ଦେଶରେ ୯ ହଜାର ଡେଇଁଲା ମୃତକଙ୍କ ସଂଖ୍ୟା….

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ୩ଲକ୍ଷ ୨୦ ହଜାର ୯୨୨ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୯ହଜାର ୧୯୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରିଲକ୍ଷ ୬୨ ହଜାର ୩୭୯ ଲୋକ ସୁସ୍ଥ ହେଲେଣି।ଏବେ୧ ଲକ୍ଷ ୪୯ ହଜାର ୩୪୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୧ହଜାର୯୨୯ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୧୧ମୃତ ଜଣ ପ୍ରାଣ ହରାଇଛନ୍ତି

ଆଜିଠୁ ରଜ……

ଭୁବନେଶ୍ୱର : ଗ୍ରୀଷ୍ମ ଶେଷ ଆଷାଢ଼ ଶେଷରେ ରଜ ଆସେ। ଧରାରେ ବର୍ଷାର ପ୍ରଥମ ସ୍ପର୍ଶର ସୁଗନ୍ଧରେ ମାଟିରୁ ଆକାଶ ଯାଏଁ ମହକାଇ ଦିଏ। ଜମିରେ ସୁନାର ଫସଲ ଫଳାଇବାର ସ୍ୱପ୍ନରେ ବିଭୋର ହୁଏ ଚାଷୀ। ସେଥିପାଇଁ ତ ଏ ଧରାକୁ ଦେଇଥାଏ ଵିଶ୍ରାମ । ଏହି କୃଷି ଭିତ୍ତିକ ପର୍ବ ‘ରଜ’ରେ। ମା ମାଟିର ଭାବକୁ ସୁଦୃଢ କରିବା ସହ ଭାଇଚାରାକୁ ସୁଦୃଢ କରିଥାଏ ଏହି ରଜ ପର୍ବ।
ଚାଷ ପାଇଁ ରଜ ପୂର୍ବରୁ ବିଲ ସବୁକୁ ପ୍ରସ୍ତୁତ କରି ରଖାଯାଇଥାଏ। ତେଣୁ ଧରିତ୍ରୀକୁ କୌଣସି ପ୍ରକାର ଆଘାତ ଦିଆଯାଏ ନାହିଁ। ଏପରିକି ଗଛରୁ ଫୁଲ ପତ୍ର ମଧ୍ୟ ତୋଳାଯାଏ ନାହିଁ। ଓଡ଼ିଶାର ପୁରପଲ୍ଲୀରେ ବେଶ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରାଯାଏ। ମୁଖ୍ୟତଃ କୁଆଁରି ଝିଅମାନେ ଏହି ଦିନ ସଜବାଜ ହୋଇ ରଜକୁ ପାଳନ କରିଥାନ୍ତି। ତିନିଦିନ ପାଳନ କରାଯାଇଥାଏ ରଜ ପର୍ବକୁ। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଭୂଇଁ ଡହଣ ଭାବେ ପାଳନ କରାଯାଏ। ରଜର ପ୍ରଥମ ଦିନ କୁଆଁରୀ ଝିଅ ଓ ନୂଆବହୁମାନେ ସଜବାଜ ହୋଇଥାନ୍ତି। କାରଣ ଏହି ତିନି ଦିନ ମହିଳାମାନଙ୍କୁ କାମ କରିବା ମନା। ଧରଣୀକୁ କଷ୍ଟ ହେବ ବୋଲି ଛେଚା ,କୁଟା , ବଟା ଆଦି କାମ ବନ୍ଦ କରାଯାଇଥାଏ। ଏପରିକି ଚାଷୀମାନେ ମଧ୍ୟ ଚାଷକାମ ବନ୍ଦ ରଖିଥାଆନ୍ତି।
ପୋଡ଼ ପିଠା ପାଚିଲା ଆମ୍ବ ପନସର ସମ୍ଭାର ଓ ରଜପାନର ଆସର ଭିତରେ ରଜ ପର୍ବ ପାଳନ ହୋଇଥାଏ। ଏହାସହ ଗାଁ ଆମ୍ବ ତୋଟାରେ ଦୋଳି ଖେଳିବା ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଥାଏ।ନୂଆ ପୋଷାକ, ପାଦରେ ଅଳତାରେ ସଜେଇ ହୋଇ ଛୋଟରୁ ବଡ଼ ଝିଅମାନେ ବାହାରି ଥାଆନ୍ତି ଦୋଳି ଖେଳିବାକୁ। ଦୋଳି ଖେଳିବା ସମୟରେ ହାଲକା ହାଲକା ବର୍ଷା ପରିବେଶକୁ ଆହୁରି ମନୋରମ କରିଥାଏ। ଏହାସହ ରଜ ଗୀତ ପରିବେଶରେ ଭରିଦିଏ ମଧୁରତା।

ଓଡ଼ିଶାରେ ୨ହଜାର କୋଟି ଟଙ୍କାର ପୁଂଜିନିବେଶ କରିବ ମିତ୍ତଲ ଗ୍ରୁପ

ଭୁବନେଶ୍ୱର () ଓଡିଶାରେ ପୁଂଜିନିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ଆସେର୍ଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ । ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଦୁଇ ହଜାର କୋଟିର ପୁଂଜି ନିବେଶ କରିବ ମିତ୍ତଲ । ଆସେର୍ଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ ନବୀନ । ଓଡିଶା ସରକାର ଯେପରି ଦକ୍ଷତାର ସହ କୋଭିଡର ପରିଚାଳନା କରୁଛନ୍ତି ସେଥିପାଇଁ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ ୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାରଙ୍କ ଉଦ୍ୟମ ପାଇଁ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମରେ ନିଆଯାଇଥିବା ଦୁଇଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା ତାହା ବଶ୍ୱ ସ୍ତରରେ ନୂଅା ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ମିତ୍ତଲ କହିଥିଲେ ।  ଅାସେର୍ଲର ମିତ୍ତଲ ଓ ନିପଟ ଷ୍ଟିଲ ଗତ ଡିସେମ୍ବର ମାସରୁ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ୫୦ ହଜାର କୋଟିରୁ ଉଦ୍ଧ୍ର୍ୱ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ ନିୟୁତ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଂଜି ବିନିଯୋଗ ହୋଇପାରିଛି, ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ପୁଂଜି ବିନିଯୋଗ ଅଟେ । ଆସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ପାରାଦୀପରେ ପେଲେଟ ପ୍ଲାଣ୍ଟ କେନ୍ଦୁଝରରର ଡାବୁନିରେ ବେନିଫିକେସନ ପ୍ଲାଣ୍ଟ ସହିତ ସାହାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି ।

ଓଡିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ, ଆସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦୀପର ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବା ବେଳେ ଡାବୁନାର ବେନିଫିକେସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ସଂପ୍ରସାରିତ କରାଯିବ । ଏହିସବୁ ପ୍ରକଳ୍ପ ବାଦଦରେ ପ୍ରଥମ ପର୍ଯ୍ୟାୟରେ ଅାସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କା ବିନିଯୋଗ କରିବ ।

କରୋନା କବଳରେ ପାକିସ୍ତାନି କ୍ରିକେଟର ଶାହିଦ ଆଫ୍ରିଦି…

ଇସଲମାବାଦ: ଦିନେ କ୍ରିକେଟ ଷ୍ଟାଡିୟମରେ ମାରୁଥିଲେ ବିଶାଳ ବିଶାଳ ଛକା। ଆଉ ବୋଲିଙ୍ଗରେ ବିରୋଧୀ ଦଳର ବ୍ୟାଟିଙ୍ଗକୁ ଧରାଶାୟୀ କରୁଥିଲେ। ହେଲେ ଆଜି ସେ କରୋନା ମହାମାରିଠାରୁ ହାରିଗଲେ। ପାକିସ୍ତାନ ଅଲ୍‌ରାଉଣ୍ଡର କ୍ରିକେଟର୍ ଶାହିଦ ଆଫ୍ରିଦି ଏବେ କରୋନା କବଳରେ।ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।
ଏନେଇ ଆଜି ସେ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” ଏହାପରେ ତାଙ୍କ ସମସ୍ତ ପ୍ରଶଂସକ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ-୨୦୨୦ ରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ । ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ ।

 ଏହି ନୂତନ ତାଲିକାରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଦେଶରେ ୩୮ ତମ ସ୍ଥାନ ହାସଲ କରିଛି । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଳିକା ଘୋଷଣା କରିଛନ୍ତି ଡ. ପୋଖରିଆଲ ।

ୟୁନିଭର୍ସିଟି ଗ୍ରାଂଟସ୍ କମିଶନ ଦ୍ୱାରା ୨୦୦୭ ରେ ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିବା ସୋଆ କ୍ରମାଗତ ଭାବେ ୫ମ ଥର ପାଇଁ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଚଳିତ ବର୍ଷ ୫୩.୧୦ ସ୍କୋର ହାସଲ କରି ଏହି ସ୍ଥାନରେ ରହିଛି ।

୨୦୧୬ ରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ କରାଯାଇଥିବାବେଳେ ତୃତୀୟ ଥର ପାଇଁ ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ସୋଆ ।

ସେହିପରି ଇଞ୍ଜିନିୟରିଂ କ୍ୟାଟେଗୋରିରେ ଦେଶରେ ସୋଆ ୩୪ ତମ ସ୍ଥାନରେ ରହିଥିବାବେଳେ ମେଡିକାଲ୍ କଲେଜ କ୍ୟାଟେଗୋରିରେ ୨୩ତମ ସ୍ଥାନ ହାସଲ କରିଛି । ସୋଆ ପରିଚାଳିତ ଡେଂଟାଲ ସାଇନସ୍ କଲେଜ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ପ୍ରବେଶ କରି ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।

୨୦୨୦ ର‌୍ୟାଙ୍କିଙ୍ଗ ଅନୁସାରେ ଓଡ଼ିଶାରେ ସୋଆର ମେଡିକାଲ ସାଇନସେସ ଏବଂ ଡେଂଟାଲ ସାଇନସେସ ଶିକ୍ଷାନୁଷ୍ଠାନ ୧ ନମ୍ବର ସ୍ଥାନରେ ରହିଛନ୍ତି ।

ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍‌ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନଲଜି ହୋଇଥିବାବେଳେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍‌

ହସପିଟାଲ୍ ଓ ଇନଷ୍ଟିଚ୍ୟୁଟ୍ ଅଫ ଡେଂଟାଲ୍ ସାଇନସେସ୍ (ଆଇଡିଏସ) ଏହାର ମେଡିକାଲ ଏବଂ ଡେଂଟାଲ୍ ସାଇନସ ଶିକ୍ଷାନୁଷ୍ଠାନ ।

ଏହି ଅବସରରେ ଖୁସି ବ୍ୟକ୍ତ କରି ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ ଏହି ସଫଳତା ହେଉଛି ସମସ୍ତ ଫାକଲ୍ଟି, ଗବେଷକ ଏବଂ ଦାୟିତ୍ୱ ତୁଲାଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର । ମୁଁ ଆଶା କରୁଛି ସୋଆ ଏହି ସଫଳତାର ସିଡ଼ିରେ ଆଗାମୀ ବର୍ଷ ମଧ୍ୟ ଆହୁରି ଉପରକୁ ଉଠିବ ।ଏନଆଇଆରଏଫ ର‌୍ୟାଙ୍କିଙ୍ଗରେ ଏହି ସଫଳତା ନିଶ୍ଚିତ ଭାବରେ ସୋଆର ସମସ୍ତ କର୍ମଚାରୀଙ୍କୁ ଭବିଷ୍ୟତରେ ଅଧିକ ଉନ୍ନତି ପାଇଁ ପ୍ରୋତ୍ସାହନ ଦେବ । ଏହି ସଫଳତା ନିମନ୍ତେ ମୁଁ ସୋଆ ପରିବାରର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି  ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।

ସୋଆ ଅଧିନରେ ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ମେଡିକାଲ୍ ସାଇନସେସ୍‌, ଡେଂଟାଲ ସାଇନସେସ, ମ୍ୟାନେଜମେଂଟ ସାଇନସେସ, ହସପିଟାଲ୍ ଆଡମିନିଷ୍ଟ୍ରେସନ, ଫାର୍ମାସ୍ୟୁଟିକାଲ ସାଇନସେସ, ବାୟୋଟେକ୍ନୋଲଜି, ନର୍ସିଂ, ହସପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ ଷ୍ଟଡିଜ ଏବଂ ଏଗ୍ରିକଲଚରାଲ ସାଇନସେସରେ ୯୫ଟି ଏକାଡେମିକ ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ୬ ଟି ଦେଶର ଛାତ୍ରଛାତ୍ରୀ ସମେତ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟିରେ ଶିକ୍ଷା ଗ୍ରହଣ କରୁଛନ୍ତି ।

ସେପ୍ଟେମ୍ବର ଯାଏଁ ଡ୍ରାଇଭିଇଂ ଲାଇସେନ୍ସ ଓ ଲରନିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିହେବ ନାହିଁ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଇଂ ଲାଇସେନ୍ସ ଓ ଲରନିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିହେବ ନାହିଁ। ଏହାସହ ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍କଟ ମିଳିବ । ଅଢେଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ।ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ଅନିଶ୍ଚିତତା ଭିତରେ ଆନ୍ତରାଜ୍ୟ ବସ ଚଳାଚଳ କରୁଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି। ଏବେ ସୁଦ୍ଧା କୌଣସି ସେ ଉପରେ କିଛି ନିଷ୍ପତ୍ତି ହୋଇନାହିଁ । କି ରାଜ୍ୟ ସରକାର କୌଣସି ରାଜ୍ୟ ସହ କଥା ହୋଇନାହାଁନ୍ତି।
ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି କି ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି। ସବୁଥର ରଥଯାତ୍ରା ପୂର୍ବରୁ ୨ ଥର ବୈଠକ ବସେ। ଏ ପର୍ଯ୍ୟନ୍ତ ବୈଠକ ହୋଇନି। ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଭାଗ ପ୍ରସ୍ତୁତ ହେବ।
OSRTC ବସ ଚଳାଚଳ ପ୍ରସଙ୍ଗରେ କହିଛନ୍ତି ।
ଠିକ୍ ସେହିପରି ୬୬ ରୂଟରୁ ୨୦ ଟି ରୂଟରେ ଲୋକ ହେଉ ନାହାଁନ୍ତି। ୨-୩ ଜଣ ଲୋକ ହେଉଛନ୍ତି। ଅତିବେଶିରେ ବସରେ ୫ ଜଣ ଲୋକ ହେଉଛନ୍ତି। ସେଥିପାଇଁ କ୍ଷତିରେ ବସ ଚାଲୁଛି। ତେଣୁ ବାଧ୍ୟ ହୋଇ ବସ ବନ୍ଦ ହେବ।

ରଥ କପଡା ରଙ୍ଗର ମାସ୍କ ପିନ୍ଧିବେ ସେବାୟତ…

ପୁରୀ : ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହେଲେ ଏଥର ସାଧାରଣ ଭକ୍ତଂକୁ ରଥ ଟାଣିବା ପାଇଁ ଅନୁମତି ମିଳିବ ନାହିଁ ତାହା ଏ ଯାଏଁ ଦ୍ଵନ୍ଦରେ।ଏହି ସମୟରେ କରୋନା ପାଇଁ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟ ରଥଯାତ୍ରାରେ ମାସ୍କ ପିନ୍ଧିବେ। ତେଣୁ ତାଙ୍କ ପାଇଁ ବୟନିକା ସ୍ୱତନ୍ତ୍ର ମାସ୍କ ତିଆରି କରିବ। ବୟନିକା ତରଫରୁ ୫ ହଜାର ମାସ୍କ ପ୍ରସ୍ତୁତ କରାଯିବ। ଏ ନେଇ ଚିଠି ମିଳିବା ପରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍କ ତିଆରି ପ୍ରସ୍ତୁତି । ଏହି ମାସ୍କର ସ୍ୱତନ୍ତ୍ରତା ହେଉଛି ରଥର ରଙ୍ଗ ଅନୁସାରେ ମାସ୍କ ପିନ୍ଧିବେ ସେବାୟତ। ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗ କପଡାରେ ପ୍ରସ୍ତୁତ ହେବ ମାସ୍କ ।
ରଥାଯାତ୍ରା ପୂର୍ବରୁ ମାସ୍କ ଶ୍ରୀ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯିବ ବୋଲି ବୟନିକା ପକ୍ଷରୁ ସୂଚନା ଦିଆଯାଇଛି । ସେବାୟତଙ୍କ ସୁରକ୍ଷା ଲାଗି ସମସ୍ତ ସେବାୟତଙ୍କୁ ମାସ୍କ ଯୋଗାଇ ଦେବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ବୟନିକା ଦ୍ଵାରା ତିଆରି କରି ସେବାୟତଙ୍କୁ ଯ଼ୋଗାଇ ଦେବା ଲାଗି ସରକାରୀ ସ୍ଥରରେ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୨୨୫ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଁଚିଛି।
ସେମାନେ କଟକରୁ ସର୍ବାଧିକ ୯୨ଜଣ।ଜଗତସିଂହପୁର – ୧୩, ଖୋର୍ଦ୍ଧା-୧୯, ନୟାଗଡ-୭, କଟକ-୯୨, ଢେଙ୍କାନାଳ-୭, ବାଲେଶ୍ୱର-୨, ଅନୁଗୁଳ-୧, ଭଦ୍ରକ-୫, କଳାହାଣ୍ଡି-୩, କନ୍ଧମାଳ-୧୫, ଗଞ୍ଜାମ-୨୦, ସୁନ୍ଦରଗଡ-୧, ପୁରୀ-୧୫, ବଲାଙ୍ଗୀର-୧୨, କେନ୍ଦ୍ରାପଡା-୪, ମୟୂରଭଞ୍ଜ-୯ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୯୬ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୯ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୨୩୬ଜଣ ଚିକିତ୍ସିତ ହେଉଥିବା ବେଳେ ୨୪୭୪ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି।

୧୬ ଏବଂ ୧୭ ତାରିଖରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୬ ଓ ୧୭ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ କରୋନା ମୁକାବିଲା ସମ୍ବନ୍ଧିୟ ଆଲୋଚନା କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୧୭ ତାରିଖରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ୧୭ ତାରିଖ ଅପରାହ୍ନ ୩ଟାରେ ଏହି ଆଲୋଚନା ହେବ।୧୬ ତାରିଖରେ ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ।ଏହାସହ ୧୭ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ ।

ଦେଶରେ ୩ ଲକ୍ଷ ଓ ମହାରାଷ୍ଟ୍ରରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଦେଶରେ ୩ ଲକ୍ଷ ଓ ମହାରାଷ୍ଟ୍ରରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଆଜି ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏହାସହ ଆଜି ଦେଶରେ ୩ଲକ୍ଷ ଛୁଇଁଛି କରୋନା ଆକ୍ରାନ୍ତ ସଂଖ୍ୟା।ଏ ଯାଏ ଭାରତରେ ୩ ଲକ୍ଷ ୮ ହଜାର ୯୯୩ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୮୮୮୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୫୪ ହଜାର ୩୩୦ ଲୋକ ସୁସ୍ଥ ହେଲେଣି।ଏବେ୧ଲକ୍ଷ ୪୫ହଜାର ୭୭୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୧୧,୪୫୮ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୮୬ ଜଣ ପ୍ରାଣ ହରାଇଛନ୍ତି ।ସେହିପରି ଭାବେ ମହାରାଷ୍ଟ୍ରରେ ୧ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା।ରାଜ୍ୟରେ ୧ ଲକ୍ଷ ୧ ହଜାର ୧୪୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୭୧୭ ଜଣଙ୍କ ମୃତ୍ୟୁ ଘଟିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news