ଭୁବନେଶ୍ୱର : ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି । ଆଜି ତିନି ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି । ଶ୍ରୀମନ୍ଦିର ନୂତନା କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥା ବାଶ୍ୱର୍ ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି । ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି । ଆଜି ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ । ଆଜି ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା । ମୋଟ୍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ଆଜି ମୋଟ୍ ୨୫୩ ଜଣଙ୍କୁ ଔଷଧ ବଣ୍ଟା ଯାଇଛି । ଆସନ୍ତା କାଲି ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।
ତୈଳ ଦର ବୃଦ୍ଧିକୁ ଯୁବ କଂଗ୍ରେସର ବିରୋଧ…..
ଭୁବନେଶ୍ୱର – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ମାଷ୍ଟର କ୍ୟାଂଟିନ୍ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଛନ୍ତି ଯେ ସଂପ୍ରତି ଦେଶ କରୋନା ମହାମାରୀରେ ହନ୍ତସନ୍ତ ହେଉଥିବା ବେଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ମନଇଚ୍ଛା ବଢାଇ ଚାଲିବା ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଦୀର୍ଘ ଦିନ ଧରି ଲକଡାଉନ୍ରେ ହନ୍ତସନ୍ତ ହେବାପରେ ଯେତେବେଳେ ଲକ୍ଡାଉନ୍ କୋହଳ ହେଲା ଏବଂ ଲୋକମାନେ ଜୀବନ ଜୀବିକାକୁ ନେଇ ଯିବା ଆସିବା ପାଇଁ ବାହାରିଲେ ସେତେବେଳେ ଏହି ତେଲ ଦର ବୃଦ୍ଧି ସେମାନଙ୍କୁ ଆଘାତ ଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଆର୍ନ୍ତଜାତିକ ବଜାରରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିଲା, ସେତେବେଳେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଥିଲା । ବର୍ତମାନ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୩୦ ଡଲାରରୁ କମ୍ ଥିବାବେଳେ କେନ୍ଦ୍ର ସରକାର ଡିଜେଲ ଓ ପେଟ୍ରୋଲ ଦରକୁ ହୁ ହୁ ହୋଇ ବଢ଼ାଇ ଚାଲିଛନ୍ତି । ଫଳରେ ଲୋକମାନଙ୍କର ଦୁର୍ଦ୍ଦଶା ଅହେତୁକ ଭାବରେ ବୃଦ୍ଧି ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରେ ଶତକଡା ୭୫ ଭାଗ ଟିକସ ନେଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ସରକାର ଟିକସ ନେବା କମାଇ ଦିଅନ୍ତେ, ତେବେ ତୈଳ ଦର ବହୁତ କମି ଯାଆନ୍ତା । କିନ୍ତୁ ସରକାର ଏହା ନକରି ମନଇଚ୍ଛା ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଅଂଟାକୁ ପାହାର ଦେଇ ସେମାନଙ୍କର ଜୀବନ ଜୀବକାକୁ ପ୍ରଭାବିତ କରୁଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଂଜିତ୍ ପାତ୍ର, ସଂକୁନା କହଁର, ଦେବାଶିଷ ମହାପାତ୍ର, ବିରଂଚି ବାରିକ, ଦୀପକ ମହାପାତ୍ର, ବିଶ୍ୱରଂଜନ ଦାସ, ଚିନ୍ମୟ ପ୍ରଧାନ, ବିପ୍ଳବ ପରିଡା, ନଳିନୀକାନ୍ତ ନାୟକ, ପ୍ରତାପ କୁମାର ପ୍ରଧାନ, ଶୁଭ୍ରକାନ୍ତ ଜେନା, କାର୍ତିକେଶ୍ୱର ତାଣ୍ଡି ଓ ଆଲୋକ କୁମାର ଦିଗଲ ଉପସ୍ଥିତ ଥିଲେ ।
ସରକାର ଭାଙ୍ଗିବାକୁ ଯୋଜନା କରୁଛି ବିଜେପି: ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ
ଜୟପୁର: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ ପାଳି। ରାଜସ୍ଥାନ ରାଜନୀତିରେ ଏବେ ଦେଖିବାକୁ ମିଳିଛି ଛାକ୍କା ପଞ୍ଝା। ବିଜେପି ଘୋଡା ବେପାର କରୁଥିବାର ଅଭିଯୋଗ ଆଣିଛି କଂଗ୍ରେସ। ଏପରି କି ଲକ୍ ଡାଉନ ସମୟରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ରାଜସ୍ଥାନରୁ କଂଗ୍ରେସ ଶାସନକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ।ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ।ଏଥିପାଇଁ ଉଭୟ ବିଜେପି ଓ କଂଗ୍ରେସ ନିର୍ବାଚନରେ ଦୁଇ ଦୁଇ ଜଣ ପ୍ରାର୍ଥୀ ଦେଇଛନ୍ତି।
ଏଇ ମାସ ୧୯ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଏଥିରେ କଂଗ୍ରେସର ଜଣେ ପ୍ରାର୍ଥୀ ଜିତିବା ସୁନିଶ୍ଚିତ। ତେବେ ଦ୍ୱିତୀୟ ସିଟକୁ ନେଇ ଚାଲିଛି ଟଣା ଓଟରା।ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି । ଏହାସହ କଂଗ୍ରେସ ତାର ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଏକ ହୋଟେଲରେ ରଖିଛି।
ଅପରପକ୍ଷେ ବିଜେପି ମଧ୍ୟ କଂଗ୍ରେସକୁ କଡା ଜବାବ ଦେଇଛି। ନିଜ ଦଳୀୟ କନ୍ଦଳକୁ ସମାଧାନ କରିବାରେ କଂଗ୍ରେସ ଦଳ ଅସମର୍ଥ । ନିଜର ଅପାରଗତାକୁ ଲୁଚାଇବା ପାଇଁ ଗେହେଲଟ ବିଜେପି ଦଳ ଉପରେ ଦୋଷ ଲଦୁଛନ୍ତି ବୋଲି ବିଜେପି କହିଛି।
ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ୟ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।
ଲକ୍ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ତରକ୍ସକ୍ଟ ଡବକ୍ଷଳସଦ୍ଭଶ ଓଦ୍ଭଗ୍ଦସୟର ଙୟସଗ୍ଦଷବ ନୀତି କାର୍ୟ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ୟ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି କାର୍ୟ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଜଣାଇଥିଲେ।
ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ୟ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ୟ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।
ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍ ସ୍ପିରିଟ୍ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି। ଏହି ଉତ୍ତମ କାର୍ୟ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍.ପି ମାନଙ୍କୁ ପରାମର୍ଶ ଦେଇଥିଲେ।
ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।
୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ୟ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ୟ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।
ବିଭିନ୍ନ ନିୟମ ଉଲଙ୍ଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜୋରିମାନା ଆଦାୟ କରାଯାଇଛି। ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ୟ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ୟ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ: ଆଜି ନୂଆ ୧୧୨ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଆଉ ଜଣେ ଆକ୍ରାନ୍ତଙ୍କର ରାଜ୍ୟରେ ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ପୁରୁଷ । ଏହାସହ ଆଜି ପୁଣି ୧୧୨ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଁଚିଛି।
ସେମାନେ ପୁରୀରୁ ସର୍ବାଧିକ ୧୫, ଖୋର୍ଦ୍ଧା ୮, ମୟୂରଭଞ୍ଜ ୭, ଅନୁଗୋଳ ଓ ଗଞ୍ଜାମରୁ ୬ ଲେଖାଏଁ, କେନ୍ଦୁଝର, ସମ୍ବଲପୁର, ଗଜପତି, ବଲାଙ୍ଗିର ଓ ବାଲେଶ୍ବରରୁ ୫ ଲେଖାଏଁ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୪ ଲେଖାଏ, ଯାଜପୁର, ମାଲକାନଗିରି, କଟକ ଓ ବୌଦ୍ଧରୁ ୩ ଲେଖାଏଁ, ଝା ରସୁଗୁଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୧ ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ,ଏନଡିଆରଏଫର ଓ ଅଗ୍ନିଶମ ବିଭାଗର ଅଛନ୍ତି । ସେମାନେ ସମସ୍ତେ ଆମ୍ପନ ସମୟରେ କୋଲକାତା ଯାଇଥିଲେ। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୦୭ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୫ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୧୩୧ଜଣ ଚିକିତ୍ସିତ ହେଉଥିବା ବେଳେ ୨୩୫୪ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି।
ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୧୦,୯୫୬ ଜଣ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଆଜି ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ଲକ୍ଷ ୯୭ ହଜାର ୫୩୫ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୮୪୯୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥଣ ଲୋକ ସୁସ୍ଥ ହେଲେଣି।ଏବେ୧ଲକ୍ଷ ୪୧ ହଜାର ୮୪୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୦,୯୫୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯୬ ଜଣ ପ୍ରାଣ ହରାଇଛନ୍ତି ।
ବିଶ୍ୱରେ ୨୧୩ ଦେଶ ଏବେ କରୋନା କବଳରେ….
ନୂଆଦିଲ୍ଲୀ :ସାରା ବିଶ୍ବରେ କୋରୋନାରେ ତାର କାୟା ମେଲେଇବାରେ ଲାଗିଛି। ଦିନ ଗଡ଼ିବା ସହ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର
୨୧୩ ଦେଶକୁ କରୋନା ମହାମାରୀ ବ୍ୟାପି ସାରିଲାଣି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ।ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୩ ହଜାର ୮୦୧ରେ ପହଂଚିଛି।ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୮୩ହଜାର ୮୯୧ ଛୁଇଁଛି।ଏହାସହ ୩୮ଲକ୍ଷ ୩୫ ହଜାର ୧୮୩କୁ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆମେରିକାରେ ସର୍ବାଧିକ ୨୦ଲକ୍ଷ ୭୬ହଜାର ୪୯୫ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ବ୍ରାଜିଲରେ ୭ଲକ୍ଷ ୮୭ହଜାର ୪୮୯ ଆକ୍ରାନ୍ତ, ଏବଂ ଋଷିଆରେ ୫ଲକ୍ଷ ୨ହଜାର ୪୩୬ ଚିହ୍ନଟ ହୋଇଛନ୍ତି।
ରାଜନୀତିର ସମର ଲଢ଼ିବାକୁ ସମୀରଙ୍କ ନୂଆ ଟିମ…
ଭୁବନେଶ୍ୱର: ବିଜେପି ସଭାପତି ସମୀର ମହାନ୍ତି। ଗତକାଲି ତାଙ୍କ ନୂଆ ଟିମ ଗଠନ କରିଛନ୍ତି । ସଭାପତି ହେବାର ୫ ମାସ ପରେ ଏହି ଟିମ ଗଠନ କରିଛନ୍ତି। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ ପରେ ଏହି ସୂଚୀ ପ୍ରକାଶ କରିଛି ରାଜ୍ୟ ବିଜେପି। ବିଜେପିର ଏହି ନୂଆ ଟିମରେ ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୯ ସମ୍ପାଦକ, ୧ ଟ୍ରେଜେରର୍, ୧ ଅଫିସ୍ ସେକ୍ରେଟାରୀ, ୬ ମୋର୍ଚ୍ଚା ସଭାପତି, ୧୦ ମୁଖପାତ୍ର ଅଛନ୍ତି ।ଏହାସହ ୧୬୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ ୩୦ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀରେ ୭୫ ସଦସ୍ୟ ଅଛନ୍ତି।
ସଭାପତି: ସମୀର ମହାନ୍ତି
ଉପସଭାପତି: ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ୍, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ।
ସାଧାରଣ ସମ୍ପାଦକ: ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ।
ସମ୍ପାଦକ: କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ୍, ସୀମାଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର ।
ଟ୍ରେଜେରର୍: ସୁଦର୍ଶନ ଗୋୟଲ୍
ମୋର୍ଚ୍ଚା ସଭାପତି: ଇରାଶିଷ ଆଚାର୍ଯ୍ୟ(ଯୁବମୋର୍ଚ୍ଚା), ସ୍ମୃତି ପଟ୍ଟନାୟକ(ମହିଳା ମୋର୍ଚ୍ଚା), ପ୍ରଦୀପ ପୁରୋହିତ( କୃଷକ ମୋର୍ଚ୍ଚା), ବିଶ୍ୱେଶ୍ୱର ଟୁଡୁ(ଏସଟି ମୋର୍ଚ୍ଚା), ବିଭୁପ୍ରସାଦ ତରାଇ(ଏସସି ମୋର୍ଚ୍ଚା), ସିକନ୍ଦର ଅଲ୍ଲୀ (ସଂଖ୍ୟାଲଘୁ ମୋର୍ଚ୍ଚା) ।
ରାଜ୍ୟ ଅଫିସ ସମ୍ପାଦକ: ଦେବେନ୍ଦ୍ର ନନ୍ଦ
ରାଜ୍ୟ ମୁଖପାତ୍ର: ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ୍ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ୍ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ ।
ରାଜ୍ୟ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ୍ତ ନାୟକ, ଗିରିଧାରୀ ଗମାଙ୍ଗ, କେ.ଭି.ସିଂହଦେଓ, ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, ସମ୍ବିତ୍ ପାତ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ସମୀର ଦେ, ସୁରମା ପାଢ଼ୀ, ଅନନ୍ତ ନାୟକ, ରୁଦ୍ରନାରାୟଣ ପାଣି, ନୀତେଶ ଗଙ୍ଗଦେବ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ ।
ତେବେ ଦେଖିବା ବାକି ରହିଲା ଏହି ସମୀରଙ୍କ ଏହି ଟିମ ଓଡିଶା ବାସୀଙ୍କ ବିଶ୍ୱାସ ଭାଜନ ହେବାରେ କେତେ ସମର୍ଥନ ହୋଇପାରିଛି।
ତଥ୍ୟ ଦେଇ ମାସ୍କ ଦୁର୍ନୀତିର ସତ ପଦାକୁ ଆଣିଲା ବିଜେଡି : କହିଲା କଂଗ୍ରେସଶସ୍ତା ରାଜନୀତି କରୁଛି…
ଭୁବନେଶ୍ୱର : ମାସ୍କ କିଣା ସମ୍ପର୍କରେ ବିଜେଡି ତଥ୍ୟ ଦେଇ ବିରୋଧୀଙ୍କୁ ପାଲଟା ଜବାବ ଦେଇଛି l କଂଗ୍ରେସ ଏହି ପ୍ରସଙ୍ଗରେ ମିଥ୍ୟା ଅପପ୍ରଚାର କରୁଛି ବୋଲି ଦଳ କହିଛି l
ଲୋକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ l ତେଣୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟ ମାସ୍କ କିଣିଛି l
ମାସ୍କ ଆମେ 16 ଟଙ୍କାରେ କିଣିଛୁ। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ କିଣିଛୁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଏହାସହ ଅନ୍ୟ ରାଜ୍ୟ ଓଡିଶା ଠାରୁ ଅଧିକ ଦାମରେ କିଣିଛନ୍ତି ବୋଲି ଦଳ କହିଛି l କଂଗ୍ରେସ ସଜମାଛରେ ପୋକ ପକାଇବା କାମ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି l
ନବୀନ ସରକାର କୋରୋନା ମୁକାବିଲା କରୁଥିବା ବେଳେ କଂଗ୍ରେସ କଣ କରୁଥିଲା ବୋଲି ଦଳ ପାଲଟା ପ୍ରଶ୍ନ କରିଛି l
କୋରୋନା ଯୋଦ୍ଧା ଙ୍କ ମନୋବଳ ବଢାଇବାକୁ ସରକାର କାମ କରୁଥିବା ବେଳେ କଂଗ୍ରେସ ଦଳ ଏପରି ମିଛ ଅଭିଯୋଗ କରିବା ଅନୁଚିତ ବିଜେଡି କହିଛି l
କଂଗ୍ରେସ ଅପପ୍ରଚାର କରୁଚୁ। ସଜ ମାଛରେ ପୋକ ପକାଉଛି କଂଗ୍ରେସ। କଂଗ୍ରସ ପ୍ରଶ୍ନ ଯେଉଁ ଲମ୍ବା ପ୍ରଶ୍ନ କରୁଛି। କରନା ମହାମାରୀ ସମୟରେ କରିଛି କଣ। ସତ ସାହସ ଅଛି ହାଇକୋର୍ଟ ଯାଆନ୍ତୁ। କଂଗ୍ରେସ ଯାହା କରୁଛି ଶସ୍ତା ରାଜନୀତି କରୁଛି। ଲୋକେ ଦେଖୁଛନ୍ତି ବୋଲି ବିଜେଡି କହିଛି l ଭାରତୀୟ ପାର୍ଟି ରକୁ ପଚାରନ୍ତୁ କାହାକି କେନ୍ଦ୍ରସରକାର 10 ଟଙ୍କାରୁ 16 ଟଙ୍କା ବଢ଼େଇଲା। ବିଜେପି ଶାସିତ ରାଜ୍ୟ କାହିଁକି କିଣିଲେ ବୋଲି ବିଜେଡି ପ୍ରଶ୍ନ କରିଛି ବୋଲି
ବିଜେଡି ର ମୁଖପାତ୍ର
ସସ୍ମିତ ପାତ୍ରଙ୍କ କହିଛନ୍ତି l ଏହାସହ
ସର୍ଜିକାଲ ମସ୍କି ଦରକାର ପଡ଼ିଲେ। ଟେକନିକାଲ କମିଟି 5 କୋଟି ମାସ୍କ ଆବଶ୍ୟକ ଅଛି ବୋଲି କହିଥିଲା । କରୋନା ଯୋଦ୍ଧା ସୁରକ୍ଷିତ ଭାବେ କାମ କରୁଛନ୍ତି। ପଶ୍ଚିମ ଓ ଦକ୍ଷିଣ ଭାରତରେ ଉତ୍ପାଦନ ହେଉଛି। ଡିମଣ୍ଡ ବଢିବାରୁ ପ୍ରାଇସ ବଢ଼ିଲା। କେନ୍ଦ୍ର ସରକାର 10 ଟଙ୍କାରୁ ଅଧିକ ପଇସାରେ ବିକି ପାରିବେ ନାହିଁ।ପୁଣି 24 ମର୍ଚ୍ଚରେ 16 ଟଙ୍କା ବଢ଼େଇଲେ।
ଅନ୍ୟ ରାଜ୍ୟ କେରଳ 16, ମହାରାଷ୍ଟ୍ର 16, ତାମିଲନାଡୁ 16, କେରଳ 16, କାର୍ଣ୍ଣାଟକା 17.89, ପଂଶ୍ଚିମବଙ୍ଗ 17 ତାଙ୍କ, ତାମିଲନାଡୁ, 16, ଗୁଜୁରାଟ 20 ଟଙ୍କା। କେନ୍ଦ୍ର ସରକାର ଯେଉଁ ପ୍ରାଇସ ଫିକ୍ସ କରିଛନ୍ତି ରାଜ୍ୟସରକାର ସେଇ ପ୍ରାଇସ କିଣିଛନ୍ତି। କିଛି ଦୁର୍ନୀତି ହୋଇନି। ମେଡ଼ିକାଲ ଜିନିଷ କିଣା ହୋଇଛି କେନ୍ଦ୍ର ସରକାର ଆଇନ ଅନୁସାରେ।













