ନବୀନଙ୍କ ନୂଆ ଟିମ

()ବିଜେଡି ସଂଗଠନର ହେବ ଢାଞ୍ଚାଗତ ପରିବର୍ତ୍ତନ l ଦଳ ପ୍ରତି ଆନୁଗତ୍ୟ ଥିବା ବହୁ ବରିଷ୍ଠ ନେତାଙ୍କୁ ନବୀନ ପଟନାୟକ ସଂଗଠନର ଗୁରୁ ଦାୟିତ୍ବ ଦେବାକୁ ଯାଉଛନ୍ତି l ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରୀୟା ଶେଷ ହେବା ପରେ ଏବେ ତୃଣମୂଳସ୍ତରୁ ରାଜ୍ୟ ନେତୃତ୍ବ ଯାଏ ବିଜେଡି ସଂଗଠନ ନୂଆରୂପ ଦିଆଯାଉଛି । ଦଳର ହେବିଓ୍ପେଟ ନେତାମାନଙ୍କୁ ସଙ୍ଗଠନର ବିଭିନ୍ନ ପଦପଦବୀର ଦାୟିତ୍ୱ ଦେବା ସହ ଜିଲ୍ଲାର ସଂଗଠନର ଗୁରୁ ଦାୟିତ୍ୱ ଦେବାକୁ ନବୀନ ଚିନ୍ତା କରିଛନ୍ତି l ବିଜେଡିକୁ ସଶକ୍ତ କରିବା ପାଇଁ ନବୀନ ନିବାସରୁ ଶଙ୍ଖଭବନ ଯାଏ ମାନସ ମନ୍ଥନ କରୁଛନ୍ତି ସଭାପତି l ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନି ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରମେଶ ଚାଉପଟନାୟକ,ମଙ୍ଗଳା କିଶାନ, ପ୍ରଫୁଲ୍ଲ ସାମଲ, ରବି ନନ୍ଦ, ଅଶୋକ ପଣ୍ଡା, ପ୍ରତାପ ଜେନା, ସୁଦାମ ମାଣ୍ଡି, ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବ ବିଶ୍ବାଳ, ପ୍ରଦୀପ ଅମାତ, ନିରଂଜନ ପୂଜାରୀ, ଅଶ୍ୱନି ପାତ୍ର, ରମେଶ ମାଝୀ, ରବୀନ୍ଦ୍ର ଜେନା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ନେତା ସଂଜୟ ଦାସ ବର୍ମା, ମୁନା ଖାଁ, ପ୍ରଣବ ପ୍ରକାଶ ଦାସ,ଅତନୁ ସବ୍ୟସାଚୀ ନାୟକ, ମାନସ ମଙ୍ଗରାଜ, ବିଜୟ ନାୟକ, ପ୍ରିତୀ ଘଡାଇ ପ୍ରମୁଖ ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ନବୀନ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l କେଉଁ ଜିଲ୍ଲାରେ କେମିତି ସଂଗଠନ ଅଛି ଓ କଣ ରଣନୀତି କରାଗଲେ ଦଳ ପୁଣି କ୍ଷମତାକୁ ଆସିବ ତାହାକୁ ଦଳ ଫୋକସ୍ କରିଛି l ୨୦୨୪ ନିର୍ବାଚନରେ ବିଜେଡି ରାଜ୍ୟରେ ସର୍ବାଧିକ ଭୋଟ ପାଇଁ ସଶକ୍ତ ବିରୋଧୀ ଦଳର ଭୂମିକା ଲିଭାଉଛି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳର ବିଜେଡିର ସାଙ୍ଗଠନିକ ସମ୍ପାଦକ ପଦବୀ ରହିବ ନାହିଁ lଦଳର ଯୁବ ନେତାମାନଙ୍କୁ ଜିଲ୍ଲା ଦାୟିତ୍ଵ ଦିଆଯିବlସେହିପରି ଦଳର ସଂସଦୀୟ ବୋର୍ଡ କମିଟି, ରାଜନୈତିକ ବ୍ୟାପାର କମିଟି ଢାଞ୍ଚାରେ ନୂଆ ଟିମ୍ ଗଠନ କରିବେ ନବୀନlକାର୍ଯ୍ୟକାରୀ ସଭାପତି କି ସଂଗଠନ ସମ୍ପାଦକ ପଦ ଦଳରେ ରହିବ ନାହି l ବରଂ ନବୀନ ନିଜର କୋର ଟିମ୍ ଗଠନ କରିବେ l ଯେଉଁ ଟିମ୍ ରେ ପ୍ରସନ୍ନ ଆର୍ଚାଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ସଂଜୟ ଦାସ ବର୍ମା ଦାୟିତ୍ଵରେ ରହିବେl ସେହିପରି ଅରୁଣ ସାହୁ ଓ ଚିନ୍ମୟ ସାହୁଙ୍କୁ ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ବ ଦେଇ ପାରନ୍ତି ନବୀନ lସ୍ନେହାଙ୍ଗିନ ଛୁରିଆ ମହିଳା ସଂଗଠନର ଗୁରୁ ଦାୟିତ୍ବ ଦେଇପାରନ୍ତି ନବୀନ l ବିଭିନ୍ନ ସାମୁଖ୍ୟ ର ଗୁରୁଦାୟିତ୍ଵ କିଛି ବରିଷ୍ଠ ଓ ଯୁବ ନେତାଙ୍କ ହାତରେ ନ୍ୟସ୍ତ କରିବ ଦଳ lପ୍ରଥମ ଥର ଲାଗି ନବୀନ ବିଜେଡିରେ ଶୁଙ୍ଖଳା କମିଟି ଗଠନ କରିବେ l

ଜୁନ ମାସ ପ୍ରଥମ ସପ୍ତାହରେ ନବୀନ ନିଜର ନୂଆ ଟିମ୍ ଘୋଷଣା କରିବେ l ଯାହାକୁ ନେଇ ଏବେଠାରୁ ବିଜେଡି ଶିବିରରେ ଉତ୍ସାହ ବଢ଼ିଛି l

କିଛି ଭିନ୍ନ କାମ, କିଛି ଭିନ୍ନ ଉଦ୍ଦେଶ୍ୟ

()ଆଜିର ଯୁବ ପିଢ଼ି ଫ୍ରି ପ୍ଲଫାଇୟ, ରିଲ୍ସ, ବେଟିଂ ଆପ୍ ପଛରେ ଧାଇଛନ୍ତି l ହେଲେ ଏମିତି କିଛି ଯୁବକ ଅଛନ୍ତି, ଯେଉଁମାନେ ନିଜ ପକେଟ ଖର୍ଚ୍ଚର ଅର୍ଥକୁ ସଂଚିତ କରି କିଛି ଭିନ୍ନ କାମ, କିଛି ଭିନ୍ନ ଉଦ୍ଦେଶ୍ୟ ଲଗାଉଛନ୍ତି l ଯାଜପୁର ରୋଡର ମିଟ ଆଣ୍ଡ ଗ୍ରିଟ ଗ୍ରୁପ ଆଜି ସାରା ଓଡିଶାର ଯୁବ ଶକ୍ତି ଙ୍କ ପାଇଁ ଉଦାହରଣ ସାଜିଛନ୍ତି l ଯୁବକଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଗୋଟେ ରାଷ୍ଟ୍ର ଓ ରାଜ୍ୟ ନିର୍ମାଣ ସମ୍ଭବ l ଯାହା ଯାଜପୁର ରୋଡ ଯୁବକମାନେ ବିଭିନ୍ନ ସମାଜସେବା କାର୍ଯକ୍ରମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ୍ ସାଜିଛନ୍ତି l କେତେବେଳେ ଅନାଥ ଆଶ୍ରମ ଯାଇ ସେଠାକାର ଅନ୍ତେବାସୀ ଙ୍କ ମୁଁହରେ ହସ ଫୁଟାଉଛନ୍ତି ତ କେତେବେଳେ ଅସହାୟ ବ୍ୟକ୍ତିର ଆଶାବାଡି ସାଜିଛନ୍ତି l ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରୀ ରହିଥିବା ବେଳେ ଜଳଛତ୍ର ଖୋଲି ଲୋକଙ୍କୁ ଶୋଷ ମେଣ୍ଟାଉଛନ୍ତି l ବହୁ ସଦସ୍ୟ ନୁହେଁ ଅନୁଷ୍ଠାନର ଅଳ୍ପ ସଦସ୍ୟ ଏକାଠି ହୋଇ ଏପରି ମହାନ କାମ କରି ସଭିଙ୍କ ପ୍ରିୟପାତ୍ର ସାଜିଛନ୍ତି ଏହି ଯୁବକମାନେ l ଯାଜପୁର ରୋଡର ମିଟ ଆଣ୍ଡ ଗ୍ରିଟ ଗ୍ରୁପ ଶ୍ରୀତମ ବାରିକ , ସମ୍ଭୁନାଥ ବିଶ୍ୱାଳ, ଅମ୍ରିତ କୁମାର ସାହୁ, ଦିବ୍ୟଜ୍ୟୋତି ଭୁଇଆଁ,ସହଯୋଗକାରୀ :- ଦେବାଶିଷ ପୃଷ୍ଟି, ଆଶିଷ ଜେନା, ନିରଞ୍ଜନ ବେହେରା, ବିଶ୍ୱଜିତ ସାମଲ, ରାଜ ପରିଡା, କ୍ରିଷ୍ଣାଶିଶ, ବାଦଲ, ୟୁବରାଜ, ସୌରବ, ରାହୁଲ, ମନୋରଞ୍ଜନ, ଶୁଭମ, ମୁନୁ, ଅନ୍ୟ ସଦସ୍ୟମାନେ ଆଜି ରାଜ୍ୟର ଅନ୍ୟ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛି l

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

() ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ ପ୍ରଫେସର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ପ୍ରଫେସର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ମହାପାତ୍ର ସୋଆର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ବର୍ତମାନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦବୀରେ ଅଧିଷ୍ଠିତ ଅଛନ୍ତି। ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ମହାପାତ୍ର ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ବିଶ୍ୱର ଶ୍ରେଷ୍ଠ ୫ ଜଣ ନ୍ୟୁରୋସର୍ଜନଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ଦିଆଯାଇଛି। ନୂଆଦିଲ୍ଲୀରୁ ଫେରିବା ପରେ ପ୍ରଫେସର ମହାପାତ୍ର ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ। ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

ସାମ୍ବାଦିକଙ୍କ ଦାବି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଭେଟିଲା ଓୟୁଜେ ଟିମ୍

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶଙ୍କ ସହ ଓୟୁଜେ ର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ତୁରନ୍ତ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ,ଅନୁମୋଦନ ଅପେକ୍ଷାରେ ଥିବା ଅଧି ସ୍ଵୀକୃତି ଆବେଦନର ,ଉପରେ ଆଶୁ ନିଷ୍ପତ୍ତି,ପେନସନ ଯୋଜନା ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ ,କର୍ପସ ଫଣ୍ଡ ର ପରିମାଣ ବୃଦ୍ଧି ସହ ସାମ୍ବାଦିକଙ୍କୁ ମିଳୁଥିବା ଅନୁକମ୍ପା ରାଶିର ପରିମାଣ ବୃଦ୍ଧି ଓ ସ୍ଵାସ୍ଥ୍ୟ ବୀମା ସହାୟତାକୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଇବାକୁ ଓ ୟୁ ଜେ ସଭାପତି ସଭାପତି ପ୍ରସନ୍ନ ମହାନ୍ତିଁ ଦାବି ରଖିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ନିର୍ଦ୍ଦେଶକ ଙ୍କୁ ୟୁନିଅନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।ଓୟୁଜେ ଉପସଭାପତି ରାଜେଶ ପଟ୍ଟନାୟକ ଓ କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ପରିଡ଼ା ଏହି ପ୍ରତିନିଧି ଦଳରେ ଯାଇ ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ନିର୍ମାଣ ଶ୍ରମିକ କାର୍ଡ଼ ନୁହେଁ, ସାମ୍ବାଦିକଙ୍କ ପାଇଁ ଲୋଡ଼ା ପେନସନ ସୁରକ୍ଷା : ଓୟୁଜେ

ଭୁବନେଶ୍ୱର,୧ା୫: ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ପରିସରଭୁକ୍ତ କରିବା ଓ ସେମାନଙ୍କ ଲାଗି ପେନ୍ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡ଼େସନ୍ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଥିଲାବେଳେ ଏ ଦିଗରେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଙ୍ଗଠନ ‘ଓଡ଼ିଶା ସାମ୍ବାଦିକ ୟୁନିଅନ୍’ (ଓୟୁଜେ) ଉଦ୍ବେଗ ପ୍ରକାଶ କରିଛି । ଏହିସବୁ ଦାବି ପ୍ରତି ଗୁରୁତ୍ୱ ନ ଦେଇ ସରକାର ସାମ୍ବାଦିକମାନଙ୍କୁ ନିର୍ମାଣ ଶ୍ରମିକ କାର୍ଡ଼ ଦେବା ସମ୍ପର୍କରେ କରାଯାଇଥିବା ଘୋଷଣାକୁ ଓୟୁଜେ ପ୍ରତ୍ୟାଖ୍ୟାନ କରିଛି ।

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଗୁରୁବାର ଦିନ ସ୍ଥାନୀୟ ଓୟୁଜେ ଭବନରେ ଆୟୋଜିତ ଶ୍ରମିକ ଦିବସ ଉତ୍ସବରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନ୍ସନ୍, ପ୍ରୋଟେକ୍ସନ ଓ ଆକ୍ରିଡ଼େସନ ବାବଦରେ ଓୟୁଜେ ଚଳାଇ ଆସିଥିବା ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ । ଶ୍ରମିକ ଦିବସ ଅବସରରେ ଓୟୁଜେର ସମସ୍ତ ଜିଲ୍ଲାଶାଖା ପକ୍ଷରୁ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦିଆଯାଇଥିବା ସେ ସୂଚନା ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ବୋଲି ବୈଠକରେ ଦାବି କରାଯାଇଥିଲା । ଖୁବ୍ଶୀଘ୍ର ଓୟୁଜେର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି ସାମ୍ବାଦିକମାନଙ୍କ ପ୍ରମୁଖ ଦାବି ଉପରେ ଆାଲୋଚନା କରିବେ ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।

ଓୟୁଜେର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, ସଙ୍ଗଠନ ସମ୍ପାଦକ ଋତୁରାଜ ସିଂ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, କିଷାନ ରାଉତ, ପ୍ରମୋଦ ସାମନ୍ତରାୟ, ଭୁବନେଶ୍ୱର ଶାଖା ସଂଯୋଜକ ଚିନ୍ମୟ ମହାପାତ୍ର, ବରିଷ୍ଠ ସଦସ୍ୟ ଆଦିତ୍ୟ ମେକାପ, ପ୍ରଫୁଲ୍ଲ ମହାନ୍ତି, ଅଜୟ ଦାସ, ଅଶୋକ ଦାସ, ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଏହି ଅବସରରେ ପହଲଗାଓଁ ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଟିଇଆରର ପୁରାତନ ଛାତ୍ର ତଥା ଓଡ଼ିଶା ସୋସାଇଟି ଅଫ୍ ୟୁକେର ସମ୍ପାଦକ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍‌ସ୍କାନ୍‌, ୟୁନାଇଟେଡ୍ କିଙ୍ଗଡମ୍‌ର ସହ-ପ୍ରତିଷ୍ଠାତା ଶ୍ରୀ ଲୋହିତ କୁମାର ଦାସ ।
ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବା ବେଳେ ଲଣ୍ଡନ୍ ବିଜିନେସ୍ ସ୍କୁଲରୁ ଏମ୍‌ବିଏ ମଧ୍ୟ କରିଛନ୍ତି । ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।ସେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି ।
ବର୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ।ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ସମୟରେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସୋଆର ପୁର୍ବତନ ଛାତ୍ରଛାତ୍ରୀମାନଙ୍କୁ କିଭଳି ଅଧିକ ମାତ୍ରାରେ ଏକତ୍ରିତ କରାଯାଇ ପାରିବ ସେ ସମ୍ପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କୁ ଅଧିକ ମାତ୍ରାରେ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଅଧିକ ଗୁରୁତ୍ୱ ଦିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଉପସ୍ଥିତ ଥିଲେ ।

ଜଟିଳ ଜନ୍ମଗତ ତୃଟି ଥିବା ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହେଲେ ସମ୍ମମ ଡାକ୍ତରୀ ଟିମ୍‌…

ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତରୀ ଟିମ୍‌।

ଗର୍ଭଧାରଣର ମାତ୍ର ୩୩ ସପ୍ତାହରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିର ବିରଳ ସମସ୍ୟା ଯାହାକୁ ‘ପାଇରେ ରୋବିନ୍ ସିକ୍ୱେନ୍ସ’ କୁହାଯାଏ ସେଥିରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। ଏହି ସମସ୍ୟା ଜନ୍ମଗ୍ରହଣ କରୁଥିବା ୧୪ ହଜାର ଶିଶୁଙ୍କ ମଧ୍ୟରୁ ଜଣକ ଠାରେ ଦେଖାଯାଇଥାଏ। ଶିଶୁଟିର ତଳପାଟି ଖୁବ୍ ଛୋଟ ରହିଥିବା ବେଳେ ଜିଭଟି ମଧ୍ୟ ଠିକ୍ ସ୍ଥାନରେ ରହି ନଥିଲା। ଯାହା ଦ୍ୱାରା ତାର ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ତା’ର ଜୀବନ ପ୍ରତି ବିପଦ ଥିଲା। ଏହା ଛଡ଼ା ଶିଶୁର ତାଳୁ ବିଭକ୍ତ ଥିବାରୁ ସେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବା ସମ୍ଭବ ହେଉ ନଥିଲା।

ଶିଶୁର ପାଟି ଖୁବ୍ ଛୋଟ ଥିବାରୁ ଇନ୍‌ଟ୍ୟୁବେସନ୍ କିମ୍ବା ଭେଂଟିଲେସନ୍ କରିବା ସମ୍ଭବ ନଥିଲା। ତେଣୁ ଡାକ୍ତରମାନେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିଶୁଟିର ଜୀବନ ବଂଚାଇବା ପାଇଁ ଏକ ନୂତନ ପ୍ରକ୍ରିୟା ଆପଣାଇଥିଲେ। ଏକ ଟ୍ରାକିଓଟୋମି ମାଧ୍ୟମରେ ତଂଟିରେ ଛୋଟ କଣା ମାଧ୍ୟମରେ ଟ୍ୟୁବ୍ ଭର୍ତି କରାଯାଇଥିଲା ଯାହା ଦ୍ୱାରା କି ଶିଶୁଟି ନିଃଶ୍ୱାସ ନେବା ସମ୍ଭବ ହୋଇପାରିଥିଲା। ସବୁଠାରୁ ଛୋଟ ଟ୍ରାକିଓଟୋମି ଟ୍ୟୁବ୍ (୨.୫ ମିମି) ଉପଲବ୍ଧ ଥିବା ବେଳେ ଏହା ଶିଶୁର ଶରୀରରେ ବ୍ୟବହାର କରିବା ସମ୍ଭବ ହୋଇନଥିଲା। ତେବେ ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ୍ ଟ୍ରାକିଆଲ ପୋର୍ଟ ମାଧ୍ୟମରେ ରେଟ୍ରୋଗ୍ରେଡ୍ ଇନ୍‌ଟ୍ୟୁବେସନ୍ ପଦ୍ଧତିରେ ଶିଶୁକୁ ନିଃଶ୍ୱାସ ନେବାକୁ ସାହାଯ୍ୟ କରିଥିଲେ ବୋଲି ଅସ୍ତ୍ରୋପଚାରର ଲିଡ୍ ସର୍ଜନ୍ ତଥା ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ବିରଳ ‘ଟ୍ରାକିଆଲ ସ୍ପ୍ଲିଟିଂ’ ପଦ୍ଧତି ଦ୍ୱାରା ଏହି ୨.୫ ମିମି ଟ୍ୟୁବ୍‌ଟି ସଫଳତାର ସହ ଶିଶୁର ଶରୀରରେ ଖଞ୍ଜା ଯାଇପାରିଥିଲା ଏବଂ ଏହା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର ସାହୁ କହିଛନ୍ତି। ଶିଶୁଟି କିଛି ଦିନ ଏନ୍‌ଆଇସିୟୁରେ ଚିକିତ୍ସିତ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲା। ଉପଯୁକ୍ତ ପୋଷଣ, ଏୟାରୱେ ମ୍ୟାନେଜମେଂଟ ସହିତ ଏନ୍‌ଆଇଭି ପ୍ରକ୍ରିୟା ଦ୍ୱାରା ଶିଶୁଟି ସୁସ୍ଥ ଲାଭ କରିଥିଲା। ସେ ବର୍ତମାନ ସାଢ଼େ ୩ ମାସର ହେଲାଣି। ତା’ର ଓଜନ ମଧ୍ୟ ବଢ଼ିଛି ଏବଂ ସେ ନିଜେ ନିଃଶ୍ୱାସ ନେବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି ସମ୍ମମ୍‌ର ଶିଶୁ ଏବଂ ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ତଥା ଶିଶୁଟିକୁୁ ଚିକିତ୍ସା କରୁଥିବା ଡାକ୍ତର ହିମାଂଶୁ ଶେଖର ସାହୁ। ସମ୍ମମ୍‌ର ଶିଶୁରୋଗ ଏବଂ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଏହି ଶିଶୁର ଚିକିତ୍ସା ମେଡିକାଲ୍ ଟିମ୍ ପାଇଁ ଉଭୟ ଡାକ୍ତରୀ ଏବଂ ମାନସିକ ସ୍ତରରେ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି। ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଏନ୍‌ଆଇସିୟୁର ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଶିଶୁଟିର ସଫଳ ଚିକିତ୍ସା ସମ୍ମମ୍‌ର ଚିକିତ୍ସା ପଦ୍ଧତିରେ ନୂତନ ମାଇଲ ଖୁଂଟ ସୃଷ୍ଟି କରିବା ସହ ହସ୍ପିଟାଲ ପୂର୍ବ ଭାରତରେ ନବଜାତ ଶିଶୁରୋଗ ଚିକିତ୍ସାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହୋଇପାରିଛି।

ରଣଜିତ ପାତ୍ର ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି…

ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟ ଭାନୁଚିବ ଶ୍ରୀ ରଣଜିତ ପାତ୍ରଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ମହାନ୍ତି ଏବଂ ଗଣେଶ କୁମାର ସାହୁ ନିଯୁକ୍ତି ପାଇଛନ୍ତି । ଉପସଭାପତି ଭାବରେ ରୁକ୍‌ମଣୀ ମଙ୍ଗରାଜ ଏବଂ ନାରାୟଣ ବାରିକ ନିଯୁକ୍ତି ପାଇଛନ୍ତି। ସେହିଭଳି ସାଧାରଣ ସମ୍ପାଦକ ଭାବେ ନିହାର ରଞ୍ଜନ ବେହେରା, ଅଙ୍କିତ ସଂଘାଇ, ନଳିନୀକାନ୍ତ ନାୟକ, ଗୋପନ ମାର୍ଥା, ଅଭିଜିତ ଜେନା, ଚିନ୍ମୟ କୁମାର ହୋତା, ରାକେଶ କୁମାର ସାହୁ, ମନ୍ଦାକିନୀ ବଣୁଆ, ଶିବ କୁମାର ଅଗ୍ରୱାଲ, ଜ୍ଞାନ ରଞ୍ଜନ ରାଉତ, ସୁଦୀପ ସାମଲ, ସୁରଜ କୁମାର ବେହେରା, ସ୍ମୃତି ରଞ୍ଜନ ମହାନ୍ତି, ବେଣୁପାଣି ଦୁର୍ଗା, ଜୟପ୍ରକାଶ ବାଦୀ, ସତ୍ୟବ୍ରତ ଜେନା, କେଦାର ଦଳାଇ, କାର୍ତିକ ଘଡ଼ାଇ, ସୁବ୍ରତ କୁମାର ବେହେରା, ଅମିତ କୁମାର କୁଅଁର, ସୃଜନିକା ରାଉତ, ରିନା ରାୟ, ରୋଶ୍ମି ଦୀପକ, ବନିତା ଦାସ, ଝିଲ୍ଲି ପ୍ରଧାନ, ସୋନୁ ଶ୍ରୀବାସ୍ତବ, ସେକ ଜାଭେଦ ଅକ୍ତର, ଇମତାଜ ଖାନ ନିଯୁକ୍ତି ପାଇଛନ୍ତି। ସେହିପରି ସମ୍ପାଦକ ଭାବେ ପ୍ରେମଜିତ ମହାନ୍ତି, ନିଳକିଶୋର ଲେଙ୍କା, ହିଂମାଶୁ ଭୂଷଣ ନାୟକ, ସାହାରୁଖ ଖାନ, ପିନାକୀ ନାରାୟଣ ଦାସ, ନିଳାଚଳ ମହାନନ୍ଦ, ବିଶ୍ଵଜିତ ଲେଙ୍କା, ଅଲେଖ କୁମାର ବେଉରା, ପ୍ରତିକ ମହାପାତ୍ର ନିଯୁକ୍ତ ପାଇଛନ୍ତି । ରାଜ୍ୟ ଲିଗାଲ ସେଲର ଅଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ସାହୁ ନିଯୁକ୍ତି ପାଇଛନ୍ତି ।

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ….

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍‌କ୍ଲେଭ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ଶ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍‌ର ଇନ୍ ଚିଫ୍ ଶ୍ରୀ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ଶ୍ରୀ ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ । ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ରକ୍ଷା ଫଡସେ ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି:

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news