ଯାଜପୁର ଲକ ଡାଉନ : ଗାଁ ଠୁ ସହର ଅଭୂତପୂର୍ବ ସମର୍ଥନ

- Advertisement -

ଯାଜପୁର : କରୋନା ଭୁତାଣୁ ର ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଓ ରାଜ୍ୟରେ  ଜନତା କର୍ଫ୍ୟୁ ଜାରୀ ରହିଛି l ଓଡିଶା ଓ ଯାଜପୁରରେ ଅଦ୍ଭୁତପୂର୍ବ ସମର୍ଥନ ଲୋକଙ୍କ ରହିଛି l ଆଜି ସକାଳ ୭ଟାରୁ ସାରା ଯାଜପୁରରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁଲାଗୁ ହେବା ଓ ବିଧାୟକ ଆହ୍ୱାନ କ୍ରମେ ଲୋକମାନେ ସଚେତନ ହୋଇଛନ୍ତି l  ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।ଏଥିପାଇଁ ଜିଲ୍ଲାର  ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି l ରବିବାର ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ  ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଥିଲା l ଯାଜପୁର ସହର ଗାନ୍ଧିଛକ, ବଡ଼ବଜାର, ସାନ ବଜାର, ଗାରିଆପୁର, ସିନେମା ହଲ ଛକ, କଲେଜ ଛକ, ମାନସପୋଲ, ଆଙ୍କୁଲା, କିଆଁନାଳୀକୁଳ  ଓ ମଙ୍ଗଳପୁର, ରାମବାଗ, ଝୁମ୍ପୁରୀ, ଆଦି ଅଂଚଳରେ ବି ସଂପୂର୍ଣ୍ଣ ଶୂନଶାନ ହୋଇଛି l ଜନତା କର୍ଫ୍ୟୁକୁ ସହଯୋଗ କରିବା ପାଇଁ ବିଧାୟକ ବାରମ୍ବାର ଯାଜପୁରବାସୀଙ୍କୁ  ନିବେଦନ କରିଥିଲେ l ଯାହାର ପ୍ରଭାବ ଆଜି ଯାଜପୁରରେ ଦେଖିବାକୁ ମିଳୁଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles