ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ 

- Advertisement -

ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ

*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ

*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ଆନ୍ଦୋଳନ

 ଆସନ୍ତା ମେ 2 ତାରିଖରେ ମହାନଦୀ ଟ୍ରିବୁନାଲର ଶୁଣାଣି ହେବ l ଗତ 20 ତାରିଖରେ ଟ୍ରିବୁନାଲର ନିର୍ଦେଶ ପ୍ରରିପ୍ରେକ୍ଷୀରେ ଏହି ଶୁଣାଣି ବେଶ ଗୁରୁତ୍ୱପୂର୍ଣ ମନେ ହୁଏ l 8 ଵର୍ଷ ଭିତରେ ଟ୍ରିବୁନାଲ ପାଖରେ ଉଭୟ ଓଡିଶା ଓ ଛତିଶଗଡ଼ ମହାନଦୀରେ କେତେ ପାଣି ଉପଲବ୍ଧ ବା ସଂରକ୍ଷିତ ହୁଏ, ତାର ତଥ୍ୟ ଦାଖଲ ନ କରିବା ଚିନ୍ତାର ବିଷୟ ଯେଉଁଥିପାଇଁ ଟ୍ରିବୁନାଲ ଅସନ୍ତୋଷ ପ୍ରକାଶ କରିଥିଲେ l ଏହା ଅକ୍ଷମଣୀୟ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହା ଯାଇଛି l

ଅଣ ମୌସୁମୀ ସମୟରେ ମହାନଦୀରେ ଉତ୍କଟ ଜଳ ସଙ୍କଟ ଦେଖା ଦେଉଛି l ଜଳ ସେଚନ ଓ ପିଇବା ପାଣି ପାଇଁ ଓଡିଶା ଦୁର୍ଦଶା ର ଶିକାର ହେଉଛି l ମାଛ ମାରି ଜୀବିକା ନିର୍ବାହ କରୁଥିବା ଧୀବାର ସମ୍ପ୍ରଦାୟ ଆଜି ଦାଦନ ଯିବାକୁ ବାହାରିଲେଣି l ଉପକୂଳ ଅଂଚଳରେ ମହାନଦୀର ସମସ୍ତ ଶାଖା ନଦୀ ଗୁଡିକ ମୃତ ପ୍ରାୟ ହୋଇ ଗଲାଣି l ମହାନଦୀରେ ଛତିଶଗଡ଼ ନିର୍ମାଣ କରିଥିବା କଲମା ବ୍ୟାରେଜ ର ସମସ୍ତ ଗେଟ ବନ୍ଦ ହେବା ଫଳରେ ମହାନଦୀରେ ଆଉ ପାଣି ହୀରାକୁଦକୁ ଆସୁନାହିଁ l ଅଣ ମୌସୁମୀ ସମୟରେ ମହାନଦୀରେ ଓଡିଶା ପାଇଁ 1.74 ଏକର ଫୁଟ ପାଣି ଆବଶ୍ୟକ ଏବଂ ସେଥିପାଇଁ ଟ୍ରିବୁନାଲ ଏକ ଆନ୍ତରୀଣ ରାୟ ଦିଅନ୍ତୁ ବୋଲି ଓଡିଶା ଟ୍ରିବୁନାଲ ପାଖରେ ଦାବି କରି ଆସୁଛି l ମାତ୍ର 8 ଵର୍ଷ ଭିତରେ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି l ଏହାକୁ ଓଡିଶା ଗ୍ରହଣ କରି ପାରୁନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l

ଟ୍ରିବୁନାଲ ତୁରନ୍ତ ଏକ ଆନ୍ତରୀଣ ରାୟ ଦେବା , କଲମା ବ୍ୟାରେଜରୁ ପାଣି ଛାଡିବାକୁ ଛତିଶଗଡ଼କୁ ନିର୍ଦେଶ ତଥା ଜଳ ବିବାଦର ତୁରନ୍ତ ସମାଧାନ କରି ଚୂଡାନ୍ତ ରାୟ ଦେବା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ ଆୟୋଜନ ହେବ l ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଆଠମଲ୍ଲିକ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ ଆନ୍ଦୋଳନ ହେବ ଏବଂ ଏହାକୁ ସଫଳ କରିବା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଶ୍ରୀ ସୁଦର୍ଶନଙ୍କ ସମେତ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ପ୍ରକାଶ ରଥ, ପ୍ରସନ ବିଶୋଇ, ପ୍ରଭାସିନୀ ରାଉତ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles