()ଦରଦାମ ସମସ୍ତ ଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି। ଗରୀବ ଶ୍ରେଣି କଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ ରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଏନେଇ ବିଜେଡ଼ି ଆସନ୍ତା 6 ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ କହିଛନ୍ତି ଦେବୀ ମିଶ୍ର, ଅଧ୍ୟକ୍ଷ, ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର l ସେହିପରି ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା। ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ ନିୟନ୍ତ୍ରଣ ଦାବିରେ ଆସନ୍ତା 6 ତାରିଖରେ ସକାଳ ସାଢ଼େ 10 ରୁ 11 ଭିତରେ ଲୋୟର ପିଏମଜି ରେ ବିକ୍ଷୋଭ କରାଯିବ। ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି l ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ ହୁ ହୁ ହୋଇ ବଢି ଚାଲିଛି। ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି। ଲୋକେ ହନ୍ତ ସନ୍ତ। ଓଡିଶା ବାସୀ ଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ। ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ। ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ। ନଚେତ୍ 6 ତାରିଖରେ ପରେ ଓଡିଶା ର 30 ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି l ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରୋଷେଇ ଘରେ ମହଙ୍ଗା ମାଡ଼। ମହିଳା ଟିଏ ହନ୍ତ ସନ୍ତ ହେଉଛି। ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣ ରେ ବିଫଳ। ଡବଲ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାଁନ୍ତି। ଯେଉଁଥିଲାଗି ଆମେ ଲୋକ ସେବା ଭବନ ଆଗରେ ବିକ୍ଷୋଭ କରିବୁ। ବିଜେଡି ଯୁବ ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ 2014 ରେ ଯେତେବେଳେ nda ସରକାର ଆସିଲା ସେତେବେଳେ ଅଛେ ଦିନ କଥା କହିଥିଲେ। ଆମ ସରକାର ଥିବା ସମୟରେ ବିଜେପି ଆନ୍ଦୋଳନ କରିଥିଲେ ରାଜ୍ୟ vat ହ୍ରାସ କରନ୍ତୁ। ଏବେ ତାଙ୍କ ସରକାର ଆସିଛି ସେମାନେ ଏବେ vat ହ୍ରାସ କରନ୍ତୁ। ଦରଦାମ୍ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର୍ ହେବ। ଏହା ବିଜେଡ଼ି ର ସ୍ଵର ନୁହଁ ଲୋକଙ୍କ ସ୍ଵର।






ଯାଜପୁରରେ ବିଜେଡ଼ିର ୨୮ ତମ ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ(ବବି) ଏପରି ଆହ୍ବାନ ଦେଇଛନ୍ତି ଦଳୀୟ କର୍ମୀ ଓ ନେତାଙ୍କୁ । ୨୦୦୦ରୁ ୨୦୦୯ ବିଜେଡ଼ି-ବିଜେପି ମେଣ୍ଟ ସରକାର ଓ ୨୦୦୯ରୁ ୨୦୨୪ ବିଜେଡ଼ିର ସରକାରର ତୁଳନା କରିଛନ୍ତି ପ୍ରଣବ । ନବୀନ ପଟ୍ଟନାୟକ ଓଡ଼ିଶାକୁ କେତେ ଭଲ ପାଆନ୍ତି ତାହା ତାଙ୍କର ୨୪ ବର୍ଷ ଶାସନରେ ଲୋକେ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି । ୨୮ ବର୍ଷ ଧରି ବିଜେଡ଼ିକୁ ଗୋଟିଏ ସୂତାରେ ବାନ୍ଧି ରଖି ଓଡ଼ିଶାର ବିକାଶ କରିଛନ୍ତି ନବୀନ । ମୁଁ ଗର୍ବିତ ନବୀନ ପଟ୍ଟନାୟକ ଓ ବିଜେଡ଼ିର ମୁଲିଆ ହୋଇଛି । ଯାଜପୁର ବିକାଶ ଓ ସରକାର ବଦଳିବା ପରେ ଯାଜପୁର ବିକାଶରେ ବାଧା ସୃଷ୍ଟି ହେଉଥିବା ନେଇ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡ଼ିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ବବି କହିଛନ୍ତି ଯେ ନବୀନ କାମ ଏପରି କଥା କହୁଛି ଯେ ମୁଁ ଯାଜପୁର ରାସ୍ତାରେ ଗଲା ବେଳେ ଲୋକେ କହୁଛନ୍ତି ବବି ଯାଜପୁରର ବିକାଶ କରିଛି । କାରଣ ଯାଜପୁରକୁ ନୂଆ ରୂପରେ ତିଆରୀ କରିବାକୁ ମୁଁ ଚାହିଁଥିଲି , ସ୍ବପ୍ନ ମଧ୍ୟ ଦେଖିଥିଲି । ମୋ ସ୍ବପ୍ନକୁ ବାସ୍ତବ ରୂପ ଦେଇଥିଲେ ନବୀନ ପଟ୍ଟନାୟକ । ତେଣୁ ଯାଜପୁର ବାସୀ ନବୀନ ପଟ୍ଟନାୟକଙ୍କ ପାଖରେ ଋଣୀ ।
ତେଣୁ ଆଗମୀ ଦିନରେ ଲୋକଙ୍କ ସ୍ବରକୁ ବିଜେଡ଼ିର ପ୍ରତ୍ୟେକ କର୍ମୀ ଓ ନେତାମାନେ ଶାଣିତ କରିବାକୁ ପ୍ରଣବ ପ୍ରକାଶ ଦାସ ଆହ୍ବାନ ଦେଇଛନ୍ତି । ୨୮ ତମ ପ୍ରତିଷ୍ଠା ଦିବସରେ ବିଜେଡ଼ିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏପରି ଆହ୍ବାନ ଦଳୀୟ କର୍ମୀ ଓ ନେତାଙ୍କ ମନବଳକୁ ଶକ୍ତିଶାଳୀ କରିଛି ।






