ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ 

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ 

ଜନସାଧାରଣ ନିମନ୍ତେ ହସ୍ପିଟାଲ ସମର୍ପିତ 

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରବିବାର ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ- ୧୬ ନିକଟରେ ଆରମ୍ଭ ହୋଇଥିବା ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି ।

ମୁଖ୍ୟମନ୍ତ୍ରୀ ହସ୍ପିଟାଲ କ୍ୟାମ୍ପସ୍‌ରେ ପଂହଚିବା ପରେ ତାଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର )ମନୋଜରଂଜନ ନାୟକ ସ୍ୱାଗତ କରିଥିଲେ । ହସ୍ପିଟାଲଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରଖାନା ପରିସରରେ ଉପଲବ୍ଧ ଥିବା ସୁବିଧା ଗୁଡିକକୁ ବୁଲି ଦେଖିଥିଲେ । ଏହି ଅବସରରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ୍ , ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।ଏହି ନୂତନ ହସ୍ପିଟାଲ ରାଜ୍ୟ ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଂଟ ହେବାର ଲକ୍ଷ୍ୟ ରଖିଛି ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।

ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଏବେ ଓଡ଼ିଶା ତଥା ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।ଫୁଲନଖରା ଠାରେ ଉଦ୍‌ଘାଟିତ ଏହି ନୂତନ ହସ୍ପିଟାଲରେ ବର୍ତମାନ ୭୫୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦୦୦ ହେବ ।

ଏହି ନୂତନ ଡାକ୍ତରଖାନାରେ ଜେନେରାଲ୍ ମେଡିସିନ୍‌, ରେସ୍‌ପିରେଟୋରୀ ମେଡିସିନ୍‌, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍‌, ସାଇକିଆଟ୍ରି, ଆନେସ୍‌ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍‌, ଇମର୍ଜେନ୍ସି ମେଡିସିନ୍‌, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍‌, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍‌, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବ୍‌ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଇତ୍ୟାଦି ବିଭାଗ ରହିବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନେ ଓ ନୂତନ ଭାବେ ନିଯୁକ୍ତ ଡାକ୍ତର ମାନେ ଫୁଲନଖରା ଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯିବ ।ଏଠାରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ଯନ୍ତ୍ରପାତି ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଂଚିବାରେ ସୁବିଧା ହେବ । ଖୁବ୍ ଶୀଘ୍ର ଦ୍ୱିତୀୟ କ୍ୟାମ୍ପସ୍ ରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରାଯିବାର ମଧ୍ୟ ଯୋଜନା ରହିଛି ।

ପ୍ରଫେସର ନନ୍ଦ କହିଥିଲେ ଯେ ଚଳିତ ମାସ ଶେଷ ସୁଦ୍ଧା ସମ୍ ହସ୍ପିଟାଲ ର ଅନ୍ୟଏକ କ୍ୟାମ୍ପସ୍ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ ଠାରେ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି । ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତିଭୂମି ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ଏହି ତିନୋଟି ହସ୍ପିଟାଲରେ ରାଜ୍ୟସରକାର ଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ଉପଲବ୍ଧ ଏବଂ ତିନୋଟି ହସ୍ପିଟାଲ ଲୋକମାନଙ୍କୁ ଉତମମାନ ର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଫୁଲନଖରା କ୍ୟାମ୍ଫସ୍ ର ନୂତନ ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

୨୦୦୫ ମସିହାରେ ଆରମ୍ଭ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏମ୍‌ବିଏସ୍‌ଏସ୍ ପାଠ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହସ୍ପିଟାଲ ଆରମ୍ଭ ହେବା ପରଠାରୁ ଉତମ ଓ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି ।

ଡାହାମିଛ କହି ଓଡ଼ିଶାର ଯୁବପୀଢିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଧର୍ମେନ୍ଦ୍ର: ପ୍ରଣବ ପ୍ରକାଶ ଦାସ…..

0

() ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଡାହାମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି। ଏବେ ପୁଣି ଡାହାମିଛ କହି ଓଡ଼ିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିରେ ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି। ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ କେଜାଣି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ସାମାଜିକ ଗଣମାଧ୍ୟମ ଏକ୍ସ ରେ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି l କେନ୍ଦ୍ରମନ୍ତ୍ରୀଙ୍କୁ ଭାଇ ବୋଲି କହି କେତେକ ମୌଳିକ ପ୍ରଶ୍ନ ପଚାରିଛନ୍ତି ପ୍ରଣବ l ଭାଇ EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ? EdCIL ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ?ଯଦି EdCIL ଭୁଲ୍ କରିଥିଲା..ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହା ଠାରୁ ଦୁର୍ଭାଗ୍ୟଜନକ କଥା ଆଉ କଣ ହୋଇପାରେ।ଆପଣ କେବଳ ନିଜ ସଂସ୍ଥାର ସ୍ୱଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାକୁ ଟାଣି ଆଣିଛନ୍ତି।

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନସୀ କଣ କରେ ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ। ଆପଣଙ୍କ ସଂସ୍ଥା EdCIL କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି? ବୋଲି ପ୍ରଶ୍ନ ପଚାରି କେନ୍ଦ୍ରମନ୍ତ୍ରୀଙ୍କ ପୋଲ ଖୋଲିଛନ୍ତି ପ୍ରଣବ l ଶନିବାର ବି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କ ଭୂମିକା ରହିଛି ବୋଲି କାହିଁ ଟାର୍ଗେଟ କରିଥିଲେ l ୨୦୨୪ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ବୟାନବାଜି ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l

ଦାନିଶ୍ ଓ ଚେତନାଙ୍କ ଗୀତରେ ଝୁମିଲା ବ୍ୟାସନଗର…

() ଶୀତୁଆ ସନ୍ଧ୍ୟାର ହାଲୁକା ପବନରେ ଦେହ ଥରି ଯାଉଥାଏ। ତାହାରି ଭିତରେ ଚମକ ଭରିଥିଲା ବ୍ୟାସନଗର ସହରରେ ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବ୍ୟାସ ଧୂନ୍ ମ୍ୟୁଜିକାଲ୍ ନାଇଟ୍ । ବଲିଉଡ୍ କଣ୍ଠଶିଳ୍ପୀ ମହମ୍ମଦ ଦାନିଶ୍ ଓ ଚେତନା ଭରଦ୍ୱାଜଙ୍କ ଗୀତରେ ଝୁମି ଉଠିଥିଲା ବ୍ୟାସନଗର ସହର। ଅବସର ଥିଲା ବ୍ୟାସ ଧୂନ୍ ମ୍ୟୁଜିକାଲ୍ ନାଇଟ୍ ର ଉଦ୍‌ଘାଟନୀ ସନ୍ଧ୍ୟା। କାର୍ଯ୍ୟକ୍ରମ ପାଇଁ ସନ୍ଧ୍ୟାରୁ ପୂରି ଉଠିଥିଲା ଏନ୍.ସି ର ଖେଳପଡିଆ। ଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମର ସନ୍ଧ୍ୟା। ଲୋକଙ୍କ ଉତ୍କଣ୍ଠାକୁ ଦେଖି ଶୀତୁଆ ସନ୍ଧ୍ୟାକୁ ମତୁଆଲା କରିବାକୁ ମଞ୍ଚକୁ ଆସିଥିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଦାନିଶ ଓ ଚେତନା ଭରଦ୍ୱାଜ। ପ୍ରଥମେ ମଞ୍ଚକୁ ଚଢ଼ିଥିଲେ ବଲିଉଡ୍ ଗାୟକ ମହମ୍ମଦ ଦାନିଶ୍ ଲଗନ୍ ଲଗି..’ରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ପରକୁପର ‘ମେରେ ରସ୍କେ କମର…’, ‘ତେରେ କୁର୍ବାନ’, ‘ଲେକ ପେହେଲା ପ୍ୟାର୍..’ ପରିବେଷଣ କରି ଦର୍ଶକଙ୍କୁ ଝୁମାଇ ଥିଲେ ଦାନିଶ୍।

ପରେ ମଞ୍ଚକୁ ଚଢ଼ିଥିଲେ ବଲିଉଡ୍ ଗାୟିକା ଚେତନା ଭରଦ୍ୱାଜ । ‘ଇନ୍ତିଂହାନ ହୋଗୟୀ ଇନ୍ତିଯାର କି…’ ଠାରୁ ଆରମ୍ଭ କରି ଗୋଟିକ ପରେ ଗୋଟିଏ ଜମାଣିଆ ଗୀତ ଭେଟି ଦେଇଥିଲେ। ଗୀତର ତାଳେ ତାଳେ ନାଚି ଉଠିଥିଲେ ଦର୍ଶକ। ଶେଷକୁ ଏଥିରେ ଆଉଟିକେ ତଡକା ଦେଇଥିଲା କଲିକତାର ରୁଡିରକର୍ ଡାନ୍ସଗ୍ରୁପ ର ଡାନ୍ସ ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ବ୍ୟାସନଗର ସହରବାସୀ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ କୋରେଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ ଓ ସମ୍ମାନିତ ଅତିଥି ମୋ କଲେଜ ଅଧକ୍ଷ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମକୁ ସଫଳ ରୂପାୟନ କରିବାରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ବିକାଶ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡାଇ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଏନ୍.ସି ସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହୁରିଙ୍କୁ ସମ୍ମାନିତ କରାଯିବା ସହ ବଲିଉଡ୍ ଗାୟିକା ଚେତନା ଭରଦ୍ୱାଜ ଓ ବଲିଉଡ୍ ଗାୟକ ମହମ୍ମଦ ଦାନିଶ୍ ଙ୍କୁସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଏନ୍.ସି ସ୍କୁଲର ପୁରାତନ ଛାତ୍ର।

ଧର୍ମେନ୍ଦ୍ରଙ୍କୁ ପିନ ମାରିଲେ ବବି: ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି ….

() ଓଡିଶାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି l ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ରାଜନେତା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ମାହଲ ମାଣ୍ଡା, ବାପାଙ୍କ ନାଁ ମାହଲ ମାଣ୍ଡା ପ୍ରୋ ନାମରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ, ଗୋଟିଏ ଆଡମିଡ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଇତ୍ୟାଦି ଭୁଲଭଟକାକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ପରେ କେନ୍ଦ୍ରମନ୍ତ୍ରୀଙ୍କ ପୋଲ ଖୋଲିଦେଇଛନ୍ତି ବବି l ରାଜ୍ୟରେ ମାହଲ ମାଣ୍ଡାମାନେ ମାତିଛନ୍ତି କହି ଧର୍ମେନ୍ଦ୍ର ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ କାଠ ଗଡାକୁ ଟାଣିଥିବା ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସ୍ୱପ୍ନ ମାହଲ ମାଣ୍ଡା ଭଳି ବିଚିତ୍ର ନାଁ ମଧ୍ୟରେ ସୀମିତ କଥା କହିଥିଲେ l ପାରଦର୍ଶିତା, ଟେକ୍ନଲୋଜିର ଓକିଲାତି କରୁଥିବା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କହିବେ ସେ ପ୍ରଶ୍ନ କରିଥିଲେ ? ଏହାପରେଧର୍ମେନ୍ଦ୍ରଙ୍କୁ ଏକ୍ସ ରେ କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । ସେ ଲେଖିଛନ୍ତି, ଧର୍ମେନ୍ଦ୍ର ଭାଇ ଆପଣ ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି । ଶିକ୍ଷକ ନିଯୁକ୍ତିର ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି । ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତ ପ୍ରକ୍ରିୟାରେ ଜାଲିଆତି କରିଛି ? ପ୍ରଣବ ପୁଣି ଟୁଇଟ ରେ କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ଜବାହାର ନବୋଦୟ ବିଦ୍ୟାଳୟ, ଏମସ୍‌, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି ? ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି । ହେଲେ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ ଭୂମିକା ରହିଛି । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ପରସ୍ପରକୁ ଏପରି ଟାର୍ଗେଟ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l

ଚାଲ ବିବେକକୁ ପଚାରିବା……..

ଯେ କୌଣସି କାମ କରିବା ପୂର୍ବରୁ ମନ ଭିତରୁ ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ l ଏହା ଠିକ୍ ନା ଭୁଲ l ଆଉ ସେ ଚିନ୍ତାରେ ଆମେ ଘାଣ୍ଟି ହୁଅନ୍ତି l ଏ ଭାବନାକୁ ସରଳୀକୃତ କଲେ ଜଣା ଯାଏ ଏ ଧ୍ଵନୀ ହେଉଛି ବିବେକର l ଯେହେତୁ ବିଗେକ ଭଗବାନଙ୍କ ପ୍ରଦତ୍ତ , ତେଣୁ ସବୁ କାମ କରିବା ପୂର୍ବରୁ ନିଜର ବିବେକ ମାର୍ଗ ଦର୍ଶନ କରିବାକୁ ଚେଷ୍ଟା କରେ l ହେଲେ ଆଜିର ଅତ୍ୟାଆଧୁନିକ ଯୁଗରେ ଵିବେକ ଆଜି ବାଟବଣା ହୋଇଛି l କଣ କଲେ ଠିକ୍, କଣ କଲେ ଭୁଲ ତାହା ଜାଣି ବି ଆମେ ଭୁଲ ରାସ୍ତାକୁ ସହଜରେ ବାଛି ଦେଉଛନ୍ତି l ପୃଥିବୀରେ ବିବେକ ବିଚାର ଓ ବୃଦ୍ଧି ଥିବା ଶ୍ରେଷ୍ଠ ପ୍ରାଣୀ ହେଉଛି ମଣିଷ l ନିଜର ସ୍ବାର୍ଥ, “ମୁଁ ” ପଣ ଓ କ୍ଷଣିିକ ସୁଖ ପାଇଁ ସେ ନିଜ ବିବେକକୁ ହରାଇଦିଏ l ଆଉ ପରେ ଭାବିଲା ବେଳକୁ ସମୟ ଗଡିଯାଇଥାଏ l ଆମ ଦୈନିକ ଜୀବନ ଶୈଳୀରେ ଆମେ ବିବେକକୁ ଚାବୁକ ମାରି ଆଗେଇ ଚାଲିଛନ୍ତି l ଧରନ୍ତୁ ଆପଣ ଜାଣୁଛନ୍ତି ଆପଣ ଆଜି ଯାହା କରୁଛନ୍ତି ତାହା ଆପଣ ବିବେକ ଚାହୁନାହିଁ ତଥାପି ବାରମ୍ବାର ସେ କାମ କରୁଛନ୍ତି ତାହା ଦିନେ ଆପଣଙ୍କୁ ଦୁଃଖ ଦେବ l ଆଉ ସେତେବେଳେ ଚିନ୍ତା କଲେ ଯେପରି ହାତରୁ ଧନୁ ତୀର ଖସିଗଲେ ଫେରିଆସେନି ଠିକ୍ ଆପଣଙ୍କ ଅବସ୍ଥା ସେମିତି ହେବ l ତେଣୁ ଜୀବନକୁ ସହଜରେ କାଟିବାକୁ ଯଦି ଚାହୁଁଛନ୍ତି ତେବେ ବିବେକ ଅନୁସାରେ ଠିକ୍ ଓ ଭୂଲର ବିଚାର କରନ୍ତୁ ଓ ନିଜମର୍ଜିରେ ବଞ୍ଚନ୍ତୁ l ଦେଖିବେ ଏ ସମାଜ ଓ ଆପଣ ନିଜେ ମଧ୍ୟ ଏଇ ଜୀବନ ଶ୍ରେଷ୍ଠ ବୋଲି ଅନୁଭବ କରିବ l କାରଣ ବିବେକ ଅନୁସାରେ କାମ କରୁଥିବା ବ୍ୟକ୍ତି ଭୁଲରୁ ବଂଚିଯାଏ l ଫଳରେ ନିଜେ ଖୁସି ରହିବା ସହ ଅନ୍ୟକୁ ଖୁସି ବାଣ୍ଟେ l

ଏବେ କୁହନ୍ତୁ ବିବେକ ଅନୁସାରେ ଜୀବନକୁ ଆଗକୁ ନେବା ନା ସବୁବେଳେ ଦ୍ୱନ୍ଦ୍ୱରେ ଜୀବନ ବିତାଇବା l ଵିଚାର ଆପଣଙ୍କର…..

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ  

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା କଲେ ୫-‘ଟି’ ଅଧ୍ୟକ୍ଷ

 

ପ୍ତିବର୍ଷ ମାତୃଭାଷା ଦିବସ ସହ ଓଡିଆ ଭାଷା ସପ୍ତାହ ପାଳନ କରାଯିବ.

ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ଐତିହ୍ୟ ବିଦ୍ୟାଳୟ ମାନ୍ୟତା ମିଳିବ ..

ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ଭାବେ ସାମିଲ କରାଯିବ

()ଗତ ଡିସେମ୍ବର 19 ତାରିଖରେ ଅନୁଷ୍ଠିତ       ତୃତୀୟ ଐତିହ୍ୟ କ୍ଯାବିନେଟ ନିଷ୍ପତ୍ତି ଅନୁଯାୟୀ 2024ଫେବ୍ରୁଆରି 3 ତାରିଖ ରୁ 5 ତା ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ଵର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି ।      ଏହି ପରିପ୍ରେକ୍ଷୀରେ ଆଜି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍‌  ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।   ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ କରାଯାଉଥିବା ଅକ୍ଷର ଭୂମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଦ୍ଵାରା ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରାଯିବ ।ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ/ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ।  ଏହି ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଗୁଡ଼ିକୁ ନେଇ ୧୬ଗୋଟି ସମ୍ପାନ ଆୟୋଜନ କରାଯିବ । ଏତଦବ୍ଯତୀତ ବିଦ୍ୟାଳୟ/ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସ୍ଵତନ୍ତ ସମ୍ପାନର ଆୟୋଜନ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଲୋକାର୍ପିତ ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ/ କାନ୍ଥରେ ଚିତ୍ରଣ କରାଯିବ ।ହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ। ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ ।ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ ।

·   ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ Live Webcast ଦ୍ଵାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ ।ଥିସହିତ ସେମାନଙ୍କର ମତାମତକୁ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମରେ ପ୍ରକାଶ କରାଯିବା ସହିତ ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ ।   ଏହି ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା (Brochure) ମାଧ୍ୟମରେ ପ୍ରକାଶ କରାଯିବ ।

·ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ ।ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର୍ଯ୍ଯାଳୟ/ ସରକାରୀ କାର୍ଯ୍ଯାଳୟ/ ବେସରକାରୀ କାର୍ଯ୍ଯାଳୟ/ ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ/ସମ୍ବର୍ଦ୍ଧିତ କରାଯିବ ।  ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ। ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ ।

ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ ।  ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

କାଲି ବଢାହେବ : ଦାଣ୍ଡଧୂଳି, ବରକୋଳି..

ତୋର କଣ ବଢା ଯିବ l ମୋର ତ ରସାବଳି, ମୋର ଛେନାପୋଡ଼ ମୋର ସେଓ, ମୋ ଭାଇର ରସଗୋଲା, ବଡ ନାନୀର କ୍ଷୀର ସାଗର, ସାନ ନାନିର ଛେନା ଗଜା, ବାପାଙ୍କର ଆଳୁ ଚଟଣୀ, ପଖାଳ ଭାତ ଆଉ ବଡ ବାପାଙ୍କର ବିରିବରା ଆଳୁଦାମ l ଆଉ ଜେଜେଙ୍କର କଣ ବଢ଼ାଯାଏ ଜାଣିଛୁ ; ତାଙ୍କର ପା ଦାଣ୍ଡ ଧୂଳି ଓ ବରକୋଳି l ବାବୁନି ଆଗରେ ଶାମ୍ବ ଦଶମୀର ପୂର୍ବ ଦିନ ଆଲୋଚନାରେ ଏମିତି ଗପି ଚାଲିଲା ଟୁନା l କହିଲା ବେଳେ ପାଟିରୁ ନାଳ ଗଡି ଯାଉଥିଲା l ସେଥିପାଇଁ ତ ଆମର ୧୨ବର୍ଷରେ ୧୩ପର୍ବ ପାଳନର ପରମ୍ପରା l ସବୁ ପର୍ବରେ ବିଶେଷତ୍ଵ ରହିଛି ଓ ଆନନ୍ଦ ମଧ୍ୟ ରହିଛି l ଏ ଯେମିତି ଶାମ୍ବ ଦଶମୀ l ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ l ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ସୂର୍ଯ୍ୟ ଆରୋଧନା କରି ରୋଗ ମୁକ୍ତ ହୋଇଥିଲେ l ଶାମ୍ୱ ଦଶମୀ ଦିନ ପିଲାମାନଙ୍କ ମଙ୍ଗଳ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା ପାଇଁ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ l ପିଲାଙ୍କ ଖୁସି ପାଇଁ କାହିଁ କେଉଁ ଯୁଗରୁ ଏହି ଖାଦ୍ୟ ବଢ଼ାବଢ଼ି ପରମ୍ପରା ରହିଛି l ଆଉ ଏହି ଦିନ ପରିବାରର ସମସ୍ତ ସଦସ୍ୟଙ୍କ ମନରେ ଥାଏ ଆନନ୍ଦ ଆଉ ଉଲ୍ଲାସ l ସତ କହିବାକୁ ଗଲେ ଯଦି ତମର ଜିଲାପି ଓ ତମ ଭାଇର ଟିକେ ରସମଲାଇ କି ରସାବଳି ହୋଇଥିବ ତମେ ନିଶ୍ଚିତ ତମ ବାପା ଓ ମାଙ୍କୁ କହିବ ମୋର ବି ରସାବଳି କି ଛେନାପୋଡ଼ ଅବା ଷ୍ଟିମ୍ ବଢ଼ା ଯାଉ l ଏଥିପାଇଁ ପୂର୍ବ ଦିନ କେତେ ଅଳି କରିଥିବ ଓ ଗାଳି ବି ଖାଇଥିବ l ହେଲେ ଏବେ କିନ୍ତୁ ପିଲାଙ୍କ ଭିତରେ ସେ ପ୍ରତିଯୋଗିତା ଆଉ ନାହିଁ l କାରଣ ଆମେ ଯୌଥ ପରିବାର ନୁହେଁ, ସମସ୍ତଙ୍କ ଠାରୁ ଦୁରରେ ରହି ଏକା ରହୁଛନ୍ତି l ତେଣୁ ଶାମ୍ବ ଦଶମୀ ପାଇଁ ଆଉ ଭାଇ ଭାଇ କି ଭଉଣୀ ମଧ୍ୟରେ କାହାର କଣ ବଢ଼ା ଯିବ ସେ କଳି  ଆଉ ନାହିଁ l ପୂଜା ଥାଳିରେ ଛେନାପୋଡ଼, ରସମଲେଇ, ଛେନା ମୁଡୁକି, ଗଜା ଠାରୁ ଆରମ୍ଭ କରି ୫୦ ପ୍ରକାର ଖାଦ୍ୟ ବଢ଼ା ଯାଉଛି l ପରମ୍ପରା ବଞ୍ଚିଚି ସତ l ହେଲେ ଜେଜେ ବାପାଙ୍କ ଦାଣ୍ଡ ଧୂଳି ଓ ବରକୋଳି ଶାମ୍ବ ଦଶମୀ ସୂର୍ଯ୍ୟପୂଜାରେ ଯେଉଁ ପ୍ରେମ, ସେହ୍ନ, ବନ୍ଧନ, ଭଲ ପାଇବା ଓ ମିଠା ପଣ ଭରିଥିଲା ତାହା ଆଜି କାହିଁ? ସହରରେ ତ ଏ ପୂଜା କଣ, ଅନେକ କହିଲେଣି l ସେ ଯାହା ହେଉ ସଂପୂଣ୍ଣ ହେଉ କି ଅଧା ଅଧୀ ହେଉ ପରମ୍ପରା ବଂଚି ରହିବା ଦରକାର l ତାହାର ମାଧ୍ୟମ ନାଚଗୀତ ହୋଇପାରେ ନହେଲେ ଖାଦ୍ୟ l ଶାମ୍ବ ଦଶମୀ କହିଲେ ତ ଖାଦ୍ୟ ହିଁ ଖାଦ୍ୟ l

ପୁରୀକୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ : ମା’ମାନଙ୍କ ପାଇଁ  ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ – ମୁଖ୍ୟମନ୍ତ୍ରୀ

0

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ

5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା

୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ

ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା

ଜିଲ୍ଲା ସଦରମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌

ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା,

ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ମା’ମାନଙ୍କ ପାଇଁ

ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ – ମୁଖ୍ୟମନ୍ତ୍ରୀ

 

ଆପଣମାନେ ସୁବିଧାରେ ପୁରୀ ଆସନ୍ତୁ, ମହାପ୍ରଭୁଙ୍କ କୃପା ଲାଭ କରନ୍ତୁ,

ଜନସାଧାରଣଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ର

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍‌ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍‌ସେବା ଯୋଜନା ଅଧିନରେ ଏହି ବସ୍‌ ସେବା ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ଏହି ଯୋଜନାରେ ଚଳାଚଳ କରିବ।

ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା। ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି। ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ମନ୍ଦିରର ଆହୁରି ଶୋଭା ବର୍ଦ୍ଧନ ହେବା ସହିତା ପରିବେଶକୁ ଆହୁରି ଭକ୍ତିମୟ କରିଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ସୁବିଧା ଦର୍ଶନର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆପଣମାନଙ୍କ ପାଇଁ ଆରାମଦାୟକ ବସ୍‌ସେବା ଆରମ୍ଭ ହେଲା। ଆପଣମାନେ ସୁବିଧାରେ ପୁରୀ ଆସି ମହାପ୍ରଭୁଙ୍କ କୃପା ଲାଭ କରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଏବେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି। ଆମର ଲୋକପ୍ରିୟ ଲକ୍ଷ୍ମୀ ବସ ଯୋଜନାରେ ଆମେ ପଞ୍ଚାୟତକୁ ବ୍ଲକ ସଦର ମହକୁମା ସହିତ ଯୋଡ଼ିଛୁ। ଯୋଗାଯୋଗ କ୍ଷେତ୍ରରେ ଲକ୍ଷ୍ମୀ ବସ ଏବେ ରୂପାନ୍ତର ଆଣିଛି। ଜିଲ୍ଲା ସଦରମହକୁମାରୁ ଶ୍ରୀକ୍ଷେତ୍ରକୁ ସିଧା ସଳଖ ବସ୍‌ ବ୍ୟବସ୍ଥା ଦ୍ୱାରା ରାଜ୍ୟର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭକରିବାର ସୌଭାଗ୍ୟ ଅର୍ଜନ କରିବାରେ ଏହି ବସ୍‌ସେବା ସହାୟତା ପ୍ରଦାନ କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରରେ ଉପସ୍ଥିତ ଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ସାଧାରଣ ଲୋକଙ୍କ ପ୍ରତିଶୃତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କର ତୁଳନା ନାହିଁ। ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଏ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅଧିକ ସଶକ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମର ମଙ୍ଗ ଧରି 5T ଅଧ୍ୟକ୍ଷ ସବୁ ଯୋଜନା ସଫଳ କରୁଛନ୍ତି ବୋଲି ସେ କହିଥିଲେ।

5T ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

 

କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ*  

0

ଭୁବନେଶ୍ୱର ତା. ୧୮.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନବନିଯୁକ୍ତ ଏବଂ ନବନିର୍ବାଚିତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ଓ ଜିଲ୍ଲା ସଭାପତିମାନଙ୍କର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯୁବ କଂଗ୍ରେସ ପତାକା ଉତୋଳନ କରାଯାଇଥିଲା । ଶୋକ ପ୍ରସ୍ତାବରେ କଂଗ୍ରେସ ନେତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ବିୟୋଗରେ ଶୋକବ୍ୟକ୍ତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମିଲିନ ଗୌତମ ମୁଖ୍ୟ ଅତିଥିଭାବେ ଯୋଗଦେଇ “ରୋଜଗାର ଦିଅ, ନ୍ୟାୟ ଦିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତି ଜିଲ୍ଲାରେ ଆୟୋଜିତ ହେବାପାଇଁ ସେ ଘୋଷଣା କରିଥିଲେ । ଶ୍ରୀ ଗୌତମ କହିଥିଲେ ଯେ ମୋଦୀ ଓ ନବୀନ ଶାସନରେ ବେକାର ଯୁବକ ଯୁବତୀ ମାନେ ନୈରାଶ୍ୟରେ ରହିଛନ୍ତି । ମୋଦୀଙ୍କ ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଏବଂ ନବୀନଙ୍କ ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି କେବଳ ଏ ଦେଶ ଓ ରାଜ୍ୟର ଯୁବକଯୁବତୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ବାସ୍ତବ କ୍ଷେତ୍ରରେ ଏହି ଦୁଇ ସରକାର ଯୁବକଯୁବତୀମାନଙ୍କୁ ପ୍ରତାରିତ କରିଛନ୍ତି । ମୋଦୀ ସରକାରରେ ୧୦ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ସୁତରାଂ ଓଡ଼ିଶାରେ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି । ପ୍ରଦେଶ ଯୁବ କଂଗ୍ରେସର ଆନ୍ଦୋଳନ ଏ ରାଜ୍ୟର ବେକାର ଯୁବକଯୁବତୀ ମାନଙ୍କର ଅସନ୍ତୋଷର ସ୍ୱର ହେବ । ପ୍ରଚଳିତ ଶାସନ ବ୍ୟବସ୍ଥାର ପରିବର୍ତନ ପାଇଁ ଯୁବ କଂଗ୍ରେସର ଆନ୍ଦୋଳନରେ ସାମିଲ ହେବାପାଇଁ ସେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଏତଦ୍‌ଭିନ୍ନ ଓଡ଼ିଶା ଦେଇ ଯାଉଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହୋଇ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଶ୍ରୀ ଗୌତମ ଓଡ଼ିଶାର ଯୁବ ସମାଜକୁ ଅନୁରୋଧ କରିଛନ୍ତି ।

ଅଖିଲ ଭାରତ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଅଭିନବ ଭଗତ “ୟଙ୍ଗ ଇଣ୍ଡିଆ କେ ବୋଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟ ବିଧାନସଭା ସ୍ତରରେ ଆୟୋଜିତ ହେବ । ପ୍ରତିଭାଶାଳୀ ଯୁବକମାନଙ୍କୁ ସଂଗଠନରେ ଅଗ୍ରାଧିକାର ଦେବାପାଇଁ ଏହା ଏକ କାର୍ଯ୍ୟକ୍ରମ । ଯେଉଁ ଯୁବକମାନେ କଂଗ୍ରେସର ନୀତି ଓ ଆଦର୍ଶ ରେ ଅନୁପ୍ରାଣୀତ ହୋଇ କଂଗ୍ରେସ ଦଳର ଏବଂ ବିଶେଷ କରି ଉପେକ୍ଷିତ ଜନତାର ସ୍ୱର ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରିବେ ସେହିମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ କରାଯିବ ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବେକାରୀ ସମସ୍ୟାକୁ ନେଇ ଦୁର୍ବାର ଆନ୍ଦୋଳନ କରିବାପାଇଁ ଆଜିର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଥିଲା । ଏତଦ୍‌ଭିନ୍ନ ନବୀନ ଓ ମୋଦୀ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ସରକାରୀ ଉଦାସୀନତା ପ୍ରତିବାଦରେ ଯୁବ କଂଗ୍ରେସର ଲଢ଼େଇ ବୁଥ ସ୍ତରରୁ ଆରମ୍ଭ ହେବ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଯୁବ କଂଗ୍ରେସ କଂଗ୍ରେସ ଦଳର ମେରୁଦଣ୍ଡ । କିଛି ନିଷ୍ଠାବାନ ଯୁବକର୍ମୀ ଆଗ୍ରହ ଓ ଉତ୍ସାହର ସହ କାର୍ଯ୍ୟକଲେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତନ ହୋଇପାରିବ । ଯୁବକମାନେ ନବୀନ ଓ ମୋଦି ସରକାରର ଅହଂକାର ଓ ଜନବିରୋଧି କାର୍ଯ୍ୟକ୍ରମକୁ ଅବିରତ ତୃଣମୂଳସ୍ତରରୁ ପ୍ରତିବାଦ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ପିସିସି ସଂପାଦକ ସଂଗ୍ରାମ ଦାସ, ଅଭିଳାଷ ମାଣିଆ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦଶେ ଯୁବ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ଅଭିଜିତ ଜେନା ଓ ନିହାର ବେହେରା ପରିଚାଳନା କରିଥିଲା ବେଳେ ସୁଦୀପ ସାମଲ ସସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି, ନାରାୟଣ ବାରି, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଶିବ ଅଗ୍ରୱାଲ, ଗୋପନ ମାର୍ଥା, ଲିପିକା ମାଝୀ, ରଞ୍ଜନ ଦାସ, ସୁନେଶ ଧିର, ଶୁଭମ ଦାସ, ନଳିନୀ କାନ୍ତ ନାୟକ, ଜ୍ଞାନ ରଞ୍ଜନ ରାଉତ, କେଦାର ଦଳାଇ, ବନିତା ଓଝା, ଜାଭେଦ ଅକତାର, ସାହାରୁଖ ଖାନ, କାର୍ତିକ ଘଡ଼େଇ, ହେମନ୍ତ ମହାପାତ୍ର, ସମ୍ବିତ ମଙ୍ଗରାଜ, ଆଲୋକ ଦାସ, ଇମିତଆଜ ଖାନ, ମହମ୍ମଦ ସାହେବ, ଅମରେଶ ପରିଡ଼ା ପ୍ରମୁଖ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନେ ଅଂଶଗ୍ରହଣ କରିଥିଲେ ।

ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ…

0

ଭୁବନେଶ୍ୱର, ତା. ୧୮/୦୧: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ନିମ୍ନ ସଂଯୋଜକ ମାନଙ୍କୁ ନିଯୁକ୍ତ କରିଛନ୍ତି ।

*ସଂସଦୀୟ କ୍ଷେତ୍ର ସଂଯୋଜକଙ୍କ ନାମ*

*ବରଗଡ଼ ଆଶୁତୋଷ ସ୍ୱାଇଁ*

*ସୁନ୍ଦରଗଡ଼ ଅନନ୍ତ ସୟନ ପାଢ଼ୀ*

*ସମ୍ବଲପୁର ପ୍ରେମ ଶଙ୍କର ମିଶ୍ର*

*କେନ୍ଦୁଝର ବିଷ୍ଣୁ ବାରିକ*

*ମୟୁରଭଞ୍ଜ ମନୋରଞ୍ଜନ ରାଉତ*

*ବାଲେଶ୍ୱର ଜାନକୀବଲ୍ଲଭ ପଟ୍ଟନାୟକ*

*ଭଦ୍ରକ ଜିଆ ଉଲ୍ ହକ୍‌*

*ଯାଜପୁର ଜିନେଶ ଦାସ*

*ଢ଼େଙ୍କାନାଳ ବାଙ୍କନିଧି ବେହେରା*

*ବଲଙ୍ଗୀର ଦୀଲ୍ଲିପ ନନ୍ଦ*

*କଳାହାଣ୍ଡି ଦ୍ୱାରିକା ମହାପାତ୍ର*

*ନବରଙ୍ଗପୁର ରବୀନ୍ଦ୍ର ମହାପାତ୍ର*

*କନ୍ଧମାଳ ରାଜୀବ ପଟ୍ଟନାୟକ*

*କଟକ ସୁବ୍ରତ ମହାପାତ୍ର*

*କେନ୍ଦ୍ରପଡ଼ା ଶଶିକାନ୍ତ ଲେଙ୍କା*

*ଜଗତସିଂହପୁର ସୁଦିପ୍ତ କର*

*ପୁରୀ ବିପ୍ଲବ ଚୌଧୁରୀ*

*ଭୁବନେଶ୍ୱର ହଳଧର ସେଠୀ*

*ଆସ୍କା ଘନ ସବର*

*ବ୍ରହ୍ମପୁର ଶୁଭେନ୍ଦୁ ମହାନ୍ତି*

*କୋରାପୁଟ ପୀତବାସ ପଣ୍ଡା*

Follow us

20,832FansLike
0FollowersFollow
14,700SubscribersSubscribe

Latest news