ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ 

୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

 ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ 

ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍

()ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।ସୂଚନାଯୋଗ୍ୟ ଯେ ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ। ୭୦୦ରୁ ଉର୍ଦ୍ଧ ମନ୍ଦିର ଏଠାରେ ରହିଛି। ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ଏଠାରେ ଅଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି। ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି। ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ।

5T ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର, ସମସ୍ୟା ସମାଧ….

() ଗତ ୧୮ ତାରିଖ ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନଅଭିଯୋଗର ସମାଧାନ କେରେଡାଗଡବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି।ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡାଗଡବାସୀ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଜାନୁଆରୀରେ ସୋଆ ପକ୍ଷରୁ ଆନ୍ତର୍ଜାତିକ ଚେସ୍ ଉତ୍ସବ ….

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆସନ୍ତା ଜାନୁଆରୀ ୨୮ ରୁ ଫେବୃଆରୀ ୪, ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଭୁବନେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ ହେବ । ସୋଆ, ଇନ୍‌ଟରନ୍ୟାସ୍‌ନାଲ ଚେସ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି ।

ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୮ ରୁ ୨୦ ଟି ଦେଶରୁ ପ୍ରାୟ ୧୫୦୦ ଖେଳାଳୀ ଯୋଗ ଦେବାର ସମ୍ଭାବନା ଅଛି ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ଡେନ୍‌ମାର୍କ, ନେଦରଲ୍ୟାଣ୍ଡସ୍‌, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ୍‌, ଆର୍ମେନିଆ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ତୁର୍କମେନିସ୍ତାନ ଉଜ୍‌ବେକିସ୍ତାନ, ସ୍ଲୋଭାକିଆ, ଜିମ୍ବାୱେ ଓ ଭାରତର ଚେସ୍ ଖେଳାଳୀମାନେ ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି ।ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ)ର ଉପସଭାପତି ଶ୍ରୀ ବସନ୍ତ କୁମାର ଦାସ, ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ସୋଆ ଯେଉଁଭଳି ଭାବେ ଆଗେଇ ଆସି ସହଯୋଗ କରିଛି ସେଥିପାଇଁ ବିଶ୍ୱବିଦ୍ୟାଳୟ ଉଚ୍ଚ ପ୍ରଶଂସାଯୋଗ୍ୟ । ଚେସ୍‌କୁ ଲୋକପ୍ରିୟ କରିବା ଦିଗରେ ଏହା ଖୁବ୍ ଭଲ କାର୍ଯ୍ୟ କରିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆର୍ଥିକ ସାହାଯ୍ୟ ସହିତ ପ୍ରତିଯୋଗିତା ଆୟୋଜନ ନିମନ୍ତେ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଚେସ୍‌କୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଭୁବନେଶ୍ୱରରେ ଏକ ଚେସ୍ ଏକାଡେମୀ ଆରମ୍ଭ କରାଯାଇଥିବା ସେ କହିଛନ୍ତି । ଭାରତ ସମେତ ୨୦ଟି ବିଭିନ୍ନ ଦେଶରୁ ପ୍ରାୟ ୬୦ ରୁ ୭୦ ଜଣ ଗ୍ରାଣ୍ଡ ମାଷ୍ଟର୍ସ ଓ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର୍ସ ଏହି ପ୍ରତିଯୋଗିତାରେ ସାମିଲ ହେବେ । ପ୍ରତିଯୋଗିତା ନିମନ୍ତେ ରାଜ୍ୟରେ ସର୍ବାଧିକ ପୁରସ୍କାର ରାଶି ପ୍ରଦାନ କରାଯିବ । ୨୦୦୮ରେ ତୁର୍କୀ ଠାରେ ଆୟୋଜିତ ଜୁନିୟର ୱାର୍ଲ୍ଡ ଚେସ୍ ଚାମ୍ପିଅନ୍‌ସିପର ବିଜେତା ଗ୍ରାଣ୍ଡ ମାଷ୍ଟର ଅଭିଜିତ ଗୁପ୍ତା (୨୫୯୬ ଇଏଲ୍‌ଓ ରେଟିଙ୍ଗ) ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ଟପ୍ ସିଡ ଖେଳାଳି ଭାବେ ବିବେଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।   ଖେଳାଳୀମାନେ ୩ ଟି କ୍ୟାଟେଗୋରୀରେ ବିଭକ୍ତ ହେବେ । କ୍ୟାଟେଗୋରୀ – ଏ, କ୍ୟାଟେଗୋରୀ – ବି ଓ କ୍ୟାଟେଗୋରୀ-ସି । କ୍ୟାଟେଗୋରୀ- ଏ ନିମନ୍ତେ ୨୦ ଲକ୍ଷ ଟଙ୍କାର ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଥିବା ବେଳେ କ୍ୟାଟେଗୋରୀ – ବି ଓ ସି ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ମୋଟ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।ବିଶ୍ୱ ଚେସ୍ ଫେଡେରେସନ୍‌ର ପରିଚାଳନା କର୍ତୃପକ୍ଷ ଏଫ୍‌ଆଇଡିଇ ଦ୍ୱାରା ସ୍ଥାପିତ ନିୟମ ତଥା ଏଫ୍‌ଆଇଡିଇ ସ୍ୱିଜ୍ ପ୍ରଣାଳୀରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । କ୍ୟାଟେଗୋରୀ -ଏ ଓ ବି ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ -ସିରେ ୯ ରାଉଣ୍ଡ ଖେଳ ହେବ । ସବ୍ୟତମ ଏଫ୍‌ଆଇଡିଇ ନିୟମ ଏଥିରେ ଅନୁସୃତ ହେବ ।

ଭାରତୀୟ ଖେଳାଳୀମାନଙ୍କ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍‌ରେ ପଞ୍ଜିକୃତ କରାଇଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ବିଦେଶୀ ଖେଳାଳୀମାନଙ୍କୁ ଏହି ପ୍ରତିଯୋଗିତାରେ ସାମିଲ ହେବା ନିମନ୍ତେ ଏକ ଏଫଆଇଡିଇ ଆଇଡିର ଆବଶ୍ୟକତା ପଡ଼ିବ ।

ବିଜେବି ଫ୍ରେଣ୍ଡ୍ ସ ” ର ବନ୍ଧୁ ମିଳନ ଉତ୍ସବ

ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବନ୍ଧୁ ମିଳନ ଉତ୍ସବ ରେ ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ ଓ ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ ପରିଜା ସମ୍ବର୍ଦ୍ଧିତ।

()ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବନ୍ଧୁ ମିଳନ ରବିବାର ଡିସେମ୍ବର 17 ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି |  ରବିବାର ସକାଳେ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଂଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଇଥିଲା। ତତ୍ପରେ ଉପସ୍ଥିତ ପୂରାତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଜ୍ଞାନ ଓ କରିଗରୀ ବିଭାଗ ମନ୍ତ୍ରୀ, ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ, ଓଡ଼ିଶା ସରକାର ଙ୍କର ଆଡଭୋକେଟ୍ ଜେନେରାଲ ଶ୍ରୀ ଅଶୋକ କୁମାର ପରିଜା, ସାଂସଦ ଶ୍ରୀ ଅମର ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରଶିଦ୍ ଖାନ୍ , ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା | ପ୍ରାରମ୍ଭ ରେ ସଙ୍ଘ ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଜେବି କଲେଜ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ, ଓଡ଼ିଶା ସରକାର ଙ୍କର ଆଡଭୋକେଟ୍ ଜେନେରାଲ ଶ୍ରୀ ଅଶୋକ କୁମାର ପରିଜା ମହୋଦୟ ଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିସହିତ ଚଳିତ ବର୍ଷ ବିଜେବି କଲେଜର କଳା, ବିଜ୍ଞାନ ଓ ବାଣିଜ୍ୟ ରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ର ବିଶାଲ ପରିଜା ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା | ସେହିପରି ଡିସେମ୍ବର ୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଙ୍ଘ ର ସୋଭେନର-୨୦୨୩ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା |ଏହି ଅବସରରେ ବିଜେବି ଫ୍ରେଣ୍ଡସ ର ଉପ ସଭାପତି ଶ୍ରୀ ରାଜ କିଶୋର ଚୌଧୁରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, କେଦାର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ମନୋଜ ମିଶ୍ର , ଶିବାନନ୍ଦ ରାୟ , ଆଶୋକ ପଟ୍ଟନାୟକ, ଚିତ୍ରା କାନୁନଗୋ,ସିଦ୍ଧାର୍ଥ ଶେଖର ସିଂହ, ଶୁଭଦର୍ଶିନୀ ମିଶ୍ର, ସିନି ମହାନ୍ତି, ପିଙ୍କି ପ୍ରଧାନ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁଣି ଥରେ କଲେଜ ର ସେଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ।

ଜିଲ୍ଲାରେ ନମ୍ବର ୱାନ ହେବ ସଦର ମହୋତ୍ସବ : ପ୍ରଣବ ପ୍ରକାଶ ଦାସ

0

() ଯାଜପୁର ଜିଲ୍ଲାରେ ନମ୍ବର ୱାନ ହେବ ସଦର ମହୋତ୍ସବ l   ବିଜେଡି ସାଂଗଠନିକ ସଂପାଦକ ତଥା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l ମୁଖ୍ୟ ଅତିଥି ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଅଭିଭାଷଣରେ ମହୋତ୍ସବ କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇ ଏହି ମହୋତ୍ସବ କିପରି ଅଧିକ ସରସ ସୁନ୍ଦର ହୋଇପାରିବ ସେଥିପ୍ରତି ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି l

ଆଜିଠାରୁ ଯାଜପୁର ବ୍ଲକ କବିର ପୁର ଦଶହରା ପଡ଼ିଆରେ ୧୧ତମ ସଦର ମହୋତ୍ସବ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଅଛି। ଆଜି ସନ୍ଧ୍ୟାରେ ଗଜିପlଢ଼ି ଛକ ରକ୍ଷାକାଳୀ ବଣିକ ସଂଘ ସହଯୋଗରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସଦର ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଥିବା ଦେଖିବାକୁ ମିଳିଛି।ଅତ୍ୟାଧୁନିକ ସାଜ ସଜା ସହ ଆଲୋକମାଳାରେ ଝଲସୁଛି କବିର ପୁର ଦଶହରା ପଡ଼ିଆ । ଗତ କାଲି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।ଆଜି ଶୁଭ ସନ୍ଧ୍ୟାରେ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗଜିପlଢ଼ି ଛକରୁ ମହୋତ୍ସବ ପଡିଆକୁ କମିଟିର ସଦସ୍ୟମାନେ ପାଛୋଟି ନେଇଥିଲେ ।ମାନ୍ୟବର ବିଧାୟକ ମା ବିରଜାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ।ସମାଜ ସେବୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବ୍ରଜକିଶୋର ପାଢ଼ୀଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଯାଜପୁର ବ୍ଲକ ବିଡ଼ିଓ ସୌରଭ ଚକ୍ରବର୍ତ୍ତୀ,ଅନ୍ୟତମ ଅତିଥି ଭାବେ ଯାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ଵର୍ଣ୍ଣଲତା ପରିଡ଼ା , ଯାଜପୁର ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରକାଶ ତ୍ରିପାଠୀ, ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ୍ ବିଶ୍ବାଳ,ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଫିରୋଜ ଖାଁ ବାଦଶlହl,ପର୍ଯ୍ୟବେକ୍ଷକ ଦିଲ୍ଲୀପ ଜେନା,୩୦ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା ସୁନୀତା ରାଉତ୍,ବରିଷ୍ଠ ବିଜେଡି ନେତା କାଳନ୍ଦୀ ପତି ,ମହେଶ୍ୱର ପୁର ସରପଞ୍ଚ ସୁଜିତ୍ ରାୟ, ସମିତି ସଭ୍ୟl ସ୍ମୃତିରେଖା ସାମଲ,ବରୁଆଁ ସରପଞ୍ଚ ଅନାହାର ବାନୋ,ସମିତି ସଭ୍ୟ ରଶ୍ମିରଞ୍ଜନ ମହାନ୍ତି,ଜମଧର ସରପଞ୍ଚ ବାଦଲ ଖୁଣ୍ଟିଆ,ସମିତି ସଭ୍ୟ ଶେଖ୍ ମୋଜାହିଦ, ବେରୁଦl ସରପଞ୍ଚ ତାରାକାନ୍ତ ପଣ୍ଡା,ସମିତି ସଭ୍ୟl କଳ୍ପନା ନାୟକ, ଶ୍ୟାମଦାସ ପୁର ସରପଞ୍ଚ କ୍ରିଷ୍ଣା କୁମାରୀ ବିଶ୍ବାଳ ,ସମିତି ସଭ୍ୟ ବଳଦେବ ସାହୁ,ରକ୍ଷାକାଳୀ ବଣିକ ସଂଘର ସଭାପତି ବିଜୟ ପାଢ଼ୀ,ମହୋତ୍ସବ ମୁଖ୍ୟ ପରିଚାଳକ ମାଧବ ମାଝି ପ୍ରମୁଖ ଯୋଗ ଦେଇଥିଲେ।  ବ୍ରଜକିଶୋର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟଙ୍କ ସହ ଆଖ ପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଲୋକଙ୍କ ମନ ମୋହୋଛି ବିଭିନ୍ନ ସଂlସ୍କୃତିକ କାର୍ଯ୍ୟକ୍ରମ l

5T ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ, ସବୁ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା 

()ପୋଚିଲିମା ଖମ୍ବେୟା ଦୋରା ଜୁନିଅର ବିଜ୍ଞାନ ମହାବିଦ୍ୟାଳୟ ଗସ୍ତ, ମହାବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇ ଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ୍ ବୁଢୀ ଠାକୁରାଣୀ ମନ୍ଦିର ପରିଦର୍ଶନ, ରୂପାନ୍ତର କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କ ପାଇଁ ଆକର୍ଷଣୀୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ପରାମର୍ଶହି ଞ୍ଜିଳିକାଟୁ ଓ ଶେରଗଡରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କ ସହିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଲେଶେରଗଡରେ ମିଶନ ଶକ୍ତି ମା ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଦେଲେ ପ୍ରେରଣା ଆସନ୍ତା ଏକ ବର୍ଷ ମଧ୍ୟରେ ଶେରଗଡ ଓ ହିଞ୍ଜିଳିକାଟୁରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଅତିରିକ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଶେରଗଡରେ ୯୦ ପ୍ରତିଶତ ଚାଷଜମି ଓ ହିଞ୍ଜିଳିରେ ୯୯ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ଦିଆଯିବ l

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

 

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ । ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ ।ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ। ୨ୟ ପର୍ଯ୍ୟାୟରେ ଅବଶିଷ୍ଟ ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩,୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଅଛି । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏଥି ନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ । ଏହା ଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ। ଏହି କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଉଭୟ ବ୍ଲକ୍‌ରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଜଳସେଚନା ପ୍ରକଳ୍ପ କରାଯିବ ବୋଲି ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି।  ଶେରଗଡ ଠାରୁ ବ୍ରହ୍ମପୁର ଗସ୍ତ ମଧ୍ୟରେ ଅଲାରଗଡ ଛକ, ପିପିଏମ୍ ପୁର ଗ୍ରାମ୍ୟ ଛକ, ରଙ୍ଗୁଣୀ ପାଲି ଗ୍ରାମ୍ୟ ଛକ, ବଡଖଣ୍ଡି ଆବାସ କଲୋନୀ ଛକ, ସମରଝୋଳ କାଳୀ ମନ୍ଦିର ଛକ, କୁକୁଡାଖଣ୍ଡି ଛକ, ଫାଷ୍ଟ ଗେଟ୍ ଛକ, ବିଜୁ ପଟ୍ଟନାୟକ ପାର୍କ ଠାରେ ବିପୁଳ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ସ୍ବାଗତ ଜଣାଇବା ସହିତ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ପାଣ୍ଡିଆନ୍ ବ୍ରହ୍ମପୁର ଠାରେ ଅବସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିର ଗସ୍ତ କରିଥିଲେ । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସକାଶେ ୧୮.୯୧ କୋଟି ବ୍ୟୟରେ ମନ୍ଦିର ରେଖା ଦେଉଳ ଶୈଳୀରେ, ତିନିପାର୍ଶ୍ବ ମନ୍ଦିର ପିଢା ଦେଉଳ ଶୈଳୀରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟ ଏବଂ ମୁଖ୍ୟ ଫାଟକର ନିର୍ମାଣ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହା ସମୀକ୍ଷା କରି ଏହି କାର୍ଯ୍ୟ ଯଥାଶୀଘ୍ର ତ୍ବରାନ୍ବୀତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ*

() ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ ଡାକ୍ତର ଅଶୋକ ଢ଼ାବଲେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ୩୯ ତମ ଆଇଡିଏ ର ଓଡ଼ିଶା ରାଜ୍ୟ ସମ୍ମିଳନୀ ୨୦୨୩ ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଢ଼ାବଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଭାରତରେ ୩୭୦ ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦନ୍ତ ଚିକିତ୍ସକ ଅଛନ୍ତି ବୋଲି କହିଥିଲେ । ତେବେ ଏହି ସବୁ କଲେଜ ଗୁଡ଼ିକରେ ପାଠ୍ୟକ୍ରମର ପରିଚାଳନା ନିମନ୍ତେ ନ୍ୟାସ୍‌ନାଲ୍ ଟାସ୍କ ଫୋର୍ସର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଚଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୯ମ ସ୍ଥାନରେ ରହିଥିବାରୁ ସେ ବିଶ୍ଵବିଦ୍ୟାଳୟର ପ୍ରଶଂସା କରିଥିଲେ । ମୁଖର ତଥା ଦାନ୍ତର ସ୍ୱାସ୍ଥ୍ୟକୁ ନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ପିଲାମାନଙ୍କୁ ଛୋଟବେଳରୁ ହିଁ ଦାନ୍ତର ଯତ୍ନ ନେଇ ଶିକ୍ଷା ଦେବା ଆବଶ୍ୟକ ବୋଲି ଡାକ୍ତର ଢ଼ାବଲେ କହିଥିଲେ । ଏ ନେଇ ନ୍ୟାସ୍‌ନାଲ୍ ସ୍କୁଲ୍ ଓରାଲ ହେଲ୍‌ଥ ପ୍ରୋଗ୍ରମ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତ। କରି ସୋଆର ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟ ଓ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଇଡିଏ କଳିଙ୍ଗର ସଭାପତି ତଥା ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଓ ଆଇଡିଏ ଓଡ଼ିଶାର ସଭାପତି ଡାକ୍ତର ମାଇକେଲ୍ ଜନ୍ ମତ ରଖିଥିବା ବେଳେ ଆଇଡିଏ କଳିଙ୍ଗର ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଆଇଡିଏ ଓଡ଼ିଶାର ସମ୍ପାଦକ ଡାକ୍ତର ସୁବାଷ ଚନ୍ଦ୍ର ନାୟକ, କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଳାଷ ମହାପାତ୍ର ଓ ସାଇଂଟିଫିକ୍ ଚେୟାରମ୍ୟାନ ଡାକ୍ତର ଅନୁରାଗ ଶତପଥୀ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ଡାକ୍ତର ପି.କେ. ନନ୍ଦଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଡାକ୍ତର ଦୀପକ କୁମାର ମାଝୀଙ୍କୁ ଶ୍ରେଷ୍ଠ ସମ୍ପାଦକ (ଲୋକାଲ୍ ବ୍ରାଂଚ) ଆୱାର୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ଇପ୍ସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସାରା ଦେଶରୁ ପ୍ରାୟ ୬୦୦ ରୁ ୭୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ

ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାର୍ଯ୍ୟ ମୋ ପାଇଁ ଆଶୀର୍ବାଦ

ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ l

ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଛି ମୋର ଭବିଷ୍ୟତଭୁ

() କୌଣସି ପଦପଦବୀ ଆଶା ନାହିଁ; ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ରଖିଛନ୍ତି ‘୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ। ସେ କହିଛନ୍ତି ଯେ ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି। ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅନେକ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି। ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି। କେହିକେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ ଗୋଟିଏ ଉତ୍ତର ଦେବି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ମୋର ସୌଭାଗ୍ୟ ମନେ କରୁଛି। ଆଗାମୀ ନିର୍ବାଚନରେ ରାଜ୍ୟର ସବୁ ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ତାଙ୍କ ସହ ଠିଆ ହେବି। ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି। ଏହି ପରିବାରରେ ମୁଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛି। ଦଳର ଲକ୍ଷଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନ ଥିଲା, ଏବେ ତାହା ମୋତେ ମିଳିଛି। ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

୨୦୨୪ ନିର୍ବାଚନ ଲଢ଼ିବି ନାହିଁ : କାର୍ତ୍ତିକ ପାଣ୍ଡିଆନ୍

() ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ କାର୍ତ୍ତିକ ପାଣ୍ଡିଆନ l ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ l ବିଜେଡିର ବରିଷ୍ଠ ଉପସଭାପତି ଦେବି ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି l ଫଳରେ ପାଣ୍ଡିଆନକୁ ନେଇ ଯେଉଁ ଅପପ୍ରଚାର କରାଯାଉଥିଲା ତାହାର ପୁର୍ଣ୍ଣଛେଦ ପଡ଼ିଛି l ୨୦୦୨ ମସିହାରୁ ଓଡିଶାବାସିଙ୍କ ସେବା କରିବା ଲକ୍ଷ୍ୟରେ ପାଣ୍ଡିଆନ ସଙ୍କଳ୍ପ ନେଇ କାମ କରୁଛନ୍ତି l ଉପ ଜିଲ୍ଲାପାଳରୁ ଆଜି ଯାଏ ସେ ଓଡିଶାବାସୀଙ୍କ ପାଇଁ ଯାହା କରିଛନ୍ତି ତାହା ଜଳଜଳ କରି ଦିଶୁଛି l ବାଶ ଏତିକି ହିଁ ତାଙ୍କର ଲକ୍ଷ୍ୟ l କ୍ଷମତା ନୁହେଁ, ଓଡିଶାର ସେବା ପାଇଁ ସେ ଆସିଛନ୍ତି ଏକଥା ସାଢେ଼ ଚାରିକୋଟି ଓଡିଆ ବୁଝିଛନ୍ତି l

କ୍ଷମତା ନୁହେଁ, ଓଡିଶାବାସୀଙ୍କ ସେବା ପାଇଁ ଆସିଛି : କାର୍ତ୍ତିକ ପାଣ୍ଡିଆନ

() ମୁଁ କେଉଁଠାରୁ ଠିଆ ହେବେନି l ଲୋକଙ୍କ ସେବା କରିବି l କ୍ଷମତା ନୁହେଁ, ଓଡିଶାବାସୀଙ୍କ ସେବା ପାଇଁ ଆସିଛି l ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବା ମୁଁ ଦେଖିଛି । ସେମାନଙ୍କ ଆଦର୍ଶ ଓ ନେତୃତ୍ୱ ମୋତେ ଅନୁପ୍ରାଣିତ କରିଛି l ଶ୍ରୀ ଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ୱାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛି । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି । ସେଥିପାଇଁ ପରିକ୍ରମା ପ୍ରକଳ୍ପ ସୁରୁଖୁରୁରେ ଚାଲିଛି । ମୁଁ କ୍ଷମତା ପାଇଁ ଆସିନି କେବଳ ସେବା ପାଇଁ ଆସିଛି ବୋଲି ବିଜେଡି କାର୍ଯ୍ଯକାରିଣୀ ବୈଠକରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । ନବୀନଙ୍କ ପରି ଜନସେବାକୁ ଜୀବନର ମୂଳମନ୍ତ୍ର କରି ଓଡିଶାବାସୀଙ୍କ ପାଇଁ ତାଙ୍କ ମନରେ ଥିବା ସମର୍ପଣ ଭାବକୁ ଓଡିଶାବାସୀଙ୍କ ଆଗରେ ରଖିଛନ୍ତି ପଣ୍ଡାଆନ l ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଅକ୍ଟୋବର ୨୩ତାରିଖରେ ଆଇଏଏସ୍ ଚାକିରିରୁ ଅବସର ନେଇଥିଲେ ପାଣ୍ଡିଆନ l ପରେ ବିଜେଡିରେ ଯୋଗଦେଇଥିଲେ l ଏହାପରେ ସେ ୫-ଟି ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news