ଜନତା କଫ୍ୟୁ : ଗାଁଠୁ ସହର ସବୁଠି ଶୂନ୍‌ଶାନ୍‌

- Advertisement -

ଭୁବନେଶ୍ୱର : ଭୁବନେଶ୍ୱର ରୁ କଳାହାଣ୍ଡି, କୋରାପୁଟରୁ ଯାଜପୁର l ଅଖ, ଚକ, ଦୋକାନ, ବଜାର,  ସବୁ ବନ୍ଦ l ଲୋକେ ବି ସଚେତନ l ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅପିଲ କୁ ଅଭୟବାଣୀ ମାନି ପୁରା ଓଡିଶା ଦେଉଛି ସମର୍ଥନ l କରୋନାକୁ କାବୁ କରିବା ପାଇଁ ଲାଗୁ ହୋଇଛି ଜନତା କଫ୍ୟୁ । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ୧୪ ଘଂଟା ଧରି ଜନତା କଫ୍ୟୁ ପାଳନ କରିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଉ ଏହାକୁ ସମର୍ଥନ କରି ପୁରା ଓଡ଼ିଶାବାସୀ ସକାଳ ୭ଟାରୁ ଘରୁ ବାହାରକୁ ବାହାରି ନାହାଁନ୍ତି, ବରଂ ଘରେ ରହିଛନ୍ତି । ସେ ରାଜଧାନୀ ଭୁବନେଶ୍ୱର ହେଉ କି ଗାଁ ଗହଳି ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନପଡିଲେ ଲୋକେ ଘରୁ ବାହାରକୁ ବାହାରି ନାହାଁନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ଆଜି ଏହି ଜନତା କଫ୍ୟୁକୁ ଲୋକେ ବିପୁଳ ଭାବେ ସମର୍ଥନ କରିଛନ୍ତି ।

ରାଜଧାନୀରେ ଜନତା କଫ୍ୟୁକୁ ସମର୍ଥନ କରି ଗାଡିମଟର ଚଳାଚଳ ବନ୍ଦ ରହିବା ସହ ସବୁ ଦୋକାନ ବଜାର ବନ୍ଦ ରହିଛି । ଜନତା କଫ୍ୟୁକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ସମସ୍ତ ଥାନା ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସକାଳ ୭ରୁ ରାତି ୯ଟା ପର‌୍ୟ୍ୟନ୍ତ ଏହି ୧୪ ଘଣ୍ଟା ଘରୁ ନ ବାହାରିବାକୁ କମିଶନର ସହରବାସୀଙ୍କୁ ପରାମର୍ଶ ଦେବା ସହ ପୂରା ସ୍ଥିତି ଉପରେ ନଜର ରଖିବାକୁ ଥାନାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

କଟକରେ ମଧ୍ୟ ରାସ୍ତାଘାଟ ଶୂନଶାନ୍ ଥିବାବେଳେ ବାଦାମବାଡି ବସ୍ ଷ୍ଟପରେ କୌଣସି ବସ ଗନ୍ତବ୍ୟସ୍ଥଳକୁ ଯାଇନାହିଁ । ଲୋକେ ମଧ୍ୟ ସଚେତନ ହୋଇ ଘରୁ ବାହାରକୁ ଜରୁରୀ କାମ ପଡିଲେ ହିଁ ଯାଉଛନ୍ତି, ନଚେତ ଘରେ ରହିବାକୁ ପସନ୍ଦ କରୁଛନ୍ତି । ସେହିପରି ପୁରୀ ବେଳାଭୂମି ଆଜି ଜନଶୂନ୍ୟ ଦେଖିବାକୁ ମିଳିଛି । ଛୋଟବଡ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମୂର୍ଣ୍ଣ ବନ୍ଦ ରହିଛି ।
ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ୱର ଗଞ୍ଜାମ ଜିଲ୍ଲାରେ ଜନତା କଫ୍ୟୁକୁ ଲୋକେ ସମର୍ଥନ କରିଛନ୍ତି । ବିିଭନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି ।

ଯାଜପୁରର ମଧ୍ୟ ପୁରା ଠପ ହୋଇଯାଇଛି l କରୋନା ପାଇଁ ଯାଜପୁର ବାସୀ ପୁରା ସଚେତନ l ବଜାର ସବୁ ବନ୍ଦ l ଲୋକେ ଘରେ ରହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles