କୋରାପୁଟ : ସୁନାବେଡା ସ୍ଥିତ ଏଡିଏଭି ସ୍କୁଲ୍ ର ବହୁ ସ୍ବନାମଧନ୍ଯ ଶିକ୍ଷକ ଶ୍ରୀଯୁକ୍ତ ଗଗନ ବିହାରୀ ପୋଲାର୍ ଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏହି ଖବର ପାଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଛାତ୍ରଛାତ୍ରୀ ମର୍ମାହତ ହୋଇଥିଲେ । ସମସ୍ତଙ୍କ ପ୍ରୀୟ ପୋଲାର୍ ସାର୍ ଙ୍କ ସ୍ମୃତିରେ ଏଡିଏଭି ୯୦ ବ୍ଯାଚ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା ।
ପୂରଣ ହେବ ମାନବାଧିକାର ଅଧକ୍ଷ ପଦ
ଭୁବନେଶ୍ବର : ୭ ବର୍ଷ ହେଲା ଖାଲି ପଡିଛି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦ ପୂରଣ ହେବ ! କମିଶନର ଅଧ୍ୟକ୍ଷ ଏବଂ ଗୋଟିଏ ସଦସ୍ୟ ପଦ ପାଇଁ ଚାଲିଥିବା ମନୋନୟନ କମିଟି ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା ! ଅଧ୍ୟକ୍ଷ ପଦ ପାଇଁ ୩ ଜଣଙ୍କ ନା ମନୋନୟନ କରାଯାଇଥିବା ବେଳେ ଖାଲିଥିବା ଗୋଟିଏ ସଦସ୍ୟ ପଦ ପାଇଁ ମଧ୍ୟ ୩ଟି ନାଁ ମନୋନୟନ କରାଯାଇଛି ! ଅନୁମୋଦନ ଲାଗି ଆସନ୍ତାକାଲି ରାଜ୍ୟପାଳଙ୍କ ନିକଟକୁ ଏହି ତାଲିକା ପଠାଯିବ ! ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞାପ୍ତି ପ୍ରକାଶ ପାଇବା ! ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟିର ବୈଠକ ବସିଥିଲା ! ବାଚସ୍ପତ ସୂର୍ଯ୍ୟ ନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଉପସ୍ଥିତ !
ବାଇଟ- ପ୍ରଦୀପ୍ତ ନାୟକ,ବିରୋଧୀ ଦଳ ନେତା
ସାହିତ୍ୟ ହେଉଛି ସମାଜ ଗଠନର ମୂଳମନ୍ତ୍ର
ବ୍ୟାସନଗର : ସ୍ଥାନୀୟ ଭିମସେନ୍ ପ୍ଯାଲେସ୍ ଠାରେ ପୂଜ୍ଯ ପୂଜା ସଂସଦର ପଞ୍ଚମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ଅଧ୍ୟାପକ ଗୌରାଙ୍ଗ ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମେଜର ଡଃ ସେକ୍ ଅବୁତାହେର୍ ,ଶିକ୍ଷାବିତ ଶ୍ରୀଯୁକ୍ତ ଆଶିଷ କୁମାର ରାୟ , ଆଇନଜୀବୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଣ୍ଡା ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ କରୁଥିବା ବହୁ ବ୍ୟକ୍ତିଙ୍କୁ ଉପଢୌକନ , ମାନପତ୍ର ଓ ପୂଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମାଜ ମଙ୍ଗଳ କ୍ଷେତ୍ରରେ ଆଉ ଏକ ମାଇଲ୍ ଖୁଣ୍ଟ ।
ବ୍ୟାସନଗର : ଆଜି ସ୍ଥାନୀୟ ହୋଟେଲ୍ ନଟରାଜ୍ ରୟାଲ୍ ଠାରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏ.ଜି.ରୋଟାରୀଆନ ଶ୍ରୀଯୁକ୍ତ ମାଙ୍ଗିଲାଲ୍ ବଲଦେବା ମୁଖ୍ୟ ଅତିଥି ଭାବେ ଓ ଆଡଭାଇଜର୍ ରୋଟାରୀଆନ ଶ୍ରୀଯୁକ୍ତ ଶିଶିର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରୀ କ୍ଲବ୍ ର ଆଭିମୁଖ୍ଯ ଓ ସମାଜ ପ୍ରତି ଦାୟିତ୍ୱ ବୋଦ୍ଧତା ବିଷୟ ରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ରୋଟାରୀଆନ ଅଭୟ ପତି ସଭାପତିତ୍ବ କରିଥିବା ବଳେ ,ଗ୍ଯାନରଞ୍ଜନ ଓଝା ଅତିଥିଙ୍କୁ ପୂଷ୍ପଗୂଛ ଦେଇ ସ୍ବାଗତ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ରୋଟାରୀଆନ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଵିଦା ହେଲେ ଅଫିସର…
ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର 15ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହତି ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଏମଭିଆଇ ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମୁନିସିପାଲଟି ଅକ୍ଟ୍ରାଇ ଟ୍ୟାକ୍ସ ସରକାର କାଳିପ୍ରସାଦ ସିଂହ, ପଂଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ ବଟକୃଷ୍ଣ ବାରିକ, ପଂଚାୟତିରାଜ ବିଭାଗର କଲାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲୁ କୃଷ୍ଣ ମୋହନ ଦାସ, ପଂଚାୟତିରାଜ ବିଭାଗର କାଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ତଥା ପିଇଓ ଅଶୋକ କୁମାର ସାହା, ପଂଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ପୂର୍ବତନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର, ପଂଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଜଳସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଜଳସଂପଦ ବିଭାଗର ଭବାନୀପାଟଣା ଆଇଟିଡିଏ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗର ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂହ ମୁଣ୍ଡା, ଜଳସଂପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦନାଥ ମାଝୀ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଂଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାର ବରଖାସ୍ତ କରିଛନ୍ତି ।
ସେହିପରି ପେନସନ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ – ଜଳସଂପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ
କିଏ ପାଇଲେ କେଉଁ ନିଗମ
ଲେନିନ ମହାନ୍ତି- ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ
୨- ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
୩- ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି
୪- କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
୫- ଉକ୍ରଳ କେଶରୀ ପରିଡ଼ା- ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
୬- ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
୭- ସୁଲତା ଦେଓ- ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ
୮- ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
୯- ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ
୧୦-ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ
୧୧-ଇଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୧୨-ପ୍ରଭାତ ଆଦିତ୍ୟ ମିଶ୍ର -ଅଧ୍ୟକ୍ଷ, ଆପିକଲ
୧୩-ଅନୂପ ସାଏ- ଅଧ୍ୟକ୍ଷ, ଓଡ଼ିଶା ଓୟାର ହାଉସିଂ କର୍ପୋରେସନ
୧୪-ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ
୧୫- ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟକରଣ ଯୋଜନା
୧୬- ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉସିଲ
୧୭-ମାନସ ମାଡ଼କାମୀ-ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ
୧୮- ବିନୟ ଟପ୍ପୋ- ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦ
୧୯-ସୁସ୍ମିତା ବାଗଚୀ- ଅଧ୍ୟକ୍ଷ, ମୋ ସ୍କୁଲ
୨୦-ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ
୨୧-ମିନତୀ ବେହେରା- ଅଧ୍ୟକ୍ଷା, ମହିଳା କମିଶନ
୨୨- କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ
୨୩-ସୁଲୋଚନା ଦାସ- ଅଧ୍ୟକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନ
୨୪- ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ ଶକ୍ତି
୨୫-ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ଅମରେନ୍ଦ୍ର ଦାସ : ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ
ଲୁଲୁ ଅମାତ : ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ
ଚିନ୍ମୟ ସାହୁ : ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର : ଅଧ୍ୟକ୍ଷ, ଓଟିଡ଼ିସି
ଅମରେଶ ପତ୍ରୀ : ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ : ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ
ବିଜୟ କୁମାର ନାୟକ : ଅଧ୍ୟକ୍ଷ, ଓଡ଼ିଶା ଯବୁ ମଙ୍ଗଳ ବୋଡର଼୍
ପ୍ରିୟଦର୍ଶୀ ମିଶ୍ର : ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋଡର଼୍ ନିଗମ
ସୁବାସ ସିଂହ : ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ ବୋଡର଼୍
ସଂଜୀବ ପାଇକରାୟ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ
ଶାହାଙ୍କ ଆଖି ୪ ରାଜ୍ୟ ଉପରେ ….
୪ଟି ରାଜ୍ୟରେ ୨୦୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଏହି ୪ଟି ରାଜ୍ୟରେ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଖି । ଏହି ରାଜ୍ୟ ଗୁଡ଼ିକୁ ଗେରୁଆ କରିବା ପାଇଁ ଦଳର ହେବିୱାଟ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଅମିତ ଶାହା । ଖାସ ଏଥିଲାଗି ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ଶାହା । ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ସହ ପ୍ରଭାରୀ ଭାବେ ଉତ୍ତରପ୍ରଦେଶର ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କୁ ଦାୟିତ୍ୱ ମିଳିଛି ଜ୍ଝ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ସହ ବିହାରର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ଜ୍ଝମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ଜ୍ଝ ସେହିପରି ତାଙ୍କୁ ସହଯୋଗ କରିବା ପାଇଁ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଓ କର୍ଣ୍ଣାଟକର ପୂର୍ବତନ ବିଧାୟକ ଲଖମଣ ସାଵଦୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଥିବା ଜଣାପଡିଛି ଜ୍ଝ ଏହିସବୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିପରି ବିଜେପି ଭଲ ପ୍ରଦର୍ଶନ କରିବ ଖାସ ସେଥିପାଇଁ ଅମିତ ଶାହା ବ୍ଲୁପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି ।
ହଟହଟା ହେଲେ ବିଜେଡ଼ି ବିଧାୟକ…
ହଟାହଟା ହୋଇଛନ୍ତି ବିଜେଡ଼ି ବିଧାୟକ । ଦୀନକୃଷ୍ଣ ମହାବିଦ୍ୟାଳୟର ପରିଚାଳନା କମିଟି ବୈଠକକୁ ଯାଇ ହଟହଟା ହୋଇଛନ୍ତି ବିଜେଡ଼ି ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର । ବହୁ ଘଣ୍ଟା ଧରି ତାକୁ ତାଲା ପକାଇ ଅଟକ ରଖାଯାଇଥିଲା । ପରିଚାଳନା ବୈଠକରେ ସାଂସଦ ପ୍ରତିନିଧି ଅନୁପସ୍ଥିତ ରହିବା ନେଇ ଅସନ୍ତୋଷ ପ୍ରକାଶ କରି ଏକ ନିଦ୍ଦିଷ୍ଟ ଛାତ୍ର ସଂଗଠନର ଛାତ୍ରମାନେ ବିଧାୟକଙ୍କୁ ଅଟକ ରଖିଥିଲେ । ମହାବିଦ୍ୟାଳୟର ଗେଟକୁ ତାଲା ପକାଇଦେଇଥିଲେ । ଫଳରେ ବିଧାୟକ ଓ କଲେଜ ଅଧ୍ୟକ୍ଷ କେହିବି ବାହାରକୁ ବାହାରି ପାରି ନଥିଲେ । ପରେ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ବୁଝି ଥିଲେ ଓ ବିଧାୟକଙ୍କୁ ଛାଡ଼ିଥିଲେ । ଏପରି ଅଭାବନୀୟ ଘଟଣା ଏବେ ସାରା ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ।