ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟିର ଅମ୍ପାନ ସହାୟତା ଦେଲେ ପ୍ରଧାନମନ୍ତ୍ରୀ…

- Advertisement -

ଭୁବନେଶ୍ୱର: ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ଆଜି ଓଡିଶା ଆସିଥିଲେ। ବିମାନ ବନ୍ଦରରେ ପହଂଚିବାର ପରେ ସେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେକହିଥିଲେ।ଦୀର୍ଘ ୨ ଘଣ୍ଟା ଧରି ସେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ।ଏବଂ ସେଠାରୁ ଫେରିଲା ପରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସରକାରଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ବାତ୍ୟାର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କଲା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ପରେ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସେ ସମୟରେ ରାଜ୍ୟସରକାରଙ୍କ ଆଲୋଚନା ହେବ।ଏବଂ ବଳକା କ୍ଷତିର ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ରାଜ୍ୟ ସରକାରଙ୍କ ଅମ୍ପାନ ମୁକାବିଲାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି।ରାଜ୍ୟ ସହ କେନ୍ଦ୍ର ସରକାର ସବୁବେଳେ ଛିଡା ହୋଇଛନ୍ତି ବୋଲି କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles