କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ.

ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ.

କଳାମଣ୍ଡଳ ପରିସରରେ ଅକ୍ଷର ଭୂମି ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବ
ଅକ୍ଷର ଭୂମି

ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କର

()ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି ।ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ।ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆମର ମହାନ୍ ଐତିହ୍ୟ ଓଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।ସୂଚନା ଯୋଗ୍ୟ ଯେ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ idco ଜରିଆରେ ସମ୍ପାଦିତ ହୋଇଛି।ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ BMC ର mayor ସୁଲୋଚନା ଦାସ, cmo ର ମୂଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ ।

ଫେବୃଆରୀ ୬ ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ

ଫେବୃଆରୀ ୬ ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ। ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁର ରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲା ରେ ରାହୁଲ ଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ। ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ।

 

 

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ. 

0

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ.

ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ .

()ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ କରାଯିବ ।

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନ ବ୍ୟାପୀ ସାଧନା ର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନ ରେ ସମ୍ମାନିତ କରିବେ ।ପୁରସ୍କାର ବାବଦ ରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।ଡକ୍ଟର ପଟ୍ଟନାୟକ ଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି ।ଭାରତ ର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ । ଭାରତୀୟ ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି ।ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ପଟ୍ଟନାୟକ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।ଓଡ଼ିଆ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକ ଙ୍କ ବହୁମୂଲ୍ୟ ଅବଦାନ ସର୍ବଜନବିଦିତ ।ଭାରତୀୟ ଭାଷା ପରିଷଦ ର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ଵର ରାଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସବିତା ପ୍ରଧାନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପି କେ ସ୍ଵାଇଁ ଏବଂ କେନ୍ଦ୍ର ଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଙ୍କୁ ନେଇ ଓଡିଶା ସରକାରଙ୍କ ଦ୍ୱାରା ଗଠିତ କମିଟି ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କ ନାମ କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିଶ କରିଥିଲେ ।

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ…..

ଭୁବନେଶ୍ୱର :  ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଓଡିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀ ମତି ମିନାକ୍ଷୀ ଵାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) ଶ୍ରୀ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।ଶ୍ରୀମତୀ ମିନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷl ଭାବେ ୨ ଥର ନିର୍ବାଚିତ ହୋଇଥିଲେ।ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ୨୦୧୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ।ଅଧୁନା ଶ୍ରୀମତୀ ବାହିନୀପତି ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।ସେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ସହଧର୍ମିଣୀ ଅଟନ୍ତି।

ମଣିଷପଣିଆ ଶବ୍ଦ ନୁହେଁ, ଜୀବନଚର୍ଯ୍ୟା …..

ମୁଁ ମଣିଷପଣିଆକୁ ଭଲ ପାଏ… ମୁଁ ଜନ ଜୀବନର କଥା କୁହେ l ପର ହସରେ ହସେ ଅନ୍ୟ ଦୁଃଖେ ରେ ଆଖିରୁ ଆଖିଏ ଲୁହ ବୋହିଯାଏ l ମୁଁ ମଣିଷକୁ ଭଲ ପାଏ l 

ଆଜିକାଲି ଦୁନିଆରେ ମଣିଷପଣିଆକୁ ଭଲ ପାଇବା କୋଚିତ୍ ଦେଖାଯାଏ l ଦୈନଦିନ ଜୀବନରେ ହେଉ ଅବା ସାମାଜିକ ଚଳଣୀରେ ମଣିଷପଣିଆ ଆଜି ନିଖୋଜ ହୋଇଯାଇଛି l ବିନା ସ୍ବାର୍ଥରେ କେହି କାହା ପାଇଁ ଟିକେ ସମୟ ଦେବା ବହୁତ କଷ୍ଟ କର ବ୍ୟାପାର l ତାହାରି ଭିତରେ ମଣିଷପଣିଆ ଖୋଜିବା ସାତସପନ ପାଲଟିଲାଣି l ତଥାପି ମଣିଷ ମଣିଷ ବିନା ରହିବା ଅସମ୍ଭବ ହୋଇଛି l ମିଛି ମିଛିକା ଭଲ ପାଇବା ଭିତରେ ସ୍ବାର୍ଥପରତା ବାରି ହୋଇପଡୁଛି l ଜାଣି ଜାଣି ଜୀବନକୁ ଏକ ନାଟକ ଭାବି ସବୁ ଦେଖୁଛି ଆଉ ସବୁ ସହୁଛି l ଜନ୍ମଠାରୁ ଆଜି ଯାଏ ଅନେକ ମଣିଷପଣିଆ ବ୍ୟକ୍ତିଙ୍କ ସହ ଭେଟ ହୋଇଛି ସତ, ହେଲେ ସେମାନଙ୍କୁ ଆପଣାଇପାରିନି l ଏହା ମୋର ଭୁଲ ନା ସମୟର ଭୁଲ l ଏ ପ୍ରଶ୍ନ ସବୁବେଳେ ମନକୁ ଆସେ l କିଛି ମଣିଷପଣିଆ ଥିବା ଲୋକଙ୍କ ପାଇଁ ଏ ସମାଜ ତିଷ୍ଠି ରହିଛି l କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ l ଏ ବାସ୍ତବତାକୁ ଯେପର୍ଯ୍ୟନ୍ତ ମଣିଷ ଅନୁଭବ କରିନାହିଁ ସେପର୍ଯ୍ୟନ୍ତ ଜୀବନରେ ବାରମ୍ୱାର ଭୁଲ୍ କରୁଥାଏ l ଭୁଲ୍ ଠିକ୍ ର ବିଚାର ଛାଡ଼ନ୍ତୁ, ନିଜ ଭିତରେ ଥିବା ମଣିଷ ପଣିଆକୁ ଚିହ୍ନନ୍ତୁ ଓ ପଢନ୍ତୁ l ଯାହା ଫଳରେ ତମ ଭିତରେ ଥିବା ମଣିଷପଣିଆ ସମାଜକୁ ଜଳଜଳ କରି ଦେଖାଯିବ l ତମ କାମରେ, ତମ ବ୍ୟବହାରରେ ଓ ତମ ଜୀବନ ଶୈଳୀରେ , ତେବେ ଯାଇ ତ ଜୀବନଟା ଜିଇଲା ପରି ଲାଗିବ l ନହେଲେ ରୋବୋଟ ଠାରୁ ଆହୁରି ଅଧିକ ନକଲି ଲାଗିବ ତମ ମଣିଷପଣିଆର ପରିଚୟ l

ସମାଜରେ କେତେ ଗୁଡ଼ିଏ ଘଟଣା ଘଟୁଛି ତାହା ଭିତରେ ମଣିଷ ପଣିଆ ହଜି ଯାଇଛି ତାହା ଯେ କେହି ବି ଅନୁମାନ କରିପାରିବେ l ୧୯ଦିନର ଶିଶୁ କନ୍ୟାକୁ ଛାଡ଼ି ବାପା, ମା ଫେରାର ତ ଆଉ କେଉଁଠି ପାପ ସମ୍ପର୍କରୁ ଜନ୍ମ ନେଇଥିବା ନିରୀହ ଶିଶୁକୁ କିଏ ବୋରୁୱେଲ ଭିତରେ ପକାଇ ଦେଉଛି ତ କିଏ ପୁଣି ଅଳିଆ ଗଦାରେ l ଏମିତି ଘଟଣା ଏବେ ନୀତି ଦିନିଆ ହୋଇଗଲାଣୀ l ଜନ୍ମ କଲା ବାପା, ମା lଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ସ୍ତ୍ରୀ ସହ ସହରର ଫ୍ଲାଟ ରେ ରହୁଛି ପୁଅ l ତାହାଠାରୁ ତ ବଳିଗଲାଣୀ କାମୁକ ନିଶା l ସମ୍ପର୍କ ବି ତୁଚ୍ଛl ହେଉଛି ମଣିଷର ରାକ୍ଷସ ପ୍ରବୃତି ପାଖରେ l ଛାଡ଼ନ୍ତୁ ଯେତେ ଲେଖିଲେ ସମାଜରେ ଘଟୁଥିବା ଅନେକ ଘଟଣାଚକ୍ର ସରିବନି l ତେଣୁ ବିଚାର କରନ୍ତୁ କେମିତି ନିଜ ଭିତରେ ମଣିଷପଣିଆ ବଞ୍ଚାଇ ରଖିବେ l ତେବେ ଯାଇ ସିନା ଜୀବନଟା ଜିଇଲା ପରି ଲାଗିବ l

ଶହ ଶହ ପଣ୍ଡିତ, , ସାଧୁ ସନ୍ଥଙ୍କ ଗହଣରେ, ଯଜ୍ଞ ଓ ଚଣ୍ଡୀପାଠର ପବିତ୍ର ଧ୍ଵନି ମଧ୍ୟରେ ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଦ୍ଵିତୀୟ ବୃହତ୍ ଆଧ୍ୟାତ୍ମିକ ପୀଠର ରୂପାନ୍ତର,

ପୂର୍ବରୁ ପଶ୍ଚିମ – ଓଡ଼ିଶାରେ ଦିବ୍ୟତା, ଆଧ୍ୟାତ୍ମିକତାର ଭାବ ମୟ ପରିବେଶ.

ଶହ ଶହ ପଣ୍ଡିତ, , ସାଧୁ ସନ୍ଥଙ୍କ ଗହଣରେ, ଯଜ୍ଞ ଓ ଚଣ୍ଡୀପାଠର ପବିତ୍ର ଧ୍ଵନି ମଧ୍ୟରେ ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୨୦୦ କୋଟି ବିନିଯୋଗରେ ପ୍ରାୟ ୪୦ ଏକର ପ୍ରକଳ୍ପ ଅଞ୍ଚଳର ରୂପାନ୍ତର

ପ୍ରକଳ୍ପର ଶିଳ୍ପୀ ଓ କାରିଗର ମାନଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ବରେଣ୍ୟ ବ୍ୟକ୍ତିଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ.

ମନ୍ଦିର ଠାରୁ ମହାନଦୀ ଘାଟଯାଏ ଦିବ୍ୟତା, ଭବ୍ୟତାର ସ୍ପର୍ଶ

ଏକ କିଲୋମିଟର ଦୀର୍ଘ ପରିକ୍ରମାର ସୁଯୋଗ, ୪ଟି ପ୍ରବେଶ ଦ୍ୱାର, ପୂଜକ ବିଶ୍ରାମାଗାର, ଦୀପ ଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ମହାନଦୀ ଘାଟର ନୈସର୍ଗିକ ରୂପାନ୍ତର, ଆଳତି ସ୍ଥାନର ବିକାଶ

ଦୈନିକ ୨୦ ହଜାର ରୁ ଅଧିକ ଭକ୍ତ ଆସିବେ, ପାର୍ବଣ ଦିନରେ ଏକ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଆସିବାର ସମ୍ଭାବନା ,

ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତିରେ ଆସିବ ଉନ୍ନତି, ପଶ୍ଚିମ୍ ଓଡ଼ିଶାର କାରିଗର ଓ ବୁଣାକାର ହେବେ ଉପକୃତ

ମିଶନ ଶକ୍ତି କାଫେ ବୁଲି ଦେଖିଲେ, ମା ମାନଙ୍କ କାମର ପ୍ରଶଂସା କଲେ

5T ଉପକ୍ରମରେ ରୂପାନ୍ତରଣର ଚରମ ନିଦର୍ଶନ ହେଉଛି ସମଲେଇ ପ୍ରକଳ୍ପ,

5T ଅଧ୍ୟକ୍ଷଙ୍କ ନିଷ୍ଠାପର ଉଦ୍ୟମ, ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରୂପାନ୍ତରିତ ପୀଠ

ଦେଢ଼ ବର୍ଷର ରେକର୍ଡ ସମୟରେ ମା ଙ୍କ ପୀଠର ରୂପାନ୍ତର

()ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମା ଙ୍କ ଦର୍ଶନ ଓ ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସୁଖ, ଶାନ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ତା ପରେ,ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ, ଓ ମନ୍ତ୍ର ଧ୍ବନିରେ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।ସମଲେଇ ପ୍ରକଳ୍ପ ହେଉଛି Samaleswari Temple Area Management and Local Economic Initiative.୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। 5T ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ।

ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, cafeteria, ଆଦି ନିର୍ମିତ ହୋଇଛି।ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳ ରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ khandalites ପଥରରେ ନିର୍ମିତ ହୋଇଛି।ପାର୍କିଂ ରେ ୨୦୦ ୪- ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି।ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ଥିଲେ।ମହାନଦୀ ରିଭର୍ ଫ୍ରଣ୍ଟ ଦ୍ରୁଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟର ର ପ୍ଲାଟଫର୍ମ କରାଯାଇଛି।ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।ସୂଚନା ଯୋଗ୍ୟ ଯେ ମା ଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।ମିଶନ ଶକ୍ତି କାଫେ ପରିଦର୍ଶନ କରି ମା ମାନଙ୍କ କାମର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ।ଗୋପାଲ ଜୀଉ ମଠର ମହନ୍ତ ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମଧ୍ଯ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ଶ୍ରୀ ହଳଧର ନାଗ, ଶ୍ରୀ ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଶ୍ରୀ ଜୀତେନ୍ଦ୍ର ହରିପାଲ, ଶ୍ରୀ ବିନୋଦ ପଶାୟତ, ଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ଶ୍ରୀ କୈଳାସ ଚନ୍ଦ୍ର ମେହେର।

ଭୁଲା ମନର କାହାଣୀ..

  1. ଭୁଲିଯିବା ଗୋଟେ ବଦ ଅଭ୍ୟାସ l ଯେଉଁଥି ପାଇଁ ଅନେକ ସମୟର ମହାଭାରତ ସୃଷ୍ଟି ହୁଏ l ପରିବାର ବନ୍ଧନ ମଧ୍ୟରେ ଭୁଲା ମନ ତ ଅନେକ ସମସ୍ୟା ଆଣେ l ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଭୁଲାପଣ ଯେତିକି ଝଡ ସୃଷ୍ଟି କରେ ସେତିକି ଆନନ୍ଦ ମଧ୍ୟ ଦିଏ l ସାଙ୍ଗସାଥୀ ରେ ଭୁଲାପଣ ତ ଯେମିତି ଗାଳି କୁ ସେମିତି ଟାଇମ ପାସ l ଆଉ ପାଠ ପଢାରେ ଭୁଲାପଣ ରହିଲେ ଭବିଷ୍ୟତ ଅନ୍ଧାର ହେବା ଆଗରୁ ଗୁରୁଜନଙ୍କ ଠାରୁ ମାଡଗାଳି ଅଧିକ ଭୟଙ୍କର ସାଜେ l ଭୁଲିବା ମଣିଷର ସଂଖ୍ୟା ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି l ଯେମିତି ସଂକ୍ରମଣ ରୋଗ ପରି ଏ ରୋଗ ବ୍ୟାପିବାରେ ଲାଗିଛି ସମାଜରେ l କଣ ମଣିଷ ଜାଣିଜାଣି ଭୁଲେ ନା ଅଜାଣତରେ ଏହା ଆମକୁ କବଳିତ କରେ l ସେ ଯାହା ହେଉ ବେଳେବେଳେ ଭୁଲା ମନ ଆମକୁ ସୁଖ ଅପେକ୍ଷା ଦୁଃଖ ଅଧିକ ଦିଏ। ଭୁଲାମନ ଆମକୁ ଅନେକ ଶିକ୍ଷା ମଧ୍ୟ ଦିଏ l ଯାହା ସମୟ ଅନୁସାରେ ବହୁତ ଗୁରୁତ୍ୱ ରହେ ଓ ଖୁସି ମଧ୍ୟ ଦିଏ l ଦୁଇ ତିନିଟି ଉଦାହରଣରେ ବିଚାର କରନ୍ତୁ : ନିଜ ସ୍ତ୍ରୀ କି ପ୍ରେମିକାର ଜନ୍ମଦିନକୁ ଜଣେ ବ୍ୟକ୍ତି ଭୁଲି ଯାଇଛି l ଭୁଲାମନ ଯୋଗୁଁ ସେଦିନ ଅଭିନନ୍ଦନ କି କିଛି ଉପହାର ଦେଇନାହିଁ l ଆଉ ସେହିଦିନ ସ୍ତ୍ରୀ ବା ପ୍ରେମିକା ପାଚିକି ନାଲ ପଡିଥିବା ବେଳେ ଯେଉଁ ଉପାୟକୁ ଭୁଲାମନ ସ୍ବାମୀ ବା ପ୍ରେମିକ ଆପଣାଇ ନାଲ ରଙ୍ଗର ମନରେ ଗୋଲାପି ଗୋଲାପି ରଙ୍ଗ ଭିରୀଦିଅନ୍ତି ଭୁଲାମନର ମିଠାପଣରେ l ହେଲେ ଏ ମିଠାପଣ କଣ ତାହା ଆଜି ବି ସସ୍ପେନ୍ସ l ଆଉ ଗୋଟେ ଉଦାହରଣ ହେଉଛି ଯେ ଆପଣ ସହ କାହାର ଝଗଡ଼ା ହୋଇଛି l ସେହି ଦିନ ଠାରୁ ଆପଣ ପରସ୍ପର ସହ କଥା ହେଉନାହାନ୍ତି l ହେଲେ କେଉଁ କାରଣ ପାଇଁ ଝଗଡା ହୋଇଥିଲା ଯଦି କେହି ଜଣେ ଭୁଲି ଯାଇଥିବେ ତାହାଲେ ସମ୍ପର୍କ ପୁଣି ପୂର୍ବ ପରି ଯୋଡିହୋଇ ଯିବ ଆପେ ଆପେ l ଯାହା ଆପଣ କେବେ ଭାବିବି ନଥିବେ l ଏମିତି ତ ଭୁଲା ମନରେ ଯେଉଁଠି ପାଇବେ ସେଇଠି ବ୍ୟାଗ ଛାଡ଼ିଦେବେ, ଅନେକ ସମୟରେ ମାର୍କେଟକୁ ଗାଡି ନେଇଯାଇଥିଲେ ମଧ୍ୟ ଫେରିଲା ବେଳକୁ ଚାଲିଲି କି ଅନ୍ୟ କାହା ଗାଡିରେ ଆସିବା କିଛି ନୂଆ କଥା ନୁହେଁ l ଅନେକ ତ ଏହି ଭୁଲାମନ ଯୋଗୁଁ ଅନେକ ସମ୍ପର୍କ ଓ ଜିନିଷକୁ ବି ହରାଇଛନ୍ତି l
    ଏତିକି କହିହେବ ଜୀବନ ଅଛି ତ ଭୁଲାପଣ ରହିବ l ତାହା କାହା ପାଇଁ ଆନନ୍ଦ ଦେବ୍ ତ କାହାକୁ ଶିକ୍ଷା l ଏହି ଭୁଲାମନ କାହାଣୀ ଏମିତି ହୋଇ ରହିଯିବ ଯେ ଯାହାକୁ ଭୁଲିବାକୁ ଚାହିଁଲେ ପ୍ରତି ମୁହୂର୍ତ୍ତରେ ଭୁଲିହେବ ହେଲେ ସ୍ମରଣ ବି କରିହେବ l ଛାଡ଼ନ୍ତୁ କଣ ବାର୍ତ୍ତା ଦେବା ଏ ଭୁଲାପଣକୁ ନେଇ, ଆମେ ବି ଟିକେ ଭୁଲି ଗଲେଣି….

ଯେମିତି ସ୍ଥିତିକୁ, ସେମିତି ଉପାୟ…..

() ସମୟ ଆପେ ଆପେ ସବୁ କିଛି ବଦଳାଇ ଦିଏ l ଯେମିତି ପାଗର ପରିବର୍ତ୍ତନ ଆମର ମନ ଓ ପୋଷାକ କ୍ଷଣିକେ ପରିବର୍ତ୍ତନ ହୋଇଯାଏ l ଠିକ୍ ସେହିପରି ପରିସ୍ଥିତି ସହ ଖାପ ଖୁଆଇ ମଣିଷ ନିଜକୁ ଚଳେଇ ନିଏ l ଆଉ ସେଥିରେ ସେ ଆନନ୍ଦ ଅନୁଭବ କରେ l ବେଳେବେଳେ ପରିସ୍ଥିତି ଯୋଗୁଁ ଅକଳରେ ପଡ଼ିଥାଏ ମଣିଷ, ସେ ସମୟରେ ଯାହା ଉପାୟ ଦିଶେ ସେଇଆ କରେ l ହେଲେ ପରିସ୍ଥିତି ବଦଳିବା ସଙ୍ଗେ ନିଜର ମନ ଚାହୁଥିବା କାମକୁ କରିନିଏ l ସେଥିପାଇଁ ଯଦି କିଛି ବାହାନା ଦେବାପାଇଁ ପଡେ ସେଥିରେ ସେ ପଛାଏନା l ସଭିଙ୍କ ଜୀବନରେ ଏସବୁ କିଛି ନୂଆ କଥା ନୁହେଁ l କହିବାକୁ ଗଲେ ମିଳୁନଥିଲେ ଚଳେଇ ଦେବା ଓ ମିଳିଲେ ତ କଥା ସରିଲା l ଅନେକ ଦିନ ପରେ ମୁନା ବି ସେମିତି ପରିସ୍ଥିତିକୁ ସାମ୍ନା କଲା l କଣ କରିବ କେଉଁ ଉପାୟ ଗ୍ରହଣ କରିବ କିଛି ଭାବୁପାରୁନଥିଲା l ଖାଲି ଏମିତି ମନେ ମନେ ଚିନ୍ତା କରିଥିଲା ଉପାୟ ତ କିଛି ନାହିଁ l ଇଚ୍ଛା ଥିଲେ ବି ଚିକେନ କଷା, ପରିସ୍ଥିତି କିନ୍ତୁ ବାଧ୍ୟ କରୁଛି ସୋଆବିନ କଷା ଖାଈବାକୁ l ଆଉ ପଡିଶା ଘର କହିଲେ କଣ ଏ ବର୍ଷା ଓ ଶୀତୁଆ ପାଗରେ ଚିକେନ କଷା ନା କଣ ମୁନା ବାବୁ l ମୁନା କିନ୍ତୁ ବଜେଟ ଓ ପାଗକୁ ଦେଖି ଚିକେନ ଖାଇବାକୁ ଇଚ୍ଛା ଥିଲେ ବି ଅକଳରେ କହୁଛି ନାଇ ମ ଆଜି ଟିକେ ସୋଆବିନ କଷା ଖାଇବାକୁ କାହିଁକି ଭାରୀ ଇଚ୍ଛା ହେଉଛି l ଆଉ ଠିକ୍ ସେତିକି ବେଳେ ପଡୋଶୀ ଭାଇନା କହୁଛନ୍ତି ଆରେ ଗୋଟେ ଦୁଇ କେଜିଆ ଦେଶୀ ଚିକେନ ମାର୍କେଟ ଦୋକାନରେ ଅଛି, ମୁଁ ଯାଉଛି କାର ନେଇ ତାଠୁ ଆଣିବୁ l ହେଲେ ମାଂସ ତ ଅଧିକ ହୋଇଯବ l ପଡୋଶୀଙ୍କ କଥା ନ ସରୁଣୁରୁ ମୁନା ବାବୁ କହୁଛନ୍ତି ହେଉ ଛାଡ଼ନ୍ତୁ ଆମେ ମିଶିକି ଯାହା ମାଂସ ହେବ ନେଇଆସିବା ,ଆଉ ସଙ୍ଗେ ସଙ୍ଗେ ସୋଆବିନ କଷାରୁ ମୁନାର ମନ ଚିକେନ କଷାକୁ ବଦଳିଗଲା l

ଏ ତ ଗୋଟେ ଉଦାହରଣ ମାତ୍ର l ଜୀବନରେ ଯଦି ଆପଣ ଯେମିତି ସ୍ଥିତିକୁ, ସେମିତି ଉପାୟ ନ ଆପଣାଇବେ ତେବେ ଆପଣ ପଛରେ ପଡ଼ିଯିବେ ଓ ଆପଣ ଇଛା ବି ପୂରଣ ହୋଇପାରିବନି l ସେଥିପାଇଁ ପିଲାଦିନେ “ବୁଦ୍ଧିମତି ବୋହୁ “ବିଷୟ ଆମକୁ ବହୁତ୍ ପ୍ରଭାବିତ କରେ l ସବୁ ଋତୁ ସହ ଖାପ ଖୁଆଇ ଚଳି ସାନ ବୋଉ ସଭିଙ୍କ ମନ ଜିତିଥିଲା l ତେଣୁ ଘର ହେଉ କି ଅଫିସ,ସାଙ୍ଗ ହେଉ କି ବନ୍ଧୁବାନ୍ଧବ l ଯେମିତି ସ୍ଥିତିକୁ, ସେମିତି ଉପାୟ କରି ଜୀବନ କଟାଇବା ହେଉଛି ଚତୁର ମଣିଷର ପରିଚୟ l ଆଉ ସେଥିରେ ବ୍ୟତିକ୍ରମ ହେଲେ ଜୀବନରେ ସୁଖ ଅପେକ୍ଷା ଦୁଃଖର ବୋଝ ଅଧିକ ହୋଇଯିବ l

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କଲେ

()ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ।ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ।ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥଲେ।ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀ ମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା।ମନ୍ଦିର ଚତୁଃ ପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିବ।

ସୁନ୍ଦର୍ ସବୁଜ ପରିବେଶ, khandalites ପଥରର ଆକର୍ଷଣୀୟ କାରିଗରୀ କାମ ସହିତ ଭକ୍ତ ମାନଙ୍କ ପାଇଁ କ୍ଲୋକ୍ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର ଆଦି ଅନେକ ସୁବିଧା କରାଯାଇଛି।

ସାରା ଦେଶ କହୁଛି ରାମ ରାମ…

() ଆଜି ସମଗ୍ର ଦେଶ ରାମମୟ ହୋଇଯାଇଛି। ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହକୁ ନେଇ ଦେଶବାସୀ ଭାବୁକ ହୋଇପଡ଼ିଛନ୍ତି। ସବୁଠି ଉତ୍ସାହ। ରାମଙ୍କ ଭକ୍ତିରେ ବୁଡ଼ିଗଲେଣି ରାମଭକ୍ତ। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣର ଆଜି ଅନ୍ତ ହେବାକୁ ଯାଉଛି । ଆଜି ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ସମେତ ସାରାଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଯୋଧ୍ୟାପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିବେ। ଅପରାହ୍ନ ୧୨ଟା ୧୫ରୁ ୮୪ସେକେଣ୍ଡ ଧରି ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବା ପାଇଁ ମୋକ୍ଷ ଦାୟିନୀ କେବଳ ଅଯୋଧ୍ୟାରେ ନୁହେଁ, ବରଂ ସାରା ବିଶ୍ବର କୋଣ ଅନୁକୋଣରୁ ରାମଭକ୍ତମାନେ ଆସି ପହଞ୍ଚିଲେଣି।

ସତେ ଯେମିତି ପ୍ରତ୍ୟେକ ରାସ୍ତା ରାମଙ୍କ ଜନ୍ମଭୂମିକୁ ଲମ୍ବିଛି। ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ଵନି I ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁତାବକ ମୁଖ୍ୟପୂଜା ଅଭିଜିତ ମୁହୂର୍ତ୍ତରେ କରାଯିବ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ କାଶୀ ବିଦ୍ଵାନ ଗଣେଶ୍ଵର ଶାସ୍ତ୍ରୀ ଦ୍ରାବିଡ଼ ଧାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୌଷ ମାସ ଦ୍ବାଦଶୀ ତିଥିର ଅଭିଜିତ ମୁହୂର୍ତ୍ତ, ଇନ୍ଦ୍ର ଯୋଗ, ମୃଗଶିରା ନକ୍ଷତ୍ର, ମେଷ ଲଗ୍ନ ରେ ହେବ। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଯଜମାନ ସାଜିବେ। ଭଗବାନଙ୍କ ଆଖିରେ କଜ୍ଜଳ ଲଗାଇ ଆଇନା ଦେଖାଇବେ । ଏହାପରେ ଭଗବାନଙ୍କୁ ସୁନାବସ୍ତ୍ର ପିନ୍ଧାଯିବ ଏବଂ ଛପନ ଭୋଗ ଲଗାଯିବ। ୧ ମିନିଟ୍ ୨୪ ସେକେଣ୍ଡର ବିଶେଷ ପୂଜା କରାଯିବ। ତେବେ ଶୁଭ ମୁହୂର୍ତ୍ତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ଅର୍ଥାତ ଶୁଭ ମୁହୂର୍ତ୍ତ ମାତ୍ର ୮୪ ସେକେଣ୍ଡର ହେବ । ପୂଜାବିଧିର ଯଜମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଶ୍ରୀରାମଲଲାଙ୍କର ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news