ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ କହିବା ନିନ୍ଦନୀୟ : ନବୀନ

- Advertisement -

() ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଙ୍କ ବୟାନ କୁ ନିନ୍ଦନୀୟ କହିଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ । ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଓ ବିଶ୍ୱାସକୁ କ୍ଷତାକ୍ତ କରିଛି । ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ପ୍ରତିକ । ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ । ମୁଁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ବିଜେପିକୁ ଅପିଲ କରୁଛି । ଏହା କରି ଆପଣ ଓଡ଼ିଆ ଅସ୍ମିତାକୁ ଗଭିର ଭାବରେ ଆଘାତ ପହଞ୍ଚାଇଛନ୍ତି । ଯାହା ଓଡ଼ିଶାବାସୀ ଦୀର୍ଘଦିନ ପାଇଁ ମନେ ରଖିବେ ଆଉ ନିନ୍ଦା କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ବିତ ଙ୍କ ମତ କୁ କଠୋର ସମାଲୋଚନା କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles