ରାଜ୍ୟରେ ୩୦୦୦ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା…..

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୪୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଁଚିଛି।
ସେମାନେ ଖୋର୍ଦ୍ଧା-୧୯,ଗଞ୍ଜାମ-୧୮,ଜଗତସିଂହପୁର-୮, କଟକ-୨, କେନ୍ଦୁଝର-୨, ମାଲକାନଗିରି-୧, ନୟାଗଡ-୩, ଯାଜପୁର-୧, ମୟୂରଭଞ୍ଜ-୩, ଢେଙ୍କାନାଳ-୧, କଳାହାଣ୍ଡି-୨, କନ୍ଧମାଳ-୨, ଦେବଗଡ-୫,ବଲାଙ୍ଗୀର-୧, ସୁନ୍ଦରଗଡ-୭, କେନ୍ଦ୍ରାପଡା-୨, ବାଲେଶ୍ୱର-୭ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୧ ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫର । ସେମାନେ ସମସ୍ତେ ଆମ୍ପନ ସମୟରେ କୋଲକାତା ଯାଇଥିଲେ। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୨୭ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୯ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୧୩୬ଜଣ ଚିକିତ୍ସିତ ହେଉଥିବା ବେଳେ ୧୯୯୩ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗଫିଟା ନୀତି….

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦେହ ଖରାପ ।ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳ ଗାଧେଇଲା ପରେ ମହାପ୍ରଭୁଙ୍କୁ ଜ୍ଜ୍ୱର ହୋଇଛି। ସେଥିପାଇଁ ତ ସେ ଏବେ ଅନସରରେ । ଆଜି କି ପାଞ୍ଚ ଦିନ ହୋଇଗଲାଣି।
ଜଗତର ନାଥ ଜଗନ୍ନାଥଙ୍କ ଜ୍ଜ୍ଵର ଉପସମ ପାଇଁ ଲାଗିପଡିଛନ୍ତି ସେବାୟତମାନେ । ଅଣସର ଘରେ ଠାକୁରଙ୍କର ଚାଲିଛି ଗୁପ୍ତ ନୀତି।ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗଫିଟା ନୀତି କରାଯିବ। ଯାହାକୁ କି ଦଇତାପତି ସେବାୟତ ନୀତି ସମ୍ପାଦନ କରିବେ । ଏହାସହ ଆସନ୍ତା କାଲି ଫୁଲୁରି ତେଲ ଲାଗି ନୀତି କରାଯିବ। ଅନ୍ୟପଟେ ରଥଯାତ୍ରା ଆଉ ଅଳ୍ପ ଦିନ ଥିବାରୁ ରଥ ଖଳା ବେଶ ଚଳଚଞ୍ଚଳ ହୋଇଉଠିଛି।ତିନି ରଥର ମ୍ରୁଖ୍ୟ ବିଶ୍ୱକର୍ମା ମହାରଣା ସେବକ ମହାରଣା ସାଥିଙ୍କୁ ନେଇ କାମ ଜୋରସୋରରେ ଜାରି ରଖିଛନ୍ତି । ରୂପକାର ସେବାକମାନେ ବି ସେମାନଙ୍କ କାମ ଜାରି ରଖିଛନ୍ତି । ଏହାସହ କୁମ୍ଭାରମାନେ ଦୋଳବେଦି ନିକଟରେ ଶାଳରେ ଓଝା ସେବକମାନେ ଜୋକିଆ କଣ୍ଟା ତିଆରି କାମ ଜାରି ରଖିଛନ୍ତି ।ହେଲେ କରୋନା କଟକଣା ମଧ୍ୟରେ ରଥଯାତ୍ରାରେ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା ହେବାର ଆଶଙ୍କା ମଧ୍ୟ ରହିଛି।

ଦେଶରେ ୨୪ ଘଣ୍ଟାରେ ୯୯୮୭ ଜଣ ନୂଆ କରୋନା ଆକ୍ରାନ୍ତ:ମୃତ ୨୬୬

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୨ ଲକ୍ଷ ୬୬ ହଜାର ୫୯୮ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୭ ହଜାର ୪୬୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୨୯ ହଜାର ୨୧୫ ଜଣ ଲୋକ ସୁସ୍ଥ ହେଲେଣି।ଏବେ ଲକ୍ଷ ୨୯ ହଜାର ୯୧୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୯୯୮୭ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୬ ଜଣ ପ୍ରାଣ ହରାଇଛନ୍ତି ।
ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୩୧୬୯, ଗୁଜରାଟରେ ୧୨୮୦ ଆକ୍ରାନ୍ତଙ୍କ ମୃତ୍ୟୁ, ମଧ୍ୟ ପ୍ରଦେଶରେ ୪୧୪, ଦିଲ୍ଲୀରେ ୮୭୪, ରାଜସ୍ଥାନରେ ୨୪୬ ଲୋକଙ୍କର ମୃତ୍ୟୁ ହୋଇଛି।

ବିଶ୍ୱରେ ୪ ଲକ୍ଷ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୬୧୪ରେ ପହଂଚିଛି।ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୯୩ ହଜାର ୪୭୬ ଛୁଇଁଛି।ଏହାସହ ୩୫ ଲକ୍ଷ ୩୫ ହଜାର ୫୫୪ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆମେରିକାରେ ସର୍ବାଧିକ ୧ ଲକ୍ଷ ୧୩ ହଜାର ୫୫ ଜଣଙ୍କ ମୃତ୍ୟୁ ହୋଇଛି। ଠିକ ସେହିପରି ବ୍ରାଜିଲରେ ୭ ଲକ୍ଷ ୧୦ ହଜାର ୮୮୭ ଆକ୍ରାନ୍ତ ହୋଇଥିବା ବେଳେ ୩୭,୩୧୨ଜଣଙ୍କର ଜୀବନ ଗଲାଣ।ରୁଷିଆରେ ୪ ଲକ୍ଷ ୭୬ ହଜାର ୬୫୮ ଆକ୍ରାନ୍ତ, ୫ ହଜାର ୯୭୧,ସ୍ପେନରେ ୨ ଲକ୍ଷ ୮୮ ହଜାର ୭୯୭ ଆକ୍ରାନ୍ତ, ୨୭ ହଜାର ୧୩୬ ମୃତ, ଇଟାଲୀରେ ୨ ଲକ୍ଷ ୩୫ ହଜାର ୨୭୮ ଆକ୍ରାନ୍ତ ଥିବାବେଳେ ୩୩ ହଜାର ୯୬୪ ମୃତ୍ୟୁ ହୋଇଛି।

ପରଲୋକରେ ଅର୍ଜୁନ ସେଠୀ : ବିଜେଡିର ଶୋକ…

ଭଦ୍ରକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ମୃତ୍ୟୁ ହୋଇଛି।ସଂଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ଭଦ୍ରକ ଲୋକସଭା ଆସନରୁ ୮ ଥର ସାଂସଦ ନିର୍ବାଚିତ ହୋଇଥିଲେ ।ଏହାସହ ଜିଲ୍ଲାର ଜଣେ ଲୋକପ୍ରିୟ ନେତା ରହି ଆସିଥିବା ସ୍ବର୍ଗତଃ ସେଠୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୮ ଥର ସାଂସଦ ନିର୍ବାଚିତ ହେବା ସହ ୨ ଥର ବିଧାୟକ ମଧ୍ୟ ରହିଥିଲେ ସ୍ବର୍ଗତଃ ସେଠୀ | ସେ ଭଣ୍ଡାରିପୋଖରୀ ଆସନରୁ ୨ ଥର ବିଧାୟକ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଜଳସମ୍ପଦ ମନ୍ତ୍ରୀ ଥିଲେ | ବିଜେଡିରେ ଥିବାବେଳେ ଅର୍ଜୁନ ସେଠି ଦଳର ବହୁ ଦାୟିତ୍ୱ ନିଭାଇ ଥିଲେ l  ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ଷିୟାନ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଭଦ୍ରକ ନିର୍ବାଚନ ମଣ୍ଡଳୀର ସାଂସଦ ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି l ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଅର୍ଜୁନ ସେଠୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି l  ଭଦ୍ରକ ଜିଲ୍ଲା ନୁହେଁ ଓଡିଶା  ଜଣେ ରାଜନେତାଙ୍କୁ ଟାଣୁଆ  ହରାଇଲା ବୋଲି ପ୍ରଣବ କହିଛନ୍ତି l ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି l

ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ….

0

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ପଜିଟିଭ ।ସେମାନେ ଯାଜପୁରର ୧୬,ଖୋର୍ଦ୍ଧା-୧୩,କେନ୍ଦ୍ରାପଡ଼ା- ୧୧,ଗଞ୍ଜାମ- ୯,ଦେବଗଡ଼-୮,କଟକ-୯,ଜଗତସିଂହପୁର- ୭,ବାଲେଶ୍ବର- ୬,ବରଗଡ଼-୬,ବଲାଙ୍ଗିର- ୬,କେନ୍ଦୁଝର-୪,ନୟାଗଡ଼-୩,କୋରାପୁଟ-୧,ସମ୍ବଲପୁର-୧,ସୁନ୍ଦରଗଡ଼- ୧ ଲେଖାଏଁ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହା ସହ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୯୩କୁ ପହଞ୍ଚିଲା ।

ସ୍କୁଲ ଛୁଟି ପୂର୍ବରୁ ଛାତ୍ର ଛାତ୍ରୀ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’….

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ଗତକାଲି ରାଜ୍ୟ ସଂଗୀତ ମାନ୍ୟତା ମିଳିଛି।ଏବେ ଏହାକୁ ପାଠ୍ୟ ପୁସ୍ତକରେ ମଧ୍ୟ ସାମିଲ କରାଯିବ। ହେଲେ ଏହି ବର୍ଷ ସାମିଲ କରାଯିବ ଯିବ ନା ନାଇଁ ସେଥିପାଇଁ ବିଭାଗ ବିଚାର ବିମର୍ଷ କରୁଛି ।ଏହାସହ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ମନ୍ତ୍ରୀ ସମୀର ଦାଶ କହିଛନ୍ତି , ଚଳିତ ବର୍ଷ ବହି ବଣ୍ଟା ସରିଛି ।ସଙ୍ଗୀତର ପୂର୍ଣାଙ୍ଗ ରୂପ ରେଖ ଆସିଲା ପରେ ବିଭାଗ ଏ ନେଇ ପଦକ୍ଷେପ ନେବ। ଯେହେତୁ ଏବେ ସବୁ ପିଲାଙ୍କ ପାଖକୁ ବହି ପହଂଚା ସରିଛି , ଆଉ ପାଠ୍ୟ ପୁସ୍ତକରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରାଯାଇ ପାରିବନି।ତେଣୁ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ଦେବାର ବ୍ୟବସ୍ଥା କରାଯିବ ।ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।ଏହାସହ ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ। ଏବେ ବି କିଛି ସ୍କୁଲ ରେ ଗାନ କରାଯାଉଛି। ଆସନ୍ତା ବର୍ଷ ପାଠ୍ୟକ୍ରମ ରେ ସ୍ଥାନ ପାଇବ। ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ ଏହା କରିବ ସେ ଅନୁସାରେ ପାଠ୍ୟକ୍ରମ ରେ ସାମିଲ ହେବ। ସଙ୍ଗିତ ରହିବ ଓ କାନ୍ତକବିଙ୍କ ସଂପର୍କରେ ମଧ୍ୟ ବହିରେ ସ୍ଥାନ ପାଇବ। ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ବିଭିନ୍ନ ମହଲରୁ ଶିକ୍ଷା ବିଭାଗକୁ ପ୍ରଶଂସା କରାଯାଉଛି।

ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ଜଣ ମୃତ..

ଢେ଼ଙ୍କାନାଳ : ଆଜି ସକାଳୁ କାମାକ୍ଷାନଗର ପାଇଲଟ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଦୁଇ ୨ ପାଇଲଟ ଥିଲେ। ଦୁର୍ଘଟଣା ପରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି ।

ଦେଶରେ ଅଢେଇ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା

0

ଦେଶରେ ଅଢେଇ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୨,୫୬,୬୧୧ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୭୧୫୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧,୨୪,୦୯୫ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧,୨୫,୩୮୧ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୯୯୮୩ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦୬ ଜଣ ପ୍ରାଣ ହରାଇଛନ୍ତି ।
ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୩ହଜାର ୬୦ ଜଣ ଲୋକଙ୍କ ମୃତ୍ୟୁ । ଗୁଜୁରାଟ ୧୨୪୯, ଦିଲ୍ଲୀ ୭୬୧, ମଧ୍ୟପ୍ରଦେଶ ୪୧୨, ପଶ୍ଚିମବଙ୍ଗ ୩୯୬, ଉତ୍ତର ପ୍ରଦେଶ ୨୭୫, ତାମିଲନାଡୁରେ ୨୬୯ ଲୋକଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ@୨୯୯୪

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୮ ଜିଲ୍ଲାରୁ ୧୩୮ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଁଚିଛି।
ସେମାନେ ଯାଜାପୁର ଜିଲ୍ଲାରୁ ୬ଜଣ , ରାୟଗଡା ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ୧୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ, ନୟାଗଡ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୫ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ଜଣ, କନ୍ଧମାଳ ଜିଲ୍ଲାରୁ ୧୦ଜଣ, ଭଦ୍ରକ ଜିଲ୍ଲାରୁ ୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୩ଜଣ, ସମ୍ବଲପୁରକୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୧୨ଜଣ , ନୂଆପଡା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୨୫ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୧୩ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୦୮୯ଜଣ ଚିକିତ୍ସିତ ହେଉଥିବା ବେଳେ ୧୮୯୪ଜଣ ସୁସ୍ଥ ହୋଇସାରିଲେଣି। ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news