ବିଜେଡି ଡଙ୍ଗାର ଅରୁଣ ନାଉରୀ

0
216

() ଶୁଣ ସରକାର , ଏ ଲଢ଼େଇ ଚାଲିଛିରେ ଚାଲିବ, ରାସ୍ତାଘାଟରେ ଲଢେଇ ହେବ, ପାନ ଖିଆ ଛେତେଲା ପାଟିଆ ସରକାର, ଆରେ ବିକାଶ ବାହନ କୁଆଡେ ଗଲା ଧିକି ଧିକି, ଗାଁ ଗହଳିରେ କାମ ଠପ୍ ଧିକି ଧିକି, ସହରର ଉନ୍ନତି ନାହିଁ ବିଜେପି ସରକାର ଧିକି ଧିକି, ଗୋ ବ୍ୟାକ ବିଜେପି ସରକାର ଗୋ ବ୍ୟାକ୍, ଗାଦି ଛଡ଼ା ବିଜେପି ସରକାର ଗାଦି ଛାଡ । ଏମିତି ଗୋଟିଏ ପରେ ଗୋଟିଏ ସ୍ଲୋଗାନ ଦେଇ ବିଜେପି ସରକାର ଏକ ବର୍ଷ ବିଫଳତା ବିରୋଧରେ ମୁଖ୍ୟ ବିରୋଧୀ ବିଜେଡି ରାଜଧାନୀରେ ଗର୍ଜନ କରିଛି ।ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ବିଜେଡି ଡଙ୍ଗାର ନାଉରୀ ସାଜି ବିଜେପି ସରକାର ବିରୋଧରେ ବିଜେଡିର ପ୍ରତିବାଦକୁ ଅଧିକ ଶାଣିତ ଓ ପ୍ରଭାବୀ କରିଥିଲେ । ଅରୁଣଙ୍କ ସରକାରୀ ବିରୋଧି ସ୍ଲୋଗାନ ଦଳର ବରିଷ୍ଠ ଓ ଯୁବ ନେତାଙ୍କ ମନରେ ଉତ୍ସାହ ଭରିଥିଲା ପ୍ରତିବାଦ ସଭାରେ ।ବିଧାୟକ ଅରୁଣ ସାହୁଙ୍କ ସହ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସଞ୍ଜୀବ ମଲ୍ଲିକ, ରୋମାଞ୍ଚ ରଜଂନ ବିଶ୍ଵାଳ, ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ବିଜେଡି ନେତ୍ରୀ ଶର୍ମିଷ୍ଠା ସେଠି, ଲେଖାଶ୍ରୀ ସାମନ୍ତସିଂହାର ଆଦି ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ସରକାର ବିରୋଧରେ ଲୋକଙ୍କ ସ୍ଵର ସାଜି ପ୍ରତିବାଦ କରିଛନ୍ତି ।ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡି ମାଷ୍ଟର କ୍ୟାଣ୍ଟିନରେ ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ମାନେ ପ୍ଲାକାର୍ଡ ଧରି ସରକାର ବିଫଳତା ବଖାଣିଥିଲେ । ମହାନଦୀ ପାଣି ଯାଇଛି ଶୁଖିବା, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର,ଧାନରେ କଟନି ଛଟନୀ, ନାରୀ ନିର୍ଯ୍ୟାତନା ଆଦି ବହୁ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥଲେ ବିଜେଡି ନେତାମାନେ।