ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଆଉ ଜଣେ ଆକ୍ରାନ୍ତଙ୍କର ରାଜ୍ୟରେ ମୃତ୍ୟୁ ହୋଇଛି।ସେସୋରିଆସିସ ରୋଗରେ ପୀଡିତ ଥିଲେ। ମୃତକ ଜଣଙ୍କ ୩୮ ବର୍ଷୀୟା ମହିଳା। ଏହାସହ ଆଜି ପୁଣି ୧୩୬ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ରେ ପହଁଚିଛି।
ସେମାନେ କେନ୍ଦୁଝର-୮, ଝାରସୁଗୁଡା-୪, ଖୋର୍ଦ୍ଧା-୧୭, ଢେଙ୍କାନାଳ-୩, କଟକ-୭, କେନ୍ଦ୍ରାପଡା-୧, ନୂଆପଡା-୨, ଗଜପତି-୭, କନ୍ଧମାଳ-୧୫, କଳାହାଣ୍ଡି-୨, ଗଞ୍ଜାମ-୩, ପୁରୀ-୩, ମୟୂରଭଞ୍ଜ-୯, ସମ୍ବଲପୁରରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୪ ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ,ଏନଡିଆରଏଫର ଓ ଅଗ୍ନିଶମ ବିଭାଗର ଅଛନ୍ତି । ସେମାନେ ସମସ୍ତେ ଆମ୍ପନ ସମୟରେ କୋଲକାତା ଯାଇଥିଲେ। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୨୭ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୯ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୦୯୨ଜଣ ଚିକିତ୍ସିତ ହେଉଥିବା ବେଳେ ୨୨୮୨ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ଆଜି ନୂଆ ୧୩୬ ଆକ୍ରାନ୍ତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୯,୯୯୬ ଜଣ ନୂଆ କରୋନା ଆକ୍ରାନ୍ତ:ମୃତ ୩୫୭
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୨ ଲକ୍ଷ ୮୬ ହଜାର ୫୭୯ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୮ ହଜାର ୧୦୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୪୧ ହଜାର ୦୨୯ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧ ଲକ୍ଷ ୩୭ ହଜାର ୪୪୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୯,୯୯୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୫୭ ଜଣ ପ୍ରାଣ ହରାଇଛନ୍ତି ।
ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୩,୪୩୮, ଗୁଜୁରାଟ ୧୩୪୭, ଦିଲ୍ଲୀ ୯୮୪, ମଧ୍ୟପ୍ରଦେଶ ୪୨୭, ପଶ୍ଚିମବଙ୍ଗ ୪୩୨, ତାମିଲନାଡୁ ୩୨୬, ଉତ୍ତରପ୍ରଦେଶରେ ୩୨୧ ଲୋକଙ୍କର ମୃତ୍ୟୁ ହୋଇଛି।
ସେବାୟତ ପିନ୍ଧିବେ ମାସ୍କ, ପାଇବେ ୫ହଜାର ସହାୟତା : କ୍ରିଷନ କୁମାର.
ଭୁବନେଶ୍ୱର : ପାଖେଇ ଆସୁଛି ରଥଯାତ୍ରା l ରଥଯାତ୍ରା ପାଇଁ ସବୁ ପ୍ରକାର ପ୍ରସ୍ତୁତ ଜୋରଦାର ଚାଲିଛି l ଏଥର ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରଶାସନର କର୍ମକର୍ତ୍ତା ଓ ପୁରୀବାସୀଙ୍କୁ ମୁଖ୍ୟ ପ୍ରଶାସନ ଧନ୍ୟବାଦ ଦେଇଛନ୍ତି । ଏହାସହ ସେବାୟତ ପାଇଁ ସହାୟତା ଘୋଷଣା କରିଛନ୍ତି l ଶ୍ରୀମନ୍ଦିର ସେବାୟତମାନେ ଖୁବ୍ଶୀଘ୍ର ଦ୍ୱିତୀୟକିସ୍ତିର ସହାୟତା ପାଇବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । କରୋନା ପରିପ୍ରେକ୍ଷୀରେ ସେବାୟତମାନଙ୍କୁ ସହାୟତା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ମଧ୍ୟ ଅନୁରୂପ ପରିମାଣ ସହାୟତା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି । ସେବକମାନଙ୍କ ମଙ୍ଗଳ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ଡକ୍ଟର କୁମାର ଏହି ସୂଚନା ଦେବା ସହିତ କରୋନା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ସେବକଙ୍କ ପାଉଣା ଉପରେ ଏହାର ଗୁରୁତର ପ୍ରଭାବ ପଡୁଥିବା କହିଛନ୍ତି । ଏହା କିଭଳି ପୂରଣ କରାଯାଇ ପାରିବ ଆଜି ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି । ଯେଉଁ ସେବକମାନେ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ ହୋଇନାହାନ୍ତି ତୁରନ୍ତ ସେମାନଙ୍କ ନାମ ବୀମା ତାଲିକାରେ ଦରଜ ପାଇଁ ନିଷ୍ପତ୍ତି ହୋଇଛି । ଦଇତାପତି ନିଯୋଗ ସହିତ ଯେଉଁସବୁ ନିଯୋଗ ଗୁଡିକ ମନ୍ଦିର ଭିତରେ ସେବା କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସେବକମାନଙ୍କୁ ପ୍ରାୟ ୫ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ସହାୟତାରେ ଅଥବା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଭାବେ ଏହି ମାସ୍କ ପ୍ରସ୍ତୁତ କରିବ । ଦୁଇଦିନ ଭିତରେ ଏହାର ଡିଜାଇନ୍ ଚୂଡାନ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ସେମାନଙ୍କ ପରିବାର କିଭଳି ପାଉଣା ପାଇବେ ତାହା ଉପରେ ଆସନ୍ତା ରବିବାର ଦିନ ଆଲୋଚନା କରାଯିବ । ଏଥି ସହିତ ରଥଖଳାରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବାବେଳେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଭାବେ ନିର୍ମାଣ ହେଉଥିବା ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି ।
ରଥଯାତ୍ରା ନେଇ ସନ୍ଦେହ ପ୍ରକାଶ କଲା ବିଜେପି…
ଭୁବନେଶ୍ୱର : ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛ ବିଜେପି ।ସ୍ନାନ ଯାତ୍ରା ସରିବା ପରେ ରଥଯାତ୍ରା ଆଉ ୧୦ ଦିନ ରହିଲା ,ତେବେ ରଥଯାତ୍ରା ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ରାଜ୍ୟ ସରକାର ରଥଯାତ୍ରା କୁ ନେଇ କୈଣସି ସ୍ପଷ୍ଟ ଚିତ୍ର ଦେଉନାହାନ୍ତି ।ଏହା ସତାବ୍ଦିର ପରମ୍ପରା କେନ୍ଦ୍ର କୁ ରଥ ନିର୍ମାଣ ପାଇଁ ଅନୁମତି ମାଗିଥିଲା ରାଜ୍ୟ ।୨୪ ଘଣ୍ଟା ନପୂଣୁ ଅନୁମତି ମିଳିଲା । ପ୍ରୟୋଜିତ ଭାବରେ ରାଜ୍ୟ ସରକାର ଏକ ପିଆଇଏଲ ଫାଇଲ କଲେ ହେଲେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବବେଗ କୁ ଦେଖି ରଥଯାତ୍ରା ନିଷ୍ପତ୍ତି ନେବା ପାଇଁ ଉଛନ୍ୟାୟଳୟ ରାଜ୍ୟ ସରକାରଙ୍କୁ କହିଲେ । ସ୍ନାନ ଯାତ୍ରା ପୂର୍ବରୁ ସମୀକ୍ଷା କରିବା କଥା ହେଲେ ସମୀକ୍ଷା ଏଯାବତ କଲେ ନାହିଁ ।ବିଭିନ୍ନ ରାଜ୍ୟରେ ମନ୍ଦିର ଖୋଲା ରହିଛି ।ଏଠି କାହିଁକି ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଚେଷ୍ଟା କରୁନାହାନ୍ତି ।ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା ।ଏସବୁ କାର୍ଯ୍ୟ ମଧ୍ୟ ସାମାଜିକ ଦୂରତା ରଖି କରାଯାଇପାଇରିବ ।ରାଜ୍ୟ ସରକାର ସ୍ପଟ କରନ୍ତୁ ରଥଯାତ୍ରା ହେବ କି ନାହିଁ ।ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…..
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୧୦ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଚିଛି।
ସେମାନେ ଜଗତସିଂହପୁରରୁ ସର୍ବାଧିକ ୩୩, ରାୟଗଡା-୪, କଟକ-୨୦, ଝାରସୁଗୁଡା-୧, ଖୋର୍ଦ୍ଧା-୧୪, ନୟାଗଡ-୪, ବରଗଡ-୨, ଭଦ୍ରକ-୧, କଳାହାଣ୍ଡି-୪, ଗଜପତି-୧୧, ପୁରୀ-୭, ବଲାଙ୍ଗୀର-୧, କେନ୍ଦ୍ରାପଡା-୧, ମୟୂରଭଞ୍ଜ-୪, କୋରାପୁଟ-୧, କେନ୍ଦୁଝର-୧, ବୌଦ୍ଧରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୯୭ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୩ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୨୧୩୩ଜଣ ଚିକିତ୍ସିତ ହେଉଥିବା ବେଳେ ୨୧୩୩ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି।
ଦେଶରେ ୨୪ ଘଣ୍ଟାରେ ୯୯୮୫ ଜଣ ନୂଆ କରୋନା ଆକ୍ରାନ୍ତ:ମୃତ ୨୭୯
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୨ ଲକ୍ଷ ୭୬ ହଜାର ୫୮୩ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୭,୭୪୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି୧,୩୫,୨୦୬ ୨୧୫ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧,୩୩,୬୩୨ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୯୯୮୫ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୭୯ ଜଣ ପ୍ରାଣ ହରାଇଛନ୍ତି ।
ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୩୧୬୯, ଗୁଜରାଟରେ ୧୨୮୦ ଆକ୍ରାନ୍ତଙ୍କ ମୃତ୍ୟୁ, ମଧ୍ୟ ପ୍ରଦେଶରେ ୪୧୪, ଦିଲ୍ଲୀରେ ୮୭୪, ରାଜସ୍ଥାନରେ ୨୪୬ ଲୋକଙ୍କର ମୃତ୍ୟୁ ହୋଇଛି।ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩୨୮୯, ଗୁଜରାଟରେ ୧୩୧୩, ମଧ୍ୟ ପ୍ରଦେଶରେ ୪୨୦, ଦିଲ୍ଲୀରେ ୯୦୫, ରାଜସ୍ଥାନରେ ୨୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ଅର୍ଥନୀତି ହେବ ଗତିଶୀଳ : ସଞ୍ଜୟ ଦାସବର୍ମା
ଭୁବନେଶ୍ୱର :ରାଜ୍ୟ ଅର୍ଥନୀତି ହେବ ଗତିଶୀଳ l ଏନେଇ ଲମ୍ବା ଖସଡ଼ା ପ୍ରସ୍ତୁତ କରିଛି ଯୋଜନା ବୋର୍ଡ l ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମାଙ୍କ ଏହା କହିଛନ୍ତି l ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆଯାଇଛି ! କୋରନା ଯୋଗୁଁ ରାଜ୍ୟର ସମସ୍ୟା ଓ ଆହ୍ୱାନ ବଦଳି ଯାଇଛି ! ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ଲାଗି ବିଭିନ୍ନ ବିଭାଗ ଯୋଜନା ପ୍ରସ୍ତୁତ କରୁଛନ୍ତି ! ସବୁ ବିଭାଗ ମିଶାଇ କିପରି ସମନ୍ୱିତ ଯୋଜନା ପ୍ରସ୍ତୁତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି ! ସବୁ ବିଭାଗ ଅଧିକାରୀଙ୍କୁ କୁହାଯାଇଛି 7 ଦିନ ଭିତରେ ସେମାନଙ୍କ ପ୍ରସ୍ତାଵ ଦେବାକୁ ! ପୂର୍ବରୁ ଯେଉଁମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ତାଙ୍କ ପରାମର୍ଶ ନିଆଯିବ ! 7 ଦିନ ମଧ୍ୟରେ ସମସ୍ତ ବିଭାଗର ରିପୋର୍ଟ ଆସିବା ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜକୁ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଆଯିବ ! କିପରି ଆର୍ଥିକ ଅବସ୍ଥା ସୁଦୃଢ ହେବ ସେ ନେଇ ପ୍ରସ୍ତାଵ ଆସିବା ପରେ ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ! ବିଭିନ୍ନ ବିଭାଗରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି ! ଏହି ମିଟିଂରେ ଉନ୍ନୟନ କମିଶନରଙ୍କ ସହିତ 13 ଟି ବିଭାଗର ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ !
କାଳିଆ ସେବକଙ୍କୁ ହୋମିଓପାଥି…..
ପୁରୀ : ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାନଟ କରିଛନ୍ତି । ଏଥିରେ କ୍ଷେତ୍ରୀୟ ହୋମିଓପାଥିକ ଅନୁସନ୍ଧାନ ସଂସ୍ଥାନ ପୁରୀଙ୍କ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବାବେଳେ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ଭଳି ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହି କୋଭିଡ-୧୯ ରୋଗର ପ୍ରତିକାର ପାଇଁ ଦଇତାପତି ସେବକମାନଙ୍କୁ ସଚେତନ କରାଇବା ସହ ଶକ୍ତିବର୍ଦ୍ଧକ ହୋମିଓପାଥି ଔଷଧ ଦେଇଛନ୍ତି । ୫୯ଜଣ ଦଇତାପତି ପରିବାକୁ ହୋମିଓପାଥିକ ଔଷଧ ବିତରଣ କରାଯାଇଛି । ଏଥି ସହିତ ରଥଖଳାରେ କାର୍ଯ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ ମୋଟ୍ ୧୬୫ଜଣଙ୍କୁ ହୋମିଓପାଥିର ଶକ୍ତିବର୍ଦ୍ଧକ ଔଷଧ ଦିଆଯାଇଛି । ଆସନ୍ତା କାଲି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବା ସହିତ ହୋମିଓପାଥିକ ଔଷଧ ପ୍ରଦାନ କରାଯିବ । ପୂର୍ବରୁ ପ୍ରଶାସନ ପକ୍ଷରୁ ସେବାୟତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ସବୁ କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ଦିନ ରାତି ଏକ କରି କାମ କରୁଛନ୍ତି l
କାଳିଆ ସେବାରେ ଲାଗିଛନ୍ତି ସେବକ : ଘୋଷଯାତ୍ରା ଆଉ ଦୁଇ ସପ୍ତାହ…
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ ଦୁଇ ସପ୍ତାହ ବାକି ରହିଲା l ରଥଯାତ୍ରା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର l ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏ ସଭିଏଁ ଘୋଷଯାତ୍ରା ପାଇଁ ଲାଗିପଡିଛନ୍ତି l ଭକ୍ତ ବି ଅପେକ୍ଷା କରି ରହିଛି ସେହି ସମୟକୁ ଯେତେବେଳେ ଜଗତର ନାଥ ଜଗନ୍ନାଥ ରଥରେ ବିଜେ କରିବେ ଓ ରଥରେ ବଡ ଠାକୁରଙ୍କୁ ଦର୍ଶନ କରି ପୂର୍ଣ୍ଣଲାଭ କରିବ ଭକ୍ତ l ଲୀଳାମୟ ଠାକୁରଙ୍କ ଭିନ୍ନ ଭିନ୍ନ ସେବାରେ ନିୟୋଜିତ ଥାନ୍ତି ସେବକ । ସେଥିରୁ ସୁନା ଗୋସେଇଁ ସେବା ଖୁବ୍ ଭିନ୍ନ । ବର୍ଷ ତମାମ ସେବା ଭିତରୁ ଅଣସର ସେବାରେ ସୁନା ଗୋସେଇଁ ଶ୍ରୀଜୀଉଙ୍କ ନିମନେ୍ତ ଯୋଗାଇଥାନ୍ତି ପଥି, ଅଣସର ମଇଲମ ଓ ଗଭାମାଳ । ଜଗତର ନାଥ ତଥା ସୁନା ଠାକୁରଙ୍କ ସୁନା ଗୋସେଇଁ ସେବା ଖୁବ୍ ଅନ୍ୟନ୍ୟ । ଛତିଶା ନିଯୋଗର ବିଭିନ୍ନ ସେବକ ସମ୍ପ୍ରଦାୟଙ୍କ କଣ୍ର୍ଣ ଗୁରୁଭାବେ ପରିଚିତ ସୁନା ଗୋସେଇଁ । ୭ ବିର୍ଯ୍ୟମନ୍ତ୍ରକୁ ନେବା ପରେ ଶାଢୀ ପିନ୍ଧିବାକୁ ଯୋଗ୍ୟ ହୁଅନ୍ତି ଏହି ସେବାୟତ । ଭିତର ଚନ୍ଦନ, ବାହାର ଚନ୍ଦନରେ ବିଭିନ୍ନ ନୀତି ସହ ଅଁଳଅା ବେଢାରେ ଚିତା, ବାମନ ଜନ୍ମ ଭଳି ମହାପ୍ରଭୁଙ୍କ ଅନେକ ନୀତିରେ ଗେରୁ କୁଶ ଯୋଗାଇବା ଭଳି ସେବା ରହିଥାଏ ସୁନା ଗୋସେଇଁଙ୍କ । ଏହାସହ ପହଣ୍ଡିରେ ଡୋର ଧରିବା, ଚାପରେ ଚାମର ଅାଲଟ ଓ ସିଂହାସନ ମାଜଣା ଭଳି ବର୍ଷସାରା ବହୁ ଗୁରୁତ୍ୱପୂଣ୍ର୍ଣ ସେବା ନିର୍ବାହ କରିଥିାନ୍ତି ଏମାନେ ।
ରଥଖଳାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ତିନିରଥରେ ନାହାକା ବାନେ୍ଧଣି ପାଇଁ ତଳ କଇଁଚି ରଥର ଦକ୍ଷିଣ ପାଶ୍ୱର୍ରେ ଫିଟିଙ୍ଗ କରାଯାଇଥିଲା । ବାମପାଶ୍ୱର୍ କଇଁଚି ଗତକାଲି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି । ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି । ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ । ଆଜି ଉକ୍ତ ଚାରପରିଛା ରଥରେ ବାଡିଆ ହୋଇଛି । ରୂପକାର ସେବକମାନେ ଚାରପରିଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି । ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇଛନ୍ତି । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ଠାରେ ପାଶ୍ୱର୍ ଦେବାଦେବୀ ଇତ୍ୟାଦିଙ୍କର ରଙ୍ଗକାର୍ଯ୍ୟ ଚିତ୍ରକର ସେବକମାନେ କରୁଛନ୍ତି ।
ସେହିପରି କଳାଠାକୁରଙ୍କ ସ୍ନାନଯାତ୍ରା ପାଇଁ ସୁନା କୁଅାରୁ ଅଧିବାସ ଗୃହକୁ ଜଳ ବିଜେ କରାନ୍ତି ସୁନା ଗୋସେଇଁ । ୧୫ ଦିନ ଅଣସର ସମୟରେ ଦ୍ୱାର ବନ୍ଦ କରି ଗୁପ୍ତ ପ୍ରଣାଳୀରେ ୮ ଓଲି ଧୁଅା ମୁଗ, ନଡିଅା ଚିନିରେ ଗୁପ୍ତ ଭୋଗ, ଅଣସର ମଇଲମ ଓ ଶୁଗନ୍ଧରାଜ ଫୁଲରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତତ କରିଥାନ୍ତି ୪ଟି ଗଭାମାଳ । ଅଣସର ମଇଲମକୁ ଅନବସର ସମୟରେ ଚତୁଦ୍ର୍ଧାମୁରତୀ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ଅଣସର ଘରେ ସେବକଙ୍କ ଦ୍ୱାରା ସେବା ପାଇ ଉପଶମରୁ ବ୍ୟାଧି ପାଇଥାନ୍ତି ମହାପ୍ରଭୁ ।
କର୍ତ୍ତବ୍ୟ ଆଗରେ ହାର ମାନିଲା କରୋନା…..
ଦେବଗଡ଼— କର୍ତ୍ତବ୍ୟ ଆଗରେ ହାର ମାନିଲା କରୋନା l ଏପରି ଏକ ଖବର ଆସିଛି ଦେବଗଡ଼ ଜିଲାରୁ l ଗତ ୨୫ ତାରିଖ ଦିନ ତିଳେଇବଣି ବ୍ଳକ ସଡୋ ସଂଘରୋଧ କେନ୍ଦ୍ର ଦାଇତ୍ୱ ରେ ଥିବା ଜଣେ ଆଶା କର୍ମି ଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପଜିଟିଭ ଚିହ୍ନଟ ପରେ ଆଶା କର୍ମୀ ସୁବାସିନୀ ଦେହୁରୀ ଙ୍କୁ ତୁରନ୍ତ ଦେବଗଡ଼ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଆଶା କର୍ମୀ ସୁବାସିନୀ ଙ୍କ ଦେହ ସୁସ୍ଥ ହେବାରୁ ତାଙ୍କୁ ଆଜି କୋଭିଡ ଡାକ୍ତର ଖାନା ରୁ ଡ଼ିସଚାର୍ଜ କରାଯାଇଛି । ଡ଼ିସଚାର୍ଜ ପରେ କୋଭିଡ ଡାକ୍ତର ଖାନା ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶାକର୍ମୀ ଶ୍ରୀମତୀ ଦେହୁରୀ ଙ୍କୁ ସମ୍ଭରଧନା ଦିଆଯାଇଥିଲା ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଶ୍ରୀମତୀ ଦେହୁରୀ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କ ଘରକୁ ବିଦାୟ ଦେଇଥିଲେ ।ସ୍ୱାଗତ ସମ୍ବର୍ଦ୍ଧନା ସମୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ କୋଭିଡ ଡାକ୍ତର ଖାନା ର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।














