ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ 5 ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ…

()ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି କାର୍ଯ୍ୟକାରିଣୀରେ 32ଟି ପ୍ରସ୍ତାବ : କେନ୍ଦ୍ର ବିରୋଧରେ ରଣହୁଙ୍କାର….

() ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା। ଏହାପରେ କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ ।ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।2000 ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡିଶାର ଜନ ସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରା ଯାଇଥିଲା । କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଂଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା ।ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀହୋଇଛି । ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ ।ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ର ସଂପ୍ରସାରଣ କରାଯାଇଥିବାରୁ, ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।ଟେକ୍ନୋଲୋଜୀକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।୫-ଟି ଉପକ୍ରମରେ ଭିତିଭୂମି ବିିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ, ସ୍ୱାଗତ କରିଥିଲା ।ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା ।ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି ।ବୈଠକରେ ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାର୍ଯ୍ୟ ଦାବୀ ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା , ଦାବୀ ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା .ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା ଓ ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା । କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶା ର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା , ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବା ରେ ମହିଳା ମାନେ ସମ୍ମୁଖିନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ.ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମ ର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଥିଲା .ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଂଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଥିଲା ।କାର୍ଯ୍ୟକାରିଣୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ ବିରୋଧୀଙ୍କ ପାଖାରେ କିଛି issue ନାହିଁ. ଓଡ଼ିଶାର transformation ସେମାନଙ୍କ ପାଇଁ ବଡ଼ shock ହୋଇଛି. ତେଣୁ ସେମାନେ ମିଛ କହିବେ ,ଅପପ୍ରଚାର କରିବେ।.Grassroot level ରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ. Social media ରେ ଏହାକୁ ବିରୋଧ କରିବାକୁ ହେବ ତା ସହିତ ବିକାଶ ର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚିବାକୁ ହେବ. ଓଡିଶା ବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ. ସତ୍ୟ ର ଜୟ ହେବ ବିକାଶ ର ଜୟ ହେବ ..ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ହେବ. କାର୍ଯ୍ୟକାରିଣୀରେ ମୋଟ୍ 32ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ ଏବଂ ଅନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଥିଲା. ଶେଷରେ ଦଳର ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ଏ. ୟୁ. ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

୨୦୨୪ରେ ବିକାଶର ବିଜୟ ହେବ , ଗଢିବା ନୂଆ ଓଡିଶା, ସଶକ୍ତ ଓଡିଶା : ନବୀନ ପଟ୍ଟନାୟକ….।

() ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିଜେଡିର ମଙ୍ଗ ଧରିଥିବା ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ନଜର ପଢନ୍ତୁ କଣ କହୁଛନ୍ତି ନବୀନ…..

ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି ।ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ ।ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ ।ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।ଆମ ଦଳ Women Empowermentରେ ବିଶ୍ବାସ କରେ । ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ priority ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମା ମାନଙ୍କ ନେତୃତ୍ବ ନେଉଥିବା ଆମର women leadershipକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।ସମସ୍ତେ କହୁଛନ୍ତି BJD is the most successful Regional Party. କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ BJD is the most successful socio-economic movement in the country.ଆମ ଦଳର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ grassroot levelରୁ ଆମର କର୍ମୀ ଓ ଆମର ବିଭିନ୍ନ levelର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।କଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ election preparation କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ election preparation ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।ଇତିହାସ କେବେ ଏତେ ବଡ transformation ଦେଖି ନ ଥିଲା। You are part of the transformation and you are also witnessing it. ମଠ ମନ୍ଦିର ହେଉ, ବା school, college, hospital, ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ Bank ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର Sports Capital ହୋଇ ପାରିଛି। Investment କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ IT Company ଖୋଲିବାରେ ହେଉ ବା, Skill development ବା ମା ମାନଙ୍କ empowerment, ଚାଷୀ ମାନଙ୍କ empowerment ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି example ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ । ବିରୋଧୀଙ୍କ ପାଖରେ କିଛି issue ନାହିଁ। ଓଡ଼ିଶାର transformation ସେମାନଙ୍କ ପାଇଁ ବଡ଼ shock ହୋଇଛି ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ । ମିଛ କହିବେ। Grassroot levelରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । Social mediaରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ ।ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡିଶା। ସଶକ୍ତ ଓଡିଶା।

 

 

ବାବୁଙ୍କ ହାକିମଗିରି……

() ଲୋକଙ୍କ ସେବା ପାଇଁ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ବସୁଥିବା ବାବୁମାନେ ସେବା ଠାରୁ ଦୂରେଇ ଯାଇ ଏବେ ହାକିମଗିରିକୁ ଆପଣାଇଛନ୍ତି l ରାଜ୍ୟ ସରକାର ଲୋକଙ୍କ ସେବା ପାଇଁ ଦିନରାତି ଏକ କରୁଥିବା ବେଳେ ବାବୁ କିନ୍ତୁ କାହାକୁ ଖାତିର କରୁନାହାନ୍ତି l ଯାହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ସହ ଅଧିକାରୀଙ୍କ ଠାରୁ l
ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଆଇଆଇଏମସି ଢେଙ୍କାନାଳର ଛାତ୍ରଛାତ୍ରୀ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଢେଙ୍କାନାଳ ସହକାରୀ ଜିଲ୍ଲା କୃଷି ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାର ଏନେଇ ଛାତ୍ରମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ସାମ୍ବାଦିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଘଟଣା ଥାନାରେ ପହଞ୍ଚିବା ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ l ସମାଜର ଚତୁର୍ଥସ୍ତବକୁ ସରକାରୀ ଅଧିକାରୀଙ୍କ ଅସମ୍ମାନ ଜନ ଆକ୍ରୋଶର କାରଣ ସାଜିଛି l ଏନେଇ ପୁଲିସ ପ୍ରଶାସନ ସହକାରୀ ଜିଲ୍ଲା କୃଷି ଅଧିକାରୀ ମାର୍କଣ୍ଡ ପ୍ରଧାନଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି ।
ଆଇଆଇଏମସିର କେତେଜଣ ଛାତ୍ରଛାତ୍ରୀ ଖବର ସଂଗ୍ରହ କରିବା ପାଇଁ ସୋମବାର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରଧାନ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରାଇଥିଲେ । ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ମନଇଛା ଗାଳି ଦେଇଥିଲେ l ସାମ୍ବାଦିକ ଛାତ୍ରଛାତ୍ରୀ କେବଳ କୃଷି ବିଭାଗରେ ଖାଲି ପଡିଥିବା ପଦବୀ ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କରିବାରୁ ବାବୁ ଏମିତି ରାଗିଯାଇଥିଲେ । ରାଗରେ ଓଡିଶାର ସାମ୍ବାଦିକତାକୁ ନେଇ ମଧ୍ୟ ଅଶ୍ଳୀଳ ଭାଷା କହିଥିଲେ । ଏହାସହ ପିଲାଙ୍କୁ ଚିହ୍ନି ରଖ କେବେ ଅଫିସକୁ ଛାଡିବ ନାହିଁ ବୋଲି କହିଥିଲେ l ଅଧିକାରୀ ମାନଙ୍କୁ ନାଲି ଆଖି ଦେଖାଇ ତାଗିତ କରିଥିଲେ। ଛାତ୍ରଛାତ୍ରୀମାନେ ଏନେଇ ଅଭିଯୋଗ କରିବାରୁ ପୁଲିସ ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଥାନାକୁ ଡକାଇ ପଚରାଉଚୁରା ଚଳାଇଛି । ଢେଙ୍କାନାଳର ଏହି ଘଟଣା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପାଖରେ ପହଞ୍ଚିଛି l ଏବେ ଦେଖିବାର କଥା ଜିଲ୍ଲା ସ୍ତରରେ ଥିବା ଏପରି ହାକିମବାବୁଙ୍କ ବିରୋଧରେ ବିଭାଗ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି l

ଡ଼ିସେମ୍ବର ୧୭ରେ ବିଜେବି ଫ୍ରେଣ୍ଡସ ର ବନ୍ଧୁ ମିଳନ …

() ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର ୧୭ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ରବିବାର ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି |ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ଏହି ଉତ୍ସବ ରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ ଓ ଓଡିଶା ର ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ ପରିଜା ଅତିଥି ଭାବରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଜେବି ଫ୍ରେଣ୍ଡ୍ସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।ଏତଦ୍ ବ୍ୟତୀତ ବନ୍ଧୁ ମିଳନ ସଭାରେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ତଥା ଗତ ଡ଼ିସେମ୍ବର ୦୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି | ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି |ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି |ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ, ଉପ ସଭାପତି ଶ୍ରୀ ଶ୍ଯାମ ସୁନ୍ଦର ପଟ୍ଟନାୟକ ,ସଭ୍ଯ ଶ୍ରୀ ଅଶୋକ ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଡକ୍ଟର ନମିତା ପଟ୍ଟନାୟକ, ଶୁଭଦର୍ଶିନୀ ମିଶ୍ର ଓ ରାମ ଶଙ୍କର ନନ୍ଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |

ଚୌଦ୍ବାର-କଟକରୁ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା….

() ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରି ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଜରିଆରେ ୱେଲ୍‌ସନ୍ କଂପାନୀ ସମୂହକୁ ଶିଳ୍ପପ୍ରତିଷ୍ଠା ନିମନ୍ତେ ୩୦୦୦ କୋଟି ଟଙ୍କା ମଂଜୁର ପ୍ରଦାନ କରିଛନ୍ତି ।ଏଥନିମନ୍ତେ ଚୌଦ୍ଵାର-କଟକର ମାନ୍ୟବର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ଵାଳଙ୍କ ଆହ୍ୱାନ କ୍ରମେ ଚୌଦ୍ଵାର ବିଭିନ୍ନ ସଂଗଠନ ପକ୍ଷରୁ ଚୌଦ୍ଵାର-କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ଵାଳଙ୍କ ନେତୃତ୍ୱରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନ, ଚୌଦ୍ଵାର ସହରବାସୀ, ଚୌଦ୍ଵାର-କଟକ ବିଜୁ ଜନତା ଦଳ ଓ ଚୌଦ୍ଵାର-କଟକ ଉନ୍ନୟନ ପରିଷଦ କର୍ମକର୍ତା ଓ ସଦସ୍ୟମାନେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନକରିବାସହ ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ୍ ମହୋଦୟଙ୍କୁ ମଧ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନକରି କୃତଜ୍ଞତା ଜଣାଇଥିଲେ । ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟକୁ ପରିବର୍ତନ ନିମନ୍ତେ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ଵାର ଠାରେ ଓ.ଟି.ଏମ୍ ଜାଗାରେ ପୁନଃଶ୍ଚ ବୟନ ଶିଳ୍ପ ହେବାକୁ ଯାଉଅଛି ଯାହା ଚୌଦ୍ଵାର-କଟକ ଅଂଚଳରେ ସିଧାସଳଖ ୧୦,୦୦୦ କୁଶଳୀ ବେକାର ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ ଏବଂ ଚୌଦ୍ଵାରର ପୁରୁଣା ଐତିହ୍ୟକୁ ଫେରାଇ ଆଣିବାରେ ସହାୟକ ହେବ । ସମନ୍ବିତ ପରିଯୋଜନା ହୋଇଥିବାରୁ ଏଠାରେ ସୂତା ତିଆରୀ ଠାରୁ ଆରମ୍ଭ କରି କପଡା ପସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନର ସଭାପତି ଜଗନ୍ନାଥ ବେଉରା, ସମ୍ପାଦକ ରାଜକିଶୋର ସାମନ୍ତ, ସହ ସମ୍ପାଦକ- ରାଜେନ୍ଦ୍ର ପ୍ରଧାନ, ଉପସଭାପତି ଶରତ ଚନ୍ଦ୍ର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ବିଭୁତି ପ୍ରସାଦ ଦାସ, କୋଷାଧ୍ୟକ୍ଷ -ଜିତେନ୍ଦ୍ର ଦାସ, ଅନ୍ୟ ସଦସ୍ୟ ବୃନ୍ଦ- ରାମଚନ୍ଦ୍ର ନାୟକ, ତ୍ରୈଲୋକ୍ୟ ଜେନା, ବିଜୟ କେତନ ସାଇଁ, ଭ୍ରମରବର ନନ୍ଦ, ଶତ୍ରୁଘ୍ନ ଭୋଳ, ସାଧୁ ଚରଣ ସାହୁ, ଗୋକୁଳା ନନ୍ଦ ରାଉତ, ପ୍ରଦୀପ ପ୍ରଧାନ, ବିଜୟ ମହାନ୍ତି, ଚୌଦ୍ଵାର ପୌରପାଳିକାର ଅଧକ୍ଷା- ମାନସୀ ସ୍ବର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ – ଶୁଭେନ୍ଦୁ ସାମଲ, ନଗର ସଭାପତି- ବିଷ୍ଣୁଚରଣ ପରିତା, ପ୍ରାକ୍ତନ ଅଧ୍ୟକ୍ଷ- ପ୍ରେମଚାନ୍ଦ ନାୟକ, କାଉନସିଲର- ସୁବ୍ରତ ସାମଲ, ଅଜୟ ବେହେରା, ସୁଜାତା ସାହୁ, ଅଜୟ ବେହେରା, ସବିତା ମାହାଳୀ, ଦିଲ୍ଲୀପ ସାହୁ, କଲ୍ୟାଣୀ ସାହୁ, ବିଜୟଲକ୍ଷ୍ମୀ ବେହେରା, ରଙ୍ଗଲତାସାହୁ, ବିଜୟ ମଲ୍ଲିକ, ରଂଜୁଲତା ଦାସ, ଆଶୁତୋଷ ଦାସ, ବିଜୟ କୁମାର ସାହୁ, ଚୌଦ୍ଵାର ସଭାନେତ୍ରୀ – କବିତା ରାଣୀ ଲେଙ୍କା, ଟାଙ୍ଗି ଚୌଦ୍ବାର ବ୍ଳକ ଉପାଧ୍ଯକ୍ଷା- ସୁପ୍ରୀୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟା- ଜ୍ୟୋସାରାଣୀ ସୁବୁଦ୍ଧିରାୟ, ଚୌଦ୍ଵାର ବାସୀଙ୍କ ପକ୍ଷରୁ – ରୂପଯାତ୍ରା କମିଟିର ସଭାପତି ସୁବୋଧ ନାୟକ, ସମ୍ପାଦକ- ନାରାୟଣ ସାଇଁକ ସହ ତ୍ରିର୍ଥାନନ୍ଦ ସୁବୁଦ୍ଧିରାୟ, ମନୋରଂନ ସାଇଁ, ରାଜୁ ପ୍ରଧାନ, ରଂଜନ ବାରିକ, ଗଗନ ବରାଳ, କପିଳ ବେହେରା, ରଂଜନ ପରିଡା, ଧନେଶ୍ଵର ଜେଠୀ, ନୃସିଂହ ନାୟକ, ବିପିନୀ ଚନ୍ଦ୍ର ସେଠୀ, ଶିବରାମ ନାୟକ, ପିତାସର ନାୟକ, ଚୌଦ୍ଵାର-କଟକ ଉନ୍ନୟନ ପରିଷଦର ସଭାପତି- ବାଳକୃଷ୍ଣ ମହାନ୍ତି, ସମ୍ପାଦକ- ଇଂ ସୁବ୍ରତ ଘଡାଇ ଓ ଅନ୍ୟ ସଦସ୍ୟ ବୃନ୍ଦ ବିମଳି ବେଉରା,

 

ଆଶୀଷ ସାଇଁ, ଦେବାଜୀ ନାୟକ, ଚାବୁଲି ଚନ୍ଦ୍ର ସାହୁ, ହୃଷିକେଶ ରାଉତ, ବିଜୁ ଜନତା ଦଳ ଚୌଦ୍ଵାର-କଟକ ପକ୍ଷରୁ ଅଶୋକ ମହାନ୍ତି, ଚିରଂଜୟ ସାହୁ, ତାପସ ମହାନ୍ତି, ଲକ୍ଷ୍ମଣ ରାଉତ, ଶ୍ରୀଧର ରାଉତ, ଅର୍ଜୁନ ପଣ୍ଡା, ସିଦ୍ଧାର୍ଥ ନାୟକ, ଭରତ ଚନ୍ଦ୍ର ସାହୁ, ଶାରଦା ରଂଜନ ପରିଜା, ସନ୍ତୋଷ କୁଅଁର, ପ୍ରଭାତ ବେହେରା, ରାଜେନ୍ଦ୍ର ରଣା, ରାଜରତନ ପରିଡା, ଚନ୍ଦ୍ରକାନ୍ତ ସାହୁ, ସଂଜୀବ ପାତ୍ର, ଅରୁଣ ରାଓ, ଅଚ୍ୟୁତ ଘୋଷ, ବିଶ୍ଵଜିତ୍ ସାମଲ, ସୂର୍ଯ୍ୟକାନ୍ତ ସାହୁ, ମହିଳା କର୍ମକର୍ତା- ସବିତା ନାୟକ, ମିନା ଚୌଧୁରୀ, ସଙ୍ଗୀତା ନାୟକ, ବିଣାପାଣି ଦାସ, ୫ଗୋଟି ପଂଚାୟତର ସରପଂନ – ଶୈଳବାଳା ନାୟକ, ଦିଲ୍ଲୀପ ଭୋଇ, ସଂନ୍ଧ୍ୟାରାଣି ରାଉତ, ସମିତି ସଭ୍ୟା- ବନ୍ଦନା ସାଇଁ, ରିତା ରାଉତ ପ୍ରମୁଖଙ୍କ ସହ ୧୫୦୦ରୁ ଉର୍ଦ୍ଧ ସଂଗଠନର କର୍ମକର୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ଏହା ମେଡିକାଲ କଲେଜରେ ପରିଣତ ହେବ….

() ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ,

ଆଗାମୀ ଦିନରେ ଏହା ମେଡିକାଲ କଲେଜରେ ପରିଣତ ହେବ।

ସରକାରୀ ହସ୍ପିଟାଲ ଉପରେ ଲୋକଙ୍କ ଆସ୍ଥା ବଢିଛି- ମୁଖ୍ୟମନ୍ତ୍ରୀ।

ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ।

ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ମିଳିଲା ଉପଯୁକ୍ତ ସମ୍ମାନ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

ଡିସେମ୍ବର ୯ରୁ ସୋଆରେ ଆଇଏନ୍‌ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ ।
ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ – ବୈଜ୍ଞାନିକ ଓ ପ୍ରବିଧିଜ୍ଞ ଯେଉଁମାନେ କି ସମଗ୍ର ଇଞ୍ଜିନିୟରି କ୍ଷେତ୍ରରେ ପରିବ୍ୟାପ୍ତ ଅଟନ୍ତି ସେମାନଙ୍କୁ ନେଇ ଆଇଏନ୍‌ଏଇ ହେଉଛି ଏକ ସ୍ୱୟଂ ଚାଳିତ ବୃତିଗତ ଅନୁଷ୍ଠାନ । ଏହା ଆଂଶିକ ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ । ଏହି ସମ୍ମିଳନୀ ସୋଆର କ୍ୟାମ୍ପସ୍ -୨ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଇଞ୍ଜିନିୟରିଂ କ୍ଷେତ୍ରର ଫେଲୋ, ବିଦେଶୀ ଫେଲୋ, ୟଙ୍ଗ୍ ଆସୋସିଏଟ୍‌ସ୍ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ । ସମ୍ମିଳନୀରେ ପ୍ଲେନାରୀ ଟକ୍‌, ପାନେଲ ଆଲୋଚନା ଓ ଉପସ୍ଥାପନା ଇତ୍ୟାଦି ଆୟୋଜିତ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ।

ଚଳିତ ବର୍ଷ ଏହି ସମ୍ମିଳନୀ ମିଳିତ ଭାବରେ ସୋଆ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର , ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରୀଆଲ୍ସ ଟେକ୍‌ନୋଲୋଜି , ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଆୟୋଜନ କରିଛି ବୋଲି କହିଛନ୍ତି ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ରହିଥିବା ପ୍ରଫେସର ଆଚାର୍ଯ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉକେଲା ଷ୍ଟିଲ୍ ପ୍ଲାଂଟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏନଇର ପ୍ରାକ୍ତନ ସଭାପତି ଡକ୍ଟର ସନକ ମିଶ୍ର ,ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇର ମେମ୍ବର ସେକ୍ରେଟରୀ ଲେଫ୍‌ଟନାନ୍‌ଂଟ କର୍ଣ୍ଣେଲ୍ ଶୋଭିତ୍ ରାଏ, ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ସାମନ୍ତରାୟ ଉପସ୍ଥିତ ଥିଲେ ।

ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ସମ୍ମିଳନୀରେ ଦୁଇଟି ଅଧିବେଶନରେ ବିଶ୍ୱବିଖ୍ୟାତ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଓ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଂଚଳର ନବମ ଶତାଦ୍ଦୀର ପିତଳ ମାଛ ଉପରେ ମଧ୍ୟ ଆଲୋଚନା କରାଯିବ ।
ଡକ୍ଟର ମିଶ୍ର କହିଥିଲେ ଯେ ଆଇଏନ୍‌ଏଇ ଦେଶର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାନ୍ତ୍ରିକ ଓ ପ୍ରବିଧିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ । ୧୯୮୭ ମସିହାରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ୧୯୯୬ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ୍ କାଲମ୍ ମଧ୍ୟ ଏହାର ସଭାପତି ଥିଲେ ବୋଲି ସେ କହିଥିଲେ । ଇଞ୍ଜିନିୟରିଂ ଏବଂ ବିଜ୍ଞାନ କ୍ଷେତ୍ରରେ ଅଧିକ ରୁ ଅଧିକ କାର୍ଯ୍ୟ କରିବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ସମସ୍ୟାଗୁଡିକର ସମାଧାନ ର ବାଟ ବାହାର କରି ଏହାର ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ଆମର କାର୍ଯ୍ୟ ବୋଲି ଡକ୍ଟର ମିଶ୍ର କହିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ଦ୍ୱିତୀୟ ଥର ପାଇଁ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି । ୨୦୧୩ ରେ ମଧ୍ୟ ସୋଆ ପ୍ରଥମଥର ପାଇଁ ଏହି ସମ୍ମିଳନୀ ର ଆୟୋଜନ କରିଥିଲା ବୋଲି ସେ କହିଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି. ନରେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଏନ୍‌ଏଇ ର ଅଧ୍ୟକ୍ଷ ତଥା ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି , ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନିଲ୍ ମାନ୍ନା ଯୋଗ ଦେବେ । ଏହି ଅବସରରେ ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି , ତିରୁଭନନ୍ତପୁରମ୍‌ର କୁଳପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଳିକେସନ୍‌ସ୍‌’ ଉନ୍ମୋଚନ କରାଯିବ । ସମ୍ମିଳନୀରେ ଯୋଗେଦେବାକୁ ଥିବା ବିଶିଷ୍ଟ ଯାନ୍ତ୍ରିକ ବିଜ୍ଞାନୀଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଏମିରଟସ୍‌, ପ୍ରଫେସର ୟୁ.ବି. ଦେଶାଇ, ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲାକତା ଇଲ୍ଟ୍ରେିକାଲ୍ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଶିବାଜୀ ଚକ୍ରବର୍ତୀ , ଆଇଆଇଟି ଭୁବନେଶ୍ୱର ର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲ୍କର, ସିଏସିଆଇଅର – ଆଇଏମ୍‌ଏମ୍‌ଟି , ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍‌ନୋଲୋଜି , ମୁମ୍ବାଇ ର କୁଳପତି ପ୍ରଫେସର ଏ.ବି. ପଣ୍ଡିତ ଓ ଆଇଆଇଟି ଖଡଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପି.ପି. ଚକ୍ରବର୍ତୀ ।
ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ଶ୍ରୀ ସତ୍ୟ ନାଡେଲାଙ୍କ ସମେତ ୪୦ ରୁ ଅଧିକ ବିଶିଷ୍ଟ ଟେକ୍ନୋକ୍ରାଟ୍‌ଙ୍କୁ ଆଇଏନଏଇର ଫେଲୋ ଭାବେ ଗ୍ରହଣ କରାଯିବ । ଏମାନଙ୍କ ମଧ୍ୟରେ ଭାରତୀ ଏଂଟରପ୍ରାଇଜେର ସଭାପତି ଶ୍ରୀ ସୁନୀଲ ଭାରତୀ ମିତଲ, ଏଚସିଏଲର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅଜୟ ଚୌଧୁରୀ, ଏଆଇସିଟିଇ ର ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଓ ଏନଆଇଆଇଟି ଗ୍ରୁପ୍ ର ଚେୟାରମ୍ୟାନ୍ ତଥା ସହ ପ୍ରତିଷ୍ଠାତା ଶ୍ରୀ ରାଜେନ୍ଦ୍ର ସିଂ ପାୱାର ଅଛନ୍ତି ।

ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ : ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ Treatment Plant

ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।BDA ର ଉପାଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ ଦୟା ଟାସ୍କ ଫୋର୍ସ ଦୟା ନଦୀ ପାଣି କୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ agency ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି .ବୈଠକରେ ଶ୍ରୀ ବଳବନ୍ତ ସିଂହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ presentation ଉପସ୍ଥାପିତ କରିଥିଲେ

ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

() ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ( ପିସିଆଇ)ର ସହଯୋଗିତାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍‌ବିଇଏମଏସ) ଦ୍ୱାରା ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  ଏନ୍‌ବିଇଏମଏସ ର ସଭାପିତ ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସଞ୍ଜୀବ ମିତଲ ଓ ଡାକ୍ତର ଦେବାଶିଷ ଧର ସିପିଆର ବିଷୟରେ ବିଶଦ ଆଲୋଚନା କରିଥିଲେ । ସେମାନେ ବୁଝାଇଥିଲେ ଯେ କିପରି କେତେକ ସରଳ ପଦ୍ଧତି ଅନୁସରଣ କରି ହୃଦଘାତ ଜନିତ ସମସ୍ୟାରେ ରୋଗୀର ଜୀବନ ରକ୍ଷା କରା ଯାଇପାରିବ । ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ । ଏଥିରେ ଏସପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍‌ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news