ଶାହାଙ୍କ ଆଖି ୪ ରାଜ୍ୟ ଉପରେ ….

- Advertisement -

୪ଟି ରାଜ୍ୟରେ ୨୦୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଏହି ୪ଟି ରାଜ୍ୟରେ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଖି । ଏହି ରାଜ୍ୟ ଗୁଡ଼ିକୁ ଗେରୁଆ କରିବା ପାଇଁ ଦଳର ହେବିୱାଟ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ଅମିତ ଶାହା । ଖାସ ଏଥିଲାଗି ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ଶାହା । ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ସହ ପ୍ରଭାରୀ ଭାବେ ଉତ୍ତରପ୍ରଦେଶର ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କୁ ଦାୟିତ୍ୱ ମିଳିଛି ଜ୍ଝ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ସହ ବିହାରର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ଜ୍ଝମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ଜ୍ଝ ସେହିପରି ତାଙ୍କୁ ସହଯୋଗ କରିବା ପାଇଁ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର‌୍ୟ୍ୟ ଓ କର୍ଣ୍ଣାଟକର ପୂର୍ବତନ ବିଧାୟକ ଲଖମଣ ସାଵଦୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଥିବା ଜଣାପଡିଛି ଜ୍ଝ ଏହିସବୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିପରି ବିଜେପି ଭଲ ପ୍ରଦର୍ଶନ କରିବ ଖାସ ସେଥିପାଇଁ ଅମିତ ଶାହା ବ୍ଲୁପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles