ବିଜେପି ବିଧାୟକ ସନ୍ତୋଷ ଖଟୁଆ ନାରୀ ଜାତିକୁ କ୍ଷମା ମାଗନ୍ତୁ: ବିଜେଡି

 ନୀଳଗିରି ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ହାତୀ ଶୀକାର ଓ ହାତୀ ଦାନ୍ତ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ କରିବାରୁ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ସେ ଦେଇଥିବା କୁତ୍ସିତ ଓ ନିମ୍ନରୁଚିର ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ ଶ୍ରୀ ଖଟୁଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ ବିଭାଗ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋରଙ୍କୁ ଧରିବା ବାବଦରେ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଶାସକ ଦଳର ବିଧାୟକ ହୋଇଥିବାରୁ ଏଭଳି ସ୍ପର୍ଶକାତର ମାମଲାରେ ସଂପୃକ୍ତି ଥିଲେ ମଧ୍ୟ ବନ ବିଭାଗ ଶ୍ରୀ ଖଟୁଆଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ଖଟୁଆ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅତ୍ୟନ୍ତ ଘୃଣ୍ୟ, କୁତ୍ସିତ, ଅପମାନଜନକ ଓ ନିମ୍ନ ରୁଚିର ଭାଷା ପ୍ରୟୋଗ କରିଛନ୍ତି । ଜଣେ ମହିଳାର ମୁହଁକୁ ଆଧାର କରି ଯଦି ନକାରାତ୍ମକ ଟିପ୍ପଣୀ ଦିଆଯାଏ ତାହା କେବେହେଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବିଜେପି ଦଳରେ ମଧ୍ୟ ମହିଳା ନେତ୍ରୀ ତଥା ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି । ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଚିନ୍ତାଧାରାର ଦଳ କହୁଥିବା ବିଜେପି, ମହିଳାମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିବା ପାଇଁ ତା’ର ବିଧାୟକମାନଙ୍କୁ କ’ଣ ଏଭଳି ତାଲିମ ଦେଇଛି କି?

ଶ୍ରୀମତି ମଲ୍ଲିକ ଆହୁରି କହିଥିଲେ ଯେ, ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବା ପାଇ ପ୍ରବାଦ ପୁୁରୁଷ ବିଜୁ ବାବୁ ଯେଉଁ ଧାରା ଆରମ୍ଭ କରିଥିଲେ, ସେହି ଧାରାକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗକୁ ନେଇ ଆତ୍ମସମ୍ମାନର ସହ ମହିଳାମାନେ ସମାଜରେ ଛିଡା ହେବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ଯାହା ଜଣାପଡୁଛି ବିଜେପି ସରକାରକୁ ଆସିଲା ପରେ ଚାହୁଁଛି ମହିଳାମାନେ ରାଜନୀତିଙ୍କୁ ନ ଆସନ୍ତୁ । ବିଧାୟକ ଶ୍ରୀଖଟୁଆଙ୍କ କୁତ୍ସିତ ମନ୍ତବ୍ୟ ତାଙ୍କ ରୁଗ୍ଣ ମାନସିକତାର ପରିଚୟ ଓ ଏହା ସମଗ୍ର ନାରୀ ଜାତି ପ୍ରତି ଅପମାନ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ବିଜେପି ଦଳ ନାରୀ ଜାତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।

ନାଲିବତୀ ପାଇଁ ଡାହାମିଛ କହିଛନ୍ତି ପ୍ରୀତି ଘଡାଇ

ବିଜେଡ଼ି ନେତା ପ୍ରୀତି ରଞ୍ଜନ ଘଡାଇଙ୍କ ପୋଲ ଖୋଲିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଯାଜପୁରକୁ ମାଓବାଦୀ ଆସିବା ନେଇ ମିଛ ପ୍ରଚାର କରୁଛନ୍ତି ପ୍ରୀତି ରଞ୍ଜନ । ଦିଲ୍ଲୀ ଗସ୍ତ ବେଳେ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଥିଲେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ଗୃହ ମନ୍ତ୍ରୀଙ୍କ ପାଖରେ ସବୁ ରାଜ୍ୟ ଓ ପ୍ରତି ଜିଲ୍ଲା ଟିକନିକ ଖବର ଅଛି । ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତୀକ୍ଷଣ ନଜର ରଖିଛନ୍ତି । ଯାଜପୁରକୁ ମାଓବାଦୀ ଆସିବା କଥା ଡାହା ମିଛ ବୋଲି କହିଲେ ଗୃହ ମନ୍ତ୍ରୀ । ଅନ୍ୟ କିଛି ଉଦ୍ଦେଶ୍ୟ ରଖି ପ୍ରୀତି ଘଡାଇ ଏଭଳି କହୁଥିବା ବୋଲି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । 10 ବର୍ଷ ତଳୁ ସୁକିନ୍ଦା ଅଞ୍ଚଳରେ ମାଓବାଦୀ ନାହାନ୍ତି । ମାଓବାଦୀଙ୍କ ନାଁରେ ମିଛ ପ୍ରଚାର କରି ପୋଲିସ ଠାରୁ ପାଇଲଟ ଗାଡ଼ି ପାଇବା ଆଶା ରଖି ଥାଇପାରନ୍ତି ପ୍ରୀତି ରଞ୍ଜନ ଘଡାଇ । ନିଜକୁ ପାୱାର ଫୁଲ ଦେଖାଇବାକୁ ପ୍ରୀତି ରଞ୍ଜନଙ୍କ ଏଭଳି ଉଦ୍ଦେଶ୍ୟ ବୋଲି ଆଶଙ୍କା କରିଛନ୍ତି ସମବାୟ ମନ୍ତ୍ରୀ । କାରଣ ପ୍ରୀତି ରଞ୍ଜନଙ୍କ ପୂର୍ବରୁ ତାଙ୍କ ବାପା ମଧ୍ୟ ଏଭଳି କରିଥିଲେ । ପ୍ରୀତି ରଞ୍ଜନ ଘଡାଇ ନିଜ ସୁବିଧା ଓ ସ୍ବାର୍ଥ ପାଇଁ ସବୁ କିଛି କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଏନେଇ ପ୍ରୀତି ଘଡାଇଙ୍କ ପ୍ରତିକ୍ରିୟା ମିଳିନାହିଁ।

 

 

 

ବିଜେପିରେ ପତିଆର ଲଢେଇ 

ପ୍ରଥମଥର ରାଜ୍ୟରେ ଏକାକୀ ସରକାର ଗଠନ କରିଛି ବିଜେପି। ବିଜେପି ଏହି ବଡ ସଫଳତା ପଛରେ କେନ୍ଦ୍ରୀୟ ନେତାଙ୍କ ସୁଚିନ୍ତିତ ରଣନୀତି ଓ ରାଜ୍ୟ ନେତୃତ୍ବକୁ ନୀତି ଆଦର୍ଶ ପାଇଁ ଦଳ ସରକାରକୁ ଆସିଛି। ସରକାର ଗଠନ ହେବା ଦିନଠାରୁ ଦଳ ଭିତରେ ପତିଆର ଲଢ଼େଇ ଦେଖିବାକୁ ମିଳୁଛି ପଦ୍ମକ୍ୟାମ୍ଫରେ। ସରକାର ଓ ଦଳରେ କାହାର ପତିଆର ଅଧିକ ତାହାକୁ ନେଇ କିଛି ନେତାଙ୍କୁ ମୋହରା କରାଯାଉଛି। ଆଉ ଏହି ପତିଆର ପାଇଁ ଦଳ ଓ ସରକାର ଭିତରେ ଭିନ୍ନ ଭିନ୍ନ ଗୋଷ୍ଠୀ ଦେଖିବାକୁ ମିଳୁଛି। ଯାହା ସଦ୍ୟ ପ୍ରମାଣ ହେଉଛି ଗତକାଲି ରାଜ୍ୟ ବିଜେପି ଅଫିସରେ ଯେପରି ହାଇଡ୍ରାମା ଦେଖିଲା ଓଡ଼ିଶା । ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ବିବାଦରେ ଛନ୍ଧି ହୋଇପଡିଥିବା ବରିଷ୍ଠ ବିଜେପି ନେତା ଜଗା ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ।ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ଓଏଏସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ବେଳେ ସରକାର ଓ ରାଜ୍ୟ ବିଜେପି ଚାପରେ ଅଛି। ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘନଘନ ଟାର୍ଗେଟ କରାଯାଉଥିବା ବେଳେ ଏହାର ସମାଧାନ କିପରି ହେବ ତାକୁ ନେଇ ଚିନ୍ତାରେ ଦଳର ଶୀର୍ଷ ନେତୃତ୍ଵ। ଏସବୁ ଭିତରେ ସରକାର ଗଠନର ବର୍ଷେ ଭିତରେ ମଧ୍ୟ ବିଜେପି ପତିଆର ଲଢେଇ କିଛି କମ୍ ନାହିଁ। ଯାହା ଫଳରେ ରାଜ୍ୟ ସଭାପତି, ୬ଟି ମନ୍ତ୍ରୀ ପଦ ଖାଲି ପଡିବା ସହ ନିଗମ ବଣ୍ଟନ ହୋଇପାରୁନାହିଁ। ତେବେ କାହା ମଧରେ ଏହି ପତିଆର ଲଢେଇ। ଚର୍ଚ୍ଚା ହେଉଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପାୱାର ପତିଆର ଲଢେଇ ଚାଲିଛି। ଫଳରେ ନଖରେ ଛିଣ୍ଡିବା କଥା କୁଢାରୀ ରେ ହାଣିବାକୁ ପଡୁଛି। ଗୋଟେ ପଟେ ଦଳର ଭାବମୃତ୍ତି ଅନ୍ୟପଟେ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କ ଭୁଲ। ଏପରି ଧର୍ମ ସଙ୍କଟରେ ରାଜ୍ୟ ବିଜେପି ପଡିଛି ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ବିଶ୍ଵସ୍ତ ହେଉଛନ୍ତି ଜଗା ପ୍ରଧାନ। ତେଣୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦଳ ଭାବିଚିନ୍ତି ନିଷ୍ପତି ନେବ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପରି ପତିଆର ଓ ଦବଦବା ଓ ବିଜେପି ପାୱାର ଫୁଲ ରାଜ୍ୟ ସଭାପତିଙ୍କୁ ଦଳର ଅନ୍ୟଗୋଷ୍ଠୀ ଜଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ଅଣ୍ଟା ଭିଡିଛନ୍ତି। ସିଧା ସିଧା କହିବାକୁ ଗଲେ ଅସଲ ଲଢ଼େଇ ହେଉଛି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ପତିଆର ଲଢେଇ। ଏହି ପତିଆର ଲଢ଼େଇ ବି ବାର୍ତ୍ତା ଦେବ କାହାର ପାୱାର ଦଳରେ କେତେ। ରାଜନୈତିକ ସମୀକ୍ଷକ ଆକଳନ ହେଉଛି ଜଗା ପ୍ରଧାନ ଘଟଣା ପ୍ରମାଣିତ କରିବ ରାଜ୍ୟ ବିଜେପିରେ କାହାର ହାକିମ ଚାଲିଛି। ସେହି ଅନୁସାରେ କାଳେ ରାଜ୍ୟ ସଭାପତି ଓ ନିଗମ ବି ସ୍ପଷ୍ଟ ହୋଇଯିବ ପତିଆରରେ କିଏ ଆଗରେ ଓ କିଏ ପଛରେ। ଏସବୁ ଭିତରେ ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନ ମୋହନ ସାମଲ ଓ ଜଗା ପ୍ରଧାନଙ୍କ ମଧ୍ୟରେ ଆଲୋଚନା ପରେ ମନ ମୋହନ ସାମଲ କହିଛନ୍ତି ବିଏମସି ଅତିରିକ୍ତ କମିଶନ ମାଡ଼ ଘଟଣାରେ ସରକାର ନିଷ୍ପତ୍ତି ନେବେ । ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ଜଗନ୍ନାଥ ପ୍ରଧାନ କହିଛନ୍ତି ସଭାପତି ଡାକିଥିଲେ, ଯାହା ଆଲୋଚନା କରିବା କଥା କରିଛି। ମୁଁ ଘରକୁ ଯାଉଛି। ଏସବୁ ଭିତରେ ଆଉ ଗୋଟେ ସଂଯୋଗ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଂଚିଛନ୍ତି। ଯାହା ପତିଆର ରାଜନୀତିକୁ ଅଧିକ ଉଷ୍ମ କରିଛି।

ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

()ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନର୍ସିଂ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ସମ୍ପର୍କିତ ବୁଧବାର ଆୟୋଜିତ ଏକ ମ୍ୟାନେଜମେଂଟ ଡେଭେଲପ୍‌ମେଂଟ ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଏହା କହିଥିଲେ ।ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ସୁରକ୍ଷା, ଦକ୍ଷତା ଓ ସେବା ମନୋଭାବ ରଖିବା ନିମନ୍ତେ ନର୍ସିଂ କ୍ଷେତ୍ରରେ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।ରୋଗୀ ସେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିବା ପ୍ରକୃତ ନର୍ସ କେବଳ ନିଜ କାର୍ଯ୍ୟ ତୁଲାଇ ନଥାଏ ବରଂ ନିଜ ନର୍ସିଂ ଟିମ୍‌କୁ ମଧ୍ୟ ପ୍ରୋତ୍ସାହନ ଦେବା ସହ ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥାଏ ବୋଲି ଶ୍ରୀମତି ଦାସ କହିଥିଲେ । ତେଣୁ ଏ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରାଇବା ନିମନ୍ତେ ଏଭଳି ନେତୃତ୍ୱ ସମ୍ପର୍କିତ ପ୍ରଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏହି କ୍ଷେତ୍ରରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଛି ।ହସ୍ପିଟାଲକୁ ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଆସୁଥିଲା ବେଳେ ସେମାନଙ୍କ କଷ୍ଟ ଲାଘବ କରିବା ସହ ସେମାନେଙ୍କ ମୁହଁରେ ହସ ଫୁଟାଇବା ଭଳି ମହାନ କାର୍ଯ୍ୟ ନର୍ସମାନେ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ । ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ନେତୃତ୍ୱ ନେବା କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ଉଦାହରଣ ଦେଇଥିଲେ । ଦାୟିତ୍ୱ ଆଗରେ ନିଜର ବ୍ୟକ୍ତିଗତ ଆଶା ଆକାଂକ୍ଷା ଯେ ତୁଚ୍ଛ ତାହା ଶ୍ରୀରାମ ହିଁ ପ୍ରତିପାଦିତ କରିପାରିଥିଲେ ବୋଲି ପ୍ରଫେସର ଦାଶ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଇବିସିଏସ୍‌ର ଆସୋସିଏଟ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ବି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସତ୍ୟଙ୍କ ସୋ ରେ ସତ କହିଦେଲେ ଜଗା ପ୍ରଧାନ 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡ଼ି ବିକଶିତ ଓଡ଼ିଶା ଗଠନ କରାଯାଇ ପାରିବ ନାହିଁ l ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ରାଷ୍ଟ୍ରୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵ ପାଇଁ ଆମେ ଗର୍ବିତ ହେବା କଥା। ପ୍ରଧାନମନ୍ତ୍ରୀଙ୍କ ଟିମ୍ ର ଆଗ ଧାଡିର ହାତ ଗଣତି ନେତାଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ପାଆନ୍ତି। ତାଙ୍କୁ ବଡ଼ ଭାଇପରି ମାନନ୍ତି। ତାଙ୍କୁ ସାଥିରେ ମୂଳରୁ କାମ କରିଆସିଛନ୍ତି । ଆଜି ସିନା ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆମେ ଦଳରେ ସବୁ କଥା କୁ ବିଚାର କରାଯାଏ। ବିଏମସି ଅଧିକାରୀ ମାଡ଼ମରା ବିବାଦରେ ଛନ୍ଧି ହୋଉଥିବା ବିଜେପି ନେତା ଜଗା ପ୍ରଧାନ ହଠାତ୍ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ଏତେ ପ୍ରଶଂସା କଲେ । ଏହା କେଉଁ ରାଜନୀତି ଦିଗ ଆଡକୁ ସଂକେତ ଦେଉଛି ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପିରେ ନେତୃତ୍ଵ ପରିବର୍ତ୍ତନ ଓ ନୂଆ ନେତୃତ୍ଵ ପ୍ରସ୍ତୁତ କରିବାକୁ ଏପରି ବିବାଦ ଏକ ସୁଯୋଗ ସୃଷ୍ଟି କରିଛି କି? ତାହାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।

ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କର ଓଡ଼ିଶାରେ ସ୍ବରାଜ ନାହିଁ ସାଧାରଣ ଲୋକଙ୍କ କଥା ପଚାରେ କିଏ ? ଓଡ଼ିଆ ଅସ୍ତିତା କହି ସରକାରକୁ ଆସିଥିବା ଦଳ ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥ ଅଟକାଇ ଦେଲେ : ଭକ୍ତ ଚରଣ ଦାସ*

0

ଆଜି ରୋଟାରୀ ଭବନ ଠାରେ ଓଡ଼ିଶା ସ୍ବରାଜ ଅଭିଯାନ ଆନୁକୁଲ୍ୟରେ “ଓଡ଼ିଶା ସ୍ବରାଜ ପୁରସ୍କାର-୨୦୨୫” ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ପୁର୍ବତନ ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ବି.ଜେ ହରିପ୍ରସାଦ ଯୋଗ ଦେଇ କହିଥିଲେ ଯେ ବିଜେପି ଜାତି ଜନଗଣନାକୁ ବିରୋଧ କରୁଥିଲା । ମାତ୍ର ଲୋକସଭାରେ ବିରୋଧ ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ସଂସଦ ଭିତରେ ଓ ବାହାରେ କ୍ରମାଗତ ଭାବେ ଜନଗଣନା କରିବାକୁ ଦାବି କରିଆସୁଥିଲେ । ଦକ୍ଷିଣ ଓଡ଼ିଶାରେ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରତିଶତ ଅଧିକା ଥିବାରୁ ସେ ଅଂଚଳରେ ବିକାଶ ଘଟିଛି ଏବଂ ସେ ଅଂଚଳରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ଅନ୍ୟ ରାଜ୍ୟ ଅପେକ୍ଷା ବହୁତ ଭଲ । ଏପରିକି ତଥାକଥିତ ଗୁଜୁରାଟ ଜୀବନଧାରଣର ମାନ ତାମିଲନାଡୁ ଜନସାଧାରଣଙ୍କ ଠାରୁ ବହୁତ ଖରାପ। ଓଡ଼ିଶାରେ ଓବିସି ମାନଙ୍କୁ ସଂରକ୍ଷଣରେ ବହୁତ ଅନ୍ୟାୟ କରାଯାଇଛି । ସେଥ‌ିପାଇଁ ଏଠାରେ ବହୁତ ସଂପଦ ଥିଲେ ମଧ୍ୟ ଲୋକେ ବହୁତ ଗରୀବ ହୋଇ ରହିଛନ୍ତି । ଏସ୍.ସି. ଓ ଏସ୍. ଟି ଓ ଓବିସି ମାନଙ୍କ ସଂଖ୍ୟା ଅନୁସାରେ ସଂରକ୍ଷଣ ମିଳିଲେ ଓଡ଼ିଶାର ଜନସାଧାରଣ ବିକାଶ ହୋଇପାରିବ ବୋଲି ଶ୍ରୀ ହରିପ୍ରସାଦ ମତପ୍ରକାଶ କରିଥିଲେ । ତେଣୁ ଜାତି ଜନଗଣନା ସାରା ଦେଶରେ ନିତ୍ୟାନ୍ତ ଜରୁରୀ ଓ ଜାତିଜନଗଣନା ହେବା ଫଳରେ ଠିକ୍ ଲୋକଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିବ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ କହିଥିଲେ ଯେ, ଏଠି ମହିଳା ଏସ୍.ସି.,ଏସ.ଟି ଓ ଓବିସିଙ୍କ ପ୍ରତି ବହୁତ ଅନ୍ୟାୟ ହୋଇଛି । ଯେଉଁଟି ଶିଳ୍ପ କଳକାରଖାନା ହେଉଛି ଆଂଚଳିକ ଲୋକ କୌଣସି ସୁବିଧା, ସୁଯୋଗ ନ ପାଉଥିବାବେଳେ ବାହାର ଲୋକ ତା’ର ଆସି ସେଠି ଆଧୂପତ୍ୟ ଜମାଇ ଧନୀ ହେଉଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣ ରାଜରାସ୍ତାରେ ଆନ୍ଦୋଳନ କରିବାର ସମୟ ଆସିଛି ବୋଲି ଶ୍ରୀ ଲଲୁ କହିଥିଲେ ।ଅନୁରୂପ ଭାବେ ଭକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ସ୍ବରାଳ ଅଭିଯାନ ପୁରସ୍କାର-୨୦୨୫ ଉତ୍ସବ ପାଳନ କରୁଥିବାବେଳେ ସ୍ବୟଂ ମହାପ୍ରଭୁ ଜଗନ୍ନାଥଙ୍କ ସ୍ବରାଜ ନାହିଁ । ସରକାର ଆଦାନୀଙ୍କ ପାଇଁ ମହାପ୍ରଭୁଙ୍କ ରଥଟଣା ବନ୍ଦ କରିବାକୁ ମଧ୍ୟ ପଛାଇ ନାହାନ୍ତି । ମହିଳାଙ୍କ ପାଇଁ ଏ ସରକାର ସମ୍ବେଦନଶୀଳ ନୁହେଁ । ବିଧାନସଭାରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ନିଖୋଳ ହୋଇଥିବା ୬୪୦୦୦ ମହିଳାଙ୍କ ନ୍ୟାୟ ପାଇଁ ବିଧାନସଭା ଗୃହ କମିଟି ଗଠନ କଲେ ନାହିଁ । କିନ୍ତୁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି ଏବଂ ପୁଲିସ ଲଗାଇ ମାଡ ମାରିବା ସହ ତାଙ୍କ ନାମରେ ଏବଂ କଂଗ୍ରେସ କର୍ମୀଙ୍କ ନାମରେ କେସ୍ ଦାୟର କରିଛନ୍ତି । ଆଦିବାସୀ ଏବଂ ପାରମ୍ପାରିକ ଅଧୁବାସୀମାନେ ଜମି ଓ ଜଙ୍ଗଲର ମାଲିକ ହୋଇଥିବାବେଳେ ସେମାନଙ୍କୁ ତାଙ୍କ ହକ୍ ଏପର୍ଯ୍ୟନ୍ତ ମିଳିନି । ସ୍ବୟଂ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳ ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ ରାସ୍ତା କରିବା ନେଇ ନିରୀହ ଆଦିବାସୀମାନଙ୍କୁ ବେଆଇନ୍ ଭାବେ ବିନା ଗ୍ରାମସଭାରେ ବିସ୍ତାପିତ କରାଯାଇଛି । ସମଗ୍ର ଓଡ଼ିଶାରେ ପାଖାପାଖୂ ୨୦ ଲକ୍ଷ ପରିବାର ପାଖରେ ଜମି ପଟ୍ଟା ନଥିବାରୁ ସେମାନେ ସରକାରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ ରହୁଛନ୍ତି। ପ୍ରକୃତ ସ୍ବରାଳ ପାଇଁ ଆଜିର ଦିନରେ ଓଡ଼ିଶାବାସୀ ଲଢ଼ିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଛି ବୋଲି ଶ୍ରୀଯୁକ୍ତ ବାସ କହିଥିଲେ । ସ୍ବରାଜ ଆସିଲେ ଓଡ଼ିଶାବାସୀଙ୍କ ସମୃଦ୍ଧି ହେବ ଓ ଗରୀବି ଦୂର ହେବ।ଏହି ଅବସରରେ ଏକ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୨୫ ଜଣ ସୁ-ନାଗରିକ ପ୍ରଦୀପ କୁମାର ସାହୁ, ଅଞ୍ଜନ କୁମାର ଜେନା, ଡଃ ବିଶ୍ଵପ୍ରକାଶ ଭଟ୍ଟାଚାର୍ଯ୍ୟ, ଶ୍ରୀମନ୍ତ କୁମାର ପାତ୍ର, ଆଇନଜୀବି ଶଙ୍କର ପାଣି, ଆଇନଜୀବି ପ୍ରଦୀପ୍ତ କୁମାର ପଟ୍ଟନାୟକ, ସମାଜସେବୀ ଗୀତାଞ୍ଜଳୀ ମହନ୍ତ, ଜଣ୍ଠଶିଳ୍ପୀ ଏମ୍. ନିଗମ, ଖୁସୀ କିଗଣ, ଯୁବନେତ୍ରୀ ସଂଘମିତ୍ରା ଜେନା, ଯୁବନେତା ରାକେଶ କୁମାର ସାହୁ, ଢ଼ିଙ୍କିଆ ବିସ୍ତାପନ ଆନ୍ଦୋଳନର ମୁଖ୍ୟ ଦେବବ୍ରତ ସ୍ବାଇଁ ପ୍ରମୋଦ କୁମାର ପଣ୍ଡା, ସୁସ୍ମିତା ବିଶ୍ବାଳ, ଅଭିନେତ୍ରୀ ସ୍ବତଲୀନା ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କୁ ପୁଷ୍ପଚାରା, ଉତ୍ତରୀୟ ଓ ମାନପ‌ତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜୋଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିବାବେଳେ ଓଡ଼ିଶା ସ୍ବରାଜ ଅଭିଯାନ ରାଜ୍ୟ ଆବାହକ ସୁଧାଂଶୁ ଶେଖର ଦେଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପିସିସି କୋଷାଧ୍ୟକ୍ଷ ଯୁବନେତା ଇଂ ସିଦ୍ଧାର୍ଥ ସ୍ବରୂପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରଥଯାତ୍ରାରେ ସାମ୍ୱାଦିକଙ୍କ ସମସ୍ୟା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ

ଭୁବନେଶ୍ବରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରଥଯାତ୍ରା ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଭୁବନେଶ୍ବରର ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀକୁ ନିଆଯାଇ ରଥଯାତ୍ରାର ରିପୋର୍ଟିଙ୍ଗ ପାଇଁ ବ୍ୟବସ୍ଥା କରାଯାଇଥାଏ । ତେବେ ଏ ବର୍ଷ ପୁରୀ ଠାରେ ସାମ୍ୱାଦିକମାେନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ମେମୋରେଣ୍ଡମ୍‍ ଦେଇଥିଲେ । ଏ ସମ୍ପର୍କରେ ବିଚାର ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କୁ କହିଥିଲେ । ଏହି ଆଲୋଚନାରେ ବରିଷ୍ଠ ସାମ୍ୱାଦିକ ଶ୍ରୀ ସନତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭାଗବତ ତ୍ରିପାଠୀ, ପବିତ୍ର ମୋହନ ସାମନ୍ତରାୟ, ପାର୍ଥ ସାରଥୀ ଜେନା, କିଶୋର ମଙ୍ଗରାଜ, ଦେବକାନ୍ତ ମହାପାତ୍ର, ସ୍ୱରୂପ କୁମାର ମହାନ୍ତି, ଗଜେନ୍ଦ୍ରନାଥ ବେହେରା, ସନାତନ ଦଳବେହେରା, ସୁବୋଧ କାନୁନଗୋ, ସୂର୍ଯ୍ୟକାନ୍ତି ନାୟକ, ଦେବ ମହାନ୍ତି ଏବଂ ସ୍ୱଦେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ଵାଧୀନ କୁମାର ଦାଶଙ୍କୁ ଡକ୍ଟରେଟ ଉପାଧି

ଭୁବନେଶ୍ବର ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମାଜ ର ବିଭିନ୍ନ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି, | ଏହି ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ କବି ସ୍ଵାଧୀନ କୁମାର ଦାଶ ଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି, ଏହି ଅବସରରେ ଅତିଥି ଭାବେ ଆମେରିକା ର ଡଃ ଇଗନ୍ନିଶ ହେନେରିକ୍, ଡଃ ଗିରୀଶ ଲାଲ୍ୱାନି ଓ ଡଃ ନିରଞ୍ଜନା ମୁଖାର୍ଜୀ ଯୋଗଦାନ କରିଥିଲେ,,,ସ୍ଵାଧୀନ ଦାଶ ବହୁ ପୁସ୍ତକ, ସ୍ତମ୍ଭ ଓ କବିତା ରଚନା କରି ବିଭିନ୍ନ ସଙ୍ଗଠନରୁ ପୁରସ୍କାର ଲାଭ କରିଛନ୍ତି | ସ୍ଵାଧୀନ ଦାଶ ବିଞ୍ଝାରପୁର ଅଞ୍ଚଳ ର ବିଶିଷ୍ଟ ବ୍ୟବସାୟି ସତ୍ୟାନନ୍ଦ ଦାଶ ଓ ଶାନ୍ତିଲତା ଦାଶ ଙ୍କ ପୁତ୍ର ଅଟନ୍ତି..ପିଲାବେଳୁ ସମାଜ ସେବା ଓ ସାହିତ୍ୟ ପ୍ରତି ରୁଚି ରଖିଥିବା ସ୍ଵାଧୀନ ନିଜ ପ୍ରଚେଷ୍ଟା ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଓ ସାହିତ୍ୟ ଆଲୋଚନା କରିଆସୁଛନ୍ତି,,ତାଙ୍କର ଏହି ସଫଳତା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ , ବରିଷ୍ଠ ସାମ୍ବାଦିକ ଚିନ୍ମୟ ମହାପାତ୍ର ଓ ଅନ୍ୟାନ୍ୟ ବିଶିଷ୍ଟ କବି ,ସାହିତ୍ୟିକ ,ବୁଦ୍ଧିଜୀବୀ ମହଲରୁ ପ୍ରସଂଶା ପ୍ରଦାନ କରାଯାଇଛି | ଆଗାମୀ ଦିନରେ ସାହିତ୍ୟ କୁ ଯୁବ ବର୍ଗଙ୍କ ଦ୍ଵାରା ଆଦୃତ କିପରି ହୋଇପାରିବ ସେଥିଲାଗି କାର୍ଯ୍ୟ ଜାରି ରଖିବେ l

ଜିଲ୍ଲାପାଳ ଓ ଏସ.ପି ଙ୍କ ବଦଳି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 

 

ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି।ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।ଏହା ସହିତ ପୁରୀ ଜିଲ୍ଲାପାଳ ଓ ଏସ.ପି ଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ. ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆ ଯାଇଛି।ଏହା ସହିତ DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଶ୍ରୀ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରଥଯାତ୍ରା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ: ନବୀନ

ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏବଂ ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ଆଜିର ଅଘଟଣ ଦର୍ଶାଉଛି, ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ସେଠାରେ ନଥିଲା; ଯାହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଛି।ରଥଯାତ୍ରା ଦିନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟାଣିବାରେ ଅହେତୁକ ବିଳମ୍ବ ହେଲା, ହେଲେ ସରକାର ଅତି ସହଜରେ ଏହାକୁ ‘ମହାପ୍ରଭୁଙ୍କ ଇଚ୍ଛା’ ବୋଲି କହି ଦାୟିତ୍ୱରୁ ମୁହଁ ଫେରାଇ ନେଲେ। ଏପରି ଅଭାବନୀୟ ଉକ୍ତି ପ୍ରଶାସନର ଦାୟିତ୍ବହୀନତାକୁ ଢାଙ୍କିବା ବ୍ୟତୀତ ଆଉ କିଛି ବି ନୁହେଁ।ଏହାକୁ ସରକାରଙ୍କ ଚରମ ଅପରାଧିକ ଅବହେଳା ବୋଲି ମୁଁ କହୁ ନ’ଥିଲେ ବି, ସରକାରଙ୍କ ବେଖାତିର ମନୋଭାବ ତଥା ସମ୍ବେଦନହୀନ ଆଚରଣ ହିଁ ଏପରି ଅଘଟଣର କାରଣ।ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଆଡ଼ପ ବିଜେ, ବାହୁଡ଼ା, ସୁନାବେଶ ତଥା ରଥଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ରୀତିନୀତି ଯେପରି ସୁରୁଖୁରୁରେ ସମାପନ ହେବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମ୍ବେଦନଶୀଳ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।

Follow us

20,832FansLike
0FollowersFollow
14,700SubscribersSubscribe

Latest news