ସାମ୍ବାଦିକଙ୍କଦାବିକୁଅଣଦେଖାପ୍ରତିବାଦରେହେବବିଧାନସଭାସମ୍ମୁଖରେଧାରଣା ମୁଖ୍ୟମନ୍ତ୍ରୀଙ୍କୁଓୟୁଜେରସ୍ମାରକପତ୍ର

()ନୂଆସରକାରଦାୟିତ୍ୱନେବାରଆଠମାସବିତିବାକୁବସିଥିଲେମଧ୍ୟସାମ୍ବାଦିକମାନଙ୍କରପ୍ରମୁଖଦାବିପୂରଣଦିଗରେକୌଣସିଆଖିଦୃଶିଆପଦକ୍ଷେପଗ୍ରହଣକରାଯାଇନଥିବାରୁରାଜ୍ୟରପ୍ରମୁଖସାମ୍ବାଦିକସଙ୍ଗଠନଓଡ଼ିଶାସାମ୍ବାଦିକୟୁନିଅନ୍ (ଓୟୁଜେ) ଗଭୀରଉଦ୍ବେଗପ୍ରକାଶକରିଛିଓୟୁଜେପକ୍ଷରୁମୁଖ୍ୟମନ୍ତ୍ରୀମୋହନଚରଣମାଝୀଙ୍କୁଏହିମର୍ମରେଏକସ୍ମାରକପତ୍ରପ୍ରଦାନକରାଯିବାସହସରକାରଙ୍କଉଦାସୀନତାପ୍ରତିବାଦରେବିଧାନସଭାରଆଗାମୀଅଧିବେଶନସମୟରେସାମ୍ବାଦିକମାନେଧାରଣାଦେବେବୋଲିଚେତାବନୀଦିଆଯାଇଛି।ଶୁକ୍ରବାରଦିନଓୟୁଜେଭବନଠାରେଅନୁଷ୍ଠିତଓଡ଼ିଶାସାମ୍ବାଦିକୟୁନିଅନ୍ରଏକସ୍ୱତନ୍ତ୍ରଅଧିବେଶନରେନିରାପତ୍ତାଠାରୁଆରମ୍ଭକରିସାମାଜିକସୁରକ୍ଷାପର୍ଯ୍ୟନ୍ତସାମ୍ବାଦିକମାନଙ୍କରବିଭିନ୍ନଦାବିଉପରେଆଲୋଚନାକରାଯାଇଥିଲା।ପୂର୍ବସରକାରସମୟରେଅନେକଦାବିପୂରଣହୋଇନଥିଲାବେଳେବର୍ତ୍ତମାନସରକାରଏଦିଗରେକାଳକ୍ଷେପଣନୀତିଗ୍ରହଣକରୁଥିବାରୁବୈଠକରେଉଦ୍ବେଗପ୍ରକାଶପାଇଥିଲା।ଓୟୁଜେରସଭାପତିପ୍ରସନ୍ନମହାନ୍ତିଙ୍କଅଧ୍ୟକ୍ଷତାରେଅନୁଷ୍ଠିତବୈଠକରେୟୁନିଅନ୍ରମୂଳଦାବିସାମ୍ବାଦିକଙ୍କୁପେନ୍ସନ୍ପ୍ରଦାନ, ସୁରକ୍ଷାଆଇନ୍ପ୍ରଣୟନଓଅଧିସ୍ୱୀକୃତିକମିଟିଗଠନସହନିୟମପରିବର୍ତ୍ତନଉପରେଗୁରୁତ୍ୱାରୋପକରାଯାଇଥିଲା।ବିଧାନସଭାରଆଗାମୀଅଧିବେଶନପୂର୍ବରୁରାଜ୍ୟସରକାରଏବାବଦରେକୌଣସିନିଷ୍ପତ୍ତିନନେଲେଓୟୁଜେବାଧ୍ୟହୋଇଆନ୍ଦୋଳନରରାସ୍ତାକୁଓହ୍ଲାଇବଓବିଧାନସଭାସମ୍ମୁଖରେସାମ୍ବାଦିକମାନଙ୍କରପ୍ରତିବାଦସମାବେଶଅନୁଷ୍ଠିତହେବବୋଲିସଭାପତିଶ୍ରୀମହାନ୍ତିଚେତାବନୀଦେଇଥିଲେ।ଦାବିଗୁଡ଼ିକବାବଦରେପୁଣିଥରେମୁଖ୍ୟମନ୍ତ୍ରୀଙ୍କଦୃଷ୍ଟିଆକର୍ଷଣକରାଯାଇଏକସ୍ମାରକପତ୍ରପ୍ରଦାନକରାଯାଇଥିବାବିଷୟସେସୂଚନାଦେଇଥିଲେଭୁବନେଶ୍ୱରମଧ୍ୟବିଧାୟକଅନନ୍ତନାରାୟଣଜେନାବୈଠକରେଯୋଗଦେଇସାମ୍ବାଦିକମାନଙ୍କରଦାବିପ୍ରତିସମର୍ଥନବ୍ୟକ୍ତକରିବାସହବିଧାନସଭାଆସନରେଅଧିବେଶନକାଳରେଏସବୁପ୍ରସଙ୍ଗରେସେସରକାରଙ୍କଦୃଷ୍ଟିଆକର୍ଷଣକରିବେବୋଲିପ୍ରତିଶ୍ରୁତିଦେଇଥିଲେ।ଓୟୁଜେରସାଧାରଣସମ୍ପାଦକକମ୍ବୁପାଣିମିଶ୍ର, କୋଷାଧ୍ୟକ୍ଷଅମୂଲ୍ୟରଞ୍ଜନସ୍ୱାଇଁ, ସମ୍ପାଦକ ପ୍ରସନ୍ନପାଇକରାୟ ଓପ୍ରଶାନ୍ତବେହେରା,ବରିଷ୍ଠସଦସ୍ୟହଳଧରଧୀରଓପରିକ୍ଷୀତବିଶ୍ୱାଳ, ଅକ୍ଷୟସାହୁ, ଅଭୟପତି, ପ୍ରମୋଦସାମନ୍ତରାୟ, ଦୀପକସମଜଦାର୍, କିଷାନରାଉତ, ସୁରେଶଦାଶ, ପ୍ରଫୁଲ୍ଲମହାନ୍ତି,ମୁନାସିଂଓକ୍ଷେତ୍ରବାସୀମହାକୁଡ଼ପ୍ରମୁଖବୈଠକରେଯୋଗଦେଇରାଜ୍ୟସରକାରଙ୍କଉଦାସୀନତାନେଇଉଦ୍ବେଗପ୍ରକାଶକରିବାସହଆନ୍ଦୋଳନରରାସ୍ତାକୁଓହ୍ଲାଇବାକୁପରାମର୍ଶଦେଇଥିଲେ।

 

ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

()ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ସହ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପୂର୍ବତନ ବିଧାୟକ ତଥା ପୂର୍ବତନ ଛାତ୍ର ସଭାପତି ଦେବାଶିଷ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ପୂର୍ବତନ ଛାତ୍ର ସଭାପତି ୟାସିର୍ ନୱାଜ,ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି,ପୂର୍ବତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାର ରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଲେ ଯେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧିଦଳର କଳା ପତାକା ପ୍ରଦର୍ଶନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।ରାଜ୍ୟରେ ମୋହନ ସରକାର ସେ ଅଧିକାର ଛଡେଇ ନେଉଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସରେ ଅଗଣତାନ୍ତ୍ରିକ ଭାବେ ଯେପରି ଉଦିତ ଏବଂ ଅନ୍ୟ ଛାତ୍ରମାନଙ୍କୁ ଗିରଫ କରିଛନ୍ତି ତାହା ବଡ଼ ନିନ୍ଦନୀୟ ଏବଂ ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଠାରୁ ଆରମ୍ଭ କରି ଦେଶ ପାଇଁ ଜେଲ ଯାଇଥିବା ଏବଂ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା ଏବଂ ୧୯୪୭ ମସିହାରେ ଭାରତ ସ୍ଵାଧିନତାଙ୍କୁ ସ୍ବୀକାର ନ କରି ୨୦୧୪ ମସିହାରେ ଓ ରାମ ମନ୍ଦିର ନିର୍ମାଣ ପରେ ଭାରତ ସ୍ଵାଧୀନତା ପାଇବା କଥା କହୁଥିବା ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରିଥିବା ଛାତ୍ର ନେତା ଉଦିତ ପ୍ରଧାନ ଏବଂ ଅନ୍ୟ ଛାତ୍ର ନେତାଙ୍କ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି।ଗିରଫ ହୋଇଥିବା ଛାତ୍ର ନେତାଙ୍କୁ ସରକାର ତୁରନ୍ତ ଜେଲରୁ ମୁକ୍ତ କରନ୍ତୁ ନଚେତ୍ କଂଗ୍ରେସ ଆନ୍ଦୋଳନ ଜୋରଦାର ହେବ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜେନା ଚେତେଇ ଦେଇଛନ୍ତି।

ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ….

() ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତା ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍‌ର ପ୍ରେସିଡେଂଟ ଓ ସିଓଓ ଶ୍ରୀ ରୋହିତ ଚଢ଼ା ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି ।ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍‌ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ଶ୍ରୀମତି ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶ୍ରୀ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ ।ଏହି ଅବସରରେ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’କୁ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ମାନିତ କରାଯାଇଥିଲା । ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଗ୍ରୁପ୍ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ଭୂଷଣ ହୋତା ଏହି ସମ୍ମାନ ଗ୍ରହଣ କରିଥିଲେ ।ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ସରୋଦ ବାଦକ ଶ୍ରୀ ଅମନ୍ ଅଲ୍ଲୀ ବଙ୍ଗସ୍ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।ଟାଇମ୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ସମ୍ମାନିତ ଅତିଥି ଯୋଗ ଦେଇଥିବା ବେଳେ ଭାରତୀୟ ଅଭିନେତ୍ରୀ ତଥା ପ୍ରଯୋଜିକା ଋତୁପର୍ଣ୍ଣା ସେନ୍‌ଗୁପ୍ତା ଚକ୍ରବର୍ତୀ ମଧ୍ୟ ସାମିଲ ହୋଇଥିଲେ ।ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ପୂର୍ବାଂଚଳର ଆଂଚଳିକ ମୁଖ୍ୟ ଶ୍ରୀ ବିମନ୍ ଦତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମା ବିରଜାଙ୍କ ଜନ୍ମୋତ୍ସବ: ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା…..

() ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା l ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା ଜନ୍ମଦିନ । ଆଜି ମା ସାବିତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି l ସକାଳୁ ସକାଳୁ ରୀତିନୀତି ଅନୁସାରେ ମା ବିରଜାଙ୍କ ପୂଜା କରାଯାଉଛି l ଜନ୍ମଦିନରେ ମା ବିରଜଙ୍କୁ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l ତେଣୁ ମା ଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁ ମାନଙ୍କୁ ଭିଡ ଜମେ ବିରଜା ପୀଠରେ l

ମା ବିରଜା l ସେ ଜଗତଜିତା , ଦୟାମୟୀ ଓ ବିପଦହାରିଣୀ । ମା ବିରଜା ପୀଠ ଦେଶର ୫୧ ଟି ଶକ୍ତୀପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର ଜନ୍ମତିଥିରେ କରୁଣାମୟୀ ମା ବିରଜାଙ୍କୁ ଦର୍ଶନ କଲେ ଭକ୍ତ ଆନନ୍ଦ ଅନୁଭବ କରିବା ସହ ତାହା ସବୁ ଇଚ୍ଛା ପୂରଣ ହୁଏ l ମା ବିରଜାଙ୍କ ମୁଖ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l

ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସମ୍ବର୍ଦ୍ଧନା…

ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋମବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ଏମ୍‌ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଫେସର ନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଦେଶ ପ୍ରତି ଅବଦାନ ଅତୁଳନନୀୟ ବୋଲି କହିଥିଲେ । ଏହି ସମ୍ମାନ ସୋଆ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।

୭୬ତମ ସାଧାରଣତନ୍ତ୍ର ଦିବସ, ଅସହାୟଙ୍କୁ ସାହା ହେଲେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ… 

() ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ ମଧ୍ୟ ପାଳନ କରିଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କ ସହ ମିଶି ପ୍ରଥମେ ପତକା ଉତ୍ତୋଳନ କରିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯୋଗଦେଇଥିଲେ। ଏହାପରେ ସେ ପିଲାମାନଙ୍କୁ ବିସ୍କୁଟ,ଫଳ,ଜଳଖିଆ ଆଦି ବଣ୍ଟନ କରିବା ସହିତ ସେମାନଙ୍କ ସହ କିଛି ସମୟ କଟାଇଥିଲେ। ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ସାଧାରଣତନ୍ତ୍ର ଦିବସର ପାଳନର ଉଦ୍ଦେଶ୍ୟ, ଭାରତର ସମ୍ବିଧାନର ମହତ୍ୱ ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ। ଶେଷରେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାରର ମୂଖ୍ୟ ପବିତ୍ର ମୋହନ ସାହୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟ ଅରୁପ ନାୟକ, ଶ୍ରୀତମ ବାରିକ ମନୋରଞ୍ଜନ ସାରଙ୍ଗୀ, ସୀତମ ବାରିକ୍ , ଦିବ୍ୟଜ୍ୟୋତି ଭୂଇଆ, ଅମ୍ରିତ କୁମାର ସାହୁ, ଶମ୍ଭୁନାଥ ବିଶ୍ବାଳ, ଦେବାଶିଷ ପୃଷ୍ଟି, ସୁରଜ୍ ଦାସ, ଜଗଦୀଶ ଜେନା  ରାଜ ପରିଡା ,ଆଶିଷ ଜେନା ବିକାଶ ସାମଲଙ୍କ ସହ ଅନେକ ସଦସ୍ୟ ସାମିଲ୍ ହୋଇଥିଲେ l

ପଦ୍ମ ସମ୍ମାନ ତାଲିକାରେ ସୋଆର ପୂର୍ବତନ କୁଳପତି…

ଭୁବନେଶ୍ୱର, ଜାନୁଆରୀ ୨୫: ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ଵର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ଙ୍କ ତାଲିକାରେ ୨୦୨୪ରେ ସ୍ଥାନିତ ହୋଇଥିଲେ।

ଏହି ଘୋଷଣା ପରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ ) ମନୋଜରଞ୍ଜନ ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ବିଶ୍ଵବିଦ୍ୟାଳୟ ନିମନ୍ତେ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।

ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି ।ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ର‌୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ୍‌’ ଭାବେ ପ୍ରତିପାଦିତ କରାଯାଇଥିଲା । ଆଇଟିଇଆର୍‌ରେ ର‌୍ୟାଗିଙ୍ଗ୍‌କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା ।ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀ ଉତ୍କର୍ଷ କୁମାର, ବରିଷ୍ଠ ସାମ୍ବାଦିକ ଶ୍ରୀ ବଲବିର ଦତ, ବିଶିଷ୍ଠ ପରିବେଶବିତ୍ ଶ୍ରୀ କୌଶଳ କିଶୋର ଜୟସ୍ୱାଲ୍‌, ରାଡିସନ୍ ବ୍ଲୁର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ନନ୍ଦିନୀ ଗୁପ୍ତା ଓ ଜେନେରାଲ ମ୍ୟାନେଜର ଶ୍ରୀ ହେମନ୍ତ ମେହେଟା ଅତିଥି ଭାବେ ଯୋଗ ଦେଇଥିଲେ ।

ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନର ୩ୟ ବାର୍ଷିକ ଉତ୍ସବ : ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା

ଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନ କଟକ ଓ ଭୁବନେଶ୍ଵର ର ସଭ୍ୟ ,ସଭ୍ୟା, ଅଗ୍ରଣୀ ଇଲେକ୍ଟ୍ରିକାଲ୍ କମ୍ପାନୀ ମାନଙ୍କ ବରିଷ୍ଟ ଅଧିକାରୀ ଙ୍କୁ ନେଇ ବିଗତ ୩ ବର୍ଷ ହେବ ଭୁବନେଶ୍ଵର ଓ କଟକ ଠାରେ ଅନୁଷ୍ଠିତ ହୋଇ ଆସୁଅଛି। ଚଳିତ ବର୍ଷ ଅକେଜନ ବନକ୍ୟୁଟ ଠାରେ ଏହି ବାର୍ଷିକ ଉତ୍ସବ ପରିପାଳନ କରାଯାଇଛି,, ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନ ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟତଃ ଗଠନ କରାଯାଇଛି ।ଏହି ସଂଗଠନର ଲକ୍ଷ୍ୟ ହେଉଛି କଟକ ଏବଂ ଭୁବନେଶ୍ୱର ସହରର ଇଲେକ୍ଟ୍ରିକାଲ୍ ବ୍ୟବସାୟୀମାନଙ୍କୁ ଏହାର ସମ୍ପୃକ୍ତ ଲୋକଙ୍କ ସହିତ ବୈଦ୍ୟୁତିକ ବ୍ୟବସାୟ ସମ୍ପ୍ରଦାୟ ବିକାଶ ପାଇଁ ଏକତ୍ରିତ କରିବା ଯେପରି ବ୍ୟବସାୟ ରେ ସାଧୁତା କୁ ଆୟୁଧ କରି ଗରାଖ ଓ ବ୍ୟବସାୟି ଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଠନ କରିବା ତତସହିତ ସାମାଜିକ ସେବା, ଯେପରିକି ରକ୍ତଦାନ ଶିବିର, ଅଭାବୀ ଲୋକଙ୍କୁ ଦୈନନ୍ଦିନ ଆବଶ୍ୟକତା ବଣ୍ଟନ ଏବଂ ଗ୍ରୀଷ୍ମ ଦିନରେ ପାନୀୟ ଜଳ ଶିବିର ସେବା, ବାସହୀନ ଲୋକଙ୍କୁ କମ୍ବଳ ଓ ନିତ୍ୟ ବ୍ୟବହୃତ ସମାଗ୍ରୀ ବଣ୍ଟନ ଇତ୍ୟାଦି ସାମାଜିକ କାର୍ଯ୍ୟ କରାଯାଉଛି।

ବିଗତ ଦିନରେ ବିଦ୍ୟୁତିକ କର୍ମ ନିପୁଣ ମାନଙ୍କୁ ଜ୍ଞାନକୌଶଳ ଓ ନୂତନ କାରିଗରୀ ବିଦ୍ୟାରେ କିପରି ନେଇ ଆହୁରି କୁଶଳି କୌଶଳୀ ହେବେ ସେଥିପାଇଁ ଅନେକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି ଯାହାର ପ୍ରତୀକ ସ୍ଵରୂପ ଆମ ଓଡିଶା ର କୁଶଳୀ ବୈଦ୍ୟୁତିକ ଶ୍ରମଜୀବୀ ଆଜି ନିଜକୁ ସାରା ଓଡିଶାରେ କାହିଁକି ଭାରତ ରେ ମଧ୍ୟ ପ୍ରତିଷ୍ଠା ଲାଭ କରିପାରିଛନ୍ତି…ଚଳିତ ବର୍ଷ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ମୁଖ୍ୟ ସହଭାଗୀତା ପ୍ରତିଷ୍ଟିତ ଇଲେକ୍ଟ୍ରିକାଲ୍ କମ୍ପାନୀ ପଲିକାବ ଇଣ୍ଡିଆ ଦ୍ୱାରା କରାଯାଇଛି,,ତତ୍ସତ ଉପ ସହଭାଗୀତା ଭାବେ ପ୍ରଭାତ କେବୁଲ, କୋନା ଇଣ୍ଡିଆ, ହାବେଲ୍ସ କମ୍ପାନୀ ଓଆରଏସ କେବୁଲ ଏଲହାର୍ଡ ମାର୍କେଟିଂ, ଷ୍ଟର୍ ଲାଇଟ୍ ବାହନ ,ସିଆ,କିରନ କାବ, ଭି ଗାର୍ଡ, ପ୍ରିସିସନ,,ନିଉ ହ୍ଵାଇଟ୍, କୋଲରସ, ଏକିଜେ, ଉଇପ୍ରୋ, ଙ୍କ ଦ୍ଵାରା,,, ଏହି ଅବସରରେ ଆସୋସିଏସନ ର ସଭାପତି ଶ୍ରୀ ଅଶୋକ କୁମାର ଦାସ ସଭାପତିତ୍ଵ କରିବା ସହ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିବା ସହ ସମସ୍ତ ସଭ୍ଯ ମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ..ସମ୍ପାଦକ ପବନ ପାରୀକ୍ଷ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ, ପ୍ରତିଷ୍ଠାତା ଅନିଲ ଗୋଏଙ୍କା ମୁଖ୍ୟାଂଶ ରେ ବକ୍ତବ୍ୟ ରଖିଥିଲେ ,ଉପସଭାପତି ଅମିତ୍ ଅଗ୍ରୱାଲ ଙ୍କ ସହ ଧୀରଜ ପଟୋଡିଆ, ମନୋଜ ଜେନା, ନିଗମାନନ୍ଦ ସାହୁ, ବିଶ୍ଵଜିତ ମହାନ୍ତି ଙ୍କ ସହ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା ଓ ବିଭିନ୍ନ ଅଗ୍ରଣୀ ଇଲେକ୍ଟ୍ରିକାଲ୍ କମ୍ପାନୀ ମାନଙ୍କର ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ ଓ ସେମାନଙ୍କ ମୂଲ୍ୟବାନ ମତ ପ୍ରକାଶ କରିଥିଲେ ପରିଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା…

ବିଜେଡିର ଦରଦାମ ଗର୍ଜନ, ଜନସମୁଦ୍ର ରାଜଧାନୀ, ମୋହନ ସରକାର, ମହଙ୍ଗା ସରକାର: ନବୀନ 

()ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ସଉଦାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ଜିନିଷର ଦର ଏବେ ଆକାଶ ଛୁଆଁ। ଅଦିନିଆ ବର୍ଷା ଫସଲହାନୀରେ ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ। ଦରଦାମ ବୃଦ୍ଧି ନେଇ ଓଡିଶାବାସୀ ହନ୍ତସନ୍ତ ହେବା ପରେ ମୋହନ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟନାୟକ l ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ମୋହନ ସରକାର କିପରି ଜନ ବିରୋଧୀ କାର୍ଯକ୍ରମ କରୁଛନ୍ତି ତାହାକୁ ବଖାଣିଛନ୍ତି ନବୀନ ପଟ୍ଟନାୟକ l ସମସ୍ତଙ୍କୁ ନମସ୍କାର ଓ ଜୁହାର. ବନ୍ଧୁଗଣ, ଦର ବୃଦ୍ଧି ବିରୋଧରେ ବିଜେଡିର ଡାକରାରେ ଆପଣ ମାନେ ସାରା ଓଡ଼ିଶାରୁ ଏତେ ଶୀତରେ ଭୁବନେଶ୍ୱର ଆସିଥିବାରୁ ଧନ୍ୟବାଦ. ଜୁନ ମାସରେ ବିଜେପି ସରକାର ଗଠନ ହେଲା. ସାତ ମାସ ହୋଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ. ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି. ହେଲେ କିଛି ଆକ୍ସନ ନାହିଁ. ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି. ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଜଣା ପଡୁନି. ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଚୁଆଁ. ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ. ଆଇ ମାଆ ଗପ କହି ସରକାର ଖୁସି. ଲୋକଙ୍କ ବଂଚିବା କଷ୍ଟ ହେଲାଣି. ଅଦିନିଆ ବର୍ଷା ପାଇଁ ସରକାର ପ୍ରତିଦିନ ଆତ୍ମହତ୍ୟା କରୁଛି. ବୋଝ ଉପରେ ନଳିତା ବିଡା. ମାଆ ଚାଷୀ କାନ୍ଦୁଛନ୍ତି. ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି. ମିଛ କଥା ଓ ମିଛ ପ୍ରତିଶୃତି ଦେଇ ଏହି ସରକାର କ୍ଷମତାକୁ ଆସିଛି. ବିଜେଡି ଠାରୁ କମ ଭୋଟ ପାଇଛି. ଡବଲ ଇଂଜିନ ଡବଲ ମାଡ଼. ଦଶର ବୃଦ୍ଧି ମାଡ଼, GST ମାଡ଼. ସବୁଥିରେ ଗରିବ GST ଦେଉଛନ୍ତି. ବିଜେପି ସରକାର ଦିନରେ ଗୋଲାପୀ ସ୍ବପ୍ନ ଦେଖାଇଲେ. ହେଲେ ଏହା ମାହାଙ୍ଗା ମାଡ଼ ସରକାର. ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏମାନଙ୍କ ଅସଲ ଚେହେରା ଖୋଲି ଦେବ. ନବୀନଙ୍କ ଏହି କେହିପଦ କଥା ପୁରା ଓଡିଶାରୁ ଆସୁଥିବା ବିଜେଡି ନେତା ଓ କର୍ମୀଙ୍କ ମନରେ ଜୋସ ଭରିଦେଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news