲେ ତା ଦେଖି କିଛି ଅନୁଭବ କଲେ, ନା କେବଳ ଆଲୋଚନା ପାଇଁ ପ୍ରେମ ଗୋଟେ ପ୍ରସଙ୍ଗ ଥିଲା.
ପ୍ରେମ କିଏ କେମିତି ବୁଝେ ତାକୁ, କିଏ କହେ ପ୍ରେମ ଅମର ତ କିଏ କହେ ସାର୍ଥକ । ହେଲେ ପ୍ରେମ କିନ୍ତୁ ତା ବାଟରେ. ପ୍ରେମ ସବୁ ଅସମ୍ଭବକୁ ସମ୍ଭବ କରିଦିଏ ତ ସବୁ ସମ୍ଭବକୁ ବି ଅସମ୍ଭବ କରିଦେବାର ଶକ୍ତି ତା ପାଖରେ ଥାଏ । ସତରେ ପ୍ରେମ ସୁନ୍ଦର ପୁଣି ପ୍ରେମ କିଟକିଟ ଅନ୍ଧାର. ପ୍ରେମକୁ ତା ବାଟରେ ଛାଡିଦେଲ ସବୁ ପ୍ରେମମୟ ଲାଗିବ.
ସ୍କୁଲ,କଲେଜ,ଅଫିସ,ଜିମ,ପାର୍କ ଓ ବଜାର,ଖଟି, ସବୁଠି ପ୍ରେମ ଭାରୀ ରହିଛି. ସେ ବାଟରେ କିଏ କେମିତି କାହା ପ୍ରେମରେ ପଡେ ତାହା ବି ବୁଝିବା ମୁସକିଲ. ଖାଲି ଆଲୋଚନା କି ସମାଲୋଚନା ନୁହେଁ. ପ୍ରେମ ଗୋଟେ ଲମ୍ବା ରାସ୍ତାର ଠିକଣା.
ଆରେ ପୁଣି କଣ ହେଲା ମନୋଜ କହୁଛି ରାଉତ ସାରଙ୍କୁ ସାର ପ୍ରେମ ଯଦି ବାପି ଯଦି ପିଙ୍କି ସହ କଥା ହୋଇ ଵା ତା ସହ ସମୟ କାଟି ଖୁସି ସେଥିରେ ଅସୁବିଧା କେଉଁଠି. ପିଙ୍କି ବାପି ଭିତରେ ପ୍ରେମ ପରିଭାଷା ତ ଭିନ୍ନ ନୁହେଁ. ପିଙ୍କି ପ୍ରତି ବାପି ଆକର୍ଷିତ ହୋଇଛି ଭଲ. ତାର ସବୁ କାମ କରୁଛି ଭଲ. ବାପି ଠିକ ସେ ଜାଣିନାହିଁ ପିଙ୍କି କିଏ ତଥାପି ଅଳ୍ପ ଦିନ ମିଳାମିଶା ଭିତରେ ଯଦି ତା ମନ ପିଙ୍କି ପ୍ରତି ଆକୃଷ୍ଟ ତେବେ ସେ ପ୍ରେମକୁ ତା ବାଟରେ ଛାଡିଦିଅନ୍ତୁ ସାର. ଆଉ କଣ କିଏ ପ୍ରେମ ପଚାରି ବୁଝି, ଜାତକ ପକାଇ, ଠିକଣା ଜାଣି କରିଥାଏ କି? ବାପି ପିଙ୍କି ପ୍ରେମକୁ ଆପଣ ଲେଲାମଜୁନୁ କି ସାହାଜାନ କି ମମତାଜ ପ୍ରେମ ବୋଲି ଭାବୁନା କାହିଁକି. କାହିଁକି ତାଙ୍କ ପ୍ରେମକୁ ପ୍ରେମ ବାଟେ ଛାଡିଦେଉନା.
ଯାହା ଶୁଣାଯାଏ ପ୍ରେମ ରାସ୍ତାରେ ଅନେକ କଣ୍ଟା,ତାହା ତ ଏଠି ଜଳଜଳ କରି ଦିଶୁଛି ରାଉତ ସାର.
ଆରେ ମନୋଜ ମୁଁ ତାଙ୍କ ପ୍ରେମକୁ ନେଇ ସେମିତି କିଛି ଭାବୁନି.ଖାଲି ଚିନ୍ତା କରୁଛି ପ୍ରେମ ବାଟ ଟା କେତେ ସଫା ଓ ସୁନ୍ଦର. ସେ ବାଟରେ ଯଦି ଫୁଲ ପଡୁଛି ରାସ୍ତା ବାଟ ଛାଡିଦେଉଛି ଆଉ କଣ୍ଟା ଜମାହେଲେ ବି ପରବାୟ ନାହିଁ ରାସ୍ତାର. ପ୍ରେମକୁ ବୁଝାନା କି ପ୍ରେମିକାକୁ ବି ନୁହେଁ. ପ୍ରେମକୁ ଯଦି ମନକୁ ଆନନ୍ଦ ଓ ସମ୍ପର୍କକୁ ନିବିଡ଼ କରିଛି. ଆଉ ପରସ୍ପର ମଧ୍ୟରେ ବାଟ ଯେତେ ଲମ୍ବା ଥିଲେ ବି ଅଳ୍ପ ଲାଗୁଛି ତେବେ ସେ ପ୍ରେମରେ ଚାଲ. ପ୍ରେମକୁ ତା ବାଟରେ ଛାଡିଦେଲେ ଭଲ ରାଉତ ବାବୁ..ସେ ବି ଆକର୍ଷଣ ପ୍ରେମ ବଂଚିଥିଲା ଆଜି ବି ବାପି ଓ ପିଙ୍କି ପାଖରେ ସେ ପ୍ରେମ ଝଟକୁଛି କାହାର ନିରବ ହୃଦୟରେ….
ପ୍ରେମ ତା’ ବାଟରେ, କାହାର ହୃଦୟରେ ନୀରବରେ ଝଟକୁଥିବା ଗୋଟିଏ ଅନୁଭବ ହୋଇ, କାହାର ଆଖିରେ ଅପେକ୍ଷା ହୋଇ, ଆଉ କାହାର ଜୀବନରେ ଅଧୁରା କାହାଣୀ ହୋଇ…
ପ୍ରେମ ଅଛି। ପ୍ରେମ ରହିବ। ଆଉ ପ୍ରେମ ସବୁବେଳେ ତା’ ବାଟରେ ଚାଲୁଥିବ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy