ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।ଆଜି ବିଶ୍ୱ ସ୍ତରରେ ଆକ୍ରାନ୍ତ ସଂଖ୍ୟାରେ ବ୍ରିଟେନକୁ ପଛରେ ପକାଇ ଭାରତ ୪ ନମ୍ବରରେ ପହଂଚିଛି।ଏ ଯାଏ ଭାରତରେ ଲକ୍ଷ ୯୭ ହଜାର ୫୩୫ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୮୪୯୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥଣ ଲୋକ ସୁସ୍ଥ ହେଲେଣି।ଏବେ୧ଲକ୍ଷ ୪୧ ହଜାର ୮୪୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ୧୦,୯୫୬ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯୬ ଜଣ ପ୍ରାଣ ହରାଇଛନ୍ତି ।