*ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି*
*ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା*
*ଚଳିତ ଫେବୃଆରୀରୁ ଲାଗୁହେବ*
*ଫେବ୍ରୁୟାରୀ 20 ରୁ 25 ମଧ୍ୟରେ ବର୍ଦ୍ଧିତ ପେନସନ୍ ମିଳିବ*.
*ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ଯ ପାଇବେ ରାଜ୍ଯ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ( ୫୦୦ ଟଙ୍କା) ସୁବିଧା
*ବାର୍ଷିକ ଖର୍ଚ୍ଚ ହେବ 3683 କୋଟି ଟଙ୍କା*
*5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରୁ
ମିଳିଥିଲା ଅନୁରୋଧ ଓ ପ୍ରସ୍ତାବ*
()ମଧୁବାବନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି।ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍ସ ସେଲ ଦ୍ୱାରା ଚିହ୍ନଟକୃତ ଏଡ୍ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ



ତାଙ୍କର ମୃତ୍ୟୁ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି l ତାଙ୍କ ଦେହାନ୍ତରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଦୁଃଖ ପ୍ରକାସ କରିଛନ୍ତି l ସୋସିଆଲ ମିଡିଆ X ରେ ପ୍ରଣବ ଲେଖିଛନ୍ତି ଯେ ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ। ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖଲିକୋଟର ରାଣୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ପ୍ରଣବ କହିଛନ୍ତି l ସେହିପରି ଏହି ଦୁଃଖଦ ମୁହୂର୍ତ୍ତରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି I ତାଙ୍କର ଅମର ଆତ୍ମାର ସଦ୍ଗତିଃ କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି l
ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଶୃଙ୍ଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସଜା କରାଯାଇଛି । ଜନ୍ମତିଥିରେ ମା ଙ୍କ ମୁଖ ଦର୍ଶନ କୋଟି ପୂର୍ଣ୍ଣ ମିଳେ l ମା ଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ହୋଇଛି ଯାଜପୁର ଜିଲ୍ଲା l ଜନ୍ମଦିନରେ ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି l ମା ଙ୍କ ଜନ୍ମଦିନ ଅବସରରେ ସଂଧ୍ୟାରେ ଭଜନ ସଂଧ୍ୟା ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି l






ଦଳ ପାଇଁ ନିଜକୁ ସମର୍ପଣ କରି ଦିନରାତି ଏକକରି ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ପାହାଡପରି ଛିଡା କରିବାରେ ତାଙ୍କର ରହିଛି ପ୍ରଚ୍ଛନ୍ନ ଭୂମିକା, ଯାହା ବିରୋଧିଙ୍କୁ ମଧ୍ୟ ଚିନ୍ତାରେ ପକାଇଛି l କାରଣ ବବିଙ୍କ ସାଙ୍ଗଠନିକ କ୍ଷମତା, ରଣନୀତିକୁ ହିସାବକୁ ନେଲେ, ତାଙ୍କ ସମକକ୍ଷ, ତାଙ୍କ ଯୋଜନାକୁ ମାତ୍ ଦେବା ପରି ବ୍ୟକ୍ତିତ୍ବ , ଓଡିଶାରେ କୌଣସି ବିରୋଧୀ ଦଳ ନିକଟରେ ନାହିଁ । ଯାହା ବିଜେଡିକୁ ଭୋଟ୍ ରାଜନୀତିରେ ଆଗୁଆ କରି ଆସୁଛି ।

୨୦୨୪ରେ ପ୍ରଣବ ପ୍ରକାଶ ଦାସ (ବବି) ନିଜ ବାପାଙ୍କ ଗଡ ଯାଜପୁର କୋରେଇ ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ବବି ଯାଜପୁର ବିଧାନସଭା ଆସନରୁ ବିଧାୟକ ପ୍ରାଥି ଓ ସମ୍ବଲପୁର ସାଂସଦ ପ୍ରାଥି ହେବେ l ଓଡିଶା ରାଜନୀତିରେ ବଡ ଚେହେରା ଭାବେ ଉଭା ହୋଇଥିବା ବବି କିନ୍ତୁ ଏନେଇ ମୁହଁ ଖୋଲୁନାହାନ୍ତି କି ବିଜେଡି ମଧ୍ୟ କିଛି ବିଧିବଦ୍ଧ ଭାବେ ଏହା ଉପରେ ପ୍ରତିକ୍ରିୟା ଦେଇନାହିଁ l କେବଳ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ବବି କେଉଁଠୁ ନିର୍ବାଚନ ଲଢ଼ିବେ l ରାଜନୈତିକ ସମୀକ୍ଷକ ଆକଳନ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବା ପାଇଁ ବିଜେଡି ବବିଙ୍କୁ ବଡ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ l ଯେଉଁଥିରେ ବିରୋଧି ଘାଇଲା ହେବା ସହ ବବିଙ୍କ ରଣନୀତି ଓ ଲୋକ ପ୍ରିୟତାକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରିବେନି l କାରଣ ୨୦୧୯ରେ ଅନୁଷ୍ଠିତ ୮ଟି ଉପ ନିର୍ବାଚନ, ପଂଚାୟତ ଓ ପୌର ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ରାଜନୈତିକ ଗୋଟି ଚାଳନାରେ ଚିଟ୍ ପଟାଙ୍ଗ ମାରିଥିଲେ ବିରୋଧୀ l ୩୦ରୁ ୩୦ଜିଲ୍ଲା ପରିଷଦ ବିଜେଡି ଦଖଲ କରିଥିଲା । ୯୦ପ୍ରତିଶତ ପୌର ପରିଷଦ ଦଖଲ କରିଥିଲା ଦଳ l ତୃଣମୂଳ ସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେବା ସହ ବିରୋଧୀଙ୍କ ଗଡ଼କୁ ଭାଙ୍ଗି ଦେଇଛନ୍ତି l ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ cmo ଲୋକଂକ ଦୁଃଖ ଓ ସୁଖ ବୁଝିବା ସହ ୨୦୧୯ ନିର୍ବାଚନ ପ୍ରତିଶୃତିକୁ ଶତ ପ୍ରତିଶତ ପୂରଣ କରି ବିକଶିତ ଓଡିଶା ଗଠନ କରିଚାଲିଛନ୍ତି l ଯେଉଁଥିରେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ଭୂମିକା ବେଶ ଗୁରୁତ୍ଵ ପୂର୍ଣ୍ଣ ଭୂମିକା । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଆମ ଓଡ଼ିଶା ଓ ନବୀନ ଓଡିଶା କାର୍ଯକ୍ରମରେ ସାଧାରଣ ସଭାରେ ଲୋକଙ୍କୁ ଖୋଲାଖୋଲି ଏ ନେଇ କହି ସାରିଛନ୍ତି ।
ଏବେ ଉଭୟ ପାଣ୍ଡିୟାନ ଓ ପ୍ରଣବ ନବୀନଙ୍କ ନୂଆ ଓଡିଶା ଓ ନବୀନ ଓଡିଶା, ବିକଶିତ ଓଡିଶା ଗଠନରେ ଦିନରାତି ଏକକରି ଓଡିଶାବାସୀଙ୍କ ସେବାରେ ଲାଗିଛନ୍ତି l ଆଉ ଠିକ୍ ଏହି ସମୟରେ ପ୍ରଣବ କେଉଁଠି ଛିଡା ହେବେ ଓ ବିଧାୟକ ପ୍ରାଥି ହେବେ କି ସାଂସଦ ପ୍ରାର୍ଥି ହେବେ ତାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି l ଏହି ଚର୍ଚ୍ଚାକୁ ନେଇ ବିଜେଡି ଅନ୍ଦର୍ ମହଲରୁ ଗୋଟେ କଥା ଶୁଣିବାକୁ ମିଳୁଛି ୱେଟ୍ ଆଣ୍ଡ ୱାଚ୍ । ସମୟ କହିବ ବିଜେଡି ରଣନୀତିକାର କେଉଁ କେଉଁ ଆସନରୁ କେବେ ପ୍ରାର୍ଥୀ ଭାବେ ଉଭା ହେଉଛନ୍ତି । ସେତେବେଳ ଯାଏଁ ବିରୋଧୀ କ୍ୟାମ୍ପ ମଧ୍ୟ ଏକ ପ୍ରକାର ଶଙ୍କାରେ ରହିବ ନିଶ୍ଚୟ । …..


