ହଟହଟା ହେଲେ ବିଜେଡ଼ି ବିଧାୟକ…

- Advertisement -

ହଟାହଟା ହୋଇଛନ୍ତି ବିଜେଡ଼ି ବିଧାୟକ । ଦୀନକୃଷ୍ଣ ମହାବିଦ୍ୟାଳୟର ପରିଚାଳନା କମିଟି ବୈଠକକୁ ଯାଇ ହଟହଟା ହୋଇଛନ୍ତି ବିଜେଡ଼ି ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର । ବହୁ ଘଣ୍ଟା ଧରି ତାକୁ ତାଲା ପକାଇ ଅଟକ ରଖାଯାଇଥିଲା । ପରିଚାଳନା ବୈଠକରେ ସାଂସଦ ପ୍ରତିନିଧି ଅନୁପସ୍ଥିତ ରହିବା ନେଇ ଅସନ୍ତୋଷ ପ୍ରକାଶ କରି ଏକ ନିଦ୍ଦିଷ୍ଟ ଛାତ୍ର ସଂଗଠନର ଛାତ୍ରମାନେ ବିଧାୟକଙ୍କୁ ଅଟକ ରଖିଥିଲେ । ମହାବିଦ୍ୟାଳୟର ଗେଟକୁ ତାଲା ପକାଇଦେଇଥିଲେ । ଫଳରେ ବିଧାୟକ ଓ କଲେଜ ଅଧ୍ୟକ୍ଷ କେହିବି ବାହାରକୁ ବାହାରି ପାରି ନଥିଲେ । ପରେ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ବୁଝି ଥିଲେ ଓ ବିଧାୟକଙ୍କୁ ଛାଡ଼ିଥିଲେ । ଏପରି ଅଭାବନୀୟ ଘଟଣା ଏବେ ସାରା ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles