ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି

 ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ । ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମାନିଥାନ୍ତି ବୋଲି ମତ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
ଜୁଲାଇ ୧ ତାରିଖ ଜାତୀୟ ଡାକ୍ତର ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ ୧ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ପ୍ରତ୍ୟେକ ଦିନ ଡାକ୍ତରମାନେ ଯେଉଁ ନିଷ୍ପତି ନିଅନ୍ତି ତାହା ଗଭୀର ଭାବେ ରୋଗୀ ଏବଂ ତାଙ୍କ ପରିବାର ଉପରେ ପ୍ରଭାବ ପକାଇଥାଏ । ତେଣୁ ଡାକ୍ତରମାନେ ରୋଗୀମାନଙ୍କୁ ନିଜର ଆତ୍ମୀୟ ଭଳି ବିବେଚନା କରି ଚିକିତ୍ସା କରନ୍ତୁ ବୋଲି ଶ୍ରୀମତି ଦାସ ଆଶାବ୍ୟକ୍ତ କରିଥିଲେ ।
ଆଇଏମଏସ୍ ଆଣ୍ଡ ସମ ଡାକ୍ତରମାନଙ୍କର ରୋଗୀ ସେବା କ୍ଷେତ୍ରରେ ବେଶ ଖ୍ୟାତି ରହିଥିବା ବେଳେ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀମତି ଦାସ ।
ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଦେଶର ଶ୍ରେଷ୍ଠ ୧୦ ଟି ହସ୍ପିଟାଲ ମଧ୍ୟରେ ପରିଗଣିତ ହେବା ନେଇ ଆଶା ରଖିଥିବା ନିଜ ବକ୍ତବ୍ୟରେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ରତ୍ନ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର ଉଭୟ ଜନ୍ମ ଏବଂ ମୃତ୍ୟୁ ଦିବସକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିବା ଡିନ୍ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ନିଜ ବକ୍ତବ୍ୟରେ ଡାକ୍ତରମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ଓ ମନୋନୀତ ହୋଇଥିବା ପ୍ରାୟ ୩୫ ଜଣ ଡାକ୍ତର ଓ ବିଭାଗୀ ମୁଖ୍ୟମାନଙ୍କୁ ଉପସଭାପତି ସମ୍ମାନିତ କରିଥିଲେ ।
ଡାକ୍ତରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଦିବସ ପାଳନର ପ୍ରମୁଖ ଆକର୍ଷଣ ରହିଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର, ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ଓଡ଼ିଶା କଂଗ୍ରେସ ପାଇଁ ନୂଆ ଏଆଇସିସି ପ୍ରଭାରୀ; ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେଶାଇ

ଓଡ଼ିଶାରେ ସାଙ୍ଗଠନିକ ଭିତ୍ତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ଏଆଇସିସି ପ୍ରଭାରୀ ଭାବେ ନିଯୁକ୍ତ କରିଛି। ସେ ବର୍ତ୍ତମାନର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେବେ। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେନୁଗୋପାଳ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି।

ଲାଲଜୀ ଦେଶାଇ କଂଗ୍ରେସର ଜଣେ ଦକ୍ଷ ସାଙ୍ଗଠନିକ ନେତା ଭାବେ ପରିଚିତ। ୨୦୧୮ ମସିହାରୁ ସେ ଅଖିଳ ଭାରତୀୟ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି। ଦଳର ସାଙ୍ଗଠନିକ ବିସ୍ତାର, କର୍ମୀ ପ୍ରଶିକ୍ଷଣ, ସଦସ୍ୟତା ଅଭିଯାନ ଏବଂ ନିର୍ବାଚନୀ ପ୍ରସ୍ତୁତିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ କଂଗ୍ରେସ ୱାର୍କିଂ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଟନ୍ତି।

ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଅଜୟ କୁମାର ଲଲ୍ଲୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ଓଡ଼ିଶାର ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିଯୁକ୍ତି ସହ ‘ସଙ୍ଗଠନ ସୃଜନ ଅଭିଯାନ’ ମାଧ୍ୟମରେ ବୁଥ୍ ସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଲଲ୍ଲୁଙ୍କ ଅବଦାନକୁ ପ୍ରଶଂସା କରାଯାଇଛି।

୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଦଳୀୟ ସଂଗଠନକୁ ମଜଭୁତ କରିବା, ବୁଥ୍ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ରାଜ୍ୟ ନେତୃତ୍ୱ ସହ ସମନ୍ୱୟ ବୃଦ୍ଧି କରିବା ଲାଲଜୀ ଦେଶାଇଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ।

ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କର ୮୩ ବର୍ଷ ବୟସରେ ପରଲୋକ

ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କର ୮୩ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି୤ ଶାରୀରିକ ଅସୁସ୍ଥତା ଲାଗି ଗୁରୁବାରଠାରୁ ସେ ସମ ଅଲ୍ଟିମେଟ ହସ୍ପିଟାଲରେ ଭର୍ତ୍ତି ହୋଇଥÒଲେ୤ ହୃଦଘାତରେ ତାଙ୍କର ପରଲୋକ ଘଟିଥÒବା ପରିବାର ସୂତ୍ରରୁ ଜଣାପଡ଼ିଛି୤

ଶ୍ରୀ ଦାଶ ଦୀର୍ଘ ୩୭ ବର୍ଷ କାଳ ସାମ୍ବାଦିକତାରେ ରହିଥÒଲେ୤ ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସମ୍ବାଦଦାତା ଭାବରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଦୀର୍ଘବର୍ଷ କାର୍ଯ୍ୟ କରି ପରେ କଟକ ଓ ଭୁବନେଶ୍ବରରେ ପିଟିଆଇର ପ୍ରମୁଖ ସମ୍ବାଦଦାତା ତଥା ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଥÒଲେ୤

ସାମାଜିକ ଓ ରାଜନୈତିକ ସାମ୍ବାଦିକତାରେ ସେ ବେଶ ସକ୍ରିୟ ଥÒଲେ୤ ଜଣେ ସୁନାମଧନ୍ୟ ଓ ଦକ୍ଷ ସାମ୍ବାଦିକ ଭାବରେ ସେ ପରିଚିତ ରହିଥÒଲେ୤ ଓଡ଼ିଶାର ରାଜନୈତିକ ଜଗତ ସହ ଅତି ନିବିଡ଼ ଭାବରେ ସଂଶ୍ଳିଷ୍ଟ ରହି ଖବର ସଂଗ୍ରହରେ ସେ ସବୁବେଳେ ଆଗୁଆ ରହୁଥÒଲେ ଏବଂ ଜାତୀୟ ସ୍ତରରେ ମଧ୍ୟ ପିଟିଆଇର ଜଣେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥÒଲେ୤

ସ୍ବର୍ଗତଃ ଶରତ ଦାଶ କଟକ ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ନିମେଇସାପୁର ଗ୍ରାମରେ ଜନ୍ମଗ୍ରହଣ କରିଥÒଲେ୤ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି୤ କନିଷ୍ଠ ପୁତ୍ର ଅଜିତ କୁମାର ଦାଶ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦୈନିକ ‘ସଂଚାର’ର ମୁଖ୍ୟ ସମ୍ପାଦକ ଅଛନ୍ତି୤

ଶୁକ୍ରବାର ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଉଭୟ ରାଜନୈତିକ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି୤ ବହୁ ରାଜନେତା, ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ବର ନୂଆପଲ୍ଲୀସ୍ଥ଄ତ ତାଙ୍କ ବାସଭବନରେ ତାଙ୍କୁ ଶେଷ ଦର୍ଶନ କରିଥÒଲେ୤ ପରେ ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି୤ ପୁତ୍ର ଅଜିତ କୁମାର ଦାଶ ମୁଖାଗ୍ନି ଦେଇଥÒଲେ୤ ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାଶ, କନ୍ୟା ଡାକ୍ତର ରୀତା ଦାଶ ଓ ରେଖା ଦାଶ, ଜ୍ବାଇଁ ଡାକ୍ତର ନୟନ ରଞ୍ଜନ ନନ୍ଦ ଏବଂ ଜିବିତେଶ ମିଶ୍ର ଏବଂ ପରିବାର ସ୍ବଜନ ଉପସ୍ଥ଄ତ ରହିଥÒଲେ୤

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ 

 ଗତ ଜୁନ୍ ୧୫ ତାରିଖ ରଜ ସଂକ୍ରାନ୍ତି ସନ୍ଧ୍ୟା ସମୟରେ ରାସ୍ତାରେ ଶୋଇ ରହିଥିବା ଏକ ବାଛୁରୀ ଉପରେ ହଠାତ୍ ମାଡିଯାଇଥିଲା ଏକ ଚାରିଚକିଆ ଯାନ । ଦୁର୍ଘଟଣା ଘଟାଇବା ପରେ ବାଛୁରୀଟିର ଅବସ୍ଥା ବୁଝିବା ବଦଳରେ ସେଠାରୁ ଉଭାନ ହୋଇଯାଇଥିଲା ଗାଡି ଚାଳକ ।

 କଥା କହି ପାରୁନଥିବା ଏହି ନିରୀହ ପ୍ରାଣୀଟି ଗୁରୁତର ଓ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଅଚଂଳର ଜଣେ ବ୍ୟକ୍ତିଙ୍କ ଘର ସାମ୍‌ନାରେ ପହଂଚି ବିକଟାଳ ସ୍ୱରରେ ନିଜର କଷ୍ଟ ଜଣାଇଥିଲା । ତାର ଦେହ ସାରା କ୍ଷତାକ୍ତ ହୋଇଥିବା ବେଳେ ପାଟି ବାଟେ ପାଣି କିମ୍ବା ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସକ୍ଷମ ନଥିଲା ।

ସ୍ଥାନୀୟ ବାସିନ୍ଦା ଅନେକ ଚେଷ୍ଟା କରିବା ପରେ ବାଛୁରୀଟିର ଚିକିତ୍ସା ପାଇଁ କୌଣସି ସନ୍ଧାନ ପାଇପାରି ନଥିଲେ । ଶେଷରେ ଜଣେ ସ୍ଥାନୀୟ ବ୍ୟକ୍ତି ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜ୍‌ବାଣ୍ଡରୀ (ଆଭିଏସ୍‌ଏଏଚ୍‌) ପରିଚାଳିତ ପ୍ରାଣୀ ଚିକିତ୍ସାଳୟ (ଭେଟେରିନାରୀ କ୍ଳିନିକାଲ୍ କମ୍ପ୍‌ଲେକ୍ସ)କୁ ଯୋଗାଯୋଗ କରିବା ପରେ ଏହାର ଆମ୍ବୁଲାନ୍ସ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଂଚି ବାଛୁରୀଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇ ଯାଇଥିଲେ ।

ହସ୍ପିଟାଲରେ ପହଂଚିବା ପରେ ତୁରନ୍ତ ବାଛୁରୀଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ଗୁରୁତର ଥିବା ପ୍ରାଣୀଟି କ୍ଷତ ଜନିତ ଯନ୍ତ୍ରଣାରେ ଜର୍ଜରିତ ହୋଇ ପଡିଥିଲା ବୋଲି ସୂଚନା ଦେଇଛନ୍ତି ସୋଆ ଆଭିଏସ୍‌ଏଏଚ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ନିରଂଜନ ସାହୁ ।

ଚିକିତ୍ସା ଆରମ୍ଭ ହେବା ପରେ ବାଛୁରୀଟି ଧିରେ ଧିରେ ସୁସ୍ଥ ହେବା ସହ ଖାଦ୍ୟ ପାନୀୟ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଥିଲା । ପ୍ରଫେସର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡାକ୍ତରୀ ଟିମ୍ ବାଛୁରୀଟିକୁ ସଂପୂର୍ଣ୍ଣ ସୁସ୍ଥ କରିଥିଲେ ।

ସୁସ୍ଥ ହେବା ପରେ ଆମ୍ବୁଲାନ୍ସ ଯୋଗେ ଯେଉଁ ସ୍ଥାନରୁ ତାକୁ ଉଦ୍ଧାର କରାଯାଇଥିଲା ସେଠାରେ ପୁଣି ତାକୁ ଆଣି ଛାଡି ଦିଆଯାଇଥିଲା ।

ପ୍ରଫେସର ସାହୁ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ଦୁର୍ଘଟଣାଗ୍ରସ୍ତ ପ୍ରାଣୀଙ୍କୁ ଆଣି ଆଭିଏସ୍‌ଏଏଚ୍‌ର ହସ୍ପିଟାଲରେ ନିୟମିତ ଭାବେ ଚିକିତ୍ସା କରାଯାଇ ସୁସ୍ଥ କରାଯାଉଛି । ହସ୍ପିଟାଲରେ ଅନେକ ପ୍ରାଣୀ ଏଭଳି ସୁସ୍ଥ ହୋଇ ଫେରୁଥିବା ସେ ସୂଚନା ଦେଇଛନ୍ତି ।

ତେବେ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ବେପରୁଆ ଗାଡିଚାଳକମାନେ ଦୁର୍ଘଟଣା ଘଟାଉଥିବାର ଘଟଣା ବାରମ୍ବାର ସାମ୍‌ନାକୁ ଆସୁଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା 

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଯେପରି ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇ ପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳି ପାରିବ, ସେ ବିଷୟରେ ଆଲୋଚନା କରିଥଲେ ।

 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁରେ ପହଞ୍ଚି ତାମିଲନାଡୁ ଅଧିକାରୀ ମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଆହତ ଶ୍ରମିକ ମାନଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା ଜାରି ରଖିଛନ୍ତି ।

ସରକାର ମିନାକ୍ଷୀ ନାଟରାଜନଙ୍କୁ ଭୟକରି ନାକଚ ଷଡଯନ୍ତ୍ର କରିଛି : ଭକ୍ତ* 

*ସରକାର ମିନାକ୍ଷୀ ନାଟରାଜନଙ୍କୁ ଭୟକରି ନାକଚ ଷଡଯନ୍ତ୍ର କରିଛି : ଭକ୍ତ*

*ସମସ୍ତ ସାମ୍ବିଧାନିକ ସଂସ୍ଥା ଆଜି ସରକାରଙ୍କ ହାତବାରିସୀ*

ଭୁବନେଶ୍ୱର; ତା 22.6 ରିଖ ମଧ୍ୟପ୍ରଦେଶରେ ରାଜ୍ୟସଭା କଂଗ୍ରେସ ପାର୍ଥୀ ଥିବା ଗାନ୍ଧିବାଦୀ ନେତ୍ରୀ ମିନାକ୍ଷୀ ନଟରାଜନଙ୍କ ନିର୍ବାଚନ ଆୟୋଗଙ୍କ ଅସମ୍ବିଧାନିକ ପ୍ରାର୍ଥୀପତ୍ର ନାକଚ ଓ ଓଡ଼ିଶାର ତିଖିରୀ ପଞ୍ଚାୟତର ମହିଳା ସରପଞ୍ଚ ଚମେଲୀ ଓଝାଙ୍କୁ ପୁଲିସର ବେନିୟମ ଗିରଫଦାରୀ ବିରୁଦ୍ଧରେ ଆରଜିପିଆରଏସ ସଭାପତି ସୁଦର୍ଶନ ଦାସଙ୍କ ନେତୃତ୍ୱରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ତରଫରୁ ଲୋୟର ପିଏମଜିଠାରେ ଏକ ସତ୍ୟାଗ୍ରହ ସମାବେଶ ଆୟୋଜିତ ହୋଇଥିଲା l

ଏହି ସମାବେଶରେ ଯୋଗଦାନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ବ୍ୟକ୍ତବ୍ୟରେ କହିଛନ୍ତି ଯେ, ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରି ସାମ୍ବିଧାନିକ ସଂସ୍ଥା ଗୁଡିକୁ ହାତବାରିସୀ କରି ଏକଛତ୍ରବାଦୀ ଶାସନ ଚଳାଉଛି l ନିଜ ପଞ୍ଚାୟତ ପ୍ରତି ସାବତ ପୁଅ ବ୍ୟବହାର ବିରୋଧରେ ସେ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲାବେଳେ ବିଡ଼ିଓ ମହାଶୟ ସରପଞ୍ଚ ଚମେଲୀ ଓଝାଙ୍କ ଅଭିଯୋଗକୁ ଅଣଦେଖା କଲେ ଫଳରେ ଓଝା ପ୍ରତିବାଦ କରିବାରୁ ତାଙ୍କୁ ପୁଲିସ ଲଗାଇ ଯେଉଁଭଳି ଭାବରେ ଗିରଫ କରାଇଲେ ତାହା ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା l ଚମେଲୀ ଦେହ ଅସୁସ୍ଥ ଥିବା ସତ୍ୱେ ତାକୁ ବଡ଼ ଡାକ୍ତରଖାନାରେ ଚିକିତ୍ସା ନ କରାଇ ଜେଲରେ ପୁରାଇଲେ l ଆମ କଂଗ୍ରେସ ଦଳ ଚାରିଥର ଯାଇକି ଚମେଲୀ ଓଝାଙ୍କ ସହ ସାକ୍ଷାତ କଲା, ମୁଁ ନିଜେ ଖୋଦ ଯାଇଥିଲି l ସବୁଠୁ ଦୁଃଖର ବିଷୟ, ଏହି ନିନ୍ଦନୀୟ ଘଟଣାର କେନ୍ଦ୍ରବିନ୍ଦୁ ବିଡ଼ିଓଙ୍କୁ ଏପର୍ଯ୍ୟନ୍ତ ନିଲମ୍ବନ କରିବା ଦୂରେ ଥାଉ ବଦଳିଟିଏ ମଧ୍ୟ ସରକାର କଲେନି ଏଥିରୁ ସରକାରଙ୍କ ଶାସନ ଓ ନାରୀଙ୍କ ପ୍ରତି ସମ୍ମାନ ପ୍ରମାଣ ହେଉଛି l

ଅନ୍ୟପକ୍ଷରେ ପ୍ରଖ୍ୟାତ ଗାନ୍ଧିବାଦୀ ସାମାନ୍ୟ ଜୀବନ ଯାପନ କରି ସମାଜର ତଳବର୍ଗଙ୍କ ଅଧିକାର ପାଇଁ ସବୁବେଳେ ଲଢ଼ୁଥିବା ଲଢୁଆ ନେତ୍ରୀ ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର ନାକଚ ହେବା ଦେଶର ଗଣତନ୍ତ୍ର ପ୍ରତି ଶକ୍ତ ଆଘାତ ହୋଇଛି l ମଧ୍ୟପ୍ରଦେଶରେ ଆମ ସଂଖ୍ୟା ଥିଲା କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ନିର୍ବାଚନ ଆୟୋଗ କୁମାରୀ ନାଟରାଜନଙ୍କ ପ୍ରାର୍ଥୀ ପତ୍ର ନାକଚ କରିଦେଇଛନ୍ତି l ସରକାର ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ସାରିଲେଣି l ଏକଛତ୍ରବାଦର ଶାସନ ପ୍ରତିଷ୍ଠା କରୁଛନ୍ତି l ଯିଏ ବିରୋଧ କରୁଛି ବିଭିନ୍ନ ସଂସ୍ଥା ମାଧ୍ୟମରେ ତାକୁ ହଇରାଣ କରାଯାଉଛି l ଆମ ନେତା ରାହୁଳ ଗାନ୍ଧୀଙ୍କ ଇଚ୍ଛାଥିଲା ଜଣେ ପ୍ରଖର ଗାନ୍ଧିବାଦୀ ସରଳ ମିନାକ୍ଷୀଙ୍କୁ ରାଜ୍ୟସଭା ପଠାଇ ସମାଜର ତଳ ସ୍ତରରେ ଥିବା ବର୍ଗପାଇଁ ସ୍ୱର ଉତ୍ତୋଳନ କରିବେ କିନ୍ତୁ ସରକାର ଭୟଭୀତ ହୋଇ କିଛି କାରଣ ନ ଥାଇ ତାଙ୍କ ପ୍ରାର୍ଥୀପତ୍ର ହିଁ ନାକଚ କରି ଦିଆଗଲା l

ଆମକୁ ପ୍ରତ୍ୟେକ ଅନ୍ୟାୟ ପାଇଁ ଲଢ଼ିବାକୁ ପଡ଼ିବ ଏବଂ ପ୍ରତ୍ୟେକ ଅଧିକାର ପାଇଁ ସଂଗ୍ରାମ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ l

ଏହି ସତ୍ୟାଗ୍ରହ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ନିମାଇଁ ସରକାର, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ସାଧାରଣ ସମ୍ପାଦକ ବିଜୟ ପ୍ରଧାନ, ଡଃ ମନୀଷା ଦାସ ପଟ୍ଟନାୟକ ଏବଂ ଆରଜିପିଆରଏସର ସଦସ୍ୟ ବହୁ ସଂଖ୍ୟାରେ ଯୋଗ ଦେ

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ  

 ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବାଂଡ୍ରି (ଆଭିଏସ୍‌ଏଏଚ୍‌)ରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ସ୍ନାତକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାରତର କୁକ୍କୁଟ ଏବଂ ଡ଼ାଇରୀ ଶିଳ୍ପରେ ନିଜକୁ ନିୟୋଜିତ କରିବା ନେଇ ରହିଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ମହାରାଷ୍ଟ୍ରର ପୁନେସ୍ଥିତ ଗ୍ରୀନମାଇକ୍ରୋର ସିଇଓ ଡ଼ଃ ପ୍ରଦୀପ ପି. ଲିଙ୍ଗେ ପିପିଟି ମାଧ୍ୟମରେ ବି.ଭି.ଏସ.ସି ଆଣ୍ଡ ଏ.ଏଚର ସ୍ନାତକ ଡାକ୍ତର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଇଭେଟ ପ୍ରାକ୍‌ଟିସ, ଉଦ୍ୟୋଗ ସ୍ଥାପନ, ସରକାରୀ ଚାକିରୀ, ବ୍ୟବସାୟିକ ଭିତିରେ କୁକ୍କୁଟ ଓ ଡ଼ାଇରୀ ଫାର୍ମ ପ୍ରତିଷ୍ଠା, ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଏବଂ କୁକ୍କୁଟ ଓ କୁକ୍କୁଟ ଜାତୀୟ ଦ୍ରବ୍ୟର ପ୍ରସ୍ତୁତି ସହିତ ନିରପେକ୍ଷ ବିତରଣ ଆଦି ଦିଗରେ ଆତ୍ମନିର୍ଭରଶୀଳ ହେବା ପାଇଁ ରହିଥିବା ସୁବିଧାସୁଯୋଗ ଉପରେ ଆଲୋଚନା କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ଆଭିଏସ୍‌ଏଏଚ୍ ର ଡିନ ପ୍ରଫେସର ( ଡ଼ଃ) ସୁଶାନ୍ତ କୁମାର ଦାସ ସଭାପତିତ୍ୱ କରି ଏହି ଆଲୋଚନାଚକ୍ର ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କୁକ୍କୁଟ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଫେସର (ଡ଼ଃ) ନବ କିଶୋର ପ୍ରହରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ପାରସ୍ପାରିକ ମତ ବିନିମୟ ହୋଇଥିଲା । ସର୍ବଶେଷରେ ଅଣୁ ଜୀବତତ୍ୱ ବିଭାଗର ସହକାରୀ ଅଧ୍ୟାପକ ଡ଼ଃ ବୀର କିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଯୋଗଦାନ କରିଥିଲେ ।

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କଳିଙ୍ଗ ନଗର କ୍ୟାମ୍ପସ୍‌ରେ ନୂତନ ଷ୍ଟାଡିୟମରେ ରବିବାର ସକାଳ ୬ଟାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ।

ଏହି ଅବସରରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର (ସ୍ୱାସ୍ଥ୍ୟ ବିଜ୍ଞାନ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଛାତ୍ରଛାତ୍ରୀମାନ ପରିବର୍ତିତ ଜୀବନ ଶୈଳୀର ସେମାନଙ୍କ ଉପରେ ପକାଉଥିବା କୁପ୍ରଭାବ ଉପରେ ବୁଝାଇଥିଲେ ଏବଂ ଯୋଗ ଅଭ୍ୟାସ କିପରି ସେମାନଙ୍କର ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ପରିବର୍ତିତ କରିପାରିବ ସେକଥା ସେ ବିଷୟରେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସୋଆର ଇଂଟରନ୍ୟାସନାଲ ରିଲେସନ୍ସ ଆଣ୍ଡ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର (ଡଃ) ନଚିକେତା ଶର୍ମା, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ସୋଆ ଏନ.ଏସ.ଏସ. କାର୍ଯ୍ୟକ୍ରମ ସଂଯୋଜକ ଡଃ କମଳ ଲୋଚନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଅନ୍ୟ ଯୋଗ ପ୍ରଶିକ୍ଷକମାନଙ୍କ ସହାୟତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟମ ଅଭ୍ୟାସ କରିବାରେ ସାହାଯ୍ୟ କରିଥିଲେ ।

ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସୋଆର ଏନ.ଏସ.ଏସ. କାର୍ଯ୍ୟକ୍ରମ ଅଧିକାରୀ ଡଃ ସରୋଜ କୁମାର ମହାନ୍ତି, ଡଃ ନୀତିଶ କୁମାର ଜେନା, ଡଃ ମାନସ କୁମାର ପଟେଲ, ଡଃ ଭୀମସେନ ଭୋଳ, ଡଃ କନକଲତା ଓଝା, ଶ୍ରୀମତୀ ପଦ୍ମଜା ପଟେଲ, ଅନ୍ୟ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଏନ.ଏସ.ଏସ. ସ୍ୱେଚ୍ଛାସେବୀମାନଙ୍କ ଉପସ୍ଥିତିରେ ସଫଳତାର ସହିତ ସମାପ୍ତ ହୋଇଥିଲା ।

ପାଠ୍ୟପୁସ୍ତକ ତ୍ରୁଟି ଶିକ୍ଷା ବିଭାଗ ତଥା ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ପାଇଁ ଷଡଯନ୍ତ୍ର : ଭକ୍ତ

ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ସ୍କୁଲ ପାଠ୍ୟକ୍ରମରେ ଗୁରୁତ୍ୱର ତ୍ରୁଟି ବିଷୟକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ।

ଗଣମାଧ୍ୟମକୁ ସମ୍ବୋଧିତକରି ଶ୍ରୀ ଦାସ କହିଲେ, ଶିକ୍ଷାରେ ପ୍ରାଇମେରୀ ସ୍ତର ହେଉଛି ମୂଳଦୁଆ । ଏହିଠାରୁ ଭବିଷ୍ୟତର ପିଣ୍ଡପଡ଼େ ଓ ଏହି ମୂଳଦୁଆରୁ ଶିକ୍ଷାପ୍ରାପ୍ତ କରି ଓଡ଼ିଶାରୁ ଅନେକ ସୁନାମଧନ୍ୟ ବିଦ୍ୱାନ ରାଜ୍ୟର ଟେ ରଖିଛନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ତାଙ୍କ ବିଚାରଧାରାକୁ ଏନସିଇଆରଟି ଏବଂ ଓଡ଼ିଶାର ପାଠ୍ୟକ୍ରମରେ ଛାପୁଛନ୍ତି । ଓଡ଼ିଶା ଅସ୍ମିତା ନାମରେ ସରକାରକୁ ଆସିଥିବା ଦଳ ଅସ୍ମିତାର ହତ୍ୟା କରୁଛନ୍ତି । ପ୍ରଥମେ ଜଳ, ଜଙ୍ଗଲ, ଜମି ଏବଂ ଏଠାରେ ବସବାସ କରୁଥିବା ନିରୀହ ଆଦିବାସୀଙ୍କୁ ଧ୍ୱଂସ କରି ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପଙ୍ଗୁ କରିବାପାଇଁ ଉଦ୍ୟମ କରିଛନ୍ତି । ପାଠ୍ୟଖସଡ଼ା ତିଆରିବେଳେ ଓଡ଼ିଶାର ଗୁଣି ଜ୍ଞାନି ମାନଙ୍କୁ ଅଣଦେଖା କରାଯାଉଛି । କଥାରେ ଅଛି ଗୋଟିଏ ଦେଶକୁ ନିପାତ କରିବାକୁ ହେଲେ ଶିକ୍ଷାକୁ ନିପାତ କରିଦେଲେ ପରମାଣୁ ବୋମାର ଆବଶ୍ୟକତା ମଧ୍ୟ ନଥାଏ । ଯାହା ଜଣାଯାଉଛି ମୂଡ଼ମାନେ ଶାସନ ଗାଦିରେ ବସିଛନ୍ତି । ଦେଶ ଜାତି ପାଇଁ କିଛି ବଳିଦାନ ନାହିଁ । ଶିକ୍ଷା ସଂସ୍କୃତି କିଛି ନାହିଁ । ଏମାନେ ଦେଶର ଶିକ୍ଷା ବିଷୟରେ କଣ ଜାଣିବେ । ରାଜ୍ୟରେ ବୁଦ୍ଧିହୀନ ସରକାର ଚାଲିଛି ।

ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ୫୦ କୋଟି ଟଙ୍କା ପାଣିରେ ପଡ଼ିଗଲା । କୋର କମିଟିର ଅନୁଧ୍ୟାନ ବିନା ବହି ଛପା ହେଲା କେମିତି? ଯାହା ପ୍ରସ୍ତୁତ କରିବାକୁ ପ୍ରାୟ ତିନିବର୍ଷ ସମୟ ଲାଗେ ତାହା ୬ ମାସରେ ପ୍ରସ୍ତୁତ କଲେ କେମିତି? ଅପରାଧିଙ୍କୁ ଦଣ୍ଡିତ କରାଯାଉ, ଶିକ୍ଷାମନ୍ତ୍ରୀ କ୍ଷମା ମାଗନ୍ତୁ । ୧୬୭୮ ଗୋଟି ଭୂଲ ରାଜ୍ୟ ଶିକ୍ଷା ବିଭାଗ ପ୍ରତି ଉପହାସ । ଆଶ୍ଚର୍ଯ୍ୟର କଥା ଶିକ୍ଷାମନ୍ତ୍ରୀ ନିଜ ବିଧାନସଭା ମଧ୍ୟ ଚିହ୍ନିପାରିଲେ ନାହିଁ । ଡଙ୍ଗରିଆ ଆଦିବାସୀଙ୍କୁ ଡୋଙ୍ଗୋରିଆ ବନାନ ଭୁଲ । ପ୍ରଖ୍ୟାତ ନିୟମଗିରି ଲଢ଼େଇ ସାର ବିଶ୍ୱରେ ବିଦିତ । ଯେଉଁ ଲଢ଼େଇରେ ରାହୁଲ ଗାନ୍ଧୀ ନେତୃତ୍ୱ ନେଇଥିଲେ । ତାହା ଝାଡଖଣ୍ଡର ବୋଲି ଦର୍ଶାଯାଇଛି । ଏଭଳି ଶହ ଶହ ଭୁଲର ଲିଷ୍ଟ ସାମନାକୁ ଆସୁଛି । ସବୁଠାରୁ ପରିତାପର ବିଷୟ ଶିକ୍ଷାମନ୍ତ୍ରୀ ଏହି ଗୁରୁତ୍ୱର ଭୁଲକୁ ସ୍ୱୀକାର ନକରି ଓଲଟା ଶିକ୍ଷକମାନେ ସୁଧାରି ଶିକ୍ଷାଦାନ କରିବେ ବୋଲି ବକ୍ତବ୍ୟ ପ୍ରକାଶ କରୁଛନ୍ତି । ଏହାଠାରୁ ବଳି ଲଜ୍ୟାଜନକ କଥା କଣ ହୋଇଥାଇପାରେ । ଶିକ୍ଷକମାନେ ଜନଗଣନା ଠାରୁ ଆରମ୍ଭ କରି ସରକାରଙ୍କ ପ୍ରତ୍ୟେକ ଗଣନା କାର୍ଯ୍ୟ କରୁଛନ୍ତି । ଏମାନେ କେତେବେଳେ ପାଠ ପଢ଼ାଇବେ । ଶିକ୍ଷାରେ ଅଯୋଗ୍ୟଙ୍କୁ ଦାୟିତ୍ୱ ଦେଲେ ଶିକ୍ଷାର ହଜାରଗୁଣ କ୍ଷତି ହୁଏ । ବିଦ୍ୱାନ ଶିକ୍ଷକ, ଐତିହାସିକ, ଲେଖକ ଆଦିଙ୍କ ପରାମର୍ଶ ନେଇପାରିଥାନ୍ତେ । ଶାସକଙ୍କୁ ସଂସ୍କୃତି, ସଂହତି ବା ପରମ୍ପରା ବିଷୟରେ ଜଣାନାହିଁ । ପ୍ରକୃତରେ ଏମାନେ ଓଡ଼ିଶାର ମହାନ ସଂସ୍କୃତିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।

ମୁଖ୍ୟ ବିଷୟ ହେଲା ଏନସିଇଆରଟି ଓ ଓଡ଼ିଶା ଶିକ୍ଷା ବିଭାଗର ଛାପା ଦାୟିତ୍ୱ କେଉଁ ଏଜେନ୍ସି ଟେଣ୍ଡର ପାଇଛି । କେଉଁ ବିଜେପି ନେତାଙ୍କ ସହଯୋଗରେ ଏଜେନ୍ସି କାମ ପାଇଛି । ଏ ସବୁର ତଦନ୍ତ ହେଉ । ଏମାନେ କେବଳ ପଇସା ଉର୍ପାଜନରେ ବ୍ୟସ୍ତ । ତେଣୁ ଜନତାଙ୍କ ସେବା ପାଇଁ ସମୟ ନାହିଁ । ଏମାନେ ଚାହୁଁଛନ୍ତି ପିଲାଛୁଆ ମୁର୍ଖ ହୋଇ ବାହାରନ୍ତୁ । ମୁର୍ଖ ହୋଇ ବାହାରିଲେ ଚାକିରି ମାଗିବେ ନାହିଁ । ବିଜେପି ସରକାର ଶିକ୍ଷା ବିଭାଗକୁ ଏବଂ ପିଲାଛୁଆଙ୍କ ଭବିଷ୍ୟତକୁ ନଷ୍ଟ କରିବାପାଇଁ ଷଡଯନ୍ତ୍ର କରିଛି । ନିଟ୍ ପ୍ରଶ୍ନପତ୍ର ପ୍ରଘଟ, ସିବିଏସସି ମୂଲ୍ୟାୟନ ବିଭ୍ରାଟ ଓ ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କୌଣସି ଟାରେ ସରକାରଙ୍କ କୌଣସି ମନ୍ତ୍ରୀ ଉତ୍ତର ଦାୟିତ୍ୱ ନେଉନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ମଧୁବାବୁ, ଗୋପବନ୍ଧୁ ଆଦି ସମସ୍ତ ପ୍ରଥିତଯଶା ଗୁଣି ଜ୍ଞାନି ଓଡ଼ିଆ ସନ୍ତାନଙ୍କ ପ୍ରତି ଏକ ବଡ଼ ଅପମାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିନିମନ୍ତେ କ୍ଷମା ମାଗିବା ଉଚିତ ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ର ନେତା ୟାସିର ନୱାଜ ଓ ଛାତ୍ର ନେତା ବିଭୁତିଭୂଷଣ ମହାପାତ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଏହି ଅକ୍ଷମଣୀୟ ତ୍ରୁଟିପାଇଁ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ସମ୍ମିଳନୀରେ ଅନ୍ୟମାନଙ୍କ ସହ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ.

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ

 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ଅନ୍ତର୍ଗତ ସୋସିଆଲ୍ ସାଇନସ୍ ଓ ହ୍ୟୁମାନିଟିଜ୍ ବିଭାଗର ଇଂରାଜୀ ବିଭାଗର ଗବେଷକ ଛାତ୍ର ଶ୍ରୀଯୁକ୍ତ ସାନ୍ଦିପନି ଚୌଧୁରୀଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି ।

ତାଙ୍କର ସନ୍ଦର୍ଭଟି ମାଲେସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନୟନଦିପ୍ ସିଂ କନୱାଲ୍‌ଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆମେରିକାର ବିଶିଷ୍ଟ ଔପନ୍ୟାସିକ କୋର୍‌ମାକ୍ ମାର୍କକାର୍ଥିଙ୍କ ଉପନ୍ୟାସର ବର୍ଣ୍ଣନାଧର୍ମୀ ଶୈଳୀ ଉପରେ ଶ୍ରୀ ଚୌଧୁରୀ ଯେଉଁ ମୌଳିକ ଉପାଦେୟ ମୂଳକ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ବେଶ୍ ସୁଦୃଢ଼ ଓ ସଶକ୍ତ ଭିତିଭୂମି ଉପରେ ପ୍ରତିଷ୍ଠିତ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି ।

 ହରିୟାନାସ୍ଥ ସେଂଟ୍ରାଲ୍ ୟୁନିଭରସିଟିର ପ୍ରଫେସର୍ ଡକ୍ଟର ତନୁ ଗୁପ୍ତା ସନ୍ଦର୍ଭଟିର ଗୁଣାତ୍ମକ ମୂଲ୍ୟବୋଧ ଓ ନିଷ୍କର୍ଶରେ ମୌଳିକତା ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ଚୌଧୁରୀ ସୋଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିଆସୁଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ସୋଆର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚ ଗବେଷଣା କାର୍ଯ୍ୟ ନିମନ୍ତେ ବିଶ୍ୱର ବହୁ ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦ୍ୱାରା ପ୍ରଶଂସିତ ହୋଇ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବର ପରମ୍ପରା ବଜାୟ ରଖିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news