ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ଜୁନ ୨୦ ତାରିଖ ଦିନ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରୁଛନ୍ତି। ଆସନ୍ତା ଜୁନ ୨୨ ତାରିଖ ଦିନ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଠାରେ ତାଙ୍କର ଚିକିତ୍ସା କରାଯିବ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇ ଠାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ତଦାରଖ କରିବେ।ଓଡ଼ିଶାର ଅଗଣିତ ଜନ ସାଧାରଣଙ୍କ ତରଫରୁ ପ୍ରଭୁ ଜଗନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଶ୍ରୀଯୁକ୍ତ ପଟ୍ଟନାୟକ ଖୁବଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରନ୍ତୁ ଏବଂ ଓଡିଶାବାସୀଙ୍କ ସେବା ଜାରି ରଖନ୍ତୁ।

 

୯ଦିନ ପରେ ନବଦିନାତ୍ମକ ଯାତ୍ରା 

ଜଗତର ନାଥ ଜଗନ୍ନାଥ। କାଳିଆ, ଚକାଆଖିଆ, ମଣିମା, ସାଆନ୍ତେ, ଏମିତି ଅନେକ ନାଁରେ ନାମିତ ଦିଅଁ ହେଉଛନ୍ତି ଜଗନ୍ନାଥ । ଭକ୍ତ ଓ ଭଗବାନ ସମ୍ପର୍କର ସେ ହେଉଛି ପ୍ରାଣକର୍ତ୍ତା । ଚକାଚକା ଆଖିରେ ଜଗତକୁ ପୁରା ଜଗତକୁ ଚାହିଁ ରହନ୍ତି । ସଭିଁଙ୍କ ଦୁଃଖ ଓ ସୁଖର ସାଥୀ ସେ । କୋଟିକୋଟି ଭକ୍ତଙ୍କ ସେ ହେଉଛନ୍ତି ମୁରବୀ । ମାନବ,ଦାନବ , ଦେବାତା ସଭିଁଏ ତାଙ୍କ ଶରଣରେ। ସେ ଉଦ୍ଧାରକର୍ତ୍ତା , ସେ ଦାୟାବନ୍ତ, ସେ ପୁଣି ନିୟତା । ବିଶ୍ବବ୍ରହ୍ମାଣ୍ଡର ନାୟକ ସେ । ସେ ସୃଷ୍ଟି , ସେ ବି ସଷ୍ଟ୍ରା । ତାଙ୍କ ବିନା ଅନୁମତିରେ ପତ୍ରଟିଏ ବି ହଲେ ନାହିଁ । ସଭିଁଙ୍କ ଭିତରେ ସେ ତାଙ୍କ ଭିତରେ ସମସ୍ତେ । ଚକାଆଖି ସହ ଆଖି ମିଶାଇବାକୁ ବର୍ଷକୁ ଥରେ ଭକ୍ତକୁ ମିଳେ ପୂର୍ଣ୍ଣ ସ୍ବାଧୀନତା । ଭକ୍ତଙ୍କ ଇଛାପୂରଣ କରିବା ପାଇଁ ଜଗତର ନାଥ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ୯ଦିନ ଧରି ବାହାରୁ ଆସନ୍ତି ମାନବୀୟ ଲୀଳା କରିବା ପାଇଁ । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ୯ ଦିନ ଧରି ନବଦିନାତ୍ମକ ଯାତ୍ରା ବାହାରିପଡନ୍ତି ବିଶ୍ବକର୍ତ୍ତା । ରତ୍ନବେଦୀରୁ ଜନ୍ମବେଦୀକୁ ଏହି ନବଦିନାତ୍ମକ ଯାତ୍ରା ପୁରା ବିଶ୍ବରେ ଆନନ୍ଦ ଖେଳାଇ ଦିଏ । ଦୁନିଆର ସବୁଠାରୁ ଦାମୀ ରଥରେ ବସି ବଡଦାଣ୍ଡକୁ ବାହାରି ଆସନ୍ତି ବଡ ଠାକୁର । ଜଗନ୍ନାଥ ଭକ୍ତଙ୍କୁ ,ଭକ୍ତ ଜଗନ୍ନାଥଙ୍କୁ ଦେଖିବା ବର୍ଷତମାନ ଅନାଇ ବସିଥାନ୍ତି । ଶ୍ରୀଗୁଣ୍ଡିଛା ଯାତ୍ରାରୁ ବାହୁଡା ଯାତ୍ରା ଯାଏ ପୁରା ଅପୂର୍ବ ଯାତ୍ରା ଦେଖିବାକୁ ବଡ ଦାଣ୍ଡରେ ଭକ୍ତଙ୍କ ଭିଡ ଜମେ । ଜୁନ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଯାତ୍ରା ଯେତିକି ପାଖେଇ ଆସୁଛି, ବଡ ଦାଣ୍ଡରେ କାଳିଆ ରଥ ସେତିକି ନୂଆରୂପ ନେବାରେ ଲାଗିଛି । ଦିନରାତି ଏକକରି ମହାରଣାମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଭକ୍ତ ଯେତିକି ବ୍ୟାକୁଳ ରଥଯାତ୍ରା ପାଇଁ ମଣିଆ ମଧ୍ୟ ସେତିକି ବ୍ୟାକୁଳ । କାରଣ ଭକ୍ତ ଓ ଭଗବାନଙ୍କ ମହାମିଳନ ପର୍ବ ହେଉଛି ରଥଯାତ୍ରା । ରଥରେ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ସଭିଁଙ୍କ ଇଚ୍ଛା । ସେ ଅନୁଭୂତି ଓ ଅନୁଭବକୁ କେବେ ଶଦ୍ଧରେ ପରିପ୍ରକାଣ କରିହେବନି । କାଳିଆ ମାନବୀ୍ୟ ଲୀଳା ଦେଖିବା ଭାଗ୍ୟରେ ଥିଲେ ଆସେ । ଝୁଲି ଝୁଲି, ରହି ରହି , ସମସ୍ତଙ୍କୁ ଚାହିଁ କାଳିଆ ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ପହଣ୍ଡିରେ ଚାଲି ଆସନ୍ତି । ନାଚ, ଗୀତ,କିର୍ତ୍ତନ ସହ ଭକ୍ତିମୟ ପରିବେଶରେ କାଳିଆ ଭକ୍ତଙ୍କ ପ୍ରେମରେ ବିଭୋର ହୋଇପଡନ୍ତି ଜଗତ ଠାକୁର । ଭକ୍ତ ବି କାଳିଆ ପ୍ରେମରେ ବାଇଆ ହୋଇଯାଏ । ମଣିଆ ଜଗନ ଉଦ୍ଧାର କର , ସର୍ବକ୍ଷମା ଜରିଆରେ ସଭିଁଙ୍କ ଦୋଷକୁ କ୍ଷମାକର ପ୍ରଭୁ । ଜଗତର ଦୁଃଖ ବୁଝ, ସଭିଁଙ୍କୁ ଭଲବାଟ ଦେଖାଅ । ଆଉ ୯ ଦିନ ବାକି ରହିଲା କାଳିଆ ଘୋଷଯାତ୍ରା । ବଡଦାଣ୍ଡରେ ଏବେଠାରୁ ଭିଡ ଜମିଲାଣୀ । ସଭିଁଏ କାଳିଆ ସାଆନ୍ତଙ୍କ ପାଖରେ ଗୁହାରୀ ପ୍ରଭୁ ମତେ ରଥରେ ଦର୍ଶନ ଦେବୁ । କାଳିଆରେ ତୋର ନବଦିନାତ୍ମକ ଯାତ୍ରାରେ ମତେ ଡାକିବୁ । ମୁଁ ଯିବେ । ତତେ ମନଭରି ଦେଖିବି ଓ ମନକଥା କହିବି । ଏମିତି ଭାବ ରଖି ସମସ୍ତେ ଅପେକ୍ଷା କରିଛନ୍ତି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ।

ଜୟ ଜଗନ୍ନାଥ

ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା 

ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତର ନୂତନତା ଏବଂ ଆର୍ଥିକ ବୈଷୟିକ ପରିସଂସ୍ଥା ପର୍ଯ୍ୟବେସିତ ଅନୁଷ୍ଠାନ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବ୍ରୋଡବ୍ରିଜ୍ ଇଣ୍ଡିଆର ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ରିତୁ ରାଖରା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏହି ସମୟରେ ଉଭୟ ଅନୁଷ୍ଠାନର ଶୀର୍ଷ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଏଥି ସହିତ ବ୍ରୋଡବ୍ରିଜ୍‌ର ପ୍ରତିନିଧିମାନେ ସୋଆର ଛାତ୍ରଛାତ୍ରୀମାନଙ୍କ ସହିତ ଆର୍ଥିକ କ୍ଷେତ୍ର ସହିତ ନିଯୁକ୍ତି ସୁଯୋଗ ଏବଂ ଆବଶ୍ୟକୀୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରୋଡବ୍ରିଜ୍ ବିଭିନ୍ନ କ୍ୟାମ୍ପସ ପ୍ରୋଗ୍ରାମ, ଇନୋଭେସନ୍ ଚ୍ୟାଲେଞ୍ଜ, ମେଂଟରସିପ୍ ଏବଂ ଦକ୍ଷତା ଭିତିକ ପଦକ୍ଷେପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାଏ । ଏହି ସହଭାଗିତା ଦ୍ୱାରା ଉଭୟ ଅନୁଷ୍ଠାନ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଥିବା ବ୍ୟବଧାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ରହିଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ବ୍ରୋଡବ୍ରିଜ୍ ସହଭାଗିତା ଭିତିରେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶିଳ୍ପ ସମ୍ବନ୍ଧୀୟ କର୍ମଶାଳା, ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଏବଂ ଛାତ୍ରଛାତ୍ରୀମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌ର ସୁଯୋଗ ପ୍ରଦାନ କରିବେ । ଏହି ସହଭାଗିତା ଦ୍ୱାରା ଶିଳ୍ପ କ୍ଷେତ୍ରରେ ସୋଆର ସହଯୋଗକୁ ପ୍ରତିପାଦିତ କରିବା ସହ ଆମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦିଗରେ ସାହାଯ୍ୟ କରିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି । ଏହି ଅବସରରେ ଶ୍ରୀମତି ରାଖରା କହିଥିଲେ ଯେ ସୋଆ ସହିତ ବୁଝାମଣା କରି ବ୍ରୋଡବ୍ରିଜ୍ ବେଶ ଆନନ୍ଦିତ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକ ଯୋଡ଼ି ହୋଇ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ କହିଛନ୍ତି ଯେ ଆଇଟି ଏବଂ ତତ୍‌ସଂଲଗ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ନିମନ୍ତେ ସୋଆ ନିୟମିତ ଭାବରେ ଏଭଳି ସହଭାଗିତାର ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛି ।

ପୁରୀରେ ବିଜେଡିର ଯୁବ ଗର୍ଜନ: ବିଜେପିର ମିଛ ଜଣାଇବାକୁ ସଂକଳ୍ପ.

ଯାଜପୁରରେ ମହିଳା ସମାବେଶ ବଡ ସଫଳତା ମିଳିବା ପରେ ପୁରୀରେ ଯୁବ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳ କ୍ଷମତାରରେ ଥାଉ କି ନଥାଉ ସବୁବେଳେ ଓଡିଶାବାସୀଙ୍କ ସେବାରେ ବିଜେଡି । ବର୍ଷେ ହେବ ଦଳ କ୍ଷମତାରୁ ଯାଇଥିଲେ ମଧ୍ୟ ବିଜେଡି କିନ୍ତୁ ତାହାର କର୍ତ୍ତବ୍ୟ ଭୂଲିନାହିଁ। ବିଜେପି ସରକାର ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିବା ପରେ ନିଜର ପ୍ରତିଶୃତିକୁ ଭୂଲିଯାଇଛି । ଯାହା ବିରୋଧରେ ବିଜେଡି ଯୁବବାହିନୀ ସୋସିଆଲ ମିଡିଆକୁ ଅସ୍ତ୍ର କରି ବିଜେପି ସରକାରଙ୍କ ମିଛ ଲୋକଲୋଚନକୁ ଆଣିବା ଦରକାର। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ବିକାଶ ଶୀର୍ଷରେ ପହଞ୍ଚିଥିବା ବେଳେ ବିଜେପି ସରକାରରେ ଏଥିରେ ବ୍ରେକ ଲାଗିଛି । ଏହାକୁ ନେଇ ଓଡିଶାର ବିଭିନ୍ନ କୋଣରୁ ଆସିଥିବା ଯୁବ ଓ ଛାତ୍ର ବିଜେଡିର ନେତାମାନଙ୍କୁ ଯୁବ ଜନଜାଗରଣ ସମାବେଶରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଯୁବ ସମାବେଶକୁ ଉଦଘାଟନ କରି ନବୀନ କହିଛନ୍ତି ଯେ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଏହି ଜନଜାଗରଣ । ବିଜେପି ସରକାର ବିଜେଡିର ସବୁ ଭଲ ଯୋଜନାକୁ ବନ୍ଦ କରିଦେଲେ। ନୂଆ ଓ ସ୍କଲାରସିପ୍ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବି ବନ୍ଦ କରିଦେଲେ । ରାଜ୍ୟର ଅର୍ଥନୀତି ଏବେ ପୁରା ଦୁର୍ବଳ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଡାଇରିଆରେ ଲୋକେ ହିନସ୍ତା ହେଉଛନ୍ତି। ଆୟୁଷ୍ମାନ କାର୍ଡ ଧରି ଲୋକେ ହସ୍ପିଟାଲରୁ ନିରାଶା ହୋଇ ଫେରୁଛନ୍ତି । ବିଜେପିର ମିଛକୁ କାଉଣ୍ଟର କରିବା ପାଇଁ ଆମକୁ ସୋସିଆଲ୍ ମିଡିଆ ନେଟଓ୍ବାର୍କକୁ ଆହୁରି ସୁଦୃଢ କରିବାକୁ ପଡିବ । ଲୋକେ ସତ ଜାଣିବା ଦରକାର ବୋଲି ଯୁବ ସମାବେଶରେ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଆହ୍ବାନ ଦେଇଛନ୍ତି । ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛ ପ୍ରଚାରର କାଉଣ୍ଟର କରିବା ପାଇଁ ନବୀନ ସଂକଳ୍ପ କରାଇଥିଲେ ଯୁବମାନଙ୍କୁ । ବିଜେଡି ଯୁବ ସମାବେଶରେ ଦଳର ସପ୍ତରଥୀ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସଂପୃକ୍ତି ମିଶ୍ର, ପ୍ରତାବ ଦେବ ପ୍ରମୁଖ ସାମିଲ ହୋଇ ଯୁବ ନେତୃତ୍ବଙ୍କ ମନରେ ଜୋସ ଭରିଥିଲେ । ଯୁବନେତା ବ୍ୟୋମକେଶ ରାୟ, ସୁବାଶିଷ ଖୁଣ୍ଟିଆ, ଦେବୀ ରଂଜନ ତ୍ରୀପାଠି , ପ୍ରଣବ ବଳବନ୍ତ ରାୟ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ । ଜନନ୍ନାଥ ଧାମରେ ସତ୍ୟର ସାରଥୀର ସଂକଳ୍ପ ନେଇ ଯୁବନେତାମାନେ ଫେରିଛନ୍ତି । ବିଜେପି ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ରତ୍ନ ଭଣ୍ଡାର ଚାବି , ବର୍ଷକୁ ୨କୋଟି ନିଯୁକ୍ତି, ଓଡିଆ ଅସ୍ମିତା, ମାଗଣା ବିଜୁଳି, ଆଇନ ଶୁଙ୍ଖଳା ପରିସ୍ଥିତି, ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ , ପରି ବହୁ ପ୍ରଶ୍ନ ଶାସକ ଦଳକୁ ଯୁବ ଜନ ଜାଗରଣ ସମାବେଶରେ ଆହ୍ବାନ ଦେଇଛି ବିଜେଡି। ଆଗାମୀ ଦିନରେ ଦଳ ଏସବୁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବନେତା ମାନଙ୍କୁ ଗୁରୁଦାୟିତ୍ଵ ଦେଇଛି ସମାବେଶ ଜରିଆରେ।

ନବୀନଙ୍କ ସପ୍ତରଥି

()୨୦୨୪ ନିର୍ବାଚନରେ ବିଜେଡି ପରାଜୟକୁ ବର୍ଷେ ପୁରିଛି । ୨୪ ବର୍ଷ ପରେ ବିଜେଡି ହାତରୁ ଶାସନ ଚାଲି ଯାଇଛି । ୫୧ ଜଣ ବିଧାୟକଙ୍କୁ ନେଇ ଦଳ ଏବେ ସଶକ୍ତ ବିରୋଧୀ ଦଳର ଭୂମିକା ଲିଭାଉଛି।ପରାଜୟ ପରେ ବିଜେଡି ସରକାର ଅପେକ୍ଷା ଗଣମାଧ୍ୟମରେ ଅଧିକ ଚର୍ଚ୍ଚାରେ ରହୁଛି ସବୁଦିନ। ପରାଜୟ ପରେ ବିରୋଧୀ ବିଜେଡିର ଭବିଷ୍ୟତ ନେଇ ସମାଲୋଚନା ଅଧିକ ହେଉଥିବା ବେଳେ ଏହି ସମାଲୋଚନାକୁ ଖୋରାକ ଯୋଗାଉଛି କିଛି ବିଜେଡି ନେତାଙ୍କ ବୟାନବାଜି । ଯାହାକୁ ନେଇ କ୍ଷମତାରୁ ଯିବା ପରେ ବି ସବୁଠି ବିଜେଡି ଚର୍ଚ୍ଚା । ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ଭାଙ୍ଗିବା ପାଇଁ ସ୍ଵାଭାବିକ ଭାବେ ଶାସକ ଦଳ ପ୍ରୟାସ ଜାରୀ ରହିଛି । ଏହାରି ଭିତରେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡିର ନେତା ଓ କର୍ମୀମାନେ । ଯାହାର ନେତୃତ୍ଵ ନେଉଛନ୍ତି ବିଜେଡିର ସପ୍ତରଥି ଦଳର ବିପର୍ଯ୍ୟୟ ସମୟରେ ବିଜେଡିର ସପ୍ତରଥି ଏବେ ଦଳର ଭଲମନ୍ଦ ବୁଝିବା ସହ ସଂଗଠନକୁ ଚଳଚଞ୍ଚଳ କରିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି । ଏହି ସପ୍ତରଥି ହେଉଛନ୍ତି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସଂତୃପ୍ର ମିଶ୍ର, ପ୍ରତାପ ଦେବ ଓ ଉପ ସଭାପତି ପ୍ରଣବ ପ୍ରକାଶ ଦାସ । ଏହି ନେତାମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିକୁ ଅଧିକ ସଂଗଠିତ କରିବା ସହ ପୁଣିଥରେ କିପରି କ୍ଷମତାକୁ ଦଳ ଆସିବ ସେ ନେଇ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ନିକଟରେ ବିଜେପି ସରକାର ବର୍ଷପୂର୍ତ୍ତି ବିଫଳତାକୁ ଜନ ଜାଗରଣ ଅଭିଯାନ ଜରିଆରେ ଓଡିଶାବାସୀଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ନବୀନଙ୍କ ସପ୍ତରଥି । ଭୁବନେଶ୍ବରରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଏକାଠି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା, ଯାଜପୁରରେ ରାଜ୍ୟ ସ୍ତରୀୟ ମହିଳା ସମାବେଶ କରି ଜନ ଜାଗରଣ କରିବା, ଏହାପରେ ପୁରୀ ଯୁବ ସମାବେଶ କରିବାକୁ ଅଣ୍ଟା ଭିଡିଛନ୍ତି। କ୍ଷମତାରେ ବିଜେଡି ଥାଉ କି ନଥାଉ ଓଡିଶାବାସୀଙ୍କ ଦୁଃଖ ଓ ସୁଖରେ ସବୁବେଳେ ବିଜେଡି ରହିବ ତାହା ଜନ ଜାଗରଣ ଅଭିଯାନ ଜରିଆରେ ବାର୍ତ୍ତା ଦେଇଛି ଦଳ । ହାରିବା ଦିନଠାରୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗଠନମୂଳକ ସମାଲୋଚନା କରି ଶାସକ ଦଳକୁ ପ୍ରଶ୍ନ କରିଚାଲିଛି । ନବୀନ ପଟ୍ଟନାୟକ ସପ୍ତରଥି ବିଜେଡି ଭବିଷ୍ୟତ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହାର ଶତ କଣ ଓଡିଶାବାସୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱାସ ଜିଣି ସମାଲୋଚକଙ୍କୁ ଜବାବ ଦେଉଛନ୍ତି ।ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ l ନବୀନଙ୍କ ଏହି ସପ୍ତରଥି ଦଳକୁ କେତେ ସଫଳତା ଦେଉଛନ୍ତି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ନିଷ୍କପଟ ପ୍ରେମ ଓ ତ୍ୟାଗର ପ୍ରତୀକ ବାପା 

ବରଗଛ ପରି ପୁରା ପରିବାରକୁ ସୁରକ୍ଷା ଦିଅନ୍ତି ବାପା। ବାପା ଆକାଶ ଭଳି ଛାତ ଟିଏ,ପାହାଡ ଭଳି ଭରସାର ଉତ୍ସ,ସାଗର ଭଳି ଗଭୀର ଓ ବ୍ୟାପକ। ବାପାଙ୍କ ଦୁଃଖ କିଏ କେବେ ଦେଖିଛି ନା ଜାଣିଛି । ନା କେଉଁ ପୁଅ ଝିଅଙ୍କୁ ବାପା ତାଙ୍କ ଦୁଃଖ ଅନୁଭବ ବି କେବେ କରାଇ ଦିଅନ୍ତି। ପୁଅ ଓ ଝିଅର ସବୁ ଇଚ୍ଛା ଚୁଟକିରେ ଯିଏ ପୂରଣ କରିବା ପାଇଁ ଆଗଭର ହୁଅନ୍ତି ସେ ବାପା। ପୁଅ ଓ ଝିଅ ପାଇଁ ସଂସାରର ସବୁ ଅଦୃଶ୍ୟ ବୋଝକୁ ଯିଏ ସହଜରେ ବୋହିନେଇ ପାରନ୍ତି ସେ ବାପା। ଯିଏ,ପାହାଡ ଭଳି ଭରସାର ଉତ୍ସ,ସାଗର ଭଳି ଗଭୀର ଓ ବ୍ୟାପକ ସେ ବାପା । ସବୁ ଦିନ ,ସବୁ ମୁହୂର୍ତ୍ତ ହିଁ ବାପାଙ୍କ ତାଙ୍କ ଜୀବନ ଉତ୍ସର୍ଗୀକୃତ କରିଥାନ୍ତି ପୁଅ ଓ ଝିଅଙ୍କ ପାଇଁ । ସବୁ ସନ୍ତାନଙ୍କ ଜୀବନରେ ପିତାଙ୍କ ଅବଦାନ ଅନେକ । ସେ ଆମର ମାର୍ଗଦର୍ଶକ, ଆମ ଭରସା, ଆମ ଆତ୍ମବିଶ୍ଵାସ । ତାଙ୍କରି ଆଙ୍ଗୁଠି ଧରି ଆମେ ଜୀବନର ଚଲାପଥରେ ଚାଲିବା ଶିଖିଥାଉ। ତାଙ୍କ ନିଷ୍କପଟ ପ୍ରେମ ଓ ତ୍ୟାଗର ତୁଳନା ନାହିଁ । ବରଗଛ ପରି ପୁରା ପରିବାରକୁ ସେ ସବୁବେଳେ ସୁରକ୍ଷା ଦିଅନ୍ତି । ବାପା କାନ୍ଦନ୍ତି କି ନାହିଁ, ବରଂ ପରିବାରର କୌଣସି ସଦସ୍ୟ କେବେ କାନ୍ଧ କଣ ଜଣାଇ ଦିଅନ୍ତନି ସେଥିଲାଗି ଦିନରତି ଏକ କରିଦିଅନ୍ତି ସେ । ବାପା ଆକାଶରୁ ଜହ୍ନମାମୁଁ ଆଣିପାରନ୍ତି ଓ ପାହାଡ ଉପରେ ପୁଅ ଓ ଝିଅର ଖୁସି ପାଇଁ ଚଢିପାରନ୍ତି । ବୟସ ଯେତେ ହେଉ ବାପା କିନ୍ତୁ ସବୁବଳେ ସନ୍ତାନ ପାଇଁ ନିଜକୁ ଫିଟ୍ ଭାବନ୍ତି । ସନ୍ତାନର ସୁଖ ପାଇଁ ବାପାଙ୍କ ଆଖିକୁ ନିଦ ଆସେନି କି ପେଟକୁ ଭୋକ ଲାଗେନି। ସବୁ ଝଡ, ଯନ୍ତ୍ରଣାକୁ ଛାତିତଳେ ଚାପିରଖି ସେ ଆଗକୁ ବଢ଼ିନ୍ତି। ବର୍ଷ ସାରା ପୁରୁଣା ସାଟ ପ୍ୟାଣ୍ଟ ଓ ବାରମ୍ୱାର ମୋଚି ଠାରୁ ସିଲେଇ କରି ଚପଲ ବିନ୍ଧୁଥିଲେ ମଧ୍ୟ ସବୁ ପର୍ବପର୍ବାଣୀରୁ ଆରମ୍ଭ କରି ପୁଅ ଓ ଝିଅଙ୍କ ପାଇଁ ମନ ପସନ୍ଦର ଡ୍ରେସ କିଣି ଦିଅନ୍ତି । ସେଥିରେ ସେ ଆନନ୍ଦ ପାଆନ୍ତି, ପଚାରିଲେ କହନ୍ତି ତମେ କାହିଁକି ଚିନ୍ତା କରୁଛ ମୁଁ ଅଛି । ଛୁଆ ବେଳେ କାନ୍ଧରେ ବସାଇ ସୁନ୍ଦର ପୃଥିବୀକୁ ଯିଏ ଆମକୁ ଦେଖାଇ ଥିଲେ, ଆମ ଜୀବନଟା କେମିତି ପୁରା ସୁନ୍ଦର ହେବ ସେ ରକ୍ତକୁ ପାଣି କରିଦେଇଥାନ୍ତି। ଆଜି ମୁଁ ବଡ ହୋଇଛି, ଲୋକେ କହୁଛନ୍ତି ବାପା କାଳେ ବୁଢ଼ା ହୋଇଯାଇଛନ୍ତି । ହେଲେ ଜୀବନର ଏ ବାସ୍ତବ ଶତକୁ କଣ କୌଣସି ବାପା ଗ୍ରହଣ କରନ୍ତି। ୭୦ ବର୍ଷ ବୟସରେ ବି ସେ ମତେ ତାଙ୍କ କାନ୍ଧରେ ବସେଇ ନେବାର ଆତ୍ମ ବିଶ୍ୱାସ ଭରନ୍ତି।ଦୁନିଆରେ ଭଗବାନ ଅଛନ୍ତି , ହେଲେ ସଂସାରରେ ଚଳନ୍ତି ଭଗବାନ ହେଉଛନ୍ତି ବାପା। ସଂସାରର ସମସ୍ତ ପିତାଙ୍କ ପାଇଁ ପିତୃ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ। କୌଣସି ଦିବସରେ ସୀମିତ ନୁହେଁ ବାପା। ବାପାଗୁରୁ, ସାଙ୍ଗ , ବାପା ଭାଇ ଓ ବାପା ଜୀବନର ସବୁକିଛି ।ବାପାଙ୍କ ତୁଳନା ନାହିଁ, ତାଙ୍କ ପାଇଁ ଯେତେ ଲେଖିଲେ ଯଥେଷ୍ଟ ହେବନି । ଯାହାଙ୍କର କୌଣସି ବିକଳ୍ପ ନାହିଁ, ସେ ହିଁ ବାପା ଆଉ ବାପା।

ପ୍ରଣବଙ୍କ ଗଡରେ ବିଶାଳ ମହିଳା ସମାବେଶ : ସୁଭଦ୍ରା ମିଛ ପାଇଁ କ୍ଷୋଭ

() ସରକାରଙ୍କ ବିଫଳତାକୁ ପର୍ଦ୍ଦାଫାଶ କରିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଯାଜପୁର ନିର୍ବାଚନୀ ମଣ୍ଡଳୀର ବରୁଆ ଦଶହରା ପଡିଆରେ ବିଜେଡି ଉପ ସଭାପତି ତଥା ଯାଜପୁରର ଲୋକପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଶାଳ ମହିଳା ସମାବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୨୦୨୪ ନିର୍ବାଚନରେ ମହିଳା ମାନଙ୍କୁ ସ୍ୱପ ଦେଖାଇ କିପରି ଧୂଳିଶାତ କରିଛି ବିଜେପି ତାହାକୁ ମହିଳା ସମାବେଶରେ ବିଜେଡିର ନେତାମାନେ ବଖାଣିଥିଲେ। ଏବେ ନଜର ପକାନ୍ତୁ ବିଜେଡିର ନେତାମାନେ କିଏ କଣ କହିଲେ..

ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଜେଡି ଉପ ସଭାପତି 

ରାତି ପାହିଲେ ରଜ ପର୍ବ । ଯାଜପୁରରେ ରଜ ଧୁମଧାମରେ ପାଳନ କରାଯାଏ । ଆଜି ମା ମାନଙ୍କର ବେଶୀ କାମ, ହେଲେ ଏସବୁ ଛାଡ଼ି ହଜାର ହଜାର ସଂଖ୍ୟାରେ ମା ମାନେ ଆଜି ଯୋଗଦେଇ ଥିବାରୁ ମୁଁ ତାଙ୍କ ପାଦତଳେ ଶତ ପ୍ରଣାମ ଜଣାଉଛି । ମା ଙ୍କ ସୁଖ ଦୁଃଖରେ ସବୁବେଳେ ବିଜେଡି ଅଛି ଓ ରହିବ ।ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ମା ମାନେ ଆଜି ସଂକଳ୍ପ ନେଇଛନ୍ତି ।

ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ 

ବିଜେପି ସରକାର ଆସିବା ଦିନରୁ ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମହିଳା ମାନଙ୍କୁ ମିଛ କଥା କହି ଭୋଟ ନେଇଛନ୍ତି । ତାହା ବିରୋଧରେ ମହିଳାମାନେ ସଚେତନ ହେଲେଣି ।

ସ୍ନେହାଙ୍ଗୀନି ଛୁରିଆ, ବରିଷ୍ଠ ବିଜେଡି ଉପ ସଭାନେତ୍ରୀ 

ଓଡ଼ିଶାରେ ଅଚଳ ଇଞ୍ଜିନ ଚାଲିଛି । ଏହା ବିରୋଧରେ ମହିଳାମାନେ ଏକାଠି ହୋଇ କାମ କରିବ । ଆଜି ସଙ୍କଳ୍ପର ଦିନ, ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ମଜବୁତ କରିବାକୁ ପଡିବ।

ପ୍ରିିତୀ ରଂଜନ ଘଡାଇ  ପୂର୍ବତନ ବିଧାୟକ 

ମହିଳା ଅତ୍ୟାଚାର ଓଡ଼ିଶାରେ ୮ ପ୍ରତିଶତ ବଢିବା ଡବଲ ଇଞ୍ଜିନ ସରକାର ମହିଳାମାନଙ୍କୁ ଭେଟି ଦେଇଛି । ଏନେଇ ମହିଳାମାନେ ଆଗାମୀ ଦିନରେ ଜବାବ୍ ଦେବେ ମହିଳାମାନେ । ୮୪୦୩ କୁନି କୁନି ପିଲାମାନେ ଡବଲ ଇଞ୍ଜିନ ସରକାରରେ ନିଖୋଜ ।

ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ

ଗୋଟିଏ ସରକାର ଆପଣ ଦେଖିଥିଲେ କଥା କମ୍, କାମ ଅଧିକ କରୁଥିଲେ । ଏବେ ଗୋଟେ ସରକାର ଚାଲିଛି କାମ କମ, କଥା ଅଧିକ । ଏ ସରକାର ମା ଙ୍କ ଆଖିରେ ଲୁହ ଦେଇଛି ।

ସୁଲତା ଦେଓ, ସାଂସଦ ବିଜେଡି

ମହିଳାଙ୍କ ପାଇଁ ନବୀନ ପଟନାୟକ ମିଶନ ଶକ୍ତି କରିଥଲେ, ମହିଳା ମାନଙ୍କ ପାଇଁ ଲକ୍ଷ୍ମୀ ବସ କରିଥିଲେ, ମହିଳା ମାନଙ୍କୁ ପାଇଁ ନବୀନ ପଟ୍ଟନାୟକ ବିଜୁ ସ୍ଵାସ୍ଥ୍ୟ କାର୍ଡରେ ମହିଳା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଦେଇଥିଲେ । ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ କରିଛନ୍ତି ବିଜେପି ସରକାର । ୫ହଜାର ଟଙ୍କା ଦେଇ ବିଜେପି ସରକାର ଲକ୍ଷ ପତି ଦିଦି କେମିତି କଲେ  ।

ଅରୁଣ ସାହୁ, ବରିଷ୍ଠ ବିଜେଡି ବିଧାୟକ

ବିଜେପି ମିଛ ସଫଳତାର କାହାଣୀ କହୁଛି , ଆମେ ଓଡ଼ିଶାବାସୀଙ୍କୁ ଶତ ବିଫଳତା କହିବୁ । ଯାଜପୁରରେ ରାଜ୍ୟସ୍ତରୀୟ ମହିଳା ସମାବେଶ କରିଛୁ । ଯାଜପୁର ମହିଳା ସମାବେଶ ପ୍ରମାଣିତ କରିଛି ଏବେ ବି ଓଡ଼ିଶାବାସୀଙ୍କ ହୁଦୟରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ । ୭୫ ପ୍ରତିଶତ ମହିଳା ମହିଳାମାନଙ୍କୁ ନବୀନ ପଟନାୟକ କ୍ଷମତା ଦେଇଥିଲେ । ବିଜେପି କଥା ଦେଇଥିଲା ୫୦ ହଜାର ଟଙ୍କା ବ୍ୟବସାୟୀ କରିବା ପାଇଁ ଦେବୁ ସୁଭଦ୍ରା ଯୋଜନାରେ । ହେଲେ କ୍ଷମତାକୁ ଆସିବା ପରେ ୫ହଜାର ଟଙ୍କା ଦେଲେ । ସେହି ଟଙ୍କାରୁ ଜିଏସଟି ମଧ୍ୟ ନେଉଛନ୍ତି । ୫ହଜାର ବାମ ହାତରେ ଦେବେ, ଦରଦାମ ଆକାଶ ଛୁଆଁ କରି ଡାହାଣ ହାତରେ ସେହି ଟଙ୍କା ନେଉଛନ୍ତି ବିଜେପି ସରକାର । ନବୀନ ପଟ୍ଟନାୟକ ସବୁବେଳେ ଶିକ୍ଷା ଓ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇଛନ୍ତି । ନବୀନଙ୍କ ବିକାଶ ଯାଜପୁରରେ କଥା କହୁଛି । କେବଳ ଯାଜପୁର ନୁହେଁ ପୁରା ଓଡ଼ିଶାରେ ଏହି ବିକାଶ ଦେଖାଯାଉଛି । ବିଜେପି ସରକାରର ଆୟୁଷମାନ ଯୋଜନା କରିଛି ନାଁ ଶ୍ମଶାନ ଯୋଜନା କରିଛି ବିଜେପି ସରକାର ଜବାବ ଦେଉ । ନବୀନ ପଟ୍ଟନାୟକ ଯାହା ବିକାଶ କରିଛନ୍ତି ତାହାକୁ ବିଜେପି ସରକାର କେବଳ ଉଦଘାଟନ କରୁଛି । ବିଜେପି ସରକାର ଆସିବା ଦିନ ଠାରୁ ରାଜରାସ୍ତାରେ ମୁଣ୍ଡ ଗଡୁଛି, ଓଡ଼ିଶାରେ ଦାଦନ ଶ୍ରମିକ ସଂଖ୍ୟା ବଢିଛି । ଆଜି ସଂକଳ୍ପ ନେବା ନବୀନ ସରକାରକୁ ପୁଣି ଥରେ ଆଣିବା । ବର୍ଷ ଏକ, ପ୍ରତାରଣା ଅନେକ, ବର୍ଷ ଏକ ପ୍ରତାରଣା ଅଧିକ, ବର୍ଷ ଏକ ଭତ୍ତା ବଢ଼ିନି, ମହାନଦୀ ପାଣି ନାହିଁ, ବର୍ଷ ଏକ ପୋଲାଭରମ ଦୁଃଖ, ଦରଦାମ ବୃଦ୍ଧି, ଦାଦନ ଶ୍ରମିକ ଅନେକ, ଖଣି ଖାଦାନ ଲୁଟ, କାମ ନାହିଁ ତ କଥା ଅନେକ । ବର୍ଷ ଏକ ଅତ୍ୟାଚାର ଅନେକ । ଓଡ଼ିଶା ମାଟିରେ ପୁଣି ନବୀନ ପଟ୍ଟନାୟକ ସରକାର ଆଣିବା । ସେଥିପାଇଁ ସଙ୍କଳ୍ପ ନେବା

ସଂଞ୍ଜୟ ଦାସବର୍ମା, ବରିଷ୍ଠ ବିଜେଡି ଉପ ସଭାପତି

ଓଡିଶାର ମହିଳାମାନଙ୍କୁ ଆଗକୁ ନେବାକୁ ମିଶନ ଶକ୍ତି ଗଢିଲେ ନବୀନ ପଟ୍ଟନାୟକ । ଯାହା ମହା ଆନ୍ଦୋଳନରେ ପରିଣତ ହୋଇଥିଲା । ବିଜେପି ସରକାର ଆସିଲା ପରେ ଗାଁ ସାଥି, ଏମବିକେ ମାନେ ଦରମା ପାଉନାହାନ୍ତି । ଆଜି ମା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି । ୩୦୦ୟୁନିଟ ମାଗଣା ବିଜୁଳି ଠାରୁ ଆରମ୍ଭ କରି ଭତ୍ତା ୩୦୦୦ ହଜାର ଟଙ୍କା ଦେବାକୁ କହିଥିଲେ ବିଜେପି ସରକାର। ତାହା ଆଜି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥଲେ।

ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ଉପ ସଭାପତି

ମହିଳା ମାନଙ୍କୁ ସାମାଜିକ, ରାଜନୈତିକ, ଆର୍ଥିକ କ୍ଷେତ୍ରରେ ନବୀନ ପଟ୍ଟନାୟକ ସଶକ୍ତ କରିଥିଲେ ।ଏବେ କଥାକୁହା ସରକାର ଚାଲିଛି । ମା ମାନଙ୍କୁ ପ୍ରତାରଣା କରିଛନ୍ତି । ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶାର ଯେଉଁ ପ୍ରଗତି ହୋଇଛି ସେଥିରେ ବାଧକ ସାଜିଲା ବିଜେପି ସରକାର । ମାତୃଶକ୍ତିର ଅବହେଳାର ଜବାବ ଦେବାକୁଆଜି ମହିଳା ସମାବେଶରେ ମହିଳାମାନେ ସଂକଳ୍ପ ନେଇଛନ୍ତି ।

 

ବ୍ୟୋମକେଶ ରାୟ, ବିଜେଡି ବିଧାୟକ

ମଧ୍ୟ ପ୍ରଦେଶରେ ମହିଳାମାନଙ୍କୁ ଅଢେଇ ହଜାର ଟଙ୍କା ମିଳୁଛି, ଦିଲ୍ଲୀରେ ୨ ହଜାର ଟଙ୍କା ଦିଆଯାଉଛି, ହେଲେ ଓଡ଼ିଶାରେ ମାସକୁ ୨୭ ଟଙ୍କା ଦିଆଯାଉଛି । ବିଜେପି ସରକାରରେ ବର୍ଷେ ଭିତରେ ଗାଁରେ ମାଟିଟିଏ ପଡ଼ିନାହିଁ । ବିକାଶ ଠପ ହୋଇଛି l

ସଂତୃପ୍ତ ମିଶ୍ର , ବରିଷ୍ଠ ସାଧାରଣ ସମ୍ପାଦକ ବିଜେଡି

ଓଡିଶାରେ ବିଜେପି ସରକାର ନିଜର ସଫଳତାର ଡିଣ୍ଡିବ ପିଟୁଛନ୍ତି । ହେଲେ ବିଜେପି ସରକାର ସରକାରର ଅର୍ଥ ବୁଝିନାହି । କେବଳ ମୋ ବସ ର ନାଁ ପରିବର୍ତନ କଲେ ସଫଳତା ମିଳିବନି । ବିଜେପି ବିଫଳ ହୋଇଛି, ସେମାନଙ୍କର ବିଫଳତାକୁ ସାମ୍ନାକୁ ଆଣିବ ବିଜେଡି ।

ବିଜେଡି ଡଙ୍ଗାର ଅରୁଣ ନାଉରୀ

() ଶୁଣ ସରକାର , ଏ ଲଢ଼େଇ ଚାଲିଛିରେ ଚାଲିବ, ରାସ୍ତାଘାଟରେ ଲଢେଇ ହେବ, ପାନ ଖିଆ ଛେତେଲା ପାଟିଆ ସରକାର, ଆରେ ବିକାଶ ବାହନ କୁଆଡେ ଗଲା ଧିକି ଧିକି, ଗାଁ ଗହଳିରେ କାମ ଠପ୍ ଧିକି ଧିକି, ସହରର ଉନ୍ନତି ନାହିଁ ବିଜେପି ସରକାର ଧିକି ଧିକି, ଗୋ ବ୍ୟାକ ବିଜେପି ସରକାର ଗୋ ବ୍ୟାକ୍, ଗାଦି ଛଡ଼ା ବିଜେପି ସରକାର ଗାଦି ଛାଡ । ଏମିତି ଗୋଟିଏ ପରେ ଗୋଟିଏ ସ୍ଲୋଗାନ ଦେଇ ବିଜେପି ସରକାର ଏକ ବର୍ଷ ବିଫଳତା ବିରୋଧରେ ମୁଖ୍ୟ ବିରୋଧୀ ବିଜେଡି ରାଜଧାନୀରେ ଗର୍ଜନ କରିଛି ।ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ବିଜେଡି ଡଙ୍ଗାର ନାଉରୀ ସାଜି ବିଜେପି ସରକାର ବିରୋଧରେ ବିଜେଡିର ପ୍ରତିବାଦକୁ ଅଧିକ ଶାଣିତ ଓ ପ୍ରଭାବୀ କରିଥିଲେ । ଅରୁଣଙ୍କ ସରକାରୀ ବିରୋଧି ସ୍ଲୋଗାନ ଦଳର ବରିଷ୍ଠ ଓ ଯୁବ ନେତାଙ୍କ ମନରେ ଉତ୍ସାହ ଭରିଥିଲା ପ୍ରତିବାଦ ସଭାରେ ।ବିଧାୟକ ଅରୁଣ ସାହୁଙ୍କ ସହ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସଞ୍ଜୀବ ମଲ୍ଲିକ, ରୋମାଞ୍ଚ ରଜଂନ ବିଶ୍ଵାଳ, ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ବିଜେଡି ନେତ୍ରୀ ଶର୍ମିଷ୍ଠା ସେଠି, ଲେଖାଶ୍ରୀ ସାମନ୍ତସିଂହାର ଆଦି ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ସରକାର ବିରୋଧରେ ଲୋକଙ୍କ ସ୍ଵର ସାଜି ପ୍ରତିବାଦ କରିଛନ୍ତି ।ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡି ମାଷ୍ଟର କ୍ୟାଣ୍ଟିନରେ ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ମାନେ ପ୍ଲାକାର୍ଡ ଧରି ସରକାର ବିଫଳତା ବଖାଣିଥିଲେ । ମହାନଦୀ ପାଣି ଯାଇଛି ଶୁଖିବା, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର,ଧାନରେ କଟନି ଛଟନୀ, ନାରୀ ନିର୍ଯ୍ୟାତନା ଆଦି ବହୁ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥଲେ ବିଜେଡି ନେତାମାନେ।

ବଦଳିଲା ବିଜେପିର ଆଭିମୁଖ୍ୟ : ୨୪ ନୁହେଁ ୧୫ 

()ବର୍ଷପୂର୍ତ୍ତିରେ ବିଜେପି ଅନେକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବିଜେଡିକୁ ନେଇ ବିଜେପି ହିସାବ ଗଣିତ ବଦଳିଛି । ଏଣିକି ୨୪ ବର୍ଷ ନୁହେଁ, ୧୫ ବର୍ଷର ହିସାବ ମାଗିବ ଦଳ । ବିଜେପି ରାଜ୍ୟରେ ଏକାକୀ ଶାସନଭାର ଗ୍ରହଣ କରିବା ଦିନଠୁ  ଦଳୀୟ ବିଧାୟକ, ସାଂସଦ , ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତାମାନେ ବିଜେଡି ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିଲେ l ହେଲେ ବର୍ଷପୂର୍ତ୍ତି ଏହି ଅଭିଯୋଗ ବଦଳିଯାଇଛି l  କାରଣ ୨୦୦୦ ମସିହାରୁ ୨୦୦୯ ଯାଏ ବିଜେଡି ବିଜେପି ମେଣ୍ଟ ସରକାର ଚାଲିଥିଲା ରାଜ୍ୟରେ । ବିଜେପି ବାରମ୍ବାର ୨୪ ବର୍ଷ ଶାସନକୁ ନେଇ ସମାଲୋଚନା କରୁଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଥିଲେ । କଂଗ୍ରେସ କହୁଥିଲା ବିଜେପି –ବିଜେଡି ଭାଇଭାଇ , ସେମାନେ ମିଳିମିଶି ଓଡିଶାକୁ ଲୁଟ କରିଛନ୍ତି । ଭାଗୁଆଳ ସରକାରେ ବିଜେପି ଓ ବିଜେଡି କାମ କରୁଥିଲେ । କଂଗ୍ରେସର ଅଭିଯୋଗ ହେଉଛି ୨୪ ବର୍ଷ ବିଫଳତାରେ ବିଜେପିର ୯ ବର୍ଷ ଭାଗ ରହିଛି । ସେହିପରି ବିଜେଡି ମଧ୍ୟ ବିଜେପି ଯେତେବେଳେ ୨୪ ବର୍ଷ କଥା କହୁଥିଲା ସେତେବେଳେ ବିଜେଡି ନେତା କହୁଥିଲେ ୯ ବର୍ଷ ଧରି ଆମ ସହ ବିଜେପି ଥିଲା । ତେଣୁ ବିଜେପି ସମୟରେ ଅଧିକ ବିଫଳ ହୋଇଛି ବିଜେଡି ସରକାର  ବୋଲି ବିଜେଡି ଓଡ଼ିଶାରେ ଧାରଣା ସୃଷ୍ଟି ହୋଇଥିଲା। ବିଜେପି ରାଜ୍ୟରେ ଏକକ ସରକାର କରିବାର ବର୍ଷପୂର୍ତ୍ତିରେ ଏ ଆଭିମୁଖ୍ୟକୁ ବଦଳାଇଦେଲା ବିଜେପି । ଏଣିକି ବିଜେପି ନେତା ଆଉ ୨୪ ବର୍ଷ ନୁହେଁ, ବିଜେଡିର ୧୫ ବର୍ଷ ଶାସନର ବିଫଳତା ଗାଇବେ । ଏକଥାକୁ ବର୍ଷପୂର୍ତ୍ତିରୁ ଆରମ୍ଭ କରିଛି ଦଳ । ୨୦୦୦୯, ୨୦୧୪, ୨୦୧୯ରେ ବିଜେଡି ସରକାର କଣ ପ୍ରତିଶ୍ରତି ଦେଇଥିଲା ଓ କଣ ପାଳନ କରିଛି ତାହାକୁ ନେଇ ଦଳୀୟ ନେତା ବିଜେଡିକୁ ହିସାବ ମାଗିବା ଆରମ୍ଭ କରିଛନ୍ତି । ତେବେ ବର୍ଷ ପୂର୍ତ୍ତି ପରେ ବିଜେପିର ଆଭିମୁଖ୍ୟ ବଦଳିବା ପରେ ବିଜେଡି ତାର ନୂଆ ଆଭିମୁଖ୍ୟ ବିଜେପି ବିରୋଧରେ କଣ ରଖୁଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୋହନ _ନବୀନ @ ୧ବର୍ଷ 

୨୦୨୪ ସାଧାରଣ ନିର୍ବାଚନ ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ବିଜେପି ପ୍ରଥମଥର ଲାଗି ଓଡିଶାରେ ଏକାକି ସରକାର ଗଠନ କରି ରାଜ୍ୟ ଶାସନର ମଙ୍ଗ ଧରିଥିବା ବେଳେ ୨୪ ବର୍ଷ ପରେ ବିଜେଡି ବିରୋଧୀ ଦଳ ଭୂମିକା ଉଭା ହୋଇଛି । ରାଜ୍ୟ ଶାସନର ମଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧରିଥିବା ବେଳେ ମୁଖ୍ୟ ବିରୋଧୀ ଦଳର ଦାୟିତ୍ବ ତୁଲାଉଛନ୍ତି ନବୀନ ପଟ୍ଟନାୟକ । ଓଡିଶା ରାଜନୀତର ନୂଆ ଅଧ୍ୟାୟରେ ମୋହନ ଓ ନବୀନ ପଟ୍ଟନାୟୟଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶାସନ ଶୈଳୀ ଓ ନବୀନ ପଟ୍ଟନାୟକଙ୍କ ବିରୋଧୀ ଦଳ ଭୂମିକା ନେଇ ଓଡିଶାବାସୀ ମାର୍କସିଟ ଦେବା ଆରମ୍ଭ କରିଛନ୍ତି ବର୍ଷକ ଭିତରେ। ବିକଶିତ ଓଡିଶା ନାରା ଦେଇ ମୋହନ ସରକାର ଆଗେଇ ଚାଲିଥିବା ବେଳେ ବିକାଶରେ ଯେମିତି ବ୍ରେକ ନଲାଗିବ ତାହାକୁ ଗୁରୁତ୍ବ ଦେଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ଜୁନ ୧୨ ତାରିଖ ୨୦୨୪ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେଲେ କେନ୍ଦୁଝର ଚାରିଥର ବିଧାୟକ , ଆଦିବାସୀ ନେତା ଓ ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଦାୟିତ୍ବ ନେବାକ ସଙ୍ଗେ ସଙ୍ଗେ କ୍ୟାବିନେଟ ବୈଠକ ଡାକି ୪ଟି ବଡ ନିଷ୍ପତି ନେଲେ ମୋହନ । ଶ୍ରୀମନ୍ଦିର ଚାରିଦ୍ବାରା ଖୋଲା, ଲୋକସଭା ଭବନକୁ ସାମ୍ବାଦିକ ପ୍ରବେଶ, ୧୦୦ ଦିନରେ ସୁଭଦ୍ରା ଯୋଜନା ଲାଗୁ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସରଳ ପଣ ଦେଖାଇ ମଧ୍ୟ ଚର୍ଚ୍ଚାକୁ ଆସିଲେ । କେଉଁଠି ଖାଇବା ହେଲାଣୀ ତ ଆଉ କେଉଁଠି ଖେଳ ଷ୍ଟାଡ଼ିୟମରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧିତ କରି ଡାକିବା । ପୁଣି କେତେବେଳେ ଆଦିବାସୀ ଝିଅମାନେ ଦେଖିବାକୁ ସଫା ନୁହନ୍ତି ବୋଲି କହିବା ସହ ସଫା ଝିଅକୁ ବିବାହ କରିବା ହେଉ l ସେହିପରି ବିଡିଓମାନେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ବେଳେ ବିଡିଓମାନେ ମୁଖ୍ୟମନ୍ତ୍ରୀ ଭାଷଣ କାଟିଦେଉଥିବା କଥା ମଧ୍ୟ କହି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚର୍ଚ୍ଚାକୁ ଆସିଛନ୍ତି । ବର୍ଷେ ଭିତରେ ମୋହନ ସରକାରଙ୍କ ବଡ଼ ସଫଳତାରେ ହେଉଛି ସୁଭଦ୍ରା ଯୋଜନା, ଚାଷୀଙ୍କୁ ଇନପୁଟ ସବସିଡ଼ି, ସଚିବାଳୟକୁ ସାମ୍ବାଦିକ ପ୍ରବେଶ , ରାଜ୍ୟରେ ବାବୁ ଶାସନର ମୂଳପୋଛ, ସୋମବାର ମୁଖ୍ୟମନ୍ତ୍ରୀ ଜନଶୁଣାରୀ ହେବା, ବର୍ଷପୂର୍ତ୍ତିରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକ ସହ ହିସାବ ନିକାଶ କରିବା ଓ କ୍ୟାବିନେଟ ପରେ ଅଧିକାଶ ସମୟ ପ୍ରେସକୁ ସୂଚନା ଦେବା ପରି ସଫଳତା ଯୋଡି ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶାସନ ଇତିହାସରେ । ବର୍ଷେ ହେବ ଜଣେ ସରଳ ବ୍ୟକ୍ତି ଭାବେ ମୁଖ୍ୟମନ୍ତ୍ରୀ ନିଜର ଭାବମୃର୍ତ୍ତି ତିଆରି କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି । ସେହିପରି ବିରୋଧୀ ଦଳ ଉପରେ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି ମୋହନ ସରକାର । ବିଧାନସଭାରେ ତାଙ୍କ ସରକାର କଂଗ୍ରେସର ସମସ୍ତ ବିଧାୟକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ଗଣତନ୍ତ୍ ଅଧିକାର ଛଡ଼ାଇବା, ସାମ୍ବାଦିକଙ୍କୁ ବିଧାନସଭା ଖବର ବେଳେ ମୋବାଇଲ ମନା, ଦଳୀୟ ନେତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରି ମଂଚରେ ବସାଇବା ଆଦିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ମୋହନ ସରକାର । ରାଜନୈତିକ ସମୀକ୍ଷକଙ୍କ ମତରେ ମୋଟାମୋଟି ଭାବେ କହିଲେ ମୋହନ ସରକାରଙ୍କ ୧ବର୍ଷ ୫୦ ପ୍ରତିଶତ ସଫଳ ଓ ୫୦ ପ୍ରତିଶତ ବିଫଳ । 

ନବୀନ ପଟ୍ଟନାୟକ : ୨୦୨୪ ଜୁନ ୧୯ ତାରିଖ ଦିନ ନବୀନ ପଟ୍ଟନାୟକ ପ୍ରଥମଥର ଲାଗି ବିରୋଧୀ ଦଳ ନେତାଭାବେ ଦାୟିତ୍ବ ନେଲେ। ଜୁନ ୪ତାରିଖରେ ନିର୍ବାଚନ ପରାଜୟ ପରେ ଜୁନ ୧୨ ତାରିଖରେ ନବୀନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ପାଠ ଉତ୍ସବରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏହାପର ରଥଯାତ୍ରାରେ ସାମିଲ ହୋଇଥିଲେ । ନିର୍ବାଚନ ପରାଜୟ ପରେ ନବୀନ ପଟ୍ଟନାୟକ ଲୋକପ୍ରିୟତା ଉପରେ କିଛି ପ୍ରଭାବ ପଡ଼ିନାହିଁ ତାହା ଏହି ଦୁଇଟି ଘଟଣା ପ୍ରମାଣିତ କରିଥିଲା । ଏହାପରେ ନବୀନ ସରକାରଙ୍କ କାର୍ଯ୍ୟ ଓ ଦୋଷ ଦୁର୍ବଳତାକୁ ଛାୟୀ ପରି ଜଗିବା ପାଇଁ ବିଜେଡିର ୫୦ ଜଣ ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ ଗଢିଥିଲେ । ଏଥିରେ ନେତାଙ୍କୁ ଗୁରୁ ଦାୟିତ୍ବ ମଧ୍ୟ ଦେଇଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନବୀନ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ହେଲେ ଗଠନମୂଳକ ବିରୋଧୀ ଦଳ ଭୂମିକା ତୁଳାଇଥିଲେ ସତ ନିଜ ଷ୍ଟାଇଲରେ। ହେଲେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଯେପରି ସରକାରଙ୍କ ବିରୋଧରେ ଆକ୍ରମଣ ଭୂମିକା ଲିଭାଇବା କଥା ତାହା କମ ଦେଖିବାକୁ ମିଳିଥିଲା । ସରକାର ଗଠନରେ ୫ମାସ ପରେ ଦରଦାମ ଅହେତୁକ ବୃଦ୍ଧିକୁ ନେଇ ଜନତାଙ୍କ ସ୍ବର ସାଜି ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଇଥିଲେ ନବୀନ । ଲୋୟର ପିଏମଜି ଜନସମୁଦ୍ର ପାଳଟିଥିଲା । ହେଲେ ଏହାପରେ ଓବିସିକୁ ନେଇ ରାଜଧାନୀରେ ବିଜେଡି ବଡ ପ୍ରତିବାଦ ସମାବେଶକୁ ଆସିନଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେମିତି ଥିଲେ ବିରୋଧୀ ଦଳ ନେତା ଭାବେ ସେମିତି ଦେଖିବାକୁ ମିଳିଛି । ଓଡିଶାର ବିକାଶ ଓ ସରକାରଙ୍କ ଜନ ବିରୋଧୀ ନିଷ୍ପତି ଯେତେବେଳେ ସରକାର ନେଇଛନ୍ତି ତାହା ବିରୋଧରେ ନବୀନ ସ୍ବର ଉଠାଇନ୍ତି । ବିରୋଧୀ ଦଳ ନେତା ବେଳେ କି କଥା କମ କାମ ଅଧିକ ନୀତିକୁ ନବୀନ ଗୁରୁତ୍ବ ଦେଇଛନ୍ତି । ଯାହାକୁ ନେଇ ବର୍ଷ ତମାନ ନବୀନ ଚର୍ଚ୍ଚାରେ ରହିଛନ୍ତି । ବିରୋଧୀ ଦଳ ନେତାଭାବେ ନବୀନଙ୍କ ଲୋକପ୍ରିୟତା ବି କିଛି କମ ହୋଇଛି । ବର୍ଷେ ଭିତରେ ନବୀନ ବିରୋଧୀ ଦଳ ନେତା ଭାବେ ୫୦ ପ୍ରତିଶତ ସଫଳ ହୋଇଥିବା ବେଳେ ୫୦ ପ୍ରତିଶତ ବିଫଳ ହୋଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news