ଦଳର ବିପର୍ଯ୍ୟୟ ସମୟରେ ବିଜେଡିର ସପ୍ତରଥି ଏବେ ଦଳର ଭଲମନ୍ଦ ବୁଝିବା ସହ ସଂଗଠନକୁ ଚଳଚଞ୍ଚଳ କରିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି । ଏହି ସପ୍ତରଥି ହେଉଛନ୍ତି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ସଂତୃପ୍ର ମିଶ୍ର, ପ୍ରତାପ ଦେବ ଓ ଉପ ସଭାପତି ପ୍ରଣବ ପ୍ରକାଶ ଦାସ ।
ଏହି ନେତାମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିକୁ ଅଧିକ ସଂଗଠିତ କରିବା ସହ ପୁଣିଥରେ କିପରି କ୍ଷମତାକୁ ଦଳ ଆସିବ ସେ ନେଇ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ନିକଟରେ ବିଜେପି ସରକାର ବର୍ଷପୂର୍ତ୍ତି ବିଫଳତାକୁ ଜନ ଜାଗରଣ ଅଭିଯାନ ଜରିଆରେ ଓଡିଶାବାସୀଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ନବୀନଙ୍କ ସପ୍ତରଥି । ଭୁବନେଶ୍ବରରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଏକାଠି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା, ଯାଜପୁରରେ ରାଜ୍ୟ ସ୍ତରୀୟ ମହିଳା ସମାବେଶ କରି ଜନ ଜାଗରଣ କରିବା, ଏହାପରେ ପୁରୀ ଯୁବ ସମାବେଶ କରିବାକୁ ଅଣ୍ଟା ଭିଡିଛନ୍ତି।
କ୍ଷମତାରେ ବିଜେଡି ଥାଉ କି ନଥାଉ ଓଡିଶାବାସୀଙ୍କ ଦୁଃଖ ଓ ସୁଖରେ ସବୁବେଳେ ବିଜେଡି ରହିବ ତାହା ଜନ ଜାଗରଣ ଅଭିଯାନ ଜରିଆରେ ବାର୍ତ୍ତା ଦେଇଛି ଦଳ । ହାରିବା ଦିନଠାରୁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗଠନମୂଳକ ସମାଲୋଚନା କରି ଶାସକ ଦଳକୁ ପ୍ରଶ୍ନ କରିଚାଲିଛି । ନବୀନ ପଟ୍ଟନାୟକ ସପ୍ତରଥି ବିଜେଡି ଭବିଷ୍ୟତ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହାର ଶତ କଣ ଓଡିଶାବାସୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱାସ ଜିଣି ସମାଲୋଚକଙ୍କୁ ଜବାବ ଦେଉଛନ୍ତି ।ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ l
ନବୀନଙ୍କ ଏହି ସପ୍ତରଥି ଦଳକୁ କେତେ ସଫଳତା ଦେଉଛନ୍ତି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।