ଟିଉସନ ହେବେ ନେତା : ସେପ୍ଟେମ୍ବର ୧ରେ ବିଜେଡ଼ି ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ …

0

ବିଜେଡ଼ି ନେତାଙ୍କୁ ଟାଉସନ କରିବେ ନବୀନ । ଯେଉଁ ଦାୟିତ୍ୱ ଦିଆଯାଇଚି ତାହାକୁ କିପରି ସମ୍ପାଦନ କରୁଛନ୍ତି ତାହାର ହେବ ହିସାବ । ଏହାସହ କାହିକିଁ ସେମାନଙ୍କ ଜିଲ୍ଲାରେ ଏଥର ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କଲା ତାହା ଉପରେ ମଧ୍ୟହେବ ଆଲୋଚନା । କେଉଁଠି ରହୁଛି ଭୂଲ । କାହିକିଁ ବିଧାୟକ,ସାହସଦ ଓ ମନ୍ତ୍ରୀମାନେ ତୃଣମୂଳ ସ୍ତରର ସଂଗଠନକୁ ନେଇ ଆଗକୁ ଯାଉଦାହାନ୍ତି । କାହାର କାହା ସହ କାହିକିଁ ସର୍ମ୍ପକ ରହୁନାହିଁ । ଦଳରେ ଅସନ୍ତୋଷର ବାତାବରଣ କିଏ ସୃଷ୍ଟି କରୁଛି । ଏମସବୁ ସହ ନୂଆ ଦାୟିତ୍ୱ ଦିଆଯିବ ନେତାଙ୍କୁ । କିପରି ବିଜେଡ଼ି ସଂଗଠନକୁ ଆହୁରୀ ମଜବୁତ କରାଯିବ । ତୃଣମୂଳ ସ୍ତରରେ ଦଳ ଯେଉଁଠି ଦୁର୍ବଳ ରହିଛି ସେଠାରେ ଦଳକୁ ମଜବୁତ କରିବା ପାଇଁ ପ୍ରସ୍ତୁତ ହେବ ବ୍ଲ୍ରୁପ୍ରିଣ୍ଟ । ସବୁନେତା କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।

ଏହାଛଡ଼ା କିଛି ନେତାଙ୍କୁ ଦଳରୁ ଗୁରୁଦାୟିତ୍ୱ ଦେବେ ନବୀନ । ଖାସ ସେଥିଲାଗି ସେପ୍ଟେମ୍ବର ୧ ତାରିଖରେ ଭୁବନେଶ୍ୱରର ବସିବାକୁ ଯାଉଛି ବିଜେଡ଼ିର ପରିବର୍ତ୍ତତ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ସମସ୍ତ ନେତା, ବିଧାୟକ,ସାଂସଦ,ମନ୍ତ୍ରୀମାନେ ଉପସ୍ଥିତି ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି କାର‌୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିଜେଡ଼ି ସୁପ୍ରିମୋ ଏହି କାର୍ଯ୍ୟକାରିଣୀ ବୈଠକରେ କି ନିଷ୍ପତି ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଉଚ୍ଚଶିକ୍ଷାରେ ସଂସ୍କାର

0

ଉଚ୍ଚଶିକ୍ଷାରେ କିପରି ସଂସ୍କାର ଅଣାଯିବ ସେନେଇ ଦିନରତି କାମ କରୁଛନ୍ତି ମନ୍ତ୍ରରୀ ଅରୁଣ ସାହୁ । ବାରମ୍ବାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରୁଛନ୍ତି ଅରୁଣ । ଯାହା ଫଳରେ ବହୁ ମୂଲ୍ୟବାନ ମତମତ ଆସୁଛି । ଆଉ ଏହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ସିଲାବସ, ଖାତାଦେଖା ଫ୍ରିସ ବୃଦ୍ଧି, ଅଧ୍ୟାପକଙ୍କ ଦରମା ବୃଦ୍ଧି, ୭ଘଣ୍ଟା ପାଠପଢାଥଇବାକୁ ବାଧ୍ୟ, କଲେଜ ନିର୍ବାଚନ ବନ୍ଦ ଆଦି ବହୁ ପଦକ୍ଷପ ନେଲେଣୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଉ ଏବେ ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇବା ଓ ପରୀକ୍ଷା ଫଳ ଠିକ୍ ସମୟରେ ବାହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଏଥି ନିମନ୍ତେ ଅଧିକ ସଂଖ୍ୟକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଏବଂ ବିତ୍ତ ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇ ଠିକ୍ ସମୟରେ ପରୀକ୍ଷା ଯେପରି ଶେଷ ହେବ ଓ ପରୀକ୍ଷା ଫଳ ଧାର‌୍ୟ୍ୟ ସମୟରେ ବାହାରିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ମହାବିଦ୍ୟାଳୟ ତରଫରୁ ଠିକ୍ ସମୟରେ ଆଡ୍ମିସନ୍ ଏବଂ କୋର୍ସ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ଅଧିକ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ ଏବଂ ମୂଲ୍ୟାୟନକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ବୃଦ୍ଧି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରତି ୧୨ରୁ ୧୫ଟି ମହାବିଦ୍ୟାଳୟକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରାଯିବ । ଏଥି ସହିତ ପ୍ରଶ୍ନ ପତ୍ର ସେଟ୍ ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଥିଲା । ସଂଶୋଧିତ ସିଲାବସ୍ ଏବଂ ପ୍ରଶ୍ନପତ୍ର ପରିବର୍ତ୍ତନ ସଂପର୍କରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମହାବିଦ୍ୟାଳୟଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍ବ୍ୟତୀତ ବିଇଡି ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପରୀକ୍ଷା ଫଳ ବାହାର କରିବା ପାଇଁ କୁହାଯାଇଥିଲା ।ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟରେ ବର୍ଷ ବର୍ଷ ଧରି ଖର୍ଚ୍ଚ ନହୋଇ କେଉଁଠି କେତେ ଅର୍ଥ ରହିଛି ସେ ବିଷୟରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବାକୁ ମଧ୍ୟ କୁହାଯାଇଥିଲା ।
ବିଶ୍ୱବିଦ୍ୟାଳୟର ନିୟମିତ ଅଡିଟ୍ କରିବା ଏବଂ ଅଡିଟ୍ ପାରାର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତରେ ଆଲୋଚନା ହେବା ସହ ଭିତ୍ତିଭୂମି ନିର୍ମାଣ ପାଇଁ ଜମିର ସଠିକ୍ ଉପଯୋଗ ଓ ବହୁତଳ ପ୍ରସାଦ ନିର୍ମାଣ ଉପରେ ମତ ପ୍ରକାଶ ପାଇଥିଲା । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ୱବ୍ୟାଙ୍କ) ପରମେଶ୍ୱରନ୍ ବି.ଙ୍କ ସମେତ ବିଭାଗୀୟ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

ଦେଶରେ ହେବ ୭୫ଟି ନୂଆ କଲେଜ

0

ଦେଶରେ ୭୫ଟା ନୂଆ କଲେଜ ହେବ । ବୁଧବାର ଦିନ ପ୍ରଧାପନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି।୨୪ ହଜାର ୩୭୫ କୋଟି ଟଙ୍କା ବ୍ୟୟରେ ଏହି ୭୫ଟି ନୂତନ ମେଡିକାଲ ୩ ବର୍ଷରେ କଲେଜ୍ ଖୋଲାଯିବ।

ଏଥିରେ ଏମବିବିଏସର ୧୫,୭୦୦ ନୂତନ ସିଟ୍ ରହିବ। ଦେଶର ଯେଉଁ ଜିଲ୍ଲା ସ୍ଵାସ୍ଥ୍ୟ କ୍ଷେତ୍ରରେ ପଛୁଆ ରହିଛି ସେଠାରେ ଏହି ନୂତନ ମେଡିକାଲ କଲେଜ୍ ଖୋଲାଯିବ ବୋଲି ଜାଭେଦକର କହିଛନ୍ତି।

ମିଡ଼ିଆର ମଙ୍ଗ ଧରିଲେ ମାନସ ମଙ୍ଗରାଜ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ନେତାଙ୍କୁ ସବୁବେଳେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଥାନ୍ତି । ପଂଚମ ପାଳିରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟକାରୀ କରିବା ଓ ତୃଣମୂଳ ସ୍ତରରେ ଏହାର ପ୍ରସାର ଓ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଖାସ ସେଥିଲାଗି ଏହି ଗୁରୁ ଦାୟିତ୍ୱ ଚିଲିକାର ଯୁବନେତା ଓ ପୂବରୁ ସାମ୍ବାଦିକ ତୁଲାଇଥିବା ମାନଓ ମଙ୍ଗରାଜଙ୍କୁ ଦେଇଛନ୍ତି ନବୀନ । ଓଡ଼ିଶା ମିଡ଼ିଆ ସହ ଜଡ଼ିତ ଓ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ନେଉଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀ ଆଜି ସଂନ୍ଦ୍ୟାରେ ନିଯୁକ୍ତି ଦେଇଛନ୍ତି । ଦୀଘଦିନ ଧରି ସାମ୍ବାଦିକ ଜଗତ ସହିତ ଜଡ଼ିତ ଥିବା ମାନସ ଆଗକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ନୀତି ଉପରେ ନିଜର ଅଭିଜ୍ଞତାକୁ ପ୍ରୟୋଗ କରି ଉଚିତ ପରାମର୍ଶ ଦେବେ ।ଦାୟିତ୍ୱ ମିଳିଲା ପରେ ମାନସ ମଙ୍ଗରାଜ ଏହା ମୋ ପାଇଁ ଗୌରବର କଥା । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସେ ।

ମୁଖ୍ୟମନ୍ତ୍ରୀ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ତାଙ୍କୁ ଦାୟିତ୍ୱ ଦେଇଛନ୍ତି ତାହାକୁ ସେ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି । ବର୍ତ୍ତମାନ ଓଡ଼ିଶା ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଥିବା ସମସ୍ୟା ସର୍ମ୍ପକରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ରାଜ୍ୟ ସରକାର ତାଙ୍କୁ ଗଣମାଧ୍ୟମ ଓ ଲୋକସର୍ମ୍ପକ ଉପଦେଷ୍ଟା କରିଥିବାରୁ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । । ୨୦୧୯ ସାଧାରଣ ନିର୍ବାଚନରେ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ବିଜୁ ଜନତା ଦଳର ମିଡ଼ିଆ ଦାୟିତ୍ୱରେ ଥିଲେ । ମାନସ ମଙ୍ଗରାଜଙ୍କୁ ବିଜେଡ଼ି ମିଡ଼ିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ ପୂର୍ବରୁ ଦେଇସାରିଛି । ଯାହାକୁ ସେ ସଫଳତାର ସହ ତୁଲାଇଛନ୍ତି । \n\n

ଡେଡିକେଟେଡ଼ ଭିକେପି

0

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ(ଭିକେପି) ପାୱାର କରିଡର ଠାରୁ ଆରମ୍ଭ କରି ଗାଁ ଗହଳି ଯାଏଁ ବେଶ ଚର୍ଚ୍ଚାରେ । ଲୋକସେବା ଭବନରେ ସେ ଡେଡିକେଟେଡ଼ ଭିକେପି ନାମରେ ପରିଚିତ । କାରଣ ୨ହଜାର ବ୍ୟାଚର ଏହି ଆଇଏଏସ ଅଫିସର ନିଜର ଦକ୍ଷତା ବଳରେ ଆଜି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । କାମ ପ୍ରତି ମନୋଭାବ ଓ ସମୟ ଅନୁସାରେ ଦାୟିତ୍ୱ ତୁଲାଇବାରେ ସେ ବେଶ ସିଦ୍ଧହସ୍ତ ।ପାୱାର କରିଡରର ସବୁ କାଟାଗୋରୀ ସହ ସୁସମ୍ପର୍କ ରଖି ସେ କାମ କରାଇନିଅନ୍ତି ।

ଗଞ୍ଜାମ ଜିଲ୍ଲାପାଳ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଲେ । ଆଉ ସେହି ଦିନରୁ ସେ ନବୀନଙ୍କ ପ୍ରତି ନିଜକୁ ସମର୍ପି ଦେଇଛନ୍ତି ।ସକାଳ ହେଉ, ସନ୍ଧ୍ୟା ହେଉ ଅବା ଅଧରାତି ସବୁବେଳେ ସରକାରୀ କର୍ତ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସେ ଦାୟିତ୍ୱର ସହ ତୁଲାଇଛନ୍ତି । ନବୀନଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଏତେ ଅଧିକ ଯେ, ତାଙ୍କ କାର‌୍ୟ୍ୟଶୈଳୀକୁ ଯିଏ ଫଲୋ କରିଛି ସେ ଜାଣିଛି । ମୁଖ୍ୟମନ୍ତ୍ରୀ ଯେପରି କୌଣସି ବିପଦରେ ନପଡିବେ ସେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ପାଖେ ପାଖେ ଥାଆନ୍ତି । ଲୋକସେବା ଭବନର ତୃତୀୟ ମହଲା ହେଉ ବା ଦିଲ୍ଲୀ ସବୁଠି ନବୀନଙ୍କ ସହ ପାଣ୍ଡିୟାନ । ଏଥିପାଇଁ ବହୁ ସମୟରେ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ କଡା ସମାଲୋଚନା କରିବା ସହ ତାଙ୍କ ବ୍ୟକ୍ତିତ୍ୱକୁ କଡା ସମାଲୋଚନା କରିଛନ୍ତି । ଗଣମାଧ୍ୟମ ମଧ୍ୟ ତାଙ୍କୁ କଟାକ୍ଷ କରିବାକୁ ପଛାଇ ନାହିଁ । ହେଲେ ଏସବୁକୁ ଦୃଷ୍ଟି ନଦେଇ ଏହି ଅଣଓଡ଼ିଆ ଆଇଏଏସ ଅଫିସର ନବୀନଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛନ୍ତି ।

ବାବୁଙ୍କ ଦକ୍ଷତା ମାର୍କରେ ୧୦ରୁ ୧୦ ପାଇଥିଲେ ଭି.କେ. ପାଣ୍ଡିୟାନ । ନବୀନଙ୍କୁ ସେ କେତେ ଭଲ ପାଆନ୍ତି ତାହା ୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ କେଇ ମିନିଟ ଭିତରେ ଭାଇରାଲ ହେବାରୁ ଜଣାପଡେ । ଖାସ ସେଥିପାଇଁ ପାୱାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା ପାଣ୍ଡିୟାନଙ୍କୁ ନେଇ । ତୃତୀୟ ମହଲାର ବାବୁ ଏବେ ବନି ଯାଇଛନ୍ତି ଡେଡିକେଟେଡ଼ ଭିକେପି ।

ରହିଲେ ନିରଂଜନ..

0

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସର ଶୋଚନୀୟ ପରାଜୟ ହେଳା । ଦଳ ଦୁଇ ଅଙ୍କ ସଂଖ୍ୟା ବି ଛୁଇପାରିଲା ନାହିଁ । ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ପଦରୁ ହଟିଲା । ରାଜ୍ୟରେ ମଧ୍ୟ ଦଳ ଭୋଟହାରରେ ତୃତୀୟ ସ୍ଥାନକୁ ଗଲା । ଏ ସବୁ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଂଜନ ପଟ୍ଟନାୟକ । ନୈତିକତାର ଭାଷା କହି ଇସ୍ତଫା ଦେଲେ । ଆଉ ଏହାପର ଠାରୁ କଂଗ୍ରେସରେ ପୁଣି ଆରମ୍ଭ ହେଲା ଚୌକି ଦାଖଲ ଅଭ୍ୟାସ । ନୂଅ ପିସିସି ସଭାପତି କିଏ ହେବ ତାହାକୁ ନେଇ ଆରମ୍ଭ ହେଲା ଟଣାଓଟରା । ହେଲେ ଗତ ୨୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସ ୧୫୦ରୁ ଅଧିକ ନେତାଙ୍କ ସହ ଆଲୋଚନ କରିବା ପରେ ନେଲେ ବଡ଼ ନିଷ୍ପତି ।

ପୁଣି ଥରେ ନିରଂଜନଙ୍କ ଉପରେ ଆସ୍ଥା ପକଟ କଲେ ସୋନିଆ ଗାନ୍ଧୀ । ନିର୍ବାଚନ ସମୟରେ ପିସିସିର ସମସ୍ତ କମିଟି ଭାଙ୍ଗୀ ନୂଆ କମିଟି କରିବା ପାଇଁ ସୋନିଆ ନିର୍ଦ୍ଦେଶ ଦେଲେ । ଯାହାକୁ ନେଇ ନିରଂଜନ ଶିବିର ଏବେ ବେଶ ଉତ୍ସାହୀତ । ତେବେ ବିରୋଧୀ ଗୋଷ୍ଠୀ କିନ୍ତୁ ଅସନ୍ତୋଷ ଜାହୀର କରିଛନ୍ତି । ସିଧାଦସଳଖ ଗଣମାଧ୍ୟରେ ଆସି ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଲେଣୀ । ନିରଂଜନଙ୍କୁ ଜଣେ ବଡ଼ ବେପାରୀ ମଧ୍ୟ କହିବାକୁ ପଛାଇଲେନି ପୂର୍ବତନ ସାଂସଦ ଅମର ପ୍ରଧାନ ।

ତେବେ କାହିକିଁ ବଦଳିଲେନି ନିରଂଜନ ତାହା ଉପରେ ନଜର ପକାନ୍ତୁ

୧- ୧୯ ବର୍ଷ ଧରି ଓଡ଼ିଶାରେ କୋମାସ୍ତିତିରେ ରହିଛି କଂଗ୍ରେସ । ସଂଠଗନ ଚଳାଇବାକୁ ଆବଶ୍ୟକ ଅର୍ଥ ଅନ୍ୟ କେହି ଦେଇପାରିବେ ନାହିଁ ।

୨- ଆଗକୁ ବିଜେପୁର ଉପନିର୍ବାଚନ ଓ ପୌର ନିର୍ବାଚନ । ତେଣୁ ଏହି ସମୟରେ ସଭାପତି ପରିବର୍ତ୍ତନ କରିବାକୁ ନିଷ୍ପତି ଦେଲେ ହାଇକମାଣ୍ଡ

୩- ବହୁନେତା ନିରଂଜନ ସପକ୍ଷରେ ମତ ଦେଇଥିବାରୁ ହାଇକମାଣ୍ଡ ରିସ ନେବାକୁ ଚାହିଲେନି \

୪- ନିରଂଜନଙ୍କ ସହ କାର୍ଯ୍ୟକାରୀ ସଭାପତି ଥିବାରୁ ପିସିସି ପରବର୍ତ୍ତନ କରିବାକୁ ଉଚିତ ମନେକଲେନି ସୋନିଆ

୫- ଇାରମ୍ବାର ପିସିସି ସଭାପତି ପଦ ପରିବର୍ତ୍ତନ ଖରାପ ପରିଣାମ କଥାକୁ ପୁଣିଥରେ ଦୋହରାଇବାକୁ ଚାହିଲେନି ସୋନିଆ \n\n

ଫ୍ୟାନ କଲେ ଅନୁରୋଧ : ଘରକୁ ଯିବେ ନବୀନ

0

ଭୁବନେଶ୍ୱର : ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ମୋ ଭବବାନ , ସେ ମୋର ସବୁକିଛି । ତାଙ୍କ ବିନା ମୋ ଜୀବନ ଅର୍ଥ କିଛିି ନାହିଁ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ମୁଁ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼ ଖାଇଛି । ହେଲେ ତଥାପି ମୁଁ ମୋ ଭଗବାନଙ୍କୁ ଚାଡ଼ିନାର୍ହି । ଏକଥା କେଉର୍ ଫିଲ୍ମର ଡ଼ାଇଗଲ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଫ୍ୟାନ ବରଗଡ଼ର ଖଗେଶ୍ୱରଙ୍କର ।

ଦେହରେ ଶଙ୍ଖ ଚିହ୍ନର ପୋଷାକା ଓ ହାତରେ ବିଜେଡ଼ି ପତକା ଧରି ସବୁବେଳେ ନବୀନଙ୍କ ପାଖେ ପାଖେ ସେ ଥାଆନ୍ତି । ସେ କୋରାପୁଟ, ବାଲେଶ୍ୱର କି ଯାଜପୁର ସଭା ହେଉ ଅବା ସମ୍ବଲପୁର , ବଗରଡ଼ କି ବଲାଙ୍ଗୀର ସଭା ହେଉ । ସବୁଠି କଳେବଳେ କୌଶଳେ ପହଞ୍ଚିଯାଆନ୍ତି ଖଗେଶ୍ୱର । ନିଜର ଭଗବାନ ନବୀନଙ୍କୁ ଦେଖିବା ପାଇଁ । ଏପିରିକି ୨୦୧୯ ସାଧାରଣ ନିର୍ବାଚନରେ ଖଗେଶ୍ୱର ଯେତେବେଳେ ନବୀନଙ୍କ ପୁରା ବିଜେଡ଼ି ଡ଼୍ରେସରେ ନବୀନଙ୍କୁ ଦେଖିବା ପାଇଁ ସଭାସମିତିକୁ ଯାଆନ୍ତି ସେତେବେଳେ ସେ ପୋଲିସ ବାବୁଙ୍କ ଠାରୁ ଆରମ୍ଭ କରି କୁଜି ନେତା ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଗାଳି ଖାଆନ୍ତି । ଏମିତିକ ଦିନେ ଖୋର୍ଦ୍ଦାରେ ଅନ୍ୟ ଦଳର ସମାବେଶ ଚାଲିଥିବା ବେଳେ ଖଗେଶ୍ୱର ସେଠାରେ ପହଞ୍ଚିବାରୁ ତାକୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା । ଘର ଦ୍ୱାରା କିଛିି ରାଜଧାନୀରେ ନଥିବା ସାଙ୍ଗକୁ ରୋଜଗାର ତାର ନଥିବାରୁ ସେ ବହୁତ କଷ୍ଟରେ ଜୀବନ କାଟୁଥିଲା ନିଜ ଭଗବାନ ନବୀନଙ୍କୁ ଟିକେ ଦେଖିବା ପାଇଁ ଓ ବିଜେଡ଼ିର ଜୟଗାନ କରିବା ପାଇଁ । ଗଣମାଧ୍ୟମରେ ଖଗେଶ୍ୱର କଥା ସାମ୍ନାକୁ ଆସିବା ପରେ ବିଜେଡ଼ି ନେତା ଓ ସାଧାରଣରେ ଖଗେଶ୍ୱର ପ୍ରତି ସେହ୍ନ ଓ ଭଲ ପାଇବା ବଢିଲା । ଏହାରି ଭିତରେ ଖଗେଶ୍ୱର ବହୁତ ଥର ମୁଖନ୍ନ୍୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କଥା ହୋଇଛି ।

ଏପରିକି ନିକଟରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ର ଜିଲ୍ଲାରେ ନିଜ ଘରକୁ ଯିବା ପାଇଁ ଅନୁରୋଧ କରିଛି । ନବୀନ ମଧ୍ୟ ବିଜେପୁର ଉପ-ନିର୍ବାଚନ ସମୟରେ ଖଗେଶ୍ୱର ଘରକୁ ଯିବେ ବୋଲି କହିଥିବା ଖଗେଣ୍ୱର କହିଛି । ଯାହାକୁ ନେଇ ସେ ବେଶ ଉତ୍ସାହିତ । ଏବେ ନବୀନ ଦିଲ୍ଲୀରେ । ନବୀନଙ୍କ ସଙ୍ଗେ ସଙ୍ଗେ ତାଙ୍କର ସବୁଠାରୁ ବଡ଼ ଫ୍ୟାନ ଖଗେଶ୍ୱର ମଧ୍ୟ ଦିଲ୍ଲୀରେ ଏବେ । ସେଠାରେ ସେ ନବୀନ ଓ ବିଜେଡ଼ିର ଜୟଗାନ କରୁଛି । ଗୋଟେ ବ୍ୟକ୍ତି ଘର ସଂସ୍କାର ଛାଡ଼ି ନବୀନଙ୍କ ପ୍ରେମରେ ପଡ଼ି ସବୁକିଛି ଭୂଲିଯିବା ସବୁଠାରୁ ଆଚର୍ଯ୍ୟର ଘଟଣା । ଏବେ ଲୋକେ ଜାଣିଗଲେଣୀ ଯେଉଁଠି ନବୀନ , ସେଇଠି ଖଗେଶ୍ୱର ।\n\n\n\n\n

ଜୟଦେବଙ୍କ ସାହିତ୍ୟ ହେଉଛି ପଥ ପ୍ରଦର୍ଶକ

0

କୋରାଇ  : ସ୍ଥାନୀୟ କାହ୍ନୁଚରଣ ମହା ବିଦ୍ୟାଳୟ ଠାରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳ ଉଦଘାଟକ ତଥା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ସଂସଦ ସଭାପତି ନନ୍ଦକିଶୋର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ସମ୍ମାନିତ ଅତିଥି ଭାବେ ଡ଼.ରୁଦ୍ରନାରାୟଣ ପୃଷ୍ଟି ଯୋଗଦାନ କରିଥିଲେ ।ମୂଖ୍ୟ ବକ୍ତା ଭାବରେ ପ୍ରଧ୍ଯାପକ ଡ଼.ବ୍ରଜମୋହନ ମିଶ୍ର ଯୋଗଦେଇ ସମାଜ ରେ ଜୟଦେବ ସାହିତ୍ୟ ଏକ ନିଆରା ଓ ଏହା ସାହିତ୍ୟ ଜଗତର ଦିଗ୍ ଦର୍ଶକ ଏବଂ ଏହା ଚିର ସ୍ଥାୟୀ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମ ରେ ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଶିବଚରଣ ମାଝୀ, ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଓ ମହା ବିଦ୍ୟାଳୟ ଅଧକ୍ଷ ସ୍ମୃତିରଞ୍ଜନ ରାୟ ଯୋଗଦେଇ ସାହିତ୍ୟ ଉପରେ ଅନେକ ମତ ଉପସ୍ଥାପନ କରିଥିଲେ । ବ୍ୟାସନଗର ର ଚଳଚିତ୍ର ପ୍ରଯୋଜକ ଶ୍ରୀ ହୃଦାନନ୍ଦ ସାମଲ୍ ଙ୍କୁ ଜୟଦେବ ସମ୍ମାନ ଓ ଶ୍ରୀ ଯୁକ୍ତ ମାଧବଚନ୍ଦ୍ର ନନ୍ଦ ଙ୍କୁ ଗାୟକ ନଟରାଜ୍ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ଦୁଇ ଜଣ କବିଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା ।କାର୍ଯ୍ୟକ୍ରମରେ ଷାଠିଏ ରୁ ଉର୍ଦ୍ଧ୍ବ କବି ଙ୍କ ସହିତ ବ୍ରଜେଶ୍ବରୀ ସିଂ, ରୀନା ମହାପାତ୍ର, ଦୟାନିଧି ନାୟକ , ବାଇଧର ମାଝୀ ଓ ମଳୟ କୁମାର  ନାୟକ ପ୍ରମୁଖ ନିଜସ୍ଵ ଲିଖିତ କବିତା  ପାଠ କରିଥିଲେ ।

ଫସର ଫାଟିଲା ଉଚ୍ଚ ନ୍ୟାୟାଳୟରେ ଅପିଲ୍

0

ସୁକିନ୍ଦା  : ବିଗତ କିଛି ଦିନ ଧରି ସୁକିନ୍ଦା ଖଣି ଅଞ୍ଚଳରେ କଞ୍ଚାମାଲ ପରିବହନକୁ ନେଇ ଚାଲିଥିବା ବିଶୃଙ୍ଖଳା ଦିନକୁ ଦିନ କ୍ରମଶଃ ଉଗ୍ର ହେବାରେ ଲାଗିଛି । ସୁକିନ୍ଦା ଖଣି ଅଞ୍ଚଳର ଟ୍ରକ୍ ମାଲିକ ସଂଘ ପ୍ରଶାସନର କୌଣସି ନିଷ୍ପତ୍ତିକୁ ନ ମାନିବାକୁ ଲାଗୁଛି ଯେପରି ସଂକଳ୍ପ ବଦ୍ଧ । ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ନ୍ଯାୟାଳୟଙ୍କ ଆଦେଶ ଅନୁସାରେ ଫାଷ୍ଟ୍ କମ୍ ଫାଷ୍ଟ୍ ଲୋଡିଂ ବେସିସ୍ କୁ ଖଣି ଉପତ୍ୟକାର ଟ୍ରକ୍ ଓ ଟିପର୍ ମାଲିକ ମାନଙ୍କ ଦାଦାଗିରି ଯୋଗୁଁ  ପ୍ରଣୟଣ କରାଯାଉ ନାହିଁ । ଏହି ଅଭିଯୋଗ ନେଇ ଯାଜପୁର ରୋଡ୍ ଟ୍ରକ୍ ମାଲିକ ସଂଘ ଯାଜପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଚେତାବନି ଦେଇଥିଲେ । ଜିଲ୍ଲାପାଳ କହିଥିଲେ ପରିବହନ କ୍ଷେତ୍ରରେ କୌଣସି ପ୍ରକାରର ଅସାମାଜିକ ତତ୍ତ୍ୱକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ଚ୍ଯାଲେଞ୍ଜ କରି ସୁକିନ୍ଦା ମିନେରାଲ୍ ଟ୍ରକ୍ ଆସୋସିଏସନ୍ ପ୍ରଶାସନ ବିରୁଦ୍ଧରେ ଗତ୧୯ ତାରିଖରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେ କି କିଛି ରାଜନୈତିକ ବ୍ଯକ୍ତିଙ୍କ ପ୍ରଚ୍ଛଦପଟ ଇଙ୍ଗିତ ଯୋଗୁଁ  ଖଣି ଅଞ୍ଚଳରେ ପରିବହନକୁ ନେଇ ଅଶାନ୍ତି ଦେଖାଦେଇଛି । ଆଗାମୀ ଦିନରେ ଏହାର କୌଣସି ସ୍ଥାୟୀ ସମାଧାନ ନ ହେଲେ ହୁଏତ ଏହା ଉଗ୍ର ରୂପ ଧାରଣ କରିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ

0

ଧର୍ମଶାଳା : ଯାଜପୁର ଜିଲ୍ଲା ବରୁହାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓ.ୟୁ.ଜେ. ସହିତ ଅନୁବନ୍ଧିତ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ ରାଉତ ସ୍ବାଗତ ଭାଷଣ ଦେଇଥିଲେ ।ସେ ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ କିପରି ସଂଘକୁ ଶକ୍ତିଶାଳୀ କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରରେ ଜିଲ୍ଲାର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀଯୁକ୍ତ ଅଭୟ ପତି ମଧ୍ୟ ସମସ୍ତ ସଦସ୍ୟଙ୍କୁ ଉଦବୋଧନ ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସଂଘର ଉନ୍ନତି କରଣ ଉପରେ ଆଲୋକପାତ କରିଥିଲେ । ସଭାପତି ତାଙ୍କ ବକ୍ତବ୍ଯରେ ଆଗାମୀ ଦିନରେ ରାଜ୍ୟ କାର୍ଯ୍ୟକାରୀଣି ଯାଜପୁର ଜିଲ୍ଲାରେ କରିବାକୁ ମତ ବ୍ଯକ୍ତ କରିବା ସହିତ ତାହାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ବୈଠକରେ ଜିଲ୍ଲାର ସମସ୍ତ  ବ୍ଲକ୍ ସ୍ତରରୁ ସହସ୍ରାଧିକ ସାମ୍ବାଦିକ ଯୋଗଦାନ କରିଥିଲେ ।ଉକ୍ତ ବୈଠକରେ ଯାଜପୁର ସଦର ଥାନା ଅଧିକାରୀ ଶ୍ରୀ ବଂଶୀଧର ବେହେରା , ସତ୍ୟନାରାୟଣ ବଣିକ ସଂଘର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ପରିଡା ଓ ବାବା ହରେକୃଷ୍ଣ ଦାସ ମହାବିଦ୍ୟାଳୟ ମାର୍କଣ୍ଡପୁରର ଶ୍ରୀ ପ୍ରକାଶ ଚନ୍ଦ୍ର ସୁବୁଦ୍ଧି ରାୟ ମହାପାତ୍ର ଙ୍କୁ ପୂଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Follow us

20,832FansLike
0FollowersFollow
14,700SubscribersSubscribe

Latest news