ଛେଣ୍ଡିପଦାରେ ସିଧା କେନ୍ଦ୍ରକୁ ନବୀନଙ୍କ ନିଶାନା ଆଚ୍ଛେଦିନ କୁଆଡ଼େ ଗଲା?…

() ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଛେଣ୍ଡିପଦାରେ ସିଧା କେନ୍ଦ୍ରକୁ ନବୀନଙ୍କ ନିଶାନା କହିଛନ୍ତି ଯେ ଆଚ୍ଛେଦିନ କୁଆଡ଼େ ଗଲା? ନିର୍ବାଚନ ବେଳେ ଖାଲି କୁମ୍ଭୀର କାନ୍ଦଣା କାହିଁକି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ l ଏହାସହ ଓଡ଼ିଶାରେ ଜୁଲାଇରୁ ବିଜୁଳି ମାଗଣା ଆପଣମାନେ ଖୁସି ତ ? ବୋଲି ଛେଣ୍ଡିପଦାବାସୀଙ୍କୁ ମତ ଲୋଢିଥିଲେ ନବୀନ l ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଉଳ କାର୍ଡ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଜନମତ ନେଲେ l ମା ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ l ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବା ପାଇଁ ନିବେଦନ କଲେ l ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ- ଶ୍ରୀ ପାଣ୍ଡିଆନ l ଏମ୍‍.ସି.ଏଲ. ପ୍ରତିବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ରୁ୨୭ ହଜାର କୋଟି ଟଙ୍କା ପାଉଛି, ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି l ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି କହିଥିଲା ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ ଦୁଇ ଗୁଣ କରିବେ, ତେଲ ଦର କମାଇବେ, ଏଲ୍‍.ପି.ଜି. ଦର କମାଇବେ, ପେଟ୍ରୋଲ, ଡିଜେଲ ଦର କମାଇବେ, ୧୦ ବର୍ଷ ମଧ୍ୟରେ କମାଇଲେ କି ? ଏବେ ନିର୍ବାଚନ ଆସିଲା ମା’ମାନଙ୍କୁ, ଚାଷୀମାନଙ୍କୁ ମନେ ପକାଉଛନ୍ତି l କେନ୍ଦ୍ରରେ ତୈଳମନ୍ତ୍ରୀ ଥିବାବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍‍.ପି.ଜି. ଦର ବୃଦ୍ଧି କରାଗଲା, ତାଙ୍କ ଦସ୍ତଖତ ମା’ମାନଙ୍କ ଆଖିରେ ଲୁହ ଦେଇଛି, କଷ୍ଟ ଦେଇଛି, ମା’ମାନେ ତାଙ୍କୁ କ୍ଷମା କରିବେ କି ?

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ, ଖୋଲିଲେ କି ?

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ସ୍ୱାର୍ଥରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି କି ଲଢ଼ିପାରିବେ ନାହିଁ ? ଏ ମାଟିର ସ୍ୱରକୁ କେବେ ବି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇ ନାହାନ୍ତି ?ତାଙ୍କ boss ଙ୍କ ସାମ୍ନାରେ ସେ ମୁହଁ ଖୋଲି ପାରିବେ ନାହିଁ, କ୍ଷମତା ପାଇଲେ ମିଶନ ଶକ୍ତି ବନ୍ଦ କରିଦେବେ, ଏଲ୍‍.ପି.ଜି. ଦର ପୁଣି ବୃଦ୍ଧି କରିବେ l ସେମାନଙ୍କ ଅସଲ ଚେହେରା କୁ ଭଲ ଭାବରେ ଚିନ୍ହି ରଖନ୍ତୁ.l ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ l ପ୍ରଥମ ତିନୋଟି ଦସ୍ତଖତ ହେବ ୧ – ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ଛାଡ଼, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ କରିବେ ୨- ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ୩ – ମିଶନ ଶକ୍ତି ମା ଓ କର୍ମଚାରୀମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା l ଏବେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ ବୋଲି କହିଲା ପରେ ବିଜେପିର ନିଦ ଭାଙ୍ଗି ଯାଇଛି, ସେମାନେ କହୁଛନ୍ତି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ବୋଲି ସେ କହିଥିଲେ l

ଦେବଗଡର ଦେବଭୂମୀରୁ ଜନମତ ନେଲେ ନବୀନ : କହିଲେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି

()ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଜନମତ ନେଲେ l ମା ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ l ନବୀନ ପଟ୍ଟନାୟକ ଭଲ କି ? ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳପୂର୍ଣ୍ଣ ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ l ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ, ଆପଣମାନେ ଖୁସି ତ ?ଉଚ୍ଚସ୍ୱରରେ ସମବେତ ଜନସାଧାରଣ ‘ହଁ’ ଭରିଲେ l ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି l ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ l ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ବିଜେପି ଦଳ ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେ କି ? – ଶ୍ରୀ ପାଣ୍ଡିଆନବିଜେପି ର ମିଛ କଥା କୁ ବୁଝାଇ ଶ୍ରୀ ପାଣ୍ଡିଆନ l କହିଥିଲେ କ୍ଷମତାକୁ ଆସିଲେ ଦର ଦାମ କମାଇବେ, ତେଲ ଦର କମାଇବୁ, ଏଲ୍‍.ପି.ଜି. ସିଲିଣ୍ଡର ଦର କମାଇବୁ, ଚାଷୀଙ୍କ ପାଇଁ ଏମ୍‍.ଏସ୍‍.ପି ଦୁଇଗୁଣ କରିବୁ, ପ୍ରତି ଗାଁକୁ ମୋବାଇଲ କନେକ୍ଟିଭିଟି ଦେବୁ, ଦେବଗଡ଼କୁ ଟ୍ରେନ ସଂଯୋଗ କରିବୁ, କିଛି ହେଲା କି ? ଏଲ୍‍.ପି.ଜି. ସିଲିଣ୍ଡର ଦର ବୃଦ୍ଧିରେ ମା’ମାନଙ୍କ ଆଖିରେ ଲୁହ ଆସିଯାଉଛି. l ବର୍ତ୍ତମାନର ବିଜେପି ଦଳର ସାଂସଦ ପ୍ରାର୍ଥୀ କେନ୍ଦ୍ର ତୈଳ ମନ୍ତ୍ରୀ ଥିଲେ, ତାଙ୍କର ପ୍ରତିଥର ଦସ୍ତଖତ ମା’ମାନଙ୍କୁ କନ୍ଦାଇଛି l ଏଲ୍‍.ପି.ଜି. ଦର ବଢ଼ି ଚାଲିଛି ଚାହିଁଥିଲେ ଦର କମାଇ ପାରିଥାନ୍ତେ କିନ୍ତୁ କମାଇଲେ ନାହିଁ କାରଣ ବଡ଼ ବଡ଼ କମ୍ପାନୀମାନେ କ୍ଷତି ସହିବେ, ସାଧାରଣ ଲୋକଙ୍କ କଥା ପଚାରେ କିଏ ? ମା ସମଲେଇଙ୍କ ପ୍ରକଳ୍ପ କାମକୁ ବହୁ ବିରୋଧ କରୁଥିଲେ ଏବଂ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ କେନ୍ଦ୍ର ମନ୍ତ୍ରୀ, ଏଭଳିକି ସୁପ୍ରିମ୍‍ କୋର୍ଟ ପର୍ଯ୍ୟନ୍ତ ଗଲେ l ମା ସମଲେଇଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଏବଂ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ବବି ଦାସଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ଆମ ଲକ୍ଷ୍ୟ ହାସଲ କରି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କଲୁ l

ଜୁନ ୯ ତାରିଖରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ତିନୋଟି ଦସ୍ତଖତ ହେବ, ୧- ବିଜୁଳି ବିଲ୍‍ ଛାଡ୍‍, ୨-ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ୩ – ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା l ଦେବଗଡ଼ରେ ପ୍ରଧାନ ପାଟକୁ ୧ କୋଟି ଟଙ୍କା, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟି ଟଙ୍କା ମାଧ୍ୟମରେ ବିକାଶ କରାଯାଇଛି, ଦେବଗଡ଼ର ୪ ହଜାର କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଇଛି, ଏହା ହେଉଛି ଲୋକାଭିମୁଖୀ ଶାସନର ଉଦାହରଣବର୍ତ୍ତମାନର ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଥିଲେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକମାନଙ୍କ ପାଇଁ କିଛି କରିଛନ୍ତି କି ? ଏହା ହେଉଛି ଲୋକବିରୋଧୀ ଶାସନର ପରିଚୟ l

ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ : ନବୀନ ପଟ୍ଟନାୟକ….

()ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଲୋକଙ୍କ ଭିତରେ ଥିଲା ବିପୁଳ ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଥିଲା କଥା କମ୍‍, ବିପୁଳ ଜନ ସମର୍ଥନର ଏକ ଦର୍ଶନୀୟ ଉଦାହରଣ ।ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କ ମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଲୋକଙ୍କ ମିଜାଜ୍‍ ଥିଲା ଖୁବ୍‍ ଉତ୍ସାହପ୍ରଦ ।ନବୀନ ପଟ୍ଟନାୟକ ଭଲ କି ? ପଚାରିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉଚ୍ଛ୍ୱସିତ ‘ହଁ’ରେ ପ୍ରତିଧ୍ୱନିତ ହେଇଥିଲା ସଭାସ୍ଥଳ । ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି, 5T ସ୍କୁଲ ରୂପାନ୍ତର, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ମମତା ଯୋଜନା ଆଦି ସବୁ ପ୍ରଶ୍ନରେ ଜନତା ଭରିଥିଲେ ‘ହଁ’। ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଆପଣ ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ପ୍ରଚାରରେ ଯୋଗ ଦେଇ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲା ରେ ରୂପାନ୍ତର ଆସିଛି.ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ ସୁନ୍ଦରଗଡ଼ର ଗୌରବ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ବାବୁ ଆପଣମାନଙ୍କ ପାଇଁ ନୂଆ ରାଉରକେଲା, ନୂଆ ରଘୁନାଥପାଲ୍ଲୀ ଗଠନ କରିବେ ।ବିଜେପିକୁ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କ ନେତାଙ୍କୁ ପଚାରନ୍ତୁ ଯେ ପେଟ୍ରୋଲ, ଡିଜେଲ ଦର କମିଲା କି ? ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‍ପିଟାଲ ହେଲା କି ? କିଛି ହେଲା ନାହି । ମୁଖ୍ୟମନ୍ତ୍ରୀ ଯାହା କହିଥାନ୍ତି ତାକୁ କାମରେ କରି ଦେଖାଇଥାନ୍ତି । ତା’ର ଉଦାହରଣ ଜିଲା ସଦର ମହକୁମା ଡାକ୍ତର ଖାନା ଏବଂ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ।

ସେ ପୁଣି କହିଥିଲେ ଯେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରିବେ, ବିଜୁଳି ବିଲ୍‍ ଛାଡ଼ ଯୋଗୁଁ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ନଥିବା ଲୋକ କାର୍ଡ ପାଇବେ । ବି.ଏସ୍‍.କେ.ୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ ।ସେ କହିଲେ ଯେ ଆପଣମାନେ ଜଣକୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି । ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି ? କିନ୍ତୁ ନବୀନ ବାବୁ ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସ୍ୱାସ୍ଥ୍ୟ ସେବା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା ସବୁ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲା, ସୁନ୍ଦରଗଡ଼ ର ବିକାଶ ପାଇଁ ଯାହା ବି କାମ ହୋଇଛି, ତା ଦୁଇ ଗୁଣ ବେଗ ରେ ଚାଲିବ ।ଏହି ସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ ସେ ଅନୁରୋଧ କରିଥିଲେ । ତା’ପରେ ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀ ଯୋଗେଶ ସିଂହ, ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ଲୋକସଭା କ୍ଷେତ୍ରର ଅନ୍ୟ ବିଧାନ ସଭା ପ୍ରାର୍ଥୀମାନେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।

ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ସଙ୍କଳ୍ପ: ଉପକୂଳ ଓଡ଼ିଶାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର……

() ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି ।କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆୟୋଜିତ ଜନସଭାରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲା ବିଶାଳ ଜନସମୁଦ୍ର । କଟକ ସଦରରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ସେ ଚିନ୍ତା କରୁଛନ୍ତି । କିନ୍ତୁ ବିଜେପି ଦଳ ଯାହା କରୁଛି ସେମାନେ ଓଡ଼ିଶା ୨୫ ବର୍ଷ ପଛକୁ ନେଇଯିବେ ।ସେ ପୁଣି କହିଲେ ଯେ ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, ଓ କୁମ୍ଭୀର କାନ୍ଦଣା କାନ୍ଦିବେ । ଏମାନେ ସମସ୍ତେ ନିର୍ବାଚନ ପର୍ଯ୍ୟଟକ । ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷତମାମ ଦିନରାତି ୨୪ ଘଣ୍ଟା ଆପଣଙ୍କ ସୁଖଦୁଃଖରେ ଛିଡ଼ା ହୋଇ ରହିଛନ୍ତି । ସେ କହିଲେ ଯେ ଯିଏ ବି ଭତ୍ତା, ପକ୍କାଘର, ବି.ଏସ୍‍.କେ.ୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି ।ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଦିନ ୧୧.୩୦ରୁ ଦିନ ଗୋଟାଏ ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ କରିବେ । ଆପଣମାନେ ବିଜୁଳି ପାଇବେ ଆଉ ବିରୋଧୀଙ୍କୁ ଲାଗିବ ସକ୍‍ । ଆପଣମାନେ ଖୁସି ତ !

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି ବୋଲି ମତ ଦେଇ ସେ କହିଲେ ସେଥିପାଇଁ ସେମାନେ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ବିଜେପି କହୁଛି ମାଗଣା ବିଜୁଳି ଦେବ । କିନ୍ତୁ କେମିତି ହେବ ଜାଣିଛନ୍ତି ? ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ତା’ପରେ ଆପଣ ସୋଲାର ପ୍ୟାନେଲ ଲଗାଇ ପାରିବେ । ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ । ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ବିଜେପି ଉପରେ ଆକ୍ରମଣ ଜାରିରଖି ସେ କହିଲେ ଯେ ଏହି ଦଳ ୧୦ ବର୍ଷ କ୍ଷମତାରେ ରହିଲା । ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ମିଳିଲା କି ? ପେଟ୍ରୋଲ, ଡିଜେଲ ଦର କମିବା କଥା ସବୁ ଭୁଲିଗଲେ । ଏଲ୍‍.ପି.ଜି ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି ?ନବୀନ ବାବୁ ପ୍ରତିଶ୍ରୁତି ଦିଅନ୍ତି ଓ ରଖନ୍ତି ମଧ୍ୟ । ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ଅଧିକା କରିଥାନ୍ତି, ଆପଣଙ୍କ ଆଶୀର୍ବାଦରେ ସେ ଆହୁରି ସଶକ୍ତ ହୋଇ କାମ କରିବେ। ଶ୍ରୀମନ୍ଦିରର ରୂପାନ୍ତର କାମ ସମସ୍ତଙ୍କୁ ଦିଶୁଛି, କିନ୍ତୁ ଶୋଇ ରହିଥିବା ବିରୋଧୀଙ୍କୁ ଦିଶୁନି ।ଚାଷୀଙ୍କୁ ଦେବେ ବିନା ସୁଧରେ ୧.୫୦ ଲକ୍ଷ ଟଙ୍କାର ଋଣ ଓ ଚାଷୀ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଦେବେ ।

କଟକରେ ଶ୍ରୀ ପାଣ୍ଡିଆନ କହିଲେ ଯେ କଟକ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି । ସାରା ଓଡ଼ିଶା ତାଙ୍କ କର୍ମଭୂମି । ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲୋକ ଅନେକ କଥା କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ସାରା ଭାରତ ବର୍ଷ ଏକ ନମ୍ବର । ବସ୍ତିବାସିନ୍ଦାଙ୍କୁ ପଟ୍ଟା ଆବଣ୍ଟନ, ବିଜୁ ଆଦର୍ଶ କଲୋନି ନିର୍ମାଣ, ଜାଗା ମିଶନ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଆରୋପ କରି କାମ କରିଛନ୍ତି । ସେ କହିଲେ ଯେ କଟକ ସବୁବେଳେ ବିଜେଡିର ଗଡ଼ ହୋଇ ରହିଛି ଓ ରହିଥିବ ।

ସାଂସଦ ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରି ସେ କହିଲେ ଆପଣଙ୍କ ସାଂସଦ ପ୍ରାର୍ଥୀ ରାଜନୀତିକୁ ଆସିଛନ୍ତି କେବଳ ସେବା କରିବା ପାଇଁ । ଆପଣଙ୍କ ସେବା କରିବେ ଓ ଏ ଅଞ୍ଚଳକୁ ପୁଞ୍ଜି ଆଣିବେ । ଯୁବପୀଢ଼ିଙ୍କୁ ରୋଜଗାର ଦେବେ ।ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ । ସବୁଯାଗାରେ ୫୦ ହଜାରରୁ ଲକ୍ଷେ ବ୍ୟବଧାନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଅନୁରୋଧ କରିଥିଲେ ।ଖଣ୍ଡପଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା, ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୧୬୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ ୩୩୦ କୋଟି ଟଙ୍କାରେ କୁସୁମୀ ଜଳସେଚନ ପ୍ରକଳ୍ପ କରାଯାଉଛି । ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା ଦିଆଯାଇଛି । ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ l ବଡ଼ମ୍ୱାରେ ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁଁ ଅଧିକ ଟଙ୍କା ଦିଆଯାଇଛି ବୋଲି ସେ କହିଥିଲେ । ସେହିପରି ମା ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମା ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‍ ନିର୍ମାଣ, ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ସେ କହିଥିଲେ ।ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଲ୍‍ ଗଡ଼ିବ ବୋଲି ପ୍ରକାଶ କରି ସେ କହିଲେ ଯେ ଏ ମାଟିର ପରିଚୟ ଆହୁରି ଉଜ୍ୱଳ ହେବ । ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା ବୋଲି ମତ ଦେଇ ସେ କହିଲେ ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ । ଦଳର ସଂକଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି, ସହାୟତା କରିଛନ୍ତି । ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି । ଏ ଦୁଇ ସେନାପତିଙ୍କୁ ଆପଣ ୨୫ ତାରିଖରେ ୫୦ ହଜାର ଭୋଟରେ ଜିତାନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଆଠଗଡ଼ରେ ସେ କହିଲେ ଯେ ଧବଳେଶ୍ୱର ପୀଠର ବିକାଶ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା । କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି, ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି । ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ । ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା । ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପାଣ୍ଡିଆନଙ୍କ ନିବେଦନ କରିଥିଲେ ।

ଚୌଦ୍ୱାର-କଟକରେ ସେ କହିଲେ ଯେ କଟକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ବହୁତ ଗୁରୁତ୍ୱ ଦେଇଛନ୍ତି । ୪୫୦୦ କୋଟିରେ ଏସ୍‍.ସି.ବି. ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରାଯାଇଛି । କଟକ ନେତାଜୀ ସୁବାଷ ବସ୍‍ ଟରମିନାଲ, ତାଳଦଣ୍ଡା କେନାଲର ରୂପାନ୍ତର, ଅର୍ବାନ ହାଟ ଓ ଅନେକ ବିକାଶ କାମ କରାଯାଇଛି । ପୁରୀ ପରେ କଟକକୁ ମୁଁ ସବୁଠୁଁ ଅଧିକ ଥର ଆସିଛି ବିକାଶ କାମର ସମୀକ୍ଷା କରିଛି ।

ଲୋକସଭା ପ୍ରାର୍ଥୀ ଶ୍ରୀ ସଂତୃପ୍ତ ମିଶ୍ର କହିଲେ ଯେ ୨୦୨୪ର ନିର୍ବାଚନ ଯୁବ ସମାଜ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ୧୦ ବର୍ଷରେ ଓଡ଼ିଶାର ଯୁବ ସମାଜର ବ୍ୟାପକ ଉନ୍ନତି ଓ ସମ୍ପୂର୍ଣ୍ଣ ସଶକ୍ତିକରଣ ହେବ ।କଟକ ସଦରରେ ବର୍ଷା ସତ୍ତ୍ୱେ ବ୍ୟାପକ ଜନ ସମାବେଶ ଦେଖିବାକୁ ମିଳିଥିଲା । ବର୍ଷାରେ ଏତେ ସଂଖ୍ୟକ ଜନସାଧାରଣ ଓ ବିଜୁ ଜନତା ଦଳର କର୍ମୀଙ୍କୁ ଦେଖି ବିରୋଧୀ ଦିଳର ନିଦ ହଜିଗଲାଣି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବାବୁଙ୍କ ପ୍ରଂଶସା କରି ସେ କହିଲେ ଯେ ଚନ୍ଦ୍ରସାରଥୀ ବାବୁ ସବୁବେଳେ ଏ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଲାଗିଥାନ୍ତି ।

କଟକ ସଦର ଅଞ୍ଚଳର ବିକାଶ କାମର ହିସାବ ଦେଇ ସେ କହିଲେ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତିକରଣ ପାଇଁ ପ୍ରଥମ କିସ୍ତି ବାବଦରେ ୨୫ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୫ କୋଟି, ଚିତ୍ରତ୍ପୋଳା ନଦୀ ଉପରେ ସେତୁ ପାଇଁ ୩୦କୋଟି, ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୭୫ କୋଟି ଦିଆଯିବା ସହିତ ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଇଛି ।

ବିଜେପିକୁ ବିଜେଡିର ପ୍ରଶ୍ନ_କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ବିଜେପି ନେତାଙ୍କ ମୁହଁରେ ତୁଣ୍ଡି….

() ୨୦୨୪ ପାଇଁ ରାଜନୀତି ପାରଦ ଉପର ମୁହାଁ l ବିଜେଡିର ଗୋଟିଏ ପ୍ରଶ୍ନର ଉତ୍ତର ନାହିଁ ମୁଖ୍ୟ ବିରୋଧି ବିଜେପି ପାଖରେ l ଜାତୀୟ ସ୍ତରର ନେତାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରର ନେତାଙ୍କ ଯାଏ କେହି ବି ବିଜେଡି ଏହି ପ୍ରଶ୍ନର ଉତ୍ତର ଦେଇପାରୁ ନାହାନ୍ତି l ଯାହାକୁ ବିଜେପି ବିରୋଧରେ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେଡି l ଯେହେତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମକକ୍ଷ କେହି ନାହାନ୍ତି ବିଜେପିର ଖାସ୍ ସେଥିପାଇଁ ବିଜେଡି ପ୍ରଶ୍ନର ଉତ୍ତର ଦେଇ ପାରୁନି ବିଜେପି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି l

ଆଜି ଭୁବନେଶ୍ଵରରେ ବିଜେପିର ବଡ଼ ପ୍ରେସମିଟ୍ ଓଡ଼ିଶା ବିଜେପିର ୫ ମଙ୍ଗୁଆଳଙ୍କ କରିବେ ବୋଲି ଖବର ଆସିଲା l ଏହାର ମାତ୍ର କେହି ଘଣ୍ଟା ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏବଂ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଙ୍କର ଦୁଇଟି ପୃଥକ୍ ଏକ୍ସ(ଟୁଇଟ୍) ଆସିଥିଲା ।

ବବି ଲେଖିଥିଲେ, ଓଡ଼ିଶା ବିଜେପି ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା । ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।

ସସ୍ମିତ୍ ଲେଖିଥିଲେ, ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଲି ଯେ ଆଜି ସକାଳ ୯ଟାରେ ଓଡ଼ିଶା ବିଜେପି ନେତାମାନେ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯାଉଛନ୍ତି । ଜଣେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉଥିବା ଉକ୍ତ ସୂତ୍ରରୁ ଜାଣିବାକୁ ମିଳୁଛି । ଏହା ଭଲ କଥା ଯେ, ସେମାନେ ଜଣେ ମହିଳାଙ୍କ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁଛନ୍ତି ।

ତେବେ ସକାଳ ୯ଟାରେ ବିଜେପିର ପ୍ରେସମିଟ୍ ନ ହେବାରୁ ୯ଟା ୫୩ ମିନିଟ୍ ରେ ସସ୍ମିତ୍ ପାତ୍ରଙ୍କର ଆଉ ଏକ ଟୁଇଟ୍ ଆସିଥିଲା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବରିଷ୍ଠ ବିଜେପି ନେତାଙ୍କ ମଧ୍ୟରେ ହଠାତ୍ କଳହ ଲାଗିବାରୁ ପ୍ରେସମିଟ୍ ପୂର୍ବ ପ୍ରସ୍ତାବିତ ସକାଳ ୯ଟାରେ ହୋଇପାରିନାହିଁ ବୋଲି ସେ ଦର୍ଶାଇଥିଲେ । ରାଜ୍ୟ ବିଜେପିର ଏହା ଦୁଃଖଦ ଅବସ୍ଥା ବୋଲି ସେ ଲେଖିଥିଲେ ।

ଇତିମଧ୍ୟରେ ବିଜେପି ପ୍ରେସମିଟ୍ ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ଏବଂ ୧ ଘଣ୍ଟା ବିଳମ୍ବ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକମାନଙ୍କଠାରୁ କ୍ଷମା ମାଗିନେଇଥିଲେ । ଖରାପ ପାଗ ଯୋଗୁଁ ସେ ସମ୍ବଲପୁରରୁ ଆସିବାରେ ବିଳମ୍ବ ହେଲା ବୋଲି ଜଣାଇଥିଲେ ।

ବିଜେପି ପ୍ରେସମିଟ୍ ସରିବା ପରେ ପ୍ରାୟ ସାଢ଼େ ୧୧ଟା ବେଳେ ସସ୍ମିତ ପାତ୍ରଙ୍କର ଆଉ ଏକ ଟୁଇଟ୍ ଆସିଥିଲା । ସେ ଲେଖିଥିଲେ- ଆମେ ଶୁଣିବାକୁ ପାଉଥିଲୁ, ଆଜି ଓଡ଼ିଶା ବିଜେପି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ହେଲେ ଏହାପରେ ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଘଟିଲା ଯେ, ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ । ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ । ତେବେ ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ଏଡ଼ାଇ ବିଜେଡିର ନେତା ନାହାଁନ୍ତି ବୋଲି କାଉଣ୍ଟର ଜବାବ ଦେଇଥିଲା ବିଜେପି l ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି l

ଢେଙ୍କାନାଳରେ ପାଣ୍ଡିଆନ ମାରାଥନ ପ୍ରଚାର: ଲକ୍ଷ୍ୟ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା…

() ଆଖିରେ ନିଦ ନାହିଁ l ଦିନରାତି ଏକ କରି ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରୁଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ l ଆଜି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା ଓ ତାଳଚେରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଧାନ ସଭା ପ୍ରାର୍ଥୀ ଶ୍ରୀ ମହେଶ ସାହୁ, ଡଃ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ ଓ ମୁକେଶ ପାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି । ଆଜିର ଜନସଭା ଗୁଡ଼ିକରେ ବିଜେପି ଦଳ ଉପରେ ଶାଣିତ ଆକ୍ରମଣ କରି ଦଳର ମୁଖା ଖୋଲିଛନ୍ତି ଶ୍ରୀ କାର୍ତ୍ତିକ ପାଣ୍ଡିଆନ l କେନ୍ଦ୍ରମନ୍ତ୍ରୀଙ୍କ ସବୁ ଛଳନାକୁ ଲୋକଙ୍କ ସାମନାରେ ଖୋଲିଛନ୍ତି ଶ୍ରୀ ପାଣ୍ଡିଆନ । ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି । କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି lଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର କୋଟି । ୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି। ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି। ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକରୂପାନ୍ତରଣ ହୋଇପାରିଥାନ୍ତା । କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି । ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା । ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ । ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ । ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣି ପାରିଲେ ନାହିଁ । ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ। ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ।ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି ।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର 5T ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ ।ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଏଇଟା ହେଉଛି ବିଜେପିର ମାଗଣା ବିଜୁଳି । ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଲେ ଯେ ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରଦ୍ଦ କରିବା ପାଇଁ, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?

ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଦିନରେ ଲଣ୍ଠନ ଦେଖାଉଛନ୍ତି, ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି ।

 

ପାଲଲହଡାରେ ସ୍ୱାଧିନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପାଣ୍ଡିଆନ କହିଲେ ଯେ ଏହି ପବିତ୍ର ମାଟିର ବରପୁତ୍ରମାନଙ୍କର ସମ୍ମାନ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିଛନ୍ତି କି ? ଏ ମାଟିରେ ଜନ୍ମ ହୋଇ ଜନ୍ମମାଟିକୁ ଭୁଲି ଯାଇଛନ୍ତି ।

ସେ ପୁଣି କହିଲେ ଯେ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତା ଦାବି କରୁଛନ୍ତି ଯେ କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ୱର କରିବେ । ୧ ନମ୍ୱର ନୁହେଁ, ରାଜ୍ୟକୁ ୨୫ ବର୍ଷ ତଳକୁ ନେଇଯିବେ । ଯେଉଁ ରାଜ୍ୟରେ ଅଛନ୍ତି ସେଠି ଏହାହିଁ କରିଛନ୍ତି ।ଆଜି ସକାଳର ବିଜେପିର ପ୍ରେସ୍‍ମିଟ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ । କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା ।ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଲେ ଯେ ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ଯଦି କରନ୍ତୁ । ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ । ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।

ଶେଷରେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ସେ ଅନୁରୋଧ କରିଥିଲେ । କର୍ମୀମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବୋଧନ କରି ସେ କହିଲେ ଯେ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ ।ସଭାଗୁଡ଼ିକରେ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇ ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ ।

୧୫ ତାରିଖରେ ରାହୁଲ,୧୬ ତାରିଖରେ ଓଡ଼ିଶା ଆସିବେ ଖଡ଼ଗେ

() ଫୁଣି ଓଡିଶା ଆସିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ l ମେ 15 ତାରିଖରେ ବଲାଙ୍ଗୀରି ଆସିବେ ରାହୁଲ ଗାନ୍ଧୀ l ଦିନ 11 ସମୟରେ ଭୁବନେଶ୍ୱର ବିମାନବନ୍ଦରେ ପହଁଚିବେ ରାହୁଲ l ଏହାପରେ ସିଧା ବଲାଙ୍ଗୀରି ଅଭିମୁଖ୍ୟ ଯାତ୍ରା କରିବେ l ବଲାଙ୍ଗୀରିରେ 45 ମିନିଟର ସାଧାରଣ ସଭାରେ କରିବାର କାର୍ଯ୍ୟକ୍ରମ ରହିଛି l ଏହାପରେ ପୁନର୍ବାର ଭୁବନେଶ୍ୱର ବିମାନବନ୍ଦର ପ୍ରତ୍ୟାପର୍ତନ କରି ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା କରିବେ ରାହୁଲ l ସେହିପରି ଏ 16 ତାରିଖରେ କଂଗ୍ରେସ ଅଧକ୍ଷ ମାଲିକ ଅର୍ଜୁନ ଖଡ଼ଗେ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି l କନ୍ଧମାଳରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ କଂଗ୍ରେସ ଅଧକ୍ଷ l ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି l

କାମାକ୍ଷାନଗର ପ୍ରଚାର ମଞ୍ଚରୁ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନ ଟାର୍ଗେଟ : ଜନ୍ମମାଟିକୁ ଭୁଲିଗଲେ ,କିଛି କରିନାହାନ୍ତି….

() ନିଜମାଟି ପାଇଁ କିଛି କରି ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଯେଉଁଠି ପାଇଁ ନିଜମାଟି ଛାଡ଼ି ସମ୍ୱଲପୁରରେ ନିର୍ବାଚନ ଲଢ଼ିବା ଚାଲିଗଲେ l କାରଣ ୧୦ବର୍ଷ ଧରି ନିଜ ମାଟି ପାଇଁ କିଛି କରିନାହାନ୍ତି, ତେଣୁ କରି ଡରିକି ଗଲେ l କାରଣ ଲୋକେ ସବୁ ଜାଣିଛନ୍ତି l କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଆପଣଙ୍କ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ କି ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି, ପିଲାଙ୍କୁ ଛାତ୍ରବୃତ୍ତି ଦେଇଛନ୍ତି କି ? ସ୍କୁଲ, କଲେଜ ଖୋଲିଛନ୍ତି କି, ଦକ୍ଷତା କେନ୍ଦ୍ର ଖୋଲିଲେ କି ?

କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତରଣ କରିଛନ୍ତି l ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ. l ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ.l ଏବେ ସମ୍ବଲପୁର ରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି l ଏତେବର୍ଷ ହୋଇଗଲା କଟକ-ସମ୍ୱଲପୁର ଜାତୀୟ ରାଜପଥକୁ ସଜାଡ଼ି ପାରୁନାହାନ୍ତି, ଦୁର୍ଘଟଣାରେ ଅନେକ ଜୀବନ ହାନି ହେଉଛି l ପ୍ରତିଦିନ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର, ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି ।ଓଡ଼ିଶାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ଆପଣ ସହ୍ୟ କରିପାରିବେ କି ?

ଡବଲ ଇଞ୍ଜିନ ସରକାର ଓଡ଼ିଶା ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି, ମାଗଣାରେ ବିଜୁଳି ଦେବୁ ସୂର୍ଯ୍ୟକିରଣରୁ l ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ ଛାଡ଼, ଓଡ଼ିଶା ୯୦ ପ୍ରତିଶତ ପରିବାର ଉପକୃତ ହେବେ l

ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ?୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ କର୍ମୀ ଏବଂ ଉପସ୍ଥିତ ଜନ ସାଧାରଣଙ୍କୁ ଆହ୍ୱାନ ଦେଲେ l

ଦୁଃଖ ପ୍ରକାଶ କଲେ ପାଣ୍ଡିଆନ: କହିଲେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଗାଳି ଦେବା ବହୁ ଦୁଃଖର କଥା

()ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ l କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତିଜ  l ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ ୪୦ ହଜାର ଭୋଟରେ ହାରିଲେ l ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ l ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନଙ୍କ ଆଶୀର୍ବାଦ ଏଥର ବି ପରାଜୟ ଗ୍ରହଣ କରିବେ l କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି କୁହନ୍ତୁ.ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଳିଛନ୍ତି କି ?କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି ଦୁଇଦିନ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପେନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ, ଏଇଟା ହେଉଛି ବିଜେପିର ମାଗଣା ବିଜୁଳିl ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ l ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରାଜ୍ୟ ସରକାର ଭରଣା କରିବେ l ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଲଣ୍ଠନ ଦେଖାଉଛନ୍ତି । ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି l ଆଜି ସକାଳେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା l ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ କରନ୍ତୁ, ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ, ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରନ୍ତୁ l କର୍ମୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ହିନ୍ଦୋଳକୁ ବହୁତ ଭଲ ପାଆନ୍ତି, ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର ଅଛି

ସବୁ ବୁଥରେ ଯୋଗାଇ ଦିଆଯାଇଛି ବିଦ୍ୟୁତ ସଂଯୋଗ :- ସିଇଓ

 

ସ୍ୱାଭିମାନ ଅଞ୍ଚଳରେ ଥିବା 23 ବୁଥରେ ସୁରୁଖୁରୁରେ ମତଦାନ ହେଉଛି । ସକାଳ 9 ଟା ସୁଦ୍ଧା 9.75 ପ୍ରତିଶତ ମତଦାନ ହୋଇଛି । କୋଟିଆରେ ଥିବା 9ଟି ବୁଥରେ ହାରାହାରି 10 ପ୍ରତିଶତ ମତଦାନ ହୋଇଛି । ସୁରୁଖୁରୁରେ ମତଦାନ ଚାଲିଛି । ରାଜ୍ୟରେ 9 ଟା ସୁଦ୍ଧା ହାରାହାରି 9 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । କୋରପୁଟ ଲୋକସଭା କ୍ଷେତ୍ରର ଜୟପୁରରେ 15.5 ପ୍ରତିଶତ, ଉମରକୋଟରେ 13 ପ୍ରତିଶତ ଝରିଗାଁରେ 12.1 ପ୍ରତିଶତ, ଜୁନାଗଡ଼ରେ 11 ପ୍ରତିଶତରୁ ଅଧିକ ମତଦାନ ହୋଇଛି । କୋରାପୁଟ 10, କଳାହାଣ୍ଡି, ନବରଙ୍ଗପୁର ଓ କେତେକ ସ୍ଥାନୀୟ ସମସ୍ୟା ନେଇ ଲୋକେ ଭୋଟ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଏ ପର୍ଯ୍ୟନ୍ତ 65 ବାଲାଟ ୟୁନିଟ ପରିବର୍ତ୍ତନ ହୋଇଛି । 83 କଣ୍ଟ୍ରୋଲ ୟୁନିଟ ପରିବର୍ତ୍ତନ ହୋଇଛି । ସେହିପରି ଭିଭିପାଟ 110 ୟୁନିଟ ପତିବର୍ତ୍ତନ ହୋଇଛି । ମକ ପୋଲ ସମୟରେ ଅଧିକାଂଶ ପରିବର୍ତ୍ତନ ହୋଇଛି । ତ୍ରୁଟି ଅଭିଯୋଗ ଆସିଲେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟ ସଜାଡିବା ବଦଳରେ ପରିବର୍ତ୍ତନ କରାଯାଏ । ସବୁ ବୁଥରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । କିଛି ବୁଥରେ ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଇଛି ବୋଲି ସିଇଓ ଓଡିଶା ନିକୁଞ୍ଜ ବିହାରୀ ଧଳ କହିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news