() ନିର୍ବାଚନ ସମୟରେ ସପ୍ତାହକୁ ୫ଥର ଆସି ଘରେ ଘରେ ବୁଲି ଲୋକଙ୍କୁ ଭେଟିବା ଓ ଅନେକ ପ୍ରତିଶ୍ରୁତି ଦେଇଥିଲେ l ନିର୍ବାଚନ ଜିତିଲେ, ଆଉ ଯେଉଁ ଦଳ ଜିତିଲା ଆପଣମାନେ ଜାଣିଛନ୍ତି l ଯିଏ ପ୍ରଚାରର ମଙ୍ଗ ଧରିଥିବା ତାଙ୍କର ଆଉ ଦେଖାନାହିଁ l ଧାମନଗର ନିର୍ବାଚନମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା କରି ଏପରି କହିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ୍ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ନିର୍ବାଚନ ସରିଗଲେ ଭୋଟରଙ୍କ ସୁଖ ଦୁଃଖ ବୁଝିବେ କଣ, ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀପାଲଟିଯିବ ।ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି ପାଣ୍ଡିୟାନ ପ୍ରଶ୍ନ କରିଛନ୍ତି? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟହୋଇଯାଇଛି । ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁ କେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକସାଧାରଣ ସଭାକୁ ଉଦବୋଧନ ଦେଇ ୫-ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି ବିଜେପି ର ପୋଷ୍ଟର ବୟଙ୍କୁ l ଅନ୍ୟପଟେ ଧାମନଗରବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବାକୁ ବାଖାଣୀଥିଲେ ପାଣ୍ଡିଆନ l ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶଦେଇଛନ୍ତି ବୋଲି ସେ କହିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ ବୋଲି ଧାମନଗରବାସୀଙ୍କୁ କହିଥିଲେ ପାଣ୍ଡିଆନ l କେବଳ ସେତିକି ନୁହେଁ, ବିରୋଧୀଙ୍କୁ ମଧ୍ୟ ସିଧା ଟାର୍ଗେଟ୍ କରିଛନ୍ତି ୫-ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ । ।ମାନ୍ୟବରମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶରେଯେଉଁଭଳିଭାବେଶ୍ରୀମନ୍ଦିରଠୁନେଇଲିଙ୍ଗରାଜମନ୍ଦିର, ଭଦ୍ରକାଳୀମନ୍ଦିରଠୁ ନେଇବିଭିନ୍ନମଠ, ମନ୍ଦିର, ମସଜିଦ୍ଓ ଚର୍ଚ୍ଚରଉନ୍ନତିକରଣଓରୂପାନ୍ତରୀକରଣଚାଲିଛି,ତାହାଦେଖିବିରୋଧୀମାନଙ୍କନିଦଭାଙ୍ଗିଯାଇଛି ।ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଦେହରେ ଯାଉନୁ ବୋଲି ପାଣ୍ଡିୟାନ୍ କହିଥିଲେ l ବିକଶିତ ଓଡିଶା ଗଠନ କରିବା ବିଜେଡିର ମୂଳ ଲକ୍ଷ ବୋଲି ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିୟାନ୍ ଜିଲ୍ଲା ଗସ୍ତରେ ଲୋକାଙ୍କୁ ଅବଗତ କରିଛନ୍ତି l
ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରେ ବିଜେଡି ସାଂଗଠନିକ ସଂପାଦକ ପ୍ରବଣ ପ୍ରକାଶ ଦାସ, ଜିଲ୍ଲାର ବିଧାୟକ , ସାଂସଦ, ପର୍ଯ୍ୟବେକ୍ଷକ ଓ ଛାମୁଆ ସଙ୍ଗଠନର ନେତାମାନେ ସାମିଲ ହୋଇ ଲୋକଙ୍କ ସୁଖ ଦୁଃଖର ସାଥି ହୋଇଛନ୍ତି l







ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ ।ସେବାୟତ ମାନଙ୍କ ସହିତ ଆଲୋଚନା କରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ ଯୋଗୁଁ. ସେବାୟତମାନଙ୍କ ତ୍ୟାଗ ଯୋଗୁ. ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ ସମସ୍ତେ ଶ୍ରଦ୍ଧା ର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ . ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ ।







ସ୍ଵତନ୍ତ୍ର ଅଟିଥି ଭାବେ ଯୋଗଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୃଷାକ୍ରାନ୍ତି ବେହେରା ଓୟୁଜେ ର ଦାବି ବାବଦରେ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଓ ଏ ବାବଦରେ ଅନୁକୂଳ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶେଷ ଅତିଥି ଭାବେ ଯୋଗଦେଇ ଏନୟୁଜେ (ଆଇ) ର ସର୍ବଭାରତୀୟ ସଭାପତି ରାସ ବିହାରୀ ସାମ୍ବାଦିକ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ବିଭିନ୍ନ ରାଜ୍ୟରେ ପ୍ରତ୍ୟାହାର କରି ନିଆଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନସନ ଓ ପ୍ରୋଟେସନ୍ ଦାବିକୁ ୟୁନିଅନ୍ ଜୋରଦାର କରିବ ବୋଲି ଉଲ୍ଲେଖ କରିଥଲେ । ଅନ୍ୟତମ ଅତିଥି ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ବିଧାୟକ ଅନନ୍ତ କୁମାର ଜେନା ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ଓୟୁଜେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ଓ ୟୁନିଅନ ଉଠାଇଥିବା ଦାବି ଯଥାର୍ଥ ବୋଲି ମତବ୍ୟକ୍ତ କରିଥିଲେ ।



