ଆତ୍ମ ସଂଜମ ଏକମାତ୍ର ବିକଳ୍ପ : ନବୀନ…..

- Advertisement -

ସଂଯମ ଏକମାତ୍ର ବିକଳ୍ପ….
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ କରୋନାକୁ ଜିତିବା ପାଇଁ ୫ଟି ମୁଖ୍ୟ ଉପଦେଶ ଦେଇଛନ୍ତ।
୧. ଆଗାମି ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ
୨. ନିହାତି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ
୩. ବାହାରକୁ ଗଲେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ
୪. ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରନ୍ତୁ
୫. ଶିଶୁ, ବୃଦ୍ଧ, ଗର୍ଭବତୀ ଓ ରୋଗୀ ବାହାରକୁ ବାହାରନ୍ତୁ ନାହିଁ
୬. ଘରକୁ ଫେରିଲେ ପ୍ରତିଥର ୨୦ ସେକେଣ୍ଡ ସାବୁନରେ ହାତ ଧୁଅନ୍ତୁ।
ଆଉ ସଂଯମତା ରକ୍ଷା କରି ଚଳିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା । କୋରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । କୋରୋନାର ମେଡିସିନ୍‌ ଆସି ନଥିବାରୁ ଆମକୁ ସତର୍କ ରହିବାକୁ ହେବ।ଏହାସହ ଆଗକୁ ମୌସୁମୀ ଆସୁଛି । ଆମକୁ ଅଧିକ ସତର୍କ ହେବାକୁ ପଡିବ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସର୍ଟଡାଉନ ହେବ ।
୨ ମାସ ଧରି ଆମେ ଯେଉଁ ତ୍ୟାଗ କରିଛନ୍ତି, ତାକୁ ବିଫଳ ହେବାକୁ ଦେବାନାହିଁ ।
ଲକ୍‌ଡାଉନ୍‌, ସଟ୍‌ଡାଉନ ଥାଉ କି ନଥାଉ ଆମେ ସଂଯମ ହେବା ଉଚିତ।ରାଜ୍ୟବାସୀଙ୍କ ଜୀବିକା ପାଇଁ ଲକ୍‌ଡାଉନ କୋହଳ କରାଯାଇଛି।କିନ୍ତୁ ଜୀବିକାର ଆଳରେ ଜୀବନକୁ ବିପଦକୁ ଠେଲିଦେବା ଉଚିତ ନୁହେଁ। ସାଢ଼େ ୪ କୋଟି ଭାଇଭଉଣୀଙ୍କ ଜୀବନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ।ଜୁନ୍‌ରେ ମୌସୁମି ଆସୁଥିବାରୁ ଆମକୁ ଅଧିକ ସତର୍କ ହେବାକୁ ହେବ । ଥଣ୍ଡା, କାଶ ଓ ଜ୍ବର ଏହି ସମୟରେ ବେଶୀ ଦେଖାଦେବ ବୋଲି ଓଡିଶାବାସୀଙ୍କୁୁ ନବୀନ ସଚେତନ କରାଇଛନ୍ତି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles