କରୋନା ମହାମାରୀ ସମୟରେ ନର୍ସମାନଙ୍କ ତ୍ୟାଗ ଅଭୂତପୂର୍ବ: ସୋଆ ଉପସଭାପତି

()ହସ୍ପିଟାଲ୍‌ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ । କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଚଳିତ ଶିକ୍ଷା ବର୍ଷର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଏବଂ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ନର୍ସିଂ ବୃତିରେ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏକ ନୂଆ ଅନୁଭୂତି ଆଣିଦେବ । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜ ପକ୍ଷରୁ ଆୟୋଜିତ ପର୍ସନାଲିଟି ପ୍ରତିଯୋଗିତାର ମହିଳା ବିଭାଗରେ କଲେଜର ଦୁଇ ଜଣ ଆନ୍ତର୍ଜାତୀୟ ଛାତ୍ରୀ ବିଏସ୍‌ସି ନର୍ସିଂ ପ୍ରଥମରେ ଅଧ୍ୟୟନ କରୁଥିବା ଲିଲେ ଥାଣ୍ଡୋଲଉଥୁସିବୋଣ୍ଡଜା ‘ମିସ୍ ଏସ୍‌ଏନ୍‌ସି’ ଆଖ୍ୟା ହାସଲ କରିଥିବା ବେଳେ ବିଏସ୍‌ସି ନର୍ସିଂର ପ୍ରଥମ ବର୍ଷର ଆଉ ଜଣେ ବିଦେଶୀ ଛାତ୍ରୀ ଫେଥ ଲିକାନ୍‌ଡୋମୁନିଉ ଦ୍ୱିତୀୟ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ଥାଣ୍ଡୋଲଉଥୁସିବୋଣ୍ଡଜା ଆଫ୍ରିକାର ସ୍ୱାଜିଲ୍ୟାଣ୍ଡ ଦେଶରୁ ଆସିଥିବା ବେଳେ ଲିକାନ୍‌ଡୋମୁନିଉ ଜାମ୍ବିଆର ନାଗରିକ । ସେହିପରି ବିଏସ୍‌ସି ନର୍ସିଂ ଚତୁର୍ଥ ବର୍ଷର ଛାତ୍ରୀ ସୁଶ୍ରୀ ଦେବସ୍ମିତା ଦାସ ପ୍ରଥମ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ସେମାନଙ୍କୁ ପୁରସ୍କୃତ କରିବା ଅବସରରେ ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିଥିଲେ । ବିଦେଶରୁ ଆସି ସୋଆରେ ଅଧ୍ୟୟନ କରୁଥିବା ଛାତ୍ରୀ ନିଜ ପ୍ରତିଭାର ପରିପ୍ରକାଶ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଷ୍ଟେଟ୍ ଆଡପ୍ସନ୍ ରିସର୍ଚ୍ଚ ଏଜେନ୍ସି (ସାରା), ଓଡ଼ିଶାର ଗଭର୍ଣ୍ଣିଂ ବଡି ସଦସ୍ୟା ଶ୍ରୀମତି କାନ୍ତା ମହାନ୍ତି କହିଥିଲେ ଯେ ନର୍ସମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ଜୀବନ ରକ୍ଷା କରିଥିଲେ । ତେଣୁ ନୂତନ ଭାବରେ ଏହି ପାଠ୍ୟକ୍ରମରେ ପ୍ରବେଶ କରି ଶପଥ ଗ୍ରହଣ କରିବା ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ଶପଥ ଗୋଟିଏ ଦିନ ନୁହେଁ ବରଂ ସାରା ଜୀବନ ପାଇଁ ଏକ ସମର୍ପଣ ବୋଲି ସେ କହିଥିଲେ । ତେବେ ବର୍ତମାନର ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ରୁ ବାହାରି ଇମୋସ୍‌ନାଲ୍ ଇନ୍‌ଟେଲିଜେନ୍ସକୁ ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଓଡ଼ିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ବ୍ରଜକିଶୋର ଦାଶ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସନାଲ ଗେଷ୍ଟ ଭାବେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ରିତା ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଆଡିସ୍‌ନାଲ୍ ଡିନ୍ (ପ୍ଲେସ୍‌ମେଂଟ ଆଣ୍ଡ ଟ୍ରେନିଂ) ପ୍ରଫେସର ତପତୀ ଶାହା ବକ୍ତବ୍ୟ ରଖିଥିଲେ । ସମ୍ ନର୍ସିଂ କଲେଜର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଶପଥ ପାଠ କରାଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆସୋସିଏଟ୍ ପ୍ରଫେସର ମନୀଷା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

ଭକ୍ତଙ୍କ ସଂକଳ୍ପ ପଦଯାତ୍ରା ଚନ୍ଦନପୁର ରୁ ଯିବ ପୁରୀ……

() ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ।  ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଯାଇଥିଲା । ପିସିସି ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା, ପ୍ରକାଶ ମିଶ୍ର, ଅମୀୟ ପାଣ୍ଡବ, ଅଶିତ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ଇମ୍‌ଦାଦ୍ ଖାନ୍‌, କୃଷ୍ଣ ସଗରିଆ,ସିଦ୍ଧାର୍ଥ ସ୍ୱରୂପ ଦାଶ,ସୁରେଶ ମହାପାତ୍ର, ସୁବ୍ରତ ମହାପାତ୍ର, ୟାସିର ନୱାଜ, ରଞ୍ଜତ ପାତ୍ର, ଉଦ୍ଦିତ ପ୍ରଧାନ, ସୁଦର୍ଶନ ଦାସ, ଦୈାପଦୀ ମାଝୀ, ଭୂବନ ବିହାରୀ ସାହୁ ଓ ଭାରତ ଭୂଷଣ ବେମାଲ, ଅମରେଶ ପରିଡ଼ା, ଅଭିଳାଷ ମାଣିଆ, ଜିଆ ଉଲ୍‌ହକ୍‌, ଜ୍ୟୋତି ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି, ମନୋଜ ରାଉତ, କୃଷ୍ଣ ମହାନ୍ତି, ମନୋଜ ବିଶ୍ୱାଳ, କିରଣ ସାହୁ, ଗୋପନ ମାର୍ଥା, ଶ୍ରୀୟାସ୍ମିତା ପଣ୍ଡା, ଲିପିକା ପାତ୍ର, ଅଶୋକ ଦାସ, ପ୍ରବୋଧ ଦାସ, ଏମ୍‌.ଡ଼ି ଆକବର, ନିହାର ବେହେରା, ପ୍ରଦିପ ମହାପାତ୍ର, ସିପ୍ରା ମଲ୍ଲିକ, ବିଜୟାନନ୍ଦ ଚାଉଳିଆ, ଅମିତା ବିଶ୍ୱାଳ, ସୁଦିପ ସାମଲ, ଆଶିଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ୱଗର୍ତ ମୃତ୍ୟୁଞ୍ଜୟ ନାୟକଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ପଟ୍ଟନାୟିକୀୟା ଛକ ଠାରେ ପହଂଚିବା ପରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଏବଂ ମିଲନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଛାତ୍ର, ଯୁବ ଓ ମହିଳା କର୍ମୀମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛତ୍ସିତ ସମ୍ବର୍ନ୍ଧନା ଜଣାଇଥିଲେ । ପଦଯାତ୍ରା ସନ୍ଧ୍ୟା ୭.୪୦ ମିନିଟ୍‌ରେ ଚନ୍ଦନପୁର ଠାରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉପାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନେତୃବର୍ଗ ବିଷ୍ଣୁ ପ୍ରସାଦ ମିଶ୍ର, ଜୟଶ୍ରୀ ପାତ୍ର, ସଶ୍ମିତା ବେହେରା, ଅବିନାଶ ମିଶ୍ର, ଦାମଦୋର ପ୍ରଧାନ, ଦାମଦୋର ମହାପାତ୍ର, ହରପ୍ରସାଦ ଜେନା, ଶିବ ପ୍ରସାଦ ବେହେରା, ରାଜେଶ ମିଶ୍ର, ବ୍ରଜରାଜ ବେହେରା, ଅରକ୍ଷିତ ବାରିକ, ମାଗୁଣି ଭୋଇ, ସରସ୍ୱତୀ ପାତ୍ର, କିଷାନ କୁମାର ମେକାପ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ଶ୍ରୀଯୁକ୍ତ ଦାସଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ସେହିପରି ତେଇଶପୁର ଠାରୁ ଚନ୍ଦନପୁର ଅଭିମୁଖେ ଯାତ୍ରା ସମୟରେ ସତ୍ୟବାଦୀ କଲେଜ ଛକଠାରେ ମନୋଜ ରଥ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ଭର୍ଦ୍ଧନା ଜଣାଇବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ବିଶାଳ ପଦଯାତ୍ରା ସଂକଳ୍ପ ପଦଯାତ୍ରା ପାଇଁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ କଥା ହୋଇ ତାଙ୍କର ଦୁଃଖ ସୁଖରେ ଛିଡ଼ା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।  ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ଶୁସ୍ରୀ ବେହେରା, ସଶ୍ମିତା ପଣ୍ଡା, ଦୀପକ ପଟ୍ଟନାୟକ, ପର୍ଶୁରାମ ପ୍ରଧାନ, ଭାଗ୍ୟବାନ ଜେନା, ବିଦୁଲତା ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ଜଗତଜିବନ ଶତପଥି, ଅଭିଶେଷ ମହାନନ୍ଦ, ଆକାଶ ଭୂୟାଁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଅପରାହ୍ନରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତୃବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିବା ପରେ ବଡଦାଣ୍ଡ ଠାରେ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସତରେ ସେ ଏମିତି……

()ବେଳେବେଳେ ଜୀବନରେ ଏମିତି କିଛି ଘଟଣା ମଣିଷ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରି କହେ, ସତରେ ସେ କଣ ଏମିତି ? ସେଦିନ ବି ଏକଥା ଦୁମୀ ମନକୁ ଆସିଲା l ଭାବିଲା ସତରେ କଣ ସେ ଏମିତି ଭାବୁଛି ମତେ l ମୁଁ ତ ଅଦିନିଆ ବର୍ଷା, କେତେବେଳେ କେଉଁଠି ହେବି l କାହାକୁ ଆନନ୍ଦ ଦେବି, ତ୍ କାହାକୁ ଦୁଃଖ l ତଥାପି ମୁଁ ବର୍ଷିବି l ଆଉ ତାପରେ ଚାଲିଯିବି l ଠିକ୍ ସେମିତି ସମ୍ପର୍କ ଦୁମୀ ଓ ମୁନା ଭିତରେ l ଅଦିନିଆ ବର୍ଷା ପରି l ହେଲେ ପରସ୍ପର ନିଜ କଥାକୁ ଭାବିଲା ବେଳକୁ ସେମାନଙ୍କ ମନରେ ଗୋଟିଏ କଥା ଆସେ ସତରେ କଣ ସେ ଏମିତି l ଠିକ୍ ଏମିକି ବେଳେ ମୁନା ଫୋନ କରେ ଦୁମୀକୁ l ତମେ କେଉଁଠି l ଆଜି ଦେଖାହେବ କି? ଦୂମୀ କହେ ହେବନା (ହେବନି) l ତାପରେ କଣ ହୁଏ ଉଭୟଙ୍କ ଭିତରେ କେଜାଣେ, ଉଭୟ କହନ୍ତି ସତରେ କଣ ସେ ଏମିତି l ଯାହା ଆଜି ବି ଅସମାହିତ ପ୍ରଶ୍ନ ହୋଇ ଉଭୟଙ୍କ୍ ମନରେ ରହିଛି l ଯେମିତି କୁକୁଡ଼ା ଆଗେ ନା ଅଣ୍ଡା ଆଗେ l ଏମିତି ଅନେକ ତୁଳନା l ତାହା ବି ଆଜିର ଦିନରେ କେତେ ଗୁରୁତ୍ଵ ବହନ କରେ, ତାହା କାହାକୁ ବା ଜଣା l ଏମିତି ସେ, ସେମିତି ମୁଁ ଭାବିବା ଆଜି ଛାଡ଼ନ୍ତୁ l ସତରେ ତ ସମାଜ ଟା ବି ସତରେ ସେ ଏମିତି ଭିତରେ l ଏକଥା ହୁଏତ ଦୁମି ଓ ମୁନା କାହାଣୀ ନୁହେଁ। ହେଲେ ସମାଜର ସବୁ ସ୍ତରରେ ଅବିଶ୍ବାସ ଯେଉଁ ବାତ୍ତା ବରଣ ସୃଷ୍ଟି ହୋଇଛି ତାହାହିଁ ମୂଖ୍ୟ କାରଣ ସାଜିଛି l ସେ କ କଣ ଏମିତି l ମୋର ମନର ରାଜ ମୁଁ, ତା ମନର ରାଣୀ ସେ l ଇଛା ଅନୁସାରେ ମଣିଷ ଏମିତି ହୁଏ, ସେମିତି କୁହେ l ତାହା କାହା ପାଇଁ ଭଲ ତ୍ କାହା ପାଇଁ ମନ୍ଦ l ବିଚାର ଚିନ୍ତାଧାରା, ଭିନ୍ନ ହୋଇପାରେ ହେଲେ ଦୁମୀ ର ହଁ ଭିତରେ ମୁନାରସତରେ ସେ ଏମିତି ନା ରେ ଯେ ଏତେ ମିଠାପଣ ଅଛି ତାହା ଉଭୟ ଅନୁଭବ କରିଛନ୍ତି l ହେଲେ ଆମେ ଗପ ପଡ଼ିଲେ ତ୍ କହିବା ସତରେ ସେ ଏମିତି……

ଅଜଣା ବନ୍ଧୁ… 

ଡରେନି ଡରାଏ, କୁହେ କି କହିବାକୁ ବାଧ୍ୟ କରେ, ଭାବିବନି ଅନ୍ୟକୁ ଭାବନା ରାଇଜରେ ଭସେଇ ଦିଏ ପୁଣି ଖୁସି ହେବାଠୁ ଅଧିକ ଖୁସି କରାଏ l ମନ ଯେମିତି, ଝିଅଟି ବି ସେମିତି l ଚଗଲି, ପାଗିଳି, ଫୁଲେଇ ଯାହା କହିଲେ ବି ସେ ଯେ ଚୁଲବୁଲି ତାହା ମାମୁନି ନିଜକୁ ନିଜେ ପଚାରି ବୁଝେ l

ହଠାତ୍ ମାମୁନି ସେଦିନ ମୁନା କହିଲା ସୋସିଆଲ ମିଡିଆରେ ଏ ଫୋଟୋ ଟି ମତେ ସେଣ୍ଟ କର l ମୁନା ବି କାଳ ବିଳମ୍ୱ ନକରି ଫୋଟୋ ଟି ଦେଇଦେଲା l ବାସ ଏତିକି କଥାରେ ମୁନା ଓ ମାମୁନି ର ସମ୍ପର୍କ ଆଗକୁ ବଢିଲା l ଅଜଣା ମାମୁନି କେତେବେଳେ ମୁନାର ସବୁ ଜଣା ବନ୍ଧୁ ଭିତରୁ ଅତି ଘନିଷ୍ଠ ହୋଇଗଲା ତାହା ମୁନା କହିପାରିବିନି l ହଁ କହିବ କେମିତି ଆଜି ବି ବେଳେବେଳେ ସେ ଅଜଣା ପଣ କଥା ମନେ ପଡେ l ମାମୁନି ଭାବେ ସତରେ କଣ ମୁନା ମୋର ଜଣା l କାହିଁକି, ଉତ୍ତର କିଛି ନାହିଁ l ହୁଏତ ଫୋଟୋ ପରି ଦୁଇ ଜଣଙ୍କ ହୃଦୟର ଫୋଟୋ ସେ ଫୋଟୋ ସହ ପରସ୍ପର କୁ ଆପେ ଆପେ ସେଣ୍ଟ ହୋଇଛି ଅଜଣା ବନ୍ଧୁ ପରୀ l ଯେମିତି ବିନ୍ଦୁ ଆଉ ସିନ୍ଦୁର ମିଳନ l ପୂର୍ଣ୍ଣିମା ରେ ଓ ଚନ୍ଦ୍ରର ମିଳନ l ଏସବୁ ଭିତରେ କିନ୍ତୁ ଅଜଣା ବନ୍ଧୁ ଏତେ ମାତ୍ରାରେ ଜଣା ହୋଇଗଲା ଯେ ସମୟ ଚକ୍ରରେ ଉଭୟ ଉଭୟକୁ ଚିହ୍ନିବାକୁ ଲାଗିଲେ l ସତରେ ମୁନା କଣ ମାମୁନି ପାଇଁ ଆଜି ବି ଅଜଣା l ନା ଜଣା ଭିତରେ ଅଜଣା l ଉତ୍ତର ଆଜିବି କ୍ରମଶଃ…….

କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂ….

()କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂହ। କିଟ୍ ବହୁ ଜମି କୁ ଜବର ଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି। ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳ ର ତାର ତଦନ୍ତ ହେବା ଦରକାର। ଶାଗ ମାଛ ଦରରେ ଜମି କିଣିଛି କିଟ୍। ଗୁଣ୍ଡା ଲଗାଇ ଜମି ମାଲିକ ଙ୍କ ଠାରୁ ଜମି ହାତେଇ ଚି କିଟ୍। ସେହିପରି ଶୂନ୍ୟକାଳ ରେ କଂଗ୍ରେସ ବିଧାୟକ ତାରା ବାହିନିପତି ଉଠାଇଲେ କିଟ୍ ପ୍ରସଙ୍ଗ। ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା। Nepal ସହ ଆମ ସମ୍ପର୍କ ଅତି ଘନିଷ୍ଠ। ଜଗନ୍ନାଥ ଙ୍କ ପାଇଁ କସ୍ତୁରୀ ସେଠାରୁ ଆସିଥାଏ। କିନ୍ତୁ ଯେଉଁଭଳି ଭାବେ ନେପାଳୀ ଛାତ୍ରଛାତ୍ରୀ ଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇ ଲେ ତାହା ନୀନ୍ଦନୀୟ। ଦିଲ୍ଲୀ ଆଜି ଏହି ଘଟଣାରେ ପଡୁଚି ଉଠୁଚି। ଯେଉଁ ଭିଡିଓ ସବୁ viral ହେଉଛି ତାକୁ ଦେଖିଲେ କାନ୍ଦ ଲାଗୁଛି।ଘଟଣାରେ ରେ judicial inquiry ହେବା ଦରକାର। ଜୁଡିସିଆଲ inquiry ନହେଲେ ମୁଁ ଧାରଣା ରେ ବସିବି ଗୃହରେ ବୋଲି ଚେତାବନୀ ଦେଲେ ତାରା।କିଟ୍ ରେ ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟ ଜନକ। କିନ୍ତୁ କିଟ୍ ର ମାଲିକ କେଉଁ ଦଳର ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳ ରେ ବସାଇଥିଲା। ବିଜେଡ଼ି କୁ କଲେ ଟାର୍ଗେଟ। ପରି, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା। ସେଥିରେ ବିଜେଡ଼ି ସରକାର ର ନେତା ବିଧାୟକ ସମ୍ପୃକ୍ତି ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଯେଉଁଠି ପ୍ରତିବାଦ ହେଉଥିଲା ସେଠି କୋଳ ରେ ବସାଇ ସଭା କରିଥିଲେ ମୁଖ୍ୟମନ୍ତ୍ରୀ। ସେତେବେଳେ ଯେଉଁମାନେ ତୁଣ୍ଡି ମାରି ବସିଥିଲେ ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢା ଉଛନ୍ତି। ଯାହାକି ହାସ୍ୟାସ୍ପଦ। ଶୂନ୍ୟକାଳ ରେ କିଟ୍ ପ୍ରସଙ୍ଗ ଉଠାଇ ବିରୋଧୀ ଙ୍କୁ ଜବାବ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।

କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି: ଉଚ୍ଚଶିକ୍ଷା ମନ୍ତ୍ରୀ

କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି | ସେ ଆମର ଅତିଥି ଛାତ୍ର ଛାତ୍ରୀ | ଏଭଳି ଏକ ଘଟଣା କିଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟ ରେ ଘଟିଲା | *ACS home ଙ୍କ ତତ୍ୱ ବଧାନ ରେ ନିରପେକ୍ଷ କମିଟି ଗଠନ* | ଜଣେ ମହିଳା ମଧ୍ୟ ଏହି କମିଟି ରେ ରହିଛନ୍ତି | *କେଉଁ କାରଣ ରୁ ସାଇନ ଡାଏ କରାଗଲା | କାହିଁକି କଟକ ରେଲୱେ ଷ୍ଟେସନ ରେ ଛାଡିଲେ | ସେ ସମୟ ରେ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ପାଖକୁ କାହିଁକି ଖବର ଆସିଲା ନାହିଁ | ଆମେ ସୁ ଚିନ୍ତିତ ମତାମତ ଦେଇଥାନ୍ତୁ*| ସମ୍ବେଦନଶୀଳ ଭାବେ ପୋଲିସ ନଜର ରଖିଛି | *100 ପାଖା ପାଖି ନେପାଳ ଛାତ୍ର ଛାତ୍ରୀ ଫେରି ଆସିଲେଣି* *ଆହୁରି 800 ଛାତ୍ରଛାତ୍ରୀ ବହୁ ଜାଗାରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ବିଶ୍ୱ ବିଦ୍ୟାଳୟ କୁ ନିର୍ଦେଶ ଦିଆଯଇଛି* | *ଘଣ୍ଟା କୁ ଥରେ ରିପୋର୍ଟ ମଗା ଯାଉଛି* | କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି | ପୂର୍ବ ସ୍ଥିତି ଫେରାଇ ଆଣିବାରେ ସାହାଯ୍ୟ ହେବ | *ଉପ ଜିଲ୍ଲାପାଳ ଙ୍କୁ ମୃତ ଛାତ୍ରୀ ଙ୍କ ପରିବାର ସହ ଅଛନ୍ତି | ADM ଙ୍କୁ କିଟ ପରିସରରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି* |

 

ନବନିଯୁକ୍ତ ପିସିସି ସଭାପତିଙ୍କ ସଂକଳ୍ପ ପଦଯାତ୍ରାରେ ଅଦ୍ଭୁତପୂର୍ବ ଜନସମାବେଶ ଓ ଅବିସ୍ମରଣୀୟ ଜନସମର୍ଥନ…

()  ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।

ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍‌. ରାଜନ ଏକ୍କା, ସୋଫିଆ ଫିର୍‌ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ । ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ । ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।

ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ମାନନୀୟ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।

ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ୍‌ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।

ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ବିଜୟାନନ୍ଦ ଚାଉଳିଆ, ସିଦ୍ଧାର୍ଥ ରାଉତରାୟ, ଶୁଭେନ୍ଦୁ ମହାନ୍ତି, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ଦୀପକ କୁମାର ମହାପାତ୍ର, ନଳନୀ ମହାନ୍ତି, ଜିଆଉଲ୍‌ହକ୍‌, ଭୁବନ ବିହାରୀ ସାହୁ, ସନ୍ତୋଷ କୁମାର ନନ୍ଦ, ମନୋଜ କୁମାର ରାଉତ, ବିପ୍ରବର ସାହୁ, ପ୍ରଫୁଲ ଦାସ, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ନିହାର ରଞ୍ଜନ ବେହେରା, କିରଣ ସାହୁ, ସୁଦିପ ସାମଲ, ବିଶ୍ୱଭୂଷଣ ମହାପାତ୍ର, ସୁଦର୍ଶନ ଦାସ, ଚୁନୁ ସିଂ, ଅଖିଳେଷ ଯାଦବ, ପ୍ରତାପ ପ୍ରଧାନ, ଅନାମ ନାୟକ, ସତ୍ୟ ସମାଲ, ବିଜୟ ଦ୍ୱିବେଦୀ, ନିରୋଜ ଲୋଚନ ଦାସ, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଜାନକୀ ମଲ୍ଲିକ, ସୋନାଲି ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଆରତୀ ସ୍ୱାଇଁ, ନିପନ ଦାସ, ସେମ୍ ହେମ୍ଭ୍ରମ, ଆଲୋକ ଦାସ, ଦେବପ୍ରସାଦ ମହାପାତ୍ର, ଅଜୟ ସାହୁ, ଅମରେଶ ପରିଡ଼ା, ଅପୂର୍ବ ରଞ୍ଜନ ସାମଲ, ଲିପିକା ପାତ୍ର, ମନ୍ଦାକିନି ବରୁଆ, ଲକ୍ଷ୍ମୀପ୍ର୍ରିୟ ନାୟକ, ଅମ୍ବିକା ଭଟ୍ଟ, ସରୋଜ ପ୍ରଧାନ, ଜ୍ୟୋତି ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ମହମ୍ମଦ ସାହାଦୁଲ୍ଲା, ଲୁଲୁ ଅହମ୍ମଦ, ମନୁ ରାଉତରାୟ, ସ୍ନେହଲତା ଚୌଧୁରୀ, ବିଷ୍ଣୁଚରଣ ବାରିକ, ଏସ୍‌.ଏନ୍‌. ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ବୋଲି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

କୀଟ ଘଟଣା ଦୁଃଖଦାୟକ : ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ ଉଚ୍ଚଶିକ୍ଷା ମନ୍ତ୍ରୀ

()ନେପାଳ ସହ ଭାରତ ଓ ଓଡ଼ିଶାର ସମ୍ପର୍କ ଜଗନ୍ନାଥଙ୍କ ପାଇଁ ଭଲ ରହିଛି. କୀଟ ଘଟଣା ଦୁଃଖଦାୟକ. ସମ୍ବେଦନା ଦେଉଛୁ. ଗୃହ ବିଭାଗ ତ୍ୱରିତ ପଦକ୍ଷେପ ନେଇ ଗିରଫ କରିଛି. ମୃତକଙ୍କ ମୋବାଇଲ ଫୋନ ଓ ଲାପଟପି ସିଜ ହୋଇଛି. ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ. ବିଶ୍ଵବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ସମ୍ପର୍କରେ ଅଛି. ଜଣେ ଗିରଫ ହୋଇଛି. ଅନ୍ୟ ମାନେ ଯଦି ସମ୍ପୃକ୍ତ ଥିଲେ ଗିରଫ ହେବେ. ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ. ସାଇନ ଡାଏ ଉଠିଲା. ସେମାନଙ୍କୁ ଫେରାଇବାକୁ OSRTC ର ସ୍ୱତନ୍ତ୍ର ବସ ସେମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି. ଶିକ୍ଷାନୁଷ୍ଠାନରୁ ଯେପରି ସେମାନଙ୍କୁ ଧମକ ନ ମିଳୁ ଭବିଷ୍ୟତରେ, ସରକାର ଏ ନେଇ ଯତ୍ନବାନ ଅଛନ୍ତି ବୋଲି   ଉଚ୍ଚଶିକ୍ଷା ମନ୍ତ୍ରୀ   ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି l

ଯାଜପୁରରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ

ମା’ ମାନେ ଓଡ଼ିଶା ବିକାଶ ଯାତ୍ରାର ପାର୍ଟନର, ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଜରିଆରେ ସମୃଦ୍ଧ ଓଡିଶାର ସ୍ବପ୍ନ ପୁରଣ ହେବ- ମୁଖ୍ୟମନ୍ତ୍ରୀ

() ଆଜି ଯାଜପୁର ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଓଡ଼ିଶାର ସର୍ବବୃହତ୍‍ ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା ଅଧୀନରେ ଯାଜପୁର ଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ପୂର୍ବରୁ ୩ ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜି କୁ ମିଶାଇ ୪ ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଲେ। ଏହି ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହି ସହାୟତା ରାଶି ପ୍ରଦାନର ଉଦ୍ଦେଶ୍ୟ ରହିଛି ମା’ମାନଙ୍କୁ ବିକାଶର ପାର୍ଟନର କରିବା, ମା’ମାନେ ଏହାକୁ ପାରିବାରିକ ଖର୍ଚ୍ଚ ପାଇଁ ବ୍ୟବହାର ନ କରି ବିଭିନ୍ନ ବିଜିନେସ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାରୀର ଶକ୍ତି ସାମର୍ଥ୍ୟ ଏବଂ ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରାଇବା ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ । ଏଥିପାଇଁ ମା’ମାନଙ୍କୁ ବିଜିନେସ କରିବାର ବିଭିନ୍ନ କୌଶଳ ଶିଖିବାକୁ ପଡ଼ିବ । ବିଭିନ୍ନ ଟ୍ରେଡରେ ମଧ୍ୟ ଦକ୍ଷତାର ବିକାଶ କରିବାକୁ ପଡ଼ିବ । ମା’ମାନଙ୍କ ଦକ୍ଷତା ବିକାଶ କରିବାକୁ ନିକଟରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଆଇ.ଆଇ.ଏମ୍‍. ସମ୍ୱଲପୁର ସହିତ ଅନୁବନ୍ଧିତ ହୋଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏଥିରେ ଯୋଡ଼ି ହେବେ । ମା’ମାନେ ବିଜିନେସ କରିବାର କଳା କୌଶଳ ଶିଖିଲେ ସେମାନେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ସେ କହିଥିଲେ । ସେ କହିଥିଲେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହେବ । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହିତ ନିଜ ଅଧିକାର ପ୍ରତି ସଚେତନ ହୋଇପାରୁଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶା ମା ଓ ଭଉଣୀମାନଙ୍କ ଜୀବନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ମହିଳା ସଶକ୍ତିକରଣର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି ଏହି ସୁଭଦ୍ରା ଯୋଜନା । ବିକଶିତ ଓଡ଼ିଶାର ସାରଥି ହେବେ ଆମ ରାଜ୍ୟର ମା ଓ ଭଉଣୀମାନେ । ସୁଭଦ୍ରା ଯୋଜନା ମହିଳାଙ୍କ ଆୟ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ମହିଳାଙ୍କ ଯୋଗଦାନକୁ ସୁଦୃଢ଼ କରିବ ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯାଜପୁର ଜିଲ୍ଲା ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସ୍ୱାଧିନତା ସଂଗ୍ରାମ ଠାରୁ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ୱତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି । ସୁଭଦ୍ରା ଯୋଜନାରେ ଜିଲ୍ଲାର ସମୁଦାୟ ୪.୯୪ ଲକ୍ଷରୁ ଅଧିକ ମା ଓ ଭଉଣୀ ସାମିଲ ହୋଇଛନ୍ତି । ତନ୍ମଧ୍ୟରୁ ୩. ୭୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥରାଶି ପ୍ରାପ୍ତ ହୋଇସାରିଛି । ଆଜି ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତିରେ ଯାଜପୁର ଜିଲ୍ଲାରେ ୭୯ ହଜାରରୁ ଅଧିକ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଗଲା ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ, ସୁଭଦ୍ରା ଏକ ଯୋଜନା ନୁହେଁ, ଏହା ଆଗାମୀ ଦିନରେ ମହିଳାମାନଙ୍କର ଜୀବନ ଧାରଣର ଏକ ମାଧ୍ୟମ ହେବ । ରାଜ୍ୟରେ ମହିଳାମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି । ମା ସୁଭଦ୍ରାଙ୍କ ଶକ୍ତିରେ ଓଡ଼ିଶାର ସମସ୍ତ ମା ଭଉଣୀମାନେ ଶକ୍ତିଶାଳୀ ହୁଅନ୍ତୁ ବୋଲି ସେ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ, ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ, କୋରେଇ, ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ, ଅମର ନାୟକ, ଧର୍ମଶାଳା ବିଧାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ଜୀବନର ମାନଦଣ୍ଡ ବୋଲି କହିଥିଲେ।ଇତ୍ୟବସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।

ଯାଜପୁର ମହୋତ୍ସବ ‘ ଯଯାତୀ ‘ ଉଦଘାଟିତ…

 

 

୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାଯଯାତୀ କେଶରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତିତ ହେଲା, ନୂଆ ନାଁ ହେଲା *ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ*ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର – ମୁଖ୍ୟମନ୍ତ୍ରୀ ଡଙ୍କାରି ପାହାଡ ତଳେ ୮୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ ଫାସିଲିଟି ସ୍ଥାପିତ ହେବ, ୫୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଯାଜପୁର ଜିଲ୍ଲା ପାଇଁ 1 ଲକ୍ଷ କୋଟି ଟଙ୍କାର 23ଟି ପ୍ରକଳ୍ପ ନିବେଶ ପ୍ରସ୍ତାବ ଆସିଛିଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ – ମୁଖ୍ୟମନ୍ତ୍ରୀ

()ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର ।ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି । ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ ଉଦଘାଟିତ ହୋଇଛି।ଯାଜପୁରରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି । ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇଛି । ଆଜି ଏହାର ଉଦଘାଟନ ମଧ୍ୟ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ’ ଭାବରେ ନାମିତ କରାଯାଇଛି । ଏହା ଦ୍ୱାରା ମହାରାଜା ଯଯାତି କେଶରୀଙ୍କ ଗୌରବମୟ କୀର୍ତ୍ତିକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ସେ କହିଛନ୍ତି ।  ଏଥିରେ ପ୍ରଥମ ବର୍ଷ ପାଇଁ 50ଟି ସିଟ୍ ମିଳିଛି । ଆସନ୍ତା ଶିକ୍ଷା ବର୍ଷଠାରୁ ଏହି ମେଡିକାଲ କଲେଜର ସିଟ୍ ସଂଖ୍ୟା 100କୁ ବୃଦ୍ଧି କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସବୁ ଆବଶ୍ୟକ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ ଅନେକ ନୂତନ ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିରେ ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରାଯିବ । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ । ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।ନାଭିଗୟା ଠାରେ ଥିବା ବିରଜା ଅଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତି କରଣ କରାଯିବ । ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ ଏବଂ ୨୧ କୋଟି ୪୩ ଲକ୍ଷ ବିନିଯୋଗରେ ଯାଜପୁର ବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ । ୩୦ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଏକ ନୂଆ ବସ୍ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।ଏହା ସହିତ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ମଧ୍ୟ ନିର୍ମାଣ କରାଯିବ ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମହୋତ୍ସବକୁ ସେ ଅନେକ ବାର ଦର୍ଶକ ଭାବେ ଆସି ଦେଖିଛନ୍ତି, କିନ୍ତୁ ଏଥର କିଛି ନୂତନତ୍ଵ ଅନୁଭବ ହେଉଛି। ବାତାବରଣରେ ଏକ ଅପୂର୍ବ ଅଧ୍ୟାତ୍ମିକତା ଏବଂ ଐଶ୍ଵରୀୟ ଶକ୍ତିର ସଞ୍ଚରଣ ହୋଇଛି ବୋଲି ସେ କହିଥିଲେ।ସେ କହିଥିଲେ ଯେ ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି ପ୍ରୟାଗ ରାଜରେ, ଏବଂ ଓଡିଶାରେ ଚାଲିଛି ସଂସ୍କୃତି ଓ କଳାର ମହାପର୍ବ, ଖଣ୍ଡଗିରି ମେଳା। ଏହି ପରିପ୍ରେକ୍ଷୀରେ ଆଜିର ଏହି ଯାଜପୁର ମହୋତ୍ସବର ଶୁଭାରମ୍ଭ ହେଉଛି, ଯାହା ସମସ୍ତଙ୍କ ମନରେ ଅଧ୍ୟାତ୍ମିକତାରେ ଭରିଦେଇଛି।

ସୋମବଂଶର ମହାନ ନରପତି ଯଯାତି କେଶରୀଙ୍କ ଦ୍ଵାରା ପ୍ରତିଷ୍ଠିତ ଯାଜପୁର ମାଟି ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣ କ୍ଷେତ୍ର ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାଚୀନ ଓଡ଼ିଶାର ରାଜଧାନୀ ଯଯାତି ନଗର ଭାବେ ଖ୍ୟାତ ଥିଲା ଏଇ ସମୃଦ୍ଧ କଳା ସାହିତ୍ୟର ଭୂମି । ପୁରାତନ ଓ ନୂତନ ସଂସ୍କୃତିର ସମାହାର ହୋଇଛି ଏହି ଭୂଖଣ୍ଡରେ । ଏହି ପୁଣ୍ୟ ମାଟିରୁ ଦିନେ ଗୁଞ୍ଜରିତ ହୋଇଥିଲା ଗୌତମ ବୁଦ୍ଧଙ୍କ ଶାନ୍ତିର ସ୍ତୁତି ସଙ୍ଗୀତ । ସଂପ୍ରୀତି ଓ ମାନବିକତାର ଦୀକ୍ଷାରେ ଦୀକ୍ଷିତ ହୋଇଥିରେ ସମସ୍ତେ । ପ୍ରାଚୀନ ବୌଦ୍ଧ ସଭ୍ୟତାର ଅମର ଭୂମି ରତ୍ନଗିରି,ଲଳିତଗିରି ଓ ଉଦୟଗିରି ଏହାର ଜ୍ଜ୍ଵଳନ୍ତ ନିଦର୍ଶନ । ଲାଙ୍ଗୁଡି ଓ କାଏମା ରାଧାନଗରର ବିକଶିତ ବୌଦ୍ଧ ସଭ୍ୟତା ଆମ ସମୃଦ୍ଧ ସାଂସ୍କୃତିକ ବିଭବର ପ୍ରାମାଣିକ ତଥ୍ୟ ବୋଲି ସେ କହିଥିଲେ।  ପୁଣି କହିଲେ ଯେ ଯାଜପୁରବାସୀଙ୍କ ପାଇଁ ସବୁବେଳେ ବରଦାନ ସଦୃଶ ଅମୃତମୟୀ ପାପନାଶିନୀ ବୈତରିଣୀ ପ୍ରବାହିତ ହେଉଛି ଏବଂ ରାଜ୍ୟବାସୀଙ୍କୁ ଅଭୟବାଣୀ ଦେଉଛନ୍ତି ମା’ ବିରଜା। ଉଭୟଙ୍କ ଆଶୀର୍ବାଦରୁ କାହିଁ କେତେ କାଳରୁ ଏହି ଅଞ୍ଚଳ ହୃଷ୍ଟପୃଷ୍ଟ ହୋଇଛି ଏବଂ ଆଜି ରାଜ୍ୟର ସବୁଠାରୁ ବିକଶିତ ଅଞ୍ଚଳ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ଯାଜପୁରର ଗୌରବମୟ ଇତିହାସ, ଓ ସଂସ୍କୃତି ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଶ୍ରୀ ବରାହକ୍ଷେତ୍ର, ଦଶାଶ୍ଵମେଧ ଘାଟ, ନାଭିଗୟା, ବ୍ରହ୍ମକୁଣ୍ଡ, ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦି ଅନେକ ପବିତ୍ର କ୍ଷେତ୍ର ଏ ମାଟିର ମହାର୍ଘ୍ୟ ଆଧ୍ୟାତ୍ମିକତାର ଗୋଟିଏ ଗୋଟିଏ ବଳିଷ୍ଠ ସ୍ଵାକ୍ଷର ।ସ୍ୱାଧୀନତା ସଂଗ୍ରାମରେ ଯାଜପୁରର ବଳିଷ୍ଠ ଅବଦାନକୁ ସେ ସ୍ମରଣ କରିଥିଲେ।ସେ ପୁଣି କହିଥିଲେ ଯେ ଯାଜପୁର ଲୋକଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମିତା ଯୋଗୁଁ ଶିଳ୍ପ ମାନଚିତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର । ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି । ଦେଶ ତଥା ଦେଶ ବାହାରକୁ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଯାଜପୁର ଅଞ୍ଚଳ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି । ବିକାଶ ପାଇଁ ଯାଜପୁର ଜିଲ୍ଲାରେ ରହିଛି ଅପାର ସମ୍ଭାବନା । ଯାଜପୁର ସିନା ଥିଲା ପୁରାତନ ଉତ୍କଳର ପୁରୁଣା ରାଜଧାନୀ, କିନ୍ତୁ ଆଜି ସାରା ଦେଶରେ ଏହା ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ଲାଭ କରିଛି। ଆଗାମୀ ଦିନରେ ଏହା ରାଜ୍ୟର ଶିଳ୍ପ ରାଜଧାନୀ ଭାବେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।  ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୂର୍ବର ସବୁ ରେକର୍ଡ ଭାଙ୍ଗି ଏଥର ଓଡ଼ିଶା 17 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛି । 13 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ MoU ମଧ୍ୟ ସ୍ୱାକ୍ଷରିତ ହୋଇଛି। ଓଡିଶାରେ 13 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।

ଯାଜପୁର ଭଳି ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଏହାର ପ୍ରଭାବ ଖୁବ୍ ଅଧିକ ରହିବ ବୋଲି ମତ ଦେଇ ସେ କହିଲେ ଯେ କେବଳ ଯାଜପୁର ଜିଲ୍ଲାରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ 23ଟି ପ୍ରକଳ୍ପ କରାଯିବ । ଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡଙ୍କାରି ପାହାଡ ତଳେ ଏକ କ୍ରୁଡ୍ ଅଏଲ୍ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରାଯିବ । ଏହାକୁ ରାଜ୍ୟ ସରକାରଙ୍କ High Level Clearance Authority ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିଅମ୍ ରିଜର୍ଭ ଲିମିଟେଡ୍ ପକ୍ଷରୁ ଏହାକୁ ୮,୭୪୩ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ । ଏହାଦ୍ୱାରା ପ୍ରାୟ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦଗ୍ଧ ଅଭିମନ୍ୟୁ ସାମନ୍ତସିଂହାର ଓ ତାଙ୍କ ରଚିତ “ବିଦଗ୍ଧ ଚିନ୍ତାମଣି” ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ବୋଲି ମତ ଦେଇ ଯାଜପୁର ମାଟିର ସାରସ୍ଵତ ସାଧକ ମାନଙ୍କୁ ସମ୍ମାନ ଜଣାଇ ଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନୀତିରେ ପରିବାରବାଦ ର ସମାଲୋଚନା କରି କହିଥିଲେ ଯେ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପରିବାର ବାଦ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଏବଂ ସହାୟତାରେ ରାଜ୍ୟରେ ବିକାଶର ଧାରା ପୁନର୍ବାର ପ୍ରବାହିତ ହେବାକୁ ଆରମ୍ଭ ହେଲାଣି। ଏହି ଧାରା ଯାଜପୁର ଜିଲ୍ଲାକୁ ମଧ୍ୟ ପ୍ଳାବିତ କରୁଛି। ସେ କହିଥିଲେ ଯେ ଓଡିଆ ଅସ୍ମିତା, ଭାଷା, ସାହିତ୍ୟ, ସସ୍କୃତି ଓ ପରମ୍ପରାକୁ ପାଥେୟ କରି ନୂତନ ଓଡିଶା ନିର୍ମାଣ କରିବାର ଯେଉଁ ମହାଯଜ୍ଞ ଆରମ୍ଭ ହୋଇଛି, ସେଥିପାଇଁ ଆପଣ ସମସ୍ତଙ୍କ ଅକୁଣ୍ଠ ସମର୍ଥନ ଆବଶ୍ୟକ। ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯାଜପୁରର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସରକାର କାମ ଜାରି ରଖିଛନ୍ତି। ଯାଜପୁର ବାସୀ ଆଗାମୀ ଦିନରେ ଶିଳ୍ପାୟନର ନୂତନ ଶିଖର ଦେଖିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେବ। ଏଥିପାଇଁ ସେ ଯାଜପୁର ବାସୀଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀଡକ୍ଟର ମୁକେଶ ମହାଲିଙ୍ଗ,ସମବାୟ ମନ୍ତ୍ରୀ, ଶ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ, ଯାଜପୁର,ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ, କୋରେଇ, ଶ୍ରୀ ଆକାଶଦାସ ନାୟକ,ବିଧାୟକ, ବଡଚଣା, ଶ୍ରୀ ଅମର ନାୟକ, ବିଧାୟିକା, ଯାଜପୁର , ସୁଜାତା ସାହୁ, ବିଧାୟକ, ଧର୍ମଶାଳା ଶ୍ରୀ ହିଂମାଶୁ ଶେଖର ସାହୁ, ବିଧାୟକ, ବରି, ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ପ୍ରମୁଖ ମଂଚାସୀନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟମନ୍ତ୍ରୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news