ଓୟୁଜେ ସଭାପତିଙ୍କ ଡାକରାରେ ପୁରା ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ମାଗିଲେ…..

() ସମ୍ବାଦିକଙ୍କ ସ୍ୱାର୍ଥରେ ସବୁବେଳେ ଆଗରେ ଠିଆ ହୋଇଥାଏ ଓୟୁଜେ। ଏହିକ୍ରମରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜଧାନୀରେ ବିଶାଳ ବିକ୍ଷୋଭ କରିଛି ସଂଘ। ଓୟୂଜେ ସଭାପତି ପ୍ରସନ୍ନ ମହାନ୍ତି ଡାକରାରେ ପୁରା ଓଡ଼ିଶାରେ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ କୁକୁର ଲଗାଇ ଦେବାର ଧମକ ଘଟଣା ପ୍ରତିବାଦରେ ସବୁ ଜିଲ୍ଲାରେ ଓୟୁଜେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମ୍ବାଦିକା ଚିନ୍ମୟୀଙ୍କୁ ନ୍ୟାୟ ଦେବା ଓ ରଘୁନନ୍ଦନଙ୍କ ବିରୋଧରେ ଦୃୃଢ କାର୍ଯାନୁଷ୍ଠାନ ଦାବି କରି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜଧାନୀରେ ଓୟୁଜେ ସଭାପତିଙ୍କ ନେତୃତ୍ବରେ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା l ଏହି ବିକ୍ଷୋଭ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ ରଘୁନନ୍ଦ ଦାସ ବିଜେଡିର ଜଣେ ବରିଷ୍ଠ ନେତା । ସେ ପୂର୍ବରୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କର ଆଚରଣ ସଂପୂର୍ଣ୍ଣ ଅଋଚିକର ଥିଲା । ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ ଆକ୍ରମଣ କରିବାକୁ କୁକୁରମାନଙ୍କୁ ମୁକ୍ତ କରିବା ଭଳି ଭୟଙ୍କର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ରଘୁନନ୍ଦନ ତୁରନ୍ତ କ୍ଷମା ମାଗିବା ଉଚିତ ଏବଂ ପୋଲିସ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ।ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଓୟୁଜେ ସଂଗଠନ ଏହି ଘୃଣ୍ୟ କାର୍ଯ୍ୟକୁ ସାମ୍ବାଦିକମାନେ ବିରୋଧ କରିଛନ୍ତି । ଜୟଦେବ ଭବନରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଭିନ୍ନ ଖବରକାଗଜ ଓ ଟିଭି ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଓ ସାମ୍ବାଦିକମାନେ ସାମିଲ୍ ହୋଇଥିଲେ ।ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର, ସନ୍ଦୀପ ମିଶ୍ର, ବିରୁପାକ୍ଷ ତ୍ରିପାଠୀ, ବିପିନ ସିଂ, ସଞ୍ଜୟ ଜେନା, ଲକ୍ଷ୍ମୀନାରାୟଣ କାନୁନଗୋ, ଶାନ୍ତି ଭୂଷଣ ମିଶ୍ର, ଦୁର୍ଗାଶିଷ, ରଂଜନ ତ୍ରିପାଠୀ, ସ୍ୱାଧୀ ରାଉତ, ସାରଦା ଲାହଙ୍ଗୀର ସିଂ, ନୀଲିମା ପ୍ରିୟଦର୍ଶିନୀ, ଭାଗବତ ତ୍ରିପାଠୀ, ସଂଗୀତା ଅଗ୍ରୱାଲ, ରମେଶ ମହାନ୍ତି, ପ୍ରମୋଦ ସାମନ୍ତରାୟ, ଅକ୍ଷୟ ସାହୁ, ରାମଚଣ୍ଡି ରଣପ୍ରତାପ ସିଂହ, ପାର୍ଥସାରଥୀ ଜେନା, ପ୍ରମୋଦ ସାମନ୍ତରାୟ, ସୁରେଶ କର, ସଞ୍ଜୟ ଦାସ, ସୁକାନ୍ତ ମହାନ୍ତିରେ ପ୍ରମୂଖ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ ।

ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ କିଏ ପାଇଲେ କେଉଁ ବିଭାଗ ପଢନ୍ତୁ…..

ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇଥିବା ଅନ୍ୟ ବିଭାଗ)
ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ସଶକ୍ତକରଣ ଏବଂ ଶକ୍ତି
୨) ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୨) ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ
୩) ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ
୪) କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ
୫) ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍, ପୁର୍ତ୍ତ ଓ ଅବକାରୀ
୬) ଡ. ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ
୭) ବିଭୁତି ଭୁଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା
୨) ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୩) ପ୍ରଦୀପ ବଳସମାନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ
୪) ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୫) ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଆଜି ହେଉଛି ପହିଲି ରଜ; ଉତ୍ସବ ମୁଖର ଗାଁଠୁ ସହର…

() କଥାରେ ଅଛି ବାର ମାସରେ ତେର ପର୍ବ ସେଥି ମଧ୍ୟରୁ ରଜ ପର୍ବ ଅନ୍ୟତମ। ରଜ ପର୍ବ ହେଉଛି ଆନନ୍ଦ ଓ ଉଲ୍ଲାସର ପର୍ବ, ତେଣୁ ଏହି ଦିନଟିକୁ ପ୍ରତିଟି ଓଡ଼ିଆ ଲୋକ ପାଳନ କରନ୍ତି। ରଜ ପର୍ବ ହେଉଛି ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ଏହି ପର୍ବଟି ହେଉଛି ସାଧାରଣତଃ ଝିଅ ଓ ବୋହୂ ମାନଙ୍କ ପର୍ବ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।

ତେବେ ରଜ ପୂର୍ବ ଦିନଟିକୁ ସଜବାଜ ବୋଲି କୁହାଯାଏ।  ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି। ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ। ଘରେ ଘରେ ନାନାପ୍ରକାର ସୁସ୍ଵାଦୁ ଖାଦ୍ୟ ସହ, ବିଭିନ୍ନ ପ୍ରକାର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି ହେଉଛି ରଜପର୍ବ ର ବିଶେଷ ଆକର୍ଷଣ। ପହିଲି ରଜଦିନ ସକାଳୁ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ରଜରେ ଦୋଳି ଖେଳ ହେଉଛି ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବା ପାଇଁ ସତେ ଯେପରି ଅନେଇ ବସିଥାନ୍ତି । ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ଲାଗି ସେଥିପାଇଁ ଗାଁର ପ୍ରତିଟି ଗଛରେ ରଜଦୋଳି ଲଗାଯାଏ। ଝିଅ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳି ରଜପର୍ବର ଆନନ୍ଦ ଉଠାଇଥାନ୍ତି।ଏଥି ସହିତ ରଜ ପାନର ମଧ୍ୟ ଆନନ୍ଦ ଉଠାଇଥାନ୍ତି। ଏହି ପର୍ବ ଆସିଲେ ଉତ୍ସବ ମୁଖର ହୋଇ ଉଠିଥାଏ ଗାଁଠୁ ସହର।

ସେହିପରି ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି।ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍‌, ବାଗୁଡ଼ି ଆଦି ଖେଳ ଖେଳି ଏହି ଆନନ୍ଦରର ପର୍ବ ରଜକୁ ପାଳନ କରିଥାନ୍ତି। ଗାଁମାନଙ୍କରେ ଧୁମଧାମରେ ପାଳନ କରାଯାଏ ଏହି ପର୍ବ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ଉପସ୍ଥିତିରେ ଖୋଲିଲା ଶ୍ରୀ ମନ୍ଦିରର ଚାରି ଦ୍ଵାର…

() ରାଜ୍ୟ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ପାଳିତ

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣଙ୍କ ଉପସ୍ଥିତିରେ ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି।

ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତ ମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।

ନୂଆ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ; ଆଜି ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ଵାର…

() ଓଡିଶାମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂତନ ସରକାରଙ୍କ,

ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା।

୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ,

ଆଜି ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର,

ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ।

ଆସିବ ‘ସମୃଦ୍ଧ କୃଷକ ନୀତି’, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ହେବ।

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର।

୧୦୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ସଂକଳ୍ପ।

ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍‌ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ଉପସ୍ଥିତିରେ ଚାରି ଦ୍ବାର ଖୋଲାଯିବ। ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା । ଚାରି ଦ୍ବାର ଖୋଲାଯିବା ଦ୍ବାରା ଏହି ବ୍ୟବଧାନ ଦୂର ହେବ।

ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।

ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରତ୍ୟକ୍ଷ ରାଜନୀତିରୁ ଓହରିଲେ ଅଚ୍ୟୁତ ସାମନ୍ତ…

() ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଛନ୍ତି ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସ୍ବାମୀଙ୍କ ମଙ୍ଗଳ କାମନା କରି ସଧବାଙ୍କ ପୂଜାର୍ଚ୍ଚନା…

() ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶା ଏବଂ ଭାରତରେ ଅନ୍ୟ କିଛି ସ୍ଥାନରେ ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଦେଖିବା ପାଇଁ ମିଳୁଛି ମହିଳାଙ୍କ ଭିଡ଼ । ଚାଲିଛି ପୂଜାର୍ଚ୍ଚନା । ପୌରାଣିକ ମତରେ, ରାଜା ଦ୍ୱିମୋତ ସେନଙ୍କର ପୁତ୍ର ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ହାର୍ ମାନି ଯାଇଥିଲେ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ପ୍ରତ୍ୟେକ ସଧବା ସ୍ତ୍ରୀ ମାଆ ସାବିତ୍ରୀଙ୍କ ନିକଟରେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି । ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ସାବିତ୍ରୀ ବ୍ରତର ପରମ୍ପରା ଯଦିଓ ବଦଳିଛି; ଏବେବି ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି। ତେବେ ସାବିତ୍ରୀ ପୂଜାରେ ୯ ବା ୧୧ ପ୍ରକାରରେ ଫଳମୂଳ ପୂଜାରେ ଲାଗିଥାଏ । ଆମ୍ବ, ପଣସ, କଦଳୀ, ନଡିଆ, ସପୁରୀ, ସେଓ, ଖଜୁରି ଆଦି ଫଳ ସାବିତ୍ରୀରେ ପୂଜା କରାଯାଏ । ଏହା ସହ ମହିଳା ମାନେ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ନେଇ ମନ୍ଦିର ବା ଘରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି । ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲା, ତାହା ଏହି ବ୍ରତର ମହତ୍ତ୍ବ।

ନବୀନ ଓ ପାଣ୍ଡିଆନଙ୍କ ରଣନୀତିରେ ବିରୋଧୀ ଚିଟପଟାଙ୍ଗ : ୨୪ର ସୁପର୍ ହିରୋ ସାଜିବେ କାର୍ତ୍ତିକ ପାଣ୍ଡିଆନ …

()ସରିଛି ଓଡିଶାର ଲୋକସଭା ଓ ବିଧାନସଭା ପାଇଁ ମତଦାନ l ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ l ମଙ୍ଗଳବାର ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବ l ୪ଟି ପର୍ଯ୍ୟାୟରେ ଭୋଟ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ଫଳାଫଳ ପ୍ରକାଶ ପାଇଛି l ଓଡ଼ିଶାରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଚିତ୍ର ଏକ ରକମର ସ୍ପଷ୍ଟ ହୋଇଛି l ବିଜେଡିର ୨ନମ୍ବର ଷ୍ଟାର ପ୍ରଚାର କାର୍ତ୍ତିକ ପାଣ୍ଡିଆନଙ୍କ ପୂର୍ବ ଘୋଷଣା ଅନୁସାରେ ଜୁନ ୯ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ l ୨୦୨୪ ନିର୍ବାଚନରେ ପାଣ୍ଡିଆନ ଆକଳନ ଶତ ପ୍ରତିଶତ ସଫଳ ହେବାରୁ ଦେଶ ଓ ରାଜ୍ୟ ରାଜନୀତିରେ କାର୍ତ୍ତିକ ପାଣ୍ଡିଆନ ହିରୋ ହୋଇଯିବେ l ଦେଶର ରାଜନୀତିରେ ନବୀନଙ୍କୁ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଓ ଷଷ୍ଠଥର ପାଇଁ ରେକର୍ଡ଼ ସଂଖ୍ୟକ ଆସନରେ ବିଜୟ କରାଇବା ପାଇଁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନର ବର୍ଷେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ l ୬ମାସରୁ ଅଧିକ ସମୟ ପୁରା ଓଡିଶାର କୋଣ ଅନୁକୋଣ ବୁଲି ଲୋକଂକ ମତାମତ ନେବା ଶହ ସେମାନଙ୍କୁ ସମସ୍ୟା ଦୂର କରିଥିଲେ l CMO ଲୋକଙ୍କ ପାଖକୁ ଯାଇ ଲୋକଂକ କଥାରେ ସରକାର ଚଳାଇବା କଥାକୁ ସଭିଙ୍କ ମନରେ ବିଶ୍ୱାସ ଭରିଥିଲେ ପାଣ୍ଡିଆନ l ଏଥିପାଇଁ ତାଙ୍କୁ ବହୁ ସମାଲୋଚନା ହେବାକୁ ପଡ଼ିଥିଲା l ଦଳ ଭିତରେ ବି କେତେକ ନେତା ତାଙ୍କ କାର୍ଯକ୍ରମକୁ ଖୋଲାଖୋଲି ପ୍ରଶ୍ନ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ l ବେଶ କିଛି ଦିନ ରାଜ୍ୟ ରାଜନୀତିରେ ଏ ପ୍ରସଂଗ ହଟଚମକ୍ ସୃଷ୍ଟି କରିଥିଲା l ତଥାପି ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାର ସଙ୍କଳ୍ପ ଏହି ସମାଲୋଚନା କିଛି ପ୍ରଭାଵ ପକାଇନଥିଲା l ଶେଷରେ ଅଧିକାଂଶ ଆସନରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରି କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଲଗୁପଡ଼ିଥିଲେ l ପ୍ରାର୍ଥୀ ଓ ଦଳର ମଙ୍ଗୁଆଳମାନଙ୍କୁ ନିଜର ରଣନୀତି ଅନୁସାରେ ଦାୟିତ୍ୱ ବଣ୍ଟନ କରି ପ୍ରଚାରରେ ଏକଲାଚାଲୋ ନୀତିକୁ ଆପଣାଇଥିଲେ l ତାଙ୍କର ଏହି ରଣନୀତି ଆଗରେ ପ୍ରଧାନମନ୍ତ୍ରୀ ମୋଦି,ଅମିତ ଶାହା, ଜେ ପି ନଡ୍ଡା, ହିମନ୍ତ ବିଶ୍ଵଶର୍ମା, ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି,ମଲ୍ଲିକାର୍ଜୁନ ଖଡଗେ, ସଚିନ ପାଇଲଟଙ୍କ ଭଳି ନେତାଙ୍କ ରଣନୀତି ଓ କ୍ୟାମ୍ପନ ଫେଲ ମାରିଛି l ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ, ଓ ୨ ନମ୍ବର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ସୁପରହିଟ ହୋଇଛି l ଏହାସହ ବିଜେଡିର ମାଇକ୍ରୋ ମେନେଜମେଣ୍ଟରେ ସବୁଥର ପରି ଶତ ପ୍ରତିଶତ ସଫଳ ହୋଇଛି l ଯାହା ବୁଥ ବାହୁଡ଼ା ମତରେ ସ୍ପଷ୍ଟ ପ୍ରମାଣିତ ହୋଇଛି l

 

ବିଜେଡିର ଆଭ୍ୟନ୍ତରୀଣ ସର୍ଭେର ଆକଳନ ଅନୁସାରେ ୧୧୧ ବିଧାନସଭା ଓ ୧୧ଟି ଲୋକସଭା ଆସନ ବିଜୟ କରିବ ଦଳ l ଫଳରେ ଓଡ଼ିଶାରେ ଷଷ୍ଠଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବ । ସବୁ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ବିଧାନସଭାରେ ବହୁମତ ମିଳିଛି । ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟଲାଭ କରିବାକୁ ବାରମ୍ୱାର ଦାବି କରି ଆସୁଛନ୍ତି କାର୍ତ୍ତିକ ପାଣ୍ଡିଆନ l ଯାହା ବୁଥ୍ ଫେରନ୍ତା ସର୍ଭେ ରିପୋର୍ଟ ଶତ ହେବାକୁ ଯାଉଛି l ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରେ ମତଦାନ ହୋଇଯାଇଛି । ଏଥିରେ ବିଜେଡି ୨୧, ବିଜେପି ୨, ଓ କଂଗ୍ରେସ ଓ ଅନ୍ୟାନ୍ୟ କେବଳ ଗୋଟିଏ ଆସନ ହାତେଇବେ । ଅର୍ଥାତ ନବରଙ୍ଗପୁର, ଉମରକୋଟ ଆସନକୁ ବିଜେପି ଓ କୋରାପୁଟ ଆସନକୁ କଂଗ୍ରେସ ହାତେଇଥିବାବେଳେ ବାକିସବୁ ଆସନରେ ବିଜେଡି ବାଜିମାତ୍ ମାରିବ ।

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୩୫ ଆସନରୁ ବିଜେଡି ୨୫, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ ।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୪୨ ଆସନରୁ ବିଜେଡି ୩୨, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ପାଇବେ ନାହିଁ ।

ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୪୨ ଆସନରୁ ବିଜେଡି ୩୪ ଓ ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ । ଓଡ଼ିଶାର ମୋଟ୍ ୨୧ ଲୋକସଭା ଆସନରୁ ବିଜେଡି ୧୧, ବିଜେପି ୬ରେ ବାଜିମାତ୍ ମାରିବ । ମାତ୍ର ୪ ଆସନରେ ହେବ କଡ଼ା ଟକ୍କର ।

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଓ ରଣକୌଶଳ ବିରୋଧୀଙ୍କ ସବୁ ରଣନୀତିକୁ ଫୁସ୍ କରିଦେଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁ ଓ ଓଡିଶାବାସୀଙ୍କ ସେବା ପାଇଁ ସମର୍ପିତ କାର୍ତ୍ତିକ ପାଣ୍ଡିଆନଙ୍କୁ ଓଡ଼ିଶା ବାସୀଙ୍କ ଆଶିର୍ବାଦ ମିଳିଛି ୨୦୨୪ ନିର୍ବାଚନରେ l ଯାହା ମଙ୍ଗଳବାର ଇଭିଏମ ସିଲ୍ ଖୋଲିବା ପରେ ପୁରା ଦେଶର ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିବ l

ବିଜେପିର ୯ଟି ଆତ୍ମଘାତି କଥା ବଖାଣିଲେ ପାଣ୍ଡିଆନ…

() ୯ ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲକଥା କହି ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ।

ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି। ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି।

ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ। ନିର୍ବାଚନ ଇସ୍ତାହାରରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି କହିଛି। ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେଡି ଷଡଯନ୍ତ୍ର କରୁଛି।

BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ, 5T କଲେଜ,ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନଥିବା ବେଳେ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି ବିଜେପି।

ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାର କୁ ଆସିଲେ ଏହାକୁ ବନ୍ଦ କରିବେ।

ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦା ବଟି ନାହିଁ। କିନ୍ତୁ ବିଜେଡି ରୁ ବିଦା ହୋଇଥିବା ଅନେକ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି।

ବିଜେଡ଼ିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢାଇ ଚାଲିଛି। LPG ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ ଜୁମଲା।

ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା। MSP ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେ ବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି।

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓଡ଼ିଶାରେ ବିକାଶମୂଳକ ବାବଦରେ ସ୍କିମ ୨୫ ହଜାର କୋଟି ଟଙ୍କା ବଜେଟ ରହୁଛି। ୧୫ ଲକ୍ଷ ଆକାଉଣ୍ଟକୁ ଦେବା ଘୋଷଣା କରି ଏହ ବିଜେପିର ଆଉ ଏକ ଜୁମଲା।

କାମ କରିଛୁ, ଓଡିଶାବାସୀ ଜିତାଇବେ: କାର୍ତ୍ତିକ ପାଣ୍ଡିଆନ…

() ଓଡିଶା ବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ ହେବ। ଅନ୍ୟ ସ୍ଥାନରେ ଯଦି ୮୦-୮୫ ପ୍ରତିଶତ ରହିଛି ଏଇଟା ବିଜେଡ଼ିର ଗଡ଼। ଯାଜପୁର, ଭଦ୍ରକ ,ଜଗତସିଂପୁର ,କେନ୍ଦ୍ରାପଡ଼ା ବାଲେଶ୍ୱର ,ମୟୁରଭଞ୍ଜ । ମୟୂରଭଞ୍ଜରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୫ରୁ ୫୪ ବିଜେଡ଼ି ଜିତିଲା। ଆଉ କେଉଁ ଦଳ ଗୋଟିଏ ଆସନ ପାଇଥିଲେ ।

ଅମିତ ଶାହା ଓଡିଶା ଗସ୍ତ ଉପରେ ପ୍ରତିକ୍ରିୟା:-

() ଓଡ଼ିଶା ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା। ଓଡିଶାକୁ ଆସିବା ସ୍ଵାଗତ। ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ। ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି। ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ। ଓଡିଶାର ସବୁ ଯୋଜନା ୫ଟିରେ ହେଉଛି ,ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ।

୨୦୧୯ ପରଠୁ ଓଡିଶାରେ ବହୁତ ଭଲ କାମ କରାଯାଇଛି।୫ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି। କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସବୁ କିଛି ସବୁ ରୂପାନ୍ତରିକରଣ ହେଉଛି, ସ୍କୁଲ, କଲେଜଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ। ମୋ ସରକାର ଲାଗୁ ହେବା ପରେ ସବୁ ଅଫିସ ବିଷୟରେ ଆପଣ ଲୋକଙ୍କଠୁ ମତାମତ ନେଲେ ସେମାନେ କହିବେ। ୫ଟି ଓ ମୋ ସରକାର ଦ୍ୱାରା କିପରି ଉପକୃତ ହେଉଛନ୍ତି, ବିଜେଡ଼ି ଲୋକଂକ ସରକାର ।

Follow us

20,832FansLike
0FollowersFollow
14,700SubscribersSubscribe

Latest news