ଦେବଦୂତଙ୍କୁ ବବିଙ୍କ ନମନ….

- Advertisement -

ଯାଜପୁର : ଜନତା କର୍ଫ୍ୟୁକୁ ସମର୍ଥନ କରି ସାରା ଦେଶ ରବିବାର ଘରେ ରହିଲେ। ହେଲେ ଜରୁରୀକାଳୀନ ସେବା ଯୋଗାଇବାକୁ କିଛି କର୍ମଜୀବୀ ରାସ୍ତାରେ ରାଷ୍ଟ୍ରୀୟ ସେବାରେ ଲାଗି ପଡ଼ିଛନ୍ତି। ସନ୍ଧ୍ୟା 5ଟାରେ ସାରା ଦେଶ ଘଣ୍ଟ, ଥାଳି ଓ ତାଳି ବଜାଇ ଏହି ରାଷ୍ଟ୍ରୀୟ ସେବକଙ୍କୁ ସମ୍ମାନ ଜଣାଇଲେ।
ତେବେ ଏହି ରାଷ୍ଟ୍ରୀୟ ସେବକ ଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ @ ବବିଙ୍କ ପାଇଁ ଭଗବାନ। ସେମାନଙ୍କୁ ଦେବଦୂତର ଆଖ୍ୟା ଦେଇ ନିଜ ଯାଜପୁର ବାସଭବନ ବାଲକୋନିରେ ତାଳି ବଜାଇଲେ। ପ୍ରକୃତରେ ଏମାନେ ଦେବଦୂତ। ଯେଉଁମାନେ ପରିବାରକୁ ଛାଡ଼ି ରାଜ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ହୁଏତ ତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସମ୍ମାନ ଦେଇଥିବେ ଲୋକେ, ହେଲେ ବବିଙ୍କ ପାଇଁ ଏମାନେ ମଣିଷ ରୂପରେ ଦେବତା। ବ୍ୟାନରରେ ଏମାନଙ୍କୁ angel ଲେଖି ବବି ଜଣାଇଛନ୍ତି ଯେ ଭଗବାନ ସବୁ ସ୍ଥାନରେ ଗୋଟିଏ ସମୟରେ ରହିପାରିବେନି। ସେଥିପାଇଁ ଏପରି ଦେବଦୂତଙ୍କୁ ପୃଥିବୀକୁ ମାନବସେବା ପାଇଁ ଭଗବାନ ପଠାଇଛନ୍ତି। ସମସ୍ତଙ୍କ ମନରେ ଏମାନେ ସେବକ ଥିଲେ। ହେଲେ ଯେପରି ଗୁଣ ଚିଂହେ ଗୁଣିଆ, ଠିକ ସେହିପରି ଆପତ୍ତକାଳରେ ସେବା ଯୋଗାଉଥିବା ଲୋକଙ୍କୁ ଭଗବାନ କହିବା ବବିଙ୍କ ବିରଳ ବ୍ୟକ୍ତିତ୍ୱର ପରିଚୟ ଦେଇଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles