ଆଇ.ପି.ଏଲ ଟ୍ରଫି ହାତେଇଲା କୋଲକାତା…

() ଆଇପିଏଲ୍ ୨୦୨୪ ଟାଇଟଲ ଜିତିଲା କଲିକତା। ହାଇଦ୍ରାବାଦ୍ କୁ ମାତ୍ ଦେଇ ଦୀର୍ଘ ୧୦ ବର୍ଷ ପରେ ଚାମ୍ପିଅନର ଖିତାବ୍ ଜିତିଲା ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର। ଗତକାଲି ଚେନ୍ନାଇ ସ୍ଥିତ ଏମ୍.ଏ ଚିଦାବରମ୍ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ କୁ ୮ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ। ଏହି ବିଜୟ ସହ ତୃତୀୟ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ।

ଲୋ ସ୍କୋରିଂ ଫାଇନାଲକୁ କୋଲକାତା ମାତ୍ର ୧୦.୩ ଓଭରରେ ନିଜ ନାମରେ କରିଛି । ଏହାପୂର୍ବରୁ କୋଲକାତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ଅଧିନାୟକ ପ୍ୟାଟ୍ କମିସ୍ ସର୍ବାଧିକ ୨୪ ରନ୍ ଫଳରେ  ସମସ୍ତ ୱିକେଟ ହରାଇ ୧୧୩ ରନ୍ କରିଥିଲା ।

କୋଲକାତା ପକ୍ଷରୁ ରସଲ୍‌ ୩ଟି ୱିକେଟ୍‌ ନେଇଥିବାବେଳେ ମିଚେଲ୍‌ ଷ୍ଟାର୍କ ଓ ହର୍ଷିତ ରାଣା ଦୁଇଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ୧୧୪ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା କୋଲକାତା। ମାତ୍ର ୧୦.୩ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିଥିଲା କୋଲକାତା । କେକେଆର ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଗୁରବାଜ୍‌ ୩୯ ରନ୍‌ କରିଛନ୍ତି । ସେହିପରି ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍‌ କମିନ୍ସ ଓ ଶହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲା ।

କେନ୍ଦୁଝର ରେ ବିକାଶର ହିସାବ ଦେଲେ ବିରୋଧୀ ମିଛ ଧରାଇଲେ ପାଣ୍ଡିଆନ…

() ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଜଣାଇଥିଲେ । ଶ୍ରୀ ପାଣ୍ଡିଆନ ପଚାରିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି ? ‘ହଁ’ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳଗୁଡ଼ିକ ।ସଭାଗୁଡ଼ିକରେ ଶ୍ରୀ ପାଣ୍ଡିଆନ ଜନଜାତି ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ କେତେ ଭଲ ପାଆନ୍ତି ଏବଂ ସେମାନଙ୍କ ପାଇଁ କ’ଣ କାମ କରିଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି । ଜନଜାତି ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦିଅନ୍ତି । ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ କମାଇ କମାଇ ଚାଲିଛନ୍ତି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି । ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି । ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୁଲ୍ୟରେ କିଣିବା ପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଆପଣଙ୍କୁ କେହି ଠକି ପାରିବେ ନାହିଁ, ନବୀନ ବାବୁଙ୍କ ନଜର ରହିଛି । ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି ।ଦଳୀୟ ସାଂସଦଙ୍କୁ ଜିତେଇବା ପାଇଁ ଅନୁରୋଧ କରି ସେ କହିଲେ ଯେ, ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି, ସବୁଥିରେ ମୁଣ୍ଡ ପୁରାଇବେ, ବିରୋଧ କରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ ।ମହିଳାମାନଙ୍କ ସଶକ୍ତିକରଣ ବିଷୟ ଉପସ୍ଥାପନ କରି ସେ କହିଲେ ଯେ, ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି । କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି । ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି । ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯିବ ।ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ । ସେ ପୁଣି କହିଥିଲେ ଯେ, କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି । ଏତେ ଭଲ କାମ ଦେଖି ବିରୋଧି ଦଳଙ୍କ ନିଦ ଭାଙ୍ଗିଗଲାଣି । ସେମାନେ ଏବେ ମିଛ କଥା କହି, ଅପପ୍ରଚାର କରିବାକୁ ଲାଗିଛନ୍ତି । ସେ କହିଥିଲେ ଯେ, ବିରୋଧୀ ବିଜେପି ନେତାମାନେ ଏଠାକୁ ଆସି ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ତା’ପରେ ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି । ସେମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି । ଓଡ଼ିଶାରେ ବିକାଶର ଚିତ୍ର ରଖି ସେ କହିଲେ ଯେ, ନବୀନ ବାବୁଙ୍କ ସରକାର ନିର୍ମାଣ କରିଥିବା ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି । ଏ ସବୁ ନୂଆ ଓଡ଼ିଶାର ନମୂନା । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ଆପଣମାନଙ୍କ ବୋଝ ହାଲକା କରବା ପାଇଁ ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ । ଆପଣମାନଙ୍କ ଗୋଟିଏ ଗୋଟିଏ ଭୋଟ ଆପଣଙ୍କ ଉନ୍ନତିର ରାସ୍ତା ଖୋଲିବ, ଆପଣଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବ, ବିଜୁ ଜନତା ଦଳକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ ।କରଞ୍ଜିଆରେ ସେ କହିଲେ ଯେ ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ସମ୍ପର୍କ ବହୁତ ପୁରୁଣା ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି କରଞ୍ଜିଆର ବିକାଶକୁ ଆପଣମାନେ ଅନୁଭବ କରିପାରୁଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଏବେ ଘରେ ଘରେ ପିଇବା ପାଣିର ସୁବିଧା, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି । ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି ।ପାଟଣାରେ ସେ କହିଲେ ଯେ, ମୁଁ ଆସିଥିଲି ଆପଣମାନଙ୍କର ଆବେଦନ ସବୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି । ଆପଣମାନଙ୍କ ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି । ମସଜିତ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି । ସବୁ ହାଇସ୍କୁଲର 5T ରୂପାନ୍ତରଣ ହୋଇଛି । ତେଲକୋଇରେ ସେ କହିଲେ ଯେ, ଗୁପ୍ତଗଙ୍ଗା ପାଇଁ ୨.୫୦ କୋଟିଗୁଣ୍ଡିଚା ଘାଇ ପାଇଁ ୨୦ ଲକ୍ଷ, ଆଇ.ଟି.ଆଇ. ବିଲ୍‍ଡିଙ୍ଗ ପାଇଁ ୬.୫୦ କୋଟି ଦିଆଯାଇଛି । ଜୁଆଙ୍ଗ ସ୍କୁଲକୁ Higher Secondary ସ୍କୁଲରେ ପରିଣତ କରାଯାଇଛି । ତେଲକୋଇ ନିର୍ବାଚନ ମଣ୍ଡଳୀର ୮୦ଟି ରାସ୍ତା ନିର୍ମାଣ ପାଇଁ ୫୭୦ କୋଟି ଟଙ୍କା ଦିଆଯାଇଛି । ସାରା ଓଡ଼ିଶାରେ ଆଭ୍ୟନ୍ତରୀଣ ରାସ୍ତା ପାଇଁ କୌଣସି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ଅନୁଦାନ । କାଳିଆ ପଞ୍ଚାୟତ ହାଟ ସମସ୍ୟାର ସମାଧାନ କରାଯିବ । ହାତିମୁଣ୍ଡା ଜଳସେଚନ ପ୍ରକଳ୍ପ କରାଯିବ ଓ ସଲାଇ କେନାଲ ରାସ୍ତାର ମରାମତି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।ଘଷିପୁରାରେ କହିଲେ ଯେ, ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇ କାମ କରୁଛନ୍ତି । ଅନେକ ମଠ, ମନ୍ଦିର, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତି ହେମ୍ୱ୍ରମ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସରଦାର ଓ ଘଷିପୁରା ବିଧାୟକ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ ।

ଭୁବନେଶ୍ବରରେ ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ବିକାଶ ବାଣ…: 

() ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ middle class ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି l ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, middle class ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ l ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ ହାର କମ୍‌ ରହିବ, ଏହା ମଧ୍ୟ କେଉଁଠି ନାହିଁ l Education loanରେ ମଧ୍ୟ ସୁଧ ହାର କମ୍‌ ରହିବ l ସମସ୍ତ public transportରେ middle class ମାନଙ୍କ ପାଇଁ ରହାତି ଦର ରହିବ l ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି l Middle class ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି l ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ l ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌ ଛାଡ ହେବ, ବସ୍ତିବାସିନ୍ଦାଙ୍କ ପାଖକୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ l Middle class, ଗରିବ, ଚାଷୀ, ଯୁବପୀଢିଙ୍କ ସାଥି ଆମ ମୁଖ୍ୟମନ୍ତ୍ରୀ – ସମସ୍ତଙ୍କୁ ଏକାଠି ନେଇ ନୂଆ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ l ବିଜେପି ୨୦୧୪ରେ କହିଥିଲା କ୍ଷମତାକୁ ଆସିଲେ ଡାଲି, ଖାଇବା ତେଲ, ପେଟ୍ରୋଲ ଡିଜେଲ ଦର କମାଇବେ, କିଛି କମିଲା କି?ରାଜଧାନୀର ସାଂସଦଙ୍କ କର୍ତ୍ତବ୍ୟ କଣ? ବଡ ବଡ project ଆଣିବାର ଥିଲା, ରୋଜଗାର ବଢାଇବା ପାଇଁ scheme ଆଣିବାର ଥିଲା, କିଛି କଲେ ନାହିଁ l ବାଙ୍ଗାଲୋର ଓ ଭୋପାଳର ବିଜେପି ସାଂସଦ ସେମାନଙ୍କ କ୍ଷେତ୍ର ପାଇଁ ୪୦/50 ହଜାର କୋଟି ଟଙ୍କାର project ଆଣିଛନ୍ତି, ଆମ ସାଂସଦ କିଛି ଆଣିଲେନି l Capital Ring Road ଆଣିବାର ଥିଲା, ରିଙ୍ଗ ରୋଡ ହେଲେ, ଭୁବନେଶ୍ବରର expansion ହୋଇଥାନ୍ତା l କେନ୍ଦ୍ର ସରକାରଙ୍କ କାମ ଏଇଟା, ଖଣ୍ଡେ ଇଟା ବି ପଡିଲା ନାହିଁ lଭୁବନେଶ୍ବରକୁ ପଛକୁ ନେଇଗଲେ l ନିର୍ବାଚନ ଆଗରୁ ସାଂସଦ ମନ୍ଦିର ମନ୍ଦିର ବୁଲି ୱାଟର କୁଲର ବାଣ୍ଟୁଛନ୍ତି l ଭୁବନେଶ୍ବର ବାସିନ୍ଦାଙ୍କ କୌଣସି ଆଶା ପୂରଣ କଲେ ନାହିଁ l ଆମ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରା ରହିଛି, କଳିଙ୍ଗ ଷ୍ଟାଡିଅମରେ ବିଶ୍ବ କପ୍‌ ହକୀ ପଡିଆ କରିଛନ୍ତି, ଭୁବନେଶ୍ବରକୁ ମେଟ୍ରୋ ଆଣୁଛନ୍ତି, ଅନ୍ୟାନ୍ୟ Infrastructure development କରୁଛନ୍ତି l ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କଲେ l

ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ କହିବା ନିନ୍ଦନୀୟ : ନବୀନ

() ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କ ବୟାନ କୁ ନିନ୍ଦନୀୟ କହିଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ । ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଓ ବିଶ୍ୱାସକୁ କ୍ଷତାକ୍ତ କରିଛି । ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ପ୍ରତିକ । ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ । ମୁଁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ବିଜେପିକୁ ଅପିଲ କରୁଛି । ଏହା କରି ଆପଣ ଓଡ଼ିଆ ଅସ୍ମିତାକୁ ଗଭିର ଭାବରେ ଆଘାତ ପହଞ୍ଚାଇଛନ୍ତି । ଯାହା ଓଡ଼ିଶାବାସୀ ଦୀର୍ଘଦିନ ପାଇଁ ମନେ ରଖିବେ ଆଉ ନିନ୍ଦା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ବିତ ଙ୍କ ମତ କୁ କଠୋର ସମାଲୋଚନା କରିଛନ୍ତି l

ସମ୍ବିତ କହିଲେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ: ପୁରା ଦେଶ କଲା ନିନ୍ଦା…

() ଧର୍ମ କୁ ନେଇ ବିଜେପିର ହୀନ ରାଜନୀତିରେ ନିଜେ ଫସି ଯାଇଛି l ୨୦୨୪ ନିର୍ବାଚନରେ ଓଡିଆ ଅସ୍ମିତା ଓ ରତ୍ନ ଭଣ୍ଡାର ଚାବିକୁ ନେ଼ଇ ବଡ ପ୍ରସଂଗ କରିଥିଲା ବିଜେପି l ହେଲେ ଏହା ବିଜେପି ପାଇଁ ଏବେ ବୁମେରା ସାଜିଛି l ଖୋଦ ବିଜେପି ପୁରୀ ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ରଙ୍କ ବୟାନକୁ ନେଇ ଦେଶରେ ଏବେ ବିଜେପି ନେତୃତ୍ଵ କାଠଗଡାରେ ଛିଡ଼ା ହୋଇଛି l ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି। ତେଣୁ ପ୍ରଚାର ସଭାରେ ରାଜ୍ଯ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଧର୍ମ ଓ ଭଗବାନଙ୍କୁ ନେଇ ନାନା ମିଛ ଗପ ଶୁଣାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ମୁଣ୍ଡେଇ ନାଟକ କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଯାହାକୁ ନେଇ ସାରା ଓଡିଶାରେ ତମ୍ବିତୋଫାନ ହୋଇଥିଲା। ଏଥର ସୀମା ପାର୍ କରି ଯାଇଛନ୍ତି ସମ୍ବିତ।

 

ଭୋଟରେ ହାରିବାର ଚାପ କି ହେଉ କି ତାଳୁ ଫାଟି ଯିବା ଭଳି ଖରା, ଏଥିରେ ବୋଧହୁଏ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସନ୍ତୁଳନ ବିଗିଡ଼ି ଯାଇଛି। ନ ହେଲେ ତାଙ୍କର ଏତେ ଅହଙ୍କାର ହୁଅନ୍ତାନି। ସେ ଆଜି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ କୁଆଡ଼େ ମୋଦିଙ୍କ ଭକ୍ତ। ସାରା ଜଗତ ଯାହାର ଭକ୍ତ, ସେହି ଜଗନ୍ନାଥ ମୋଦିଙ୍କର ଭକ୍ତ !!! … ଏହା କହିବାକୁ ଆପଣଙ୍କ ଜିଭ କେମିତି ଲେଉଟିଲା ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିଛନ୍ତି । ଏତେ ଅହଙ୍କାର କଣ ପାଇଁ। ସମ୍ବିତ ପାତ୍ର ବୋଧହୁଏ ଜାଣନ୍ତି ନାହିଁ, ପୁରୀ ବଡ଼ଦାଣ୍ଡରେ କାଳିଆର ନନ୍ଦିଘୋଷ ଚାଲେ, କାହାରି ଅହଙ୍କାର ରଥ ଗଡ଼ି ପାରେ ନାହିଁ। ଏମିତି କେତେ ନେତା ଯାଇଛନ୍ତି, ଆସିଛନ୍ତି । ଯିଏ ଅହଙ୍କାର କରିଛି, ସେ ମାଟି କାମୁଡି ପଡ଼ିଛି। ଅନ୍ଯ ରାଜ୍ଯର କୌଣସି ନେତା କହିଥିଲେ, ଅଲଗା କଥା। ଜଗନ୍ନାଥଙ୍କୁ ଭଲ ଭାବେ ଜାଣନ୍ତି ନାହିଁ କହି କ୍ଷମା କରାଯାଇପାରିଥାନ୍ତା। କିନ୍ତୁ ଏହି ପବିତ୍ର ଜଗନ୍ନାଥ ମାଟିରେ ଜନ୍ମ ହୋଇ, ଓଡ଼ିଆଙ୍କ ଆରାଧ୍ଯଙ୍କୁ ଏମିତି କେମିତି କହିପାରିଲେ ସମ୍ବିତ ପାତ୍ର। ବିଜେପିର ଏହି ନେତା ଓ ତାଙ୍କ ଦଳ ପୁଣି ଓଡ଼ିଆ ଅସ୍ମିତାର କଥା କହନ୍ତି। ଏହା କଣ ଆପଣଙ୍କ ଓଡ଼ିଆ ଅସ୍ମିତାର ପରିଭାଷା, ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିବା କଣ ଆପଣଙ୍କ ଅସ୍ମିତାର ସଂଜ୍ଞା। ସମ୍ବିତ ପାତ୍ରଙ୍କ ଏହି ମହାପାପ ପାଇଁ ତାଙ୍କ ଦଳ ବିଜେପି ଓଡ଼ିଆଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଜଗନ୍ନାଥଙ୍କ ଭକ୍ତ ।

କୁଚିଣ୍ଡାରେ କେନ୍ଦ୍ରକୁ ବିଜେଡିର ନିଶାନା: ପାଣ୍ଡିଆନ କହିଲେ କେନ୍ଦ୍ରମନ୍ତ୍ରୀ ଫାଇଦା ଦେଖନ୍ତି, ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି

() ସମୃଦ୍ଧ ସମ୍ବଲପୁର ଗଠନ ଲାଗି ସଙ୍କଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଖାସ ସେଥିପାଇଁ ନବୀନଙ୍କ ସେନାପତି ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ସମ୍ବଲପୁରର ସାଂସଦ ପ୍ରାର୍ଥୀ କରିଛି l ନବୀନଙ୍କ ପରି ପ୍ରଣବ କଥା କମ , କାମ ଅଧିକରେ ବିଶ୍ଵାସ ରଖନ୍ତି l ତେଣୁ ସମ୍ବଲପୁର ସାଂସଦ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୟ କରିବାକୁ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ କୁଚିଣ୍ଡାବାସିଙ୍କୁ ଅନୁରୋଧ କରିଛନ୍ତି l ଏହାସହ ଓଡ଼ିଶାବାସୀଙ୍କୁ ସବୁବେଳେ ଠକୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ନିଶାନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ l ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି l କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ l ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ, ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ ଆଶୀର୍ବାଦ କଲେ ଏ ଅଞ୍ଚଳରେ ବିକାଶ ଜୋରଦାର ହେବ l ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ନିଜେ କାମ କରିବେନି, କି ଆଉ କାହାକୁ କରାଇ ଦେବେନି l ୧୦ ବର୍ଷ ବିଜେପି ସରକାର ରହିଲା, ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା, ବେରୋଜଗାରୀ ମଧ୍ୟ ବଢିଲା, ଯାହା କହିଥିଲେ ଗୋଟେ ବି କାମ କଲେନି, ଯଦି ଆପଣମାନେ ତାଙ୍କୁ ଆଉ ଥରେ ଆଣିବେ, ତା ହେଲେ ଦରଦାମ ପୁଣି ବଢିବ l ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ l କୁଚିଣ୍ଡାରେ ୫୦ ହଜାର ଚାଷୀ ଲଙ୍କା ଚାଷ କରନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ, ଶିତଳଭଣ୍ଡାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ l କୁଚିଣ୍ଡାବାସୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀଙ୍କ କାମର ହିସାବ, ଆପଣଙ୍କ ଅଞ୍ଚଳରେ କାମ କରିକି ମୁଖ୍ୟମନ୍ତ୍ରୀ ବହୁତ ଖୁସି l ବାମରାକୁ ଏନ୍‌ଏସି କରାଯାଇଛି l ବୁରୁବୁଡା ମହାବୀର ଧାମ, କିରଶାସନ ସପ୍ନେଶ୍ୱର ବାବା ଶିବ ମନ୍ଦିର, ପାନପାଲ୍ଲି ଶିବ ମନ୍ଦିରର ରୂପାନ୍ତର କରାଯାଇଛି , କୁଚିଣ୍ଡା କମ୍ୟୁନିଟି ସେଣ୍ଟର କରାଯାଇଛି l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ପାଇଁ ୨୯ କୋଟି ଟଙ୍କାର ସହାୟତା ଦେଇ ପ୍ରକଳ୍ପ କରିଛନ୍ତି, ଏଇଟା ସବୁଠାରୁ ଅଧିକ, ଅନ୍ୟ ଅଞ୍ଚଳ ଠାରୁ ୨ ଗୁଣ ଅଧିକ l କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ITI କରାଯାଇଛି l କୁଚିଣ୍ଡାରେ ଜଳସେଚନ ପାଇଁ ବିଭିନ୍ନ ଯାଗାରେ ଆଡିବନ୍ଧ କରାଯାଇଛି l

ବୁଡୁଲାପାଲ୍ଲି ଆଡିବନ୍ଧ ପାଇଁ ୧୨୮ କୋଟି ଟଙ୍କା l ବୁଢାରାଜା ଆଡିବନ୍ଧ ପାଇଁ ୫୮ କୋଟି, କିରଶାସନ ଆଡିବନ୍ଧ ପାଇଁ ୪୭ କୋଟି, ସ ଇଡା ଆଡିବନ୍ଧ ପାଇଁ ୩୮ କୋଟି ଓ ଗୋଚର ଆଡିବନ୍ଧ ପାଇଁ ୩୫ କୋଟି ଟଙ୍କା l କୁଚିଣ୍ଡା, ବାମରା ଓ ଜମନକିରାର ୫୧ଟି ପଞ୍ଚାୟତରେ ପାଇପ ପାଣି ପାଇଁ ୩୧୦ କୋଟି ଟଙ୍କାର କାମ ଚାଲିଛି l ନରେନ୍ଦ୍ରରୁ କୁଚିଣ୍ଡା ରାସ୍ତା ପାଇଁ ୪୨ କୋଟି, ଫସିମଲରୁ ଲଇଡା ରାସ୍ତା ପାଇଁ ୨୨.୫୦ କୋଟି, କେସାଇବାହାଲରୁ ସରଗିଡିହି ରାସ୍ତା ପାଇଁ ୧୬ କୋଟି, ଲାଡଫାସିମାଲରୁ ଷଣ୍ଢ ପଥର ରାସ୍ତା ପାଇଁ ୬ କୋଟି l ୬୦ ଟି ସିମେଣ୍ଟ କଂକ୍ରିଟ ରାସ୍ତା ପାଇଁ ୫ କୋଟି l

୪ଟି ବୃହତ ସେତୁ ପାଇଁ ୪୦ କୋଟି ଟଙ୍କା, ହକି ଟ୍ରେନିଙ୍ଗ ସେଣ୍ଟର ଓ ଇନଡୋର ଷ୍ଟାଡିୟମ ପାଇଁ ୨୦ କୋଟି ଟଙ୍କା, ହାଇଟେକ ସର୍ଭେ କରାଯାଇଛି, ସମସ୍ତଙ୍କୁ ଜମିପଟ୍ଟା ଦିଆଯିବ l କୁଚିଣ୍ଡାର ୭୨ ହାଇସ୍କୁଲ, ୧୮ଟି ହାୟର ସେକେଣ୍ଡାରି ସ୍କୁଲ ଓ କଲେଜର ରୂପାନ୍ତର କରାଯାଇଛି,

• ୫୦ ହଜାର ଚାଷୀଙ୍କୁ କାଳିଆ ସହାୟତା l ୩୨୫୦ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି l ୨୩ ହଜାର ଚାଷୀଙ୍କ ଫସଲ ବୀମା ପାଇଁ ରାଜ୍ୟ ସରକାର ପ୍ରିମିୟମ ଦେଉଛନ୍ତି l

•କୁଚିଣ୍ଡାରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ଅଛନ୍ତି, ମା ମାନଙ୍କୁ ୧୩୫ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଉଛି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୧,୫୦୦ ଲୋକ ସୁବିଧା ପାଉଛନ୍ତି, ଗତବର୍ଷ ୫ ହଜାର ଲୋକଙ୍କ ପାଇଁ BSKY ରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ l ସେହିପରି ବିଜେପି କେବଳ ପ୍ରଚାର କରେ କିନ୍ତୁ ବିଜେଡି ଯାହା କହେ ତାକୁ ଅକ୍ଷର ଅକ୍ଷରେ ପାଳନ କରେ ବୋଲି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି l

ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ : କାର୍ତ୍ତିକ ପାଣ୍ଡିଆନ….

()ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।ଭଦ୍ରକ ଇଡକୋ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ ।ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିରୋଧୀ ଦଳ ନେତା ମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ।ମୁଖ୍ୟମନ୍ତ୍ରୀ BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, ଚାଷୀଙ୍କ ପାଇଁ କାଳିଆ, ମଧୁବାବୁ ପେନ୍‌ସନ ଓ ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଲୋକମାନଙ୍କ ଠାରୁ ମତାମତ ନେଇଥିଲେ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଜୁଲାଇ ମାସରୁ ବିଜୁଳି ବିଲ୍‌ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ବିଜୁଳି ମାଗଣାରେ ଦେବେ। ଏଥିରେ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ସମବେତ ଜନତା ଉଚ୍ଚସ୍ବରରେ ହଁ ଭରିଥିଲେ ।ପୁରୀ ଶ୍ରୀମନ୍ଦିର କାମ ଓ ମା ସମଲେଇଙ୍କ ପ୍ରକଳ୍ପ କାମ କିଭଳି ଲାଗୁଛି ବୋଲି ଲୋକଙ୍କ ମତ ନେଇଥିଲେ ମୁଖ୍ୟମନ୍ତ୍ରୀ।ଶେଷରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ କହିଥିଲେ ଯେ ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଜୋସ୍‌ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି ।ଏବେ ନିର୍ବାଚନ ସମୟରେ ଆସାମ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଏଠାକୁ ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ। ତାହେଲେ ସେମାନେ ତାଙ୍କ ରାଜ୍ୟକୁ କଣ କରିବେ? ସାରା ଭାରତବର୍ଷ ଜାଣିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କିଏ। ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡିଶାକୁ ଏକ ନମ୍ବର କରିବେ ବୋଲି ସେ କହିଥିଲେ।ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଏହା ସାରା ଓଡିଶାବାସୀ ଜାଣିଛନ୍ତି।ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ। ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ। ସମସ୍ତଙ୍କୁ ମିଳିବ BSKY ନବୀନ କାର୍ଡ। ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା।ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଆପଣମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ମଜବୁତ ହେବ ଓ ସେ ଆହୁରି ସଶକ୍ତ ହେବେ। ୯୦ ପ୍ରତିଶତ ଭୋଟ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉପସ୍ଥିତ ଜନତା ପ୍ରତିଶୃତି ଦେଇଥିଲେ । ଭଦ୍ରକ ଅଞ୍ଚଳର ବିକାଶର ହିସାବ ଦେଇ ସେ କହିଲେଯେ ଭଦ୍ରକ ରିଙ୍ଗ ରୋଡ ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ମଞ୍ଜୁର କରିଛନ୍ତି ଓ ଭଦ୍ରକାଳୀ ମନ୍ଦିର ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସିମୁଳିଆ ବିଧାୟକ ପ୍ରାର୍ଥୀ ସୁଭାଶିନୀ ସାହୁ, ଧାମନଗର ବିଧାୟକ ପ୍ରାର୍ଥୀ ସଂଞ୍ଜୟ କୁମାର ଦାସ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ସୋରର ବିଧାୟକ ପ୍ରାର୍ଥୀ ମାଧବ ଧଡା ପ୍ରମୁଖ ନିଜ ନିଜର ଅଭିଭାଷଣରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡିଶାର ବିକାଶ ରଥକୁ ଆହୁରି ଗତିଶୀଳ କରିବା ପାଇଁ ଅନୁରୋଧ କରିଥିଲେ ।

ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର : ନବୀନ ପଟ୍ଟନାୟକ

() ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଆସ୍ତ୍ର। କୁମ୍ଭୀର କାନ୍ଦଣା ଚଳିବନି lକେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l BSKY, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, 5T ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଲେ ନବୀନ lନବୀନ ପଟ୍ଟନାୟକ ଭଲ କି ? ଭାବବିହ୍ବଳପୂର୍ଣ୍ଣ ‘ହଁ’ ରେ ପ୍ରତିଧ୍ବନିତ ହେଲା ସଭାସ୍ଥଳଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ, ଆପଣଣାନେ ଖୁସି ତ? ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ l ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଲେ ଜନତା l ସେହିପରି ବିଜେଡି ନେତା ତଥା ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ l ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ l ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି l ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି, ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି l ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି l ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି l ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ ବଡ କଥା କହୁଛନ୍ତି l୧୦ ବର୍ଷ ତଳେ ବିଜେପି ଦଳ କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି lଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି l ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି l ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ l ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ l ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ l ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ BSKYରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା l ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା l ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ ବିଜେପି କହୁଛି ମାଗଣା ବିଜୁଳି ଦେବ l ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୂର୍ଯ୍ୟକିରଣରୁ ପାଇବେ l ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ ବୋଲି କାର୍ତ୍ତିକ ପଣ୍ଡିଆନ କହିଛନ୍ତି l

ବିଜେପିର ମୁଖା ଖୋଲିଲେ ପାଣ୍ଡିଆନ…..

ବିଜେପିର ମୁଖା ଖୋଲିଲେ ପାଣ୍ଡିଆନ l ବିଜେପି ନେତାମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି lମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି l ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତା’ହେଲେ ଆସାମକୁ କ’ଣ କରିବେ ?ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ, ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ?୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ, ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତିl ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି, କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କାବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ଆମର ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ l ବିଜେପିର ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ l ୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଥିଲେ l ଚିଲିକାରେ ସେତୁ କରିବେ, ଏ ପର୍ଯ୍ୟନ୍ତ ହେଲା କି ?କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ, lସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି,ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି, ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ଆଶା,ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ହିଁ କରିବେ

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ l ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ, ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ଡବଲ କାମ ଏଠାରେ ହେବ, ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ l ନିର୍ବାଚନ ପରେ ଡେଲାଙ୍ଗ, ପିପିଲିକି ମୁଁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ l ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, lଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ, ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ, ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା l ଯୁବ ବଜେଟ୍‌ ପାଇଁ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି, l ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, l ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି l ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି l ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି l ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, l ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ l ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ, l ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ lଭୁବନେଶ୍ୱରର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି,l ଅରୂପ ପଟ୍ଟନାୟକ ପିପିଲି ଡେଲାଙ୍ଗ ମାଟିର ପୁଅ ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି l ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ସମସ୍ତଙ୍କ ଘରକୁ ଖୁସି ଆଣିଛି, ଏବେ ସମସ୍ତଙ୍କ ଘର ଆଲୋକିତ ହେବ- ଅରୂପ ପଟ୍ଟନାୟକ l ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି । ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ।ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି । ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି । ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ ।ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି । କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି । ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ । କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ । ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ । ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ । ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି ।

 

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି । କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା । ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ ।ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେl ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ । ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି । ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି । ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା । ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ ।ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖା l ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ । ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଏଠାରେ ଡବଲ କାମ ହେବ । ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ ।ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ । ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ । ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି । ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ । ଓଡ଼ିଶାରେ କେବଳ ନବୀନ ବାବୁଙ୍କ ବିଜୁଳି ଚାଲିବ।ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି । ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ ।ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି । ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ ।ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ ।ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ । ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି । ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି । ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ l ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ । ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ । ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ । ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ । ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ । ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି ।ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ । ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି । ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ । ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ । ଏବେ ସମସ୍ତଙ୍କ ଘର ଆଲୋକିତ ହେବ । ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି । ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି । ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି । ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ । ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ । ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ । ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା । ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ ।ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର । ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ।କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।

ଆଠମଲ୍ଲିକ ବିଜେଡି ଗଡ଼ କହି ଧର୍ମେନ୍ଦ୍ର ଙ୍କୁ ଟାର୍ଗେଟ କଲେ ପ୍ରଣବ ଓ ପାଣ୍ଡିଆନ….

()ଆଠମଲ୍ଲିକ ବିଜେଡି ଗଡ଼ l ଏଠି ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ତାଙ୍କୁ କିଏ 10 ବର୍ଷରେ ଦେଖିଛନ୍ତି କି। ଜାତୀୟ ରାଜପଥ 55 କାମ କରିଛନ୍ତି କି। କେବଳ ମିଛ ପ୍ରଚାର କରୁଛନ୍ତି। ଭିକେ ପାଣ୍ଡିଆନ ବୁଲିଲା ବେଳେ ଆଠମଲ୍ଲିକର 90 ପ୍ରତିଶତ ମନ୍ଦିରକୁ ସହାୟତା ଦେଇଛନ୍ତି। ବିଜେପି କେବଳ ନିର୍ବାଚନ ଜୁମଲା କରୁଛି। ଇସ୍ତାହାରରେ ଯାହା ଅଛି ସରକାର ଗଢିବାର ପ୍ରଥମ ଦିନରେ ଅନେକ ପୂରଣ ହେବ। ବିଜେଡି ସରକାର ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ। ଲକ୍ଷାଧିକ ଭୋଟରେ ଯୋଡି ଶଙ୍ଖ ଜିତିବ ବୋଲି ସମ୍ୱଲପୁର ବିଜେଡି ସାଂସଦ ପ୍ରାର୍ଥୀ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l ସେହିପରି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ କହିଥିଲେ ଯେ ବିରୋଧୀ ମିଛ କହୁଛନ୍ତି। ଆମେ ସରକାର ଆସିଲେ ତେଲ ଓ ଗ୍ୟାସ କମିବ। ପୂର୍ବରୁ ବିଜେପି କହିଥିଲା ଚାଷୀଙ୍କୁ ଏମଏସପିକୁ ଦୁଇ ଗୁଣ କରିବ। କଲେ କି। ମା ମାନେ ବହୁତ ହଇରାଣ ହେଉଛନ୍ତି। ବିଜେପିରୁ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସମୟରେ ଦର ବଢ଼ାଇଛନ୍ତି। ସେ ମା ମାନକୁ କନ୍ଦାଇଛନ୍ତି। ଏବେ ସେ କ୍ଷମତା ପାଇଲେ ମିଶନ ଶକ୍ତିକୁ ବନ୍ଦ କରିବେ। ବିଜୁ ସ୍ୱାସ୍ଥ୍ୟ କର୍ଡ଼କୁ ପ୍ରଥମ ଦିନରେ ବନ୍ଦ କରିବେ ବୋଲି କହିଛନ୍ତି। ଆପଣଙ୍କ ଆଶୀର୍ବାଦରେ ଜୁନ 9 ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ଗ୍ରହଣ କରିବେ। ଏହାର ପ୍ରଥମ ଦିନରେ ବିଜୁଳି ବିଲ ଛାଡ଼ ହେବ। ଆଠମଲ୍ଲିକର ଚାଷୀ ଭାଇଙ୍କୁ ବିଜୁଳି ବିଲରୁ ମୁକ୍ତି ପାଇବେ। ଦୁଇ ନମ୍ବର ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ ସମସ୍ତଙ୍କୁ ମିଳିବ। 3 ନମ୍ବର ମିଶନ ଶକ୍ତି ମହିଳାଙ୍କୁ 60 ବର୍ଷରେ ପେନସନ ମିଳିବ। ଜୁନ 9 ତାରିଖରେ ଏହା ହେବ। ବବି ବହୁତ ପ୍ରଭାବଶାଳୀ ନେତା। ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଲାଗିଥିଲେ। ବିଜେପି ପ୍ରାର୍ଥୀଙ୍କୁ 60 ହାଜର ମାର୍ଜିନ ଜିତେଇବେ। ମୁଁ ଏହାକୁ ରେକର୍ଡ଼ କରି ରଖୁଛି। ଆଠମଲ୍ଲିକ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ହାତ ଖୋଲା ରଖିଛନ୍ତି। ଭୋଟ ଦେଲା ବେଳେ ଗ୍ୟାସ ଓ ତେଲ ଦର ମନେ ରଖିବେ ବୋଲି ଆଠ ମଲ୍ଲିକ ବାସୀଙ୍କୁ? କାର୍ତ୍ତିକ ପାଣ୍ଡିଆନ କହିଥିଲେ l ଆଜି ନିର୍ବାଚନ ସଭାରେ ହଜାର ହଜାର ସଂଖ୍ୟକ ଲୋକ ଏକାଠି ହୋଇ ଜୟ ନବୀନ ଓ ଜୟ ବିଜେଡି ନlରା ରେ କମ୍ଫିଥିଲା ପୁରା ପରିବେଶ l

Follow us

20,832FansLike
0FollowersFollow
14,700SubscribersSubscribe

Latest news