ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପହଞ୍ଚିଲା ବିଭିନ୍ନ ମନ୍ଦିରରେ….

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ଗତକାଲି ଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।ଦ୍ୱିତୀୟ ଦିନ ରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଅହମଦାବାଦର ଜଗନ୍ନାଥ ମନ୍ଦିର, କାଳୀଘାଟର କାଳୀ ମନ୍ଦିର ଓ ଖିଦିରପୁର ଜଗନ୍ନାଥ ମନ୍ଦିର, ରାମେଶ୍ଵରମ୍ ଶ୍ରୀ ରାମନାଥସ୍ଵାମୀ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର, ମହୀଶୁର ଚାମୁଣ୍ଡେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମି ସ୍ଥଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିର, ତିରୁମାଳା ତିରୁପତି, ମଧ୍ୟପ୍ରଦେଶର ଓଁକାରେଶ୍ୱର ଜ୍ୟେର୍ତିଲିଙ୍ଗ, ବିଜୟୱାଡା କନକଦୁର୍ଗା ମନ୍ଦିର, ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।ସେହିପରି ରାଜ୍ୟ ମଧ୍ୟରେ କନ୍ଧମାଳ ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର,ଦଧିବାମନଜୀଉ ମନ୍ଦିର,ଯାଜପୁର ର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁର ର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡି ର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦା ର ଦାରୁକ୍ଷେତ୍ର,ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର, ବୌଦ୍ଧ ର ଚନ୍ଦ୍ରଚୁଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର,ଆଠଗଡ ଶରଣ କ୍ଷେତ୍ର,ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୋଳ ର ଜଗନ୍ନାଥ ମନ୍ଦିର ଓ ମା ହୀଙ୍ଗୁଳା ମନ୍ଦିର,ଜଗତସିଂହପୁର ଅଡଙ୍ଗଗଡ ଦାରୁ କ୍ଷେତ୍ର,ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା ତାରାତାରିଣୀ ମନ୍ଦିର, ନବରଙ୍ଗପୁର ର ମା ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକ ର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିର ରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ସମ୍ପୃକ୍ତ ମନ୍ଦିର ର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟ ରେ ସାମିଲ ହେବା ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ।ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମ କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଥିଲେ।

ଡାକ୍ତର ଅସଲି ସାର୍ଟିଫିକେଟ୍ ନକଲି …

() ନକଲି ସାର୍ଟିଫିକେଟ ଦେଇ ଅସଲି ଡାକ୍ତର ବନିଥିବା ଜଣେ ବ୍ୟକ୍ତିକୁ ଆଜି ଗିରଫ କରିଛି ସେମିଳିଗୁଡା ପୋଲିସ୍। ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ସେମିଳିଗୁଡା ସମବାୟ କଲୋନୀରେ ରହୁଥିବା ଅମ୍ବିକା ଶାସନିଙ୍କ ଅଭିଯୋଗ ଆଧାରରେ ଦୁର୍ଗାଦତ୍ତ ଶାସନି ଓରଫ୍ ଯାନୀ (୪୫)କୁ ଗିରଫ କରିଛି ପୋଲିସ୍। ଗତ ଜୁଲାଇ ମାସ ୨୦ ତାରିଖରେ ଡାକ୍ତରଙ୍କ ଭାଇ ଅମ୍ବିକା ଏହି ଅଭିଯୋଗ ନେଇ ସେମିଳିଗୁଡା ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ମୁତାବକ ଦୂର୍ଗାଦତ୍ତ ଜାତିରେ ବ୍ରାହ୍ମଣ ହୋଇଥିବା ସତ୍ତ୍ବେ ଆଦିବାସୀ ସମ୍ପ୍ରଦାୟର ଜାତିଗତ ପ୍ରମାଣ ପତ୍ର ମାଧ୍ୟମରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ସହକାରୀ ନିଶ୍ଚେତକ ପ୍ରଫେସର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଯାହାକୁ ନେଇ ଥାନା କେସ୍ ନଂ ୯୯/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ସେମିଳିଗୁଡା ପୋଲିସ୍। ମଙ୍ଗଳବାର ସଂମ୍ପୃକ୍ତ ଡାକ୍ତରଙ୍କ ବିରୋଦ୍ଧରେ ପ୍ରମାଣ ପାଇବା ପରେ ବୁଧବାର ତାଙ୍କୁ ଗିରଫ କରିଛି ପୋଲିସ୍। ସେମିଳିଗୁଡା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ନିଜେ ତଦନ୍ତ କରି ସମସ୍ତ ତଥ୍ୟର ସତ୍ୟାସତ୍ୟ ଜାଣିବା ପରେ ଭାରତୀୟ ଆଇନ ଧାରା ୪୬୮,୪୭୧,୪୨୦ ଓ ୫୦୬ ଆଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯାହା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।ଏଠାରେ ଉଲ୍ଲେଖ ଥାଉକି ୨୦୧୭ ମସିହାରେ ଦୂର୍ଗାଦତ୍ତ ଏମ୍.କେ.ସି.ଜି ମେଡିକାଲ କଲେଜରେ ନିଶ୍ଚେତକ ଡାକ୍ତର ଭାବରେ ନିଯୁକ୍ତି ପାଇଥିବା ବେଳେ ୨୦୨୦ ରେ ପଦୋନ୍ନତି ପାଇ ସହକାରୀ ପ୍ରଫେସର ଭାବେ ଅବସ୍ଥାପିତ ହୋଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯଦି ସେ ବ୍ରାହ୍ମଣ ପରିବାରର ତେବେ ତାଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଲା କିଏ । ଏହାସହ ଡାକ୍ତରୀ ପାଠ ପଢିବା ସମୟରେ କାହିଁକି ତାଙ୍କ ସାର୍ଟିଫିକେଟ୍ ସଠିକ୍ ଭାବରେ ଯାଞ୍ଚ ହୋଇ ନଥିଲା । ଯାହା ଏବେ ତଦନ୍ତ ସାପେକ୍ଷ । ସୂଚନା ଥାଉକି ଦୂର୍ଗାଦତ୍ତଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । କୌତୁହଳର ବିଷୟ ଗତ ଜୁଲାଇ ମାସରୁ ଅଭିଯୋଗ ହୋଇଥିଲେ ବି ସେତେବେଳର ଥାନା ଅଧିକାରୀ କାହିଁକି ଏହାର ତଦନ୍ତ କରି ନଥିଲେ। ତା ଛଡା ଦୀର୍ଘ ବର୍ଷ ପରେ ନିଜ ଭାଇ କାହିଁକି ଭାଇ ବିରୁଦ୍ଧରେ ଏତଲା ଦେଇଥିଲେ। ଏତଦ୍ ବ୍ୟତୀତ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ପୂର୍ବରୁ ସଠିକ୍ ଭାବରେ ଯାଞ୍ଚ ହୋଇଥିଲା କି ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପୃକ୍ତ ଡାକ୍ତରଙ୍କୁ କୋରାପୁଟ ଜିଲ୍ଲା ଦୌରା ଜର୍ଜଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗଗୀୟ ହାଜତକୁ ପଠାଇ ଦିଆଯାଇଛି।

କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ…

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି ।  ଦ୍ୱୈତ ନଗରୀରର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍ କମିଶନର ଅଫ୍ ପୋଲିସ ଶ୍ରୀ ବ୍ରିଜେସ୍ କୁମାର ରାୟ, ଡିସିପି ଶ୍ରୀ ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉପସ୍ଥିତ ଥିଲେ ।

ଏହି ଅଂଚଳରେ ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର ରହିଛି ଓ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ରୋଗୀ ଏହି ଦୁଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ପୋଲିସ୍ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ଏହି ଅବସରରେ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।

ଭରତପୁର ଥାନା ଅଧିନରେ ଏହି ଫାଣ୍ଡିଟି କାର୍ଯ୍ୟ କରିବ ବୋଲି କହିବା ସହ ଏଠାରେ ଦୁଇଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବେ ଏବଂ ଗୋଟିଏ ପୋଲିସ୍ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ । କଳିଙ୍ଗ ନଗର ଓ କଳିଙ୍ଗ ବିହାର ଅଂଚଳରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଫାଣ୍ଡି ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ । ଏହି ଫାଣ୍ଡିର ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜୋନ୍ ୫ ଅଂଚଳ ଅଧିନସ୍ଥ ଥାନାର ଅଧିକାରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି :

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ନିମନ୍ତ୍ରଣ ରକ୍ଷା କରି ସେବାୟତ ଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ 

ଏ କାମ ମହାପ୍ରଭୁଙ୍କ କାମ ପୁରୀ ବାସୀଙ୍କ କାମ. ସେବାୟତ ବନ୍ଧୁ ମାନଙ୍କ କାମ. ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇଦେବେ . ମୁଖ୍ୟମନ୍ତ୍ରୀ

 

ଆପଣ ଇତିହାସ ରଚିଲେ, ଯୁଗ ଯୁଗ ଧରି ଆପଣଙ୍କ ନାଁ ରହିବ – ସେବାୟତଗଣ

ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ- 5T ଅଧ୍ୟକ୍ଷ

() ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର। ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ ।  ଆଜି ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ ।ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ.ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ. ସେବାୟତ ବନ୍ଧୁ ମାନଙ୍କ କାମ. ପୁରୀ ବାସୀଙ୍କ କାମ ଏହି ପବିତ୍ର କାମ ପାଇଁ ଯାହା ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ . ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ ।ସେବାୟତ ମାନଙ୍କ ସହିତ ଆଲୋଚନା କରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ ଯୋଗୁଁ. ସେବାୟତମାନଙ୍କ ତ୍ୟାଗ ଯୋଗୁ. ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ ସମସ୍ତେ ଶ୍ରଦ୍ଧା ର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ . ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ ।

ପୁରୀ ସହରର ବିକାଶ ପାଇଁ ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ।

 

ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ପାଇଁ ଏକ ଦିବ୍ୟ ଅନୁଭବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି। ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ,ସାଧୁ ସନ୍ଥ ,ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଲୋକାର୍ପଣ କାର୍ଯ୍ୟ ମଧ୍ୟ ସେହିପରି ସାଧୁ ସନ୍ଥ ଏବଂ ସବୁ ରାଜନୈତିକ ଦଳ ଓ ସମାଜ ର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ. ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ପ୍ରକଳ୍ପ କାମର ନିୟମିତ ସମୀକ୍ଷା କରୁଛନ୍ତି ।

ଦେଢ ଘଣ୍ଟାରେ : ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା

ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ

ମାତ୍ର ଦେଢ ଘଣ୍ଟାରେ ଯାତ୍ରା ସମ୍ଭବ ହେବ

ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ ଉଡିବ ବିମାନଶି

ଶିଳ୍ପ ଓ ପର୍ଯ୍ୟଟନର ଅଭିବୃଦ୍ଧି ହେ

()ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ।

ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।

ବିଜେଡି @ ୨୭……..

ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରି ଚାଲିବ: ମୁଖ୍ୟମନ୍ତ୍ରୀ

ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି
-ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଲେ ଲକ୍ଷଲକ୍ଷ କର୍ମୀ
-କଟକ ଆନନ୍ଦ ଭବନରୁ ଭୁବନେଶ୍ବରର ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଯାଏ ବିଶାଳ ସାଇକଲ ରାଲି, ଶଙ୍ଖ ଭବନରେ ରକ୍ତଦାନ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ।
ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ ଏଭଳି ବିଶ୍ବାସ ଓ ଭରସା ଦେଇଛନ୍ତି ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହିତ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପଳିତ ହୋଇଥିଲା। ଦଳର ଲକ୍ଷଲକ୍ଷ କର୍ମୀ ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେମାନେ ଓଡ଼ିଶାବାସୀଙ୍କ ସେବା ଏବଂ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେବା ସହ ଏକ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ।

ସକାଳ ୭ଟାବେଳେ ଶଙ୍ଖ ଭବନରେ ବିଜୁ ଜନତା ଦଳର ପତାକା ଉତ୍ତୋଳନ କରାଯିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳର ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବିଶାଳ ସାଇକଲ ରାଲି କଟକର ଆନନ୍ଦ ଭବନରୁ ବାହାରି ଦିନ ପ୍ରାୟ ସାଢ଼େ ୯ଟାବେଳେ ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଏହି ସାଇକଲ ଶୋଭାଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୁବ ବିଜେଡି ଉପଦେଷ୍ଟା ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ସମସ୍ତେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶଙ୍ଖଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

ଜନମତ ଜାଗ୍ରତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପେନସନ ଓ ପ୍ରୋଟେସନ ଦାବିକୁ ଜୋରଦାର କରିବ ଓୟୂଜେ   ……

ଭୁବନେଶ୍ୱର :  ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ସମ୍ପର୍କର ସେତୁ ଭାବେ କାର୍ଯ୍ୟକରି ଆସୁଥିବା ବେଳେ ଜନମତ ଜାଗ୍ରତ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି।

ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ୨୬ତମ ଦ୍ଵିବାର୍ଷିକ ସମ୍ମିଳନୀ ଓ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜୟଦେବ ଭବନ ଠାରେ ଉଦଘାଟନ କରି ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଲେ ଯେ ଗଣତନ୍ତ୍ର ର ୪ଟି ଯାକ ସ୍ତମ୍ବ ପରସ୍ପର ନିର୍ଭରଶିଳ ହୋଇଥିବା ବେଳେ ସବୁଠାରୁ ଶକ୍ତିଶାଳୀ ଚତୁର୍ଥ ସ୍ତମ୍ବ ର ଭୂମିକା ନିଆରା ଓ ସ୍ଵତନ୍ତ୍ର । ଏହି ପରିପେକ୍ଷିରେ ସାମ୍ବାଦକମାନଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଓୟୁଜେ ର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକ ମାନଙ୍କ ଲାଗି ୟୁନିଅନ୍ ପକ୍ଷରୁ ଉଠାଯାଇଥିବା ପେନସନ ଓ ପ୍ରୋଟେସନ୍ ଦାବିର ଯଥାର୍ଥତା ରହିଛି ବୋଲି ଦର୍ଶାଇବା ସହ ଏ ଦିଗରେ ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଯାହା ସମ୍ଭବ ତାହା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ସ୍ଵତନ୍ତ୍ର ଅଟିଥି ଭାବେ ଯୋଗଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୃଷାକ୍ରାନ୍ତି ବେହେରା ଓୟୁଜେ ର ଦାବି ବାବଦରେ ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଓ ଏ ବାବଦରେ ଅନୁକୂଳ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶେଷ ଅତିଥି ଭାବେ ଯୋଗଦେଇ ଏନୟୁଜେ (ଆଇ) ର ସର୍ବଭାରତୀୟ ସଭାପତି ରାସ ବିହାରୀ ସାମ୍ବାଦିକ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ବିଭିନ୍ନ ରାଜ୍ୟରେ ପ୍ରତ୍ୟାହାର କରି ନିଆଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନସନ ଓ ପ୍ରୋଟେସନ୍ ଦାବିକୁ ୟୁନିଅନ୍ ଜୋରଦାର କରିବ ବୋଲି ଉଲ୍ଲେଖ କରିଥଲେ । ଅନ୍ୟତମ ଅତିଥି ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ବିଧାୟକ ଅନନ୍ତ କୁମାର ଜେନା ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ ଓୟୁଜେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ଓ ୟୁନିଅନ ଉଠାଇଥିବା ଦାବି ଯଥାର୍ଥ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ବରିଷ୍ଟ ସାମ୍ବାଦିକ ଅକ୍ଷୟ ସାହୁ ସ୍ଵାଗତ ଭାଷଣ ଓ ସାଧାରଣ ସଂପାଦକ ଅଶୋକ ନନ୍ଦ ଧନ୍ୟବାଦ ଦେଇ ଥିଲେ । ଏହି ଅବସରରେ ୟୁନିଅନ ପକ୍ଷରୁ ଦୁଇ ଜଣ ପ୍ରତିଷ୍ଟାତା ସଦସ୍ୟ ଶେଷ ଦେବ ମିଶ୍ର ଓ ହଳଧର ଧୀର ଙ୍କ ସମେତ ଚୌଧୁରୀ ଅମିତାବ ଦାସ , ଥବିର ସାମଲ , ସ୍ୱାତୀ ଜେନା , ଶୁଭଦର୍ଶିନୀ ମିଶ୍ର , ଜଗଦୀଶ ଦାସ , ଲକ୍ଷ୍ମୀଧର ମହାପାତ୍ର , ନବୀନ ଚନ୍ଦ୍ର ସାହୁ , ସରୋଜ ମଲ୍କିକ ଙ୍କୁ ଓୟୁଜେ ମିଡ଼ିଆ ଆୱାର୍ଡ 2023 ପ୍ରଦାନ କରାଯାଇଥିଲା ।

ପ୍ରତିଷ୍ଠା ଦିବସରେ ବିଜେଡି କରିବ ବିଶାଳ ସାଇକେଲ ଶୋଭାଯାତ୍ରା : ପ୍ରଣବ ଦେଲେ ବାର୍ତ୍ତା …..

() ଡିସେମ୍ବର ୨୬ରେ ବିଜେଡିକୁ ୨୬ ପୂରି ୨୭ ଚାଲିବ। ବିଜୁଙ୍କ ସ୍ମୃତିକୁ ତାଜା କରିବା ପାଇଁ ପ୍ରତିଷ୍ଠା ଦିବସରେ ବିଜେଡି ଆୟୋଜନ କରିବ ବିଶାଳ ସାଇକେଲ ଶୋଭାଯାତ୍ରା l ଏଥିପାଇଁ ନବୀନଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯିବ। ଏହି ସାଇକେଲ ଯାତ୍ରା ପୂର୍ବରୁ ଓଡିଶା ଯୁବ ମାନସର ଆଦର୍ଶ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବପିଢ଼ି ମାନଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି l ଆଜି ବିଜୁ ପଟନାୟକ ବିମାନବନ୍ଦରର ବିଜୁଙ୍କ ପ୍ରତିମୂର୍ତ୍ତି ରୁ ଶଙ୍ଖ ଭବନ ଯାଏ ସାଇକେଲ ଚଳାଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଡ଼ିସେମ୍ବର ୨୬ରେ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏ ହେଉଥିବା ଶୋଭାଯାତ୍ରାରେ ମୁଁ ବି ସାମିଲ୍ ହେଉଛି ଆଉ ଆପଣ…. ସାମିଲ୍ ହେଉଛନ୍ତି ବୋଲି କହି ଆହ୍ବାନ ଦେଇଥିଲେ? ଏହି ସାଇକେଲ ଶୋଭାଯାତ୍ରାରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ, ଦେବୀ ରଂଜନ ତ୍ରିପାଠୀ, ସୌଭିକ ବିଶ୍ଵାଳ, ବ୍ୟୋମକେଶ ରାୟ,ରୁଦ୍ର ମହାରଥୀ ପ୍ରମୁଖ ସାମିଲ୍ ହୋଇଥିଲେ l

ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର

୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ 

୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

 ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେ 

ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍

()ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।ସୂଚନାଯୋଗ୍ୟ ଯେ ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ। ୭୦୦ରୁ ଉର୍ଦ୍ଧ ମନ୍ଦିର ଏଠାରେ ରହିଛି। ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ଏଠାରେ ଅଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି। ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି। ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ।

5T ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର, ସମସ୍ୟା ସମାଧ….

() ଗତ ୧୮ ତାରିଖ ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନଅଭିଯୋଗର ସମାଧାନ କେରେଡାଗଡବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି।ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡାଗଡବାସୀ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news