ଭୁବନେଶ୍ୱର : ବିଖଣ୍ଡିତ ଓଡିଶାକୁ ଯୋଡିଛି ବନ୍ଦେ ଉତ୍କଳ ଜନନୀ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ସେଥିପାଇଁ ଆଜି ଦିନଟି ଓଡ଼ିଶା ଇତିହାସର ଏକ ସ୍ବର୍ଣ୍ଣମୟୀ ଦିନ ହୋଇ ରହିବ । ଆଜି ରବିବାରରେ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି ।୧୯୧୨ ଉତ୍କଳ ସମ୍ମିଳନୀରେ ପ୍ରଥମେ ଗାନ କରାଯାଇଥିଲା ଏହି ସଂଗୀତ ।
ସଙ୍ଗୀତର ପ୍ରତ୍ୟେକ ଶବ୍ଦରେ ଓଡ଼ିଶାକୁ ସଶକ୍ତ କରିବା ସହ ଶକ୍ତି ଦିଏ ଏହି ସଙ୍ଗୀତ। ୧୮୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ଦିନଠାରୁ ଏ ସଙ୍ଗୀତ ଗାନ କରାଯାଉଛି। ବିଧାନସଭା ଉଦଯାପିତ ଦିବସରେ ମଧ୍ୟ ଏହି ସଙ୍ଗୀତକୁ ସମସ୍ତ ସଦସ୍ୟ ଗାନ କରିଥାନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଯାହା ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା କୋଟି କୋଟି ଓଡିଆ ଏକାଠି ହୋଇ ଗାନ କରିଥିଲେ। ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡିଥିଲା ଏହି ସଙ୍ଗୀତ। କାରଣ ଏହା ଏକ ସଙ୍ଗୀତ ନୁହେଁ। ଏହା ଗୋଟିଏ ଜାତିର ଆତ୍ମାକୁ ଯୋଡୁ ଥିବା ସଙ୍ଗୀତଟିଏ। ଆଜି ସେହି କାନ୍ତ କବି ନାହାନ୍ତି ସତ, ହେଲେ ତାଙ୍କର ଏହି କାଳଜୟୀ କବିତା ପ୍ରତ୍ୟେକ ଓଡ଼ିଆ ହୃଦୟରେ ସ୍ଥାନ ପାଇଛି। ଡିସେମ୍ବର ୯ ତାରିଖ ୧୮୮୮ ମସିହାରେ ଭଦ୍ରକ ଜିଲ୍ଲାରେ କାନ୍ତକବି ଜନ୍ମ ଗ୍ରହଣ କରିଥିଲେ।ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତ କବିଙ୍କର ଜୟଗାନ ଏବେ ସବୁଠି। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ଜାତୀୟ ସଙ୍ଗୀତର ମାନ୍ୟତା ଦେଇ ରାଜ୍ୟ ସରକାର ଏହାର ଶ୍ରେଷ୍ଠତାକୁ ଆହୁରି ସମୃଦ୍ଧ କରିଛନ୍ତି ବୋଲି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ ଓଡ଼ିଶା ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ବନ୍ଦେ ଉତ୍କଳ ଜନନୀ। ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣାକୁ ପଛରେ ପକାଇ ଅନନ୍ୟ ସୃଷ୍ଟି ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଚିର ନମସ୍ୟ ବୋଲି ସେ ଟୁଇଟ କରି ସେ ବାର୍ତା ଦେଇଛନ୍ତି। କେବଳ ସେତିକି ନୁହେଁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ପ୍ରଣବ । କାନ୍ତକବି ତାଙ୍କ ଜୀବନରେ ଯେଉଁ ସଂଘର୍ଷ ,ଯେଉଁ ଦୁଃଖ ,ଯନ୍ତ୍ରଣା ଏବଂ ଇଂରେଜମାନଙ୍କ ସହ ଲଢ଼ିବାର କ୍ଷମତା ମଧ୍ୟରେ ସେ ଲେଖିଥିବା ଏହି କାଳଜୟୀ କବିତା ପାଇଁ ସେ ଚିର ନମସ୍ୟ ବିଜେଡି ସଂଗଠନ ସମ୍ପାଦକ କହିଛନ୍ତି ।
କାନ୍ତକବି ଲକ୍ଷ୍ମୀକାନ୍ତ ଚିର ନମସ୍ୟ : ପ୍ରଣବ…..
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ସବୁଜିଲ୍ଲା କରୋନା କବଳରେ।ଆଜି ରାଜ୍ୟରେ ୭୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଁଚିଛି। ସେଥିମଧ୍ୟରୁ ଏହାସହ ୧୧୨୯ଜଣ ଚିକିତ୍ସାଧୀନ,ଜଣ ୧୭୧୬ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ସଂଖ୍ୟା
• ବାଲେଶ୍ୱର- ୧୯୦ (୧୪୦ ସୁସ୍ଥ, ୪୯ ଚିକିତ୍ସାଧୀନ)
• କଟକ- ୧୭୨ (୮୪ ସୁସ୍ଥ, ୮୭ ଚିକିତ୍ସାଧୀନ)
• କେନ୍ଦ୍ରାପଡ଼ା- ୧୬୬ (୧୩୨ ସୁସ୍ଥ, ୩୪ ଚିକିତ୍ସାଧୀନ)
• ଭଦ୍ରକ- ୧୪୦ (୧୦୬ ସୁସ୍ଥ, ୩୪ ଚିକିତ୍ସାଧୀନ)
• ବଲାଙ୍ଗୀର- ୧୨୧ (୫୪ ସୁସ୍ଥ, ୬୭ ଚିକିତ୍ସାଧୀନ)
• ପୁରୀ- ୧୦୧ (୮୪ସୁସ୍ଥ, ୧୭ ଚିକିତ୍ସାଧୀନ)
• ସୁନ୍ଦରଗଡ଼- ୯୯ (୫୦ ସୁସ୍ଥ, ୪୯ ଚିକିତ୍ସାଧୀନ)
• ଜଗତସିଂହପୁର- ୮୯ (୪୯ ସୁସ୍ଥ, ୪୦ ଚିକିତ୍ସାଧୀନ)
• ନୟାଗଡ଼ – ୮୭ (୫୦ ସୁସ୍ଥ, ୩୭ ଚିକିତ୍ସାଧୀନ)
• ମୟୂରଭଞ୍ଜ- ୭୦ (୧୬ ସୁସ୍ଥ, ୫୪ ଚିକିତ୍ସାଧୀନ)
• ନୂଆପଡ଼ା- ୬୯ (୧୪ ସୁସ୍ଥ, ୫୫ ଚିକିତ୍ସାଧୀନ)
• ଗଜପତି- ୬୧ (୧୦ ସୁସ୍ଥ, ୫୧ ଚିକିତ୍ସାଧୀନ)
• ଢେଙ୍କାନାଳ- ୩୫ (୬ ସୁସ୍ଥ, ୨୯ ଚିକିତ୍ସାଧୀନ)
• ବୌଦ୍ଧ- ୩୪ (୩୩ ସୁସ୍ଥ, ୧ ଚିକିତ୍ସାଧୀନ)
• ଅନୁଗୋଳ- ୩୩ (୨୫ ସୁସ୍ଥ, ୮ ଚିକିତ୍ସାଧୀନ)
• ଦେବଗଡ଼- ୩୩ (୨୪ ସୁସ୍ଥ, ୯ ଚିକିତ୍ସାଧୀନ)
• କେନ୍ଦୁଝର- ୩୩ (୧୮ ସୁସ୍ଥ, ୧୫ ଚିକିତ୍ସାଧୀନ))
• ସୋନପୁର- ୨୯ (୭ ସୁସ୍ଥ, ୨୨ ଚିକିତ୍ସାଧୀନ)
• କଳାହାଣ୍ଡି- ୨୭ (୧୫ ସୁସ୍ଥ, ୧୨ ଚିକିତ୍ସାଧୀନ )
• କନ୍ଧମାଳ- ୨୫ (୧୩ ସୁସ୍ଥ, ୧୨ ଚିକିତ୍ସାଧୀନ)
• ମାଲକାନଗିରି-୨୧ (୧୯ ସୁସ୍ଥ, ୨ ଚିକତ୍ସାଧୀନ)
• ବରଗଡ଼- ୧୬ (୨ ସୁସ୍ଥ, ୧୪ ଚିକିତ୍ସାଧୀନ)
• କୋରାପୁଟ- ୧୬ (୭ ସୁସ୍ଥ, ୯ ଚିକିତ୍ସାଧୀନ)
• ସମ୍ବଲପୁର- ୧୬ (୮ ସୁସ୍ଥ, ୮ ଚିକିତ୍ସାଧୀନ)
• ଝାରସୁଗୁଡ଼ା- ୮ ( ୬ ସୁସ୍ଥ, ୨ ଚିକିତ୍ସାଧୀନ)
• ନବରଙ୍ଗପୁର- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ)
• ରାୟଗଡ଼ା-୨ (ସମସ୍ତେ ଚିକିତ୍ସାଧୀନ)
ବନ୍ଦେ ଉତ୍କଳ ଜନନୀ”କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା…..
ଭୁବନେଶ୍ୱର :ରାଜ୍ୟ କ୍ୟାବିନେଟରେ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଛି। ଏହି ସଙ୍ଗୀତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ।
ଏହାସହ ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର ,ଶୈଳୀ ତଥା ରେକର୍ଡିଂ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି।
ରାଜ୍ୟର ଅନେକ ଭାଷାପ୍ରେମୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ଦାବି କରିଆସୁଥିଲେ। ଏହି ଦାବିରେ ଆଜି ମୋହର ଲାଗିଛି। ରାଜ୍ୟ କ୍ୟାବିନେଟ ଏହାକୁ ଅନୁମୋଦନ ଦେଇଛି।ମେ ୩୦ ତାରିଖରେ ସାରା ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ସମାନ ଜଣାଇ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସେହି ସମୟରେ ଅନେକ ଲୋକ ସରକାରଙ୍କୁ ଏହି ସଙ୍ଗୀତକୁ କାହିଁକି ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଉନାହିଁ ବୋଲି ସମାଲୋଚନା ମଧ୍ୟ କରିଥିଲେ। ହେଲେ ସେ ସବୁରେ ଆଜି ବିରାମ ପଡିଛି। ଏହାସହ ଏବେ ସରକାରଙ୍କ ଏହି ପଦକ୍ଷେପ ପରେ ଚାରିଆଡେ ଖୁସିର ଲହରୀ ଖେଳିଯାଇଛି। ଖୋଦ ମୁଖ୍ୟମନ୍ତ୍ରୀ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ କରୋନାରେ ନବମ ମୃତ୍ୟୁ @ଆଜି ନୂଆ ୭୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଜି ଆଉ ଜଣଙ୍କର ଜୀବନ ଯାଇଛି।ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଏହାସହ
ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୬ଜିଲ୍ଲାରୁ ୭୫ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଁଚିଛି।
ସେମାନେ ଜଗତସିଂହପୁର -୨ ,ଖୋର୍ଦ୍ଧା – ୧୮,କୋରାପୁଟ-୨ଯାଜପୁର- ୭, କେନ୍ଦୁଝର -୧ ,ଗଞ୍ଜାମ-୧ ନୟାଗଡ଼-୪,କଟକ-୫, ଅନୁଗୁଳ – ୨, ଢେଙ୍କାନାଳ-୨,ବଲାଙ୍ଗୀର- ୫, ସୁନ୍ଦରଗଡ଼-୧୮ ,ପୁରୀ-୧ ,
ନୂଆପଡ଼ା-୧ ,ସୋନପୁର-୩
,କେନ୍ଦ୍ରାପଡା-୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ୭୩ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୨ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧,୧୨୯ଜଣ ଚିକିତ୍ସିତ ହେଉଥିବା ବେଳେ ୧,୭୧୬ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯ଜଣଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ସରକାରୀ ବସ୍.
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବ ସରକାରୀ ବସ।ସାଧାରଣ ଯାତ୍ରୀଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ନିଗମ ଏପରି ନିଷ୍ପତ୍ତି ନେଇଛି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ।ଏହି ବସ୍ଗୁଡ଼ିକ ଭୁବନେଶ୍ୱର ସମେତ ୨୨ଟି ସହରକୁ ଯୋଡ଼ିବ ।ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା।
କରୋନା ମହାମାରୀ ପାଇଁ ତିନି ମାସ ହେଲାଣି ରାଜ୍ୟର ସମସ୍ତ ବସ ସେବା ବନ୍ଦ ଅଛି। କିଛି ଦିନ ପୂର୍ବରୁ ଘରୋଇ ବସ ସେବା ଆରମ୍ଭ ହୋଇଛି। ହେଲେ ଅଳ୍ପ ସଂଖ୍ୟକ ଯାତ୍ରୀ ହେଉଥିବାରୁ ମାଲିକମାନେ ମଧ୍ୟ ଗାଡି ଚଳେଇବାକୁ ରାଜି ହେଉନାହାନ୍ତି।ଫଳରେ ଯାତ୍ରୀମାନେ ଗମନାଗମନରେ ଅନେକ ଅସୁବିଧା ପାଉଛନ୍ତି। ଯାତ୍ରୀମାନଙ୍କର ଏହି ସବୁ ଅସୁବିଧାକୁ ଦେଖି ରାଜ୍ୟ ସରକାର ଆସନ୍ତା କାଲିଠାରୁ ଓଏସ୍ଆରଟିସିର ବସ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨.୫ କୋଟି ଦେଲେ ସୁବ୍ରତୋ ବାଗଚି
ଭୁବନେଶ୍ୱର :ସୁବ୍ରତ ବାଗଚି। ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର । ରାଜ୍ୟରେ କରୋନା ମହାମାରୀ ଆରମ୍ଭ ହେଲା ପରେ ବେଶ ଚର୍ଚ୍ଚିତ ହେଲେ ସେ। ସବୁ ଦିନ ସନ୍ଧ୍ୟାରେ କରୋନାର ଟିକ ଖବର ଲୋକଙ୍କୁ ଜଣାନ୍ତି। ଆଉ କରୋନା ମହାମାରୀକୁ ନେଇ ଲୋକଙ୍କୁ ସଚେତନ କରାଇବାରେ ତାଙ୍କର ପ୍ରମୁଖ ଭୂମିକା। ଯେମିତି ଜଣେ ମଫସଲୀ ଲୋକ ମଧ୍ୟ ସଚେତନ ହୋଇପାରିବ। ସେଥିପାଇଁ ଅନେକ ଲୋକବାଣୀ କହି ଲୋକଙ୍କୁ ସେ ବୁଝାନ୍ତି। ହେଲେ କିଛି ଦିନ ହେବ ଟିଭି ସମ୍ନାରୁ ହଠାତ ଗାୟବ ହୋଇଗଲେ।ସେଥିପାଇଁ ବାଗଚି କୁଆଡେ ଗଲେ ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଲା। ଆଉ ଅନେକ ଲୋକ ମଧ୍ୟ ବିଭିନ୍ନ ଭଙ୍ଗୀରେ ତାଙ୍କୁ ସମାଲୋଚନା ମଧ୍ୟ କଲେ। ହେଲେ ସେ ଆଜି ପୁଣି ଧରେ ସାମ୍ନାକୁ ଆସିଛନ୍ତି। ହେଲେ ଏକ ଭିନ୍ନ ରୂପରେ। ସୁବ୍ରତ ବାଗଚି ଓ ତାଙ୍କ ପତ୍ନୀ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨.୫ କୋଟି ଟଙ୍କା ଦାନ କରୁଛନ୍ତି।ସେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଭେଟି ଏହି ଅର୍ଥ ଦେଇଛନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଆଜି ସବୁ ମହଲରୁ ପ୍ରଶଂସା ମିଳିଛ ।
ରାଜ୍ୟରେ ସୁସ୍ଥ ଆଉ ୧୨୩ କରୋନା ଆକ୍ରାନ୍ତ…..
ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ପଜିଟିଭ ।ସେମାନ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ର୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫, କେନ୍ଦ୍ରାପଡ଼ାରୁ ୪ଜଣ , ବାଲେଶ୍ବର, ଢ଼େଙ୍କାନାଳ, ନୟାଗଡ଼ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଅନୁଗୋଳ, ମୟୂରଭଞ୍ଜ, ସୁନ୍ଦରଗଡ଼ର ଜଣେ ଲେଖାଏଁ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହା ସହ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୦୪ରେ ପହଞ୍ଚିଲା ।
କୋଭିଡ଼୍-୧୯ ସଂକ୍ରମଣ ସୁଯୋଗରେ ଶ୍ରମ ଆଇନ ସଶୋଧନ ପ୍ରତିବାଦ
ଭୁବନେଶ୍ୱର : କୋଭିଡ଼ ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମକ ନିର୍ମାଣ ଶ୍ରମିକ ଜଙ୍ଗଲ ଶ୍ରମିକ କୃଷି ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ଦେହାଡ଼ି ଶ୍ରମିକ, ଘରୋଇ କାର୍ଯ୍ୟନିଯୁକ୍ତ ଶ୍ରମିକ, ଅଟୋ ଓ ଟ୍ୟାକ୍ସି ଡ୍ରାଇଭର ଦୀର୍ଘ ୩ ମାସଧରି ରୋଜଗାର ହରାଇଛନ୍ତି । ସେ ସମସ୍ତଙ୍କୁ ପ୍ରଥମେ ୧୦୦୦୦ ହଜାର ଓ ଅଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାସକୁ ଟ୭୫୦୦ ଦେବା ଦରକାର ।
ଆମ ଦେଶରେ୮ କୋଟି ପ୍ରବାସୀ ଶ୍ରମିକ ଓ ଓଡ଼ିଶା ରାଜ୍ୟରୁ ଅଧିକ ୩୦ ଲକ୍ଷ ପ୍ରବାସୀ ଶ୍ରମିଭ ରାଜ୍ୟ ବାହାରେ କାମ କରୁଛନ୍ତି । ପ୍ରାୟ ୩୦ ଲକ୍ଷ ପ୍ରବାସୀ ଶ୍ରମକ ରାଜ୍ୟ ବହାରେ କାମ କରୁଛନ୍ତି । ପ୍ରାୟ ୧୨ ଲକ୍ଷ ଲୋକ ରାଜ୍ୟ ସରକାରଙ୍କ ପୋର୍ଟାଲରେ ରେଜିଷ୍ଟିଭୁକ୍ତ କରିଥିଲେ ହେଁ ଏକ ଚତୁର୍ଥାଂଶ ଲୋକ ଏପର୍ଯ୍ୟନ୍ତ ରାଜ୍ୟ ସରକାର, ବିଭିନ୍ନ ଏନ୍.ଜି.ଓ ଓ କଂଗ୍ରେସ ଦଳ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହଯୋଗରେ ଓଡ଼ିଶା ଫେରି ପାରିଛନ୍ତି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହଯୋଗରେ ଓ କଂଗ୍ରେସ ଦଳ ସାହାଯ୍ୟରେ ଫେରିଥିବା ଲୋକଙ୍କର ସୂଚୀପତ୍ର ସଲଗ୍ନ କରାଗଲା । ସରକାରୀ ଅର୍ଥରେ ସମସ୍ତଙ୍କୁ ଓଡ଼ିଶା ଶିଘ୍ର ଫେରାଇ ଆଣିବା ଆବଶ୍ୟକ । ଯେଉଁମାନେ ନିଜ ଖର୍ଚ୍ଚରେ ଫେରିଛନ୍ତି ସେମାନଙ୍କର ପଇସା ସରକାର ଫେରନ୍ତ ଦେବା ଆବଶ୍ୟକ । ଯେଉଁମାନେ ନିଜ ଖର୍ଚ୍ଚରେ ଫେରିଛନ୍ତି ସେମାନଙ୍କର ପଇସା ସରକାର ଫେରସ୍ତ ଦେବା ଆବଶ୍ୟକ । କ୍ୱାଇଂଟାଇନ ସମୟରେ ଧାର୍ଯ୍ୟ ଖର୍ଚ୍ଚ ୨୦୦୦ ପ୍ରବାସୀ ଶ୍ରମିକଙ୍କୁ ନଦେଇ ଟ୍ରେନ ଖର୍ଚ୍ଚ ପାଇଁ କାଟି ଦେବାକୁ ଆମେ ଦୃଢ଼ ବିରୋଧ କରୁଛୁ । ସେହିପରି ଓଡ଼ିଶା ରାଜ୍ୟ ସରକାରଙ୍କ ଘୋଷଣା ବିଦେଶରୁ ଆସିଥିବା ଶ୍ରମକମାନଙ୍କୁ ଟ୧୫୦୦୦ ଦେବା ପାଇଁ ଘୋଷଣା କାର୍ଯ୍ୟକାରୀ କରାଯାଉ ।
ଘରକୁ ଫେରୁଥିବା ସମୟରେ ଟ୍ରେନ୍, ବସ ବା ଦୁର୍ଘଟଣାରେ ମୃତ୍ୟୁ ପ୍ରବାସୀ ଶ୍ରମିକ ମାନଙ୍କୁ ମଧ୍ୟ ଟ. ୫୦୦୦୦୦୦ ଟଙ୍କା ଦେବା ଦରକାର ଓ ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ଦରକାର । ରାଜ୍ୟ ବଜେଟ ନିଆଂଟିଆ ବଜେଟ ଥିବାବେଳେ ଟ. ୧୭୦୦୦ କୋଟି କେଉଁଠାରୁ ଆସିବ ଓ କଣ ପାଇଁ ଖର୍ଚ୍ଚ ହେବ ତାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ଏବଂ ରାଜ୍ୟର ମନରେଗା କାର୍ଯ୍ୟରେ ଶ୍ରମ ଦିବସ ହିସାବ ଦେଉଥିବାବେଳେ ଅଧିକ କାର୍ଯ୍ୟ କେବଳ ମେସିନ୍ରେ କରାଯାଉଛି ବୋଲି ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲାରେ ଅଭିଯୋଗ ହେଉଛି । ଯଦି ଓଡ଼ିଶା ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ହୋଇଛି ରାଜ୍ୟରେ ଏସ୍.ଡ଼ି.ପି ହାର ବଢ଼ିଛି ଓ ରୋଜଗାର ବଢ଼ିଛି ତେବେ ୩୦ ଲକ୍ଷ ଓଡ଼ିଶା କଣ ପାଇ ପ୍ରବାସୀ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି ।
କୋଭିଡ଼ ସଂକ୍ରମଣ ସମୟରେ କର୍ମଚାରୀମାନଙ୍କୁ ଛଟେଇ ନ କରିବା ଓ ସମସ୍ତ ଶ୍ରମିକମାନଙ୍କୁ ମଜୁରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଓଡ଼ିଶାରେ ଅଧିକାଂଶ ବେକାରୀ ସଂସ୍ଥା ମଜୁରୀ ନଦେବା ଓ ବିଶେଷଭାବେ ଡୁବୁରୀ ଶିଳ୍ପାଂଚଳରେ ନିଳାଚଳ, ମେସ୍କୋ, ମେଥାନ ଓ ଉସା କାରଖାନା ତଥା ବଡ଼ବିଲ କେନ୍ଦୁଝର ଅଂଚଳରେ ଅଧିକାଂଶ ଖରି କାର୍ଯ୍ୟ ଆରମ୍ଭ ନ ହେବାରୁ ହଜାର ହଜାର ଶ୍ରମିକ ରୋଜଗାର ବନ୍ଦ କାହିଁକି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରୀ ଉତର ଦେବା କଷ୍ଟସାଧ୍ୟ ।
କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ର ସରକାର ୪ଟି ଲେବର କୋର୍ଡ଼ ଲାଗୁକରିବା, ଉତର ପ୍ରଦେଶ, ଗୁଜୁରାଟ, ମଧ୍ୟ ପ୍ରଦେଶ ସମ୍ତ ଶ୍ରମ ଆଇନକୁ ୧୦୦୦ ପର୍ଯ୍ୟନ୍ତ ସସପେଣ୍ଡ କରିବା, ଓଡ଼ିଶା ରାଜ୍ୟ ସରକାର ୩୦୦ ଶ୍ରମିକ କାର୍ଯ୍ୟକରୁଥିବା କାରଖାନାର ମାଲିମାନେ ସରକାରଙ୍କ ବିନା ଅନୁମତିରେ ତାଲାବନ୍ଦ ଓ ଛଟେି କରିବାକୁ ଅଧିକାର ଦେବା ଓ ଦୈନିକ କାର୍ଯ୍ୟନିଘଂଟ ସମୟକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିବାକୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବିରୋଧ କରୁଛନ୍ତି ଓ ପ୍ରତ୍ୟାହାର ନ ହେଲେ ଭବିଷ୍ୟତରେ ଆନ୍ଦୋଳନାତ୍ମକ କାର୍ଯ୍ୟ ପାଇଁ ସତର୍କ କରି ଦିଆଯାଇଛି ।
୨୨ ଲକ୍ଷ ନିର୍ମାଣ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଟ ୧୫୦୦ ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସମସ୍ତଙ୍କୁ ମିଳି ନାହିଁ । ୭ ଲକ୍ଷ ଶ୍ରମିକ ଯେଉଁମାନଙ୍କର ରେନ୍ୟୁଆଲ ହୋଇନାହିଁ । ସେମାନଙ୍କୁ ବାଦ ଦିଆଯାଇ ଅନ୍ୟ ପକ୍ଷରେ ପଞ୍ଜାବ ରାଜ୍ୟ ସରକାର ଦୁଇ ଥରରେ ଟ. ୬୦୦୦ ଟଙ୍କା, ଦିଲ୍ଲୀ ରାଜ୍ୟ ସରକାର ୨ ଥର ଟ ୧୦୦୦୦, ହରିଆନା ଟ. ୯୦୦୦ ଟଙ୍କା, ଉତର ପ୍ରଦେଶ ଟ. ୩୦୦୦ ଓ ମହାରାଷ୍ଟ୍ର ସରକାର ଟ. ୨୦୦୦ ଟଙ୍କା ଦେଇଥିବାରୁ ଓଡ଼ିଶା ରାଜ୍ୟ ସରକାର ଦ୍ୱିତୀୟ କିସ୍ତିରେ ଟ. ୩୦୦୦ ଓ ବାଦ ପଡ଼ିଥିବା ୭ ଲକ୍ଷ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ଦେବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଦାବୀ କରାଯାଇଛି । ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟା ସ୍ଥାୟୀ ସମାଧାନ ପାଇଁ ଗୋଟିଏ ଆନ୍ତ ରାଜ୍ୟ ସହଯୋଗ ପରିଷଦ ଗଠନ କରିବା ପାଇଁ ଦାବୀ କରାଯାଇଛି ଏବଂ ଆନ୍ତ ରାଜ୍ୟ ପ୍ରବାସୀ ଶ୍ରମିକ ପାଇଁ ୧୯୭୯ କଡ଼ାକଡ଼ି ଭାବେ କାର୍ଯ୍ୟ କରାଯାଉ ।
ଆଧାର କାର୍ଡ଼ ଓ ରେସନ କାର୍ଡ଼ ନଥିବା ବ୍ୟକ୍ତିମାନଙ୍କୁ ମାଗଣା ରାସନ କାର୍ଡ଼ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଷ୍ପତି କରଥିଲେ ହେଁ ପ୍ରକୃତରେ ଏପର୍ଯ୍ୟନ୍ତ ରାସନ ମିଳିନାହିଁ । ଏଣୁ କାର୍ଡ଼ ନଥିବା ସମସ୍ତ ପ୍ରବାସୀ ଲୋକଙ୍କୁ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନା ଯୋଗାଇ ଦେବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଦାବୀ କରାଯାଉଛି । ଏହି ସମ୍ମିଳନୀରେ ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଶ୍ରୀ ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, ସଂଧ୍ୟା ମହାପାତ୍ର, ଧରଣୀଧର ସ୍ୱାଇଁ, ସତ୍ୟବ୍ରତ ନାୟକ, ପ୍ରଣତି ମିଶ୍ର, ଅକ୍ଷର ତ୍ରିପାଠୀ ଏବଂ ବୀଣାପାଣି ସାମଲ ଓ ପ୍ରଦିପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ନାନ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ପ୍ରଣବ
ଭୁବନେଶ୍ୱର : ପ୍ରବିତ୍ର ସାନ୍ନ ପୂର୍ଣ୍ଣିମା ଅବସରରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମହାପ୍ରଭୁଙ୍କ କୃପା ଓ ଆର୍ଶୀବାଦ ରୁ ସମସ୍ତ ଜୀବନ ସୁଖ ଓ ସମୃଦ୍ଧ ମୟ ହେଉ ବୋଲି ସେ କାମନା କରିଛନ୍ତି ।ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ରାଜ୍ୟ ବାସୀ ଙ୍କ ସୁଖ ଶାନ୍ତି କାମନା କରିବା ସହ କୋରନା ମହାମାରୀ ରୁ ଓଡ଼ିଶାରୁ ଦୂରେଇ ଯାଉ ବୋଲି ସେ ପ୍ରଥନା କରିଛନ୍ତି ।
ରାଜ୍ୟରେ ନୂଆ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ@୧୬୦୮…
ରାଜ୍ୟରେ ନୂଆ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ@୧୬୦୮
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୩୦ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଚିଛି।
ସେମାନେ ଖୋର୍ଦ୍ଧାରୁ ୨୨, କୋରାପୁଟରୁ ୬, ପୁରୀରୁ ୧, ରାୟଗଡ଼ାରୁ ୧, ଯାଜପୁରରୁ ୩, ଜଗତସିଂହପୁରରୁ ୧, ଗଜପତିରୁ ୭, ମୟୁରଭଞ୍ଜରୁ ୨୨, କଟକରୁ ୨୩ ,ଅନୁଗୁଳରୁ ୧, ବରଗଡ଼ରୁ ୩, ଢେଙ୍କାନାଳରୁ ୨, ବଲାଙ୍ଗିରରୁ ୩, ଭଦ୍ରକରୁ ୪, କେଉଁଝରରୁ ୨, କନ୍ଧମାଳରୁ ୩, କଳାହାଣ୍ଡିରୁ ୩,ଗଞ୍ଜାମରୁ ୧୨, ସୁନ୍ଦରଗଡ଼ରୁ ୭,ସୋନପୁରରୁ ୧, କେନ୍ଦ୍ରାପଡ଼ାରୁ ୨ ଜଣ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୨୪ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୬ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୧୧୭ଜଣ ଚିକିତ୍ସିତ ହେଉଥିବା ବେଳେ ୧୪୮୧ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି।














