ଯାନ୍ତ୍ରିକ ପଦ୍ଧତିରେ ବିହନ ଧାଡ଼ି ବୁଣା ବଢାଇବ ଚାଷୀଙ୍କ ଆୟ

()ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ି ରେ ଧାନ ବିହନ ବୁଣି ଚାଷ କଲେ ଧାନଚାଷ ପାଇଁ ୪୦% ଜଳ କମ୍ ଆବଶ୍ୟକ ପଡ଼ିବ ବୋଲି ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥା ଇରିର ବୈଜ୍ଞାନିକ ଅଶୋକ କୁମାର ଯାଦବ କହିଛନ୍ତି। ଭୁବନେଶ୍ଵର ରେ ଆୟୋଜିତ ଏକ କୃଷି କର୍ମଶାଳା ରେ ମୁଖ୍ଯ ବକ୍ତା ଭାବେର ଯୋଗ ଦେଇ ଯାଦବ କହିଛନ୍ତିି ଯେ ଯାନ୍ତ୍ରିକ ପଦ୍ଧତି ରେ ଧାନ ବିହନ ବୁଣି ଚାଷ କଲେ କେବଳ କମ୍ ଜଳ ଆବଶ୍ୟକ ପଡିନଥାଏ ଏହା ଦ୍ୱାରା ମୂଲିଆ ଖର୍ଚ୍ଚ ମଧ୍ୟ ୪୦% କମିଯାଏ। ଧାଡ଼ି ରେ ବିହନ ବୁଣି ଚାଷ କରିବା ଦ୍ବାରା ଫସଲ ରେ ରୋଗ ପୋକ କମିବା ସହିତ ଅଧିକ ଫସଲ ଅମଳ ହୋଇଥାଏ। ଏହି ପ୍ରଣାଳୀ ରେ ଚାଷ କଲେ ଧାନ ଜମି ରୁ ମିଥେନ ଗ୍ୟାସ ନିର୍ଗମନ କମି ଥାଏ ଏବଂ ବାୟୁମଣ୍ଡଳ କୁ ପ୍ରଦୂଷଣମୁକ୍ତ ରୁହେ। ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଏବଂ ତୈଳ ବୀଜ ଜାତୀୟ ଚାଷ ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ିରେ ବୁଣି ଚାଷ କଲେ ଉତ୍ପାଦନ ଖର୍ଚ୍ଚ କମିବା ସହିତ ଫସଲରୁ ଅଧିକ ଅମଳ ମିଳିଥାଏ ବୋଲି ଯାଦବ କହିଛନ୍ତି। ଏହା ଦ୍ବାରା ମହିଳା ମାନେ ନଇଁ କରି ଧାନ ରୁଆ ସମୟରେ ଭୋଗୁଥିବା ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

ଆଗାମୀ ଦିନରେ ଓୟୁଏଟି ର କୃଷି ବିଜ୍ଞାନ କେନ୍ଦ୍ର ଡିଏସଆର ର ସମ୍ପ୍ରସାରଣ ପାଇଁ ସହାୟତା ଯୋଗାଇଦେବ ବୋଲି ଆଜିର ମୁଖ୍ୟ ଅତିଥି ତଥା ଓୟୁଏଟି ର ଡିନ୍ ରିସର୍ଚ୍ଚ ପ୍ରଶ୍ନଜିତ ମିଶ୍ର କହିଥିଲେ। ଚାଷୀର ଆୟ ବୃଦ୍ଧି ରେ ଧାଡ଼ି ବୁଣା ଚାଷ ସହାୟ ହୋବ ବୋଲି ଆମନ୍ତ୍ରିତ ଅତିଥି ତଥା କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦୀଲ୍ଲିପ ବରାଳ କହିଛନ୍ତି।  ଆଗାମୀ ଦିନରେ ଅଧିକରୁ ଅଧିକ ଧାନ ଚାଷ ଧାଡ଼ି ବୁଣା ପଦ୍ଧତି ରେ କରିବି ବୋଲି ଅନ୍ୟତମ ଅତିଥି ମୟୂରଭଞ୍ଜ ର ଅଗ୍ରଣୀ ମହିଳା ଚାଷୀ ମୋଲା ମାରାଣ୍ଡି କହିଥିଲେ। ଡିଏସଆର ର ବିଭିନ୍ନ ଉପାଦେୟତା ଉପରେ ଚାଷୀ ମାନେ ନିଜର ମତାମତ ଦେଇଥିଲେ। ଏହି କର୍ମଶାଳାରେ ବରଗଡ଼, କଳାହାଣ୍ଡି,ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ଆଠଟି ଜିଲ୍ଲା ର ୧୫୦ ରୁ ଅଧିକ ଚାଷୀ ମାନଙ୍କ ସହିତ , ବହୁ ସ୍ବେଛାସେବୀ ସଂଗଠନ, କୃଷି ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇରି ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଧାନ ଚାଷ ପାଇଁ ଯାନ୍ତ୍ରିକ ସହାୟତା ସହିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛି। ଓଡ଼ିଶା ରେ ୫ ଲକ୍ଷ ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଚାଷ କରାଯାଇ ପାରିବ ବୋଲି ଇରି ସର୍ଭେ କରିଛି ।

ଅଜୟ,ଶରତ ଓ ବିଶ୍ଵଙ୍କ ନାଁରେ  ଠକେଇ ମାମଲା….

ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତି ଙ୍କ ନା ରେ ଠକେଇ ମାମଲା ରୁଜୁ କଲା ଭରତପୁର ଥାନା ପୋଲିସ l କଂଗ୍ରେସର ଏହି ତିନି ନେତାଙ୍କ   ବିରୋଧରେ ଲାଗିଛି IPC ର ଧାରା 120B, 420, 506 ଓ 34 lପୂର୍ବରୁ ମାମଲା ରଖି ନ ଥିଲା ପୋଲିସ.. ଏବେ କୋର୍ଟ ଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିବା ସୂଚନା l ମିଳିଥିବା ସୂଚନା ଅନୁସାରେ 2024 ସାଧାରଣ ନିର୍ବାଚନ ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ର ଙ୍କୁ ଏଲ ଇ ଡି ଗାଡି ରେ ପ୍ରଚାର ପାଇଁ ବ୍ୟବସାୟୀକ ଚୁକ୍ତି ନାମା ହୋଇଥିଲା lଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ 8 ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା l ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷ ଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି l ଏ ନେଇ ସେ ସେତେବେଳେ ଥାନା ରେ ଅଭିଯୋଗ କରିଥିଲେ ବି ଏତଲା ରୁଜୁ ନ ହେବାରୁ କୋର୍ଟ ର ଦ୍ଵାରସ୍ତ ହୋଇଥିଲେ ଆଶୁତୋଷ l ତେବେ ଏନେଇ ୩ଜଣ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

ସୋଆରେ ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’।
ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିଉର ମୁଖ୍ୟ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି। ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି।ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ।ସେ କହିଥିଲେ ଯେ ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷଜମିରେ ଜଳସେଚନ ସୁବିଧା ଥିବା ବେଳେ ବାକି ଜମି ବର୍ଷା ଉପରେ ନିର୍ଭରଶୀଳ। କୃଷି କ୍ଷେତ୍ରରେ ଏଥି ନିମନ୍ତେ ସମସ୍ୟା ଉପୁଜୁଛି। ତେଣୁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ସତ୍ୱେ କୃଷି ଉତ୍ପାଦନ କିପରି ପ୍ରଭାବିତ ହେବ ନାହିଁ ସେଥି ନିମନ୍ତେ ଗବେଷଣା ଜରୁରୀ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଓ ଏହାର ଆଭିମୁଖ୍ୟ ଦିଗନ୍ତ ବିସ୍ତାରି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇସିଏଆର ପରିଚାଳିତ ସେଂଟ୍ରାଲ ହର୍ଟିକଲ୍‌ଚରାଲ୍ ଏକ୍ସପେରିମେଂଟ ଷ୍ଟେସନ୍‌ର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ତାଲିକାରେ ୧୨୭ ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିବା ଚିନ୍ତାଜନକ। ଭାରତର ପ୍ରତିବେଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଏହି ପରିପ୍ରେକ୍ଷୀରେ ଉତମ ସ୍ଥାନରେ ଅଛନ୍ତି ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଓଡ଼ିଶାରେ ନ ଅଙ୍କ ଦୁର୍ଭିକ୍ଷଠାରୁ ଆଜି ଯାଏଁ କୃଷି ଭିତିକ ଜ୍ଞାନ କୌଶଳର ନାଟକୀୟ ମୋଡ ଓ ପରିବର୍ତନ ବିଷୟରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ଅନେକ ଛାତ୍ର ଗବେଷକଙ୍କୁ ପ୍ରଭାବିତ କରିବ ବୋଲି କହିଥିଲେ।ଆଏଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ବିବୁଧ ପରାଶର ସ୍ୱାଗତ ଭାଷଣ ଦେବା ସହ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସମ୍ମିଳନୀର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା।ଉଦ୍‌ଘାଟନ ଉତ୍ସବ ପରେ ସମ୍ମିଳନୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ସର୍ବନାରାୟଣ ମିଶ୍ର ଡ. ଦେବାଶିଷ ମହାନ୍ତି, ଡ. ଜି.ଏ.କେ. କୁମାର, ଶ୍ରୀ ଏସ୍‌.କେ ମୁଶାରଫ ହୁସେନ୍ ପ୍ରମୁଖ ବକ୍ତା ଭାବ ଯୋଗ ଦେଇଥିଲେ। ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ମଂଚ ସଂଯୋଜନା କରିଥିଲେ। ଏଥିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ।

କୃଷକମାନଙ୍କୁ ଅତ୍ୟାଧୁନିକ କୃଷି ନିମନ୍ତେ ସକ୍ଷମ କରିବା ଲକ୍ଷ୍ୟରେ ସୋଆ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା 

ଭୁବନେଶ୍ୱର : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ବେଙ୍ଗାଲୁରୁ ସ୍ଥିତ ହାଇଡେନ୍‌ମେଟ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।ମଞ୍ଜି ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ, ଫସଲର ପ୍ରକୃତ ସ୍ଥିତିର ତଦାରଖ ସହ ଜଳ ଓ ପୋଷଣର ନିଅଂଟ, ତଥା ରୋଗ ନିୟନ୍ତ୍ରଣ ସହ ଫସଲକୁ କୀଟ ଆକ୍ରମଣରୁ ରକ୍ଷା କରି ଉନ୍ନତମାନର ଫସଲ ଅମଳ କରିବାର ଜ୍ଞାନ ପ୍ରଦାନ କରିବା ହେଉଛି ଦୁଇ ଅନୁଷ୍ଠାନ ମଧ୍ୟରେ ଏହି ସହଭାଗିତାର ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ମିଳିତ ଭାବେ ଗବେଷଣା ଏବଂ କର୍ମଶାଳା ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କରନ୍ ରଙ୍ଗରାଜନଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ଅନୁଯାୟୀ ହାଇଡେନ୍‌ମେଟ ସଲ୍ୟୁସନ୍‌ସ ସୋଆରେ ଏକ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିବା ସହ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀର ଫସଲ କିମ୍ବା ମୃତିକା ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ଆଇଓଟି) ସେନ୍ସର୍ ମଧ୍ୟ ସ୍ଥାପନ କରିବ । ଏହିସବୁକୁ ହାଇଡେନ୍‌ମେଟ ସଲ୍ୟୁସନ୍ସର ସ୍ମାର୍ଟ ଟେକ୍ନୋଲୋଜି –ବେସ୍‌ଡ ଏଗ୍ରିକଲ୍‌ଚର ଏନାବ୍ଲର୍ (ଷ୍ଟେଜ୍‌) ପ୍ଲାଟଫର୍ମ ତଦାରଖ କରିବ । ଆବଶ୍ୟକତା ଅନୁଯାୟୀ ହାଇଡେନ୍‌ମେଟ ବୈଷୟିକ ମାନବ ସମ୍ବଳ ଏବଂ ଅନ୍ୟ ସୁବିଧା ମଧ୍ୟ ଯୋଗାଇବ । ଏତଦ୍ ବ୍ୟତୀତ ସୋଆର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ହାଇଡେନ୍‌ମେଟ ସଲ୍ୟୁସନ୍ସର ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବା ସହ ପ୍ରଶିକ୍ଷଣ ପାଇପାରିବେ । ଉଭୟ ଅନୁଷ୍ଠାନ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ (ଏଫପିଓ) ଗୁଡ଼ିକ ସହ ମିଳିତ ଭାବେ ରାଜ୍ୟର କୃଷକ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ । ଏହି ବୁଝାମଣା ସ୍ୱାକ୍ଷରିତ କରିବା କ୍ଷେତ୍ରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ସହପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସାୟିକ ଅଧିକାରୀ ଶ୍ରୀମତି ଗିରିଜା ପଟେଲ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହି ଅବସରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଜୀବନ ସଂଗ୍ରାମ ଦାସ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍ -୨ର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ 

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫୁଲନଖରା ସ୍ଥିତ ଦ୍ୱିତୀୟ ମେଡିକାଲ କଲେଜ – ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ୍ ୨)- ର ପ୍ରଥମ ବ୍ୟାଚ୍ ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ସୋମବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।  ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବିଶ୍ୱବିଦ୍ୟାଳୟର ଏହି ନୂତନ ଶିକ୍ଷାନୁଷ୍ଠାନକୁ ଆସି ପହଂଚିଥିବାବେଳେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଡାକ୍ତରୀ ବୃତିରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍ । କେବଳ ରୋଗୀମାନଙ୍କର ଚିକିତ୍ସା ବା ସେମାନଙ୍କୁ ସୁସ୍ଥ କରିବା ନୁହେଁ ବରଂ ଯେଉଁମାନେ ପୀଡାରେ ଅଛନ୍ତି ସେମାନଙ୍କ ନିମନ୍ତେ ଆଶାର ଉତ୍ସ ହେବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଛାତ୍ରଛାତ୍ରୀମାନଙ୍କ୍‌ୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏକ ବାର୍ତା ମାଧ୍ୟମରେ ପ୍ରଫେସର ( ଡକ୍ଟର) ନାୟକ ଏହି ଉପଦେଶ ଦେଇଥିଲେ ।ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଉପଯୁକ୍ତ ଶିକ୍ଷା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ । ୭୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିବା ଫୁଲନଖରା କ୍ୟାମ୍ପସ୍‌ରେ ନ୍ୟାସ୍‌ନାଲ ମେଡିକାଲ୍ କମିସନ୍‌ର ଗାଇଡ୍‌ଲାଇନ୍ ରୁ ଉର୍ଦ୍ଧ୍ୱ କୁ ଯାଇ ଆବଶ୍ୟକତା ଠାରୁ ଅଧିକ ୩୦ ପ୍ରତିଶତ ଫ୍ୟାକଲ୍ଟି ଏଠାରେ ଶିକ୍ଷା ପ୍ରଦାନ କରିବା ପାଇଁ ନିୟୋଜିତ ଅଛନ୍ତି । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋମବାର ସକାଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କଳିଙ୍ଗନଗର ଠାରେ ଏହାର ୧୮ତମ ବ୍ୟାଚ୍ ର ୨୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌- ୨ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ -କୁଳପତି ପ୍ରଫେସର (ଡାକ୍ତର) ପ୍ରସନଜିତ୍ ମହାନ୍ତି, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ବକ୍ତବ୍ୟ ରଖିଥିଲେ ।ନିଜ ବକ୍ତବ୍ୟରେ ପ୍ରଫେସର ନନ୍ଦ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏଭଳି ଏକ ଶିକ୍ଷାନୁଷ୍ଠାନକୁ ଶିକ୍ଷାଗ୍ରହଣ କରିବା ପାଇଁ ଚୟନ କରିଛନ୍ତି ଯାହା କି ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାକ୍ (ଏନ୍‌ଆଇଆର୍‌ଏଫ୍‌) ଅନୁଯାୟୀ ୨୦୨୪ରେ ଦେଶର ୧୪ତମ ଶ୍ରେଷ୍ଠ ବିଶବିଦ୍ୟାଳୟ ଭାବେ ସ୍ଥାନୀତ । ସେହିପରି ଏହି ବିଶ୍ୱବିଦ୍ୟାଳୟ ସାମଗ୍ରିକ କ୍ୟାଟେଗୋରୀ ରେ ଦେଶର ୨୪ତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏନ୍‌ଆଇଆର୍‌ଏଫ୍ ଦ୍ୱାରା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌- ୧ ଦେଶର ୨୧ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ମନୋନୀତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।ଗବେଷଣାକୁ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟରେ ୨୦ଟି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।ପ୍ରଫେସର (ଡାକ୍ତର) ସାହୁ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରି ଭଲ ଡାକ୍ତର ହେବା ପାଇଁ ପ୍ରଥମେ ଭଲ ମଣିଷ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥି ନିମନ୍ତେ ସେମାନଙ୍କଠାରେ ଭଲ ଆଚରଣ, ବ୍ୟବହାର, ନୈତିକତା ଓ ଶୃଙ୍ଖଳା ଆବଶ୍ୟକ ବୋଲି ସେ କହିଥିଲେ ।ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୧ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଭାରପ୍ରାପ୍ତ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ସରୋଜ କୁମାର ଶତପଥୀ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ ।

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ….

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍‌ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍‌) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ ।

ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମହାସମାରୋହରେ ତଥା ଆକର୍ଷଣୀୟ ଭାବେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଜି ଅଷ୍ଟମୀ ତିଥିରେ ମା’ଙ୍କ ଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ମା’ଙ୍କ ନିକଟରେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ପ୍ରାର୍ଥନା କରିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମା’ଦୁର୍ଗା ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ ବୋଲି ସେ କହିଥିଲେ ।ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସ୍ତନ କର୍କଟ ନିମନ୍ତେ ସମ୍ ରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ…

ଭୁବନେଶ୍ୱର ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ ଆଭ୍ୟନ୍ତରୀଣ ବିକୀରଣ ପ୍ରକ୍ରିୟା ଯେଉଁଥିରେ କି ଛୋଟ ଛୋଟ ରେଡିଓଆକ୍ଟିଭ୍ ଉତ୍ସଗୁଡ଼ିକୁ ଟ୍ୟୁମରର ଚିକିତ୍ସା ପାଇଁ ଖଞ୍ଜାଯାଇଥାଏ । ବର୍ତମାନ ସ୍ତନ କର୍କଟ ହେଉଛି ମହିଳାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ କର୍କଟ ରୋଗ । ଏହାର ଚିକିତ୍ସା ପାଇଁ ସାଧାରଣତଃ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଓ ହର୍‌ମୋନଥେରାପିର ସାହାଯ୍ୟ ନିଆଯାଇଥାଏ ।ବିକିରଣ ଚିକିତ୍ସା ବା ରେଡିଓଥେରାପି ବିଗତ ୧୦୦ବର୍ଷ ଧରି ଏକ ନିରାପଦ, ପ୍ରମାଣିତ, ବହୁଳଭାବେ ବ୍ୟବହୃତ ଓ ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ କର୍କଟ ଚିକିତ୍ସା ପଦ୍ଧତି ବୋଲି ସମ୍ ଅଲ୍ଟିମେଟ ମେଡିକେୟାରର ରେଡିଏସନ୍ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା କହିଛନ୍ତି । ସାଧାରଣତଃ ସ୍ତନ କର୍କଟରେ ଅସ୍ତ୍ରୋପଚାର ପରେ ବିକିରଣ ଚିକିତ୍ସା ପ୍ରାୟ ୪ ରୁ ୬ ସପ୍ତାହ ପରେ ଦିଆଯାଇଥାଏ । ତେବେ ବର୍ତମାନ ‘ଇଂଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି’ ପରି ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରୟୋଗ ଦ୍ୱାରା ‘ସ୍ତନ କର୍କଟରେ ବିକିରଣ ଚିକିତ୍ସା’ ମାତ୍ର ୫ ରୁ୧୦ ଦିନ ମଧ୍ୟରେ ଦିଆଯାଇପାରୁଛି । ଏହାଦ୍ୱାରା ଚିକିତ୍ସା ସମୟ ଓ ଖର୍ଚ୍ଚ କମ୍ ହେବା ସହ ରୋଗୀକୁ କମ କଷ୍ଟ ସହ୍ୟ କରିବାକୁ ପଡ଼େ ଯାହା ରୋଗୀକୁ ଆରାମ ଦେଇଥାଏ ବୋଲି ସେ କହିଛନ୍ତି ।ଡାକ୍ତର ଖାଡଙ୍ଗା କହିଛନ୍ତି ଯେ ବର୍ତମାନ ଓଡିଶାରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ତନ କର୍କଟରେ ଏହି ବ୍ରାକିଥେରାପି ଚିକିତ୍ସା ସଫଳତାର ସହ କରାଯାଇପାରିଛି । ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏକି ସ୍ତନ କର୍କଟର ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇଥିଲେ ତାଙ୍କର ଏହି ଚିକିତ୍ସା କରାଯାଇଛି । ଅସ୍ତ୍ରୋପଚାର ଦ୍ୱାରା କର୍କଟ ଦ୍ୱାରା ଆକ୍ରାନ୍ତ ଅଂଶକୁ ବାହାର କରାଯାଇ ତୁରନ୍ତ ଉକ୍ତ ଖାଲିସ୍ଥାନରେ (ଟ୍ୟୁମର୍ ବେଡ୍‌), ବ୍ରାକିଥେରାପିର ସୂକ୍ଷ୍ମନଳୀକୁ (ଫେକ୍ସିବୁଲ୍ କ୍ୟାଥିଟର୍‌) ଇମ୍‌ପ୍ଳାଂଟ୍ କରାଯାଇ, ପାଂଚଦିନ ନିମନ୍ତେ ଦିନକୁ ଦୁଇ ଥର ବ୍ରାକିଥେରାପି ଚିକିତ୍ସା କରାଯାଇଥିଲା । ଏହାପରେ ରୋଗୀ ସୁସ୍ଥ ହୋଇ ଘରକୁ ଯାଇପାରିଥିଲେ ବୋଲି ସେ କହିଛନ୍ତି । ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ବ୍ରାକିଥେରାପି ଚିକିତ୍ସା ମାତ୍ର ୧୦ (ଦଶ) ଦିନ ମଧ୍ୟରେ ହୋଇଥିଲା । ସମ୍ମମରେ ବ୍ରାଭୋସ ମଲ୍ଟି ଚାନେଲ୍ ବ୍ରାକିଥେରାପି ମେସିନ୍‌, ବ୍ରାକି ଭିଜନ୍ ଟିପିଏସ୍ ସାହାଯ୍ୟରେ ଅଭିଜ୍ଞ ଡାକ୍ତର, ଟେକ୍ନିସିଆନ୍ ଓ ନର୍ସମାନେ ଏହି ପ୍ରକାର ଚିକିତ୍ସା ନିମନ୍ତେ ରୋଗୀମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଛନ୍ତି ।ବ୍ରାକିଥେରାପି ଏଭଳି ଏକ ଚିକିତ୍ସା ପ୍ରକ୍ରିୟା ଯାହା ମହିଳାମାନଙ୍କ ମନକୁ ମଧ୍ୟ ଦୃଢ଼ କରିଥାଏ । ସ୍ତନ କର୍କଟ ଖୁବ୍ ପ୍ରାରମ୍ଭିକ ସ୍ତରରୁ ମାମୋଗ୍ରାମ୍‌, ଏମ୍‌ଆରଆଇ ବ୍ରେଷ୍ଟ ଏବଂ ପେଟସିଟି ଭଳି ପରୀକ୍ଷଣରୁ ଚିହ୍ନଟ ହୋଇଥାଏ ବୋଲି ସେ କହିଛନ୍ତି ।“ସମ୍ମମରେ ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର । ବ୍ରାକିଥେରାପିର ଚିକିତ୍ସା ଦ୍ୱାରା ଆମେ ରୋଗୀଙ୍କୁ ଉନ୍ନତମାନର ସେବା ଓ ଯତ୍ନ ପ୍ରଦାନ କରିପାରିବୁ” ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି । “ସ୍ତନ କର୍କଟ ଚିକିତ୍ସା ନିମନ୍ତେ ବ୍ରାକିଥେରାପି ଖୁବ୍ ଉନ୍ନତ । ଆମ ମଲ୍ଟିଡିସିପ୍ଲିନାରୀ ଟିମ୍ ଏହି ପ୍ରକ୍ରିୟାକୁ ଠିକ୍ ଭାବେ ବ୍ୟବହାର କରି ରୋଗୀ ସେବା ପାଇଁ କଠିନ ପରିଶ୍ରମ କରୁଛି” ବୋଲି କହିଛନ୍ତି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଓଡିଶା ସରକାରଙ୍କ ମାନସିକ ସ୍ୱାସ୍ଥ୍ୟ ଉପଦେଷ୍ଟା ପ୍ରଫେସର (ଡାକ୍ତର) ନୀଳମାଧବ ରଥ ଯୋଗଦେଇ ଉତମ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଚଳିତ ବର୍ଷର ଥିମ୍‌-“ଏଥର କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁୂ” ଉପରେ ଡାକ୍ତର ରଥ ନିଜର ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ଅନୁଷ୍ଠାନର ଉପ କୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି, ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ପ୍ରମୁଖ ଯୋଗଦେଇ କର୍ମକ୍ଷେତ୍ରରେ ସୁସ୍ଥ ମାନସିକତା ସହ ସଠିକ୍ ଭାବେ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକତା ଆଲୋକପାତ କରିଥିଲେ ।ଏଥିରେ ମାନସିକ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର ସିଟ୍‌, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅଭିଷେକ ସାମଲ, ଡାକ୍ତର ସାଇପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ଜ୍ଞାନେନ୍ଦ୍ର ରଘୁବଂଶୀ, ଡାକ୍ତର ସୁଚରିତା ମିଶ୍ର, ସିନିୟର୍ ରେସିଡେଂଟ ଡାକ୍ତର ସୁମାଇଲା ଆସିଫ୍ ପ୍ରମୁଖ ମାନସିକ ରୋଗ ଉପରେ ରହିଥିବା ବିଭିନ୍ନ ଭୁଲ ଧାରଣା, ରୋଗର ବିଭିନ୍ନ ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତି ତଥା କର୍ମକ୍ଷେତ୍ରରେ କିପରି ବିଭିନ୍ନ ମାନସିକ ପରିସ୍ଥିତିକୁ ମୁକାବିଲା କରିହେବ ଏବଂ ଏକ ସୁସ୍ଥ ଜୀବନ ଯାପନ କରିହେବ ସେ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଅନ୍ୟ ବିଭାଗର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

ଜୀବନକୁ ଟାଟା କଲେ ରତନ ଟାଟା…

() ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା। ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସେପଟେ ଟାଟା କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ରତନ ଟାଟାଙ୍କ ବିୟୋଗ ବାବଦରେ ସ୍ପଷ୍ଟୀକରଣ କରିଥିଲା। ରତନ ଟାଟା ୧୯୯୧ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସ୍ବୀକାର୍ଯ୍ୟ। ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍’କୁ ଏବଂ ‘କୋରସ୍’କୁ ଟାଟା ଷ୍ଟିଲ୍ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍ ‘ନାନୋ’ ଆଣିଥିଲେ। ଯେଉଁ ସମୟରେ ପାଶ୍ଚାତ୍ୟ ଅଟୋମୋବାଇଲ୍ ବ୍ରାଣ୍ଡ ଗୁଡ଼ିକର ଭାରତରେ ଆଧିପତ୍ୟ ରହିଥିଲା ସେହି ସମୟରେ ‘ଇଣ୍ଡିକା’ କାର୍ ଆଣି ସେ ସେମାନଙ୍କ ଗଡ଼ରେ ପ୍ରବେଶ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ।

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କଲେ ନବୀନ ….

ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶ ବିଜୁ ଜନତା ଦଳ, ଆଜି ଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ. ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ପଞ୍ଜିକୃତ ହୋଇଥିଲେ. ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତି ଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ.ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସେ କହିଥିଲେ ଯେ ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟ ମାନେ , ପ୍ରତି ଘରକୁ ଯାଆନ୍ତୁ । ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ online ଜରିଆରେ ଦଳ ରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ.କିଛି ଦଳ, ଯେପରି missed call କରି, ସଭ୍ୟ ସଂଗ୍ରହ କରୁଛନ୍ତି ତାକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ,missed call ଡ଼ାଇରୀ ସେମାନଙ୍କ membership registar ହୋଇପାରେ.କିନ୍ତୁ ବିଜୁ ଜନତା ଦଳ, ସେସବୁ ଠାରୁ ବହୁ ଦୂରରେ । ନବୀନ କହିଥିଲେ ସେବା, ସ୍ୱାଭିମାନ ଓ ସଂଗ୍ରାମ, ଆମର ଆଦର୍ଶ । ଓଡିଶା ବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି।ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା. ବିଜୁ ଜନତା ଦଳ ସରକାର ସମୟରେ, ହୋଇଥିବା ଭଲ କାମ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ, model ହୋଇଛି ।ଭାରତ ସରକାର ବି, ଆମର ଅନେକ ଯୋଜନା, adopt କରିଛନ୍ତି ।ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି, ବିଜେଡି ସରକାର ର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛି, ଆମର focus । ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର, ଆରମ୍ଭ କରିଥିବା, ବିକାଶ ଓ କଲ୍ୟାଣ ଯୋଜନାରୁ, ଓଡିଶା ବାସୀଙ୍କୁ, କେହି ବଞ୍ଚିତ କରି ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ, ଓଡିଶାର ଏକ ନମ୍ବର ଦଳ । ଗତ ନିର୍ବାଚନ ରେ ବିଜେଡି , ଅଧିକ ଭୋଟ ପାଇଥିଲା ଓ ।vote percentage ମଧ୍ୟ ଅଧିକ ଥିଲା । ସେ କହିଥିଲେ ଯେ ବିଜୁ ଜନତା ଦଳ, ଓଡିଶାବାସୀଙ୍କ, ହୃଦୟରେ ଅଛି । ଓଡିଶାର ଗୌରବ ପାଇଁ, ନିଷ୍ଠାର ସହ, କରିଚାଲିଛି । ତେଣୁ ଆସନ୍ତୁ, ଆମେ ସମସ୍ତେ, ଗର୍ବର ସହ କହିବା ଆମେ ବିଜୁ ଜନତା ଦଳ ର କର୍ମୀ.ଓଡିଶା ମା ର ସେବକ.. ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ.ଅନ୍ୟ ମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟି ର ମୁଖ୍ୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ବିଧାୟକ ଅନନ୍ତ ଜେନା,ସୁଶାନ୍ତ ରାଉତ,ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ. ଭିଡ଼ିଓ conferernce ଯୋଗେ ସାରା ରାଜ୍ୟ ର ତେତିଶ ଟି ସାଂଗଠନିକ ଜିଲ୍ଲା ର ହକାର ହଜାର କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ.ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା,ପୁରୀ ବରଗଡ ଓ ରାଉରକେଲା ରେ ବିଭିନ୍ନ ବର୍ଗ ର ଲୋକ ବିଜେଡି ର ସଦସ୍ୟତା ଗ୍ରହଣ କରିଥିଲେ.

Follow us

20,832FansLike
0FollowersFollow
14,700SubscribersSubscribe

Latest news