(): ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ ଧରି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାରା ଦେଶରୁ ପ୍ରାୟ ୭୭ ଜଣ ମହିଳା ଫିଜିଓଥେରାପିଷ୍ଟ ଯୋଗ ଦେଇଥିବା ବେଳେ ଅହମ୍ମଦାବାଦର ବିଶିଷ୍ଟ ଫିଜିଓଥେରାପି ବିଶେଷଜ୍ଞ ଡାକ୍ତର ଧାରା ଶାହ କର୍ମଶାଳାର ପ୍ରସଙ୍ଗକୁ ନେଇ ତଥ୍ୟ ପ୍ରଦାନ କରିଥିଲେ । ଶରୀରରେ ପେଲଭିକ ଫ୍ଲୋର ମାଂସପେଶୀ ଖୁବ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ମୂତ୍ରାଶୟ, ଗର୍ଭାଶୟ, ଗର୍ଭାଶୟ ନଳୀ, ଡିମ୍ବାଶୟ, ମୂତ୍ରନଳୀ, ମଳାଶୟ, ମଳାଶୟ ନଳୀ, ଡିମ୍ବକୋଷ ତଥା ମଳତ୍ୟାଗ ଓ ମୂତ୍ର୍ରାଶୟର ନିୟନ୍ତ୍ରଣ କାର୍ଯ୍ୟରେ ସହଯୋଗ କରିଥାଏ । କର୍ମଶାଳାରେ ପରିସ୍ରା ଏବଂ ମଳ କ୍ଷରଣ ଏବଂ କୋଷ୍ଟକାଠିନ୍ୟ, ଯୌନ କାର୍ଯ୍ୟରେ ଅନିୟମିତତା ଭଳି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗ ପ୍ରଥମ ଥର ପାଇଁ ଏକ ଇଂଟିମେଟ ହେଲ୍ଥ ଚେକ୍ଅପ୍ କ୍ଲିନିକ୍ ଆରମ୍ଭ କରିବାର ଯୋଜନା କରୁଥିବା ହସ୍ପିଟାଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ରାଜ୍ୟର ପ୍ରଥମ ଥର ପାଇଁ ମହିଳା ଫିଜିଓଥେରାପିଙ୍କୁ ନେଇ ଏଭଳି କର୍ମଶାଳା ଆୟୋଜନ କରାଯାଇଥିଲା ।
ଗୁରୁ ସେ ଏମିତି: ବିଦାୟ ନୁହେଁ, ପ୍ରେରଣାର ନୂଆ ଅଧ୍ୟାୟ…
()ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି କରଙ୍କୁ ତାଙ୍କ ଅବସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। 1988 ମସିହାରେ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ କର, ଦୀର୍ଘ ୩୧ ବର୍ଷ ଧରି ନିଷ୍ଠା, ସମର୍ପଣ ସହିତ ଶିକ୍ଷା ଦାନ କରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରିଛନ୍ତି। ତାଙ୍କ ବିଦାୟୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ଘଡ଼ାଇ ସଭାପତିତ୍ୱ କରିଥିଲେ, ଯେଉଁଥିରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦେଶକ ଡ଼ା. ଶୁଭେନ୍ଦୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। FASTA ର ରାଜ୍ୟ ସଂପାଦକ ସଦୀପ୍ତ ମହାନ୍ତି ଓ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।
ସଭାରେ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ଥିବା ସହ ସଭାକୁ ସ୍ମୃତିମୟ କରିଥିଲେ। ଶ୍ରୀ କରଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା, ଓ ସମସ୍ତଙ୍କ ପାଇଁ ଭୋଜନର ଆୟୋଜନ ମଧ୍ୟ ଥିଲା। ବିଦ୍ୟାଳୟ ପରିସରରୁ ବାଜା ବାଣ ଓ ଆଲୋକ ଶୋଭା ମଧ୍ୟରେ ତାଙ୍କୁ ବିଦାୟ ଦିଆଯାଇ ଘରପର୍ଯ୍ୟନ୍ତ ଛାଡ଼ି ଆଣାଯାଇଥିଲା। ଜଣେ ନିଷ୍ଠାଶୀଳ ଓ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ କର ଏହି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମନରେ ଚିରଞ୍ଜୀବୀ ରହିବେ।
୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ
() ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର – “ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’’ ସ୍ଥାପନ କରିବାର ଯୋଜନା ରଖିଛି ବୋଲି ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ।ବିଏଏସ୍ର ସ୍ଥାପନା ମହାକାଶ ଗବେଷଣା ଏବଂ ତତ୍ସମ୍ପର୍କିତ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ । ଭାରତର ପ୍ରଥମ ମାନବ ମହାକାଶ ମିଶନ, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥି ନିମନ୍ତେ ୪ ଜଣ ଟେଷ୍ଟ ପାଇଲଟଙ୍କୁ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ ।ସେହିପରି ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଋଷିଆ, ଯୁକ୍ତରାଷ୍ଟ ଆମେରିକା ଏବଂ ଚୀନ୍ ହିଁ ମହାକାଶକୁ ମାନବ ପଠାଇବାରେ ସଫଳ ହୋଇପାରିଛନ୍ତି ବୋଲି ସେ କହିଥିଲେ । ଜଣେ ରକେଟ ବିଶେଷଜ୍ଞଭାବେ ପରିଚିତ ଡକ୍ଟର ନାରାୟଣନ କହିଥିଲେ ଯେ ଯଦିଓ ଭାରତର ମହାକାଶ ଅଭିଯାନ ୧୯୬୨ରେ ଆରମ୍ଭ ହୋଇଥିଲା ଏହି ଯାତ୍ରା ଖୁବ୍ ଲମ୍ବା ଥିଲା । ଦେଶ ଏବେ ଜଣେ ଭାରତୀୟଙ୍କୁ ନିରାପଦ ଭାବେ ଚନ୍ଦ୍ରକୁ ପଠାଇ ପୁଣି ସଫଳତାର ସହ ଫେରାଇ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି । ସେ କହିଥିଲେ ୧୯୬୯ ମସିହାରେ ଯେତେବେଳେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା ସେତେବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସଫଳତାର ସହ ନିଲ ଆର୍ମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରକୁ ପଠାଇସାରିଥିଲା । ତେବେ ବିଳମ୍ବରେ ଆରମ୍ଭ ହେବା ସତ୍ୱେ ଇସ୍ରୋ ଖୁବ୍ ଦୃଷ୍ଟାନ୍ତମୂଳକ ବିକାଶ କରିପାରିଛି । ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ୩୫ କେଜିର ସାଟେଲାଇଟ୍ ପଠାଇବାରେ ସଫଳ ହୋଇପାରିଥିଲା । ପରବର୍ତୀ ସମୟରେ ଭାରତ ୬ଟି ପିଢ଼ିର ଲଂଚ ଭେହିକଲ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ମାତ୍ର ୨୭ ଦିନ ମଧ୍ୟରେ ଏକ ୪୦ ମହଲା ଉଚ୍ଚର ରକେଟ ପ୍ରସ୍ତୁତ କରିବା ଭାରତ ନିମନ୍ତେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଥିଲେ । ଡ. ନାରାୟଣନ୍ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ କ୍ରାୟୋଜେନିକ ଇଞ୍ଜିନ୍ ର ଜ୍ଞାନକୌଶଳ ନିମନ୍ତେ ଭାରତ ଅନ୍ୟ ଦେଶମାନଙ୍କର ସାହାଯ୍ୟ ଲୋଡ଼ି ଅପଦସ୍ତ ଓ ଅପମାନିତ ହୋଇଥିଲା । ମାତ୍ର ଦେଶ ଏହା ଏବେ ନିଜେ ନିର୍ମାଣ କରିବାକୁ ସକ୍ଷମ ଅଟେ । ଏ ପର୍ଯ୍ୟନ୍ତ ଭାରତ ୩ଟି କ୍ରାୟୋଜେନିକ ଇଞ୍ଜିନ୍ ପ୍ରସ୍ତୁତ କରିସାରିଥିବା ବେଳେ ସେଥିରୁ ୨ଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ବୋଲି ସେ କହିଥିଲେ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ୍-୩କୁ ଅବତରଣ କରାଇପାରିବା ସହ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇପାରିଥିବା ଏକ ବିରାଟ ସଫଳତା ବୋଲି ପ୍ରକାଶ କରି ସେ ଭାରତ ଗୋଟିଏ ମିଶନ୍ରେ ମହାକାଶରେ ୧୦୦ରୁ ଅଧିକ ସାଟେଲାଇଟ୍ ସ୍ଥାପନ କରି ବିଶ୍ୱ ରେକର୍ଡ କରିଥିବା କହିଥିଲେ । ଭାରତ ହେଉଛି ଏକ ମାତ୍ର ଦେଶ ଯିଏକି ପ୍ରଥମ ପ୍ରୟାସରେ ହିଁ ମଙ୍ଗଳ ଗ୍ରହର ଅରବିଟରେ ପହଂଚିବାରେ ସକ୍ଷମ ହୋଇପାରିଛି ବୋଲି ସେ କହିଥିଲେ । ଡକ୍ଟର ନାରାୟଣନ୍ କହିଥିଲେ ଯେ ଚନ୍ଦ୍ରାୟାନ -୪ ଏକ ଜଟିଳ ମିଶନ ଭାବେ ଉଭା ହୋଇପାରେ । କାରଣ ଏହି ମିଶନ ଜରିଆରେ ଚନ୍ଦ୍ରରେ ଥିବା ପଦାର୍ଥକୁ ଆଣିବାର ଯୋଜନା ରଖାଯାଇଛି । ସେହିପରି ଭାରତ ଜାପାନ୍ର ସହଭାଗିତାରେ ଚନ୍ଦ୍ରାୟାନ-୫ ଲଂଚ୍ କରିବାର ଯୋଜନା ରଖିଥିବା ସେ କହିଛନ୍ତି । ସୋଆରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଅନ୍ତରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ନାରାୟଣନ୍ଙ୍କୁ ସ୍ୱାଗତ କରିଥିବା ବେଳେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ ବିଭିନ୍ନ ଅନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଭକ୍ତ ହଟାଓ ଅଭିଯାନ : ଆନ୍ଦୋଳନ ଦେଲା ସଙ୍କେତ !
()ପିସିସି ସଭାପତି ହେବାର ୩ ମାସ ମଧ୍ୟରେ କଂଗ୍ରେସ ମୁଖିଆ ଭକ୍ତ ଦାସଙ୍କୁ ପରିବର୍ତ୍ତନ କରିବା ଲାଗି କଂଗ୍ରେସର ଗୋଟେ ଗୋଷ୍ଠୀ ଏକାଠି ହେଲେଣୀ । ପିସିସି ସଭାପତିଙ୍କ ୩୦ ଜଣିଆ ପିସିସି ଟିମକୁ ନେଇ କଂଗ୍ରେସ ଅନ୍ଦର ମହଲରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛିl ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ସମୟରେ। ପଛୁଆ ବର୍ଗକୁ ୧୧ ନୁହେଁ, ୨୭ ପ୍ରତିଶତ ସଂରକ୍ଷଣ ଦେବା ଦାବିରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ୨୪ ଘଣ୍ଟିଆ ଧାରଣା ଦେଇଛି । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଏପରି ବଡ ଆନ୍ଦୋଳନରେ ଦଳର ବହୁ ହେବିଓ୍ବେଟ ନେତା ଅନୁପସ୍ଥିତ ରହିବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ପଛୁଆ ବର୍ଗଙ୍କ ପାଇଁ ସବୁବେଳେ ସ୍ବର ଉଠାଉଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କଂଗ୍ରେସର ଅନ୍ଦୋଳନରୁ ଦୂରେଇ ରହିବା ସିଧାବାର୍ତ୍ତା ଦେଇଛି ପିସିସି ସଭାପତିଙ୍କ ଆନ୍ଦୋଳନ ଡାକରାକୁ ସେ ଅସହଯୋଗ କରିଛନ୍ତି । କାରଣ ସେ ଭକ୍ତଙ୍କ ନେତୃତ୍ବକୁ ଗ୍ରହଣ କରିବାକୁ ସେ ନାରାଜ। ଶ୍ରୀକାନ୍ତ ଜେନା କୌଣସି ଗୋଟିଏ ପ୍ରସ୍ତାବକୁ ଭକ୍ତ ଦାସ ତାଙ୍କ ଟିମ ଗଠନ ବେଳେ ଗ୍ରହଣ କରିନଥିବାରୁ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଆନ୍ଦୋଳନରେ ସାମିଲ ହେଲେ ନାହିଁ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେହିପରି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଜଂନ ପଟ୍ଟନାୟକ ବି ଭକ୍ତ ଦାସଙ୍କ ସାଥ ଦେଇନାହାନ୍ତି।ଉଭୟଙ୍କ ପୁଅଙ୍କୁ ଭକ୍ତ ଦାସ ଦଳର କୌଣସି ପଦ ଦେଇନାହାନ୍ତି କି ତାଙ୍କ ଗୋଷ୍ଠୀର ନେତାଙ୍କୁ ସେତେଟା ଗୁରୁତ୍ବ ଦେଇନାହାନ୍ତି। ଏଥିଲାଗି ଦଳର ଏହି ଦୁଇ ବରିଷ୍ଠ ନେତା ଆଜିର ପଛୁଆ ବର୍ଗ ଆନ୍ଦୋଳନରୁ ଦୂରେଇ ରହିଲେ। ଚର୍ଚ୍ଚା ହେଉଛି ଖୁବଶୀଘ୍ର ଭକ୍ତ ଦାସ ନିରଂଜନ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଗୁରୁ ଦାୟିତ୍ବ ଦେଇପାରନ୍ତି । ହେଲେ ପ୍ରଥମ କମିଟିରେ ନିରଂଜନଙ୍କ ଲିଗାସୀକୁ ଭକ୍ତ ଗୁରୁତ୍ବ ଦେଇନଥିବାରୁ ସେ ଏହି ଆନ୍ଦୋଳନରୁ ଦୂରେଇ ରହିଲେ । ସେହିପରି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କି ତାଙ୍କ ଝିଅ ବିଧାୟିକା ସୋଫିଆ ଫରଦୋଷକୁ ଦଳ ଗୁରୁତ୍ବ ଦେଇନଥିରୁ ଉଭୟ ଏହି ଆନ୍ଦୋଳନରୁ ଦୁରେଇ ରହିଛନ୍ତି । ନିରଂଜନଙ୍କ ପରି ଚର୍ଚ୍ଚା ହେଉଛି ମୋକିମଙ୍କ ଝିଅକୁ ମଧ୍ୟ କଂଗ୍ରେସ ମହିଳା ସଭାପତି କରିପାରେ । ସେହିପରି ବହୁ ହେବିଓ୍ବେଟ କଂଗ୍ରେସ ନେତା ଆଜିର ଆନ୍ଦୋଳନରେ ସାମିଲ ନହେବା ନେଇ ଭକ୍ତ ବିରୋଧୀ ଧୀରେଧୀରେ ଏକାଠି ହେଲେଣୀ ତାହାର ସଙ୍କେତ ଦେଖିବାକୁ ମିଳିଛି । ଏପରିକି ଭକ୍ତ ଦାସ ନିଦ୍ଦିଷ୍ଟ ଗୋଷ୍ଠୀଙ୍କୁ ନେଇ ସଂଗଠନ ଚଳାଉଥିବା ଅଭିଯୋଗ କରି ନେତାମାନେ ଏବେ ଦିଲ୍ଲୀମୁହାଁ ହୋଇଛନ୍ତି। ସେହିପରି ଶରତ ପଟ୍ଟନାୟକ , ଅନନ୍ତ ପ୍ରସାଦ ସେଠୀ , ରମେଶ ଜେନା, ବିଶ୍ବ ମହାନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ଦାଶରଥୀ ଗମାଙ୍ଗ ଅନୁପସ୍ଥିତ ଥିଲେ । ଦଳର ବହୁ ବରିଷ୍ଠ ନେତା ନିଜ ନାଁ ଗୋପନୀୟ ରଖି କହିଛନ୍ତି ଯେ ଭକ୍ତ ଦାସଙ୍କ ଅହଂଙ୍କାର ଯୋଗୁଁ କଂଗ୍ରେସର ଆନ୍ଦୋଳନକୁ କଂଗ୍ରେସ ପ୍ରଭାରୀ ଉପସ୍ଥିତ ରହିବା ସ୍ବର୍ତ୍ତେ ୫୦୦ ଲୋକ ଏକାଠି ନହେବା ଦଳରେ ଭକ୍ତ ବିରୋଧି ଗୋଷ୍ଠୀ ସକ୍ରିୟ ହୋଇଛି ।
ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ*
ଇଶ୍ରୋର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସୋଆ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ଆଇଟିଇଆର ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ସ୍ୱାଗତ ଜଣାଇଥିଲେ। ବୁଧବାର ସନ୍ଧ୍ୟାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ୨ ପରିସରରେ ଡ. ନାରାୟଣନ ସୋଆର ଫାକଲ୍ଟି ଏବଂ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତୃତା ପ୍ରଦାନ କରିବେ ।
ପୋଲାଭରମ ବୈଠକ: ଅନ୍ଧାରରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ପାଖରେ ଖବର ଅଛି
() ପୋଲାଭରମ ବିବାଦକୁ ନେଇ ଚାରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ l ଏହାକୁ ଦୁଇ ଦିନ ହେବ ଗଣମାଧ୍ୟମରେ ଖବର ହେଉଛି l ଯାହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପୋଲଭାରମ୍ ପ୍ରସଂଗରେ ଓଡ଼ିଶା ତାର ଯୁକ୍ତି ଉପସ୍ଥାପନ କରିବ । ଓଡ଼ିଶାର ସ୍ବାର୍ଥ ସହିତ କେବେ ବି ସାଲିସ କରାଯିବ ନାହିଁ । ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ତଥ୍ୟ ଉପସ୍ଥାପନ କରାଯିବ । ଜଳସମ୍ପଦ ବିଭାଗ ଯୁକ୍ତି ଉପସ୍ଥାପନ କରିବ । ତେଣୁ ବୁଝାମଣା ମାଧ୍ୟମରେ ଯାହା ସମାଧାନ ହୋଇପାରିବlଆଲୋଚନା ମାଧ୍ୟମରେ ହେଲେ ବିବାଦର ସମାଧାନ ହେବ । ଜମି, ଜଳ, ଅଞ୍ଚଳର ସବୁ ବିବାଦ ସମାଧାନ ହେବ । କିନ୍ତୁ ଏ ବାବଦରେ ଗତ ସରକାର ଯେଉଁ ନ୍ୟାୟିକ ଲଢେଇ କରିବା କଥା ସେଥିରେ ପଛଘୁଞ୍ଚା ଦେଲେ । କେବଳ ନିଜର ରାଜନୈତିକ ସ୍ବାର୍ଥ ଦେଖିଲେ ପୂର୍ବ ସରକାର । ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଗତ ସରକାର ଶୁଣୁନଥିଲେ । ବଧିର ପାଲଟି ଯାଇଥିଲେ ବୋଲି ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଅନ୍ୟପଟେ ରାଜ୍ୟର ସବୁଠାରୁ ଗୁରୁତ୍ବ ପୁର୍ଣ୍ଣ ପୋଲାଭରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ସୂଚନା ନାହିଁ l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୋଲାଭରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୋ ପାଖରେ ସେମିତି କୌଣସି ବାର୍ତା ନାହିଁ। ଅଫିସିଆଲି ସ୍ତରରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସନସଚିବ ଏବଂ ବିଭାଗୀୟ ସଚିବମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ପ୍ରକ୍ରିୟା ରଖିଛନ୍ତି ସେ ଆଲୋଚନା କରିପାରନ୍ତି। ଆମର ଯେଉଁ ଦାବି ଆଉ ହକ ଅଛି ତାହା ଆମେ ଉପସ୍ଥାପିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି, ସେ ପ୍ରସଙ୍ଗକୁ ମୁଖ୍ୟ ବିରୋଧୀ ବିଜେଡି ଅସ୍ତ୍ର କରି ସରକାରଙ୍କୁ ଘେରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ପ୍ରସଂଗରେ ଅନ୍ଧାରରେ ରହିବା ରାଜ୍ୟରେ ବିଜେପି ସରକାର କେମିତି ଚାଲିଛି ତାହା ପ୍ରମାଣିତ କରିଛି l ସରକାରରେ ଗୋଟେ ହାତ କଣ କରୁଛି ଅନ୍ୟହାତ ଜାଣୁନାହିଁ ତାହା ପୋଲାଭରମ୍ ପ୍ରସଙ୍ଗ ବୈଠକ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗଣମାଧ୍ୟମ ବୟାନରୁ ସ୍ପଷ୍ଟ ହୋଇଛି l
ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ….
ଭୁବନେଶ୍ୱର, ମେ ୧୯: ଦେଶର ଭବିଷ୍ୟତ ନିମନ୍ତେ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ପରମାଣୁ ଶକ୍ତିର ଉପଯୋଗ କରିବା ଆବଶ୍ୟକ ବୋଲି ବିଶିଷ୍ଟ ପରମାଣୁ ବଜ୍ଞାନୀ ଡକ୍ଟର ଏ.କେ. ତ୍ୟାଗୀ କହିଛନ୍ତି । ବର୍ତମାନ ଜଳବାୟୁ ପରିବର୍ତନ ମଣିଷ ଜୀବନକୁ ବିଶେଷ ପ୍ରଭାବିତ କରିଥିବା ବେଳେ ପ୍ରଦୂଷଣକୁ ନିୟନ୍ତ୍ରିତ କରି ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପରମାଣୁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ତ୍ୟାଗୀ କହିଛନ୍ତି । ବର୍ତମାନ ଟ୍ରୋମ୍ବେ ସ୍ଥିତ ହୋମି ଭାବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ର ଡିନ୍ ତଥା ସିନିୟର ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡକ୍ଟର ତ୍ୟାଗୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଇଣ୍ଡିଆନ୍ ନ୍ୟାସ୍ନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ବକ୍ତୃତାମାଳାର ପ୍ରଥମ ବକ୍ତୃତା ପ୍ରଦାନ କରି ସେ ଏହା କହିଥିଲେ । ୧୯୯୮ ମସିହା ମେ ୧୧ ଏବଂ ୧୩ ତାରିଖ ମଧ୍ୟରେ ପୋଖରାନ୍ ଠାରେ ଭାରତ କରିଥିବା ପରମାଣୁ ପରୀକ୍ଷାକୁ ସ୍ମରଣ କରି ଜାତୀୟ ଟେକ୍ନୋଲଜି ଦିବସ ପାଳନ ଅବସରରେ ଏହି ବକ୍ତୃତାମାଳାର ଆୟୋଜନ କରାଯାଇଛି । ପ୍ରଥମ ବକ୍ୃତାର ପ୍ରସଙ୍ଗ ‘ସଷ୍ଟେନେବୁଲ ଡେଭଲପମେଂଟ: ରୋଲ ଅଫ୍ ନ୍ୟୁକ୍ଲିୟର ସାଇନ୍ସ ଆଣ୍ଡ ଟେକ୍ନୋଲଜି’ ଉପରେ ବକ୍ତବ୍ୟ ରଖି ଡକ୍ଟର ତ୍ୟାଗୀ କହିଥିଲେ ଯେ ଭାରତରେ ବୃଦ୍ଧି ପାଉଥିବା ବିଦ୍ୟୁତ ଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଜଳବାୟୁ ପରିବର୍ତନର ପ୍ରଭାବକୁ ଦୂର କରିବା ନିମନ୍ତେ ପରମାଣୁ ଶକ୍ତି ନିର୍ଭର ଯୋଗ୍ୟ ଏବଂ ଏହାକୁ ସ୍ଥାୟୀ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇପାରେ । ଡକ୍ଟର ତ୍ୟାଗୀଙ୍କୁ ଆଇଏନ୍ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସ୍ୱାଗତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ । ସୋଆର ସେଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା ବକ୍ତାଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଡକ୍ଟର ତ୍ୟାଗୀ କହିଥିଲେ ଯେ କୃଷି, ସ୍ୱାସ୍ଥ୍ୟ ବିଜ୍ଞାନ ଏବଂ ମ୍ୟାଟେରିଆଲ୍ ସାଇନ୍ସ କ୍ଷେତ୍ରରେ ପରମାଣୁ ବିଜ୍ଞାନର ପ୍ରଭୂତ ଆବଶ୍ୟକତା ରହିଛି । କ୍ୟାନ୍ସର ଚିକି୍ତ୍ସା କ୍ଷେତ୍ରରେ ରୋଗ ଚିହ୍ନଟ ଓ ଚିକିତ୍ସା ନିମନ୍ତେ ରେଡିଓଆଇସୋଟୋପ୍ସ ବ୍ୟବହାର ଏବଂ ଖାଦ୍ୟ ସଂରକ୍ଷଣ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଥବା ସେ କହିଥିଲେ । ଭାରତର ପରମାଣୁ କାର୍ଯ୍ୟକ୍ରମର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଡକ୍ଟର ତ୍ୟାଗୀ କହିଥିଲେ ଯେ ଗତ ୨୦୦ ବର୍ଷ ଧରି ପରିବେଶକୁ ଯେଉଁଭଳି ଭାବେ ବ୍ୟବହାର କରାଯାଇଛି ସେହି କାରଣରୁ ବିଶ୍ୱରେ ପରିବେଶ ଜନିତ ସମସ୍ୟା ଦେଖା ଦେଇଛି । ପରିବେଶରେ ଅଙ୍ଗାରକାମ୍ଳ ୩୨୦ ପାର୍ଟସ ପର ମିଲିୟନ୍ (ପିପିଏମ୍)ରୁ ୪୩୦ ପିପିଏମ୍କୁ ବୃଦ୍ଧି ପାଇଛି । ଯଦି ଏହା ୪୫୦ ପିପିଏମ୍ ଛୁଇଁବ ତେବେ ପରିସ୍ଥିତି ଭୟଙ୍କର ହେବ । ତେଣୁ ଗ୍ରୀନ୍ ହାଉସ ଗ୍ୟାସକୁ ହ୍ରାସ କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ନେବା ଆବଶ୍ୟକ ଅଟେ । ଏହା ହିଁ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ସେ କହିଥିଲେ । ଜାତି ସଂଘ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଧାର୍ଯ୍ୟ କରିଥିବା ବେଳେ କେବଳ ପରମାଣୁ ଶକ୍ତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ଏହା ମଧ୍ୟରୁ ୮ଟି ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରିବ ବୋଲି କହିବା ସହ ଦୀର୍ଘ ସମୟ ଧରି ମାନବିକ କାର୍ଯ୍ୟଧାରା ଯୋଗୁଁ ହିଁ ପୃଥିବୀର ସନ୍ତୁଳନରେ ପରିବର୍ତନ ଘଟିଛି ବୋଲି ଡକ୍ଟର ତ୍ୟାଗୀ କହିଥିଲେ । କୋଇଲା ଏବଂ ଅନ୍ୟାନ୍ୟ ଇନ୍ଧନ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ତଥା ଅନ୍ୟ ଶିଳ୍ପ ଦ୍ୱାରା ପ୍ରଦୂଷଣ ଜନିତ ସମସ୍ୟା ଉପୁଜୁଥିବା ବେଳେ ପରମାଣୁ ଶକ୍ତି ବ୍ୟବହାରରେ ଏଭଳି ସମସ୍ୟା ଦେଖାଦିଏ ନାହିଁ । ଏଥି ନିମନ୍ତେ ଭାରତରେ ୟୁରାନିୟମ୍ର ଅଭାବ ଥିଲେ ମଧ୍ୟ ଯଥେଷ୍ଟ ଥୋରିୟମ୍ ଗଚ୍ଛିତ ଅଛି ଯାହାକୁ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ lଏକ ସପ୍ତାହ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏ ବକ୍ତୃତାମାଳାକୁ ସୋଆ, ଆଇଆଇଟି ଭୁବନେଶ୍ୱର, ଆଇଏମ୍ଏମ୍ଟି ଭୁବନେଶ୍ୱର ଏବଂ ନାଇଜର ଭୁବନେଶ୍ୱର ପକ୍ଷରୁ ସଂଚାଳନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବାକୁ ଥିବା ଅନ୍ୟ ବିଶିଷ୍ଟ ବକ୍ତାମାନେ ହେଲେ ଆଇଆଇଟି (ବିଏଚ୍ୟୁ)ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଚେୟାରମ୍ୟାନ ତଥା ଭାରତର ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲ୍ଏସି)ର ଚିଫ୍ ଡିଜାଇନର ତଥା ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର କୋଟା ହରିନାରାୟଣ, ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍ (ଡିଆଇଡିଓ)ର ଡାଇରେକ୍ଟର ଜେନେରାଲ ଡକ୍ଟର ବିନୟ କୁମାର ଦାସ ।
ଭକ୍ତଙ୍କ ୩୦ଜଣିଆ ଟିମ : ତାରା ବାହିନୀପତିଙ୍କୁ ଗୁରୁତ୍ଵ
() ଦାୟିତ୍ୱ ନେବାର ୩ମାସ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆ ଟିମ୍ ଗଢିଛନ୍ତି l ଭକ୍ତଙ୍କ ଟିମ୍ ରେ ନିର୍ବାଚିତ ଓ ସକ୍ରିୟ କଂଗ୍ରେସ ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ଦେଇଛନ୍ତି l ବିଧାୟକ ମାନଙ୍କୁ ସଂଗଠନର ଦାୟିତ୍ୱ ଦେଇ ଭକ୍ତ ୨୦୨୯ପାଇଁ କଂଗ୍ରେସକୁ ଆଗେଇ ନେବାକୁ ଲମ୍ବା ରଣନୀତି ପ୍ରସ୍ତୁତ କରିଛନ୍ତି l ଭକ୍ତଙ୍କ ଟିମରେ ୭ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଉପରେ ମୋହର ମାରିଛନ୍ତି ଏଆଇସିସି ସଭାପତି । ଦଳର ଦୁଇ ଚର୍ଚ୍ଚିତ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଉପ ସଭାପତି ଦାୟିତ୍ୱ ଦେଇଛନ୍ତି ଭକ୍ତ ଦାସ l ସେହିପର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ବିଧାୟକ ସି.ଏସ୍. ରାଜନ ଇକା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ନିଯୁକ୍ତି ପାଇଛନ୍ତି । ନୂଆ କମିଟି ଗଠନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୁପାରିସ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଞ୍ଜୁରୀ ଦେଇଥିବା ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି ବେଣୁଗୋପାଳ ଜଣାଇଛନ୍ତି । ତାରା ଓ ଭକ୍ତ ଦାସଙ୍କ ଯୋଡି ଓଡ଼ିଶାରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିବ l
କଂଗ୍ରେସ ଭବନକୁ ଆସିଲେ ରଞ୍ଜୀବ, ଫେରିବେ କି ଚିରଞ୍ଜୀବ
() ୮୦ ଦଶକରେ ଓଡିଶା କଂଗ୍ରେସ ରାଜନୀତିରେ ଚାଣକ୍ୟ ଥିଲେ ସ୍ବର୍ଗତ ବସନ୍ତ ବିଶ୍ଵାଳ l ସେତେବେଳେ ଶାସନ ବ୍ୟବସ୍ଥାରେ ଗୋଟେ ଚର୍ଚ୍ଚା ହୁଏ ଜାନକୀ ପଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଚଳନ୍ତି ମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ଵାଳ l ପରବର୍ତ୍ତୀ ସମୟରେ ବସନ୍ତ ବିଶ୍ଵାଳଙ୍କ ଦୁଇ ପୁଅ ଚିରଞ୍ଜୀବ ବିଶ୍ଵାଳ ଓ ରଞ୍ଜୀବ ବିଶ୍ବାଳ କଂଗ୍ରେସ ରାଜନୀତିରେ ବେଶ ସକ୍ରିୟ ରହିଲେ l କଂଗ୍ରେସ ରାଜନୀତିରେ ବାପାଙ୍କ ଲିଗାସିକୁ ଦୁଇ ପୁଅ ରଞ୍ଜୀବ ଓ ଚିରଞ୍ଜୀବ ଆଗକୁ ନେଲେ l ରାଜ୍ୟସଭାକୁ ଗଲେ ରଞ୍ଜୀବ ଓ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହେଲେ ଚିରଞ୍ଜୀବ ବିଶ୍ବାଳ l ୨୦୧୯ପରେ କିନ୍ତୁ ଦୁଇ ଭାଇ କଂଗ୍ରେସ ରାଜନୀତିରେ ସେତେଟା ସକ୍ରିୟ ଦେଖିବାକୁ ମିଳିଲାନି l ରଞ୍ଜୀବ ବିଶ୍ବାଳଙ୍କୁ ବର୍ଷ ବର୍ଷ ଧରି ଓଡ଼ିଶା କଂଗ୍ରେସ ରାଜନୀତିରେ ଦେଖିବାକୁ ମିଳୁନଥିଲା l ଚିରଞ୍ଜୀବ ବିଶ୍ବାଳ ଥାଇ ନଥିଲା ପରି ଲାଗୁଥିଲା l ଶେଷରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଚିରଞ୍ଜୀବ l ହେଲେ ବିଜେଡିରେ ଚିରଞ୍ଜୀବ ବିଶ୍ବାଳଙ୍କୁ ସେମିତି କିଛି ଗୁରୁତ୍ବ ମିଳିଲାନି l ୨୦୨୪ ନିର୍ବାଚନରେ ଜଗତସିଂହପୁର ବିଧାନସଭାର ଆସନ ପାଇଁ ବିଜେଡି ଟିକେଟ ଆଶାୟୀ ଥିବା ଚିରଞ୍ଜୀବ ବିଶ୍ବାଳଙ୍କୁ ବିଜେଡି ଦଳୀୟ ଟିକେଟ ଦେଲା ନାହିଁ l ଯାହା ତାଙ୍କ ସମର୍ଥକମାନଙ୍କୁ ନିରାଶ କରିଥିଲା l ୨୪ ନିର୍ବାଚନରେ ବିଜେଡି ହାରିଲା l ଏହାପରେ ଚିରଞ୍ଜୀବ ବିଶ୍ବାଳଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା l ୨୦୨୪ରେ ବିଜେଡି ଯଦି କ୍ଷମତାକୁ ଆସିଥାନ୍ତା ତେବେ ଚିରଞ୍ଜୀବ ବିଶ୍ବାଳ ରାଜ୍ୟସଭା ଯିବାର ସମ୍ଭାବନା ରହିଛି ବୋଲି ସେତେବେଳ ବିଜେଡି ରାଜନୀତିରେ ଚର୍ଚ୍ଚା ହେଉଥିଲା l ହେଲେ ସେ ଚର୍ଚ୍ଚା ବି ଚର୍ଚ୍ଚାରେ ରହିଗଲା l ଶେଷରେ ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ବି ଚିରଞ୍ଜୀବ ବିଶ୍ଵାଳଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ l ଯାହା ତାଙ୍କ ସମର୍ଥକମାନଙ୍କୁ ନିରାଶକୁ ଦୁଇ ଗୁଣିତ କରିଛି l ଠିକ୍ ଏତିକି ସମୟରେ କଂଗ୍ରେସ ଭବନରେ ହଠାତ୍ ରଞ୍ଜୀବ ବିଶ୍ବାଳ ଦେଖାଦେବା ଓ କଂଗ୍ରେସ ରାଜନୀତିରେ ସକ୍ରିୟ ହେବା ରଞ୍ଜୀବ ଓ ଚିରଞ୍ଜୀବଙ୍କ ରାଜନୈତିକ ଭବିଷ୍ୟତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l ରଞ୍ଜୀବ ବିଶ୍ବାଳ କଂଗ୍ରେସରେ ସକ୍ରିୟ ହେବା ପରେ ଭାଇ ଚିରଞ୍ଜୀବ ବିଶ୍ଵାଳ କଂଗ୍ରେସକୁ ଫେରିବା ଚର୍ଚ୍ଚା ଆରମ୍ଭ ହୋଇଛି l ଭକ୍ତ ଦାସ ପିସିସି ସଭାପତି ହେବା ପରେ କଂଗ୍ରେସ ଛାଡିଥିବା ଚର୍ଚ୍ଚିତ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି l ତେବେ ରାଜନୀତି ସବୁବେଳେ ସ୍ଥିର ଓ ଚତୁର ଚିରଞ୍ଜୀବ ଚୁପ୍ ଚାପ ବସି ନିଜ ଭବିଷ୍ୟତ ପାଇଁ କି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହାକୁ ଜଗତସିଂହପୁର ଜିଲ୍ଲାର ଭୋଟରମାନେ ଚାହିଁ ବସିଛନ୍ତି l
ପଦକୁ ବାଏ ବାଏ କଲେ ମୁନା ଖାଁ
() ସୁଜିତ କୁମାର, ମମତା ମହନ୍ତ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ହାତ ଛାଡିଲେ ରାଜ୍ୟସଭା ସାଂସଦ ମୁନା ଖାଁ l ବେଶ କିଛି ଦିନର ନିରବତା ପରେ ପୁଣି ବିଜେଡି ରାଜନୀତିରେ ହଲଚଲ୍ ସୃଷ୍ଠି ହୋଇଛି l ଆଜି ସକାଳୁ ନିବାସରେ ପହଞ୍ଚି ବିଜେଡି ସାଂସଦ ମୁନା ଖାନ୍ ଇସ୍ତଫା ଦେଇଛନ୍ତି । ସଂଖ୍ୟାଲଘୁ ସେଲ୍ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି। ସୁଜିତ ଓ ମମତାଙ୍କ ପରି ମୁନା ଖାଁ ପରବର୍ତ୍ତୀ ସମୟରେ ବିଜେଡି ଛାଡି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି l ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟିକୁ ନେଇ ମୁନା ଖାଁ ଅସନ୍ତୋଷ ଥିଲେ l । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ଦଳ ଅଣଦେଖା କରିଥିବା ଚର୍ଚ୍ଚା ହେଉଛି l ସେଥିପାଇଁ ସେ ପ୍ରଥମେ ପଦ ଓ ପରେ ବିଜେଡିକୁ ବାଏ ବାଏ କରିବେ ବୋଲି ଚର୍ଚ୍ଚା ହେଉଛି l














